Digital-Divide/C2/Pre-Natal-Health-Care/Oriya
From Script | Spoken-Tutorial
| Time | Narration |
| 00:06 | Congratulations. ଦୟାକରି ବସନ୍ତୁ |
| 00:10 | ଅନିତା, ତୁମେ କେବେ ଶେଷ ସାକ୍ଷାତ କରିଥିଲ? |
| 00:12 | ଏହା ପଖାପାଖି ଦୁଇ ମାସ ତଳେ ଥିଲା |
| 00:15 | ବର୍ତ୍ତମାନ ମୁଁ ବର୍ଭଧାରଣର ଚତୁର୍ଥ ମାସରେ ଅଛି |
| 00:19 | ଗର୍ଭାବସ୍ଥାରେ ନିୟମିତ ପରୀକ୍ଷା କରିବା ଜରୁରୀ ଅଟେ |
| 00:23 | ଗର୍ଭାବସ୍ଥାରେ ପରୀକ୍ଷା, ଜଟିଳ ସ୍ଵାସ୍ଥ୍ୟ ସମସ୍ୟାରେ ସୁରକ୍ଷାତ୍ମକ ଯତ୍ନ ଭଳି କାର୍ଯ୍ୟକରେ |
| 00:29 | ଏହା ଗର୍ଭାବସ୍ଥାରେ ଜଟିଳତାଗୁଡିକୁ ହ୍ରାସ କରିବାରେ ସାହାଯ୍ୟ କରିବ |
| 00:33 | ପ୍ରତି ତିନି ମାସ ବ୍ୟବଧାନରେ ଏବଂ ଗର୍ଭାବସ୍ଥାର ଶେଷ ମାସରେ ପ୍ରତି ସପ୍ତାହରେ ପରୀକ୍ଷା ଜରୁରୀ ଅଟେ |
| 00:41 | ପରୀକ୍ଷା ଦ୍ଵାରା ନିମ୍ନଲିଖିତ ସୂଚନା ପ୍ରାପ୍ତ ହୁଏ: |
| 00:43 | ଗର୍ଭାବସ୍ଥାରେ ମାନସିକ ପରିବର୍ତ୍ତନ |
| 00:46 | ଗର୍ଭାବସ୍ଥାରେ ପୁଷ୍ଟିସାଧନ ଏବଂ ଖାଦ୍ୟାଭ୍ୟାସ |
| 00:48 | ଭିଟାମିନ ଓ |
| 00:50 | ଶରୀରରେ ପରିବର୍ତ୍ତନ |
| 00:52 | ଏହା ମୋର ପ୍ରଥମ ଏବଂ ଏହିସବୁ ମୋ ପାଇଁ ନୂଆ ଅଟେ |
| 00:55 | ଦୟାକରି ମୋତେ, ନିଜର ଓ ଶିଶୁର ଭଲ ଯତ୍ନ ନେବା ଉପରେ ପରାମର୍ଶ ଦିଅନ୍ତୁ |
| 01:00 | ବନ୍ଧୁଗଣ, Prenatal health care ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ଵାଗତ |
| 01:04 | ଏଠାରେ ଆମେ ଗର୍ଭାବସ୍ଥାରେ, ଗୋଟିଏ ଆଶାୟୀ ମାତାର ସ୍ଵାସ୍ଥ୍ୟର ଯତ୍ନ ଉପରେ ଆଲୋଚନା କରିବା |
| 01:10 | ମାତାର ସ୍ଵାସ୍ଥ୍ୟ ହେଉଛି ପ୍ରଥମ ଓ ମୁଖ୍ୟ |
| 01:14 | ତେଣୁ ଲୌହହୀନତାକୁ ନିବାରଣ କରିବା ଅତ୍ୟନ୍ତ ଜରୁରୀ ଅଟେ |
| 01:18 | ଆଶାୟି ମାତା ଗର୍ଭାବସ୍ଥାରେ ଲୌହସାର ଭରପୁର୍ ଥିବା ଖାଦ୍ୟ ଖାଇବା ଆବଶ୍ୟକ |
| 01:23 | ଗର୍ଭାବସ୍ଥାରେ, ଆପଣଙ୍କ ଶରୀରରେ ରକ୍ତର ଆବଶ୍ୟକତା ବଢିଯାଏ |
| 01:27 | ଆପଣଙ୍କ ଶିଶୁ ପାଇଁ ଆବଶ୍ୟକ ଅତିରିକ୍ତ ରକ୍ତ ନିମନ୍ତେ ହେମୋଗ୍ଲୋବିନର ସୃଷ୍ଟି ସକାଶେ ଅଧିକ ଲୌହସାର ଦରକାର ହୋଇଥାଏ |
| 01:34 | ତେଣୁ, ଆପଣ ଲୌହସାର ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ଯେପରି: |
| 01:38 | ସବୁଜ ପନିପରିବା |
| 01:40 | ଅଣ୍ଡାର କେଶର, ଶୁସ୍କ ଫଳ |
| 01:42 | ବିନ୍ସ ଏବଂ ଲୌହସାର ଯୁକ୍ତ ଖାଦ୍ୟଶସ୍ୟ |
| 01:46 | Caesarean ପ୍ରସବରେ ଅନେକ ବିପଦ ଥାଏ, ଯେପରି: |
| 01:50 | incision ଯାଗାରେ ସଂକ୍ରମଣ ହେବା ଏବଂ |
| 01:52 | ରକ୍ତସ୍ରାବ, ଯାହା anemia ହେବାର କାରଣ ହୋଇପାରେ |
| 01:56 | ଗର୍ଭବତୀ ମହିଳା ସର୍ବଦା ସାଧାରଣ ପ୍ରସବ ପାଇଁ ଚେଷ୍ଟା କରିବା ଆବଶ୍ୟକ |
| 01:59 | ସଠିକ୍ prenatal ଯତ୍ନ ଏବଂ ସୁଷମ ଖାଦ୍ୟ ଗ୍ରହଣ କରିବା ଦ୍ଵାରା ଏହା ସମ୍ଭବ ହୁଏ |
| 02:04 | ବ୍ୟାୟାମ ଆପଣଙ୍କର ଶକ୍ତିର ସ୍ତରକୁ ବୃଦ୍ଧି କରିବା ପାଇଁ ଜରୁରୀ ଅଟେ |
| 02:09 | ଆପଣଙ୍କ ପିଠିରେ ଯନ୍ତ୍ରଣା, କୋଷ୍ଠବଦ୍ଧତା ଏବଂ ଅବସାଦକୁ ଦୁର କରିବା ପାଇଁ ମଧ୍ୟ ବ୍ୟାୟାମ ସାହାଯ୍ୟ କରେ |
| 02:16 | ଏହି ମେସିନର କ’ଣ କାମ ଅଟେ? |
| 02:18 | ଏହା ଏକ ସୋନୋଗ୍ରାଫୀ ମେସିନ୍ ଅଟେ |
| 02:20 | ଏହା ଶିଶୁର ସ୍ଵାସ୍ଥ୍ୟ ଏବଂ ବିକାଶକୁ ନିରୀକ୍ଷଣ କରିବା ପାଇଁ ବ୍ୟବହୃତ ହୁଏ |
| 02:25 | ଅନିତା, ଦୟାକରି ଚିତ୍ ହୋଇ ଶୋଇଯାଅ ଯାହାଦ୍ଵାରା ମୁଁ ସୋନୋଗ୍ରାଫୀର ଉପଯୋଗିତାକୁ ପ୍ରଦର୍ଶନ କରିପାରିବି |
| 02:30 | ସୋନୋଗ୍ରାଫୀ ସାଧାରଣତଃ ଗର୍ଭଧାରଣର କୋଡିଏତମ ସପ୍ତାହରେ ସମ୍ପନ୍ନ କରାଯାଏ |
| 02:36 | ଏହା, placentaର ସୁସ୍ଥତା ଏବଂ |
| 02:40 | ଗର୍ଭାଶୟରେ ଶିଶୁଟିର ଉତ୍ତମ ଭାବେ ବିକାଶ ହେଉଛି କି ନାହିଁ ଦର୍ଶାଇ ଥାଏ |
| 02:43 | ଏହା ଜଟିଳ ସମସ୍ୟା ଯେପରି ଜନ୍ମ ପାଇଁ ଶିଶୁର ଓଜନ କମ୍ ହେବା |
| 02:48 | ଏହା ବହୁମାତ୍ରାରେ, ଆକସ୍ମିକ ଗର୍ଭପାତ ଏବଂ ଗର୍ଭପାତକୁ ନିବାରଣ କରିବାରେ ସାହାଯ୍ୟ କରେ |
| 02:54 | ଗର୍ଭାବସ୍ଥାରେ, ସ୍ଵାସ୍ଥ୍ୟର ଠିକ୍ ଯତ୍ନ ନେବା ପାଇଁ, ନିମ୍ନଲିଖିତ ଜରୁରୀ ଅଟେ- |
| 02:58 | ନିୟମିତ ପରୀକ୍ଷା |
| 03:00 | ସୋନୋଗ୍ରାଫୀର ଗୁରୁତ୍ଵ |
| 03:02 | ଲୌହହୀନତାର ନିବାରଣ ଏବଂ ସୁଷମ ଖାଦ୍ୟ |
| 03:05 | Caesarian ଦ୍ଵାରା ଜନ୍ମ ବିଷୟରେ ସୂଚନା |
| 03:07 | ବ୍ୟାୟାମର ଆବଶ୍ୟକତା |
| 03:09 | ଧନ୍ୟବାଦ ଡକ୍ଟର୍, ଅନେକ ତଥ୍ୟ ପ୍ରଦାନ ହେତୁ. ଆପଣଙ୍କ ନିର୍ଦ୍ଦେଶଗୁଡିକୁ ପାଳନ କରିବ ପାଇଁ ଆମେ କଥା ଦେଉଛୁ |
| 03:16 | ଆପଣ ଗର୍ଭାବସ୍ଥାରେ ସ୍ଵାସ୍ଥ୍ୟ ପ୍ରତି ଯତ୍ନଶିଳ ହୋଇଥିବାରୁ ମୁଁ ଗର୍ବିତ |
| 03:20 | ଏହି କାରଣରୁ, ମା’ ଓ ଶିଶୁ ସ୍ଵାସ୍ଥ୍ୟବାନ ଓ ସୁଖି ହୁଅନ୍ତି |
| 03:24 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ମନେରଖନ୍ତୁ, ଗର୍ଭାବସ୍ଥାରେ ଯତ୍ନଶିଳ ହେବେ ଏବଂ ସୁଷମ ଆହାର ଗ୍ରହଣ କରିବେ |
| 03:32 | ଶୁଣିଥିବା ହେତୁ ଧନ୍ୟବାଦ ଏବଂ ସୁସ୍ଥ ରୁହନ୍ତୁ |
| 03:35 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 03:38 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 03:40 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 03:45 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 03:49 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 03:53 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgରେ ସମ୍ପର୍କ କରନ୍ତୁ |
| 04:00 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 04:05 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
| 04:11 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 04:16 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି |
| 04:25 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |