Digital-Divide/C2/Newborn-Child-Care/Oriya

From Script | Spoken-Tutorial
Jump to: navigation, search
Time Narration
00:02 ବନ୍ଧୁଗଣ, Neonatal Childcare ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:09 ନବଯାତ ଶିଶୁର କିପରି ଯତ୍ନ ନେବା
00:12 ନୂଆ ମା’ ସମ୍ମୁଖୀନ ହେଉଥିବା କେତୋଟି ସାଧାରଣ ସମସ୍ୟା ଏବଂ
00:15 ଏହି ସମସ୍ୟାଗୁଡିକୁ କିପରି ସମାଧାନ କରିବେ
00:18 Dr. Anjali, ଅନିତାର ଘର ମଧ୍ୟକୁ ପ୍ରବେଶ କରନ୍ତି ଏବଂ ତା’ର ନବଯାତ ଶିଶୁକୁ ଦେଖି ଆନନ୍ଦିତ ହୁଅନ୍ତି
00:25 Dr. Anjali ଲକ୍ଷ୍ୟ କରନ୍ତି ଯେ, ଅନିତା ତା’ର ଶିଶୁକୁ ଭୁଲ ଭାବେ ଧରିଛନ୍ତି
00:30 ସେ ଶିଶୁକୁ ଧରିଲା ବେଳେ ଯତ୍ନବାନ୍ ହେବା ପାଇଁ ଅନିତାକୁ କୁହନ୍ତି
00:35 Dr. Anjali ତା’କୁ, ଶିଶୁର ମୁଣ୍ଡକୁ କିପରି ଯତ୍ନରେ ରଖିବ ଏବଂ କିପରି ଧରିବ ପ୍ରଦର୍ଶନ କରନ୍ତି
00:41 ଶିଶୁକୁ ଧରିଲା ବେଳେ କିମ୍ବା ଶୁଆଇଲା ବେଳେ
00:43 ଚିତ୍ କରି ଶୁଆଇବ
00:45 ଡକ୍ଟର୍ ଅନିତାକୁ ଛୁଆକୁ ଧରିଲା ବେଳେ ଅଯତ୍ନଶିଳ ହେବ ନାହିଁ ବୋଲି ପରମର୍ଶ ଦିଅନ୍ତି
00:51 ଏହିସବୁ ତାଙ୍କ ପାଇଁ ନୂଆ ବୋଲି, ଅନିତା ଡକ୍ଟରଙ୍କୁ କୁହନ୍ତି
00:55 ଏବଂ ତାଙ୍କ ନବଯାତ ଶିଶୁର ଉତ୍ତମ ଯତ୍ନ ପାଇଁ ଡକ୍ଟରଙ୍କ ପରାମର୍ଶ ଚାହାଁନ୍ତି
01:02 Dr. Anjali ଖୁସିରେ ସମ୍ମତି ଜଣାନ୍ତି
01:04 ସେ ପ୍ରଥମ ଓ ସର୍ବୋପରି ଗୁରୁତ୍ଵପୁର୍ଣ୍ଣ କଥାକୁ ଇଙ୍ଗିତ କରନ୍ତି ଯେ
01:09 ଶିଶୁକୁ ଧରିବା ପୂର୍ବରୁ
01:13 ନିଜ ହାତକୁ, ସାବୁନ୍ କିମ୍ବା ପାଉଁଶରେ ସଫାକରିବ
01:15 ନବଯାତକଙ୍କ ଶରୀରରେ ଗୋଟିଏ ସୁଦୃଢ ରକ୍ଷାକାରୀ ପ୍ରଣାଳୀର ନିର୍ମାଣ ହୋଇନଥାଏ
01:19 ତେଣୁ, ସେମାନଙ୍କୁ ସହଜରେ ସଂକ୍ରମଣ ହୋଇଯାଏ
01:24 ଅନିତା ତା’ର ଛୁଆକୁ କିପରି ଖୁଆଇବ ବୋଲି ଡକ୍ଟରଙ୍କୁ ପଚାରନ୍ତି
01:28 ପ୍ରତି ଦୁଇ ରୁ ତିନି ଘଣ୍ଟା ଅନ୍ତରରେ ଗୋଟିଏ ନବଯାତ ଶିଶୁକୁ ଖୁଆଇବା ଦରକାର ବୋଲି ଡକ୍ଟର୍ ଅନିତାକୁ କୁହନ୍ତି
01:37 ଛୁଆର ସ୍ଵାସ୍ଥ୍ୟ ପାଇଁ ଏବଂ ରକ୍ଷାକାରୀ ପ୍ରଣାଳୀର ବିକାଶ ପାଇଁ ସ୍ତନ୍ୟପାନ
01:43 ଅତ୍ୟନ୍ତ ଗୁରୁତ୍ଵପୁର୍ଣ୍ଣ ବୋଲି ସେ ବର୍ଣ୍ଣନା କରନ୍ତି
01:46 ଯଦି ଆପଣ ସ୍ତନ୍ୟପାନ କରାଉଛନ୍ତି, ତେବେ 10-15 ମିନିଟ୍ ସମୟ ଅନ୍ତରରେ ଛୁଆକୁ ପ୍ରତ୍ୟେକ ସ୍ତନ ଖାଇବାକୁ ସୁଯୋଗ ଦିଅନ୍ତୁ
01:56 ତା’ପରେ ଅନିତା, ଛୁଆର formula-feeding ବିଷୟରେ ଡକ୍ଟରଙ୍କୁ ପଚାରନ୍ତି
02:00 ମହିଳା ଡକ୍ଟର ବର୍ଣ୍ଣନା କରନ୍ତି ଯେ
02:02 ଯଦି ଆପଣ ଆପଣଙ୍କ ଶିଶୁକୁ formula-feeding କରାନ୍ତି, ଉଦାହରଣସ୍ଵରୂପ: milk-substitutes,
02:08 ତା’ହେଲେ ପ୍ରତ୍ୟେକ ଥର ଖୁଆଇବା ସମୟରେ ଏହା ପାଖାପାଖି 60-90 gms ହେବା ଆବଶ୍ୟକ
02:14 ତା’ପରେ ଅନିତା, ଛୁଆକୁ କିପରି ଓ କେତେବେଳେ ଗାଧୋଇବା ବିଷୟରେ ଡକ୍ଟରଙ୍କୁ ପଚାରିଥାନ୍ତି
02:21 ପ୍ରଥମ କିଛି ସପ୍ତାହ ଶିଶୁ ଅତି ରୋଗପ୍ରବଣ ଥାଏ ବୋଲି ଡକ୍ଟର୍ ବର୍ଣ୍ଣନା କରନ୍ତି
02:28 ସେ କେବଳ ଶିଶୁକୁ ସ୍ପଞ୍ଜ୍ ବାଥ୍ କରିବା ପାଇଁ କୁହନ୍ତି,
02:33 (a) umbilical କର୍ଡ୍ ଝଡିବା
02:37 (b) circumcision ଭଲ ହେବା
02:39 (c) ନାଭି ସମ୍ପୂର୍ଣ୍ଣ ଭଲ ହୋଇଯିବା ପର୍ଯ୍ୟନ୍ତ
02:43 ପ୍ରାରମ୍ଭିକ ସମୟ ପରେ, ସପ୍ତାହକୁ ଦୁଇରୁ ତିନି ଥର ଏକ ସୂକ୍ଷ୍ମ ସାବୁନ୍ ସାହାଯ୍ୟରେ ଗାଧୋଇ ଦେବା ଛୁଆ ପାଇଁ ଯଥେଷ୍ଟ ବୋଲି ଡକ୍ଟର୍ ବର୍ଣ୍ଣନା କରନ୍ତି
02:53 ଏହା ଛୁଆକୁ ବର୍ଷେ ହେବା ପର୍ଯ୍ୟନ୍ତ ଜାରି ରଖନ୍ତୁ
02:56 ବାରମ୍ବାର ଗାଧୋଇବା ଦ୍ଵାରା ଚର୍ମ ଶୁସ୍କ ହେବାର ସମ୍ଭାବନା ଥାଏ
03:01 ଛୁଆଠାରେ କିଛି ଆମ୍ପୁଡା ଦାଗ ଥିବାର Dr. Anjali ଲକ୍ଷ କରନ୍ତି
03:06 ଅନିତା ଡରିଯା’ନ୍ତି
03:08 ଏହି ଭଳି ଆମ୍ପୁଡା ଦାଗର କିପରି ଯତ୍ନ ନେଇ ହେବ ବୋଲି ସେ ଡକ୍ଟରଙ୍କୁ ପଚାରନ୍ତି
03:13 ଏହି ଆମ୍ପୁଡା ଦାଗ ଓଦା ଡାଇପର୍ ଯୋଗୁଁ ବୋଲି ଡକ୍ଟର୍ ବର୍ଣ୍ଣନା କରନ୍ତି
03:19 ଆଗକୁ ସେ କୁହନ୍ତି ଯେ, ଛୁଆର କପଡାକୁ ବରମ୍ବାର ବଦଳାଇବା ଆବଶ୍ୟକ ଏବଂ ଝାଡା କଲା ପରେ ଯେତେ ଶୀଘ୍ର ହେବ କରିବେ
03:29 ସୂକ୍ଷ୍ମ ସାବୁନ୍ ଓ ପାଣିରେ ସଫାକଲା ପରେ, ପୋଛି ଶୁଖାଇ ଦିଅନ୍ତୁ
03:34 ତା’ପରେ କିଛି ବେବୀ ପାଉଡର୍ ଲଗାଇଦିଅନ୍ତୁ, ଏହାକୁ ଶୁଖିଲା ରଖିବା ପାଇଁ
03:39 ଯଦି ଆପଣ କପଡା ଡାଇପର୍ ବ୍ୟବହାର କରନ୍ତି ତେବେ ଏହାକୁ ଉଷୁମ୍ ପାଣିରେ କିଛି ଅସଂକ୍ରାମକ ଯେପରି ଡେଟଲ୍ ସହିତ ସଫା କରନ୍ତୁ ବୋଲି ଡକ୍ଟର୍ କୁହନ୍ତି
03:49 ଶିଶୁକୁ ଦିନରେ କିଛି ସମୟ ବିନା ଡାଇପରରେ ରଖିବା ମଧ୍ୟ ଗୋଟିଏ ଭଲ ଚିନ୍ତା ଅଟେ
03:55 ଅନିତା ଡକ୍ଟରଙ୍କୁ ଧନ୍ୟବାଦ ଜଣାନ୍ତି ଏବଂ ସେ ତା’ଙ୍କ ପରାମର୍ଶଗୁଡିକୁ ମନେରଖିବେ ବୋଲି କୁହନ୍ତି
04:02 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
04:05 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
04:09 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
04:12 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
04:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
04:25 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
04:29 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgରେ ସମ୍ପର୍କ କରନ୍ତୁ
04:39 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
04:44 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
04:53 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
05:16 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
05:19 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep