Digital-Divide/C2/How-to-use-FOSSEE-Netbook/Oriya
From Script | Spoken-Tutorial
| Time | Narration |
|---|---|
| 00:01 | ବନ୍ଧୁଗଣ, FOSSEE Netbookର ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ, ଯାହା ଆଇଆଇଟି ବମ୍ୱେ ଦ୍ଵାରା ପରିଚାଳିତ |
| 00:09 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: |
| 00:12 | FOSSEE ନେଟବୂକରେ ଥିବା ଡେସ୍କଟପ୍, |
| 00:14 | ଏହା ସହିତ ଆସୁଥିବା କିଛି ପ୍ରୋଗ୍ରାମ୍ ଏବଂ |
| 00:17 | ନୂତନ ଅପରେଟିଙ୍ଗ୍ ସିଷ୍ଟମ୍ ସହିତ କିପରି ଏହାକୁ ଅପଡେଟ୍ କରିବା |
| 00:22 | ଏହାକୁ FOSSEE Netbook ଭାବେ ଗ୍ରହଣ କରାଯାଏ କାରଣ |
| 00:26 | FOSSEE ଟିମ୍: ଏହା ପାଇଁ ଉପଯୁକ୍ତ ନିର୍ଦ୍ଦେଶାବଳୀ ସହିତ ଉପସ୍ଥିତ ଅଛନ୍ତି |
| 00:30 | ଅପରେଟିଙ୍ଗ୍ ସିଷ୍ଟମରେ ପରିବର୍ତ୍ତନ କରିବା |
| 00:32 | ଗୋଟିଏ ସଫ୍ଟୱେର୍ ବଣ୍ଟନ ସହିତ ଉପସ୍ଥିତ ଏବଂ |
| 00:35 | ଅପଡେଟସ ଓ ତାଲିମ୍ ପ୍ରଦାନ କରିବା |
| 00:38 | ଅପରେଟିଙ୍ଗ୍ ସିଷ୍ଟମ୍ ନବୀନତମ Ubuntu Linuxରୁ ପ୍ରାପ୍ତ କରାଯାଇଛି |
| 00:43 | ଆଇଆଇଟି ବମ୍ବେ ଦ୍ଵାରା ପରିଚାଳିତ, FOSSEE Netbook ଗୋଟିଏ ସ୍ଵଳ୍ପ ମୂଲ୍ୟ ବିଶିଷ୍ଟ ଲାପଟପ୍ ଅଟେ |
| 00:49 | ନିର୍ଦ୍ଧାରିତ ନିୟମାବଳୀ ସହିତ ଏହା Basics Comtech Pvt. Ltd. ଦ୍ଵାରା ନିର୍ମିତ |
| 00:55 | ଏହାର ରୂପରେଖ ଶିକ୍ଷା ଓ ଗବେଷଣା ପାଇଁ ଉଦ୍ଦିଷ୍ଟ |
| 00:58 | ଏବଂ ଏହାର ମୂଲ୍ୟ ପାଖାପାଖି 5,000ରୁପୀ ସହିତ customs, taxes, ପ୍ରଭୃତି |
| 01:03 | ଏହି ଟ୍ୟୁଟୋରିଆଲ୍ ରେକର୍ଡ୍ କରିବା ପାଇଁ ମୁଁ ଗୋଟିଏ FOSSEE Netbook ବ୍ୟବହାର କରୁଛି |
| 01:08 | FOSSEE ଦ୍ଵରା ବଣ୍ଟନ ହେଉଥିବା GNU/Linux Operating System ଏବଂ |
| 01:12 | Kazam ସ୍କ୍ରୀନ୍ recorder ଭର୍ସନ୍ 1.4.5 |
| 01:17 | ବର୍ତ୍ତମାନ ଚାଲନ୍ତୁ FOSSEE Netbookକୁ ନିରିକ୍ଷଣ କରିବା |
| 01:20 | FOSSEE Netbook ଏହି ଭଳି ଦେଖାଯାଏ |
| 01:24 | ଏହା ପାଖାପାଖି 700gms ଓଜନ ହେବ |
| 01:28 | ଏହାର ଗୋଟିଏ 10 ଇଞ୍ଚ display ଏବଂ ଏକ touch-pad ଅଛି |
| 01:31 | ସମ୍ମୁଖରେ ଗୋଟିଏ କ୍ୟାମେରା ଏବଂ ଦୁଇଟି ନିର୍ମିତ speakers ଅଛି |
| 01:35 | ଏହାର ଦୁଇଟି କାର୍ଯ୍ୟକାରୀ USB ପୋର୍ଟ୍, ଗୋଟିଏ mini HDMI ପୋର୍ଟ୍, ଏକ Lan ପୋର୍ଟ୍ ଅଛି |
| 01:43 | ଅଡିଓ ସପୋର୍ଟ୍ ପାଇଁ ଏହାର headphone ଓ mic jacks ପୃଥକ୍ ଭାବେ ଅଛନ୍ତି |
| 01:49 | ଏହାର ଗୋଟିଏ SD card slot ମଧ୍ୟ ଅଛି ଯାହା 32GB ପର୍ଯ୍ୟନ୍ତ ସହାୟକ ହୋଇପାରେ |
| 01:56 | ଏହାର ଗୋଟିଏ 5000 mAH ବ୍ୟାଟେରୀ ଅଛି |
| 01:59 | ବ୍ୟବହୃତ ପ୍ରୋଗ୍ରାମ୍ ଉପରେ ନିର୍ଭରକରି, ଏହା ପାଖାପାଖି 4 to 8 hours ପର୍ଯ୍ୟନ୍ତ ବ୍ୟାକ୍-ଅପ୍ ଦେଇଥାଏ |
| 02:04 | ଏହାର 1GB RAM ଓ 8GB ROM ଅଛି |
| 02:07 | ଏହା wi-fi ଓ bluetoothକୁ ମଧ୍ୟ ସପୋର୍ଟ୍ କରେ |
| 02:11 | ହାର୍ଡ୍ୱୱେର୍ ଉପରେ ସବିଶେଷ ତଥ୍ୟ ପାଇବା ପାଇଁ, ଦାୟାକରି http://netbook.fossee.inକୁ ଯା’ନ୍ତୁ |
| 02:19 | FOSSEE OSର recovery/update/re-installation ପାଇଁ, ୟୁଜର୍ ନିମ୍ନଲିଖିତ କରିବା ଆବଶ୍ୟକ |
| 02:25 | netbook.fossee.in/recoveryରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ସହିତ sdcardକୁ ପ୍ରସ୍ତୁତ କରନ୍ତୁ |
| 02:33 | FOSSEE Netbookକୁ ବନ୍ଦ କରନ୍ତୁ |
| 02:35 | slotରେ sdcardକୁ ପ୍ରବେଶ କରନ୍ତୁ ଏବଂ Power କୀକୁ ଦାବି ଧରନ୍ତୁ |
| 02:41 | ସ୍କ୍ରୀନ୍ ଉପରେ Entering recovery mode..., ଏହି ଭଳି ଗୋଟିଏ ଟେକ୍ସଟ ବାର୍ତ୍ତା ପ୍ରଦର୍ଶିତ ହେବ |
| 02:46 | ପରବର୍ତ୍ତି ସ୍କ୍ରୀନରେ ପ୍ରଦର୍ଶିତ ହୋଇଥିବା ଉପଯୁକ୍ତ ଅପଶନକୁ ଚୟନ କରନ୍ତୁ |
| 02:51 | ଏଠାରେ ଆପଣ FOSSEE Netbookର ଡେସ୍କଟପ୍ ସହିତ FOSSEE OSକୁ ଦେଖିବାକୁ ପାଇବେ |
| 02:57 | ଡିଫଲ୍ଟ ଭାବେ କିଛି ଆଇକନକୁ ଆପଣ ଡେସ୍କଟପ୍ ଉପରେ ଦେଖିବାକୁ ପାଇବେ |
| 03:01 | ଅନ୍ୟ କମ୍ପ୍ୟୁଟର୍ ଭଳି, ଆଇକନ୍ ସମ୍ବନ୍ଧିତ applicationକୁ ଖୋଲିବା ପାଇଁ, ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 03:09 | ଏଠାରେ, ନିମ୍ନରେ ଡାହାଣ ପଟେ Network ସଂଯୋଗ ପାଇଁ ଆଇକନ୍ ଅଛି |
| 03:15 | ବର୍ତ୍ତମାନ ଏହା No network connection ପ୍ରଦର୍ଶନ କରୁଅଛି |
| 03:18 | ଚାଲନ୍ତୁ ଗୋଟିଏ networkକୁ କିପରି ସଂଯୋଗ କରାଯାଏ ଶିଖିବା |
| 03:21 | wi-fi ସଂଯୋଗ ପାଇଁ, icon ଉପରେ କ୍ଲିକ୍ କରନ୍ତୁ |
| 03:25 | ଉପଲବ୍ଧ ଥିବା ସଂଯୋଗଗୁଡିକର ଗୋଟିଏ ତାଲିକା ପ୍ରଦର୍ଶିତ ହେବ |
| 03:30 | ଏଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏ, ଯାହାର wi-fi network ପାସୱର୍ଡ ଆପଣଙ୍କୁ ଜଣାଥିବ ତାହା ସହିତ ସଂଯୋଗ କରିପାରିବେ |
| 03:35 | ମୋ ମେସିନରେ ଉପଲବ୍ଧ ଥିବା ନେଟୱର୍କଗୁଡିକ ମଧ୍ୟରୁ ଗୋଟିଏକୁ ଚୟନ କରିବି |
| 03:40 | ଏବଂ ତା’ପରେ ପାସୱର୍ଡ୍ ଟାଇପ୍ କରିବି ଏବଂ Connect ବଟନ୍ ଉପରେ କ୍ଲିକ୍ କରିବି |
| 03:46 | System Trayରେ ଥିବା ନେଟୱର୍କ୍ ଆଇକନକୁ ଲକ୍ଷ କରନ୍ତୁ |
| 03:50 | ବର୍ତ୍ତମାନ iconଟି ବଦଳିଗଲା |
| 03:52 | ବର୍ତ୍ତମାନ ସଂଯୋଗ ହୋଇଥିବା ନେଟୱର୍କର ନାମକୁ ଏହା ପ୍ରଦର୍ଶନ କରିବ |
| 03:57 | ବର୍ତ୍ତମାନ ଚାଲନ୍ତୁ ଡେସ୍କଟପର ନିମ୍ନର ବାମପଟ କୋଣଆଡକୁ ଧ୍ୟାନ ଦେବା |
| 04:03 | ଏଠାରେ Start ମେନୁକୁ ପ୍ରାପ୍ତକରିବା ଯାହା ମୂଖ୍ୟ ମେନୁ ଅଟେ |
| 04:07 | Start ମେନୁ ଉପଲବ୍ଧ ସମସ୍ତ ସଫ୍ଟୱେର ଓ applicationଗୁଡିକୁ ତାଲିକାଭୁକ୍ତ କରି ଗୋଟିଏ ଶ୍ରେଣୀ ଆକାରରେ ପ୍ରଦର୍ଶିତ କରିଥାଏ |
| 04:14 | ତାଲିକାଭୁକ୍ତ software କିମ୍ବା applicationsକୁ ଜାଣିବା ପାଇଁ, ପ୍ରତ୍ୟେକ ଶ୍ରେଣୀ ଉପରେ କ୍ଲିକ୍ କରନ୍ତୁ |
| 04:21 | ଚାଲନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦେଖିବା |
| 04:24 | Education ଶ୍ରେଣୀରେ ଏହି ସମସ୍ତ applicationଗୁଡିକ ତାଲିକାଭୁକ୍ତ ଅଛନ୍ତି |
| 04:28 | ଏଠାରେ Geogebra ଅଛି |
| 04:31 | ଆଲଜେବ୍ରା ଓ ଜ୍ୟାମିତିର ଧାରାକୁ ଶିଖିବା ପାଇଁ ଏହା ଗୋଟିଏ ଅତି ଉତ୍ତମ ଫ୍ରୀ ସଫ୍ଟୱେର୍ ଅଟେ |
| 04:37 | ଏହା ସାଧାରଣତଃ 6th ଗ୍ରେଡରୁ ଉପର ଛାତ୍ରଛାତ୍ରୀମାନଙ୍କ ପାଇଁ ଦରକାରି ହୋଇଥାଏ |
| 04:41 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ Geogebra ଶିଖିବା ପାଇଁ ଅତି ଉତ୍ତମ ଟ୍ୟୁଟୋରିଆଲଅଗୁଡିକୁ ପ୍ରସ୍ତୁତ କରିଅଛି |
| 04:47 | ଏଗୁଡିକ http://spoken-tutorial.org ମାଧ୍ୟମରେ ବିନା ମୂଲ୍ୟରେ ଉପଲବ୍ଧ |
| 04:53 | ଆପଣ ଏହି link କିପରି ଦେଖାଯାଏ, browser windowରେ ଦେଖିପାରିବେ |
| 04:57 | ଏବଂ ଆପଣ ଦେଖିପାରିବେ ଯେ ଏହି ଟ୍ୟୁଟୋରିଆଲଗୁଡିକ ଅନେକ ଭାରତୀୟ ଭାଷାରେ ମଧ୍ୟ ଉପଲବ୍ଧ ଅଛି |
| 05:03 | ଏହି ପେଜରେ, ଏହି ଭଳି ଅନେକ ଫ୍ରୀ ସଫ୍ଟୱେର୍ netbookରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ସହିତ ଉପଲବ୍ଧ ଅଛି |
| 05:10 | ଅଳ୍ପ ସମୟରେ ମୁଁ ସେମାନଙ୍କୁ ପ୍ରଦର୍ଶନ କରିବି |
| 05:13 | Start ମେନୁକୁ ଫେରିଆସନ୍ତୁ |
| 05:15 | ଚାଲନ୍ତୁ ଅନ୍ୟ ଏକ ସଫ୍ଟୱେର୍ Jmolକୁ ଦେଖିବା |
| 05:19 | ଏହା କେମିକାଲ୍ ଷ୍ଟ୍ରକଚର୍ ଯେପରି molecules, bonds ପ୍ରଭୃତିକୁ 3Dରେ ଦେଖିବା ପାଇଁ ଅତ୍ୟନ୍ତ ଦରକାରି ଅଟେ |
| 05:26 | Jmol ଉପରେ ଥିବା ଟ୍ୟୂଟୋରିଆଲଗୁଡିକ ସ୍ପୋକନ୍ ଟ୍ୟୂଟୋରିଆଲ୍ ୱେବସାଇଟରେ ଅନେକ ଭାଷାରେ ଉପଲବ୍ଧ ଅଛି |
| 05:33 | Start ମେନୁରେ, ଅନ୍ୟ ଏକ ଶ୍ରେଣୀ Graphicsକୁ ଚାଲନ୍ତୁ ଦେଖିବା |
| 05:40 | ଏଠାରେ ଆପଣ, GIMP, Inkscape ଓ Xfigକୁ ଦେଖିବାକୁ ପାଇବେ |
| 05:46 | GIMP, Inkscape ଓ Xfig ଉପରେ ଅନେକ ଟ୍ୟୂଟୋରିଆଲ୍ ସ୍ପୋକନ୍ ଟ୍ୟୂଟୋରିଆଲ୍ ୱେବସାଇଟରେ ଉପଲବ୍ଧ ଅଛି |
| 05:54 | ଏହି graphic software ଗୁଡିକର ବ୍ୟବହାର ଶିଖିବା ପାଇଁ, ଏହି ଟ୍ୟୁଟୋରିଆଲଗୁଡିକୁ ବ୍ୟବହାର କରିପାରିବେ |
| 06:01 | ବର୍ତ୍ତମାନ Internetରେ ଥିବା ଶ୍ରେଣୀକୁ ଦେଖିବା ଏବଂ ଏଠାରେ ଏହି ଅପଶନଗୁଡିକ ଉପଲବ୍ଧ ଅଛି |
| 06:07 | ଏଠାରେ ଆମର Firefox Web Browser ଅଛି |
| 06:10 | ଏବଂ Firefoxର ବ୍ୟବହାର ଶିଖିବା ପାଇଁ ଏଠାରେ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକ ଅଛନ୍ତି |
| 06:15 | ପୁନର୍ବାର ଏହା ଅନେକ ଭାରତୀୟ ଭାଷାରେ ଉପଲବ୍ଧ ଅଛି |
| 06:20 | Office ଶ୍ରେଣୀରେ, ଆମ ପାଖରେ ସମ୍ପୁର୍ଣ୍ଣ LibreOffice Suite ଅଛି - Writer, Calc, Impress, Base, Draw ଓ Math |
| 06:31 | ସ୍ପୋକନ୍ ଟ୍ୟୂଟୋରିଆଲ୍ ୱେବସାଇଟରେ, ସମ୍ପୁର୍ଣ୍ଣ LibreOffice Suiteକୁ ଶିଖିବା ପାଇଁ ଟ୍ୟୁଟୋରିଆଲଗୁଡିକ ଉପଲବ୍ଧ ଅଛନ୍ତି |
| 06:37 | ଚାଲନ୍ତୁ Programming ଶ୍ରେଣୀକୁ ଯିବା |
| 06:40 | ଏଠାରେ ଆପଣ iPythonକୁ ଦେଖିପାରିବେ |
| 06:43 | ଏଠାରେ ସ୍ପୋକନ୍ ଟ୍ୟୂଟୋରିଆଲ୍ ୱେବସାଇଟରେ Pythonର ଗୋଟିଏ ସିରିଜ୍ ଅଛି |
| 06:47 | ଏଠାରେ Scilab ମଧ୍ୟ ଅଛି |
| 06:50 | ପୁନର୍ବାର, ସ୍ପୋକନ୍ ଟ୍ୟୂଟୋରିଆଲ୍ ୱେବସାଇଟରେ, Scilab ଶିଖିବା ପାଇଁ ଟ୍ୟୁଟୋରିଆଲଗୁଡିକ ଉପଲବ୍ଧ ଅଛନ୍ତି |
| 06:56 | Code Blocks ଓ Geany ଭଳି କିଛି IDE ମଧ୍ୟ ଅଛନ୍ତି |
| 07:01 | ଏମାନଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା Spoken Tutorials ଉପଲବ୍ଧ ହୋଇନାହିଁ |
| 07:05 | କିନ୍ତୁ ଯଦି ଆପଣ ଇଣ୍ଟରନେଟରେ ସର୍ଚ କରିବେ, ଏଗୁଡିକ ଉପରେ ମଧ୍ୟ ଦରକାରି ଶିକ୍ଷଣିୟ ଉପାଦାନ ପାଇବେ |
| 07:12 | ଚାଲନ୍ତୁ Sound & Videoରେ ଉପଲବ୍ଧ ଥିବା applicationଗୁଡିକୁ ଦେଖିବା |
| 07:17 | ତେଣୁ, ଆମ ପାଖରେ Audacity ଅଛି ଯାହା audio tracksକୁ ରେକର୍ଡ୍ କରିବା ପାଇଁ ବ୍ୟବହୃତ ହୁଏ |
| 07:22 | ଏବଂ ଏଠାରେ Audacityର ବ୍ୟବହାର ଶିଖିବା ପାଇଁ ଟ୍ୟୁଟୋରିଆଲଗୁଡିକ ଉପଲବ୍ଧ ଅଛି |
| 07:26 | Desktop, Keyboard, Monitor, Network ପ୍ରଭୃତିକୁ କଷ୍ଟମାଇଜ୍ କରିବା ପାଇଁ Preferencesରେ ଅପଶନଗୁଡିକ ଅଛି |
| 07:33 | Customize Look and Feel ଅପଶନ୍ ଉପରେ କ୍ଲିକ୍ କରନ୍ତୁ |
| 07:37 | ଡିଫଲ୍ଟ ଭାବେ ଆମେ Widget ଟାବ୍ ମଧ୍ୟରେ ଅଛନ୍ତି |
| 07:40 | ଏଠାରେ ଜଣେ, ପ୍ରଦର୍ଶିତ windowsର ଡିଫଲ୍ଟ themeକୁ ବଦଳାଇ ପାରିବ |
| 07:45 | ପ୍ରଦତ୍ତ ତାଲିକାରୁ, ଆପଣଙ୍କ ପସନ୍ଦର themeକୁ ଚୟନ କରନ୍ତୁ |
| 07:51 | ଆସନ୍ତା ଟ୍ୟୁଟୋରିଆଲଗୁଡିକରେ, ଆମେ ଅନ୍ୟାନ୍ୟ ସମସ୍ତ ଟାବଗୁଡିକ ଏବଂ ସେମାନଙ୍କର ଅପଶନଗୁଡିକ ବିଷୟରେ ସବିଶେଷ ଶିଖିବା |
| 07:57 | shutdown, lock the screen କିମ୍ବା logout କରିବା ପାଇଁ, Logout ଅପଶନ୍ ବ୍ୟବହାର ହୁଏ |
| 08:03 | Cancel ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 08:05 | Start ମେନୁ ପରେ ଥିବା ଆଇକନଟି ହେଉଛି Desktopକୁ ଯିବା ପାଇଁ shortcut |
| 08:10 | ଏହା ଉପରେ କ୍ଲିକ୍ କରନ୍ତୁ |
| 08:12 | ଏହା ଖୋଲାଥିବା ସମସ୍ତ windowsକୁ ଆଇକନରେ ପରିଣତ କରିଦିଏ ଏବଂ କେବଳ ଡେସ୍କଟପକୁ ପ୍ରଦର୍ଶନ କରେ |
| 08:18 | ବର୍ତ୍ତମାନ Desktop ଉପରେ ଥିବା କିଛି ଆଇକନଗୁଡିକୁ ଦେଖିବା |
| 08:23 | ଏଠାରେ Terminal ଅଛି |
| 08:25 | ଏହା command line interface ଅଟେ |
| 08:28 | Terminalର ବ୍ୟବହାର ଶିଖିବା ପାଇଁ, ଦୟାକରି BOSS Linux, ସ୍ପୋକନ୍ ଟ୍ୟୁଟୋରିଆଲ୍ ସିରିଜକୁ ଅନୁକରଣ କରନ୍ତୁ |
| 08:34 | File Manager ଫଙ୍କଶନ୍ ଯେପରି, My Computer ଅପଶନ୍ Windows OSରେ ଅଛି |
| 08:39 | ଏହି windowରୁ ଆପଣ କୌଣସି ଫୋଲ୍ଡର୍ କିମ୍ବା ଫାଇଲକୁ ଖୋଲି ପାରିବେ |
| 08:47 | Software Center, ଆପଣ ଚାହୁଁଥିବା ସମସ୍ତ ସଫ୍ଟୱେରଗୁଡିକୁ ଇନଷ୍ଟଲ୍ କରିବାରେ ସାହାଯ୍ୟ କରିବ |
| 08:58 | Language Support, FOSSEE OS ସପୋର୍ଟ୍ କରୁଥିବା ସମସ୍ତ ଭାଷାକୁ ତାଲିକାଭୁକ୍ତ କରିଥାଏ |
| 09:05 | ଡେସ୍କଟପ୍ ଉପରେ ଥିବା Readme ନାମକ ଗୋଟିଏ pdfକୁ ଲକ୍ଷ କରନ୍ତୁ |
| 09:10 | ଦୟାକରି ଏହି pdfକୁ ଖୋଲନ୍ତୁ ଏବଂ ପଢନ୍ତୁ |
| 09:17 | ଏହା ଆପଣଙ୍କୁ Netbook ଉପରେ ସଂକ୍ଷିପ୍ତରେ ସାଧାରଣ ସମୀକ୍ଷା ପ୍ରଦାନ କରିବ |
| 09:27 | ଏହା ସହିତ, ଆମେ How to use the FOSSEE Netbook ଉପରେ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ |
| 09:33 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, http://spoken-tutorial.org/What_is_a_Spoken_Tutorial. ଦୟାକରି ଏହାକୁ ଦେଖନ୍ତୁ |
| 09:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 09:48 | ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ |
| 09:51 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଆର୍ଥିକ ସାହାଯ୍ୟ ପ୍ରାପ୍ତ କରିଥାଏ |
| 09:57 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 10:04 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |