C-and-Cpp/C4/Function-Call/Oriya
From Script | Spoken-Tutorial
| Time | Narration |
| 00:01 | “C ଓ C++ ରେ ଫଙ୍କସନ୍ କଲ୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଫଙ୍କସନ୍ କଲ୍ ର ପ୍ରକାର ବିଷୟରେ ଶିଖିବା, ଯେପରି- |
| 00:13 | କଲ୍ ବାଏ ଭାଲ୍ୟୁ,କଲ୍ ବାଏ ରେଫରେନ୍ସ |
| 00:16 | ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା |
| 00:19 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି “ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍” ଭର୍ସନ ୧୧.୧୦, |
| 00:26 | “gcc” ଏବଂ “g++” କମ୍ପାଇଲର୍ ଭର୍ସନ୍ ୪.୬.୧ |
| 00:31 | ଆସନ୍ତୁ “ଫଙ୍କସନ୍ କଲ୍ ବାଏ ଭାଲ୍ୟୁ”ର ପରିଚୟ ସହିତ ଆରମ୍ଭ କରିବା |
| 00:35 | ଏହା ଫଙ୍କସନ୍ ରେ “ଆର୍ଗୁମେଣ୍ଟସ୍” ପାସ୍ କରିବାର ଏକ ପଦ୍ଧତି |
| 00:40 | ଯେତେବେଳେ ଭାଲ୍ୟୁ ଦ୍ୱାରା ଭେରିଏବଲ୍ ପାସ୍ କରୁ, ଏହା ଭେରିଏବଲ୍ର ଏକ କପି ତିଆରି କରେ |
| 00:45 | ଫଙ୍କସନ୍ ରେ ପାସ୍ କରିବା ପୂର୍ବରୁ |
| 00:48 | ଫଙ୍କସନ୍ ଭିତରେ କରାଯାଇଥିବା ଆର୍ଗୁମେଣ୍ଟସ୍ ରେ ପରିବର୍ତ୍ତନ ଫଙ୍କସନ୍ ରେ ହିଁ ରହିବ |
| 00:54 | ଏହା ଫଙ୍କସନ୍ ବାହାରେ ପ୍ରଭାବିତ ହେବନାହିଁ |
| 00:58 | “ଫଙ୍କସନ୍ କଲ୍ ବାଏ ଭାଲ୍ୟୁ” ଉପରେ ପ୍ରୋଗ୍ରାମ୍ ଦେଖନ୍ତୁ |
| 01:02 | ମୁଁ ଏଡିଟରରେ ଟାଇପ୍ କରିସାରିଥିବା ପ୍ରୋଗ୍ରାମ୍ କୁ ଖୋଲିବି |
| 01:08 | ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା “କଲ୍ ବାଏଭାଲ ଡଟ୍ ସି” (callbyval.c) |
| 01:13 | ଏହି ପ୍ରୋଗ୍ରାମ୍ ରେ ଆମେ, ସଂଖ୍ୟାର ଘନକୁ ଗଣନା କରିବା | ଏବେ ମୁଁ କୋଡ୍ ବୁଝାଉଛି |
| 01:19 | ଏହା ହେଉଛି ଆମର “ହେଡର୍ ଫାଇଲ୍” |
| 01:21 | ଏଠାରେ “କ୍ୟୁବ୍” ଫଙ୍କସନ୍ ଅଛି ଯାହାର “int x” ଭଳି ଏକ “ଆର୍ଗୁମେଣ୍ଟ” ରହିଛି |
| 01:27 | ଏହି ଫଙ୍କସନ୍ ରେ ଆମେ “ଏକ୍ସ”ର କ୍ୟୁବ୍ ଗଣନା କରିବା ଏବଂ “ଏକ୍ସ”ର ଭାଲ୍ୟୁ ରିଟର୍ନ କରିବା |
| 01:33 | ଏହା ହେଉଛି ଆମର “ମେନ୍() ଫଙ୍କସନ୍ ” |
| 01:36 | ଏଠାରେ ଆମେ “n”ର ଭାଲ୍ୟୁ “୮” ଦେଉ, “n” ଏକ ଇଣ୍ଟିଜର୍ ଭେରିଏବଲ୍ ଅଟେ |
| 01:43 | ତାହାପରେ ଆମେ “କ୍ୟୁବ୍” ଫଙ୍କସନ୍ କଲ୍ କରିବା |
| 01:45 | ଏବଂ “n” ର ଭାଲ୍ୟୁ ଓ “n” ର ଘନ ପ୍ରିଣ୍ଟ କରିବା |
| 01:49 | ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ |
| 01:52 | ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
| 01:54 | କୀ’ବୋର୍ଡରେ ଏକକାଳୀନ Ctrl, Alt ଓ T ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
| 02:02 | କମ୍ପାଇଲ କରିବା ପାଇଁ, gcc ସ୍ପେସ୍ callbyval.c ସ୍ପେସ୍ ହାଇଫେନ୍ o ସ୍ପେସ୍ val ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
| 02:12 | ଏବେ, “ଡଟ୍ ସ୍ଲାସ୍ ଭାଲ୍ (./val)” ଟାଇପ୍ କରି “ଏଣ୍ଟର୍” ଦବାନ୍ତୁ |
| 02:16 | ଆଉଟପୁଟ୍ ଏହିପରି ଡିସପ୍ଲେ ହେବ: Cube of 8 is 512. |
| 02:23 | ବର୍ତ୍ତମାନ “ଫଙ୍କସନ୍ କଲ୍ ବାଏ ରେଫରେନ୍ସ” ଦେଖିବା |
| 02:26 | ଆମ ସ୍ଲାଇଡ୍ସକୁ ଫେରିଯିବା |
| 02:29 | ଏହା, ଫଙ୍କସନ୍ କୁ “ଆର୍ଗୁମେଣ୍ଟ” ପାସ୍ କରିବାର ଅନ୍ୟଏକ ପ୍ରଣାଳୀ ଅଟେ |
| 02:33 | ଏହି ପ୍ରଣାଳୀ ଭାଲ୍ୟୁ ବଦଳରେ ଆର୍ଗୁମେଣ୍ଟ ର ଆଡ୍ରେସ୍ କପି କରେ |
| 02:39 | ଫଙ୍କସନ୍ ଭିତରେ ଆର୍ଗୁମେଣ୍ଟରେ କରାଯାଇଥିବା ପରିବର୍ତ୍ତନ, ସେଗୁଡ଼ିକୁ ବାହାରେ ପ୍ରଭାବିତ କରିପାରେ |
| 02:45 | ଏଥିରେ ଆର୍ଗୁମେଣ୍ଟସକୁ ପଏଣ୍ଟର୍ ଟାଇପ୍ ରୂପେ ଘୋଷିତ କରିବା ଆବଶ୍ୟକ ଅଛି |
| 02:50 | “ଫଙ୍କସନ୍ କଲ୍ ବାଏ ରେଫରେନ୍ସ” ଉପରେ ଏକ ଉଦାହରଣ ଦେଖିବା |
| 02:54 | ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା callbyref.c |
| 02:59 | stdio.h ହେଉଛି ଆମର ହେଡର୍ ଫାଇଲ୍ |
| 03:03 | ଆମ ପାଖରେ “ସ୍ୱାପ୍” ଫଙ୍କସନ୍ ଅଛି |
| 03:06 | ଏହି ଫଙ୍କସନ୍, ଭେରିଏବଲ୍ସ ର ଭାଲ୍ୟୁ ବଦଳାଇବ |
| 03:10 | 'a'ର ଭାଲ୍ୟୁ 'b' ଭାଲ୍ୟୁରେ ଏବଂ ଓଲଟା କ୍ରମରେ ଷ୍ଟୋର୍ ହେବ |
| 03:15 | ଦେଖନ୍ତୁ, ଫଙ୍କସନ୍ କୁ ପାସ୍ କରାଯାଇଥିବା “ଆର୍ଗୁମେଣ୍ଟସ୍” “ପଏଣ୍ଟର୍ ଟାଇପ୍” ଅଟେ |
| 03:21 | ଏଠାରେ ଆମେ ଏକ “ଇଣ୍ଟିଜର” ଭେରିଏବଲ୍ t ଘୋଷିତ କରିଛୁ |
| 03:25 | ପ୍ରଥମେ, “a” ର ଭାଲ୍ୟୁ “t” ରେ ଷ୍ଟୋର୍ ହୁଏ |
| 03:28 | ତାହାପରେ “b” ର ଭାଲ୍ୟୁ “a” ରେ ଷ୍ଟୋର୍ ହୁଏ |
| 03:32 | ଓ ପରେ “t” ର ଭାଲ୍ୟୁ “b” ରେ ଷ୍ଟୋର୍ ହୁଏ |
| 03:37 | ଏହିଭଳି, ଭାଲ୍ୟୁ ଗୁଡ଼ିକ ପରିବର୍ତ୍ତିତ ହୁଏ |
| 03:40 | ଏହା ହେଉଛି ଆମର “ମେନ୍()” ଫଙ୍କସନ୍ |
| 03:42 | ଏଠାରେ ଆମେ ଦୁଇଟି ଇଣ୍ଟିଜର୍ ଭେରିଏବଲ୍, i ଓ j ଘୋଷିତ କରିଛୁ |
| 03:49 | ଏହାପରେ ଆମେ ୟୁଜର୍ ଇନପୁଟ୍ ଭାବେ, i ଓ j ର ଭାଲ୍ୟୁ ନେଉ |
| 03:53 | ଆମ୍ପର୍ସେଣ୍ଡ i (&i) ଏବଂ ଆମ୍ପର୍ସେଣ୍ଡ j (&j), i ଓ j ର ମେମୋରୀ ଆଡ୍ରେସ୍ ଦେବେ |
| 03:59 | ପ୍ରଥମେ, ସ୍ୱାପିଂ କରିବା ପୂର୍ବରୁ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା |
| 04:04 | ଏହାପରେ “ସ୍ୱାପ୍” ଫଙ୍କସନ୍ କଲ୍ କରିବା |
| 04:06 | ଆଉ ତାହାପରେ ସ୍ୱାପିଂ ପରର ଭାଲ୍ୟୁସ୍ ପ୍ରିଣ୍ଟ କରିବା |
| 04:10 | ଓ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ |
| 04:13 | ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ କରିବା |
| 04:16 | ଆମ ଟର୍ମିନାଲକୁ ଫେରିଯିବା |
| 04:19 | କମ୍ପାଇଲ କରିବା ପାଇଁ gcc ସ୍ପେସ୍ callbyref ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ ref ଟାଇପ୍ କରି ଏଣ୍ଟର୍ ଦବାନ୍ତୁ |
| 04:29 | ଏବେ “ଡଟ୍ ସ୍ଲାସ୍ ref” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
| 04:33 | ଆମେ “ଏଣ୍ଟର୍ ଦ ଭାଲ୍ୟୁସ୍” ଦେଖିବା, ମୁଁ ୬ ଏବଂ ୪ ଏଣ୍ଟର୍ କରିବି |
| 04:40 | ଆଉଟପୁଟ ପ୍ରଦର୍ଶିତ ହେବ: Before swapping 6 and 4 |
| 04:44 | After swapping 4 and 6. |
| 04:48 | ଏବେ ଦେଖନ୍ତୁ ସମାନ ପ୍ରୋଗ୍ରାମ୍ କୁ C++ ରେ କେମିତି ଏକଜେକ୍ୟୁଟ୍ କରାଯାଏ |
| 04:53 | ମୋ ପାଖରେ କୋଡ୍ ଅଛି, ଆସନ୍ତୁ ଦେଖିବା |
| 04:57 | ଫଙ୍କସନ୍ କଲ୍ ବାଏ ରେଫରେନ୍ସ ହେଉଛି ଦ୍ୱିତୀୟ ପ୍ରୋଗ୍ରାମ୍ |
| 05:01 | ଦେଖନ୍ତୁ, ଆମ ଫାଇଲ୍ ନାଁ ହେଲା 'callbyref.cpp |
| 05:06 | କୋଡ୍ ମାଧ୍ୟମରେ ଯିବା |
| 05:08 | iostream ହେଉଛି ଆମ ହେଡର୍ ଫାଇଲ୍ |
| 05:12 | ଏଠାରେ ଆମେ std namespace ବ୍ୟବହାର କରୁଛୁ |
| 05:16 | C++ରେ ଫଙ୍କସନ୍ ଡିକ୍ଲାରେସନ ସମାନ ଅଟେ |
| 05:19 | ଏଥିରେ ଆମେ ଆମ୍ପର୍ସେଣ୍ଡ x ଏବଂ ଆମ୍ପର୍ସେଣ୍ଡ y ରୂପେ ଆର୍ଗୁମେଣ୍ଟସ୍ ପାସ୍ କରିବା |
| 05:25 | ଏହା x ଓ y ର ମେମୋରୀ ଆଡ୍ରେସ୍ ଦେବ |
| 05:29 | ଏହାପରେ ଆମେ ଭାଲ୍ୟୁକୁ ସ୍ୱାପ୍ କରିବା |
| 05:32 | ଅବଶିଷ୍ଟ କୋଡ୍ ଆମ C କୋଡ୍ ଭଳି ସମାନ ଅଟେ |
| 05:36 | printf ଷ୍ଟେଟମେଣ୍ଟ cout ଦ୍ୱାରା ରିପ୍ଲେସ୍ ହୁଏ ଏବଂ scanf ଷ୍ଟେଟମେଣ୍ଟ cin ଦ୍ୱାରା ରିପ୍ଲେସ୍ ହୁଏ |
| 05:44 | ବର୍ତ୍ତମାନ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା | ଟର୍ମିନାଲକୁ ଫେରିଚାଲନ୍ତୁ |
| 05:48 | କମ୍ପାଇଲ୍ କରିବା ପାଇଁ g++ ସ୍ପେସ୍ callbyref.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ ref1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
| 06:00 | ଏବେ “ଡଟ୍ ସ୍ଲାସ୍ ref1” ଟାଇପ୍ କରନ୍ତୁ | ଏଣ୍ଟର୍ ଦାବନ୍ତୁ |
| 06:05 | ଏଠାରେ ଏହା ପ୍ରଦର୍ଶିତ ହୁଏ: |
| 06:07 | Enter values of a and b |
| 06:10 | ମୁଁ ୪ ଓ ୩ ଏଣ୍ଟର୍ କରିବି |
| 06:13 | ଆଉଟପୁଟ୍ ପ୍ରଦର୍ଶିତ ହେଲା |
| 06:15 | Before swapping a and b 4 and 3 |
| 06:19 | After swapping a and b 3 and 4 |
| 06:23 | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
| 06:26 | ସ୍ଲାଇଡ୍ସକୁ ଫେରିଚାଲନ୍ତୁ |
| 06:30 | ସଂକ୍ଷେପରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
| 06:32 | ଫଙ୍କସନ୍ କଲ୍ ବାଏ ଭାଲ୍ୟୁ |
| 06:34 | ଏବଂ ଫଙ୍କସନ୍ କଲ୍ ବାଏ ରେଫରେନ୍ସ |
| 06:37 | ଏକ ଆସାଇନମେଣ୍ଟ ଭାବେ,C++ରେ କଲ୍ ବାଏ ଭାଲ୍ୟୁ ବ୍ୟବହାର କରି |
| 06:42 | ଗୋଟିଏ ସଂଖ୍ୟାର ଘନ ଗଣନା କରିବା ପାଇଁ ଏକ ସମାନ ପ୍ରୋଗ୍ରାମ୍ ଲେଖନ୍ତୁ |
| 06:46 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ଦେଖନ୍ତୁ |
| 06:49 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 06:52 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 06:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ: |
| 06:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 07:01 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 07:05 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
| 07:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 07:15 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 07:23 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 07:27 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 07:31 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |