C-and-Cpp/C4/File-Handling-In-C/Oriya
From Script | Spoken-Tutorial
| Time | Narration |
| 00:01 | “Cରେ ଫାଇଲ୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
| 00:08 | ଫାଇଲ୍ କେମିତି ଖୋଲାଯାଏ |
| 00:10 | ଫାଇଲ୍ ରୁ ଡାଟା କେମିତି ପଢ଼ାଯାଏ |
| 00:12 | ଫାଇଲ୍ ରେ କେମିତି ଡାଟା ଲେଖାଯାଏ |
| 00:15 | କିଛି ଉଦାହରଣ |
| 00:17 | ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି |
| 00:20 | “ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍” ଭର୍ସନ୍ ୧୧.୧୦, |
| 00:24 | “ଜିସିସି (gcc) କମ୍ପାଇଲର୍” ଭର୍ସନ୍ ୪.୬.୧ |
| 00:28 | ଫାଇଲ୍ସ ର ପରିଚୟ ସହ ଆରମ୍ଭ କରିବା |
| 00:31 | ଫାଇଲ୍ ହେଉଛି ଡାଟାର ସଂଗ୍ରହ |
| 00:34 | ଏହା ଗୋଟିଏ ଡାଟାବେସ, ଗୋଟିଏ ପ୍ରୋଗ୍ରାମ୍ , ଗୋଟିଏ ଅକ୍ଷର କିମ୍ବା ଅନ୍ୟକିଛି ହୋଇପାରେ |
| 00:39 | ଆମେ ଗୋଟିଏ ଫାଇଲ୍ ତିଆରି କରି ତାହାକୁ C ସାହାଯ୍ୟରେ ଆକ୍ସେସ୍ କରିପାରିବା |
| 00:44 | ବର୍ତ୍ତମାନ “ସି” ରେ “ଫାଇଲ୍ ହ୍ୟାଣ୍ଡଲିଙ୍ଗ୍” ଉପରେ ଏକ ଉଦାହରଣ ଦେଖିବା |
| 00:48 | ମୋ ପାଖରେ ଗୋଟିଏ ଲିଖିତ ପ୍ରୋଗ୍ରାମ୍ ଅଛି |
| 00:50 | ଆସନ୍ତୁ ନଜର ପକାଇବା,ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି “ଫାଇଲ୍ ଡଟ୍ ସି” |
| 00:55 | ଏହି ପ୍ରୋଗ୍ରାମ୍ ରେ ଆମେ ଗୋଟିଏ ଫାଇଲ୍ ତିଆରି କରି ତା’ ଭିତରେ ଡାଟା ଲେଖିବା |
| 01:01 | ବର୍ତ୍ତମାନ କୋଡ୍ ଏକ୍ସପ୍ଲେନ୍ କରୁଛି |
| 01:03 | ଏହା ହେଉଛି ଆମର “ହେଡର୍ ଫାଇଲ୍ ” |
| 01:05 | ଏହା ହେଉଛି ଆମର “ମେନ୍()” ଫଙ୍କସନ୍ |
| 01:07 | “ଫାଇଲ୍ ” ଭେରିଏଲ୍ ଡିଫାଇନ୍ କରିବା ପାଇଁ ଆମେ “ଫାଇଲ୍ ” ଟାଇପ ବ୍ୟବହାର କରିବା |
| 01:12 | header stdio.h ରେ ଥିବା “ଫାଇଲ୍ ଭେରିଏବଲ୍” ଡିଫାଇଣ୍ଡ ହୋଇଛି |
| 01:19 | “ଫାଇଲ୍ ଭେରିଏବଲ୍” ର ଗୋଟିଏ ପଏଣ୍ଟର ହେଉଛି '*fp |
| 01:22 | ଏହା “ଫାଇଲ୍ ” ବିଷୟରେ ସବୁ ତଥ୍ୟ ଷ୍ଟୋର କରିବ, |
| 01:26 | ଯେପରି, ନାମ, ଷ୍ଟାଟସ ଏବଂ ସାମ୍ପ୍ରତିକ ସୂଚନା |
| 01:31 | ଆମ ସ୍ଲାଇଡ୍ସକୁ ଫେରିଯିବା |
| 01:33 | ବର୍ତ୍ତମାନ ଆମେ ଫାଇଲ୍ ଓପନ କରିବା ପାଇଁ ସିଣ୍ଟାକ୍ସ ଦେଖିବା |
| 01:37 | ଏଠାରେ fopen() ଫଙ୍କସନ୍ ଗୋଟିଏ ଷ୍ଟ୍ରିମ୍ ଓପନ କରେ |
| 01:42 | ଏହାପରେ ଏହା “ଫାଇଲ୍ ”କୁ ଷ୍ଟ୍ରିମ୍ ସହିତ ଯୋଡ଼େ |
| 01:44 | ଫାଇଲ୍ ନାମ ହେଉଛି ସେହି ଫାଇଲ୍ ର ନାଁ ଯାହାକୁ ଆମେ ଓପନ୍ କିମ୍ବା କ୍ରିଏଟ୍ କରିବାକୁ ଚାହୁଁ |
| 01:49 | ଆମେ ଫାଇଲ୍ ନେମ ସହିତ ପାଥ୍ ଦେଇ ପାରିବା |
| 01:53 | ଏବଂ ଆମେ ଏକ୍ସଟେନ୍ସନ୍ ମଧ୍ୟ ଦେଇପାରିବା |
| 01:56 | ଏଠାରେ ଆମେ ଫାଇଲ୍ ର ମୋଡ୍ ଦେଇପାରିବା |
| 01:59 | ବିଭିନ୍ନ ପ୍ରକାର ମୋଡ୍ ଦେଖିବା: |
| 02:02 | "w"- ପଢ଼ିବା ଓ ଲେଖିବା ପାଇଁ “ଫାଇଲ୍ ” ତିଆରି କରେ |
| 02:06 | "r"- ପଢ଼ିବା ପାଇଁ “ଫାଇଲ୍ ” ଖୋଲେ |
| 02:09 | "a"- “ଫାଇଲ୍ ” ର ଶେଷରେ ଲେଖିଥାଏ |
| 02:12 | ଏବେ ଆମେ ପ୍ରୋଗ୍ରାମ୍ କୁ ଫେରିଯିବା |
| 02:15 | ଏଠାରେ, ଆମେ “ରାଇଟ” ମୋଡ୍ରେ ଏକ “ସାମ୍ପଲ୍ ଡଟ୍ ଟିଏକ୍ସଟି” (Sample.txt) ଫାଇଲ୍ ତିଆରି କରିବା |
| 02:20 | ପାଥ୍ ଦିଆଯାଇଥିବା ଆମେ ଦେଖିପାରୁଛେ |
| 02:23 | ଆମ ଫାଇଲ୍ “ଡେସ୍କଟପ୍” ଉପରେ କ୍ରିଏଟ ହେବ |
| 02:27 | ଏହାପରେ ଆମେ, “ଫାଇଲ୍” ଭିତରେ ଷ୍ଟେଟମେଣ୍ଟ ଲେଖିବା |
| 02:30 | "Welcome to the spoken-tutorial" ଏବଂ |
| 02:32 | "This is an test example". |
| 02:34 | ପ୍ରଦତ୍ତ ଆଉଟପୁଟ ଷ୍ଟ୍ରିମ୍ରେ “ଏଫପ୍ରିଣ୍ଟଏଫ()” (fprintf()) ଆଉଟପୁଟ ଲେଖେ |
| 02:39 | ଷ୍ଟ୍ରିମ୍ ସହ ମିଳିତ ଫାଇଲ୍ କୁ “ଏଫକ୍ଲୋଜ()”(fclose() ) ବନ୍ଦ କରେ |
| 02:43 | ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ |
| 02:46 | ଏବେ “ସେଭ୍”ରେ କ୍ଲିକ୍ କରନ୍ତୁ |
| 02:48 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
| 02:50 | କିବୋର୍ଡରେ ଏକକାଳୀନ “କଣ୍ଟ୍ରୋଲ, ଅଲ୍ଟ” ଏବଂ “ଟି” (Ctrl, Alt ଓ T) କୀ’ ଦବାଇ “ଟର୍ମିନାଲ ୱିଣ୍ଡୋ” ଖୋଲନ୍ତୁ |
| 02:59 | କମ୍ପାଇଲ ପାଇଁ,“ଜିସିସି ସ୍ପେସ୍ ଫାଇଲ୍ ଡଟ୍ ସ୍ପେସ୍ ହାଇଫେନ୍ ଓ ସ୍ପେସ୍ ଫାଇଲ୍” ଟାଇପ କରନ୍ତୁ |
| 03:06 | “ଏଣ୍ଟର” ଦାବନ୍ତୁ,ଏକଜେକ୍ୟୁଟ ପାଇଁ, “ଡଟ୍ ସ୍ଲାସ ଫାଇଲ୍ ” (./file) ଟାଇପ କରନ୍ତୁ |
| 03:11 | “ଏଣ୍ଟର” ପ୍ରେସ୍ କରନ୍ତୁ |
| 03:13 | “ଫାଇଲ୍ ” ଏକଜେକ୍ୟୁଟ ହୋଇଗଲା |
| 03:15 | ବର୍ତ୍ତମାନ ଆମେ ତାହାକୁ ଦେଖିବା |
| 03:17 | ଆମେ “ହୋମ୍” ଫୋଲ୍ଡର୍ ଖୋଲିବା |
| 03:20 | “ହୋମ୍ ” ଫୋଲ୍ଡର୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
| 03:22 | ବର୍ତ୍ତମାନ “ଡେସ୍କଟପ୍” ଅପ୍ସନ୍ ରେ କ୍ଲିକ କରନ୍ତୁ |
| 03:25 | ଏହା ହେଉଛି ଆମ “ସାମ୍ପଲ୍ ଡଟ୍ ଟିଏକ୍ସଟି” ଫାଇଲ୍ |
| 03:29 | ଆମ ଫାଇଲ୍ ସଫଳତାପୂର୍ବକ କ୍ରିଏଟ୍ ହୋଇଥିବାର ଏହା ଦେଖାଏ |
| 03:32 | ଏବେ ଚାଲନ୍ତୁ ଖୋଲିବା |
| 03:34 | ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 03:36 | ଆମେ ଏଠାରେ ମେସେଜେସ୍ ଦେଖିପାରିବା |
| 03:39 | Welcome to the Spoken Tutorial. |
| 03:41 | This is an test example. |
| 03:44 | ଆମେ ଏହିପରି ଫାଇଲ୍ ତିଆରି କରି ତା’ ଭିତରେ ଡାଟା ଲେଖୁ |
| 03:48 | ବର୍ତ୍ତମାନ ଗୋଟିଏ “ଫାଇଲ୍ ” ରୁ କେମିତି ଡାଟା ପଢ଼ିହୁଏ, ଦେଖିବା |
| 03:52 | ମୁଁ ପ୍ରୋଗ୍ରାମ୍ ତିଆରି କରିସାରିଛି |
| 03:54 | ମୁଁ ଏହାକୁ ଖୋଲିବି |
| 03:56 | ଏହି ପ୍ରୋଗ୍ରାମ୍ ରେ ଆମେ “ସାମ୍ପଲ୍ ଡଟ୍ ଟିଏକ୍ସଟି” ଫାଇଲ୍ ରୁ ଡାଟା ପଢ଼ିବା ଏବଂ କନ୍ସୋଲ୍ ରେ ଡାଟା ପ୍ରିଣ୍ଟ କରିବା |
| 04:03 | ବର୍ତ୍ତମାନ କୋଡ୍ ବର୍ଣ୍ଣନା କରୁଛି |
| 04:05 | ଏହା ହେଉଛି ଆମର “ହେଡର୍ ଫାଇଲ୍” |
| 04:08 | ଏହା ହେଉଛି ଆମର “ମେନ୍()” ଫଙ୍କସନ୍ |
| 04:10 | ଏଠାରେ ଏକ “ଫାଇଲ୍ ଭେରିଏବଲ୍” ପାଇଁ ଗୋଟିଏ “ପଏଣ୍ଟର” ଏବଂ ଗୋଟିଏ “ଫାଇଲ୍ ଭେରିଏବଲ୍” ଡିଫାଇନ୍ ହୋଇଛି |
| 04:15 | ଏହାପରେ ଆମେ ଗୋଟିଏ “ କ୍ୟାରେକ୍ଟର୍ ଭେରିଏବଲ୍ C” ଘୋଷିତ କରିଛୁ |
| 04:19 | ଏଠାରେ ଆମେ “ରିଡ୍” ମୋଡ୍ ରେ “ସାମ୍ପଲ୍ ଡଟ୍ ଟିଏକ୍ସଟି” ଫାଇଲ୍ ଖୋଲିବା |
| 04:24 | fp. ରେ ଆଉଟପୁଟ ଷ୍ଟୋର୍ ହୋଇଛି |
| 04:27 | ଏହାପରେ ଆମେ କଣ୍ଡିସନ୍ ଚେକ୍ କରିବା- |
| 04:29 | "ଯଦି fp NULL " ସମାନ ଅଟେ |
| 04:32 | ଯଦି କଣ୍ଡିସନ୍ “ଟ୍ରୁ ବା ସତ୍ୟ” ହୋଇଥିବ, ତେବେ ଆମେ ମେସେଜ୍ ପ୍ରିଣ୍ଟ କରିବା: |
| 04:36 | "File doesn't exist." |
| 04:38 | ନହେଲେ, ଏହା ଅନ୍ୟ କଣ୍ଡିସନ୍ ଖୋଜିବ |
| 04:41 | ଯେତେବେଳେକି C, ଏଓ ସମକକ୍ଷ ନାହିଁ |
| 04:46 | “ଇଓଏଫ”(EOF) ହେଉଛି ଫାଇଲ୍ ର “ଶେଷ ଭାଗ” |
| 04:49 | ଏହା ଇନପୁଟ୍ ର ଶେଷକୁ ଦର୍ଶାଏ |
| 04:52 | ଏହା ହେଉଛି ଏକ କଣ୍ଡିସନ୍, ଯେଉଁଠି ଏକ ଡାଟା ସୋର୍ସରୁ ଆଉ ଡାଟା ରିଡ କରାଯାଇପାରିବନାହିଁ |
| 04:57 | ଯଦି କଣ୍ଡିସନ୍ ଟ୍ରୁ ଅଟେ, ତେବେ ଏହା କନସୋଲ୍ ଉପରେ “ସାମ୍ପଲ୍ ଡଟ୍ ଟିଏକ୍ସଟି” ଫାଇଲ୍ ରୁ କ୍ୟାରେକ୍ଟର୍ସ ଡିସପ୍ଲେ କରିବ |
| 05:06 | ଏଠାରେ ଗୋଟିଏ ସ୍ପେସିଫାଏଡ୍ ଫାଇଲ୍ କିମ୍ବା ଷ୍ଟ୍ରିମ୍ରୁ “ଜିଇଟିସି”(getc) ଗୋଟିଏ “କ୍ୟାରେକ୍ଟର୍” ରିଟର୍ନ କରିବ |
| 05:12 | ଏବେ, “ସାମ୍ପଲ୍ ଡଟ୍ ଟିଏକ୍ସଟି” ଫାଇଲ୍ ରୁ ଏହା ଗୋଟିଏ “କ୍ୟାରେକ୍ଟର୍” ରିଟର୍ନ କରିବ |
| 05:17 | “କନସୋଲ” ରେ ଏକ “କ୍ୟାରେକ୍ଟର୍” ଡିସପ୍ଲେ ପାଇଁ putchar ବ୍ୟବହୃତ ହୋଇଛି |
| 05:22 | ତାହାପରେ ଭେରିଏବଲ୍ C ରେ ଏହା “କ୍ୟାରେକ୍ଟର୍ସ” ଷ୍ଟୋର୍ କରିବ |
| 05:25 | ଫାଇଲ୍ କ୍ଲୋଜ୍ କରନ୍ତୁ |
| 05:28 | ଏବଂ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ |
| 05:30 | “ସେଭ୍” କ୍ଲିକ୍ କରନ୍ତୁ |
| 05:32 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
| 05:35 | “ଟର୍ମିନାଲ”କୁ ଫେରିଆସନ୍ତୁ |
| 05:37 | କମ୍ପାଇଲ କରିବା ପାଇଁ,gcc ସ୍ପେସ୍ readfile ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ read |
| 05:45 | “ଏଣ୍ଟର୍” ଦାବନ୍ତୁ |
| 05:47 | ଏକଜେକ୍ୟୁଟ ପାଇଁ “ଡଟ୍ ସ୍ଲାସ୍ ରିଡ୍”(./read) ଟାଇପ କରନ୍ତୁ |
| 05:52 | ଆଉଟପୁଟ ଏହିପରି ଡିସପ୍ଲେ ହେବ: |
| 05:54 | Welcome to the Spoken-Tutorial. |
| 05:56 | This is an test example. |
| 05:59 | ଏହା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 06:01 | ସ୍ଲାଇଡ୍ସକୁ ଫେରିଆସନ୍ତୁ |
| 06:03 | ସଂକ୍ଷେପରେ,ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 06:06 | ଫାଇଲ୍ ହ୍ୟାଣ୍ଡଲିଙ୍ଗ୍, |
| 06:08 | ଗୋଟିଏ ଫାଇଲ୍ ରେ ଡାଟା ଲେଖିବା |
| 06:10 | ଯେପରି fp = fopen(“Sample.txt”, “w”); |
| 06:17 | ଗୋଟିଏ ଫାଇଲ୍ ରୁ ଡାଟା ପଢ଼ିବା,ଯେପରି fp = fopen(“Sample.txt”, “r”); |
| 06:25 | ଏକ ଆସାଇନମେଣ୍ଟ ଭାବରେ-,“ଟେଷ୍ଟ” ଫାଇଲ୍ ତିଆରି ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
| 06:30 | “ଟେଷ୍ଟ” ଫାଇଲ୍ ରେ ଆପଣଙ୍କ ନାମ ଓ ଠିକଣା ଲେଖନ୍ତୁ |
| 06:33 | C ପ୍ରୋଗ୍ରାମ୍ ସାହାଯ୍ୟରେ ଏହାକୁ କନସୋଲ୍ ଉପରେ ଡିସପ୍ଲେ କରନ୍ତୁ |
| 06:37 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 06:40 | ଏହା ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 06:43 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 06:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 06:50 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 06:53 | ଅନଲାଇନ ଟେଷ୍ଟ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 06:57 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ |
| 07:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 07:07 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 07:14 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 07:18 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 07:22 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |