C-and-Cpp/C3/Strings/Oriya
From Script | Spoken-Tutorial
| Time | Narration |
| 00:01 | C ଓ C++ରେ Strings ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା: |
| 00:08 | Strings କ’ଣ |
| 00:10 | Stringର ଘୋଷଣା |
| 00:13 | Stringର ଇନିସିଆଲାଇଜେସନ୍ |
| 00:15 | String ଉପରେ କିଛି ଉଦାହରଣ |
| 00:17 | ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
| 00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି |
| 00:25 | ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ 11.04, |
| 00:29 | gcc ଏବଂ g++ Compiler ଭର୍ସନ୍ 4.6.1 |
| 00:35 | stringର ପରିଚୟରୁ ଆରମ୍ଭ କରିବା |
| 00:38 | String ହେଉଛି କ୍ୟାରେକ୍ଟର୍ସର ଏକ ସିକ୍ୱେନ୍ସ, ଯାହାକୁ ସିଙ୍ଗଲ୍ ଡାଟା ଆଇଟମ୍ ଭାବେ ଟ୍ରିଟ୍ କରାଯାଏ |
| 00:44 | Size of string = length of string + 1. |
| 00:49 | string କେମିତି ଘୋଷିତ କରାଯାଏ, ଦେଖିବା |
| 00:52 | ଏଥିପାଇଁ ସିଣ୍ଟାକ୍ସ ହେଉଛି |
| 00:55 | char, stringର ନାମ ଓ size |
| 00:59 | char ହେଉଛି ଡାଟା ଟାଇପ୍, name of the string ହେଉଛି stringର ନାମ ଓ ଆମେ ଏଠାରେ ସାଇଜ୍ ଦେଇପାରିବା |
| 01:06 | ଉଦାହରଣସ୍ୱରୂପ: ଏଠାରେ ଆମେ size 10 ସହିତ character string names ଘୋଷିତ କରିଛେ |
| 01:13 | ଏବେ ଆମେ ଏକ ଉଦାହରଣ ଦେଖିବା |
| 01:15 | ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି, ଏହାକୁ ଖୋଲିବା |
| 01:19 | ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି string.c |
| 01:23 | ଏହି ପ୍ରୋଗ୍ରାମ୍ରେ, ଆମେ ୟୁଜର୍ ଠାରୁ ଇନପୁଟ୍ ଭାବେ ଏକ string ନେଇ ତାକୁ ପ୍ରିଣ୍ଟ୍ କରିବା |
| 01:29 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
| 01:32 | ଏଗୁଡ଼ିକ ହେଉଛି ଆମ ହେଡର୍ ଫାଇଲ୍ସ |
| 01:34 | ଏଠାରେ string ୟୁଟିଲିଟିଜ୍ ହ୍ୟାଣ୍ଡଲିଙ୍ଗ୍ ର ଡିକ୍ଲାରେସନ୍ସ, ଫଙ୍କସନ୍ସ, କନଷ୍ଟାଣ୍ଟକୁ string.h ମିଶାଏ |
| 01:43 | ଯେବେବି ଆମେ string functions ଉପରେ କାମ କରିବା ଏହି ହେଡର୍ ଫାଇଲ୍କୁ ମିଶାଇବା ଉଚିତ |
| 01:47 | ଏହା ହେଉଛି main() ଫଙ୍କସନ୍ |
| 01:49 | ଏଠାରେ ଆମେ ସାଇଜ୍ 30 ସହ string strname ଘୋଷିତ କରୁଛେ |
| 01:55 | ଏଠାରେ ଆମେ ୟୁଜର୍ ଠାରୁ ଏକ string ଗ୍ରହଣ କରୁଛେ |
| 01:58 | ଏକ stringକୁ ପଢ଼ିବା ପାଇଁ ଆମେ, ଫର୍ମାଟ୍ ସ୍ପେସିଫାୟର୍ %s ସହିତ scanf() ଫଙ୍କସନ୍ ବ୍ୟବହାର କରିପାରିବା |
| 02:05 | ଷ୍ଟ୍ରିଙ୍ଗ୍ ସହ ସ୍ପେସ୍ ମିଶାଇବା ପାଇଁ ଆମେ caret sign ଏବଂ \n (ବ୍ୟାକସ୍ଲାଶ୍ n) ବ୍ୟବହାର କରୁଛେ |
| 02:11 | ଏହାପରେ string ପ୍ରିଣ୍ଟ୍ କରିବା |
| 02:13 | ଓ ଏହା ହେଉଛି ଆମର return ଷ୍ଟେଟମେଣ୍ଟ |
| 02:16 | ଏବେ ସେଭ୍ କ୍ଲିକ୍ କରନ୍ତୁ |
| 02:18 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
| 02:20 | କୀ’ବୋର୍ଡରେ ଏକକାଳୀନ Ctrl, Alt ଏବଂ T ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
| 02:30 | କମ୍ପାଇଲ୍ କରିବା ପାଇଁ, gcc ସ୍ପେସ୍ string.c ସ୍ପେସ୍ -o ସ୍ପେସ୍ str ଟାଇପ୍ କରନ୍ତୁ |
| 02:37 | ଓ ଏଣ୍ଟର ଦାବନ୍ତୁ |
| 02:40 | ଏକଜେକ୍ୟୁଟ୍ କରିବା ପାଇଁ, ./str (ଡଟ୍ ସ୍ଲାସ୍ str) ଟାଇପ୍ କରନ୍ତୁ |
| 02:43 | ଏବେ ଏଣ୍ଟର ଦାବନ୍ତୁ |
| 02:46 | ଏଠାରେ Enter the string ଡିସପ୍ଲେ ହେବ |
| 02:49 | ମୁଁ "Talk To A Teacher" ଟାଇପ୍ କରିବି |
| 02:56 | ଏବେ ଏଣ୍ଟର ଦାବନ୍ତୁ |
| 02:58 | ଆଉଟପୁଟ୍ The string is Talk To A Teacher ଭାବେ ପ୍ରଦର୍ଶିତ ହେବ |
| 03:03 | ଏବେ ସ୍ଲାଇଡ୍ସକୁ ଫେରିଆସନ୍ତୁ |
| 03:06 | ଏପର୍ଯ୍ୟନ୍ତ ଆମେ ଏକ stringର ଡିକ୍ଲାରେସନ୍ ବିଷୟରେ ଆଲୋଚନା କଲେ |
| 03:10 | ଏବେ string କେମିତି ଇନିସିଆଲାଇଜ୍ କରାଯାଏ, ଆଲୋଚନା କରିବା |
| 03:13 | ଏଥିପାଇଁ ସିଣ୍ଟାକ୍ସ ହେଉଛି, |
| 03:16 | char var_name[size] = “string”; |
| 03:20 | ଉଦାହରଣ: ଏଠାରେ ଆମେ ସାଇଜ୍ 10 ସହ ଏକ character string “names” ଡିକ୍ଲାୟାର୍ କରିଛେ ତଥା string ହେଉଛି “Priya” |
| 03:28 | ଆଉଏକ ସିଣ୍ଟାକ୍ସ ହେଉଛି, |
| 03:31 | char var_name[ ] = {'S', 't', 'r', 'i', 'n', 'g'} ସିଙ୍ଗଲ୍ କ୍ୱୋଟ୍ସରେ |
| 03:36 | ଉଦାହରଣ: char names[10] = {'P', 'r', 'i', 'y', 'a'} ସିଙ୍ଗଲ କ୍ୱୋଟ୍ସରେ |
| 03:42 | ପ୍ରଥମ ସିଣ୍ଟାକ୍ସ କେମିତି ବ୍ୟବହାର କରାଯାଏ, ଏକ ଉଦାହରଣ ସହ ଦେଖିବା |
| 03:48 | ଏଡିଟର୍କୁ ଫେରିଆସନ୍ତୁ. ଆମେ ସମାନ ଉଦାହରଣ ବ୍ୟବହାର କରିବା |
| 03:52 | ପ୍ରଥମେ କୀ’ବୋର୍ଡରେ ଏକକାଳୀନ shift, ctrl ଏବଂ s କୀ ଦାବନ୍ତୁ |
| 03:58 | ଏବେ stringinitialize ନାମରେ ଫାଇଲ୍ କୁ ସେଭ୍ କରନ୍ତୁ |
| 04:03 | ସେଭ୍ କ୍ଲିକ୍ କରନ୍ତୁ |
| 04:06 | string ଇନିସିଆଲାଇଜ୍ କରିବା |
| 04:08 | ତେଣୁ ପଞ୍ଚମ ଧାଡ଼ିରେ, ଟାଇପ୍ କରନ୍ତୁ |
| 04:11 | = and ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ “Spoken-Tutorial”; |
| 04:20 | ସେଭ୍ ରେ କ୍ଲିକ୍ କରନ୍ତୁ |
| 04:22 | ଏବେ ଏହି ଦୁଇ ଲାଇନ୍କୁ କାଢ଼ିଦିଅନ୍ତୁ, କାରଣ ଆମେ କେବଳ stringକୁ ପ୍ରିଣ୍ଟ୍ କରିବାକୁ ଯାଉଛେ |
| 04:27 | ସେଭ୍ ରେ କ୍ଲିକ୍ କରନ୍ତୁ |
| 04:30 | ଏକଜେକ୍ୟୁଟ୍ କରିବା,terminalକୁ ଫେରିଆସନ୍ତୁ |
| 04:33 | କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ |
| 04:35 | gcc ସ୍ପେସ୍ stringinitialize.c ସ୍ପେସ୍ -o ସ୍ପେସ୍ str2 |
| 04:44 | ଏଠାରେ str2 ଅଛି, କାରଣ string.c ଫାଇଲ୍ ପାଇଁ ଆମେ ଆଉଟପୁଟ୍ ପାରାମିଟର str କୁ ଓଭର୍ରାଇଟ୍ କରିବାକୁ ଚାହୁଁନେ |
| 04:54 | ଏବେ ଏଣ୍ଟର ଦାବନ୍ତୁ |
| 04:56 | ଏକଜେକ୍ୟୁଟ୍ କରିବା ପାଇଁ ./str2 (ଡଟ୍ ସ୍ଲାସ୍ str2) ଟାଇପ୍ କରନ୍ତୁ |
| 05:00 | ଆଉଟପୁଟ୍ ଏହିପରି ଡିସପ୍ଲେ ହେବ: "The string is Spoken-Tutorial" |
| 05:06 | ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
| 05:09 | ପ୍ରୋଗ୍ରାମ୍କୁ ଫେରିଆସନ୍ତୁ |
| 05:11 | ଧରନ୍ତୁ, ଏଠାରେ stringର ବନାନକୁ ଆମେ sting ଭାବେ ଟାଇପ୍ କରିବା |
| 05:16 | ସେଭ୍ ରେ କ୍ଲିକ୍ କରନ୍ତୁ |
| 05:18 | ଏକଜେକ୍ୟୁଟ୍ କରିବା,terminalକୁ ଫେରିଆସନ୍ତୁ |
| 05:21 | ପୂର୍ବ ଭଳି କମ୍ପାଇଲ୍ କରନ୍ତୁ |
| 05:23 | ଏକ ଫେଟାଲ୍ ଏରର୍ ଦେଖାଦେବ |
| 05:25 | sting.h: No such file or directory |
| 05:28 | compilation terminated |
| 05:30 | ପ୍ରୋଗ୍ରାମ୍କୁ ଫେରିଆସନ୍ତୁ |
| 05:32 | ଏହାର କାରଣ ହେଉଛି, କମ୍ପାଇଲର୍ sting.h ନାମରେ ହେଡର୍ ଫାଇଲ୍ ଖୋଜିପାରୁନାହିଁ |
| 05:39 | ତେଣୁ ଏହା ଏରର୍ ଦେଉଛି |
| 05:41 | ଏରର୍ ଫିକ୍ସ କରିବା |
| 05:43 | ଏଠାରେ r ଟାଇପ୍ କରନ୍ତୁ |
| 05:45 | ଏବେ ସେଭ୍ ରେ କ୍ଲିକ୍ କରନ୍ତୁ,ପୁଣି ଏକଜେକ୍ୟୁଟ୍ କରିବା |
| 05:47 | ଆମ terminalକୁ ଫେରିଆସନ୍ତୁ |
| 05:50 | ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ |
| 05:54 | ହଁ, ଏହା କାମ କରୁଛି! |
| 05:56 | ଏବେ ଅନ୍ୟଏକ ସାଧାରଣ ଏରର୍ ଦେଖିବା |
| 05:59 | ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ |
| 06:02 | ଧରାଯାଉ, ଏଠାରେ ମୁଁ char ସ୍ଥାନରେ int ଟାଇପ୍ କରିବି |
| 06:06 | ସେଭ୍ ରେ କ୍ଲିକ୍ କରନ୍ତୁ,କ’ଣ ଘଟୁଛି ଦେଖିବା |
| 06:09 | terminalକୁ ଫେରିଆସନ୍ତୁ |
| 06:11 | ପ୍ରମ୍ପ୍ଟ କ୍ଲିୟର୍ କରିବା |
| 06:15 | ପୂର୍ବ ଭଳି କମ୍ପାଇଲ୍ କରନ୍ତୁ |
| 06:17 | ଏକ ଏରର୍ ଦେଖାଦେବ |
| 06:19 | Wide character array initialized from non-wide string |
| 06:24 | format %s expects argument of type 'char' but argument 2 has type 'int' |
| 06:32 | ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ |
| 06:36 | ଏହାର କାରଣ ହେଉଛି, ଆମେ string ପାଇଁ format specifier ଭାବେ %s ବ୍ୟବହାର କରିଛେ |
| 06:42 | ଓ ଆମେ ଏକ integer ଡାଟା ଟାଇପ୍ ସାହାଯ୍ୟରେ ଏହାକୁ ଇନିସିଆଲାଇଜ୍ କରୁଛେ |
| 06:47 | ଏରର୍ ଫିକ୍ସ କରିବା |
| 06:49 | ଏଠାରେ char ଟାଇପ୍ କରନ୍ତୁ |
| 06:51 | ସେଭ୍ ରେ କ୍ଲିକ୍ କରନ୍ତୁ |
| 06:53 | ଏକଜେକ୍ୟୁଟ୍ କରିବା. terminalକୁ ଫେରିଆସନ୍ତୁ |
| 06:56 | ପୂର୍ବ ଭଳି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
| 07:00 | ହଁ, ଏହା କାମ କରୁଛି! |
| 07:03 | ଏବେ ଏହି ପ୍ରୋଗ୍ରାମ୍ କୁ C++ରେ କେମିତି ଏକଜେକ୍ୟୁଟ୍ କରାଯାଏ, ଦେଖିବା |
| 07:08 | ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ |
| 07:11 | ଆମ string.c ଫାଇଲ୍ ଖୋଲିବା |
| 07:15 | ଏଠାରେ ଆମେ କୋଡ୍ ଏଡିଟ୍ କରିବା |
| 07:18 | ପ୍ରଥମେ କୀ’ବୋର୍ଡରେ ଏକକାଳୀନ shift, ctrl ଏବଂ S କୀ ପ୍ରେସ୍ କରନ୍ତୁ |
| 07:25 | ଏବେ .cpp (ଡଟ୍ ସିପିପି) ଏକ୍ସଟେନ୍ସନ୍ ସହିତ ଫାଇଲ୍ କୁ ସେଭ୍ କରନ୍ତୁ |
| 07:29 | ଓ ସେଭ୍ ରେ କ୍ଲିକ୍ କରନ୍ତୁ |
| 07:33 | ଏବେ ଆମେ ହେଡର୍ ଫାଇଲ୍ କୁ iostream ଭାବେ ଚେଞ୍ଜ କରିବା |
| 07:38 | using statement ମିଶାନ୍ତୁ |
| 07:43 | ସେଭ୍ ରେ କ୍ଲିକ୍ କରନ୍ତୁ |
| 07:47 | ବର୍ତ୍ତମାନ ଆମେ ଏହି ଘୋଷଣାକୁ ଡିଲିଟ୍ କରି |
| 07:50 | ଏକ string variable ଘୋଷଣା କରିବା |
| 07:53 | string ସ୍ପେସ୍ strname ଓ ଏକ semicolon ଟାଇପ୍ କରନ୍ତୁ |
| 07:59 | ସେଭ୍ ରେ କ୍ଲିକ୍ କରନ୍ତୁ |
| 08:02 | printf ଷ୍ଟେଟମେଣ୍ଟ କୁ cout ଷ୍ଟେଟମେଣ୍ଟ ସହ ରିପ୍ଲେସ୍ କରନ୍ତୁ |
| 08:07 | ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ |
| 08:11 | scanf ଷ୍ଟେଟମେଣ୍ଟ ଡିଲିଟ୍ କରନ୍ତୁ ଓ getline opening bracket closing bracket ଟାଇପ୍ କରି ବ୍ରାକେଟ୍ ଭିତରେ (cin, strname) ଟାଇପ୍ କରନ୍ତୁ |
| 08:24 | ଶେଷରେ semicolon ଟାଇପ୍ କରନ୍ତୁ |
| 08:28 | ଏବେ ପୁଣିଥରେ, printf ଷ୍ଟେଟମେଣ୍ଟ କୁ cout ଷ୍ଟେଟମେଣ୍ଟ ସହ ରିପ୍ଲେସ୍ କରନ୍ତୁ |
| 08:36 | format specifier ଓ \n ଡିଲିଟ୍ କରନ୍ତୁ |
| 08:40 | ଏବେ comma ଡିଲିଟ୍ କରନ୍ତୁ |
| 08:42 | ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ, ଏଠାରୁ ବ୍ରାକେଟ୍ ଡିଲିଟ୍ କରନ୍ତୁ |
| 08:49 | ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ ଓ ଡବଲ୍ କ୍ୱୋଟ୍ସ ଭିତରେ \n ଟାଇପ୍ କରନ୍ତୁ |
| 08:54 | ଓ ସେଭ୍ ରେ କ୍ଲିକ୍ କରନ୍ତୁ |
| 08:58 | ଏଠାରେ ଆମେ ଏକ string variable 'strname' ଘୋଷିତ କରିଛେ |
| 09:03 | ଯେହେତୁ ଆମେ C++ ରେ format specifier ବ୍ୟବହାର କରୁନେ, କମ୍ପାଇଲର୍, 'strname' ଏକ string variable ବୋଲି ଜାଣିବା ଉଚିତ |
| 09:13 | ଏଠାରେ ଆମେ ଇନପୁଟ୍ କ୍ରମରୁ ଅକ୍ଷର ବାହାର କରିବା ପାଇଁ getline ବ୍ୟବହାର କଲୁ |
| 09:18 | ଏହା ସେଗୁଡ଼ିକୁ ଏକ string ଭାବେ ଷ୍ଟୋର୍ କରେ |
| 09:22 | ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍କୁ ଫେରିଆସନ୍ତୁ |
| 09:27 | ମୁଁ ପ୍ରମ୍ପ୍ଟ କ୍ଲିୟର୍ କରିଦେଉଛି |
| 09:30 | କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ |
| 09:32 | g++ ସ୍ପେସ୍ string.cpp ସ୍ପେସ୍ -o ସ୍ପେସ୍ str3 |
| 09:39 | ଓ ଏଣ୍ଟର ଦାବନ୍ତୁ |
| 09:41 | ଏକଜେକ୍ୟୁଟ୍ କରିବା ପାଇଁ, ./str3 (ଡଟ୍ ସ୍ଲାସ୍ str3) ଟାଇପ୍ କରନ୍ତୁ |
| 09:46 | ଏଣ୍ଟର ଦାବନ୍ତୁ,ଏହା Enter the string ଭାବେ ପ୍ରଦର୍ଶିତ ହେବ |
| 09:50 | ମୁଁ Talk To A Teacher ଏଣ୍ଟର କରିବି |
| 09:55 | ଏବେ ଏଣ୍ଟର ଦାବନ୍ତୁ |
| 09:57 | ଆଉଟପୁଟ୍ ଏହିପରି ଡିସପ୍ଲେ ହେବ: |
| 09:59 | "The string is Talk To A Teacher" |
| 10:03 | ଦେଖନ୍ତୁ, ଆଉଟପୁଟ୍ ଆମ C କୋଡ୍ ପରି ସମାନ ଅଟେ |
| 10:07 | ଏବେ ସ୍ଲାଇଡ୍ସକୁ ଫେରିଆସନ୍ତୁ |
| 10:10 | ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ: |
| 10:13 | Strings,Stringର ଡିକ୍ଲାରେସନ୍ |
| 10:16 | ଯେପରି: char strname[30] |
| 10:20 | stringର ଇନିସିଆଲାଇଜେସନ୍,ଯେପରି: char strname[30] = “Talk To A Teacher” |
| 10:26 | ଏକ ଆସାଇନ୍ମେଣ୍ଟ୍ ଭାବେ, |
| 10:28 | ଦ୍ୱିତୀୟ ସିଣ୍ଟାକ୍ସ ବ୍ୟବହାର କରି ଏକ string ପ୍ରିଣ୍ଟ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ |
| 10:34 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 10:37 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:40 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 10:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 10:46 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:49 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 10:54 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
| 11:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 11:04 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:12 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 11:16 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 11:20 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |