Blender/C2/Types-of-Windows-User-Preference/Oriya
From Script | Spoken-Tutorial
| Time | Narration |
| 00:02 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
| 00:05 | ଏହି ଟ୍ୟୁଟୋରିଆଲ୍ Blender 2.59ରେ User Preferences window ଉପରେ ପର୍ଯ୍ୟବସିତ ଅଟେ |
| 00:12 | ଏହି ସ୍କ୍ରିପ୍ଟ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
| 00:22 | ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, ଆମେ User Preferences window କ’ଣ ଜାଣିପାରିବା: |
| 00:30 | User Preferences windowରେ କ’ଣ ସବୁ ବିଭିନ୍ନ ଅପଶନଗୁଡିକ ଉପଲବ୍ଧ ଅଛି; |
| 00:36 | ଏବଂ User Preferences windowକୁ ବ୍ୟବହାର କରି କିପରି Blender interfaceକୁ କଷ୍ଟମାଇଜ୍ କରିବା |
| 00:43 | Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି |
| 00:48 | ଯଦି ନୁହେଁ ତେବେ, ଆମ ପୂର୍ବ ଟ୍ୟୁଟୋରିଆଲକୁ ଅନୁସରଣ କରନ୍ତୁ- |
| 00:52 | Basic Description of the Blender Interface |
| 00:58 | Blender interfaceର ଉପରିସ୍ଥ ବାମପଟ କୋଣରେ ଥିବା Fileକୁ ଯା’ନ୍ତୁ |
| 01:05 | File ଖୋଲିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ |
| 01:08 | ଏଠାରେ ଅପଶନଗୁଡିକର ଗୋଟିଏ ତାଲିକା ଅଛି ଯେଉଁଗୁଡିକ File Browser and Info Panel ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି |
| 01:19 | User Preferencesକୁ ଚୟନ କରନ୍ତୁ |
| 01:22 | କୀବୋର୍ଡ୍ ସର୍ଟକଟ୍ ପାଇଁ, Ctrl, Alt & Uକୁ ଦାବନ୍ତୁ |
| 01:32 | ଏହା User Preferences window ଅଟେ |
| 01:38 | User Preferences windowର ଉପରିସ୍ଥ ବାମପଟ କୋଣରେ ଥିବା Interface କୁ ଯା’ନ୍ତୁ |
| 01:45 | ଏହା Blender interfaceକୁ କଷ୍ଟମାଇଜ୍ କରିବା ପାଇଁ ଅନେକ ଅପଶନଗୁଡିକୁ ଧାରଣ କରିଥାଏ |
| 01:50 | ସାଧାରଣ ଭାବେ ଆବଶ୍ୟକ ହେଉଥିବା ଅପଶନଗୁଡିକ default ଭାବେ ଆକ୍ଟିଭେଟ୍ ଅଛନ୍ତି |
| 01:56 | 3D viewର ନିମ୍ନସ୍ଥ ବାମପଟ କୋଣରେ ଅବସ୍ଥିତ ମିନି ଆକ୍ସିସର ଆକାରକୁ Display Mini Axis ନିୟନ୍ତ୍ରଣ କରିଥାଏ |
| 02:05 | ଡିଫଲ୍ଟ ଆକାର ହେଉଛି 25 |
| 02:09 | Blender Tutorials ସିରିଜରେ ଭଲ ଭାବେ ଦେଖିବା ପାଇଁ, ମୁଁ Size 60 ବ୍ୟବହାର କରୁଛି |
| 02:16 | ମୁଁ ପ୍ରଦର୍ଶନ କରୁଛି |
| 02:18 | User preferences ୱିଣ୍ଡୋକୁ ବନ୍ଦ କରନ୍ତୁ |
| 02:24 | 3D viewର ନିମ୍ନସ୍ଥ ବାମପଟ କୋଣରେ, mini axisକୁ ଦେଖିପାରିବେ |
| 02:32 | ବ୍ଲେଣ୍ଡରରେ 3D spaceର global transform axisକୁ mini axis ରିପ୍ରେଜେଣ୍ଟ କରେ |
| 02:40 | ବ୍ଲେଣ୍ଡରରେ ଆନିମେଟ୍ କଲାବେଳେ ଏହା ଉପଯୋଗୀ ହୋଇଥାଏ |
| 02:44 | ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ global ଓ local transform axis ବିଷୟରେ ସବିଶେଷ ଆଲୋଚନା କରିବା |
| 02:52 | User Preferences windowକୁ ଖୋଲିବା ପାଇଁ, Ctrl, Alt & Uକୁ ଦାବନ୍ତୁ |
| 03:00 | Rotate around selectionକୁ ଆକ୍ଟିଭେଟ୍ କରନ୍ତୁ |
| 03:06 | ଏହା ଚୟନିତ ଅବଜେକ୍ଟର କେନ୍ଦ୍ର ଚାରିପଟେ ଘୁରିବା ପାଇଁ ସମର୍ଥ କରିଥାଏ |
| 03:12 | ଏହାର ମାନେ କ’ଣ, ଚାଲନ୍ତୁ ଦେଖିବା |
| 03:15 | User preferences windowକୁ ବନ୍ଦ କରନ୍ତୁ |
| 03:19 | 3D viewର lamp ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 03:27 | Mouse wheel ବା middle mouse buttonକୁ ଦାବି ଧରନ୍ତୁ ଏବଂ mouseକୁ ଚାଳନା କରନ୍ତୁ |
| 03:35 | ଚୟନିତ ଅବଜେକ୍ଟ ଚାରିପଟେ ଆମେ ବୁଲୁଛେ |
| 03:42 | ସେହିପରି Camera ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 03:47 | Mouse wheel ବା middle mouse buttonକୁ ଦାବି ଧରନ୍ତୁ ଏବଂ mouseକୁ ଚାଳନା କରନ୍ତୁ |
| 03:55 | ବର୍ତ୍ତମାନ ଆମେ camera ଚାରିପଟେ ବୁଲୁଛେ |
| 04:03 | User Preferences windowକୁ ଖୋଲିବା ପାଇଁ, Ctrl, Alt & Uକୁ ଦାବନ୍ତୁ |
| 04:10 | Editingରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 04:14 | ଏହା Object editing ମୋଡ୍ କିମ୍ବା Edit Modeରେ ବ୍ଲେଣ୍ଡରର ଆଚରଣକୁ ପ୍ରତିଫଳିତ କରୁଥିବା parameterଗୁଡିକୁ ଧାରଣ କରିଥାଏ |
| 04:24 | ପୁନର୍ବାର, ସାଧାରଣ ଅପଶନଗୁଡିକ default ଭାବେ ଆକ୍ଟିଭେଟ୍ ଅଛନ୍ତି |
| 04:32 | Global undo, ଏଡିଟିଙ୍ଗ୍ କଲାସମୟରେ ଆବଶ୍ୟକ ହେଉଥିବା undoର ସୋପାନ ସଂଖ୍ୟାକୁ ବଢାଇଥାଏ କିମ୍ବା କମାଇଥାଏ |
| 04:44 | Inputରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 04:46 | ଏଠାରେ, ଆମେ ବ୍ଲେଣ୍ଡରରେ ବ୍ୟବହାର ହେଉଥିବା ସମସ୍ତ କୀବୋର୍ଡ୍ ସର୍ଟକଟକୁ କଷ୍ଟମାଇଜ୍ କରିପାରିବା |
| 04:53 | ବ୍ଲେଣ୍ଡରରେ Emulate 3-Button Mouse ଆପଣଙ୍କ 2-button mouseକୁ ଗୋଟିଏ 3-button mouseରେ ପରିଣତ କରିଦେବ |
| 05:04 | Select with, ଆପଣଙ୍କ ମାଉସର ସିଲେକ୍ସନ୍ ଅପଶନ୍ ବାମରୁ ଡାହାଣକୁ ପରିବର୍ତ୍ତନ କରିପାରେ |
| 05:12 | ଏହା ଲେଫ୍ଟ ହ୍ୟାଣ୍ଡେଡ୍ ୟୁଜରମାନଙ୍କ ପାଇଁ ଉପଯୋଗୀ ଅଟେ |
| 05:19 | ବ୍ଲେଣ୍ଡରରେ Emulate numpad, ଆପଣଙ୍କ କୀବୋର୍ଡରେ ଥିବା ସଂଖ୍ୟା କୀଗୁଡିକୁ numpad keys ଭାବେ ବ୍ୟବହାର ଉପଯୋଗୀ କରିଦେବ |
| 05:29 | ଏହା ଲାପଟପ୍ ବ୍ୟବହାକାରୀଙ୍କ ପାଇଁ ଉପଯୋଗୀ ଅଟେ ଯେଉଁମାନଙ୍କ କୀବୋର୍ଡରେ numpad ଅଲଗା ଭାବେ ନ’ଥାଏ |
| 05:41 | Add-Onsରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 05:43 | ଏହା ବ୍ଲେଣ୍ଡର୍ ପାଇଁ plug-insର ତାଲିକାକୁ ଧାରଣ କରିଥାଏ |
| 05:49 | Enabledରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 05:52 | ଡିଫଲ୍ଟ ଭାବେ କିଛି plug-ins ଆକ୍ଟିଭେଟ୍ ଅଛନ୍ତି |
| 05:55 | ଅନ୍ୟ plug-insଗୁଡିକୁ ସମ୍ପର୍କିତ ୱେବସାଇଟରୁ ଇନଷ୍ଟଲ୍ କରିପାରିବେ |
| 06:00 | ଉଦାହରଣସ୍ଵରୂପ, ଚାଲନ୍ତୁ crating clouds ପାଇଁ ଗୋଟିଏ plug-inକୁ ଇନଷ୍ଟଲ୍ କରିବା |
| 06:07 | Objectରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 06:11 | Object ପରେ ଥିବା ତ୍ରୀଭୁଜ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ: Cloud generator |
| 06:19 | Link to Wikiରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 06:23 | ଏହି link, ଇଣ୍ଟରନେଟ୍ ବ୍ରାଉଜରରେ ଗୋଟିଏ ୱେବ୍-ପେଜ୍ ଖୋଲିବ |
| 06:29 | ମୁଁ ଇଣ୍ଟରନେଟ୍ ବ୍ରାଉଜର, Firefox 3.09 ବ୍ୟବହାର କରୁଛି |
| 06:35 | ଏଠାରେ ଆମେ ବ୍ଲେଣ୍ଡର୍ ପାଇଁ Cloud Generator ପ୍ଲଗ୍-ଇନକୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିପାରିବା |
| 06:42 | pageରେ ଥିବା ନିର୍ଦ୍ଦେଶାବଳୀର ଅନୁସରଣ କରନ୍ତୁ |
| 06:47 | ଏଠାରେ ପ୍ରଦର୍ଶିତ ସୋପାନଗୁଡିକ ସମସ୍ତ ଇଣ୍ଟରନେଟ୍ ବ୍ରାଉଜର୍ ପାଇଁ ସମାନ ଅଟେ |
| 06:56 | Themeରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 06:59 | ଏଠାରେ, ଆପଣ Blender interfaceର ପ୍ରତ୍ୟେକ panelର କଲରକୁ ବଦଳାଇପାରିବେ |
| 07:09 | ଉଦାହରଣସ୍ଵରୁପ, Timelineରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 07:14 | ଏଠାରେ, ଆପଣ Current Frame ଇଣ୍ଡିକେଟର୍, Grid ଏବଂ ଅନ୍ୟ ସମସ୍ତ ଆଟ୍ରିବ୍ୟୁଟଗୁଡିକର କଲରକୁ ଦେଖିପାରିବେ |
| 07:24 | ସାମ୍ପ୍ରତିକ ଫ୍ରେମ୍ ପରେ ଥିବା green bar ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 07:30 | ବ୍ଲେଣ୍ଡରରେ ଏହା colour mode window ଅଟେ |
| 07:38 | ଏଠାରେ ଗ୍ରୀନ୍ ଏରିଆ ଉପରେ ଥିବା white dot, Current Frame ଇଣ୍ଡିକେଟରର କଲରକୁ ନିୟନ୍ତ୍ରଣ କରିଥାଏ |
| 07:45 | ମୁଁ ଏହାକୁ ରେଡରେ ପରିବର୍ତ୍ତନ କରିବି |
| 07:49 | white dotରେ ଲେଫ୍ଟ କ୍ଲିକକରି ଦାବିଧରନ୍ତୁ ଏବଂ ଆପଣଙ୍କ ମାଉସକୁ ରେଡ୍ ଏରିଆ ଆଡକୁ ଡ୍ରାଗ୍ କରନ୍ତୁ |
| 07:58 | Left-clickକୁ ଛାଡିଦିଅନ୍ତୁ |
| 08:01 | RGBର ଭେଲ୍ୟୁଗୁଡିକ କିପରି ପରିବର୍ତ୍ତନ ହେଉଛି ଲଖ୍ୟ କରନ୍ତୁ |
| 08:07 | ଏହିପରି, ତାଲିକାଭୁକ୍ତ ଅନ୍ୟ ଅପଶନଗୁଡିକର କଲରକୁ ମଧ୍ୟ ପରିବର୍ତ୍ତନ କରିପାରିବେ |
| 08:15 | Fileରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 08:20 | ଏଠାରେ, ଆପଣଙ୍କ ସିଷ୍ଟମରେ Fonts, Textures, Plugins, Render Output, Scripts, Sounds ପ୍ରଭୃତି ପାଇଁ ସ୍ଥାନ ନୀରୁପଣ କରିପାରିବେ |
| 08:38 | ଚାଲନ୍ତୁ Fonts ପାଇଁ ସ୍ଥାନ ନୀରୁପଣ କରିବା |
| 08:42 | ପ୍ରଥମ ଆୟତାକାର ବାରର ଡାହାଣ ପଟ ଶେଷରେ ଥିବା file ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 08:53 | ଗୋଟିଏ file browser ଖୋଲିବ |
| 08:56 | ଡିଫଲ୍ଟ ଭାବେ, ଆମେ local C drive directory ମଧ୍ୟରେ ଅଛନ୍ତି |
| 09:02 | Windows ଡାଇରେକ୍ଟୋରୀ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 09:07 | Fonts ଆଡକୁ ନାଭିଗେଟ୍ କରନ୍ତୁ |
| 09:11 | ସ୍କ୍ରୀନ୍ ଉପରିସ୍ଥ ଡାହାଣପଟ କୋଣରେ ଥିବା Accept ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 09:19 | ପ୍ରଥମ ଆୟତାକାର ବାର୍ ଉପରେ ଗୋଟିଏ ପାଥ୍ ଦୃଶ୍ୟମାନ ହେବ |
| 09:25 | ବର୍ତ୍ତମାନ ବ୍ଲେଣ୍ଡର୍, ଆପଣଙ୍କ ସିଷ୍ଟମରେ କେଉଁଠି fonts ପ୍ରାପ୍ତ ହେବ ଜାଣିପାରିବ |
| 09:32 | ସେହିପରି, ଦ୍ଵିତୀୟ ଆୟତାକାର ବାରର ଡାହାଣ ପଟ ଶେଷରେ ଥିବା file ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. |
| 09:40 | ପୁନର୍ବାର, file browser ଖୋଲିବ |
| 09:43 | ବର୍ତ୍ତମାନ, ଆପଣ fonts ପାଇଁ କଲାଭଳି ଆପଣଙ୍କ ସିଷ୍ଟମରେ textures ପାଇଁ ସ୍ଥାନ ନିରୁପଣ କରିପାରିବେ |
| 09:52 | Textures ପାଇଁ ସ୍ଥାନର ଚୟନ ନ’କରି ଏହି ଫାଇଲ୍ ବ୍ରାଉଜରରୁ ବାହାର ହେବା ପାଇଁ ଚାହୁଁଥିଲେ, ଆପଣ କ’ଣ କରିବେ? |
| 10:00 | User Preferences windowକୁ ଫେରିଆସିବା ପାଇଁ, ସ୍କ୍ରୀନ ଉପରିସ୍ଥ, ହେଲ୍ପ କଡରେ ଥିବା Back to previous ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 10:11 | ଦ୍ଵିତୀୟ ଆୟତାକାର ବାରର୍ ଉପରେ କୌଣସି ପାଥ୍ ଦୃଶ୍ୟମାନ ହେବ ନାହିଁ କାରଣ କୌଣସିଟି ଚୟନ ହୋଇନଥିଲେ |
| 10:20 | Systemରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 10:23 | ଏଠାରେ ଆପଣ ବ୍ୟବହାର କରୁଥିବା କମ୍ପ୍ୟୁଟରର ପ୍ରପର୍ଟୀ ଅନୁସାରେ Blender settingsକୁ କଷ୍ଟମାଇଜ୍ କରିପାରିବେ |
| 10:29 | Blenderରେ ଡିଷ୍ପ୍ଲେ ପାଇଁ, DPI, font size ଓ resolutionକୁ ପରିବର୍ତ୍ତନ କରେ; |
| 10:36 | Blenderରେ ଡିଫଲ୍ଟ DPI ହେଉଛି 72 |
| 10:42 | Blender tutorials ସିରିଜରେ, ଭଲ ଦେଖାଯିବା ଉଦ୍ଦେଶ୍ୟରେ, DPI:90 ବ୍ୟବହୃତ ହେଉଛି |
| 10:52 | Blender interfaceରେ କଷ୍ଟମାଇଜ୍ ହୋଇଥିବା ପରିବର୍ତ୍ତନକୁ save କରିବା ପାଇଁ, ନିମ୍ନସ୍ଥ ବାମପଟ କୋଣରେ ଥିବା Save As Default ବ୍ୟବହୃତ ହୁଏ |
| 11:01 | କୀବୋର୍ଡ୍ ସର୍ଟକଟ୍ ପାଇଁ, Ctrl & Uକୁ ଦାବନ୍ତୁ |
| 11:07 | ଏହା User Preferences window ସମ୍ବନ୍ଧରେ ମୌଳିକ ସୂଚନା ଅଟେ |
| 11:13 | ଏଗୁଡିକ ବ୍ୟତିତ, user preferences windowରେ ଅନ୍ୟାନ୍ୟ ଅପଶନଗୁଡିକ ଉପସ୍ଥିତ ଅଛନ୍ତି, ଯାହାକୁ ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରିବା |
| 11:25 | ବର୍ତ୍ତମାନ ଆପଣ ବ୍ଲେଣ୍ଡରରେ କୀବୋର୍ଡ୍ ସର୍ଟକଟ୍ ବ୍ୟବହାର କରି user preferences windowକୁ ଖୋଲିବା ପାଇଁ ଚେଷ୍ଟା କରନ୍ତୁ |
| 11:33 | 3D viewରେ Rotate around selectionକୁ ବ୍ୟବହାର କରି, cubeକୁ ଘୁର୍ଣ୍ଣନର କେନ୍ଦ୍ର ବିନ୍ଦୁ କରନ୍ତୁ |
| 11:42 | Blender ପାଇଁ cloud generator plug-inକୁ ଇନଷ୍ଟଲ୍ କରନ୍ତୁ |
| 11:47 | timelineରେ current frame ଇଣ୍ଡିକେଟରର କଲର୍ ପରିବର୍ତ୍ତନ କରନ୍ତୁ ଏବଂ ଆପଣଙ୍କ କମ୍ପ୍ୟୁଟରରେ render output ପାଇଁ ସ୍ଥାନ ନିରୁପଣ କରନ୍ତୁ |
| 11:57 | All the best! |
| 12:02 | ଏବଂ ଏହାସହିତ User Preferences ଉପରେ ଟ୍ୟୁଟୋରିଆଲ୍ ସମ୍ପୂର୍ଣ୍ଣ ହେଲା |
| 12:10 | ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 12:19 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ – |
| 12:23 | oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
| 12:39 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ |
| 12:41 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 12:45 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
| 12:50 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ସମ୍ପର୍କ କରନ୍ତୁ |
| 12:56 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
| 12:59 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |