Blender/C2/Types-of-Windows-Properties-Part-5/Oriya
From Script | Spoken-Tutorial
Time | Narration |
00:04 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
00:08 | ଏହି ଟ୍ୟୁଟୋରିଆଲ୍ Blender 2.59ରେ properties window ଉପରେ ପର୍ଯ୍ୟବସିତ ଅଟେ |
00:15 | ଏହି ସ୍କ୍ରିପ୍ଟ Sneha Deorukhkar ଓ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
00:28 | ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, Properties ୱିଣ୍ଡୋ କ’ଣ; |
00:33 | Properties ୱିଣ୍ଡୋରେ ଥିବା Texture panel କ’ଣ; |
00:38 | Properties ୱିଣ୍ଡୋରେ ଥିବା Texture panelର ବିଭିନ୍ନ ସେଟିଙ୍ଗସ ସବୁ କ’ଣ ଅଟେ ଆମେ ଶିଖିବା |
00:45 | Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି |
00:50 | ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
00:58 | ସ୍କ୍ରୀନର ଡାହାଣ ପଟେ Properties ୱିଣ୍ଡୋ ଅବସ୍ଥାନ କରେ |
01:04 | ପୂର୍ବ ଟ୍ୟୁଟୋରିଆଲରେ Properties windowର ପ୍ରଥମ କିଛି panel ଏବଂ ସେମାନଙ୍କ ସେଟିଙ୍ଗସକୁ ଦେଖିସାରିଛେ |
01:11 | ଚାଲନ୍ତୁ Properties windowର ପରବର୍ତ୍ତି ପ୍ୟାନେଲକୁ ଦେଖିବା |
01:14 | ପ୍ରଥମେ, ଆମେ Properties ୱିଣ୍ଡୋକୁ ଭଲ ଭାବେ ଦେଖିବା ଓ ବୁଝିବା ପାଇଁ ରିସାଇଜ୍ କରିବା ଜରୁରୀ ଅଟେ |
01:21 | Properties ୱିଣ୍ଡୋର ବାମ ଧାର ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ବାମ ପଟକୁ ଡ୍ରାଗ୍ କରନ୍ତୁ |
01:29 | ବର୍ତ୍ତମାନ ଆପଣ Properties ୱିଣ୍ଡୋରେ ଥିବା ଅପଶନଗୁଡିକୁ ଅତି ପ୍ରାଞ୍ଜଳ ଭାବେ ଦେଖିପାରିବେ |
01:34 | Blender windowsକୁ କିପରି ରିସାଇଜ୍ କରାଯାଏ ଶିଖିବା ପାଇଁ, How to Change Window Types in Blender ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
01:45 | Properties ୱିଣ୍ଡୋର ଉପରିସ୍ଥ ରୋକୁ ଯା’ନ୍ତୁ |
01:48 | Properties window ଉପରିସ୍ଥ ରୋରେ ଥିବା Checkered Square ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
01:55 | ଏହା Texture ପ୍ୟାନେଲ ଅଟେ. ଏଠାରେ ଆପଣ ଆକ୍ଟିଭ୍ ଅବଜେକ୍ଟର ଆକ୍ଟିଭ୍ ମ୍ୟାଟେରିଆଲରେ ଗୋଟିଏ ନୁତନ texture ଯୋଗ କରିପାରିବେ |
02:04 | Texture ଆଇକନର ଠିକ୍ ତଳେ, ପ୍ରଦର୍ଶିତ ଲିଙ୍କକୁ ଦେଖିପାରିବେ. Cubeକୁ Whiteକୁ Tex |
02:14 | ଏହାର ଅର୍ଥ ଯେ ଆକ୍ଟିଭ୍ ଅବଜେକ୍ଟ ହେଉଛି cube. White ହେଉଛି cubeର active material |
02:23 | Tex ହେଉଛି White ମ୍ୟାଟେରିଆଲର active texture. ଏଠାରେ ତିନୋଟି ପ୍ରକାରର ଟେକ୍ସଚର୍ ଅଛି - |
02:32 | Material Textures, World Textures ଓ Brush Textures |
02:38 | ଏହି ଟ୍ୟୁଟୋରିଆଲରେ ଆମେ Material textures ଦେଖିବା |
02:42 | World textures ଓ Brush textures ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଆଲୋଚିତ ହେବ |
02:49 | ଏହା texture slot box ଅଟେ. ଡିଫଲ୍ଟ ଭାବେ, active material ପାଇଁ ଗୋଟିଏ ଟେକ୍ସଚରକୁ ଏନାବଲ୍ କରାଯାଇଛି. ଏହା blueରେ ହାଇଲାଇଟ୍ ହୋଇଛି |
03:00 | ହାଇଲାଇଟ୍ ହୋଇଥିବା ଟେକ୍ସଚରର ପୁରା ଡାହାଣ ପଟେ ଥିବା check boxରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ textureଟି ଡିଜାବଲ୍ ହୋଇଯିବ |
03:11 | check boxରେ ପୁନର୍ବାର ଲେଫ୍ଟ କ୍ଲିକ୍ କରନ୍ତୁ. ଏହା ପୁନର୍ବାର ଏନାବଲ୍ ହୋଇଯିବ. ଚେକ୍ ବକ୍ସ ପରେ ଗୋଟିଏ ଭର୍ଟିକଲ୍ ସ୍କ୍ରୋଲ୍ ବାର୍ ଅଛି |
03:25 | vertical scrollରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ. mouseକୁ ତଳ ଆଡକୁ ଡ୍ରାଗ୍ କରନ୍ତୁ |
03:32 | ବର୍ତ୍ତମାନ ଆପଣ ସାମ୍ପ୍ରତିକ material ପାଇଁ ଉପଲବ୍ଧ ଥିବା ସମସ୍ତ texture slotsଗୁଡିକୁ ଦେଖିପାରିବେ |
03:38 | ପ୍ରତ୍ୟେକ ସ୍ଲଟ୍ ଗୋଟିଏ checkered square ଦ୍ଵାରା ରିପ୍ରେଜେଣ୍ଟ୍ ହୋଇଥାଏ |
03:44 | active textureକୁ ସ୍କ୍ରୋଲ୍ ବ୍ୟାକ୍ କରନ୍ତୁ |
03:48 | ଟେକ୍ସଚର୍ ସ୍ଲଟ୍ ବକ୍ସରେ ଟେକ୍ସଚରଗୁଡିକୁ ତଳ ଉପର କରିବା ପାଇଁ up ଓ down ଆରୋଗୁଡିକ ବ୍ୟବହୃତ ହୋଇଥାଏ |
03:56 | down arrowରେ ଲେଫ୍ଟ କ୍ଲିକ୍ କରନ୍ତୁ. ଆକ୍ଟିଭ୍ ଟେକ୍ସଚର୍, ଦ୍ଵିତୀୟ ଟେକ୍ସଚର୍ ସ୍ଲଟକୁ ଚାଲିଯାଏ |
04:06 | up arrowରେ ଲେଫ୍ଟ କ୍ଲିକ୍ କରନ୍ତୁ. ଆକ୍ଟିଭ୍ ଟେକ୍ସଚର୍ ପ୍ରଥମ ସ୍ଲଟକୁ ଫେରିଆସେ |
04:15 | up ଓ down ଆରୋର ନିମ୍ନଭାଗରେ ଅନ୍ୟ ଏକ black down arrow ଅଛି |
04:20 | black down arrowରେ ଲେଫ୍ଟ କ୍ଲିକ୍ କରନ୍ତୁ. ଗୋଟିଏ ମେନୁ ଦୃଶ୍ୟମାନ ହେବ |
04:26 | Copy Texture Slot Settingsରେ ଲେଫ୍ଟ କ୍ଲିକ୍ କରନ୍ତୁ |
04:31 | ବକ୍ସ ମଧ୍ୟରେ ଥିବା second texture slotରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା blueରେ ହାଇଲାଇଟ୍ ହେବ |
04:40 | ପୁନର୍ବାର, black down arrowରେ ଲେଫ୍ଟ କ୍ଲିକ୍ କରନ୍ତୁ |
04:45 | Paste Texture Slot Settingsରେ ଲେଫ୍ଟ କ୍ଲିକ୍ କରନ୍ତୁ |
04:49 | ପ୍ରଥମ ଟେକ୍ସଚରରେ ଥିବା ସମାନ ସେଟିଙ୍ଗ୍ ସହ ଗୋଟିଏ ନୁତନ Texture, ଦ୍ଵିତୀୟ ଟେକ୍ସଚର୍ ସ୍ଲଟରେ ଦୃଶ୍ୟମାନ ହେବ |
04:57 | slot boxର ନିମ୍ନରେ ଥିବା Texture name barର ଡାହାଣ ପଟେ ଥିବା cross sign ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
05:07 | ଦ୍ଵିତୀୟ ଟେକ୍ସଚର୍ ବାହାର ହୋଇଯିବ. ଏହାର ସେଟିଙ୍ଗଗୁଡିକ ମଧ୍ୟ |
05:15 | ଗୋଟିଏ ନୁତନ ବଟନ୍ ପ୍ଲସ୍ ଚିହ୍ନ ସହ ଦୃଶ୍ୟମାନ ହେବ |
05:20 | New ବଟନରେ ଲେଫ୍ଟ କ୍ଲିକ୍ କରନ୍ତୁ. ଦ୍ଵିତୀୟ ଟେକ୍ସଚର୍ ସ୍ଲଟରେ ଗୋଟିଏ ନୁତନ Texture ଦୃଶ୍ୟମାନ ହେବ |
05:29 | ତେଣୁ ନୁତନ ଟେକ୍ସଚରକୁ ଯୋଗ କରିବା ପାଇଁ ଏହା ଅନ୍ୟ ଏକ ମାର୍ଗ ଅଟେ |
05:34 | ଧ୍ୟାନ ଦିଅନ୍ତୁ, ଦ୍ଵିତୀୟ ଟେକ୍ସଚରର ବାମ ପଟେ ଥିବା checkered square କିପରି ଭିନ୍ନ ଏକ ଇମେଜରେ ପରିବର୍ତ୍ତିତ ହୋଇଯାଇଛି |
05:42 | ନିମ୍ନଭାଗରେ ଗୋଟିଏ preview window ଦୃଶ୍ୟମାନ ହେଲା. ଏହା ଆକ୍ଟିଭ୍ ଟେକ୍ସଚରର ପ୍ରିଭ୍ୟୁକୁ ପ୍ରଦର୍ଶନ କରିବ |
05:49 | ଏହି ଟେକ୍ସଚରକୁ ରିନେମ୍ କରନ୍ତୁ |
05:53 | ସ୍ଲଟ୍ ବକ୍ସର ନିମ୍ନଭାଗରେ ଥିବା Texture name barରେ ଲେଫ୍ଟ କ୍କ୍ଲିକ୍ କରନ୍ତୁ |
05:57 | କୀବୋର୍ଡରେ Bump ଟାଇପ୍ କରି Enter କୀ ଦାବନ୍ତୁ |
06:05 | ନେମ୍ ବାରର ବାମ ପଟେ ଥିବା checkered squareରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Texture menu ଅଟେ |
06:12 | Sceneରେ ବ୍ୟବହୃତ ହୋ ଇଥିବା ସମସ୍ତ ଟେକ୍ସଚର୍ ଏଠାରେ ତାଲିକାଭୁକ୍ତ ହୋଇଛନ୍ତି |
06:18 | ନେମ୍ ବାରର ନିମ୍ନରେ Type ବାର୍ ଉପସ୍ଥିତ ଅଛି. ଡିଫଲ୍ଟ ଭାବେ ପ୍ରତ୍ୟେକ ନୁତନ ଟେକ୍ସଚର୍ Clouds textureକୁ ପ୍ରଦର୍ଶନ କରେ |
06:28 | Cloudsରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Type ମେନୁ ଅଟେ |
06:35 | ଏଠାରେ ବ୍ଲେଣ୍ଡର୍ ଦ୍ଵାରା ସମର୍ଥିତ ସମସ୍ତ ଟେକ୍ସଚରଗୁଡିକ ତାଲିକାଭୁକ୍ତ ହୋଇଛି. Wood, Voxel data, Voronoi ପ୍ରଭୃତି |
06:48 | କୌଣସି ଟେକ୍ସଚରକୁ ଚୟନ କରିବା ପାଇଁ, ଏହା ଉପରେ କେବଳ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ ପାଇଁ, ମୁଁ Clouds ଟେକ୍ସଚରକୁ ରଖୁଛି |
06:58 | ଏହା Texture Preview ୱିଣ୍ଡୋ ଅଟେ. ଏଠାରେ ପ୍ରଦର୍ଶନ ପାଇଁ ତିନୋଟି ଅପଶନ୍ ଅଛି |
07:05 | Texture- ଡିଫଲ୍ଟ ଭାବେ, ସର୍ବଦା ଚୟନ ହୋଇଥାଏ |
07:10 | Materialରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା ମ୍ୟାଟେରିଆଲ୍ ଉପରେ ଟେକ୍ସଚରର ପ୍ରିଭ୍ୟୁକୁ ପ୍ରଦର୍ଶନ କରେ |
07:19 | Bothରେ ଲେଫ୍ଟ କ୍ଲିକ୍ କରନ୍ତୁ. ନାମ ଅନୁସାରେ ବର୍ତ୍ତମାନ ଉଭୟ texture ଓ material display ପାଖାପାଖି ଦୃଶ୍ୟମାନ ହେବେ |
07:30 | Show Alphaରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ ଟେକ୍ସଚର୍ ପାରଦର୍ଶି ହୋଇଛି |
07:38 | ଏହା ଗ୍ଲାସ୍ ଓ ୱାଟର୍ ଭଳି ମ୍ୟାଟେରିଆଲ୍ ପାଇଁ ବ୍ୟବହୃତ ହୋଇଥାଏ. ବର୍ତ୍ତମାନ ପାଇଁ ଏହାକୁ ବନ୍ଦ କରିଦେବା |
07:44 | ପୁନର୍ବାର Show Alphaରେ ଲେଫ୍ଟ କ୍ଲିକ୍ କରନ୍ତୁ |
07:51 | ପରବର୍ତ୍ତି ସେଟିଙ୍ଗସ ହେଉଛି Influence |
07:53 | ଏଠାରେ ବିଭିନ୍ନ ଅପଶନଗୁଡିକ ଆଛନ୍ତି ଯାହା ମ୍ୟାଟେରିଆଲର ଚାରୋଟି ମୁଖ୍ୟ କ୍ଷେତ୍ରଗୁଡିକରେ ଟେକ୍ସଚରକୁ ପ୍ରଭାବିତ କରିବା ପାଇଁ ସାହାଯ୍ୟ କରିବେ |
08:01 | Diffuse, Shading, Specular ଓ Geometry. ଡିଫଲ୍ଟ ଭାବେ Diffuse ଅଧିନରେ ଥିବା Color ଏନାବଲ୍ ଅଛି |
08:22 | Color barର ବାମ ପଟେ ଥିବା ଚେକ୍ ବକ୍ସ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ କଲର ଡିଜାବଲ୍ ହୋଇଛି |
08:30 | Material Diffuse କଲରକୁ ବେଶି ସମୟ ପର୍ଯ୍ୟନ୍ତ ଟେକ୍ସଚର୍ କଲର୍ ପ୍ରଭାବିତ କରିପାରିବ ନାହିଁ |
08:38 | Geometryକୁ ଯା’ନ୍ତୁ. Normal ପରେ ଥିବା ଚେକ୍ ବକ୍ସରେ ଲେଫ୍ଟ କ୍ଲିକ୍ କରନ୍ତୁ |
08:45 | ବର୍ତ୍ତମାନ ଟେକ୍ସଚର Normal, ମ୍ୟାଟେରିଆଲର Geometryକୁ ପ୍ରଭାବିତ କରିବ |
08:50 | ପ୍ରିଭ୍ୟୁ ୱିଣ୍ଡୋରେ ପରିଣାମକୁ ଦେଖିପାରିବେ |
08:57 | ପ୍ରିଭ୍ୟୁ sphereର ଚାରିପଟେ cloudଗୁଡିକ ଛୋଟ ବମ୍ପସ ଆକାରରେ ବିଛାଇ ହୋଇଥିବ |
09:06 | ମ୍ୟାଟେରିଆଲ୍ ସହ ଟେକ୍ସଚର କିପରି ମିଶ୍ରଣ ହେବ, ଏହାକୁ Blend ନିୟନ୍ତ୍ରଣ କରେ. ଡିଫଲ୍ଟ ଭାବେ ଏହା Mix ଭାବେ ସେଟ୍ ହୋଇଥାଏ |
09:15 | Mixରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହି ମେନୁ ବ୍ଲେଣ୍ଡର୍ ଦ୍ଵାରା ସମର୍ଥିତ texture Blendର ସମସ୍ତ ପ୍ରକାରକୁ ତାଲିକାଭୁକ୍ତ କରିଥାଏ |
09:25 | RGB to Intensityର ନିମ୍ନରେ ଥିବା ଏହି ପିଙ୍କ୍ କଲରର ବାରକୁ ଦେଖିପାରୁଛନ୍ତି? ଏହା ଡିଫଲ୍ଟ ଟେକ୍ସଚର୍ କଲର୍ ଅଟେ |
09:33 | ବର୍ତ୍ତମାନ ଏହା ମ୍ୟାଟେରିଆଲ୍ କଲରକୁ ପ୍ରଭାବିତ କରିବ ନାହିଁ କାରଣ ମନେରଖନ୍ତୁ Influence ଅଧିନରେ ଥିବା କଲର୍ ଅପଶନକୁ ଡିଜାବଲ୍ କରାଯାଇଛି |
09:44 | pink colorରେ ଲେଫ୍ଟ କ୍ଲିକ୍ କରନ୍ତୁ. ଗୋଟିଏ କଲର୍ ମେନୁ ଦୃଶ୍ୟମାନ ହେବ |
09:48 | ଏଠାରେ ଟେକ୍ସଚର୍ ପାଇଁ ଯେକୌଣସି କଲରକୁ ଚୟନ କରିପାରିବେ |
09:53 | ବର୍ତ୍ତମାନ ପାଇଁ, ପିଙ୍କ୍ ଭାବେ ଛାଡିଦିଅନ୍ତୁ କାରଣ ଟେକ୍ସଚର୍ କଲର୍ ବ୍ୟବହୃତ ହେଉନାହିଁ |
10:00 | ଟେକ୍ସଚରର normal କିପରି ଭାବେ ମ୍ୟାଟେରିଆଲର Geometryକୁ ପ୍ରଭାବିତ କରେ, Bump Mapping ନିର୍ଦ୍ଧାରଣ କରିଥାଏ |
10:09 | ବମ୍ପ୍ ମ୍ୟାପିଙ୍ଗର ସାମ୍ପ୍ରତିକ ଉପାୟ ହେଉଛି, Default |
10:12 | Defaultରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହି ମେନୁ ବମ୍ପ୍ ମ୍ୟାପିଙ୍ଗର ବିଭିନ୍ନ ଉପାୟଗୁଡିକୁ ତାଲିକାଭୁକ୍ତ କରିଥାଏ, ଯେପରି- |
10:19 | Best quality, Default, Compatible ଓ original |
10:34 | Compatibleରେ ଲେଫ୍ଟ କ୍ଲିକ୍ କରନ୍ତୁ. bump influenceରେ ବୃଦ୍ଧି ହେବ |
10:46 | ପରବର୍ତ୍ତି ସେଟିଙ୍ଗ୍ ହେଉଛି Clouds. ଏଠାରେ clouds texture ପାଇଁ ବିଭିନ୍ନ ଅପଶନଗୁଡିକ ଅଛି |
10:54 | Greyscale, ଟେକ୍ସଚରକୁ greyscale ମୋଡରେ ପ୍ରଦର୍ଶିତ କରିବ |
10:59 | Colorରେ ଲେଫ୍ଟ କ୍ଲିକ୍ କରନ୍ତୁ |
11:09 | ବର୍ତ୍ତମାନ ପ୍ରିଭ୍ୟୁ ୱିଣ୍ଡୋରେ ଟେକ୍ସଚର୍ ଗୋଟିଏ କଲରର ମିଶ୍ରଣରେ ପ୍ରଦର୍ଶିତ ହେବ |
11:12 | କିନ୍ତୁ ମ୍ୟାଟେରିଆଲ୍ ଉପରେ colorର କିଛି ପ୍ରଭାବ ରହିବ ନାହିଁ |
11:16 | Noise, clouds textureର ଡିଷ୍ଟୋର୍ଶନକୁ ନିର୍ଦ୍ଧାରଣ କରିଥାଏ |
11:21 | ଡିଫଲ୍ଟ ଡିଷ୍ଟୋର୍ଶନ ହେଉଛି, Soft noise |
11:25 | Hardରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ ପ୍ରିଭ୍ୟୁ ୱିଣ୍ଡୋ clouds textureରେ ଗାଢ୍ କଳା ଆଉଟଲାଇନଗୁଡିକୁ ପ୍ରଦର୍ଶନ କରିବ |
11:36 | ସେହି ସମୟରେ, ମ୍ୟାଟେରିଆଲ୍ ଉପରେ ଥିବା bumpsଗୁଡିକ ଗାଢ୍ ହୋଇଯିବେ. ଏହା hard noise ଅଟେ |
11:47 | clouds textureରେ, Basis ଆଧାର କିମ୍ବା noiseର ଉତ୍ସ ଅଟେ |
11:53 | Blender Originalରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Noise basis ମେନୁ ଅଟେ |
12:00 | ଏହା ବ୍ଲେଣ୍ଡରରେ ଥିବା ସମସ୍ତ ସମର୍ଥିତ noise basesର ତାଲିକାକୁ ପ୍ରଦର୍ଶନ କରିବ |
12:05 | Voronoi Crackleରେ ଲେଫ୍ଟ କ୍ଲିକ୍ କରନ୍ତୁ. ପ୍ରିଭ୍ୟୁ ୱିଣ୍ଡୋରେ ହେଉଥିବା ପରିବର୍ତ୍ତନକୁ ଦେଖିପାରିବେ |
12:14 | Noise basis ଏହିପରି clouds textureକୁ ପ୍ରଭାବିତ କରିଥାଏ |
12:21 | Size, Nabla ଓ Depth, clouds textureରେ noise ଗୁଣାବଳୀଗୁଡିକୁ ନିୟନ୍ତ୍ରଣ କରନ୍ତି |
12:33 | Properties panelର ଉପରିସ୍ଥ ଶେଷ ଦୁଇଟି ଆଇକନ୍, Particles ଓ Physics ଅଟନ୍ତି |
12:42 | ଏଗୁଡିକ ଅତି ଆଧୁନିକ ଟ୍ୟୁଟୋରିଆଲଗୁଡିକରେ ଆଲୋଚିତ ହେବ ଯେତେବେଳେ ଆନିମେଶନ୍ ପାଇଁ Particles ଓ Physicsର ବ୍ୟବହାର ହେବ |
12:50 | 3D-viewକୁ ଯା’ନ୍ତୁ |
12:53 | Lampକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
12:59 | ଧ୍ୟାନଦିଅନ୍ତୁ Properties panelର ଉପରିସ୍ଥ ରୋରେ ଥିବା ଆଇକନଗୁଡିକ, ବର୍ତ୍ତମାନ କିପରି ପରିବର୍ତ୍ତନ ହୋଇଯାଇଛନ୍ତି |
13:05 | କିଛି ଆଇଅକନ୍ ପ୍ରତିସ୍ଥାପିତ ହେଲାବେଳେ କିଛି ବାହାର ହୋଇଯାଇଛନ୍ତି |
13:10 | 3D-viewରେ Camera ଉପରେ ରାଇଟ୍ କ୍ଲିକ୍ କରନ୍ତୁ. |
13:13 | ପୁନର୍ବାର, Properties panelର ଉପରିସ୍ଥ ରୋରେ ଥିବା ଆଇକନଗୁଡିକ, ପରିବର୍ତ୍ତନ ହୋଇଯାଇଥିବାର ଲକ୍ଷ୍ୟ କରନ୍ତୁ |
13:19 | ଏହାର ଅର୍ଥ ହେଉଛି Properties windowରେ ଥିବା ଟୂଲଗୁଡିକ ଡାଇନାମିକ୍ ଅଟନ୍ତି ଏବଂ 3D-viewରେ ଥିବା ଆକ୍ଟିଭ୍ ଅବଜେକ୍ଟର ପ୍ରକାର ଉପରେ ନିର୍ଭର କରିଥାନ୍ତି |
13:29 | ଏହା Properties ୱିଣ୍ଡୋ ଉପରେ ଥିବା ଟ୍ୟୁଟୋରିଆଲରକୁ ସମାପ୍ତ କରେ |
13:34 | ବର୍ତ୍ତମାନ ଆଗକୁ ବଢିବା ସହ ଗୋଟିଏ ନୁତନ ଫାଇଲ୍ ସୃଷ୍ଟି କରନ୍ତୁ; |
13:39 | cubeରେ ଗୋଟିଏ clouds textureକୁ ଯୋଗ କରନ୍ତୁ ଏବଂ Clouds Noiseର Size, Nabla ଓ Depth ସହ ଖେଳନ୍ତୁ |
13:49 | ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
13:58 | ଏହା ଉପରେ ଅଧିକ ବିବରଣୀ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
14:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ |
14:21 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
14:25 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
14:31 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ |
14:36 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି |
14:38 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |