Blender/C2/Types-of-Windows-Properties-Part-2/Oriya
From Script | Spoken-Tutorial
| Time | Narration |
| 00:04 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
| 00:08 | ଏହି ଟ୍ୟୁଟୋରିଆଲ୍ Blender 2.59ରେ properties window ଉପରେ ପର୍ଯ୍ୟବସିତ ଅଟେ |
| 00:15 | ଏହି ସ୍କ୍ରିପ୍ଟ Sneha Deorukhkar ଓ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
| 00:28 | ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ - Properties ୱିଣ୍ଡୋ କ’ଣ; |
| 00:35 | Properties window ଅଧିନରେ ଥିବା scene panel, world panel ଓ Object panel ସବୁ କ’ଣ ଅଟେ; |
| 00:42 | Properties window ଅଧିନରେ ଥିବା scene panel, world panel ଓ Object panelରେ ଥିବା ବିଭିନ୍ନ ସେଟିଙ୍ଗସଗୁଡିକ ବିଷୟରେ ଆମେ ଶିଖିବା |
| 00:52 | Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି |
| 00:57 | ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 01:05 | ସ୍କ୍ରୀନର ଡାହାଣ ପଟେ Properties ୱିଣ୍ଡୋ ଅବସ୍ଥାନ କରେ |
| 01:11 | ଆମେ ପୂର୍ବବର୍ତ୍ତି ଟ୍ୟୁଟୋରିଆଲରେ Properties windowର ପ୍ରଥମ ପ୍ୟାନେଲ୍ ଏବଂ ସେଟିଙ୍ଗସକୁ ଦେଖିସାରିଛେ |
| 01:17 | ଚାଲନ୍ତୁ Properties windowର ପରବର୍ତ୍ତି ପ୍ୟାନେଲକୁ ଦେଖିବା |
| 01:21 | ପ୍ରଥମେ Properties windowକୁ ଭଲ ଭାବେ ଦେଖିବା ଓ ବୁଝିବା ପାଇଁ resize କରନ୍ତୁ |
| 01:27 | Properties windowର ବାମ ପଟ ଧାରରେ ଲେଫ୍ଟ କ୍ଲିକ୍ କରି ଧରି ରଖି, ବାମ ପଟକୁ ଡ୍ରାଗ୍ କରନ୍ତୁ |
| 01:37 | ବର୍ତ୍ତମାନ ଆପଣ Properties windowରେ ଥିବା ଅପଶନଗୁଡିକୁ ଭଲ ଭାବେ ଦେଖିପାରିବେ |
| 01:42 | Blender windowsକୁ କିପରି ରିସାଇଜ୍ କରିବେ ଶିଖିବା ପାଇଁ, How to Change Window Types in Blender ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 01:51 | Properties ୱିଣ୍ଡୋର ଉପରିସ୍ଥ ରୋରେ ଥିବା ଦ୍ଵିତୀୟ icon ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Scene ପ୍ୟାନେଲ୍ ଅଟେ |
| 02:02 | Camera ହେଉଛି ଆକ୍ଟିଭ୍ କ୍ୟାମେରା ଯାହା, ଦୃଶ୍ୟକୁ ରେଣ୍ଡର୍ କରିବା ପାଇଁ ବ୍ୟବହୃତ ହୁଏ |
| 02:08 | ଦୃଶ୍ୟରେ ଥିବା ଅବଜେକ୍ଟଗୁଡିକର ମାପକୁ Units ନିର୍ଦ୍ଧାରଣ କରିଥାଏ |
| 02:14 | ବ୍ଲେଣ୍ଡରରେ ଆନିମେଟ୍ କରିବା ପାଇଁ ଏହା ଅତ୍ୟନ୍ତ ଦରକାରି ଓ ଗୁରୁତ୍ଵପୂର୍ଣ୍ଣ ଅଟେ |
| 02:20 | ଡିଫଲ୍ଟ ଭାବେ Unitsକୁ None ଓ Degreesରେ ସେଟ୍ କରାଯାଇଥାଏ |
| 02:26 | Metric ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ . ବର୍ତ୍ତମାନ ଆମ ଦୃଶ୍ୟରେ ଥିବା ସମସ୍ତ object ମିଟରରେ ମାପ ହୋଇଯିବ |
| 02:35 | Gravityରେ ନଜର ପକାନ୍ତୁ |
| 02:38 | ଧ୍ୟାନଦିଅନ୍ତୁ ଯେ gravityର X-Y-Z ୟୁନିଟଗୁଡିକ metres per second squareରେ ପରିବର୍ତ୍ତିତ ହୋଇଯାଇଛି |
| 02:46 | ଯେତେବେଳେ ଆମେ ବ୍ଲେଣ୍ଡରରେ Physics ସାହାଯ୍ୟରେ ଅବଜେକ୍ଟକୁ ଆନିମେଟ୍ କରୁ, ସେତେବେଳେ Gravity ବ୍ୟବହାରରେ ଆସିଥାଏ |
| 02:52 | ଆମେ ସେଗୁଡିକୁ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଦେଖିବା |
| 02:56 | Properties windowର ଉପରିସ୍ଥ ରୋର ତୃତୀୟ ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 03:03 | ଏହା World panel ଅଟେ. ଏଠାରେ ଆପଣ ବ୍ଲେଣ୍ଡରର world ସେଟିଙ୍ଗସ ବା background settingକୁ ପରିବର୍ତ୍ତନ କରିପାରିବେ |
| 03:12 | Blend Skyରେ ଲେଫ୍ଟ କ୍ଲିକ୍ କରନ୍ତୁ. Preview, gradient କଲରକୁ ପରିବର୍ତ୍ତିତ ହୋଇଯିବ |
| 03:21 | କିନ୍ତୁ 3D view ଆଗଭଳି ଦେଖାଯିବ. ତା’ହେଲେ ପ୍ରକୃତରେ ବ୍ୟାକଗ୍ରାଉଣ୍ଡ୍ କଲର୍ ପରିବର୍ତ୍ତନ ହୋଇଛି ବୋଲି ଆପଣ କିପରି ଜାଣିବେ? |
| 03:30 | ଆକ୍ଟିଭ୍ କ୍ୟାମେରା ଭ୍ୟୁକୁ ରେଣ୍ଡର୍ କରିବା ପାଇଁ F12କୁ ଦାବନ୍ତୁ |
| 03:36 | ବର୍ତ୍ତମାନ, ବ୍ୟାକଗ୍ରାଉଣ୍ଡରେ ହେଉଥିବା ପରିବର୍ତ୍ତନକୁ ଆପଣ ଦେଖିପାରିବେ |
| 03:40 | Render Displayକୁ ବନ୍ଦ କରନ୍ତୁ |
| 03:46 | Zenith colourରେ ଲେଫ୍ଟ କ୍ଲିକ୍ କରନ୍ତୁ. menuରୁ ଗୋଟିଏ କଲରକୁ ଚୟନ କରନ୍ତୁ. ମୁଁ white ଚୟନ କଲି |
| 03:58 | ବର୍ତ୍ତମାନ, ବ୍ୟାକଗ୍ରାଉଣ୍ଡ ଗୋଟିଏ black and white gradient ସହିତ ରେଣ୍ଡର୍ ହେବ |
| 04:03 | World panelରେ ଥିବା ଅନ୍ୟାନ୍ୟ ସେଟିଙ୍ଗସଗୁଡିକ ହେଲେ - Ambient Occlusion, Environment Lighting, Indirect Lighting, Gather, Mist, Stars |
| 04:21 | Blenderର lighting ଉପରେ ଥିବା ଅତି ଆଧୁନିକ ଟ୍ୟୁଟୋରିଆଲଗୁଡିକରେ ଏହି ସେଟିଙ୍ଗଗୁଡିକ ଆଲୋଚିତ ହେବ |
| 04:29 | Properties windowର ଉପରିସ୍ଥ ରୋର ଚତୁର୍ଥ ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 04:37 | ଏହା Object ପ୍ୟାନେଲ୍ ଅଟେ. ଏଠାରେ ଆକ୍ଟିଭ୍ ଅବଜେକ୍ଟ ପାଇଁ ସେଟିଙ୍ଗସଗୁଡିକ ରହିଛି |
| 04:45 | ଡିଫଲ୍ଟ ଭାବେ Cube ଆକ୍ଟିଭ୍ ଅବଜେକ୍ଟ ଅଟେ. ତେଣୁ, ଏଠାରେ ଥିବା ସମସ୍ତ ସେଟିଙ୍ଗସ କ୍ୟୁବ୍ ପାଇଁ ଅଟେ |
| 04:54 | Transform ଆକ୍ଟିଭ୍ ଅବଜେକ୍ଟର location, rotation ଓ scaleକୁ ନିର୍ଦ୍ଧାରଣ କରେ |
| 05:04 | Locationରେ ଥିବା X 0 ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 1 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 05:14 | X-axisରେ cube, 1 unit ଆଗକୁ ବଢିବ |
| 05:20 | ଏହିପରି ଆପଣ ଆକ୍ଟିଭ୍ ଅବଜେକ୍ଟକୁ move, rotate ଓ scale କରିବା ପାଇଁ Object panelକୁ ବ୍ୟବହାର କରିପାରିବେ |
| 05:28 | ଏହା ବ୍ଲେଣ୍ଡରରେ key-frames ସାହାଯ୍ୟରେ ଆନିମେଟ୍ କଲାବେଳେ ଅତି ଉପଯୋଗୀ ହୁଏ |
| 05:35 | 3D-viewରେ Camera ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 05:40 | Object Panelରେ ଥିବା Transform ଅଧିନସ୍ଥ Location, Rotation ଓ Scaleର ୟୁନିଟଗୁଡିକରେ କିପରି ପରିବର୍ତ୍ତନ ହେଉଛି, ଲଖ୍ୟ କରନ୍ତୁ |
| 05:50 | ଏଗୁଡିକ ଚୟନିତ କ୍ୟାମେରା ପାଇଁ ସେଟିଙ୍ଗସ ଅଟନ୍ତି |
| 05:55 | ପରବର୍ତ୍ତି ସେଟିଙ୍ଗସ ହେଉଛି Relations. ଏଠାରେ ଆପଣ ଗୋଟିଏ ଆକ୍ଟିଭ୍ ଅବଜେକ୍ଟ ପାଇଁ Layer ଓ Parent ନିର୍ଦ୍ଧାରଣ କରିପାରିବେ |
| 06:07 | Layersରେ ଥିବା ଦ୍ଵିତୀୟ square ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ କ୍ୟାମେରାଟି ଲୁଚିଯିବ |
| 06:13 | ପ୍ରକୃତରେ ଏହା ଦ୍ଵିତୀୟ layerକୁ ଘୁଞ୍ଚିଗଲା. ଯେହେତୁ layerଟି ଲୁଚିଯାଇଛି, କ୍ୟାମେରା ମଧ୍ୟ ଲୁଚିଯାଇଛି |
| 06:23 | 3D-viewର ନିମ୍ନସ୍ଥ ବାମ କୋଣରେ ଥିବା View ବଟନକୁ ଯା’ନ୍ତୁ. menuକୁ ଖୋଲିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ |
| 06:32 | Show All Layersକୁ ଚୟନ କରନ୍ତୁ. ପୁନର୍ବାର 3D-viewରେ କ୍ୟାମେରାଟି ଦୃଶ୍ୟମାନ ହେବ |
| 06:42 | ଗୋଟିଏ sceneରେ ବିଭିନ୍ନ ଅବଜେକ୍ଟ ଉପରେ କାମ କଲା ସମୟରେ Layers ଅତି ଉପଯୋଗୀ ସାବ୍ୟସ୍ତ ହୁଏ |
| 06:50 | Object Panelର Relationsରେ ଥିବା Parent ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 06:55 | ସମସ୍ତ 3D- animation ସଫ୍ଟୱେରଗୁଡିକରେ, Parent ଏକ ଅତି ଗୁରୁତ୍ଵପୂର୍ଣ୍ଣ animation tool ଭାବେ ବ୍ୟବହୃତ ହୋଇଥାଏ |
| 07:03 | ଆମେ ଏହାକୁ Blender Animation tutorialsରେ ବହୁଳ ଭାବେ ବ୍ୟବହାର କରିବା |
| 07:10 | Cube ଚୟନ କରନ୍ତୁ |
| 07:13 | କ୍ୟାମେରାକୁ cube ସହିତ ପ୍ୟାରେଣ୍ଟେଡ୍ କରିଦିଆଗଲା |
| 07:16 | କ୍ୟୁବ୍ parent object ଅଟେ ଏବଂ କ୍ୟାମେରା child object ଅଟେ. ଏହାର ମାନେ କ’ଣ ଚାଲନ୍ତୁ ବୁଝିବା |
| 07:24 | 3D-viewରେ cubeକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
| 07:28 | blue handleରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ mouseକୁ ତଳ ଉପର ଚାଳନା କରନ୍ତୁ |
| 07:36 | କ୍ୟାମେରା କ୍ୟୁବ୍ ସହିତ ତଳ ଉପର ଗତି କରିବ |
| 07:44 | କ୍ୟୁବ୍ ପାଇଁ ଗୋଟିଏ ନୂତନ ସ୍ଥାନକୁ ସ୍ଥିର କରିବା ପାଇଁ ସ୍କ୍ରୀନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 07:51 | 3D-viewରେ Camera ଉପରେ ରାଇଟ୍ କ୍ଲିକ୍ କରନ୍ତୁ. ବର୍ତ୍ତମାନ Object Panelରେ ଥିବା Parentକୁ ଫେରିଆସନ୍ତୁ |
| 08:02 | Parentରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ Backspace ଦାବନ୍ତୁ ଏବଂ Enter କୀ ଦାବନ୍ତୁ |
| 08:11 | କ୍ୟାମେରା ଆଉ କ୍ୟୁବ୍ ସହିତ ପ୍ୟରେଣ୍ଟେଡ୍ ହୋଇରହିବ ନାହିଁ |
| 08:15 | ଏହା 3D-viewରେ ମୂଳ ସ୍ଥାନରେ ପୁନଃ ସ୍ନାପ୍ ହୋଇଯିବ ଯେତେବେଳେ କ୍ୟୁବ୍ ନୂତନ ସ୍ଥାନରେ ସେହିଭଳି ରହିଥିବ |
| 08:22 | ଏହାର ଅର୍ଥ parenting, child ଅବଜେକ୍ଟର ମୂଳ transform settingsକୁ ପରିବର୍ତ୍ତନ କରେ ନାହିଁ |
| 08:29 | ଏହି ଟ୍ୟୁଟୋରିଆଲରେ Properties windowରେ ଥିବା Scene panel, World panel ଓ Object panel ସମ୍ପୂର୍ଣ୍ଣ ହେଲା |
| 08:39 | panelsର ବାକି ଅଂଶ ପରବର୍ତ୍ତି ଟ୍ୟୁଟୋରିଆଲରେ ସମ୍ପୂର୍ଣ୍ଣ ହେବ |
| 08:45 | ବର୍ତ୍ତମାନ ଗୋଟିଏ ନୂତନ Blend file ସୃଷ୍ଟି କରନ୍ତୁ. Scene unitsକୁ Metricରେ ପରିବର୍ତ୍ତନ କରନ୍ତୁ |
| 08:52 | World କଲରକୁ Blend Sky, Red ଓ blackରେ ପରିବର୍ତ୍ତନ କରନ୍ତୁ |
| 08:58 | ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 09:08 | ଏହା ଉପରେ ଅଧିକ ବିବରଣୀ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
| 09:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ |
| 09:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 09:33 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
| 09:38 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ |
| 09:45 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି |
| 09:47 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |