Blender/C2/Moving-in-3D-Space/Oriya
From Script | Spoken-Tutorial
| Time | Narration |
| 00:04 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
| 00:07 | ଏହି ଟ୍ୟୁଟୋରିଆଲ୍ Blender 2.59ରେ Navigation – Moving in 3D space ଉପରେ ପର୍ଯ୍ୟବସିତ ଅଟେ |
| 00:17 | ଏହି ସ୍କ୍ରିପ୍ଟ Chirag Ramanଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
| 00:26 | ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, ଆପଣ Blender view port ଭଳି ଗୋଟିଏ 3D space ମଧ୍ୟରେ କିପରି pan, rotate ଓ zoom କରିହେବ ଶିଖିପାରିବେ |
| 00:38 | ସିଷ୍ଟମରେ ବ୍ଲେଣ୍ଡର୍ କିପରି ଇନଷ୍ଟଲ୍ କରାଯାଏ ଆପଣ ଜାଣିସାରିଥିବେ ବୋଲି ମୁଁ ଆଶା କରୁଛି |
| 00:43 | ଯଦି ନୁହେଁ, ଦୟାକରି Installing Blender ଉପରେ ଥିବା ପୂର୍ବ ଟ୍ୟୁଟୋରିଆଲଗୁଡିକର ସାହାଯ୍ୟ ନିଅନ୍ତୁ |
| 00:50 | ବ୍ଲେଣ୍ଡରରେ Navigation, ଆପଣଙ୍କ ମାଉସର ପ୍ରକାର ଉପରେ ଅନେକ ମାତ୍ରାରେ ନିର୍ଭର କରେ – |
| 00:56 | ଗୋଟିଏ 3 button mouse |
| 00:58 | କିମ୍ବା ଗୋଟିଏ wheel ସହିତ 2 button mouse |
| 01:05 | Blender Tutorialsର ଏହି ସିରିଜ୍ ପାଇଁ ମୁଁ ଗୋଟିଏ wheel ସହିତ 2 button mouseକୁ ବ୍ୟବହାର କରୁଛି |
| 01:13 | ପ୍ରଥମ ପ୍ରକ୍ରିୟାରେ, ଆମେ ଗୋଟିଏ ଭ୍ୟୁକୁ Panning କରି ଦେଖିବା |
| 01:17 | ମାଉସ୍ ଓ କୀବୋର୍ଡ୍ ବ୍ୟବହାର କରି ଏହାକୁ କରିବା ପାଇଁ ତିନୋଟି ମାର୍ଗ ଅଛି |
| 01:22 | ପ୍ରଥମେ, ଆମେ Shift କୀ ସହିତ mouse wheel କିମ୍ବା scrollକୁ ବ୍ୟବହାର କରିବା |
| 01:27 | shiftକୁ ଦାବି, mouse-wheelକୁ ତଳକୁ ଦାବନ୍ତୁ ଏବଂ mouse ଚାଳନା କରନ୍ତୁ |
| 01:41 | mouse ଚାଳିତ ହେଉଥିବା ଦିଗ ଯେପରି ଉଭୟ ବାମରୁ ଡାହାଣକୁ ଏବଂ ଉପରୁ ତଳଆଡକୁ ଦୃଶ୍ୟ pan ହେବ |
| 01:48 | ବର୍ତ୍ତମାନ Shiftକୁ ଦାବିଧରନ୍ତୁ ଏବଂ mouse wheelକୁ ତଳକୁ ଉପରକୁ ସ୍କ୍ରୋଲ୍ କରନ୍ତୁ |
| 02:00 | ଦୃଶ୍ୟ ଉପରକୁ ତଳକୁ pan ହେବ. ଏହା ଭ୍ୟୁକୁ Panning କରିବାର ଦ୍ଵିତୀୟ ଉପାୟ ଅଟେ |
| 02:06 | Shiftକୁ ଧରିରଖନ୍ତୁ ଏବଂ mouse wheelକୁ ତଳ ଆଡକୁ ସ୍କ୍ରୋଲ୍ କରନ୍ତୁ. View ଉପରଆଡକୁ pan ହେବ |
| 02:19 | Shiftକୁ ଧରିରଖନ୍ତୁ ଏବଂ mouse wheelକୁ ଉପର ଆଡକୁ ସ୍କ୍ରୋଲ୍ କରନ୍ତୁ. View ତଳଆଡକୁ pan ହେବ |
| 02:33 | ତୃତୀୟ ଓ ଶେଷ ମାର୍ଗ ହେଉଛି, Ctrl କୀ ସହିତ mouse wheel ବ୍ୟବହାର କରି ଭ୍ୟୁକୁ Panning କରିବା |
| 02:40 | Ctrlକୁ ଧରିରଖନ୍ତୁ ଏବଂ mouse wheelକୁ ସ୍କ୍ରୋଲ୍ କରନ୍ତୁ. View ବାମରୁ ଡାହାଣକୁ ଏବଂ ବିପରୀତରେ ମଧ୍ୟ pan କରିବ |
| 02:55 | Ctrlକୁ ଧରିରଖନ୍ତୁ ଏବଂ mouse wheelକୁ ଉପରକୁ ସ୍କ୍ରୋଲ୍ କରନ୍ତୁ. View ଡାହାଣକୁ pan କରିବ |
| 03:09 | Ctrlକୁ ଧରିରଖନ୍ତୁ ଏବଂ mouse wheelକୁ ତଳକୁ ସ୍କ୍ରୋଲ୍ କରନ୍ତୁ. View ବାମଆଡକୁ pan କରିବ |
| 03:22 | ଆପଣ ଆପଣଙ୍କର numpad କୀଗୁଡିକୁ ବ୍ୟବହାର କରି ମଧ୍ୟ viewକୁ pan କରିପାରିବେ |
| 03:29 | ctrl ଓ numpad2କୁ ଧରିରଖନ୍ତୁ, ଭ୍ୟୁ ଉପରକୁ pan ହେବ |
| 03:37 | ctrl ଓ numpad8କୁ ଧରିରଖନ୍ତୁ, ଭ୍ୟୁ ତଳକୁ pan ହେବ |
| 03:46 | ctrl ଓ numpad4 କୁ ଧରିରଖନ୍ତୁ, ଭ୍ୟୁ ବାମପଟକୁ pan ହେବ |
| 03:55 | ctrl ଓ numpad6 କୁ ଧରିରଖନ୍ତୁ, ଭ୍ୟୁ ଡାହାଣପଟକୁ pan ହେବ |
| 04:03 | ଯଦି ଆପଣ ଗୋଟିଏ ଲାପଟପ୍ ବ୍ୟବହାର କରୁଥାନ୍ତି, ଆପଣ ସଂଖ୍ୟା କୀଗୁଡିକୁ numpad ଭଳି ଅନୁକରଣ କରିପାରିବେ. numpadକୁ କିପରି ଅନୁକରଣ କରିବେ ଶିଖିବା ପାଇଁ, User Preferences ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 04:19 | ଠିକ ଅଛି. ପରବର୍ତ୍ତି ପ୍ରକ୍ରିୟାରେ ଆମେ ଭ୍ୟୁକୁ କିପରି ରୋଟେଟ୍ କରାଯାଏ ଦେଖିବା |
| 04:24 | mouse wheelକୁ ଦାବି ଧରନ୍ତୁ ଏବଂ ମାଉସକୁ ବର୍ଗକ୍ଷେତ୍ର ଆକାରରେ ଚାଳନା କରନ୍ତୁ |
| 04:33 | ଏହା ଆମକୁ turntable ରୋଟେଶନ୍ ପ୍ରଦାନ କରିବ |
| 04:39 | ରୋଟେଶନ୍ ପ୍ରକ୍ରିୟାରେ ସାମାନ୍ୟତମ ପରିବର୍ତ୍ତନ ପାଇଁ ଆପଣ ବ୍ଲେଣ୍ଡରରେ Trackball ଭଳି ରୋଟେଶନ୍ ମଧ୍ୟ ବ୍ୟବହାର କରିପାରିବେ |
| 04:49 | ଏଥି ପାଇଁ, ଆପଣଙ୍କୁ User Preferences windowରେ ଅପଶନ୍ Turntableକୁ Trackballରେ ପରିବର୍ତ୍ତନ କରିବାକୁ ହେବ |
| 04:57 | ଏହାକୁ କିପରି କରାଯାଏ ଶିଖିବା ପାଇଁ, User Preferences ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 05:05 | ଭ୍ୟୁକୁ ବାମରୁ ଡାହାଣକୁ କିମ୍ବା ଉପରୁ ତଳକୁ କରି |
| 05:08 | ଘୁରାଇବା କାର୍ଯ୍ୟ କରାଯାଇପାରିବ |
| 05:13 | ବର୍ତ୍ତମାନ ଚାଲନ୍ତୁ ଭ୍ୟୁକୁ ବାମରୁ ଡାହାଣକୁ rotate କରିବା |
| 05:19 | ctrl, altକୁ ଦାବିଧରନ୍ତୁ ଏବଂ mouse wheelକୁ ତଳ ଉପର ସ୍କ୍ରୋଲ୍ କରନ୍ତୁ. ଭ୍ୟୁ ବାମ ଡାହାଣ ଓ ବିପରୀତରେ ରୋଟେଟ୍ କରିବ |
| 05:35 | ctrl, altକୁ ଦାବିଧରନ୍ତୁ ଏବଂ mouse wheelକୁ ଉପରକୁ ସ୍କ୍ରୋଲ୍ କରନ୍ତୁ. ଭ୍ୟୁ ବାମଆଡକୁ ରୋଟେଟ୍ କରିବ |
| 05:47 | ctrl, altକୁ ଦାବିଧରନ୍ତୁ ଏବଂ mouse wheelକୁ ତଳକୁ ସ୍କ୍ରୋଲ୍ କରନ୍ତୁ. ଭ୍ୟୁ ଡାହାଣପଟକୁ ରୋଟେଟ୍ କରିବ |
| 06:00 | ଆପଣ numpadରେ ଥିବା 4 ଓ 6 କୁ ସର୍ଟକଟ୍ କୀ ଭାବେ ବ୍ୟବହାର କରିପାରିବେ |
| 06:07 | numpad 4କୁ ଦାବନ୍ତୁ, ଭ୍ୟୁ ବାମପଟକୁ ରୋଟେଟ୍ କରିବ |
| 06:16 | numpad 6କୁ ଦାବନ୍ତୁ, ଭ୍ୟୁ ଡାହାଣପଟକୁ ରୋଟେଟ୍ କରିବ |
| 06:26 | ବର୍ତ୍ତମାନ ଆମେ ଭ୍ୟୁକୁ ତଳ ଉପର rotate କରିବା |
| 06:30 | Shift, Alt କୀକୁ ଦାବିଧରନ୍ତୁ ଏବଂ mouse wheelକୁ ତଳକୁ ଉପରକୁ ସ୍କ୍ରୋଲ୍ କରନ୍ତୁ. ଭ୍ୟୁ ତଳ ଉପର ରୋଟେଟ୍ କରିବ |
| 06:45 | Shift, Alt କୀକୁ ଦାବିଧରନ୍ତୁ ଏବଂ mouse wheelକୁ ଉପରକୁ ସ୍କ୍ରୋଲ୍ କରନ୍ତୁ. ଭ୍ୟୂ ତଳଆଡକୁ ରୋଟେଟ୍ କରିବ |
| 06:58 | Shift, Alt କୀକୁ ଦାବିଧରନ୍ତୁ ଏବଂ mouse wheelକୁ ତଳକୁ ସ୍କ୍ରୋଲ୍ କରନ୍ତୁ. ଭ୍ୟୂ ଉପରଆଡକୁ ରୋଟେଟ୍ କରିବ |
| 07:10 | ଆପଣ numpadରେ ଥିବା 2 ଓ 8 କୁ ସର୍ଟକଟ୍ କୀ ଭାବେ ବ୍ୟବହାର କରିପାରିବେ |
| 07:16 | numpad 2 ଦାବନ୍ତୁ, ଭ୍ୟୁ ଉପରକୁ ରୋଟେଟ୍ କରିବ |
| 07:23 | numpad 8 ଦାବନ୍ତୁ, ଭ୍ୟୁ ତଳକୁ ରୋଟେଟ୍ କରିବ |
| 07:32 | ଶେଷ ପ୍ରକ୍ରିୟା ହେଉଛି ଭ୍ୟୁକୁ Zoom କରିବା |
| 07:36 | zoom in ପାଇଁ mouse-wheelକୁ ଉପରକୁ ସ୍କ୍ରୋଲ୍ କରନ୍ତୁ |
| 07:43 | zoom out ପାଇଁ mouse-wheelକୁ ତଳକୁ ସ୍କ୍ରୋଲ୍ କରନ୍ତୁ. ଏହା ସହଜ ନୁହେଁ କି? |
| 07:51 | ସର୍ଟକଟ୍ ପାଇଁ numpadରେ plus ଓ minusକୁ ବ୍ୟବହାର କରନ୍ତୁ |
| 07:58 | zoom-in ପାଇଁ numpadରେ + ଦାବନ୍ତୁ |
| 08:04 | zoom-out ପାଇଁ numpadରେ _ ଦାବନ୍ତୁ |
| 08:10 | ଏହା ଆମର Blender View port ମଧ୍ୟରେ Navigating in 3D space ଉପରେ ଟ୍ୟୁଟୋରିଆଲକୁ ସମାପ୍ତ କରେ |
| 08:18 | ବର୍ତ୍ତମାନ 3D viewକୁ pan, rotate ଓ zoom କରିବା ପାଇଁ ଚେଷ୍ଟା କରନ୍ତୁ. |
| 08:27 | ଏହା ପ୍ରୋଜେକ୍ଟ Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08:37 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
| 08:57 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ |
| 08:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 09:03 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
| 09:07 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ |
| 09:15 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି |
| 09:17 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |