Blender/C2/3D-Cursor/Oriya
From Script | Spoken-Tutorial
Time | Narration |
00:03 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
00:07 | ଏହି ଟ୍ୟୁଟୋରିଆଲ୍ Blender 2.59ରେ ଥିବା 3D Cursor ଉପରେ ଆଧାରିତ |
00:15 | ଏହି ସ୍କ୍ରିପ୍ଟ Chirag Ramanଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
00:25 | ଏହି ଟ୍ୟୁଟୋରିଆଲକୁ ଦେଖିସାରିବା ପରେ, ଆପଣ, 3D କର୍ସର୍ କ’ଣ? ଜାଣି ପାରିବେ |
00:32 | ବ୍ଲେଣ୍ଡରରେ 3D cursor ବ୍ୟବହାର କରି କିପରି 3D ଭ୍ୟୁରେ ନୂତନ ଅବଜେକ୍ଟଗୁଡିକୁ ଯୋଗ କରିବେ ଏବଂ 3D କର୍ସର୍ ପାଇଁ ଥିବା ସ୍ନାପିଙ୍ଗ୍ ଅପଶନଗୁଡିକର ବ୍ୟବହାର |
00:46 | ସିଷ୍ଟମରେ ବ୍ଲେଣ୍ଡର୍ କିପରି ଇନଷ୍ଟଲ୍ କରାଯାଏ ଆପଣ ଜାଣିସାରିଥିବେ ବୋଲି ମୁଁ ଆଶା କରୁଛି |
00:51 | ଯଦି ନୁହେଁ, ଦୟାକରି Installing Blender ଉପରେ ଥିବା ପୂର୍ବ ଟ୍ୟୁଟୋରିଆଲଗୁଡିକର ସାହାଯ୍ୟ ନିଅନ୍ତୁ |
00:57 | ଲାଲ୍ ଓ ଧଳା ରଙ୍ଗର ରିଙ୍ଗ୍ ସହିତ ଥିବା କ୍ରସ୍-ହେୟାର୍ ହେଉଛି 3D Cursor ଯାହା ଆପଣ Blender ସ୍କ୍ରୀନର କେନ୍ଦ୍ରରେ ଥିବାର ଦେଖିପାରୁଥିବେ |
01:06 | ଚାଲନ୍ତୁ ବ୍ଲେଣ୍ଡରରେ ଥିବା 3D କର୍ସରକୁ ଦେଖିବା. ଏହା କରିବା ପାଇଁ ବ୍ଲେଣ୍ଡରକୁ ଖୋଲନ୍ତୁ |
01:12 | ବ୍ଲେଣ୍ଡରକୁ ଦୁଇଟି ମାର୍ଗରେ ଖୋଲିପାରିବେ |
01:15 | ପ୍ରଥମ ମାର୍ଗ, ଡେସ୍କଟପ୍ ଉପରେ ଥିବା Blender iconକୁ ଯା’ନ୍ତୁ. Blender icon ଉପରେ ରାଇଟ୍ କ୍ଲିକ୍ କରନ୍ତୁ. Open ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
01:27 | ବ୍ଲେଣ୍ଡରକୁ ଖୋଲିବା ପାଇଁ ଦ୍ଵିତୀୟ ଓ ସହଜ ମାର୍ଗ ହେଉଛି, ଡେସ୍କଟପ୍ ଉପରେ ଥିବା Blender icon ଉପରେ ଲେଫ୍ଟ ଡବଲ୍ କ୍ଲିକ୍ କରନ୍ତୁ |
01:42 | ଏହା Blender 2.59 ଅଟେ. ଧ୍ୟାନ ଦିଅନ୍ତୁ ଯେ ଏଠାରେ ପ୍ରଦର୍ଶିତ ସ୍କ୍ରୀନ୍ ରିଜୋଲ୍ୟୁସନ୍ ହେଉଛି 1024 by 768 pixels |
01:54 | ବ୍ଲେଣ୍ଡର୍ ଇଣ୍ଟରଫେସରେ font sizeକୁ ବୃଦ୍ଧି କରାଯାଇଛି ଯାହାଦ୍ଵାରା ଆପଣ ପ୍ରଦତ୍ତ ସମସ୍ତ ଅପଶନଗୁଡିକୁ ବୁଝିପାରିବେ |
02:01 | Interfaceରେ କିପରି font sizeକୁ ବୃଦ୍ଧି କରାଯାଏ ଶିଖିବା ପାଇଁ, ଦୟାକରି User Preferences ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
02:12 | ଏହା, ୱେଲକମ୍ ପେଜ୍ ବା splash screen ଭାବେ ଜଣାଯାଏ. ଏହା ବ୍ଲେଣ୍ଡର୍ ବିଷୟରେ ଶିଖିବା ପାଇଁ କିଛି ମହତ୍ଵପୂର୍ଣ୍ଣ reference linksକୁ ପ୍ରଦର୍ଶନ କରିଥାଏ |
02:20 | splash ସ୍କ୍ରୀନକୁ ବାହାର କରିବା ପାଇଁ, କୀବୋର୍ଡରେ ESCକୁ ଦାବନ୍ତୁ କିମ୍ବା |
02:25 | splash ସ୍କ୍ରୀନ ବ୍ୟତିତ, Blender interface ଉପରେ ଯେକୌଣସି ସ୍ଥାନରେ mouseରେ ଲେଫ୍ଟ କ୍ଲିକ୍ କରନ୍ତୁ |
02:32 | ବର୍ତ୍ତମାନ ଆପଣ default Blender workspaceକୁ ଦେଖିପାରିବେ |
02:37 | cube ଦ୍ଵାରା ପରିବେଷ୍ଟିତ, ସ୍କ୍ରୀନର ଠିକ୍ କେନ୍ଦ୍ରରେ 3D cursorକୁ ପାଇବେ |
02:43 | କର୍ସରକୁ ଠିକ୍ ଭାବେ ଦେଖିହେବ ନାହିଁ, ତେଣୁ cubeକୁ ଡିଲିଟ୍ କରିଦିଅନ୍ତୁ |
02:48 | ଡିଫଲ୍ଟ ଭାବେ, କ୍ୟୁବ୍ ଚୟନ ହୋଇସାରିଛି |
02:51 | ଏହାକୁ ଡିଲିଟ୍ କରିବା ପାଇଁ, କୀବୋର୍ଡ ଉପରେ ଥିବା Delete ବଟନକୁ ଦାବନ୍ତୁ. Deleteରେ ଲେଫ୍ଟ କ୍ଲିକ୍ କରନ୍ତୁ |
02:58 | ବର୍ତ୍ତମାନ ଆପଣ 3D cursorକୁ ଭଲ ଭାବେ ଦେଖିପାରିବେ |
03:04 | 3D Cursorର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି 3D sceneରେ ଯୋଗ ହୋଇଥିବା ନୂତନ ଅବଜେକ୍ଟର ସ୍ଥାନକୁ ସ୍ଥିର କରିବା |
03:15 | ADD >> Meshକୁ ଯା’ନ୍ତୁ. Cube ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
03:19 | 3D viewରେ ନୂତନ ଅବଜେକ୍ଟକୁ ଯୋଗ କରିବା ପାଇଁ, ଆପଣ କୀବୋର୍ଡ୍ ସର୍ଟକଟ୍ shift & Aକୁ ବ୍ୟବହାର କରିପାରିବେ |
03:27 | 3D viewରେ ଗୋଟିଏ ନୂତନ cube ଯୋଗ ହୋଇଯିବ |
03:30 | ଆପଣ ଦେଖିପାରିବେ, 3D cursor ଥିବା ସମାନ ସ୍ଥାନରେ ନୂତନ cube ଦୃଶ୍ୟମାନ ହେବ |
03:38 | ବର୍ତ୍ତମାନ ଚାଲନ୍ତୁ ଦେଖିବା, କିପରି ଆମେ ଗୋଟିଏ ନୂତନ ସ୍ଥାନରେ ଏକ ନୂତନ ଅବଜେକ୍ଟକୁ ଯୋଗ କରିପାରିବା |
03:44 | ପ୍ରଥମେ, 3D cursorକୁ ଗୋଟିଏ ନୂତନ ସ୍ଥାନକୁ ନେଇ ଚାଲନ୍ତୁ |
03:48 | ଏହା କରିବା ପାଇଁ, 3D spaceର ଯେକୌଣସି ସ୍ଥାନରେ ଲେଫ୍ଟ କ୍ଲିକ୍ କରନ୍ତୁ |
03:53 | କ୍ୟୁବର ବାମ କଡରେ କ୍ଲିକ୍ କରନ୍ତୁ |
03:59 | ଗୋଟିଏ ନୂତନ ଅବଜେକ୍ଟ , Meshକୁ ଯୋଗ କରିବା ପାଇଁ Shift & Aକୁ ଦାବନ୍ତୁ. UV sphere ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
04:10 | 3D କର୍ସରର ନୂତନ ସ୍ଥାନରେ UV sphere ଦୃଶ୍ୟମାନ ହେବ |
04:15 | ବର୍ତ୍ତମାନ ଆମେ, 3D କର୍ସରର ସ୍ନାପିଙ୍ଗ୍ ଅପଶନଗୁଡିକୁ ଦେଖିବା |
04:22 | Objectକୁ ଯା’ନ୍ତୁ. Snapକୁ ଯା’ନ୍ତୁ. ଏହା Snap ମେନୁ ଅଟେ |
04:29 | ଏଠାରେ ଅନେକ ଅପଶନ୍ ଅଛି |
04:31 | ଆପଣ କୀବୋର୍ଡ୍ ସର୍ଟକଟ୍ Shift & Sକୁ ମଧ୍ୟ ବ୍ୟବହାର କରିପାରିବେ |
04:38 | Selection to cursor, ଚୟନିତ ଉପାଦାନଗୁଡିକୁ 3D କର୍ସର୍ ସହିତ ସ୍ନାପ୍ କରିଦେବ |
04:45 | ଉଦାହରଣସ୍ଵରୂପ, 3D କର୍ସର୍ ସହିତ cubeକୁ ସ୍ନାପ୍ କରନ୍ତୁ |
04:50 | cube ଉପରେ ରାଇଟ୍ କ୍ଲିକ୍ କରନ୍ତୁ. snap ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ |
04:58 | Selection to cursor ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. Cube, 3D କର୍ସର୍ ସହିତ ସ୍ନାପ୍ ହୋଇଯିବ |
05:06 | ବର୍ତ୍ତମାନ କ୍ୟୁବକୁ ଡାହାଣପଟକୁ ଘୁଞ୍ଚାଇ ନିଅନ୍ତୁ. green handle ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ମାଉସକୁ ଡାହାଣପଟକୁ ଡ୍ରାଗ୍ କରିନିଅନ୍ତୁ |
05:17 | କୀବୋର୍ଡ୍ ସର୍ଟକଟ୍ ପାଇଁ, G&Yକୁ ଦାବନ୍ତୁ |
05:23 | 3D viewରେ ଅବଜେକ୍ଟଗୁଡିକୁ ସ୍ଥାନାନ୍ତର କରିବା ବିଷୟରେ ଅଧିକ ଶିଖିବା ପାଇଁ, Basic description of Blender interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
05:35 | ସ୍ନାପ୍ ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ. Cursor to Selected ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
05:43 | ନୂତନ ସ୍ଥାନରେ କ୍ୟୁବର ଠିକ୍ କେନ୍ଦ୍ରରେ 3D କର୍ସର୍ ସ୍ନାପ୍ ହେବ |
05:50 | ଯଦି ଆପଣ ସମାନ ସମୟରେ, ଏକରୁ ଅଧିକ ଅବଜେକ୍ଟ ଚୟନ କରନ୍ତି ଯେପରି ଏଠାରେ, cube ଓ UV sphere |
05:59 | ଚୟନିତ ଦୁଇଟି ଅବଜେକ୍ଟର କେନ୍ଦ୍ରରେ, Cursor to selected, 3D କର୍ସରକୁ ସ୍ନାପ୍ କରିଦେବ |
06:07 | ପ୍ରଦର୍ଶନ ବେଳେ ଆପଣ ଦେଖିପାରୁଥିବେ, କ୍ୟୁବ୍ ଚୟନ ହୋଇସାରିଛି |
06:12 | UV sphereକୁ ଚୟନ କରିବା ପାଇଁ shift କୀ ସହିତ ରାଇଟ୍ କ୍ଲିକ୍ କରନ୍ତୁ. ତେଣୁ ବର୍ତ୍ତମାନ, ଏକ ସମୟରେ ଦୁଇଟି ଅବଜେକ୍ଟ ଚୟନିତ ହେଲେ |
06:22 | ସ୍ନାପ୍ ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ. Cursor to Selected ଉପରେ କ୍ଲିକ୍ କରନ୍ତୁ |
06:30 | ଦୁଇଟି ଚୟନିତ ଅବଜେକ୍ଟର କେନ୍ଦ୍ରରେ, 3D କର୍ସର ସ୍ନାପ୍ ହୋଇଯିବ |
06:36 | ବର୍ତ୍ତମାନ, lamp ଉପରେ Shift ପ୍ଲସ୍ right କ୍ଲିକ୍ କରନ୍ତୁ. ସ୍ନାପ୍ ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ |
06:47 | Cursor to Selected ଉପରେ କ୍ଲିକ୍ କରନ୍ତୁ. ତିନୋଟି ଚୟନିତ ଅବଜେକ୍ଟର କେନ୍ଦ୍ରରେ, 3D କର୍ସର ସ୍ନାପ୍ ହୋଇଯିବ |
06:58 | 3D କର୍ସରକୁ ସ୍ଥାନାନ୍ତର କରିବା ପାଇଁ 3D viewର ଯେକୌଣସି ଏକ ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ. ମୁଁ ବଟମ୍ ରାଇଟରେ କ୍ଲିକ୍ କରିବି |
07:07 | ସ୍ନାପ୍ ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ |
07:12 | Cursor to Center ଉପରେ କ୍ଲିକ୍ କରନ୍ତୁ. 3D viewର କେନ୍ଦ୍ରରେ 3D cursor ସ୍ନାପ୍ ହୋଇଯିବ |
07:22 | ଅବଜେକ୍ଟଗୁଡିକୁ deselect କରିବା ପାଇଁ କୀବୋର୍ଡରେ A ଦାବନ୍ତୁ |
07:28 | ବର୍ତ୍ତମାନ UV sphere ଉପରେ ରାଇଟ୍ କ୍ଲିକ୍ କରନ୍ତୁ. ଏହାକୁ ଡିସିଲେକ୍ଟ କରିବା ପାଇଁ A ଦାବନ୍ତୁ |
07:39 | ସ୍ନାପ୍ ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ |
07:44 | Cursor to active ଉପରେ କ୍ଲିକ୍ କରନ୍ତୁ |
07:47 | ଶେଷ ଆକ୍ଟିଭ୍ ଚୟନ UV sphereର କେନ୍ଦ୍ରରେ, 3D cursor ସ୍ନାପ୍ ହୋଇଯିବ |
07:56 | 3D cursor ଅତିରିକ୍ତ ସୁବିଧା ପ୍ରଦାନ କରେ ଯେତେବେଳେ ଏହା modelingରେ ଏହା ଗୋଟିଏ ପିଭୋଟ୍ ପଏଣ୍ଟ୍ ଭାବେ ବ୍ୟବହୃତ ହୁଏ |
08:03 | କିନ୍ତୁ ତାହାକୁ ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରିବା |
08:08 | ବର୍ତ୍ତମାନ 3D cursor ବ୍ୟବହାର କରି 3D viewର ବିଭିନ୍ନ ସ୍ଥାନରେ ନୂତନ ଅବଜେକ୍ଟ ଯୋଗକରନ୍ତୁ |
08:16 | ଏହାପରେ, snap ମେନୁରେ ଥିବା ସ୍ନାପିଙ୍ଗ୍ ଅପଶନଗୁଡିକୁ ପରୀକ୍ଷା କରନ୍ତୁ. |
08:26 | ଏହା ଆମର ବ୍ଲେଣ୍ଡରର 3D Cursor ଉପରେ ଟ୍ୟୁଟୋରିଆଲକୁ ସମାପ୍ତ କରେ |
08:31 | ଏହା ପ୍ରୋଜେକ୍ଟ Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:40 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
09:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ |
09:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:06 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
09:11 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ସମ୍ପର୍କ କରନ୍ତୁ |
09:17 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି |
09:19 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |