BASH/C3/Arrays-and-functions/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Arrays & functions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
| 00:11 | କିଛି ଉଦାହରଣ ସାହାଯ୍ୟରେ ଏକ ଆରେକୁ ଗୋଟିଏ ଫଙ୍କ୍ସନ ପାସ୍ କରିବା |
| 00:14 | ଗୋଟିଏ functionରେ exit ଷ୍ଟେଟମେଣ୍ଟର ବ୍ୟବହାର |
| 00:17 | ଗୋଟିଏ functionରେ return ଷ୍ଟେଟମେଣ୍ଟର ବ୍ୟବହାର |
| 00:24 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Shell Scripting ଉପରେ ଜ୍ଞାନ ଥିବା ଦରକାର |
| 00:29 | ଆପଣଙ୍କର BASHରେ, ଆରେଜ୍ ଓ if ଷ୍ଟେଟମେଣ୍ଟ ଉପରେ ମଧ୍ୟ ଜ୍ଞାନ ଥିବା ଦରକାର |
| 00:36 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ |
| 00:43 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
| 00:46 | ଉବୁଣ୍ଟୁ ଲିନକ୍ସ 12.04 OS ଓ |
| 00:50 | GNU BASH ଭର୍ସନ 4.2 |
| 00:54 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି |
| 01:02 | ପ୍ରଥମେ, ଗୋଟିଏ functionକୁ କିପରି ଏକ ଆରେ ପାସ୍ କରାଯାଏ ଓ ତା’ର ବ୍ୟବହାର ବିଷୟରେ ଶିଖିବା |
| 01:09 | Function_( ଅଣ୍ଡରସ୍କୋର )ଆରେ ଡଟ୍ sh ନାମକ ଫାଇଲ ଖୋଲନ୍ତୁ |
| 01:15 | ଏହା ହେଉଛି shebang ଲାଇନ୍ |
| 01:18 | array_( ଅଣ୍ଡରସ୍କୋର )display ହେଉଛି ଆମ functionର ନାମ |
| 01:22 | ଖୋଲା curly ବ୍ରେସ୍, functionର ପରିଭାଷାକୁ ଖୋଲିଥାଏ |
| 01:27 | Dollar@(at-ଚିହ୍ନ)ର ବ୍ୟବହାର, ଏହି ଶୃଙ୍ଖଳାର ପୂର୍ବ ଟ୍ୟୁଟୋରିଆଲ୍ ଗୁଡିକରେ ବର୍ଣ୍ଣନା କରାଯାଇସାରିଛି |
| 01:34 | ସଧାରଣତଃ, ଗୋଟିଏ functionକୁ ପାସ୍ କରାଯାଇଥିବା ସମସ୍ତ argumentsକୁ ପ୍ରିଣ୍ଟ୍ କରିବା ପାଇଁ ଏହା ବ୍ୟବହୃତ ହୁଏ |
| 01:40 | Round brackets ମଧ୍ୟରେ ଥିବା Dollar@(at-ଚିହ୍ନ), ଭେରିଏବଲ୍ ଆରେରେ ଥିବା array elementsକୁ ଷ୍ଟୋର୍ କରେ |
| 01:47 | Dollar ଖୋଲା curly ବ୍ରେସ୍ array ସ୍କୋୟାର୍ ବ୍ରାକେଟ ମଧ୍ୟରେ @(at-ଚିହ୍ନ) ବନ୍ଦ curly ବ୍ରେସ୍ |
| 01:55 | ଏହି କୋଡ୍ ଲାଇନଟି, ଏକ ଆରେରେ ଥିବା ସମସ୍ତ elementsକୁ ପ୍ରଦର୍ଶିତ କରେ |
| 02:00 | Dollar ଖୋଲା curly ବ୍ରେସ୍ array ସ୍କୋୟାର୍ ବ୍ରାକେଟ ମଧ୍ୟରେ 1 ବନ୍ଦ curly ବ୍ରେସ୍ |
| 02:08 | ଏହି କୋଡ୍ ଲାଇନଟି, ଆରେର ଦ୍ୱିତୀୟ elementକୁ ପ୍ରଦର୍ଶିତ କରେ |
| 02:14 | "Ubuntu", "Fedora", "Redhat" ଓ"Suse" ଏଲେମେଣ୍ଟଗୁଡିକ ସହିତ Operating_systems ଘୋଷିତ ହୋଇଛି |
| 02:22 | ଏଠାରେ, ଆରେ operating_systems, ଫଙ୍କସନ୍ “array_display”କୁ ପାସ୍ କରାଯାଇଅଛି |
| 02:29 | ଗୋଟିଏ ଆରେକୁ ଏକ function ମଧ୍ୟକୁ ପାସ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି, function_name ସ୍ପେସ୍ dollar ଖୋଲା curly ବ୍ରେସ୍ ସ୍କୋୟାର୍ ବ୍ରାକେଟ ମଧ୍ୟରେ array_name @(at-ଚିହ୍ନ) ବନ୍ଦ curly ବ୍ରେସ୍ |
| 02:45 | ପ୍ରୋଗ୍ରାମକୁ ଫେରିଆସନ୍ତୁ |
| 02:48 | ସେହିପରି, White, green, red ଓ blue ଏଲେମେଣ୍ଟଗୁଡିକ ସହିତ colors ଘୋଷିତ ହୋଇଛି |
| 02:57 | ଏଠାରେ ଆରେ colors, ଫଙ୍କସନ୍ array_displayକୁ ପାସ୍ କରାଯାଇଛି |
| 03:02 | ଫାଇଲକୁ save କରନ୍ତୁ ଏବଂ ଟର୍ମିନଲକୁ ଯା’ନ୍ତୁ |
| 03:07 | ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ function ଅଣ୍ଡରସ୍କୋର୍ array ଡଟ୍ sh |
| 03:18 | Enter ଦାବନ୍ତୁ. ଟାଇପ କରନ୍ତୁ: ଡଟ୍ ସ୍ଲାଶ୍ function ଅଣ୍ଡରସ୍କୋର୍ array ଡଟ୍ sh |
| 03:25 | Enter ଦାବନ୍ତୁ |
| 03:27 | ଦେଖନ୍ତୁ, operating_systems ଓ colorsର ଆରେ ଏଲେମେଣ୍ଟଗୁଡିକ ପ୍ରଦର୍ଶିତ ହେଲା |
| 03:33 | ଏବଂ operating_systems ଓ colorsର ଦ୍ୱିତୀୟ ଆରେ ଏଲେମେଣ୍ଟ ମଧ୍ୟ ପ୍ରଦର୍ଶିତ ହେଲା |
| 03:41 | Bashରେ, exit ଓ return ଷ୍ଟେଟମେଣ୍ଟ, ଗୋଟିଏ function କିମ୍ବା ଏକ ପ୍ରୋଗ୍ରାମର status code ପ୍ରଦାନ କରନ୍ତି |
| 03:49 | Return ଷ୍ଟେଟମେଣ୍ଟ ସ୍କ୍ରିପ୍ଟକୁ ଫେରିଯିବ, ଯେଉଁଠାରୁ ଏହାକୁ କଲ୍ କରାଯାଇଥିଲା |
| 03:54 | Exit ଷ୍ଟେଟମେଣ୍ଟ ସମଗ୍ର ସ୍କ୍ରିପ୍ଟକୁ ସମାପ୍ତ କରିବ, ଯେଉଁଠାରୁ ଏହା ଆରମ୍ଭ ହୋଇଥିଲା |
| 04:01 | ଚାଲନ୍ତୁ, ଏକ ଫଙ୍କ୍ସନ ମଧ୍ୟରେ return କରିବାର ଏହି 2ଟି ମାର୍ଗ ଶିଖିବା |
| 04:06 | Return_exit.sh ନାମକ ଫାଇଲ ଖୋଲନ୍ତୁ |
| 04:12 | ଏହା ହେଉଛି shebang ଲାଇନ୍ |
| 04:14 | Return_( ଅଣ୍ଡରସ୍କୋର୍ )function ହେଉଛି ଫଙ୍କ୍ସନର ନାମ |
| 04:18 | ଖୋଲା କର୍ଲି ବ୍ରେସ୍, functionର ସଂଜ୍ଞାକୁ ଖୋଲେ |
| 04:22 | ଏହି if ଷ୍ଟେଟମେଣ୍ଟ, ଦୁଇଟି ଭେରିଏବଲକୁ ତୁଳନା କରେ |
| 04:27 | ଯଦି ଦୁଇଟି ଭେରିଏବଲ ସମାନ ହୁଅନ୍ତି, ତେବେ if ରେ ଥିବା commandଗୁଡିକ ନିଷ୍ପାଦିତ ହୁଅନ୍ତି |
| 04:33 | ଏହି Echo ଷ୍ଟେଟମେଣ୍ଟ ନିମ୍ନ ବାର୍ତ୍ତା ପ୍ରଦର୍ଶନ କରେ: |
| 04:36 | This is return function |
| 04:39 | Return 0, controlକୁ ଷ୍ଟାଟସ କୋଡ୍ ଯିରୋ ସହିତ functionରୁ main ପ୍ରୋଗ୍ରମକୁ ଘୁଞ୍ଚାଇଥାଏ |
| 04:47 | ଧ୍ୟାନଦିଅନ୍ତୁ, return ହେବା ପରେ ଷ୍ଟେଟମେଣ୍ଟଗୁଡିକ ଗୋଟିଏ functionରେ ନିଷ୍ପାଦିତ ହେବେ ନାହିଁ |
| 04:54 | fi ହେଉଛି, if ଷ୍ଟେଟମେଣ୍ଟର ଶେଷ |
| 04:58 | Exit_(ଅଣ୍ଡରସ୍କୋର)function ହେଉଛି ଫଙ୍କସନର ନାମ |
| 05:02 | ଏଠାରେ ଥିବା if ଷ୍ଟେଟମେଣ୍ଟ, ଦୁଇଟି ଭେରିଏବଲକୁ ତୁଳନା କରେ |
| 05:06 | ଯଦି ଦୁଇଟି ଭେରିଏବଲ ସମାନ ହୁଅନ୍ତି, ତେବେ ifରେ ଥିବା commandଗୁଡିକ ନିଷ୍ପାଦିତ ହୁଅନ୍ତି |
| 05:14 | ଏହି echo ଷ୍ଟେଟମେଣ୍ଟ୍, This is exit function ବାର୍ତ୍ତା ପ୍ରଦର୍ଶନ କରେ |
| 05:19 | Exit 0, ପ୍ରୋଗ୍ରାମକୁ ସମାପ୍ତ କରିବ |
| 05:23 | fi, if ଷ୍ଟେଟମେଣ୍ଟର ସମାପ୍ତିକୁ ସୂଚିତ କରେ |
| 05:27 | 3 ଓ 3 ଆର୍ଗୁମେଣ୍ଟସ ଥାଇ, ଏହା ଏକ ଫଙ୍କ୍ସନ କଲ୍ ଅଟେ |
| 05:33 | ଏହା, ଏହି ବାର୍ତ୍ତା ପ୍ରଦର୍ଶନ କରେ - We are in main program |
| 05:38 | 3 ଓ 3 ଆର୍ଗୁମେଣ୍ଟସ ଥାଇ, ଏହା ହେଉଛି ଆଉ ଗୋଟିଏ ଫଙ୍କ୍ସନ କଲ୍ |
| 05:44 | ଏହି echo ଷ୍ଟେଟମେଣ୍ଟ୍, This line is not displayed ବାର୍ତ୍ତା ପ୍ରଦର୍ଶନ କରିବ |
| 05:49 | ଧ୍ୟାନଦିଅନ୍ତୁ, Exit, ପ୍ରୋଗ୍ରାମକୁ ସମାପ୍ତ କରିବ |
| 05:53 | Exit ପରେ, କିଛି ବି ନିଷ୍ପାଦିତ ହେବ ନାହିଁ |
| 05:58 | ଫାଇଲକୁ save କରନ୍ତୁ ଓ ଟର୍ମିନଲକୁ ଫେରି ଆସନ୍ତୁ |
| 06:00 | ଟାଇପ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ return ଅଣ୍ଡରସ୍କୋର exit ଡଟ୍ sh |
| 06:09 | Enter ଦାବନ୍ତୁ |
| 06:12 | ଟାଇପ କରନ୍ତୁ: ଡଟ୍ ସ୍ଲାଶ୍ return ଅଣ୍ଡରସ୍କୋର exit ଡଟ୍ sh |
| 06:18 | Enter ଦାବନ୍ତୁ |
| 06:20 | ଆଉଟପୁଟ, ନିମ୍ନଲିଖିତ ବାର୍ତ୍ତା ପ୍ରଦର୍ଶନ କରିବ |
| 06:24 | ବର୍ତ୍ତମାନ, ପ୍ରୋଗ୍ରମର ଫ୍ଲୋକୁ ବୁଝିବା |
| 06:27 | Control, main ପ୍ରୋଗ୍ରାମରେ ରହିବ, ଯାହା ନିଜେ ହିଁ ସ୍କ୍ରିପ୍ଟ ଅଟେ |
| 06:33 | ଫଙ୍କ୍ସନ କଲ୍ କାରଣରୁ, control, return_functionକୁ ଯାଏ |
| 06:39 | ଯେହେତୁ ଦୁଇଟି ଯାକ ଭେରିଏବଲ ସମାନ ଅଟନ୍ତି, ଏହା This is return function ବାର୍ତ୍ତା ପ୍ରଦର୍ଶନ କରେ |
| 06:47 | ତା’ପରେ ଏହା return 0କୁ ଭେଟି ଥାଏ. ଏବଂ କଣ୍ଟ୍ରୋଲ, functionରୁ, main programର function callର ନିମ୍ନ ଷ୍ଟେଟମେଣ୍ଟକୁ ଚାଲିଆସେ |
| 06:59 | ଏହା, ଏହି ବାର୍ତ୍ତା ପ୍ରଦର୍ଶନ କରେ - We are in main program |
| 07:03 | ଏହାପରେ ଫଙ୍କ୍ସନ କଲ୍ କାରଣରୁ, control, exit_functionକୁ ଯାଏ |
| 07:11 | ଯେହେତୁ ଦୁଇଟି ଯାକ ଭେରିଏବଲ ସମାନ ଅଟନ୍ତି, ଏହା This is exit function ବାର୍ତ୍ତା ପ୍ରଦର୍ଶନ କରେ |
| 07:19 | ଏହା exit 0କୁ ଭେଟି ଥାଏ. ଏହା ପ୍ରୋଗ୍ରାମକୁ ସମାପ୍ତ କରିବ |
| 07:25 | Exit ପରେ, କୌଣସି ଷ୍ଟେଟମେଣ୍ଟ ନିଷ୍ପାଦିତ ହେବ ନାହିଁ |
| 07:30 | This line is not displayed ଷ୍ଟେଟମେଣ୍ଟ ମଧ୍ୟ ନିଷ୍ପାଦିତ ହେବ ନାହିଁ |
| 07:36 | ଆଶା କରୁଛି, ପ୍ରଭେଦଟି ବୁଝିପାରିଥିବେ |
| 07:39 | ସଂକ୍ଷିପ୍ତରେ: |
| 07:41 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ |
| 07:44 | କିଛି ଉଦାହରଣ ସାହାଯ୍ୟରେ ଏକ Functionକୁ ଗୋଟିଏ ଆରେ ପାସ୍ କରିବା |
| 07:47 | ଗୋଟିଏ functionରେ exit ଷ୍ଟେଟମେଣ୍ଟର ବ୍ୟବହାର |
| 07:50 | ଗୋଟିଏ Functionରେ return ଷ୍ଟେଟମେଣ୍ଟର ବ୍ୟବହାର |
| 07:56 | ଆସାଇନମେଣ୍ଟ ଭାବେ-ଏକ ପ୍ରୋଗ୍ରାମ ଲେଖନ୍ତୁ |
| 07:58 | ଯେଉଁଠାରେ ଏକ ଫଙ୍କ୍ସନ, ଗୋଟିଏ ଆରେରେ, ସମସ୍ତ elementକୁ ଯୋଗ କରୁଥିବ. ଫଙ୍କ୍ସନ, ସମସ୍ତ elementର ଯୋଗଫଳ ପ୍ରଦର୍ଶନ କରୁଥିବ |
| 08:07 | ଆରେ ଏଲିମେଣ୍ଟ (1,2,3) ଓ (4,5,6)କୁ ନେଇ, 2ଟି ଫଙ୍କ୍ସନ କଲ୍ କରନ୍ତୁ |
| 08:15 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
| 08:19 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 08:23 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 08:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
| 08:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 08:45 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 08:49 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
| 09:04 | ଆଇଆଇଟି ବମ୍ୱେ ତରଫରୁ |
| 09:10 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |