Arduino/C3/Digital-Logic-Design-with-Arduino/Oriya

From Script | Spoken-Tutorial
Jump to: navigation, search
Time Narration
00:01 Digital Logic Design with Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ “
00:07 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିବା: Assemblyରେ AND, OR ଓ XOR ଅପରେଶନ୍ସ ଲାଗୁ ଓ ଯାଞ୍ଚ କରିବା,
00:17 ସରଳ Combinational Logic ଲାଗୁ ଓ ଯାଞ୍ଚ କରିବା
00:21 ଏହି ଟ୍ୟୁଟୋରିଆଲ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ ଓ Assembly ଲାଙ୍ଗୁଏଜ୍ ଉପରେ ମୌଳିକ ଜ୍ଞାନ ଥିବା ଉଚିତ
00:31 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Arduino UNO Board
00:38 ଏବଂ Ubuntu Linux Operating System ଭର୍ସନ୍ 14.04.
00:44 ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:

BreadBoard

00:51 Arduino UNO Board
00:54 Seven Segment Display,
00:57 220 - ohm ରେଜିଷ୍ଟର୍,
01:00 Decoder (7447 IC) ଓ

Jumper Wires

01:07 ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲରେ Decoder ପାଇଁ ବ୍ୟବହାର କରିଥିବା ଭଳି ଆମେ ସମାନ ସର୍କିଟ୍ ବ୍ୟବହାର କରିବା
01:14 ଏବେ ଆସନ୍ତୁ ଆମେ ଲାଇଭ୍ କନେକ୍ସନ୍ ସେଟ୍ ଅପ୍ ଦେଖିବା
01:17 ଏବେ ଆମେ, ଲଜିକଲ୍ AND ଅପରେଶନ୍ସ ଯାଞ୍ଚ କରିବା ପାଇଁ ଏକ Assembly Program ଲେଖିବା
01:24 ଯେକୌଣସି Text Editor ଖୋଲି ନିମ୍ନଲିଖିତ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
01:29 ଏହି ଟ୍ୟୁଟୋରିଆଲର “କୋଡ୍ ଫାଇଲ୍ସ” ଲିଙ୍କରେ m328Pdef.inc ଫାଇଲ୍ ଓ Source Code ଉପଲବ୍ଧ ଅଛି
01:38 ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ
01:41 ହାଇଲାଇଟ୍ ହୋଇଥିବା କୋଡ୍, Arduinoର 2, 3, 4 ଓ 5 Pinsକୁ ଆଉଟପୁଟ୍ ପିନ୍ସ କନଫିଗର୍ କରିଥାଏ
01:49 ଆମେ, ଆମର Boolean Operations ପାଇଁ R 16 ଓ R 17ର Bitକୁ ବିଚାର କରୁଛେ. ଏଠାରେ, ଉଭୟ ହେଉଛି 1
02:00 ଏହି ଲାଇନ୍, R 16 ଓ R 17ର Bits ଉପରେ Bitwise AND Operation ପୂରା କରିଥାଏ. ପରିଣାମ R 16ରେ ଷ୍ଟୋର୍ ହୋଇଛି
02:12 “ପ୍ରୋଗ୍ରାମ୍”ର ଅବଶିଷ୍ଟ, ଏହି ଆଉଟପୁଟ୍ ପୂରା କରିଥାଏ
02:17 R 16ର LSBରେ ଆମ ପରିଣାମ ରହିଛି. ଏହା, ବାମକୁ ଦୁଇଟି ସ୍ଥାନ ଦ୍ୱାରା ଶିଫ୍ଟ ହେବ
02:26 “କୋଡ୍”ର ଏହି ଲାଇନ୍, Loopw ନାମକ Loopକୁ କଲ୍ କରିଥାଏ
02:31 ଏହି Loop, R 16ର LSBକୁ ଦୁଇଥର ଶିଫ୍ଟ କରିଥାଏ
02:38 R 16ରେ ଥିବା ଭାଲ୍ୟୁ PORTDକୁ ପଠାଯାଏ. ଏହା, Seven Segment Displayରେ 0 କିମ୍ୱା 1 ପ୍ରଦର୍ଶିତ କରିଥାଏ
02:48 ଏଠାରେ, R 16ର କଣ୍ଟେଣ୍ଟ ଥରେ ବାମକୁ ଶିଫ୍ଟ ହୋଇଛି. ତା’ପରେ, R 20ର ଭାଲ୍ୟୁକୁ 1 ଦ୍ୱାରା ହ୍ରାସ କରାଯାଇଥାଏ
02:58 ଯଦି R 20ର ଭାଲ୍ୟୁ ଶୂନ୍ ସହ ସମାନ ନ ହୁଏ, ତେବେ Loopର ପୁଣିଥରେ ପୁନରାବୃତ୍ତି ହୋଇଥାଏ
03:05 home ସ୍ଲାଶ୍ spoken ସ୍ଲାଶ୍ Assembly ଫୋଲ୍ଡର୍‌ରେ, boolean.asm ଭାବରେ Codeକୁ ସେଭ୍ କରନ୍ତୁ
03:15 ଟର୍ମିନଲ୍‌କୁ ଯାଆନ୍ତୁ.
03:18 boolean.asm ଫାଇଲ୍ ସେଭ୍ କରାଯାଇଥିବା ଫୋଲ୍ଡର୍‌କୁ ଯାଆନ୍ତୁ. Category Nameରେ ଟାଇପ୍ କରନ୍ତୁ: avra ସ୍ପେସ୍ boolean.asm ଓ Enter ଦାବନ୍ତୁ
03:29 ଏହା, କୋଡ୍‌କୁ ଆସେମ୍ୱଲ୍ କରିବ ଏବଂ ଏକ boolean.hex ଫାଇଲ୍ ତିଆରି କରିବ
03:34 ସ୍କ୍ରୀନ୍‌କୁ ଖାଲି କରିଦିଅନ୍ତୁ
03:36 ଏହାପରେ, ଆମକୁ Arduinoରେ କୋଡ୍‌କୁ ଅପଲୋଡ୍ କରିବାକୁ ପଡ଼ିବ
03:41 ଏଥିପାଇଁ ଟାଇପ୍ କରନ୍ତୁ: avrdude ସ୍ପେସ୍ ହାଇଫେନ୍ p ସ୍ପେସ୍ atmega328p ସ୍ପେସ୍ ହାଇଫେନ୍ c ସ୍ପେସ୍ arduino ସ୍ପେସ୍ ହାଇଫେନ୍ b ସ୍ପେସ୍ 115200 ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ P ସ୍ପେସ୍ ଫରୱାର୍ଡ୍ ସ୍ଲାଶ୍ dev ଫରୱାର୍ଡ୍ ସ୍ଲାଶ୍ ttyACM0 ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ U ସ୍ପେସ୍ flash କୋଲନ୍ w କୋଲନ୍ boolean ଡଟ୍ hex

ଏବଂ Enter ଦାବନ୍ତୁ

04:17 ଦେଖନ୍ତୁ, Seven Segmentରେ ଥିବା ଡିଜିଟ୍ 1ଟି ଜଳୁଛି
04:23 ଟ୍ୟୁଟୋରିଆଲକୁ ପଜ୍ କରି ନିମ୍ନ ଆସାଇନମେଣ୍ଟ କରନ୍ତୁ.
04:27 ANDର Truth Tableର ଅବଶିଷ୍ଟ ଯାଞ୍ଚ କରିବା ପାଇଁ R 16 ଓ R 17ର ମୂଲ୍ୟଗୁଡ଼ିକୁ ସଂଶୋଧନ କରନ୍ତୁ
04:35 "ଲଜିକଲ୍ OR ଅପରେଶନ୍" ପୂରା କରିବା ପାଇଁ ପ୍ରୋଗ୍ରାମ୍‌ରେ and କୀ’ୱର୍ଡକୁ ବଦଳାଇ or କରନ୍ତୁ
04:42 "ଲଜିକଲ୍ XOR ଅପରେଶନ୍" ପୂରା କରିବା ପାଇଁ ପ୍ରୋଗ୍ରାମ୍‌ରେ and କୀ’ୱର୍ଡକୁ ବଦଳାଇ xor କରନ୍ତୁ
04:49 ଏହାପରେ ଆମେ, କିଛି ସରଳ Combinational Logicsକୁ ଲାଗୁ ଓ ଯାଞ୍ଚ କରିବା
04:55 ଏବେ ଆସନ୍ତୁ ଆମେ ଲାଇଭ୍ କନେକ୍ସନ୍ ସେଟ୍ ଅପ୍ ଦେଖିବା. ଏହା, ପୂର୍ବ ସେଟ୍ ଅପ୍ ଭଳି ସମାନ
05:02 ଆମେ, ଆମ ପ୍ରୋଗ୍ରାମ୍‌ରେ ଏହି ସମୀକରଣଗୁଡ଼ିକୁ ଲାଗୁ କରି ସେଗୁଡ଼ିକର Truth Table ଯାଞ୍ଚ କରିବାକୁ ଯାଉଛେ
05:09 ଉପରେ ପ୍ରଦର୍ଶିତ ସମୀକରଣଗୁଡ଼ିକ ପାଇଁ ଏହା ହେଉଛି Truth Table
05:14 ଏଠାରେ, W, X, Y ଓ Z ହେଉଛି ଇନପୁଟ୍ସ
05:19 A, B, C ଓ D ହେଉଛି ଆଉଟପୁଟ୍ସ. ଆସନ୍ତୁ, Truth Tableର ପ୍ରଥମ ଧାଡ଼ିକୁ ବିଚାର କରିବା. ତେଣୁ, ସମସ୍ତ ଇନପୁଟ୍ସ ଶୂନ୍ ହେବ
05:31 Truth Table ଅନୁସାରେ, ଆମେ 1 ଭାବେ ଆଉଟପୁଟ୍ ଆଶା କରିପାରିବା
05:36 Seven Segment Displayରେ ଆମେ ଆଉଟପୁଟ୍ ପ୍ରଦର୍ଶିତ କରିବା
05:40 ଏହି ସମୀକରଣଗୁଡ଼ିକୁ ଲାଗୁ ଓ ଯାଞ୍ଚ କରିବା ପାଇଁ ଆସନ୍ତୁ ଏକ Assembly ପ୍ରୋଗ୍ରାମ୍ ଲେଖିବା
05:46 ଯେକୌଣସି Text Editor ଖୋଲି ନିମ୍ନଲିଖିତ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
05:50 ଏହି ପ୍ରୋଗ୍ରାମ୍‌କୁ ମୁଁ ବୁଝାଉଛି
05:53 ଏହି ଲାଇନ୍, Arduinoର 2, 3, 4 ଓ 5 Pinsକୁ Output Pins ଭାବେ କନଫିଗର୍ କରିଥାଏ
06:00 ଆଉଟପୁଟ୍ ଷ୍ଟୋର୍ କରିବା ପାଇଁ R 30 ହେଉଛି ଏକ Dummy Variable
06:05 Input Variables W, X, Y ଓ Zର ଭାଲ୍ୟୁ କ୍ରମଶଃ ରେଜିଷ୍ଟର୍ସ R 17, R 18, R 19 ଓ R 20ରେ ଷ୍ଟୋର୍ ହୋଇଛି
06:16 R 17, R 18, R 19 ଓ R 20ର ଭାଲ୍ୟୁ Dummy Variables R 0, R 1, R 2 ଓ R 3ରେ ଷ୍ଟୋର୍ ହୋଇଛି
06:27 ଏହି ଭାଲ୍ୟୁଗୁଡ଼ିକ, କାର୍ଯ୍ୟ ପୂରା ହେବା ପରେ ମୂଳ “ରେଜିଷ୍ଟର୍ସ”କୁ ରିଷ୍ଟୋର୍ କରିବାକୁ ବ୍ୟବହୃତ ହୋଇଥାଏ
06:35 ଗୋଟିଏ ଭେରିଏବଲ୍‌ର Complement ଖୋଜିବା ପାଇଁ Comp’ Subroutine ବ୍ୟବହୃତ ହୋଇଥାଏ
06:41 W, X, Y ଓ Zର Complement ଗଣନା କରାଯାଏ ଏବଂ କ୍ରମଶଃ R 21, R 22, R 23 ଓ R 24ରେ ଷ୍ଟୋର୍ କରାଯାଏ
06:52 R 21, R 22, R 23 ଓ R 24ର ଭାଲ୍ୟୁ Dummy Variables R 4, R 5, R 6 ଓ R 7ରେ ଷ୍ଟୋର୍ ହୋଇଛି
07:04 ଧ୍ୟାନ ଦିଅନ୍ତୁ ଯେ, A କିଛି ନୁହେଁ, ବରଂ Wର Complement ଅଟେ.

ଏବେ ଆମେ, ପ୍ରଥମ ସମୀକରଣକୁ ଲାଗୁ କରିଦେଇଛେ

07:12 ଏହାପରେ ଆମେ, ଦୁଇଟି ଶିଫ୍ଟ ଅପରେଶନ୍ ପୂରା କରି ଭାଲ୍ୟୁକୁ R 30ରେ ଷ୍ଟୋର୍ କରିବା.

ଏହିପରି ଭାବେ, R 30ର ତୃତୀୟ Bit ପାଖରେ Aର ଭାଲ୍ୟୁ ରହିଛି

07:24 Reload’ Subroutine R 0, R 1, R 2, R 3, R 4, R 5, R 6 ଓ R 7ର ଭାଲ୍ୟୁଗୁଡ଼ିକୁ ସେଗୁଡ଼ିକର ନକଲରୁ ରିଲୋଡ୍ କରିଥାଏ
07:36 ପୂର୍ବବର୍ତ୍ତୀ Operationsରୁ ସେଗୁଡ଼ିକ ବଦଳିଯାଇଥାଇପାରେ
07:41 B ପାଇଁ ଲଜିକ୍‌କୁ ଲାଗୁ କରିଦିଆଯାଇଛି ଏବଂ ପରିଣାମ R 0ରେ ଷ୍ଟୋର୍ ହୋଇଛି
07:47 R 0ରେ ଥିବା ଭାଲ୍ୟୁକୁ ତିନିଥର ବାମ ଶିଫ୍ଟ କରାଯାଇ R 30ରେ ଷ୍ଟୋର୍ କରାଯାଇଛି
07:54 ଏବେ, R 30ର ଚତୁର୍ଥ Bitରେ Bର ପରିଣାମ ରହିଛି
08:00 C ପାଇଁ ଲଜିକ୍‌କୁ ଲାଗୁ କରିଦିଆଯାଇଛି ଏବଂ ପରିଣାମ R 0ରେ ଷ୍ଟୋର୍ ହୋଇଛି
08:06 R 0ରେ ଥିବା ଭାଲ୍ୟୁକୁ ଚାରିଥର ବାମ ଶିଫ୍ଟ କରାଯାଇ R 30ରେ ଷ୍ଟୋର୍ କରାଯାଇଛି
08:13 ଏବେ, R 30ର ପଞ୍ଚମ Bitରେ Cର ପରିଣାମ ରହିଛି
08:19 D ପାଇଁ ଲଜିକ୍‌କୁ ଲାଗୁ କରିଦିଆଯାଇଛି ଏବଂ ପରିଣାମ R 0ରେ ଷ୍ଟୋର୍ ହୋଇଛି
08:25 R 0ରେ ଥିବା ଭାଲ୍ୟୁକୁ ପାଞ୍ଚଥର ବାମ ଶିଫ୍ଟ କରାଯାଇ R 30ରେ ଷ୍ଟୋର୍ କରାଯାଇଛି
08:32 ଏବେ, R 30ର ଷଷ୍ଠ Bitରେ Dର ପରିଣାମ ରହିଛି
08:38 ଶେଷରେ R 30ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ପ୍ରଦର୍ଶିତ କରିବା ପାଇଁ PORTDକୁ ପଠାଇଦିଆଗଲା
08:46 home ସ୍ଲାଶ୍ spoken ସ୍ଲାଶ୍ Assembly ଫୋଲ୍ଡର୍‌ରେ, combination.asm ଭାବରେ Codeକୁ ସେଭ୍ କରନ୍ତୁ
08:55 ଟର୍ମିନଲ୍‌କୁ ଯାଆନ୍ତୁ.
08:58 ଟାଇପ୍ କରନ୍ତୁ: avra ସ୍ପେସ୍ combination.asm ଓ Enter ଦାବନ୍ତୁ
09:05 ଏହା, କୋଡ୍‌କୁ ଆସେମ୍ୱଲ୍ କରିବ ଏବଂ ଏକ combination.hex ଫାଇଲ୍ ତିଆରି କରିବ.

ଟର୍ମିନଲ୍ ଖାଲି କରିଦିଅନ୍ତୁ

09:14 ଅପଲୋଡ୍ କରିବା ପାଇଁ, ପୂର୍ବବର୍ତ୍ତୀ କମାଣ୍ଡ ପାଇବାକୁ ଅପ୍ ଆରୋ ଦାବନ୍ତୁ
09:19 ଦେଖାଯାଇଥିବା ଅନୁସାରେ ଫାଇଲ୍ ନାମ ବଦଳାଇ Enter ଦାବନ୍ତୁ
09:26 ଏବେ, Seven Segment Displayରେ ପ୍ରଦର୍ଶିତ ଆଉଟପୁଟ୍ ସହିତ ଆପଣ Truth Tableକୁ ଯାଞ୍ଚ କରିପାରିବେ
09:34 ଟ୍ୟୁଟୋରିଆଲକୁ ପଜ୍ କରି ନିମ୍ନ ଆସାଇନମେଣ୍ଟ କରନ୍ତୁ.
09:38 W, X, Y ଓ Zର ଭାଲ୍ୟୁ ବଦଳା’ନ୍ତୁ ଏବଂ Truth Tableର ବିଭିନ୍ନ ଧାଡ଼ି ଯାଞ୍ଚ କରନ୍ତୁ
09:46 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
09:52 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ: Assemblyରେ AND, OR ଓ XOR ଅପରେଶନ୍ସ ଲାଗୁ ଓ ଯାଞ୍ଚ କରିବା,
10:01 ସରଳ Combinational Logic ଲାଗୁ ଓ ଯାଞ୍ଚ କରିବା
10:05 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

10:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

10:23 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
10:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ.

10:38 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep