Arduino/C3/Assembly-programming-through-Arduino/Oriya

From Script | Spoken-Tutorial
Jump to: navigation, search
Time Narration
00:01 Assembly Programming Through Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: Arduino Boardରେ ଏକ Seven Segment Display ଇଣ୍ଟର୍ଫେସ୍ କରିବା,
00:15 Seven Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରିବା ପାଇଁ ଏକ ଆସେମ୍ୱଲୀ ପ୍ରୋଗ୍ରାମ୍ ଲେଖିବା
00:21 7447 IC ବ୍ୟବହାର କରି Seven Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରିବା
00:28 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ସ ଓ Assembly ଲାଙ୍ଗୁଏଜ୍ ଉପରେ ମୌଳିକ ଜ୍ଞାନ ଥିବା ଉଚିତ
00:36 ନିମ୍ନ ବିଷୟରେ ଅଧିକ ଜାଣିବା ପାଇଁ ଏହି ଟ୍ୟୁଟୋରିଆଲର Additional Reading Material ଲିଙ୍କ୍ ଦେଖନ୍ତୁ:
00:42 Arduino - ଆସେମ୍ୱଲୀ କୋଡ୍ ରେଫରେନ୍ସ ଓ Arduino ATmega328 Pin ମ୍ୟାପିଙ୍ଗ୍
00:50 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Arduino UNO Board
00:56 ଏବଂ Ubuntu Linux operating system ଭର୍ସନ୍ 14.04.
01:02 ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:

BreadBoard

01:09 Arduino UNO Board
01:12 Common Anode Seven Segment Display,

220 ohm ରେଜିଷ୍ଟର୍,

01:18 Decoder 7447 IC

ଓ Jumper Wires

01:25 ଏହି ପ୍ରୟୋଗରେ ଆମେ, Common Anode Seven Segment Display ବ୍ୟବହାର କରିବା
01:31 Seven Segment Display ବିଷୟରେ ଅଧିକ ଜାଣିବା ପାଇଁ ଏହି ଦୟାକରି ଶୃଙ୍ଖଳାର ବେସିକ୍ ଲେଭଲ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ
01:38 ଏବେ ଆସନ୍ତୁ ଆମେ କନେକ୍ସନ୍ ସର୍କିଟ୍ ବିବରଣୀ ଦେଖିବା
01:46 Seven Segment Displayର “ଡଟ୍ ପିନ୍” Arduinoର “ପିନ୍ 13” ସହ କନେକ୍ଟ ହୋଇଛି
01:53 COM Pinsରୁ ଯେକୌଣସି ଗୋଟିଏ 220 ohm ରେଜିଷ୍ଟର୍ ମାଧ୍ୟମରେ +5 Volt ସହ ଲାଗିଛି
02:00 Arduino ଓ Microcontroller ପାଇଁ “ପିନ୍ ମ୍ୟାପିଙ୍ଗ୍” ଦେଖନ୍ତୁ
02:05 ଏହା ହେଉଛି କନେକ୍ସନ୍‌ର ଲାଇଭ୍ ସେଟ ଅପ୍
02:09 ଏବେ ଆମେ, Seven Segment Displayରେ Dot LEDକୁ ଅନ୍ କରିବା ପାଇଁ ଗୋଟିଏ “ଆସେମ୍ୱଲୀ ପ୍ରୋଗ୍ରାମ୍” ଲେଖିବା
02:17 ଆମକୁ assembler AVRA ଓ AVRDUDEକୁ ଇନଷ୍ଟଲ୍ କରିବାକୁ ପଡ଼ିବ
02:23 AVRA ହେଉଛି ଏକ “ଆସେମ୍ୱଲର୍”, ଯାହା ଏକ hex ଫାଇଲ୍ ଜେନେରେଟ୍ କରିଥାଏ
02:28 Arduino Boardରେ ଯେକୌଣସି hex ଫାଇଲ୍ ଅପଲୋଡ୍ କରିବା ପାଇଁ AVRDUDE ବ୍ୟବହୃତ ହୋଇଥାଏ
02:34 Ctrl+ Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
02:39 AVRA ଓ AVRDUDE ଇନଷ୍ଟଲ୍ କରିବା ପାଇଁ ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ install ସ୍ପେସ୍ avra ସ୍ପେସ୍ avrdude
02:55 କୁହାଗଲେ Administrative ପାସୱର୍ଡ ଦିଅନ୍ତୁ ଏବଂ Enter ଦାବନ୍ତୁ
03:01 ଦେଖନ୍ତୁ, ଇନଷ୍ଟଲେଶନ୍ ପ୍ରକ୍ରିୟା ଆରମ୍ଭ ହୋଇଗଲା
03:05 କନଫିଗରେଶନ୍ ସୁନିଶ୍ଚିତ କରିବା ପାଇଁ ଇନଷ୍ଟଲେଶନ୍ ସମୟରେ ଯେତେବେଳେ ବି କୁହାଯିବ, Y ଦାବନ୍ତୁ
03:11 ଇଣ୍ଟରନେଟ୍ ସ୍ପୀଡ୍ ଉପରେ ଭିତ୍ତି କରି ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବାକୁ କିଛି ସମୟ ନେବ
03:17 ଇନଷ୍ଟଲେଶନ୍ ସଫଳତାପୂର୍ବକ ସମ୍ପୂର୍ଣ୍ଣ ହୋଇଗଲା.

ସ୍କ୍ରୀନ୍‌କୁ ଖାଲି କରିଦିଅନ୍ତୁ

03:25 ଏବେ, କମ୍ପ୍ୟୁଟର୍ ସହ Arduino Boardକୁ କନେକ୍ଟ କରନ୍ତୁ
03:29 Arduinoର Port ନମ୍ୱର୍ ଦେଖିବା ପାଇଁ ମୁଁ ଟାଇପ୍ କରିବି: ls ସ୍ପେସ୍ ଫରୱାର୍ଡ୍ ସ୍ଲାଶ୍ dev ଫରୱାର୍ଡ୍ ସ୍ଲାଶ୍ ttyACM ଆଷ୍ଟ୍ରିକ୍ସ
03:41 ଫରୱାର୍ଡ୍ ସ୍ଲାଶ୍ dev ଫରୱାର୍ଡ୍ ସ୍ଲାଶ୍ ttyACM0 ଭାବରେ ଆଉଟପୁଟ୍ ଦେଖାଦେଲା
03:49 ଏଠାରେ, ttyACM0 ହେଉଛି Arduinoର Port ନମ୍ୱର୍
03:55 ଆପଣଙ୍କୁ ଭିନ୍ନ “ପୋର୍ଟ” ନମ୍ୱର୍ ମିଳିପାରେ. ତାହାକୁ ଲେଖିରଖନ୍ତୁ
04:00 m328Pdef.inc ଫାଇଲ୍‌କୁ ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରୁ ଡାଉନଲୋଡ୍ କରିନିଅନ୍ତୁ
04:08 “ସୋର୍ସ କୋଡ୍”ର ପ୍ରଥମ ଲାଇନ୍ ରେ ଆମକୁ ଏହି Library ଫାଇଲ୍‌କୁ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ
04:13 ଏହା ମାଧ୍ୟମରେ ୟୁଜର୍, Assembly Programs ଲେଖିବା ସମୟରେ Register ଓ Bit Name ବ୍ୟବହାର କରିପାରିବେ
04:20 ଗୋଟିଏ Assembly Program ଲେଖି Microcontrollerରେ ଅପଲୋଡ୍ କରନ୍ତୁ
04:25 ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ
04:29 ସେମିକୋଲନ୍, Comment Statementକୁ ବୁଝାଇଥାଏ
04:33 ଏହିସବୁ Statement, Assembler ଦ୍ୱାରା ଅଣଦେଖା କରାଯାଇଥାଏ ଏବଂ ନିଷ୍ପାଦିତ ହୁଏ ନାହିଁ
04:38 ଏହି ଲାଇନ୍, m328Pdef.incକୁ ଅନ୍ତର୍ଭୁକ୍ତ କରିବା ପାଇଁ Assemblerକୁ କହିଥାଏ
04:45 ଆମେ ପୂର୍ବରୁ ଏହି ଫାଇଲ୍‌କୁ ଡାଉନଲୋଡ୍ କରିସାରିଛେ ଏବଂ ମୋ କମ୍ପ୍ୟୁଟର୍‌ରେ ଏହା ହେଉଛି Path
04:51 ଧ୍ୟାନ ଦିଅନ୍ତୁ ଯେ, ଆମକୁ ସମଗ୍ର File Pathକୁ ନିର୍ଦ୍ଦିଷ୍ଟ କରିବାକୁ ହେବ
04:55 ldiର ଅର୍ଥ ହେଉଛି Load Immediate
04:59 ଏହା ପିନ୍ PB5କୁ “ଆଉଟପୁଟ୍” ଭାବେ ସେଟ୍ କରିଥାଏ, ଯାହା ହେଉଛି ଡିଜିଟଲ୍ Pin 13
05:05 ଏହା, ଗୋଟିଏ କାମ କରୁଥିବା Register R16 ନେଇ, ସେଥିରେ ଗୋଟିଏ Binary Number ଲୋଡ୍ କରିବା ପାଇଁ Assemblerକୁ କହିଥାଏ
05:12 ଏହି ଲାଇନ୍, Register R16ର ବିଷୟବସ୍ତୁକୁ କପୀ କରି DDRB Registerରେ ରଖିବା ପାଇଁ Compilerକୁ କହିଥାଏ
05:20 ଏହା, 5 Voltsରେ ସେଟ୍ କରାଯାଇଥିବା ପିନ୍ PB5, ଯାହା ହେଉଛି “ଡିଜିଟଲ୍ ପିନ୍ 13”, କୁ ଛାଡ଼ି ଅନ୍ୟ ସମସ୍ତ ପିନ୍ସକୁ 0 Voltsରେ ସେଟ୍ କରିଥାଏ
05:30 ଏହି ଲାଇନ୍, ଆମ ଷ୍ଟୋରେଜ୍ Register R17ରୁ ସେହି Binary Numberକୁ କପୀ କରି Port Bକୁ ନେଇଥାଏ
05:38 Relative Jump Statement, ଏକ Infinite Loopରେ “ପ୍ରୋଗ୍ରାମ୍”କୁ ନିଷ୍ପାଦିତ କରିଥାଏ
05:44 LEDକୁ “ଅନ୍” ରଖିଥିବା ପାଇଁ “ପ୍ରୋଗ୍ରାମ୍”କୁ ଚାଲୁଥିବା ଦରକାର
05:50 home ସ୍ଲାଶ୍ spoken ସ୍ଲାଶ୍ Assembly ଫୋଲ୍ଡର୍ ରେ, dot ହାଇଫେନ୍ led.asm ଫାଇଲ୍‌କୁ Code ଭାବରେ ସେଭ୍ କରନ୍ତୁ
05:59 ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ମଧ୍ୟ ଏହି କୋଡ୍ ଉପଲବ୍ଧ ଅଛି.
06:04 ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ
06:07 ଟର୍ମିନଲ୍‌କୁ ଯାଆନ୍ତୁ.
06:10 dot ହାଇଫେନ୍ led.asm ଫାଇଲ୍ ସେଭ୍ କରାଯାଇଥିବା ଫୋଲ୍ଡର୍‌କୁ ଯାଆନ୍ତୁ
06:16 ଟାଇପ୍ କରନ୍ତୁ: avra ସ୍ପେସ୍ dot ହାଇଫେନ୍ led.asm ଓ Enter ଦାବନ୍ତୁ
06:24 ଏହା, କୋଡ୍‌କୁ ଆସେମ୍ୱଲ୍ କରିବ ଏବଂ ଏକ dot ହାଇଫେନ୍ led.hex ଫାଇଲ୍ ତିଆରି କରିବ
06:30 ଏହି ଫୋଲ୍ଡର୍‌ରେ ଜେନେରେଟ୍ ହୋଇଥିବା dot ହାଇଫେନ୍ led.hex ଫାଇଲ୍‌କୁ ଆସନ୍ତୁ ଦେଖିବା
06:37 ଏହାପରେ, ଆମକୁ Arduinoରେ କୋଡ୍‌କୁ ଅପଲୋଡ୍ କରିବାକୁ ପଡ଼ିବ
06:41 ଟର୍ମିନଲ୍‌କୁ ଫେରିଯାଆନ୍ତୁ
06:44 ଏଥିପାଇଁ ଟାଇପ୍ କରନ୍ତୁ: avrdude ସ୍ପେସ୍ ହାଇଫେନ୍ p ସ୍ପେସ୍ atmega328p ସ୍ପେସ୍ ହାଇଫେନ୍ c ସ୍ପେସ୍ arduino ସ୍ପେସ୍ ହାଇଫେନ୍ b ସ୍ପେସ୍ 115200 ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ P ସ୍ପେସ୍ ଫରୱାର୍ଡ୍ ସ୍ଲାଶ୍ dev ଫରୱାର୍ଡ୍ ସ୍ଲାଶ୍ ttyACM0 ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ U ସ୍ପେସ୍ flash କୋଲନ୍ w କୋଲନ୍ ଡଟ୍ ହାଇଫେନ୍ led ଡଟ୍ hex
07:16 ଏଠାରେ ttyACM0 ହେଉଛି Arduinoର Port ନମ୍ୱର୍
07:22 dot ହାଇଫେନ୍ led.hex ହେଉଛି ଜେନେରେଟ୍ ହୋଇଥିବା ଫାଇଲ୍.

Enter ଦାବନ୍ତୁ.

07:30 ଦେଖନ୍ତୁ, Seven Segmentରେ ଥିବା Dot LED ଜଳୁଛି
07:36 ଟ୍ୟୁଟୋରିଆଲକୁ ପଜ୍ କରି ନିମ୍ନ ଆସାଇନମେଣ୍ଟ କରନ୍ତୁ.

Dot LEDକୁ ବନ୍ଦ କରିବା ପାଇଁ ସେହି କୋଡ୍‌କୁ ସଂଶୋଧନ କରନ୍ତୁ

07:44 ଏହାପରେ ଆମେ, Seven Segment Displayରେ ଡିଜିଟ୍ 2କୁ ପ୍ରଦର୍ଶିତ କରିବା
07:49 2କୁ ଦେଖାଇବା ପାଇଁ, a, b, d, e, g ସେଗମେଣ୍ଟ “ହାଇ” ଏବଂ ଅନ୍ୟ LEDଗୁଡ଼ିକ “ଲୋ” ରହିବା ଉଚିତ.
07:58 Seven Segment Displayର ପିନ୍ a, b, c, d, e, f ଓ gକୁ Arduinoର 2, 3, 4, 5, 6, 7 ଓ 8 ପିନ୍‌ଗୁଡ଼ିକ ସହ କନେକ୍ଟ କରନ୍ତୁ
08:10 ଦୁଇଟି Common Pins, “ରେଜିଷ୍ଟର୍ସ” ମାଧ୍ୟମରେ ପଜିଟିଭ୍ 5 Volts ସହ ଲାଗିଛି
08:17 ଏବେ ଆସନ୍ତୁ ଆମେ ଲାଇଭ୍ କନେକ୍ସନ୍ ସେଟ୍ ଅପ୍ ଦେଖିବା
08:21 ଏହି ପ୍ରୋଗ୍ରାମ୍ ପାଇଁ “ସୋର୍ସ କୋଡ୍” ଦେଖନ୍ତୁ
08:24 ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ
08:28 ଯେପରି ପୂର୍ବରୁ ଦେଖିସାରିଛେ, ଆମକୁ “ଆଉଟପୁଟ୍” ଭାବେ ପ୍ରଥମେ Pinsକୁ କନଫିଗର୍ କରିବାକୁ ହେବ
08:34 ତା’ପରେ, ଆମର ଆବଶ୍ୟକତା ଅନୁସାରେ ତାହାକୁ “ହାଇ” କିମ୍ୱା “ଲୋ” କରିବା
08:39 ଏହି ଦୁଇଟି ଲାଇନ୍, ଆଉଟପୁଟ୍ ଭାବେ Port Dରେ Bits 2 କୁ 7 କରିଥାଏ
08:45 ଏହି ଦୁଇଟି ଲାଇନ୍, ଆଉଟପୁଟ୍ ଭାବେ Port Bରେ Bit 0 କରିଥାଏ
08:50 ଏହିସବୁ Bits, Arduinoରେ ଥିବା Digital Pins 2 ରୁ 8 ଅନୁରୂପ ଅଟେ
08:56 ଏଠାରେ, ଆମେ ଦେଖାଇବାକୁ ଚାହୁଁଥିବା ଯେକୌଣସି ସଂଖ୍ୟା ଅନୁରୂପ Pinsକୁ “ହାଇ” କିମ୍ୱା “ଲୋ” କରୁଛେ
09:04 ଆମ କ୍ଷେତ୍ରରେ ଏହା ହେଉଛି ଡିଜିଟ୍ ଦୁଇ
09:07 ଏଠାରେ ଆମେ, Arduinoର ଡିଜିଟଲ୍ Pins 2 ରୁ 8 ରେ 0100100 ଲେଖୁଛେ
09:16 ଏହା, c ଓ g ବ୍ୟତୀତ SSDର ସମସ୍ତ ସେଗମେଣ୍ଟଗୁଡ଼ିକୁ “ଲୋ” କରିବ “
09:22 ଏହାକୁ two.asm ଫାଇଲ୍ ଭାବରେ ସେଭ୍ କରନ୍ତୁ
09:27 ଟର୍ମିନଲ୍‌କୁ ଫେରିଯାଆନ୍ତୁ.

ସ୍କ୍ରୀନ୍‌କୁ ଖାଲି କରିଦିଅନ୍ତୁ

09:33 ଟାଇପ୍ କରନ୍ତୁ: avra ସ୍ପେସ୍ two.asm ଓ Enter ଦାବନ୍ତୁ
09:39 ଅପଲୋଡ୍ କରିବା ପାଇଁ, ପୂର୍ବବର୍ତ୍ତୀ କମାଣ୍ଡ ପାଇବାକୁ ଅପ୍ ଆରୋ ଦାବନ୍ତୁ
09:44 ଏବେ, ଦେଖାଯାଇଥିବା ଅନୁସାରେ ଫାଇଲ୍ ନାମ ବଦଳାଇ Enter ଦାବନ୍ତୁ
09:50 ଦେଖନ୍ତୁ, Seven Segmentରେ ଥିବା ଡିଜିଟ୍ 2ଟି ଜଳୁଛି
09:56 ଟ୍ୟୁଟୋରିଆଲକୁ ପଜ୍ କରି ନିମ୍ନ ଆସାଇନମେଣ୍ଟ କରନ୍ତୁ. 0 ରୁ 9 ପର୍ଯ୍ୟନ୍ତ ଯେକୌଣସି ଡିଜିଟ୍ ପ୍ରଦର୍ଶିତ କରିବା ପାଇଁ ଉପରୋକ୍ତ କୋଡ୍‌କୁ ସଂଶୋଧନ କରନ୍ତୁ
10:06 seven Segment Displayrରେ ସଂଖ୍ୟା 5କୁ ଦେଖାଇବା ପାଇଁ ଆମେ ଏକ Decoder ବ୍ୟବହାର କରିବା
10:12 ଆମେ 7447 IC ବ୍ୟବହାର କରୁଛେ
10:16 Decoderର a Complement ରୁ f Complement, Seven Segment Displayର a ରୁ f Pins ସହ କନେକ୍ଟ ହୋଇଛି
10:25 Decoderର VCC ଓ Ground Pins, Arduinoର ପଜିଟିଭ୍ 5 Volts ଓ Ground Pins ସହ କନେକ୍ଟ ହୋଇଛି
10:33 Decoderର A, B, C, D Pinsକୁ Arduinoର 2, 3, 4, 5 Pins ସହ କନେକ୍ଟ କରନ୍ତୁ
10:40 ଧ୍ୟାନ ଦିଅନ୍ତୁ ଯେ, ଏହି Decoder କେବଳ Common Anode Seven Segment Display ଅନୁକୂଳ ଅଟେ
10:47 ଏବେ ଆସନ୍ତୁ ଆମେ ଲାଇଭ୍ କନେକ୍ସନ୍ ସେଟ୍ ଅପ୍ ଦେଖିବା
10:51 Decoderର Input Pins ହେଉଛି A, B, C ଓ D
10:56 A ହେଉଛି Lowest Significant Bit (LSB) ଏବଂ D ହେଉଛି Most Significant Bit (MSB)
11:02 ଉଦାହରଣସ୍ୱରୂପ, ଯେତେବେଳେ A, B, C ଓ D Inputs ଏଠାରେ ଦେଖାଦେବ, Displayରେ ସଂଖ୍ୟା 5 ଦେଖାଦେବ
11:10 ଏହି ପ୍ରୋଗ୍ରାମ୍ ପାଇଁ “ସୋର୍ସ କୋଡ୍” ଦେଖନ୍ତୁ
11:13 ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ
11:17 ପ୍ରଥମ ଦୁଇଟି ଲାଇନ୍, ଆଉଟପୁଟ୍ ଭାବେ Port Dରେ Bits 2 କୁ 5 କରିଥାଏ
11:23 ଏହାର ଅର୍ଥ ହେଉଛି, Arduinoରେ ଆମେ Output Pins ଭାବରେ Digital Pins 2 କୁ 5 କରୁଛେ
11:29 Arduinoରେ 2 ରୁ 5 Pins, Decoderର A, B, C, D Pins ସହିତ କନେକ୍ଟ ହୋଇଛି
11:36 ପରବର୍ତ୍ତୀ ଦୁଇଟି ଲାଇନ୍ସ, Decoder Inputsକୁ 0101ର ଇନପୁଟ୍ ଦେଉଛି
11:43 ତା’ପରେ, ଏହା Seven Segment Displayରେ 5 ଭାବରେ ଡିକୋଡେଡ୍ ହେବ
11:48 ଏହାକୁ decoder.asm ଫାଇଲ୍ ଭାବରେ ସେଭ୍ କରନ୍ତୁ
11:52 ଟର୍ମିନଲ୍‌କୁ ଫେରିଯାଆନ୍ତୁ.
11:55 ଟାଇପ୍ କରନ୍ତୁ: avra ସ୍ପେସ୍ decoder.asm ଓ Enter ଦାବନ୍ତୁ
12:02 ଅପଲୋଡ୍ କରିବା ପାଇଁ, ପୂର୍ବବର୍ତ୍ତୀ କମାଣ୍ଡ ପାଇବାକୁ ଅପ୍ ଆରୋ ଦାବନ୍ତୁ
12:07 ଏବେ, ଦେଖାଯାଇଥିବା ଅନୁସାରେ ଫାଇଲ୍ ନାମ ବଦଳାଇ Enter ଦାବନ୍ତୁ
12:13 ଦେଖନ୍ତୁ, Seven Segmentରେ ଥିବା ଡିଜିଟ୍ 5ଟି ଜଳୁଛି
12:19 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
12:24 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିଲେ: Arduino Boardରେ ଏକ Seven Segment Display ଇଣ୍ଟର୍ଫେସ୍ କରିବା,
12:31 Seven Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ Assembly Program ଲେଖିବା
12:36 ଏବଂ 7447 IC ବ୍ୟବହାର କରି Seven Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା
12:42 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

12:50 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

12:58 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
13:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ.

13:12 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep