Arduino/C2/Pulse-Width-Modulation/Oriya
Time | Narration |
00:01 | Pulse Width Modulation ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: PWM ଅର୍ଥାତ୍ Pulse Width Modulation |
00:13 | PWM Duty Cycle |
00:16 | PWM Frequency
L293D Motor Driver IC |
00:24 | ଏହି ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ:
ଇଲେକ୍ଟ୍ରୋନିକ୍ସ ଓ C କିମ୍ୱା C++ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ |
00:35 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
Arduino UNO Board |
00:40 | Ubuntu Linux 16.04 OS
Arduino IDE |
00:46 | ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:
BreadBoard |
00:53 | 10K Ohm Potentiometer
LED |
00:58 | 220 ohm ରେଜିଷ୍ଟର୍ |
01:01 | Jumper Wires
PushButton |
01:05 | DC Motor |
01:08 | ଓ L293D Motor Driver IC |
01:14 | PWM Signal ହେଉଛି ଏକ ବର୍ଗ ତରଙ୍ଗ ସିଗ୍ନଲ୍, ଯାହାର ହାଇ ଫ୍ରିକ୍ୱେନ୍ସୀ ରହିଛି, ଅର୍ଥାତ୍ 1 KHz |
01:22 | PWM ହେଉଛି ଏକ କୌଶଳ, ଯାହାଦ୍ୱାରା Pulseର ଓସାର ଭିନ୍ନ ହୋଇଥାଏ |
01:28 | ତରଙ୍ଗର ଫ୍ରିକ୍ୱେନ୍ସୀକୁ ସ୍ଥିର ରଖିବା ସହିତ ଏହାକୁ କରାଯାଏ |
01:33 | PWM Signalରେ ଦୁଇଟି ମୁଖ୍ୟ ଗୁଣ ରହିଛି, ଯାହା ତାହାର କାର୍ଯ୍ୟକାରିତାକୁ ପରିଭାଷିତ କରିଥାଏ |
01:40 | ସେଗୁଡ଼ିକ ହେଉଛି Duty Cycle ଓ Frequency. |
01:44 | ଏହା ସମୟର ଶତକଡ଼ା ଅଟେ, ଏକ Digital Signal ପୂରା ସମୟ ଅବଧିରେ ଅନ୍ ରହିଥାଏ |
01:50 | Duty Cycle, 0% ରୁ 100% ପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇପାରେ |
01:55 | Duty Cycleର ଶତକଡ଼ା ଗଣନା କରିବାର ସୂତ୍ର ଏଠାରେ ଦିଆଯାଇଛି |
02:01 | tON ସେହି ସମୟ ଅବଧି ସହ ସମାନ ହୋଇଥାଏ, ଯେତେବେଳେ Signal “ହାଇ” ଥାଏ |
02:06 | tOFF ସେହି ସମୟ ଅବଧି ସହ ସମାନ ହୋଇଥାଏ, ଯେତେବେଳେ Signal “ଲୋ” ଥାଏ |
02:11 | Time Period ହେଉଛି tON + tOFF,
ଅର୍ଥାତ୍ ଏହା, PWM Signal “ଅନ୍” ସମୟ ଓ “ଅଫ୍” ସମୟର ସମଷ୍ଟି ସହ ସମାନ |
02:24 | PWM କେତେ ଶୀଘ୍ର ଗୋଟିଏ Cycle ସମ୍ପୂର୍ଣ୍ଣ କରେ, ତାହା ଫ୍ରିକ୍ୱେନ୍ସୀ ନିର୍ଦ୍ଧାରଣ କରିଥାଏ |
02:29 | ଅର୍ଥାତ୍, ଏହା କେତେ ଶୀଘ୍ର “ହାଇ” ରୁ “ଲୋ” ସ୍ଥିତିକୁ ବଦଳୁଛି |
02:34 | ଆମେ Duty Cycleକୁ ପରିବର୍ତ୍ତିତ କରି ଗୋଟିଏ ସରଳ ପ୍ରୟୋଗ କରିବା |
02:39 | ଏହା, LEDର ବ୍ରାଇଟନେସ୍କୁ ନିୟନ୍ତ୍ରଣ କରିବ |
02:43 | Arduino Unoରେ 6ଟି PWM channel ରହିଛି |
02:48 | Arduino Unoରେ ଥିବା Pins 3, 5, 6, 9, 10, 11 ହେଉଛି PWM channels. |
02:58 | PWM Channels, tilde ଚିହ୍ନ ଦ୍ୱାରା ନିରୂପିତ କରାଯାଇଥାଏ |
03:02 | ଏବେ ଆସନ୍ତୁ ଆମେ ସର୍କିଟ୍ କନେକ୍ସନ୍ ଦେଖିବା |
03:05 | 220 ohm ରେଜିଷ୍ଟର୍ ମାଧ୍ୟମରେ Arduinoର Pin 9 ସହ LEDର Anode ଲେଗ୍ କନେକ୍ଟ କରନ୍ତୁ |
03:13 | LEDର Cathode ଲେଗ୍କୁ “ଗ୍ରାଉଣ୍ଡ”ରେ ଲଗାନ୍ତୁ |
03:17 | ଏହା ହେଉଛି କନେକ୍ସନ୍ର ଲାଇଭ୍ ସେଟ ଅପ୍ |
03:20 | ଛବିରେ ଦେଖାଯାଇଥିବା ଅନୁସାରେ କନେକ୍ସନ୍ କରନ୍ତୁ |
03:23 | Arduino IDE ଖୋଲନ୍ତୁ.
PWM ପିନ୍ ବ୍ୟବହାର କରି LEDର ବ୍ରାଇଟନେସ୍ ବଦଳାଇବା ପାଇଁ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା |
03:32 | ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ. |
03:35 | ଆମେ PWM Pin 9କୁ Veriable LED_Pin ପାଇଁ ଆସାଇନ୍ କରିଛେ |
03:42 | ଗୋଟିଏ LEDକୁ “ଅନ୍” କରିବା ପାଇଁ ଆମେ duty_cycle_valueକୁ 1 ଭାବରେ ଇନିଶିଆଲାଇଜ୍ କରିଛେ |
03:51 | Void Setup ଭିତରେ ଆମେ pinMode Function ଲେଖିବା |
03:56 | OUTPUT ଭାବେ ଆମେ Arduinoର pin 9କୁ ଘୋଷିତ କରିଛେ |
04:01 | Void Loop Function ଭିତରେ ଆମେ ଏହି କୋଡ୍ ଲେଖିବା.
ଏହି କୋଡ୍କୁ ମୁଁ ବୁଝାଉଛି |
04:08 | duty_cycle_value, 255 ତଳକୁ ନ ହେବା ପର୍ଯ୍ୟନ୍ତ While Loop କୋଡ୍ କୁ ନିଷ୍ପାଦିତ କରିଥାଏ |
04:17 | PWM signal ଜେନେରେଟ୍ କରିବା ପାଇଁ analogWrite() function ବ୍ୟବହୃତ ହୋଇଥାଏ |
04:22 | ଆମେ ଦୁଇଟି ପାରାମିଟର୍ସ ପାସ୍ କରୁଛେ, ଯାହା ହେଉଛି PWM ପିନ୍ ନମ୍ୱର୍ ଓ Duty Cycle ଭାଲ୍ୟୁ |
04:30 | Duty Cycle ଭାଲ୍ୟୁ ନିଶ୍ଚିତ ଭାବେ 0 ରୁ 255 ମଧ୍ୟରେ ରହିବା ଦରକାର, ଅର୍ଥାତ୍ 0 Volts ଓ 5 Volts |
04:40 | ଆମେ Delayକୁ 3000 ମିଲିସେକେଣ୍ଡ, ଅର୍ଥାତ୍ 3 ସେକେଣ୍ଡ ରଖିବା |
04:46 | ନିଜର ପ୍ରୋଗ୍ରାମ୍କୁ ଭେରିଫାଏ କରିବା ପାଇଁ Compile ଉପରେ କ୍ଲିକ୍ କରନ୍ତୁ |
04:51 | ସାମ୍ପ୍ରତିକ ପ୍ରୋଗ୍ରାମ୍କୁ ସେଭ୍ କରିବା ପାଇଁ ଗୋଟିଏ ପପ୍ ଅପ୍ ୱିଣ୍ଡୋ ଦେଖାଦେବ |
04:55 | ପ୍ରୋଗ୍ରାମ୍କୁ LED_Brightness ଭାବରେ ସେଭ୍ କରନ୍ତୁ ଏବଂ Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:03 | ଏବେ, Arduino Boardରେ ସାମ୍ପ୍ରତିକ ପ୍ରୋଗ୍ରାମ୍କୁ ଅପଲୋଡ୍ କରିବା ପାଇଁ Upload ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:09 | ଦେଖନ୍ତୁ, LEDର ବ୍ରାଇଟନେସ୍ ଧୀରେ ଧୀରେ ବୃଦ୍ଧି ପାଉଛି |
05:15 | ଏହାପରେ ଆମେ, ଗୋଟିଏ DC ମୋଟୋର୍ର ବେଗ ଓ ଦିଗ ନିୟନ୍ତ୍ରଣ କରିବା ପାଇଁ ପ୍ରୟୋଗ କରିବା |
05:22 | ଏହା ହେଉଛି L293D motor driver IC pinout ଡାଇଗ୍ରାମ୍ |
05:28 | ICର EN 1 ଓ EN 2 ଦ୍ୱାରା Motorର ବେଗ ନିୟନ୍ତ୍ରିତ ହୋଇଥାଏ |
05:36 | ICର IN1, IN2, IN3, IN4 ଦ୍ୱାରା Motorର ଦିଗ ନିୟନ୍ତ୍ରିତ ହୋଇଥାଏ |
05:45 | ଏହି IC ବ୍ୟବହାର କରି ଆମେ ଏକସଙ୍ଗରେ 2ଟି Motorକୁ ନିୟନ୍ତ୍ରଣ କରିପାରିବା |
05:50 | ଆମ ପ୍ରୟୋଗରେ ଆମେ କେବଳ ଗୋଟିଏ DC Motor କନେକ୍ଟ କରିବା |
05:55 | ଏବେ ଆସନ୍ତୁ ଆମେ ସର୍କିଟ୍ କନେକ୍ସନ୍ ଦେଖିବା |
05:58 | Driver ICର Pin 1, Pin 8 ଓ Pin 16, 5V ସହିତ କନେକ୍ଟ ହୋଇଛି |
06:05 | Driver ICର Pin 4 ଓ Pin 5, “ଗ୍ରାଉଣ୍ଡ” ସହିତ କନେକ୍ଟ ହୋଇଛି |
06:11 | Driver ICର Pin 2 ଓ Pin 7, Arduinoର Pin 11 ଓ Pin 10 ସହିତ କନେକ୍ଟ ହୋଇଛି |
06:20 | 2ଟି PushButton, Arduinoର Pin 12 ଓ Pin 13 ସହିତ କନେକ୍ଟ ହୋଇଛି |
06:27 | DC Motorର ଦିଗ ନିୟନ୍ତ୍ରଣ କରିବା ପାଇଁ ଏହି PushButtonଗୁଡ଼ିକ ବ୍ୟବହୃତ ହୋଇଥାଏ |
06:33 | DC Motorର ବେଗ ନିୟନ୍ତ୍ରଣ କରିବା ପାଇଁ 10 K ohm Potentiometer ଲଗାଯାଇଛି |
06:39 | Potentiometerର ମଝି ପିନ୍, Analog ପିନ୍ A0 ସହିତ ଲାଗିଛି |
06:45 | Driver ICର Pin 3 ଓ Pin 6, DC Motor ସହିତ କନେକ୍ଟ ହୋଇଛି |
06:51 | ଛବିରେ ଦେଖାଯାଇଥିବା ଅନୁସାରେ କନେକ୍ସନ୍ କରନ୍ତୁ |
06:55 | ଛବିରେ ଦେଖାଯାଇଥିବା ଭଳି କନେକ୍ସନର ଏହା ହେଉଛି ଲାଇଭ୍ ସେଟ୍ ଅପ୍ |
07:00 | Motorର ଶାଫ୍ଟରେ ମୁଁ ଗୋଟିଏ ଚକ ଫିକ୍ସ କରିଦେଇଛି |
07:04 | ଏହା ଦ୍ୱାରା ଆମେ Motorର ଘୂର୍ଣ୍ଣନ ଓ ପରିବର୍ତ୍ତିତ ବେଗକୁ ସ୍ପଷ୍ଟ ଭାବେ ଦେଖିପାରିବା |
07:10 | ଏବେ, ଏହି ସର୍କିଟ୍ କାମ କରିବା ପାଇଁ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା |
07:14 | Arduino IDEକୁ ଯାଆନ୍ତୁ |
07:18 | ଏଠାରେ ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ.
Arduino ଓ Driver IC ମଧ୍ୟରେ କନେକ୍ସନ୍କୁ ଆମେ ଇନିଶିଆଲାଇଜ୍ କରିଦେଇଛେ |
07:28 | Potentiometer ପିନ୍, Analog ପିନ୍ A0 ସହିତ ଲାଗିଛି |
07:33 | Arduinoର Pin 13 ସହ ଲାଗିଥିବା PushButton ପାଇଁ fwdbuttonPin ହେଉଛି Variable |
07:40 | Arduinoର Pin 12 ସହ ଲାଗିଥିବା PushButton ପାଇଁ bckbuttonPin ହେଉଛି Variable |
07:47 | ICpin2 ଓ ICpin7 ହେଉଛି Varibales, ଯାହା ICର Pin 2 ଓ Pin 7କୁ ଇଙ୍ଗିତ କରିଥାଏ |
07:57 | ସେଗୁଡ଼ିକ Arduinoର Pin 11 ଓ Pin 10 ସହିତ କ୍ରମାନ୍ୱୟରେ କନେକ୍ଟ ହୋଇଛି |
08:04 | ପ୍ରଥମେ ଆମେ ନିଶ୍ଚିତ କରିବା ଯେ, Potentiometer, Motor ଓ PushButton “ଲୋ” ସ୍ଥିତିରେ ଅଛି.
ସେଥିପାଇଁ, ଆମେ ଏହାକୁ 0କୁ ଇନିଶିଆଲାଇଜ୍ କରିଦେଇଛେ |
08:15 | Void Loop Functionରେ ଆମେ ଏହି କୋଡ୍ ଲେଖିବା. |
08:20 | pinMode Function “ପିନ୍”ଗୁଡ଼ିକୁ INPUT କିମ୍ୱା OUTPUT ଭାବରେ ପରିଭାଷିତ କରିଥାଏ |
08:25 | fwdbuttonPin ଓ bckbuttonPinକୁ INPUT_PULLUP ମୋଡ୍ରେ ସେଟ୍ କରାଯାଇଛି |
08:32 | ଏହି ମୋଡ୍ରେ ଆମେ Arduinoର ଇଣ୍ଟର୍ନଲ୍ Pull-Up Resistors ବ୍ୟବହାର କରୁଛେ |
08:38 | INPUT_PULLUP ମୋଡ୍ ବିଷୟରେ ଜାଣିବା ପାଇଁ, ମାନୁଆଲ୍ ଦେଖନ୍ତୁ |
08:44 | Arduino IDEରେ ଥିବା Help ମେନୁ ଉପରେ କ୍ଲିକ୍ କରନ୍ତୁ.
ତା’ପରେ, Reference ଉପରେ କ୍ଲିକ୍ କରନ୍ତୁ |
08:50 | ଏହା, ଆପଣଙ୍କ ବ୍ରାଉଜର୍ରେ ଗୋଟିଏ Offline Page ଖୋଲିବ.
ତଳକୁ ସ୍କ୍ରୋଲ୍ କରନ୍ତୁ |
08:55 | INPUT_PULLUP ଉପରେ କ୍ଲିକ୍ କରନ୍ତୁ |
09:00 | Arduino IDEକୁ ଯାଆନ୍ତୁ. |
09:03 | Motorକୁ ଚଲାଇବା ପାଇଁ Icpin2 ଓ Icpin7କୁ OUTPUT ମୋଡ୍ରେ ସେଟ୍ କରାଯାଇଛି |
09:10 | ଏହାପରେ ଆମେ, Void Loop Functionରେ “କୋଡ୍” ଲେଖିବା |
09:14 | analogRead Command, Potentiometerରୁ Analog ଭାଲ୍ୟୁ ପଢ଼ିବ |
09:20 | ଏହି ଭାଲ୍ୟୁ, Analog pin A0କୁ ଦିଆଯିବ |
09:24 | Potentiometerଭାଲ୍ୟୁ ଉପରେ ନିର୍ଭର କରି, Motorର ବେଗ ଭିନ୍ନ ହେବ |
09:30 | map Command, Analog ଭାଲ୍ୟୁକୁ Digitalରେ ବଦଳାଇବ |
09:35 | ଯଦି PushButton ଦବାଯାଇଥାଏ, ତେବେ fwdbuttonState ଓ bckbuttonState, Signalକୁ ଆଣିବ |
09:43 | Pin 12 ଓ Pin 13 ସହ ଲାଗିଥିବା PushButton ଦବାଯାଇଛି ନାହିଁ, ତାହା IF କମାଣ୍ଡ ଯାଞ୍ଚ କରିଥାଏ |
09:50 | ଏହା, Motorକୁ ଦକ୍ଷିଣାବର୍ତ୍ତ କିମ୍ୱା ବାମାବର୍ତ୍ତ ଘୂରିବାରେ ସମର୍ଥ କରିଥାଏ |
09:56 | ମନେକରନ୍ତୁ, ଦୁଇଟିଯାକ ବଟନ୍ ମଧ୍ୟରୁ ଆମେ କୌଣସିଟିକୁ ଦବାଇଲେ ନାହିଁ |
10:00 | ତେବେ, else କମାଣ୍ଡ ଏହା ସୁନିଶ୍ଚିତ କରିଥାଏ ଯେ, motorଟି “ଅଫ୍” ଅବସ୍ଥାରେ ଅଛି |
10:05 | ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ଏହି କୋଡ୍ ଉପଲବ୍ଧ ଅଛି.
ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ |
10:13 | ପ୍ରୋଗ୍ରାମ୍କୁ ଭେରିଫାଏ କରିବା ପାଇଁ Compile ଉପରେ କ୍ଲିକ୍ କରନ୍ତୁ |
10:17 | ପ୍ରୋଗ୍ରାମ୍କୁ PWM_Motor ଭାବରେ ସେଭ୍ କରନ୍ତୁ ଏବଂ Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:25 | ଏବେ, Arduinoରେ ସାମ୍ପ୍ରତିକ ପ୍ରୋଗ୍ରାମ୍କୁ ଅପଲୋଡ୍ କରିବା ପାଇଁ Upload ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:31 | ଏବେ ଆମେ, ଉପରୋକ୍ତ ପ୍ରୋଗ୍ରାମ୍ର ଆଉଟପୁଟ୍ ଦେଖିବା |
10:35 | Pin 13 ସହ ଲାଗିଥିବା PushButtonକୁ ମୁଁ ଦାବିବି |
10:39 | ଦେଖନ୍ତୁ, Motorଟି ଦକ୍ଷିଣାବର୍ତ୍ତ ଦିଗରେ ଘୂରୁଛି |
10:43 | ମୁଁ ଏବେ PushButtonକୁ ଛାଡ଼ିଦେବି |
10:47 | Motorଟି ଘୂରିବା ବନ୍ଦ ହୋଇଯିବ ଏବଂ “ଅଫ୍’ ସ୍ଥିତିକୁ ଚାଲିଆସିବ |
10:52 | ମୁଁ ପୁଣିଥରେ Pin 12 ସହ ଲାଗିଥିବା PushButtonକୁ ଦାବିବି |
10:57 | ଦେଖନ୍ତୁ, Motorଟି ବାମାବର୍ତ୍ତ ଦିଗରେ ଘୂରୁଛି |
11:02 | A0 ସହିତ ଲାଗିଥିବା Potentiometerକୁ ଆଡଜଷ୍ଟ କରି ଆମେ Motorର ବେଗକୁ ବଦଳାଇପାରିବା |
11:14 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
11:20 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ -
Pulse Width Modulation |
11:26 | PWM Duty Cycle |
11:29 | PWM Frequency ଓ DC Motorର ବେଗ ଓ ଦିଗକୁ କିପରି ନିୟନ୍ତ୍ରଣ କରାଯିବା ବିଷୟରେ |
11:38 | ଏକ ଆସାଇନମେଣ୍ଟ ଭାବେ:
ଉପରୋକ୍ତ ସର୍କିଟ୍ କନେକ୍ସନ୍ରେ LED ବଦଳରେ ଗୋଟିଏ Buzzer ଲଗାନ୍ତୁ |
11:45 | ସେହି ପ୍ରୋଗ୍ରାମ୍କୁ ଅପଲୋଡ୍ କରନ୍ତୁ ଏବଂ ଆଉଟପୁଟ୍ ଦେଖନ୍ତୁ |
11:49 | ବିଭିନ୍ନ ଫ୍ରିକ୍ୱେନ୍ସୀରେ ଆପଣ ଗୋଟିଏ ଶବ୍ଦ ଶୁଣିପାରିବେ |
11:53 | ଏହା ହେଉଛି ଆସାଇନମେଣ୍ଟର ଆଉଟପୁଟ୍ |
12:01 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
12:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
12:19 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
12:23 | ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
12:29 | IIT Bombay ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |