Arduino/C2/Arduino-with-Tricolor-LED-and-Push-button/Oriya
| Time | Narration |
| 00:01 | Interfacing Arduino with Tricolor LED and Pushbutton ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:09 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: Arduino Boardରେ ଏକ Tricolor LED ଲଗାଇବା, |
| 00:17 | Tricolor LEDକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖିବା ଏବଂ ତାହାକୁ ନିୟନ୍ତ୍ରଣ କରିବା ପାଇଁ PushButton ବ୍ୟବହାର କରିବା |
| 00:27 | ଏଠାରେ ମୁଁ ବ୍ୟବହାର କରୁଛି: Arduino UNO Board |
| 00:31 | Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍ ଓ Arduino IDE |
| 00:39 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ସ, C କିମ୍ୱା C++ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଉପରେ ମୌଳିକ ଜ୍ଞାନ ଥିବା ଦରକାର |
| 00:52 | ଆମକୁ କେତେକ ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି Tricolor LED, ରେଜିଷ୍ଟର୍, |
| 01:01 | Breadboard, Jumper Wires ଓ PushButton |
| 01:08 | ଏହି ପ୍ରୟୋଗ ପାଇଁ ଆବଶ୍ୟକ ଏକ୍ସଟର୍ନଲ୍ ଡିଭାଇସ୍ଗୁଡ଼ିକର ଛବି ଉପରେ ଆସନ୍ତୁ ନଜର ପକାଇବା |
| 01:16 | ଏହାକୁ Common Cathode Tricolor LED ମଧ୍ୟ କୁହାଯାଏ |
| 01:22 | ଏଥିରେ ଚାରୋଟି “ପିନ୍ସ” ଅଛି. Cathode ହେଉଛି ଦୀର୍ଘତମ “ପିନ୍” |
| 01:27 | ଅବଶିଷ୍ଟ ତିନୋଟି PIN ନାଲି, ସବୁଜ ଓ ନୀଳ ରଙ୍ଗ LED ପାଇଁ ଅଟେ |
| 01:34 | Cathode ହେଉଛି “ଗ୍ରାଉଣ୍ଡ ପିନ୍”. ନାଲି, ସବୁଜ ଓ ନୀଳ LED ପାଇଁ ସମାନ |
| 01:42 | “ରେଜିଷ୍ଟର୍” ହେଉଛି ଏକ ଇଲେକ୍ଟ୍ରିକଲ୍ ଉପକରଣ, ଯାହା ଏକ ଇଲେକ୍ଟ୍ରୋନିକ୍ ସର୍କିଟ୍ ରେ କରେଣ୍ଟର ପ୍ରବାହକୁ ସୀମିତ କରିଥାଏ |
| 01:50 | ଏକ ସକ୍ରିୟ ଡିଭାଇସ୍ ପାଇଁ ନିର୍ଦ୍ଦିଷ୍ଟ ଭୋଲ୍ଟେଜ୍ ପ୍ରଦାନ କରିବା ନିମନ୍ତେ ମଧ୍ୟ “ରେଜିଷ୍ଟର୍”କୁ ବ୍ୟବହାର କରିହେବ |
| 01:57 | ଏହା ହେଉଛି BreadBoard, ଯାହାକୁ ଇଲେକ୍ଟ୍ରୋନିକ୍ ସର୍କିଟ୍ ତିଆରି କରିବା ପାଇଁ ସାଧାରଣ ଭାବେ ବ୍ୟବହାର କରାଯାଏ |
| 02:03 | ଏଥିରେ ଅନେକ ଛିଦ୍ର ରହିଛି. ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଏହି ଛିଦ୍ରଗୁଡ଼ିକରେ ଭର୍ତ୍ତି କରି ତାର ବ୍ୟବହାର କରାଯାଇ କନେକ୍ଟ କରାଯାଏ |
| 02:12 | Jumper Wires ହେଉଛି ଛୋଟ ଇଲେକ୍ଟ୍ରିକଲ୍ ତାର, ଯାହାର ଉଭୟ ପାର୍ଶ୍ୱରେ କଠିନ ମୁଣ୍ଡ ଥାଏ |
| 02:19 | ଗୋଟିଏ BreadBoardରେ ଉପକରଣଗୁଡ଼ିକୁ ପରସ୍ପର ସହିତ କନେକ୍ଟ କରିବା ପାଇଁ Jumper Wires ବ୍ୟବହୃତ ହୋଇଥାଏ |
| 02:25 | ଏବେ ଆସନ୍ତୁ ଆମେ କନେକ୍ସନ୍ ସର୍କିଟ୍ ବିବରଣୀ ଦେଖିବା |
| 02:30 | ଏହି ସର୍କିଟ୍ ବହୁତ ସରଳ ଅଟେ. ଏହିପରି ଭାବେ କଳା ତାର ବ୍ୟବହାର କରି Arduino Boardରେ “ଗ୍ରାଉଣ୍ଡ ପିନ୍” ସହ Cathode Pinକୁ ଯୋଡ଼ନ୍ତୁ |
| 02:41 | ନାଲି, ସବୁଜ ଓ ନୀଳ “ପିନ୍”ଗୁଡ଼ିକୁ, “ରେଜିଷ୍ଟର୍ସ” ବ୍ୟବହାର କରି ପିନ୍ ନମ୍ୱର୍ 12, 11 ଓ 10 ସହ ଲଗାଯାଇଛି |
| 02:51 | ଏଠାରେ ଆମକୁ “ରେଜିଷ୍ଟର୍ସ” କାହିଁକି ଦରକାର? LEDଗୁଡ଼ିକର “ଭୋଲ୍ଟେଜ୍” ନିୟନ୍ତ୍ରଣ କରିବା ପାଇଁ |
| 02:58 | ପ୍ରତ୍ୟେକ ରଙ୍ଗ ପାଇଁ ଆମକୁ ତିନୋଟି କରେଣ୍ଟ ସୀମିତକାରୀ “ରେଜିଷ୍ଟର୍” ଦରକାର.
ଏଠାରେ ମୁଁ 100 ohm “ରେଜିଷ୍ଟର୍ସ” ବ୍ୟବହାର କରୁଛି |
| 03:08 | ଆସନ୍ତୁ, ଲାଇଭ୍ ଡେମୋ ଦେଖିବା |
| 03:11 | ଏହା ହେଉଛି ଛୋଟ BreadBoard, ଯେଉଁଠାରେ ମୁଁ Tricolor LED ଓ “ରେଜିଷ୍ଟର୍ସ” ଲଗାଇଛି |
| 03:18 | ଏହା, ଠିକ୍ “ସର୍କିଟ୍ ଡାଇଗ୍ରାମ୍”ରେ ଆମେ ଦେଖିଥିବା ଭଳି ଅଟେ |
| 03:23 | ଏବେ, ଏହି ସର୍କିଟ୍ କାମ କରିବା ପାଇଁ ଆମକୁ ଏକ ପ୍ରୋଗ୍ରାମ୍ ଲେଖିବାକୁ ହେବ |
| 03:28 | Arduino IDE ଖୋଲନ୍ତୁ |
| 03:32 | ଆମେ ଜାଣିଛେ ଯେ, ଯେକୌଣସି Arduino ପ୍ରୋଗ୍ରାମ୍ ନିମ୍ନ ଦୁଇଟି “ଫଙ୍କଶନ୍” ସହିତ ଆସିଥାଏ -
Void Setup ଓ Void Loop |
| 03:41 | Void Setup ହେଉଛି ଗୋଟିଏ Microcontroller ସେଟ୍ ଅପ୍ କରିବା ପାଇଁ |
| 03:46 | ଏଠାରେ ଆମକୁ, ଆମ ପ୍ରୟୋଗ ପାଇଁ ବ୍ୟବହାର କରାଯାଉଥିବା “ପିନ୍”ଗୁଡ଼ିକର ସେଟ୍ ଅପ୍ କରିବାକୁ ପଡ଼ିବ |
| 03:52 | ଏବେ ଆମେ, Void Setup Function ପାଇଁ “କୋଡ୍” ଲେଖିବା |
| 03:57 | ସର୍କିଟ୍ ଡାଇଗ୍ରାମ୍ରେ, ନୀଳ LED ସହିତ “ପିନ୍” ନମ୍ୱର୍ 10 ଲାଗିଥିବାର ଦେଖନ୍ତୁ |
| 04:05 | Arduino IDEରେ ଟାଇପ୍ କରନ୍ତୁ: pinMode ଖୋଲା ବ୍ରାକେଟ୍ 10 କମା OUTPUT ବନ୍ଦ ବ୍ରାକେଟ୍ ସେମିକୋଲନ୍ |
| 04:16 | ସେହିଭଳି, ଦର୍ଶାଯାଇଥିବା ଅନୁସାରେ ଅନ୍ୟ “ପିନ୍”ଗୁଡ଼ିକ ପାଇଁ “କୋଡ୍” ଟାଇପ୍ କରନ୍ତୁ: |
| 04:21 | ପିନ୍ ନମ୍ୱର୍ 11 ସବୁଜ LED ପାଇଁ ଓ 12 ନାଲି LED ପାଇଁ ଅଟେ.
ଏବେ ଆମେ, “ପିନ୍”ଗୁଡ଼ିକୁ କନଫିଗର୍ କରିଦେଲେ |
| 04:32 | ଏହାପରେ ଆମେ, Void Loop Function ପାଇଁ “କୋଡ୍” ଲେଖିବା.
Void Loop Function ହେଉଛି ଏକ ଅସୀମିତ While Loop |
| 04:42 | ଏହି କୋଡ୍, Blink LED ପ୍ରୋଗ୍ରାମ୍ ପାଇଁ ଆମେ ଲେଖିଥିବା “କୋଡ୍” ସହିତ ସମାନ.
କିନ୍ତୁ, ଆମକୁ ସମସ୍ତ ତିନୋଟି ଯାକ LED ପାଇଁ ସମାନ କୋଡ୍ ଲାଇନ୍ସ ଲେଖିବାକୁ ହେବ |
| 04:54 | କୋଡ୍ର ଏହି ଚାରୋଟି ଲାଇନ୍ 500 ମିଲିସେକେଣ୍ଡର Delay ସହିତ ନୀଳ LEDକୁ ଧପ୍ ଧପ୍ କରିବ |
| 05:02 | ଅନ୍ୟ “ପିନ୍”ଗୁଡ଼ିକ ପାଇଁ ସମାନ କୋଡ୍କୁ Copy ଓ Paste କରନ୍ତୁ |
| 05:07 | “ପିନ୍” ନମ୍ୱର୍କୁ ବଦଳାଇ, ସବୁଜ LED ପାଇଁ 11 ଓ ନାଲି LED ପାଇଁ 12 କରନ୍ତୁ |
| 05:16 | ଏହି ପ୍ରୋଗ୍ରାମ୍କୁ ସେଭ୍ କରନ୍ତୁ |
| 05:19 | File ଓ Save କ୍ଲିକ୍ କରନ୍ତୁ.
ଫାଇଲ୍ ନାମ ଲେଖନ୍ତୁ - tricolor ହାଇଫେନ୍ LED |
| 05:28 | ପିନ୍ ନମ୍ୱର୍ 10, 11 ଓ 12କୁ “ହାଇ” ଓ “ଲୋ” ବିକଳ୍ପ ସିଗ୍ନଲ୍ ପଠାଇବା ପାଇଁ Microcontrollerକୁ ଏବେ ପ୍ରୋଗ୍ରାମ୍ କରିଦିଆଗଲା |
| 05:40 | ପରବର୍ତ୍ତୀ ପଦାଙ୍କ ହେଉଛି ପ୍ରୋଗ୍ରାମ୍କୁ କମ୍ପାଇଲ୍ ଓ ଅପଲୋଡ୍ କରିବା |
| 05:44 | Sketch ମେନୁରୁ Compile ଉପରେ କ୍ଲିକ୍ କରନ୍ତୁ |
| 05:49 | IDE ତଳେ ଆପଣ କମ୍ପାଇଲେଶନ୍ ର ସ୍ଥିତି ଦେଖିପାରିବେ |
| 05:56 | Microcontrollerକୁ ପ୍ରୋଗ୍ରାମ୍ ଅପଲୋଡ୍ କରିବା ପାଇଁ, Sketch ମେନୁ ଉପରେ କ୍ଲିକ୍ କରି Upload ଉପରେ କ୍ଲିକ୍ କରନ୍ତୁ |
| 06:04 | ଦେଖନ୍ତୁ ନାଲି, ନୀଳ ଓ ସବୁଜ LEDଗୁଡ଼ିକ ଧପ୍ ଧପ୍ ହେଉଛି |
| 06:10 | ଧପ୍ ଧପ୍ ନିରନ୍ତର ହେବ.
ଏହାର କାରଣ ହେଉଛି, ଆମର ପ୍ରୋଗ୍ରାମ୍, ଅସୀମିତ ଲୂପ୍ରେ Void Loop Functionକୁ ନିଷ୍ପାଦିତ କରିଥାଏ |
| 06:20 | ଏହାପରେ ଆମେ ଦେଖିବା, ଧପ୍ ଧପ୍କୁ ନିୟନ୍ତ୍ରଣ କରିବା ପାଇଁ ସେହି ସର୍କିଟ୍ରେ ଗୋଟିଏ PushButton କିପରି ଲଗାଯାଏ |
| 06:28 | PushButton ଏପରି ଏକ ଉପକରଣ ଅଟେ, ଯାହାକୁ ଦବାଗଲେ ଗୋଟିଏ “ସର୍କିଟ୍”ରେ ଥିବା ଦୁଇଟି ପଏଣ୍ଟକୁ କନେକ୍ଟ କରିଥାଏ |
| 06:35 | ଆପଣ ଉପରେ ଗୋଟିଏ ବଟନ୍ ଦେଖିପାରୁଥିବେ, ଯାହାକୁ ଦବାଯିବ.
ଆମ ପ୍ରୟୋଗରେ, ଏହି ବଟନ୍କୁ ଦବାଗଲେ Tricolor LED ଜଳିଥାଏ |
| 06:48 | ଏହି ପ୍ରୟୋଗ ପାଇଁ ଆମେ, ଗୋଟିଏ PushButton ସହ ସେହି ସମାନ ସର୍କିଟ୍କୁ ବ୍ୟବହାର କରୁଛେ |
| 06:54 | PushButtonକୁ Momentary Switch ମଧ୍ୟ କୁହାଯାଏ. ଏହାକୁ ଦବାଯିବା କ୍ଷଣି Tricolor LED ଜଳିଥାଏ |
| 07:03 | ଯଦି ଆପଣ ସ୍ୱିଚ୍କୁ ଛାଡ଼ିଦିଅନ୍ତି, ତେବେ Tricolor LED ଆଉ ଜଳିବ ନାହିଁ.
ଆମେ, PushButtonକୁ “ବୋର୍ଡ” ସହିତ ଲଗାଇଦେଇଛେ |
| 07:11 | PushButtonର ଗୋଟିଏ ଲେଗ୍ 5 Volts ସହିତ ଲାଗିଛି.
ଏହା, ମାଟିଆ ରଙ୍ଗ ତାରରେ ଏଠାରେ ଦେଖାଯାଇଛି. |
| 07:20 | ଅନ୍ୟ ଲେଗ୍, ପିନ୍ ନମ୍ୱର୍ 4 ସହିତ ଲାଗିଛି, ଯାହାକୁ ଏଠାରେ ହଳଦିଆ ରଙ୍ଗ ତାରରେ ଦେଖାଯାଇଛି |
| 07:27 | ଏଠାରେ ଦେଖନ୍ତୁ, ଗୋଟିଏ “ରେଜିଷ୍ଟର୍” PushButton ସହ ଲାଗିଛି |
| 07:32 | ଏଠାରେ ଆମକୁ “ରେଜିଷ୍ଟର୍” କାହିଁକି ଦରକାର?
Pin 4କୁ “ଇନପୁଟ୍” ଭାବେ କନଫିଗର୍ କରାଯାଇଛି. ଏହାର ଅର୍ଥ, ଏହା କିଛି “ଇନପୁଟ୍ ଭୋଲ୍ଟେଜ୍” ଆଶା କରିଥାଏ |
| 07:42 | ଯେତେବେଳେ PushButtonକୁ ଦବାଯାଏ, ଏହା ପିନ୍ 4କୁ 5 Volts ସହିତ କନେକ୍ଟ କରିଥାଏ ଏବଂ ଆମକୁ “HIGH” ମିଳିଥାଏ |
| 07:50 | ଏହି ସ୍ଥାନରେ, “ରେଜିଷ୍ଟର୍” କରେଣ୍ଟକୁ “ଗ୍ରାଉଣ୍ଡ ପିନ୍"କୁ ଯିବାରୁ ରୋକିବାରେ ସାହାଯ୍ୟ କରିଥାଏ |
| 07:58 | ଯଦି PushButtonକୁ ଦବାନଯାଏ, ତେବେ ମଧ୍ୟ ଆମକୁ କିଛି “ଭୋଲ୍ଟେଜ୍” ପାସ୍ କରିବାକୁ ପଡ଼ିଥାଏ |
| 08:05 | “ଗ୍ରାଉଣ୍ଡ ପିନ୍” ମାଧ୍ୟମରେ କନେକ୍ଟ କରାଯାଇଥିବା “ରେଜିଷ୍ଟର୍”, “ଜିରୋ ଭୋଲ୍ଟ” ପ୍ରଦାନ କରିବ |
| 08:12 | ଏହା Microcontrollerକୁ ସକ୍ରିୟ କରିବ, ଯେହେତୁ ଏହା କିଛି ଇନପୁଟ୍ ଗ୍ରହଣ କରିବ |
| 08:18 | କନେକ୍ସନ୍ ପାଇଁ ଆସନ୍ତୁ ଆମର ଲାଇଭ୍ ଭିଡିଓ ଦେଖିବା |
| 08:22 | PushButtonଟି ଏହିଭଳି ଦେଖାଯାଏ |
| 08:25 | ସର୍କିଟ୍ ଡାଇଗ୍ରାମ୍ରେ ମୁଁ ବର୍ଣ୍ଣନା କରିଥିବା ଅନୁସାରେ ଆପଣ ଅନ୍ୟ କନେକ୍ସନ୍ଗୁଡ଼ିକୁ ଦେଖିପାରିବେ |
| 08:32 | ଏବେ, ଏହି ସର୍କିଟ୍ କାମ କରିବା ପାଇଁ ଆମେ ପ୍ରୋଗ୍ରାମ୍କୁ ବଦଳାଇବାକୁ ହେବ |
| 08:37 | Arduino IDEକୁ ଯାଆନ୍ତୁ. ଏହା ହେଉଛି ଆମର ପୂର୍ବବର୍ତ୍ତୀ ପ୍ରୋଗ୍ରାମ୍ |
| 08:44 | ପିନ୍ ନମ୍ୱର୍ 4 ପାଇଁ ମୁଁ ଗୋଟିଏ ନୂଆ ସେଟ୍ ଅପ୍ ଯୋଡ଼ିବି |
| 08:47 | ମୋଡ୍କୁ ଆମେ Input ଭାବେ କାହିଁକି ଦେବା?
ଏହାର କାରଣ ହେଉଛି - ଯେତେବେଳେ PushButtonକୁ ଦବାଯାଏ, ସର୍କିଟ୍ଟି ସମ୍ପୂର୍ଣ୍ଣ ହୋଇଥାଏ ଏବଂ ପିନ୍ ନମ୍ୱର୍ 4 “ଇନପୁଟ୍” ଗ୍ରହଣ କରିଥାଏ |
| 09:02 | “ସ୍ୱିଚ୍”ଟି ଦବାଯାଇଛି କି ନାହିଁ ଜାଣିବା ପାଇଁ ଆମକୁ ଗୋଟିଏ Conditional Statement ଲେଖିବାକୁ ହେବ |
| 09:09 | Void Loop Functionରେ ଆମେ if statement ଲେଖିବା |
| 09:15 | ଏଠାରେ ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ.
ଏହାର ଅର୍ଥ କ’ଣ, ମୁଁ ଆପଣଙ୍କୁ ବୁଝାଉଛି |
| 09:22 | ଯଦି ପିନ୍ ନମ୍ୱର୍ 4, “ଇନପୁଟ୍” ଗ୍ରହଣ କରେ, ତେବେ କର୍ଲୀ ବ୍ରାକେଟ୍ ମଧ୍ୟରେ ନିର୍ଦ୍ଦିଷ୍ଟ କରାଯାଇଥିବା କୋଡ୍କୁ ଏହା ନିଷ୍ପାଦନ କରିବ |
| 09:31 | Delayକୁ ହ୍ରାସ କରିଦେଇ 100 ମିଲିସେକେଣ୍ଡ କରିଦେବା, ଯେଉଁଥିରୁ ଆମେ ଆଉଅଟପୁଟ୍କୁ ଶୀଘ୍ର ଶୀଘ୍ର ଦେଖିପାରିବା |
| 09:39 | କୋଡିଙ୍ଗ୍ ଏବେ ସମ୍ପୂର୍ଣ୍ଣ ହେଲା |
| 09:42 | ଏବେ ଆସନ୍ତୁ, ଆମ ପ୍ରୋଗ୍ରାମ୍କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା |
| 09:47 | ଏହାପରେ ଆମେ, PushButtonକୁ ଦବାଇ ଏହା କିପରି କାମ କରୁଛି ଦେଖିବା |
| 09:53 | ଦେଖନ୍ତୁ, Tricolor LED “ଅନ୍” ହୋଇଯାଇଛି |
| 09:58 | ଆଉ ଥରେ ଦାବନ୍ତୁ. ଏହା କାମ କରୁଛି |
| 10:02 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
| 10:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :- Arduino Boardରେ LED କନେକ୍ଟ କରିବା, |
| 10:13 | Tricolor LEDକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖିବା
ଏବଂ ଧପ୍ ଧପ୍କୁ ନିୟନ୍ତ୍ରଣ କରିବା ପାଇଁ PushButton ବ୍ୟବହାର କରିବା ବିଷୟରେ |
| 10:22 | ନିମ୍ନ ଆସାଇନମେଣ୍ଟ କରନ୍ତୁ.
ଏହି ପ୍ରୋଗ୍ରାମ୍କୁ ବିପରୀତ ମାର୍ଗରେ ବଦଳା’ନ୍ତୁ |
| 10:28 | ଯଦି ବଟନ୍ଟି ଦବାଯାଇଥିବ, ତେବେ ଇନପୁଟ୍କୁ “ଲୋ”ରେ ରଖନ୍ତୁ. ପ୍ରୋଗ୍ରାମ୍କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ. |
| 10:35 | Tricolor LEDରେ ଧପ୍ ଧପ୍କୁ ଦେଖନ୍ତୁ |
| 10:39 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 10:46 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 10:55 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
| 10:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ. |
| 11:10 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |