Arduino/C2/Arduino-with-LCD/Oriya

From Script | Spoken-Tutorial
Jump to: navigation, search
Time Narration
00:01 Interfacing Arduino with LCD ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

Arduino Board ସହ ଗୋଟିଏ LCD କନେକ୍ଟ କରିବା, LCDରେ ଟେକ୍ସଟ୍ ମେସେଜ୍ ପ୍ରଦର୍ଶିତ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖିବା

00:18 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର

ଇଲେକ୍ଟ୍ରୋନିକ୍ସ ଉପରେ ଏବଂ C କିମ୍ୱା C++ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଉପରେ ମୌଳିକ ଜ୍ଞାନ ଥିବା ଉଚିତ

00:30 ଏଠାରେ ମୁଁ ବ୍ୟବହାର କରୁଛି:

Arduino UNO Board Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍ ଓ Arduino IDE

00:40 ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:

LCD 16 by 2, Potentiometer, BreadBoard Pin Header, Jumper Wires

00:55 Soldering Iron,

Soldering Stand, Soldering Lead ଓ Soldering Paste.

01:04 ଏବେ ଆସନ୍ତୁ , ସର୍କିଟ୍ କନେକ୍ସନ୍‌ର ବିବରଣୀ ଦେଖିବା
01:09 ଏଠାରେ ଦେଖନ୍ତୁ, LCDରେ 16ଟି ପିନ୍ ଅଛି
01:14 Pin 1 ହେଉଛି “ଗ୍ରାଉଣ୍ଡ” ପିନ୍, ଯାହା GND ଦ୍ୱାରା ଦର୍ଶାଯାଇଛି.

5 Voltsର “ପାୱର୍ ସପ୍ଲାଇ” ପିନ୍ ହେଉଛି Pin 2, ଯାହା VCC ଦ୍ୱାରା ଦର୍ଶାଯାଇଛି

01:29 VO ହେଉଛି LCD Contrast Pin. ଏଠାରେ ଆପଣଙ୍କୁ ଗୋଟିଏ Potentiometer ଲଗାଇବାକୁ ହେବ.

ଏହା, LCDର Contrast ନିୟନ୍ତ୍ରଣ କରିବା ପାଇଁ ଏକ ଭେରିବଲ୍ Voltageକୁ ଅନୁମତି ଦେବ

01:42 RSର ଅର୍ଥ ହେଉଛି Register Select.

ଏହାକୁ ଏକ Command Register କିମ୍ୱା ଏକ Data Register ଭାବେ ବ୍ୟବହାର କରିହେବ

01:52 Command Registerକୁ, ପ୍ରଦର୍ଶିତ ହେବାକୁ ଥିବା Command ରଖିବା ପାଇଁ

ଏବଂ Data Registerକୁ “ଡେଟା” ରଖିବା ପାଇଁ ବ୍ୟବହାର କରାଯାଇଥାଏ

02:02 RW ହେଉଛି ଏକ Read Write ପିନ୍.

ଆମେ LCDରୁ ଡେଟା ପଢ଼ିପାରିବା କିମ୍ୱା LCDରେ ଲେଖିପାରିବା

02:12 Eର ଅର୍ଥ ହେଉଛି Enable ପିନ୍. ଏହା, ସୂଚନା ଗ୍ରହଣ କରିବା ପାଇଁ LCDକୁ ସକ୍ଷମ କରିଥାଏ
02:20 ଏହିଗୁଡ଼ିକ ହେଉଛି “ଡେଟା” ପିନ୍ସ. ଏହି ପିନ୍‌ଗୁଡ଼ିକ ମାଧ୍ୟମରେ LCDକୁ “ଡେଟା” ଓ “କମାଣ୍ଡ” ପଠାଯାଏ
02:29 ଏଗୁଡ଼ିକ ହେଉଛି LCD Backlight ପିନ୍ସ. LCDକୁ ପାୱର୍ ଦେବା ପାଇଁ, Display Contrastକୁ ନିୟନ୍ତ୍ରଣ କରିବା ପାଇଁ, LCD Backlightକୁ “ଅନ୍” କିମ୍ୱା “ଅଫ୍” କରିବା ଆଦି ପାଇଁ ଏଗୁଡ଼ିକ ବ୍ୟବହୃତ ହୋଇଥାଏ
02:43 Backlight LCDର Anode ହେଉଛି Pin 15.

Pin 16 ହେଉଛି Backlight LCDର Cathode

02:53 ଏପର୍ଯ୍ୟନ୍ତ ଆମେ, LCDର “ପିନ୍” ବିବରଣୀ ଦେଖିଲେ
02:58 ଏବେ ଆସନ୍ତୁ, Soldering ଷ୍ଟେଶନ୍‌କୁ ଯିବା ଏବଂ Soldering କିପରି କରାଯାଏ, ଦେଖିବା
03:04 ଏଠାରେ, ଆମ ପାଖରେ 16 by 2 LCD ଅଛି.

ଏହାର ଅର୍ଥ ହେଉଛି, ଏହା ଲାଇନ୍ ପିଛା 16ଟି ଅକ୍ଷର ପ୍ରଦର୍ଶିତ କରିପାରିବ ଏବଂ ସେଥିରେ ଏହିଭଳି 2ଟି ଲାଇନ୍ ଅଛି

03:16 Extension Pinକୁ LCD ସହିତ ସୋଲ୍ଡର୍ କରିବାକୁ ପଡ଼ିବ, ଯେଉଁଥିରୁ ଆମେ ସହଜରେ BreadBoardକୁ କନେକ୍ଟ କରିପାରିବା.

Soldering Iron ଯାହାକୁ ପାୱର୍ ଦିଆଯାଇସାରିଛି, Solder Paste ଓ Solder Wire

03:33 ପ୍ରଥମେ, ଯେପରି ଦେଖାଯାଇଛି LCD ଉପରେ ଏକ୍ସଟର୍ନଲ୍ “ପିନ୍”କୁ ରଖନ୍ତୁ.
03:38 ତା’ପରେ, ଭିଡିଓରେ ଦେଖାଯାଇଥିବା ଅନୁସାରେ ଏକ୍ସଟର୍ନଲ୍ “ପିନ୍ସ”ର ମୁଣ୍ଡରେ Solder Paste ଲଗାନ୍ତୁ
03:46 ତା’ପରେ, ପୁଣିଥରେ କନେକ୍ଟ କରନ୍ତୁ
03:49 ଦେଖାଯାଇଥିବା ଅନୁଯାୟୀ, ଏକ୍ସଟର୍ନଲ୍ “ପିନ୍” ସହ LCDକୁ ଦୃଢ଼ ଭାବରେ ସମତଳ ସ୍ଥାନ ଉପରେ ରଖନ୍ତୁ,

ଯେଉଁଥିରୁ, ଆମେ Soldering କରିବା ସମୟରେ ଏହା ଥରିବ ନାହିଁ

04:02 ଅଳ୍ପ ପେଷ୍ଟ ସହିତ Solder Rodକୁ ଧରନ୍ତୁ ଏବଂ ତାରର ମୁଣ୍ଡରେ ଛୁଆଁନ୍ତୁ
04:09 କିଛି ସମୟ ପର୍ଯ୍ୟନ୍ତ ତାକୁ ଧରିରଖନ୍ତୁ, ଯେଉଁଥିରୁ ତାରଟି ତରଳିଯିବ ଏବଂ ଏକ୍ସଟର୍ନଲ୍ “ପିନ୍” ସହ ଲଗାଇଦିଅନ୍ତୁ
04:19 ମୁଁ ଦୁଇଟି ପିନ୍ ପାଇଁ Soldering କରିସାରିଛି. ଦୁଇଟି “ପିନ୍” ପାଇଁ କରାଯାଇଥିବା Solderingକୁ ନିକଟରୁ ଦେଖନ୍ତୁ
04:27 ସେହିଭଳି ଭାବେ, ଅବଶିଷ୍ଟ “ପିନ୍”ଗୁଡ଼ିକର Soldering କରନ୍ତୁ
04:32 ଏବେ ଆସନ୍ତୁ, ଏହି ପ୍ରୟୋଗ ପାଇଁ “ସର୍କିଟ୍ ଡାଇଗ୍ରାମ୍”କୁ ଯିବା
04:37 ଯେପରି ଦେଖାଯାଇଛି, LCDର Contrastକୁ ନିୟନ୍ତ୍ରଣ କରିବା ପାଇଁ Potentioeter ଲଗାଯାଇଛି
04:44 Potentiometer ହେଉଛି, ଭୋଲ୍ଟେଜ୍ ମାପିବା ପାଇଁ ଏକ ଛୋଟ ଆକାରର ଇଲେକ୍ଟ୍ରୋନିକ୍ ଉପରଣ
04:51 ପିନ୍ ନମ୍ୱର୍ 11, Enable ସହିତ ଲାଗିଛି ଏବଂ ପିନ୍ ନମ୍ୱର୍ 12, Register Select ସହ ଲାଗିଛି
05:00 Read Write Pin, “ଗ୍ରାଉଣ୍ଡ” ସହିତ ଲାଗିଛି, ଯାହାର ଅର୍ଥ ହେଉଛି ଆମେ LCDରେ ଲେଖୁଛେ
05:07 ଆମେ, ଆମର ପ୍ରୟୋଗ ପାଇଁ କେବଳ 4ଟି ଡେଟା ଲାଇନ୍ସ ବ୍ୟବହାର କରୁଛେ.

LCDର Backlight ପାଇଁ Pin 15 ଓ Pin 16 ଲାଗିଛି. ଏଠାରେ ଦେଖାଯାଇଥିବା ଅନୁସାରେ Pin 15କୁ VCCରେ ଓ Pin 16କୁ “ଗ୍ରାଉଣ୍ଡ”ରେ ଲଗାନ୍ତୁ

05:27 ସର୍କିଟ୍ ଡାଇଗ୍ରାମ୍ ଅନୁସାରେ ମୁଁ Arduino ଓ LCDର ସେଟ୍ ଅପ୍ କରିଛି.

ଲକ୍ଷ୍ୟ ହେଉଛି, LCD Displayରେ ଦୁଇଟି ଷ୍ଟ୍ରିଙ୍ଗ୍ ଲେଖିବା.

05:38 Arduino IDEରେ ଏବେ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା.

Arduino IDEକୁ ଯାଆନ୍ତୁ

05:46 ପ୍ରଥମେ, Liquid Crystal Library ପାଇଁ ଥିବା ରେଫରେନ୍ସ ମାନୁଆଲ୍ ଦେଖନ୍ତୁ.
05:52 Menu Barରେ, Help ଉପରେ ଓ ତା’ପରେ Reference ଉପରେ କ୍ଲିକ୍ କରନ୍ତୁ.

ଏହା Offline Page ଖୋଲିବ.

06:00 Reference ବିଭାଗରେ ଥିବା Libraries ଉପରେ କ୍ଲିକ୍ କରନ୍ତୁ
06:04 ତା’ପରେ, ଉପଲବ୍ଧ Standard Libraries ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ
06:10 LiquidCrystal କ୍ଲିକ୍ କରନ୍ତୁ. ଉପଲବ୍ଧ Functions ବିଷୟରେ ଅଧିକ ଜାଣିବା ପାଇଁ Descriptionକୁ ପଢ଼ନ୍ତୁ
06:18 ଏହା 4 bit କିମ୍ୱା 8 bit ଡେଟା ଲାଇନ୍ସ ସହ କାମ କରେ ବୋଲି ଏହା କୁହେ
06:24 ଏହାପରେ ଆସନ୍ତୁ, LiquidCrystal Function ଓ ତାହାର ପାରାମିଟର୍ସ ଦେଖିବା
06:30 ଏହାର Functions ପାଇଁ ମାନୁଆଲ୍‌କୁ ରେଫର୍ କରିବା ସର୍ବଦା ଏକ ଭଲ ଅଭ୍ୟାସ.

LiquidCrystal function ଉପରେ କ୍ଲିକ୍ କରନ୍ତୁ

06:39 8 bit କିମ୍ୱା 4 bit ପାଇଁ ଏହାକୁ କିପରି ବ୍ୟବହାର କରାଯାଏ, ତାହା ସିଣ୍ଟାକ୍ସ ଦେଖାଏ
06:46 ଆମ ପ୍ରୟୋଗ ପାଇଁ ଆମେ, ପ୍ରଥମ ଲାଇନ୍ ସିଣ୍ଟାକ୍ସ ବ୍ୟବହାର କରିବା
06:51 Arduino IDEକୁ ଯାଆନ୍ତୁ
06:54 ପ୍ରଥମେ, ଏଠାରେ Liquid Crystal Libraryକୁ ଅନ୍ତର୍ଭୁକ୍ତ କରନ୍ତୁ
06:59 Menu Barରେ, Sketch ଓ Include Library ଉପରେ କ୍ଲିକ୍ କରନ୍ତୁ.

ତା’ପରେ LiquidCrystal ଚୟନ କରନ୍ତୁ. ଏହା, LiquidCrystal.h ଫାଇଲ୍‌କୁ ଭର୍ତ୍ତି କରିବ

07:14 ଏବେ, ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ. ଏହାର ମାନଦଣ୍ଡକୁ ମୁଁ ବର୍ଣ୍ଣନା କରୁଛି
07:21 lcd ହେଉଛି type Liquid crystalର ଏକ ଭେରିଏବଲ୍
07:26 ପ୍ରଥମ ପାରାମିଟର୍ Register Select ଅଟେ.

Register Select, Arduino Boardର Pin 12 ସହ କନେକ୍ଟ ହୋଇଛି

07:35 ଦ୍ୱିତୀୟ ପାରାମିଟର୍ ହେଉଛି Enable. ଏହା Pin 11 ସହ କନେକ୍ଟ ହୋଇଛି
07:41 ପରବର୍ତ୍ତୀ 4ଟି ପାରାମିଟର୍ ହେଉଛି LCDର “ଡେଟା ଲାଇନ୍ସ”
07:46 LCDର d4, d5, d6 ଓ d7, Arduino Boardର “ପିନ୍ସ” 5, 4, 3 ଓ 2 ସହିତ ଲାଗିଛି
07:58 ଆମେ, “ପିନ୍ସ” ସହିତ ଲାଇବ୍ରେରୀକୁ ଇନିଶିଆଲାଇଜ୍ କରୁଛେ. କୋଡ୍‌ର ଏହି ଲାଇନ୍, Void Setup Function ବାହାରେ ହୋଇପାରିବ
08:07 ଆମେ Void Setup Functionରେ, ପ୍ରୟୋଗ ପାଇଁ ଆବଶ୍ୟକ ପ୍ରାରମ୍ଭିକ ଷ୍ଟାର୍ଟଅପ୍ସ ଲେଖିବା.

ସେଥିରେ, Begin ନାମକ ଗୋଟିଏ Function ଅଛି

08:18 ଏହି Functionର Description ଓ ପାରାମିଟର୍ ପାଇଁ ଆସନ୍ତୁ ମାନୁଆଲ୍ ଦେଖିବା.

Reference Manualକୁ ଯାଆନ୍ତୁ

08:27 ମାନୁଆଲ୍ କୁହେ -

1. LCD ସ୍କ୍ରୀନ୍ ପାଇଁ ଇଣ୍ଟର୍ଫେସ୍‌କୁ ଇନିଶିଆଲାଇଜ୍ କରେ. 2. Displayର ଡାଇମେନସନ୍ସ (ଓସାର ଓ ଉଚ୍ଚତା)କୁ ନିର୍ଦ୍ଦିଷ୍ଟ କରେ ଏବଂ 3. ଅନ୍ୟ କୌଣସି LCD Library Commands ପୂର୍ବରୁ କଲ୍ କରିବାକୁ ପଡ଼ିଥାଏ

08:45 ଏବେ ଆସନ୍ତୁ, ପାରାମିଟର୍ସ ଦେଖିବା.

lcd: Type Liquid Crystalର ଏକ ଭେରିଏବଲ୍, Cols: Displayରେ ଥିବା “ସ୍ତମ୍ଭ”ଗୁଡ଼ିକର ସଂଖ୍ୟା

08:58 ଆମ LCDରେ 16ଟି ସ୍ତମ୍ଭ ଅଛି.

Rows: Displayରେ ଥିବା “ଧାଡ଼ି”ଗୁଡ଼ିକର ସଂଖ୍ୟା. ଆମ ପାଖରେ 2ଟି ଧାଡ଼ି ଅଛି

09:09 Arduino IDEକୁ ଫେରିଯାଆନ୍ତୁ
09:13 ଏବେ ଟାଇପ୍ କରନ୍ତୁ: lcd.begin ଖୋଲା ବ୍ରାକେଟ୍ 16 କମା 2 ବନ୍ଦ ବ୍ରାକେଟ୍ ସେମିକୋଲନ୍
09:23 Set Cursor କମାଣ୍ଡ, LCDରେ ନିର୍ଦ୍ଦିଷ୍ଟ କରାଯାଇଥିବା ଧାଡ଼ି ଓ ସ୍ତମ୍ଭରେ କର୍ସର୍‌କୁ ପୋଜିଶନ୍ କରିବ
09:30 Zero Comma Zeroର ଅର୍ଥ ହେଉଛି ଶୂନ୍‌ତମ ଧାଡ଼ି ଓ ଶୂନ୍‌ତମ ସ୍ତମ୍ଭ
09:36 ସେଥିରେ Print ନାମକ ଆଉ ଗୋଟିଏ କମାଣ୍ଡ ଅଛି, ଯାହା LCDରେ ଟେକ୍ସଟ୍ ପ୍ରିଣ୍ଟ କରିବ
09:44 ଟାଇପ୍ କରନ୍ତୁ: Lcd.print ଓ କିଛି ଟେକ୍ସଟ୍ ଲେଖନ୍ତୁ, ମନେକରନ୍ତୁ First Row
09:52 ଏହି ପ୍ରୋଗ୍ରାମ୍‌କୁ ମୁଁ ବୁଝାଉଛି
09:55 ଏହି ପ୍ରୋଗ୍ରାମ୍, ଏକ 16 by 2 କନଫିଗରେଶନ୍ LCDରେ ପ୍ରିଣ୍ଟ କରିବ.

କର୍ସର୍‌କୁ ପ୍ରଥମ ପୋଜିଶନ୍‌ରେ ସେଟ୍ କରନ୍ତୁ. Lcd.print, LCDରେ First Row ଟେକ୍ସଟ୍ ପ୍ରିଣ୍ଟ କରିବ

10:12 ଆସନ୍ତୁ ଏହି ପ୍ରୋଗ୍ରାମ୍‌କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା
10:19 ଦେଖନ୍ତୁ, ପ୍ରଥମ ଲାଇନ୍‌ରେ ଆଉଟପୁଟ୍ First Row ପ୍ରଦର୍ଶିତ ହେଲା
10:25 ଦ୍ୱିତୀୟ ଧାଡ଼ିରେ କିଛି ପ୍ରଦର୍ଶିତ ହୋଇନାହିଁ
10:29 ଦ୍ୱିତୀୟ ଲାଇନ୍‌ରେ ମଧ୍ୟ ପ୍ରିଣ୍ଟ କରିବା ପାଇଁ ଆସନ୍ତୁ ପ୍ରୋଗ୍ରାମ୍ କୁ ବଦଳାଇବା
10:34 କୋଡ୍‌କୁ କପୀ ଓ ପେଷ୍ଟ କରନ୍ତୁ. Lcd.begin ଲାଇନ୍‌କୁ କାଢ଼ିଦିଅନ୍ତୁ, ଯେହେତୁ ଏହା ପ୍ରୋଗ୍ରାମ୍‌ର ଆରମ୍ଭରେ ଇନିଶିଆଲାଇଜ୍ ହୋଇସାରିଛି
10:46 Set Cursor କମାଣ୍ଡକୁ ବଦଳାଇ 0th Column ଓ 1 Row କରନ୍ତୁ
10:54 Print Command ଟେକ୍ସଟ୍‌କୁ ବଦଳାଇ Second Row କରନ୍ତୁ
10:59 ଆସନ୍ତୁ ଏହି ପ୍ରୋଗ୍ରାମ୍‌କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା
11:06 ଟେକ୍ସଟ୍‌ଟି ଦ୍ୱିତୀୟ ଧାଡ଼ିରେ ମଧ୍ୟ ପ୍ରଦର୍ଶିତ ହେଲା
11:10 ଆମେ, Void Loopରେ କୌଣସି କୋଡ୍ ବ୍ୟବହାର କରିନାହେଁ.

କିନ୍ତୁ, ତଥାପି ଆମକୁ Loop Templet ରଖିବାକୁ ହେବ. ଏହାର କାରଣ ହେଉଛି, Arduino Syntax ଦ୍ୱାରା Loop Function ଦରକାର ହୋଇଥାଏ

11:24 ଥରେ ଟେକ୍ସଟ୍‌କୁ ପଠାଇଦିଆଗଲେ, ତାହା ସେଠାରେ ସବୁଦିନ ପାଇଁ ରହିଯିବ
11:29 ଆସନ୍ତୁ, କର୍ସର୍‌ର ପୋଜିଶନ୍‌କୁ ଦ୍ୱିତୀୟ ଲାଇନ୍ ର 3ୟ ସ୍ତମ୍ଭକୁ ବଦଳାଇବା
11:34 ପୁଣିଥରେ ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ.
11:38 ଦ୍ୱିତୀୟ ଧାଡ଼ିରେ ସ୍ତମ୍ଭ ପୋଜିଶନ୍‌ରେ ପରିବର୍ତ୍ତନକୁ ଦେଖନ୍ତୁ
11:43 ମାନୁଆଲ୍‌ରେ ଆମର Function ତାଲିକାକୁ ଫେରିଯାଆନ୍ତୁ
11:47 ସେଥିରେ ଆହୁରି ଅନେକ Functions ରହିଛି, ଯେପରି scrollDisplayLeft, scrollDisplayRight ଆଦି.

ଆପଣ ନିଜେ ସେହି Functions ଏକ୍ସପ୍ଲୋର୍ କରନ୍ତୁ

12:01 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
12:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-

Arduino Board ସହ ଗୋଟିଏ LCD କନେକ୍ଟ କରିବା ଏବଂ LCDରେ ଟେକ୍ସଟ୍ ମେସେଜ୍ ପ୍ରଦର୍ଶିତ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖିବା ବିଷୟରେ

12:18 ନିମ୍ନ ଆସାଇନମେଣ୍ଟ କରନ୍ତୁ.

ଦ୍ୱିତୀୟ ଧାଡ଼ିରେ Hello World ଟେକ୍ସଟ୍ ପ୍ରଦର୍ଶିତ କରିବା ପାଇଁ ସେହି ପ୍ରୋଗ୍ରାମ୍ କୁ ବଦଳାନ୍ତୁ. କର୍ସର୍‌କୁ 4ର୍ଥ ସ୍ତମ୍ଭରେ ରଖନ୍ତୁ. ପ୍ରୋଗ୍ରାମ୍‌କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ. LCDରେ ଟେକ୍ସଟ୍ ପ୍ରଦର୍ଶିତ ହେବାର ଦେଖନ୍ତୁ

12:40 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

12:48 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

12:58 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
13:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ.

13:13 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep