Advanced-Cpp/C2/Inheritance/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Inheritance in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ:
00:09 Inheritance, inheritanceର ପ୍ରକାର ବିଷୟରେ ଶିଖିବା
00:12 ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ
00:16 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:19 Ubuntu OS ଭର୍ସନ୍ 11.10
00:24 g++ କମ୍ପାଇଲର୍ ଭର୍ସନ୍ 4.6.1
00:28 ଚାଲନ୍ତୁ Inheritanceର ଗୋଟିଏ ପରିଚୟରୁ ଆରମ୍ଭ କରିବା
00:32 ଯେତେବେଳେ ଗୋଟିଏ object ଅନ୍ୟର ପ୍ରପର୍ଟୀକୁ ପ୍ରାପ୍ତ କରିଥାଏ, ଏହାକୁ inheritance କୁହାଯାଏ
00:38 ଏହା ବିଦ୍ୟମାନ classକୁ ରୂପାନ୍ତର ନ’କରି ପୁନଃ ବ୍ୟବହାର କରିବା ପ୍ରକ୍ରିୟା ଅଟେ
00:44 Inheritanceର ପ୍ରକାର- ସିଙ୍ଗଲ୍ ଲେବଲ୍ inheritance
00:48 ମଲ୍ଟିପଲ୍ ଲେବଲ୍ inheritance,
00:50 Hierarchical Inheritance
00:52 ମଲ୍ଟିଲେବଲ୍ inheritance ଓ
00:55 Hybrid Inheritance
00:57 ପ୍ରଥମେ, ଚାଲନ୍ତୁ base class ଓ derived class ବିଷୟରେ ଜାଣିବା
01:02 base classର ନିଜର ପ୍ରପର୍ଟୀ ଓ ଫଙ୍କଶନାଲିଟୀଗୁଡିକ ଅଛି
01:06 ଏହାକୁ parent class ମଧ୍ୟ କୁହାଯାଏ
01:09 ଏହାର ସାଧାରଣ ଗୁଣାବଳୀଗୁଡିକ ଥାଏ ଯାହାକୁ ସମଗ୍ର ଅବଜେକ୍ଟଗୁଡିକ ଇନହେରିଟ୍ କରିପାରିବେ
01:14 derived କ୍ଲାସ୍ child କ୍ଲାସ୍ ଅଟେ
01:18 Derived class, base classର ପ୍ରପର୍ଟୀଗୁଡିକୁ ଓ ଫଙ୍କଶନାଲିଟୀକୁ ଇନହେରିଟ୍ କରିଥାଏ
01:23 ଚାଲନ୍ତୁ ସିଙ୍ଗଲ୍ ଲେବଲ୍ inheritance କ’ଣ ଦେଖିବା
01:27 ସିଙ୍ଗଲ୍ ଲେବଲ୍ inheritanceରେ କେବଳ ଗୋଟିଏ base କ୍ଲାସ୍ ଓ ଏକ derived କ୍ଲାସ୍ ଆବଶ୍ୟକ ହୋଇଥାଏ
01:34 ମଲ୍ଟିପଲ୍ inheritance-
01:37 ମଲ୍ଟିପଲ୍ inheritanceରେ, derived କ୍ଲାସ୍, ଏକରୁ ଅନେକ base କ୍ଲାସରୁ ଇନହେରିଟ୍ କରିଥାଏ
01:44 Hierarchical Inheritance-
01:47 Hierarchical Inheritanceରେ, ଗୋଟିଏ base classରୁ ମଲ୍ଟିପଲ୍ derived କ୍ଲାସଗୁଡିକ ଇନହେରିଟ୍ ହୋଇଥାଏ
01:55 ମଲ୍ଟିଲେବଲ୍ inheritance-
01:57 ମଲ୍ଟିଲେବଲ୍ inheritanceରେ, subclass, ଅନ୍ୟ କ୍ଲାସଗୁଡିକ ପାଇଁ base କ୍ଲାସ୍ ଭଳି କାର୍ଯ୍ୟ କରେ
02:05 ଏବଂ Hybrid inheritance-
02:08 hybrid inheritanceରେ, ଏକରୁ ଅଧିକ inheritanceର ଆକାରଗୁଡିକ ଏକତ୍ର ହୁଅନ୍ତି
02:14 ବର୍ତ୍ତମାନ ଚାଲନ୍ତୁ ସିଙ୍ଗଲ୍ ଲେବଲ୍ inheritance ଉପରେ ଥିବା ଗୋଟିଏ ଉଦାହରଣକୁ ଦେଖିବା
02:18 editor ଉପରେ କୋଡ୍ ଟାଇପ୍ କରାଯାଇ ସରିଛି
02:21 ଏହାକୁ ବର୍ଣ୍ଣନା କରନ୍ତୁ
02:23 ଫାଇଲ୍ ନାମ exam_inherit.cpp ବୋଲି ଲକ୍ଷ୍ୟ କରନ୍ତୁ
02:28 ଉଦାହରଣ name, roll no ଓ marks of the studentକୁ ପ୍ରଦର୍ଶନ କରିବା ପାଇଁ ସମ୍ପୃକ୍ତ ହୁଏ
02:35 iostream, ଏହା ହେଡର୍ ଫାଇଲ୍ ଅଟେ
02:38 ଏଠାରେ std namespaceକୁ ବ୍ୟବହାର କରନ୍ତୁ
02:42 ଏଠାରେ student ନାମକ କ୍ଲାସ୍ ଅଛି
02:44 ତା’ପରେ class studentର private ମେମ୍ବର୍ ଭାବେ ଗୋଟିଏ integer ଭେଇରେବଲ୍, roll_no ଓ character array name ଅଛି
02:53 ଫଙ୍କଶନ୍ input() ଓ ଫଙ୍କଶନ୍ display(), class studentର public ଫଙ୍କଶନଗୁଡିକ ଅଟନ୍ତି
02:59 ଏଠାରେ, ଛାତ୍ରର roll no. ଓ nameକୁ ଗ୍ରହଣ କରିବା ପାଇଁ input() ଫଙ୍କଶନ୍ ବ୍ୟବହାର କରାଯାଏ
03:06 ତା’ପରେ roll no. ଓ nameକୁ ପ୍ରଦର୍ଶନ କରିବା ପାଇଁ display() ଫଙ୍କଶନ୍ ଉପଲବ୍ଧ ଅଛି
03:11 ତା’ପରେ exam_inherit ଭାବେ ଅନ୍ୟ ଗୋଟିଏ କ୍ଲାସ୍ ଅଛି
03:16 ଏହା derived କ୍ଲାସ୍ ଅଟେ
03:18 ଏହା, student କ୍ଲାସର ଫଙ୍କଶନ୍ ଓ ଡେଟାକୁ ଇନହେରିଟ୍ କରିଥାଏ
03:23 ତା’ପରେ କ୍ଲାସ୍ exam_inheritର private variables ଭାବେ
03:28 sub1, sub2, sub3 ଓ totalକୁ ଘୋଷଣା କରନ୍ତୁ
03:33 ଏଠାରେ public functions ଭାବେ input_exam() ଓ display_exam() ଅଛି
03:41 ଏଠାରେ exam_inherit କ୍ଲାସକୁ ବନ୍ଦ କରନ୍ତୁ
03:44 ବର୍ତ୍ତମାନ, ତିନୋଟି ବିଷୟର ମାର୍କକୁ ଗ୍ରହଣ କରିବା ପାଇଁ input_exam() ଫଙ୍କଶନକୁ ବ୍ୟବହାର କରନ୍ତୁ
03:52 ଏଠାରେ, ତିନୋଟି ବିଷୟର ସର୍ବମୋଟ୍ ମାର୍କକୁ ଗଣନା କରିବା ପାଇଁ display_exam() ଫଙ୍କଶନକୁ ବ୍ୟବହାର କରନ୍ତୁ
03:59 ତା’ପରେ ସର୍ବମୋଟ ମାର୍କକୁ print କରନ୍ତୁ
04:01 ଏହା main() ଫଙ୍କଶନ୍ ଅଟେ
04:03 ଏଠାରେ exam_inherit କ୍ଲାସରେ, ex ଭାବେ ଗୋଟିଏ object ସୃଷ୍ଟି କରନ୍ତୁ
04:10 ତା’ପରେ ଅବଜେକ୍ଟ exକୁ ବ୍ୟବହାର କରି ସମଗ୍ର ଫଙ୍କଶନଗୁଡିକୁ କଲ୍ କରନ୍ତୁ
04:15 ଏବଂ ଏହା return ଷ୍ଟେଟମେଣ୍ଟ ଅଟେ
04:18 ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
04:20 କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ
04:30 କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ:
04:31 g++ (ସ୍ପେସ୍) exam_inherit.cpp (ସ୍ପେସ୍)-o (ସ୍ପେସ୍) exam
04:41 Enter ଦାବନ୍ତୁ. ଟାଇପ୍ କରନ୍ତୁ: ./ (ଡଟ୍ ସ୍ଲାଶ୍) exam. Enter ଦାବନ୍ତୁ
04:46 ଏଠାରେ ଏହା ପ୍ରଦର୍ଶିତ ହେବ: Enter Roll no.:
04:49 1 ପ୍ରଦାନ କରନ୍ତୁ
04:51 Enter Name: Arya ପ୍ରବେଶ କରନ୍ତୁ
04:55 Enter marks of subject1
04:57 60 ପ୍ରବେଶ କରନ୍ତୁ,
05:00 subject 2ରେ 70 ଭାବେ
05:02 ଏବଂ subjec 3ରେ 80 ଭାବେ ପ୍ରବେଶ କରନ୍ତୁ
05:06 ନିମ୍ନଭାବେ ଆଉଟପୁଟ୍ ପ୍ରଦର୍ଶିତ ହେବ:
05:08 Roll no is: 1, Name is: Arya ଏବଂ
05:11 Total is: 210
05:13 ବର୍ତ୍ତମାନ, ସମାନ ଉଦାହରଣରେ ମଲ୍ଟିଲେବଲ୍ inheritanceକୁ ଦେଖିବା
05:18 କୋଡ୍ ଟାଇପ୍ ହୋଇସାରିଛି
05:20 editorକୁ ଫେରିଆସନ୍ତୁ
05:22 ଫାଇଲ୍ ନାମ multilevel.cpp ବୋଲି ଲକ୍ଷ୍ୟ କରନ୍ତୁ
05:28 ଏଠାରେ, exam_inherit କ୍ଲାସର public variable ଭାବେ
05:32 ଭେରିଏବଲ୍ totalର ଘୋଷଣା କରାଯାଇଛି
05:38 ଏହାର କାରଣ derived କ୍ଲାସ୍ ଦ୍ଵାରା private ମେମ୍ବରମାନଙ୍କୁ ଆକ୍ସେସ୍ କରିପାରିବେ ନାହିଁ
05:44 ଏଠାରେ grade ନାମକ ଅନ୍ୟ ଏକ କ୍ଲାସ୍ ଅଛି
05:49 ଏହା exam_inherit କ୍ଲାସକୁ ଇନହେରିଟ୍ କରିବ
05:53 କ୍ଲାସ୍ grade, derived କ୍ଲାସ୍ ଅଟେ
05:56 ଏବଂ exam_inherit କ୍ଲାସ୍, କ୍ଲାସ୍ grade ପାଇଁ base class ଅଟେ
06:02 କ୍ଲାସ୍ exam_inheritର ସମଗ୍ର ଫଙ୍କଶନ୍ ଓ ଡେଟା grade କ୍ଲାସକୁ ଇନହେରିଟ୍ ହୋଇଯିବ
06:11 ଏଠାରେ, କ୍ଲାସ୍ gradeର private ମେମ୍ବର୍ ଭାବେ avgକୁ
06:17 ଏବଂ average() ଫଙ୍କଶନକୁ public ଫଙ୍କଶନ୍ ଭାବେ ଘୋଷଣା କରାଯାଇଛି
06:21 ତା’ପରେ classକୁ ବନ୍ଦ କରନ୍ତୁ
06:23 ଏଠାରେ ଆଭେରେଜକୁ ଗଣନା କରିବା ପାଇଁ average() ଫଙ୍କଶନର ବ୍ୟବହାର କରାଯାଇଛି
06:27 ତା’ପରେ averageକୁ ପ୍ରିଣ୍ଟ କରନ୍ତୁ
06:30 main ଫଙ୍କଶନ୍ ମଧ୍ୟରେ, gdକୁ class gradeର ଗୋଟିଏ object ଭାବେ ସୃଷ୍ଟି କରନ୍ତୁ
06:36 ତା’ପରେ ଅବଜେକ୍ଟ gdକୁ ବ୍ୟବହାର କରି ସମଗ୍ର ଫଙ୍କଶନଗୁଡିକୁ କଲ୍ କରନ୍ତୁ
06:40 gd.input()
06:42 input_exam()
06:44 display(), display_exam()
06:46 ଏବଂ average() ଫଙ୍କଶନ୍
06:49 ଏବଂ ଏହା return ଷ୍ଟେଟମେଣ୍ଟ ଅଟେ
06:52 ବର୍ତ୍ତମାନ କ୍ଲାସ୍ grade, ଗୋଟିଏ derived କ୍ଲାସ୍ ହେବାର ଲକ୍ଷ୍ୟ କରନ୍ତୁ
06:56 ଏବଂ exam_inherit, କ୍ଲାସ୍ grade ପାଇଁ base କ୍ଲାସ୍ ଅଟେ
07:01 ଏବଂ ଏଠାରେ exam_inherit, derived କ୍ଲାସ୍ ଅଟେ
07:06 ଏବଂ exam_inherit ପାଇଁ, କ୍ଲାସ୍ student, base କ୍ଲାସ୍ ଅଟେ
07:12 ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
07:14 ଟର୍ମିନଲକୁ ଫେରିଆସନ୍ତୁ
07:17 କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ: g++ (ସ୍ପେସ୍) multilevel.cpp (ସ୍ପେସ୍) -o (ସ୍ପେସ୍) mul
07:26 Enter ଦାବନ୍ତୁ. ./mul ଟାଇପ୍ କରନ୍ତୁ
07:30 Enter ଦାବନ୍ତୁ
07:32 ଏଠାରେ ଦେଖନ୍ତୁ, Enter Roll no.:
07:34 2 ଭାବେ ପ୍ରବେଶ କରନ୍ତୁ
07:36 Enter Name:
07:38 Pratham ଭାବେ ପ୍ରବେଶ କରନ୍ତୁ
07:41 Enter marks of subject1
07:43 65 ଭାବେ ପ୍ରଦାନ କରନ୍ତୁ,
07:46 subject2ରେ 67 ଭାବେ ଏବଂ
07:48 subject3ରେ 82 ଭାବେ ପ୍ରବେଶ କରନ୍ତୁ
07:52 ନିମ୍ନ ଭାବେ output ପ୍ରଦର୍ଶିତ ହେବ:
07:54 Roll no is: 2
07:56 Name is: Pratham, Total is: 214 and
07:59 Average is: 71
08:01 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:05 ସ୍ଲାଇଡକୁ ଫେରିଆସନ୍ତୁ. ସଂକ୍ଷିପ୍ତରେ
08:08 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ:
08:10 Inheritance ଏବଂ inheritanceର ପ୍ରକାର
08:14 ଗୋଟିଏ ଆସାଇନମେଣ୍ଟ ଭାବେ – ଗୋଟିଏ କ୍ଲାସ୍ Shape ସୃଷ୍ଟି କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
08:18 ତା’ପରେ ଉପରୋକ୍ତ କ୍ଲାସର Area ଓ Perimeter ଭାବେ ଦୁଇଟି ଫଙ୍କଶନ୍ ସୃଷ୍ଟି କରନ୍ତୁ
08:23 ତା’ପରେ square, rectangle ଓ circle ଭଳି ବିଭିନ୍ନ ଆକାରର, area ଓ perimeter ପ୍ରାପ୍ତ କରନ୍ତୁ
08:31 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
08:34 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:37 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:42 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:44 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:47 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:51 ଅଧିକ ବିବରଣୀ ପାଇଁ ଦୟାକରି
08:53 contact@spoken-tutorial.orgକୁ ଲେଖନ୍ତୁ
08:58 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:02 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:09 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
09:13 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep