Advanced-Cpp/C2/Friend-Function/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Friend Function in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ:
00:08 Friend ଫଙ୍କଶନ୍ ଶିଖିବା
00:10 ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ
00:13 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:15 Ubuntu OS ଭର୍ସନ୍ 11.10
00:19 g++ କମ୍ପାଇଲର୍ ଭର୍ସନ୍ 4.6.1
00:24 ଚାଲନ୍ତୁ friend ଫଙ୍କଶନର ଗୋଟିଏ ପରିଚୟରୁ ଆରମ୍ଭ କରିବା
00:27 classର ବାହାରେ private ଡେଟାକୁ ଆକ୍ସେସ୍ କରିହେବ ନାହିଁ ବୋଲି ଆମକୁ ଜଣାଅଛି
00:33 private ଡେଟାକୁ ଆକ୍ସେସ୍ କରିବା ପାଇଁ friend ଫଙ୍କସନକୁ ବ୍ୟବହାର କରାଯାଏ
00:37 ଗୋଟିଏ friend ଫଙ୍କଶନ୍, କ୍ଲାସର ଏକ ମେମ୍ବର୍ ଫଙ୍କଶନ୍ ନୁହେଁ
00:42 ଗୋଟିଏ ଅବଜେକ୍ଟକୁ ବ୍ୟବହାର ନ’କରି Friend ଫଙ୍କଶନକୁ କଲ୍ କରିପାରିବେ
00:46 friend ଫଙ୍କଶନ୍ ମଧ୍ୟରେ ପାସ୍ ହୋଇଥିବା ଆର୍ଗୁମେଣ୍ଟ ଏହାର ଅବଜେକ୍ଟ ଭାବେ ବ୍ୟବହୃତ ହୁଏ
00:51 ଚାଲନ୍ତୁ ଗୋଟିଏ friend ଫଙ୍କଶନର ଘୋଷଣାକୁ ଦେଖିବା
00:55 ଗୋଟିଏ friend ଫଙ୍କଶନକୁ ଘୋଷଣା କରିବା ପାଇଁ କୀୱର୍ଡ friend ବ୍ୟବହାର କରାଯାଏ
00:59 ତା’ପରେ return_type ପ୍ରଦାନ କରନ୍ତୁ
01:02 ଫଙ୍କଶନର ନାମ function_name ଅଟେ
01:05 ତା’ପରେ କ୍ଲାସର class_name ଓ objectକୁ ଆର୍ଗୁମେଣ୍ଟ ଭାବେ ପାସ୍ କରନ୍ତୁ
01:11 ଚାଲନ୍ତୁ ଗୋଟିଏ ଉଦାହରଣକୁ ଦେଖିବା
01:13 ଏଡିଟର୍ ଉପରେ କୋଡ୍ ଟାଇପ୍ ହୋଇସାରିଛି
01:16 ଏହାକୁ ଖୋଲନ୍ତୁ
01:18 ଏହି ପ୍ରୋଗ୍ରାମରେ ଯୋଗ ପ୍ରକ୍ରିୟାକୁ ସମ୍ପାଦନ କରନ୍ତୁ
01:22 ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ frnd.cpp ଅଟେ
01:27 ବର୍ତ୍ତମାନ କୋଡକୁ ବର୍ଣ୍ଣନା କରନ୍ତୁ
01:30 iostream, ଏହା ହେଡର୍ ଫାଇଲ୍ ଅଟେ
01:34 ଏଠାରେ std namespaceକୁ ବ୍ୟବହାର କରନ୍ତୁ
01:37 ତା’ପରେ ଗୋଟିଏ frnd କ୍ଲାସକୁ ଘୋଷଣା କରନ୍ତୁ
01:41 ଏଥିରେ, private ଭାବେ a ଓ b ଭେରିଏବଲଗୁଡିକୁ ଘୋଷଣା କରନ୍ତୁ
01:46 ଏଠାରେ public ଭାବେ ଗୋଟିଏ input() ଫଙ୍କଶନକୁ ଘୋଷଣା କରନ୍ତୁ
01:52 ଏଥିରେ, ୟୁଜରଠାରୁ ଇନପୁଟ୍ ଗ୍ରହଣ କରନ୍ତୁ
01:55 ଏହା compute() ଭାବେ friend ଫଙ୍କଶନ୍ ଅଟେ
01:58 ଏଠାରେ, କ୍ଲାସ୍ f1ର ଆର୍ଗୁମେଣ୍ଟ ଭାବେ class_name, frnd ଓ objectକୁ ପାସ୍ କରାଯାଇଛି
02:06 ତା’ପରେ classକୁ ବନ୍ଦ କରନ୍ତୁ
02:08 ବର୍ତ୍ତମାନ, friend ଫଙ୍କଶନକୁ ବ୍ୟବହାର କରି କ୍ଲାସ୍ frndର private ମେମ୍ବରମାନଙ୍କୁ ଆକ୍ସେସ୍ କରିପାରିବେ
02:16 ଏଠାରେ, compute() ଫଙ୍କଶନକୁ ବ୍ୟବହାର କରନ୍ତୁ
02:19 ଏଥିରେ, ଯୋଗ କ୍ରିୟାକୁ ସମ୍ପାଦନ କରନ୍ତୁ
02:23 ଭେରିଏବଲ୍ a ଓ bକୁ ଯୋଗ କରନ୍ତୁ
02:26 ଏବଂ ତା’ପରେ value ପ୍ରାପ୍ତ କରନ୍ତୁ
02:28 ଏଠାରେ, object f1କୁ ବ୍ୟବହାର କରି ନନ୍-ମେମ୍ବର୍ ଫଙ୍କଶନ୍ ମଧ୍ୟରେ ଥିବା private ଭେରିଏବଲଗୁଡିକୁ ଆକ୍ସେସ୍ କରନ୍ତୁ
02:35 ଏହା main() ଫଙ୍କଶନ୍ ଅଟେ
02:38 ଏଥିରେ, କ୍ଲାସ୍ frndର ଗୋଟିଏ ଅବଜେକ୍ଟ ଭାବେ fକୁ ସୃଷ୍ଟି କରନ୍ତୁ
02:44 ତା’ପରେ ଅବଜେକ୍ଟ fକୁ ବ୍ୟବହାର କରି input() ଫଙ୍କଶନକୁ କଲ୍ କରନ୍ତୁ
02:48 ଏବଂ ଏଠାରେ, compute() ଫଙ୍କଶନକୁ କଲ୍ କରିବା ସହିତ ଆର୍ଗୁମେଣ୍ଟ fକୁ ପାସ୍ କରନ୍ତୁ
02:54 ଫଙ୍କଶନ compute()ରେ ଆର୍ଗୁମେଣ୍ଟ ଭାବେ fକୁ ପାସ୍ ହୋଇଥିବାର ଦେଖନ୍ତୁ
02:58 ଏହାକୁ pass by value ମେଥଡକୁ ବ୍ୟବହାର କରି କରନ୍ତୁ
03:03 f1ର ଭାଲ୍ୟୁରେ fକୁ ପାସ୍ କରାଯାଇଛି
03:06 ଏବଂ ଏହା return ଷ୍ଟେଟମେଣ୍ଟ ଅଟେ
03:09 ବର୍ତ୍ତମାନ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
03:11 କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ
03:20 ବର୍ତ୍ତମାନ ଟାଇପ୍ କରନ୍ତୁ:
03:21 g++ ସ୍ପେସ୍ frnd ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ frnd. Enter ଦାବନ୍ତୁ
03:32 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ frnd
03:36 Enter ଦାବନ୍ତୁ
03:38 ଏଠାରେ ଏହା Enter the value of a and b ଭାବେ ପ୍ରଦର୍ଶନ ହୋଇଛି
03:41 ପ୍ରବେଶ କରନ୍ତୁ: 8 ଓ 4
03:46 ନିମ୍ନଲିଖିତ ଭାବେ ଆଉଟପୁଟ୍ ପ୍ରଦର୍ଶିତ ହେବ:
03:48 The result is: 12
03:51 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
03:54 slidesକୁ ଫେରିଆସନ୍ତୁ
03:56 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ Friend ଫଙ୍କଶନ୍ ଶିଖିଲେ, ଉଦାହରଣ friend int compute class-name frnd ଏବଂ object f1
04:08 ଗୋଟିଏ ଆସାଇନମେଣ୍ଟ ଭାବେ, ଗୋଟିଏ ସଂଖ୍ୟାର ବର୍ଗ ଓ ଘନ ପ୍ରାପ୍ତ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
04:14 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
04:17 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
04:20 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
04:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
04:30 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
04:33 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
04:40 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
04:43 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
04:51 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
04:56 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep