Scilab/C4/File-handling/Oriya

From Script | Spoken-Tutorial
Revision as of 13:11, 16 May 2017 by Pradeep (Talk | contribs)

Jump to: navigation, search
Time Narration
00:01 ବନ୍ଧୁଗଣ, Scilab ରେ File Handling ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା
00:08 ନିମ୍ନଲିଖିତ ଫଙ୍କଶନ୍ ବ୍ୟବହାର କରି, ଫାଇଲ୍ ହ୍ୟାଣ୍ଡଲ୍ କରିବା ବିଷୟରେ:
00:11 write() ଫଙ୍କଶନ୍
00:12 read() ଫଙ୍କଶନ୍
00:14 mopen()
00:15 mclose()
00:16 ପ୍ରଦର୍ଶନ ପାଇଁ ମୁଁ, ଇନଷ୍ଟଲ୍ ହୋଇଥିବା Ubuntu Linux 12.04 OS ସହିତ Scilab ଭର୍ସନ୍ 5.3.3 ବ୍ୟବହାର କରୁଛି
00:26 ଆପଣଙ୍କର Scilab ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:29 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ
00:36 ବର୍ତ୍ତମାନ, Scilabରେ ଥିବା କିଛି ଫଙ୍କଶନ୍ ଦେଖିବା, ଯାହା ଫାଇଲ୍ ହ୍ୟାଣ୍ଡଲିଙ୍ଗ୍ ପାଇଁ ଉପଯୋଗୀ ଅଟେ
00:41 ଫାଇଲ୍ ହ୍ୟାଣ୍ଡଲିଙ୍ଗରେ ଅନ୍ତର୍ଭୁକ୍ତ ଅଛି -
00:44 write() ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ଫାଇଲ ରାଇଟ୍ କରିବା
00:47 read() ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ଫାଇଲରୁ ପଢିବା
00:51 mopen() ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ବିଦ୍ୟମାନ ଫାଇଲକୁ ଖୋଲିବା
00:55 mclose() ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ଖୋଲାଥିବା ଫାଇଲକୁ ବନ୍ଦ କରିବା
01:00 ଚାଲନ୍ତୁ, ଗୋଟିଏ ଫାଇଲରେ ଡେଟା ରାଇଟ କରିବା ପ୍ରକ୍ରିୟାରୁ ଆରମ୍ଭ କରିବା
01:03 ଏହି ଉଦ୍ଦେଶ୍ୟ ପାଇଁ write() କମାଣ୍ଡ ବ୍ୟବହୃତ ହୁଏ
01:07 Scilab କନସୋଲ ୱିଣ୍ଡୋକୁ ଫେରିଆସନ୍ତୁ
01:10 ଗୋଟିଏ ରାଣ୍ଡମ୍ ସଂଖ୍ୟା ବିଶିଷ୍ଟ ମେଟ୍ରିକ୍ସ ତିଆରି କରିବାରୁ ଆରମ୍ଭ କରିବା
01:15 ଟାଇପ୍ କରନ୍ତୁ: random ଅଣ୍ଡରସ୍କୋର୍ ମେଟ୍ରିକ୍ସ ଇଜ୍ ଇକ୍ୱାଲ୍ ଟୁ rand ବ୍ରାକେଟ୍ ଆରମ୍ଭ, 20 କମା 1, ବ୍ରାକେଟ୍ ଶେଷ, ସେମିକୋଲନ୍ ଏବଂ Enter ଦାବନ୍ତୁ
01:29 ବର୍ତ୍ତମାନ, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ ଯାଞ୍ଚ କରନ୍ତୁ
01:32 pwd ଟାଇପ୍ କରନ୍ତୁ
01:34 ମୋ କ୍ଷେତ୍ରରେ, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀ ହେଉଛି, ସ୍ଲାଶ୍ ହୋମ୍ ସ୍ଲାଶ୍ fossee
01:39 ଏହି କମାଣ୍ଡଗୁଡିକ ନିଷ୍ପାଦନ ହେବା ପୂର୍ବରୁ, ନିଶ୍ଚିତ କରନ୍ତୁ ଯେ, ଆପଣ ଏକ ଡାଇରେକ୍ଟୋରୀରେ ଅଛନ୍ତି, ଯେଉଁଥିରେ ଆପଣଙ୍କୁ read ଓ writeର ଅନୁମତି ଅଛି
01:47 ବର୍ତ୍ତମାନ, ଆମେ write କମାଣ୍ଡ ବ୍ୟବହାର କରି random ଅଣ୍ଡରସ୍କୋର୍ ମେଟ୍ରିକ୍ସ ନାମକ ଭେରିଏବଲର କଣ୍ଟେଣ୍ଟ୍ କୁ ଗୋଟିଏ ଟେକ୍ସଟ ଫାଇଲରେ ରାଇଟ୍ କରିବା
01:55 ଟାଇପ କରନ୍ତୁ: write ବ୍ରାକେଟ୍ ଆରମ୍ଭ କ୍ୱୋଟ୍ ଆରମ୍ଭ ରାଣ୍ଡମ୍ ଡ୍ୟାସ ନମ୍ବର୍ସ ଡଟ୍ txt କ୍ୱୋଟ୍ ଶେଷ କମା ରାଣ୍ଡମ୍ ଅଣ୍ଡରସ୍କୋର୍ ମେଟ୍ରିକ୍ସ ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ
02:18 ଫାଇଲ୍ ତିଆରି ହୋଇଛି କି ନାହିଁ, ଚାଲନ୍ତୁ ଦେଖିବା
02:21 Scilab କନସୋଲ୍ ୱିଣ୍ଡୋକୁ ମିନିମାଇଜ୍ କରନ୍ତୁ
02:23 ଏବଂ କମ୍ପ୍ୟୁଟରରେ ଥିବା ଫାଇଲ୍ କୁ ଖୋଲନ୍ତୁ, ଯାହା fossee ଡାଇରେକ୍ଟୋରୀରେ ତିଆରି ଓ ସେଭ୍ ହୋଇଥିବ
02:33 ରାଣ୍ଡମ୍ ଅଣ୍ଡରସ୍କୋର୍ ମେଟ୍ରିକ୍ସ ଭେରିଏବଲର ଡେଟାଗୁଡିକ ରାଣ୍ଡମ୍ ଡ୍ୟାସ୍ ନମ୍ବର୍ସ ଡଟ୍ txt ନାମକ ଟେକ୍ସଟ ଫାଇଲରେ ରାଇଟ୍ ହୋଇଥିବାର ଆପଣ ଦେଖିପାରିବେ
02:42 ଏହି ଫାଇଲକୁ ବନ୍ଦ କରନ୍ତୁ
02:45 Scilab କନସୋଲ୍ କୁ ଫେରିଆସନ୍ତୁ
02:47 ବର୍ତ୍ତମାନ, ଗୋଟିଏ ଫାଇଲ୍ ରୁ କିପରି ଡେଟାଗୁଡିକୁ ପଢି ହେବ, ଦେଖିବା
02:50 ଏଥିପାଇଁ, ଆମେ ନିମ୍ନଲିଖିତ read କମାଣ୍ଡ ବ୍ୟବହାର କରିବା:
02:55 ଟାଇପ୍ କରନ୍ତୁ: ନ୍ୟୁ ଅଣ୍ଡରସ୍କୋର୍ ଭେକ୍ଟର୍ ଇଜ୍ ଇକ୍ୱାଲ୍ ଟୁ ରିଡ୍ ବ୍ରାକେଟ୍ ଆରମ୍ଭ କ୍ୱୋଟ୍ ଆରମ୍ଭ ରାଣ୍ଡମ୍ ଡ୍ୟାସ ନମ୍ବର୍ସ ଡଟ୍ txt କ୍ୱୋଟ୍ ଶେଷ କମା 20 କମା 1 ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ
03:18 read କମାଣ୍ଡ୍, ଆର୍ଗୁମେଣ୍ଟରେ ଉଲ୍ଲେଖ ଥିବା ଫାଇଲର ସମସ୍ତ ଡେଟାକୁ ପଢିପାରେ
03:23 ଏହି କ୍ଷେତ୍ରରେ, ରାଣ୍ଡମ୍ ଡ୍ୟାସ ନମ୍ବର୍ସ ଡଟ୍ txt
03:27 ଏବଂ ଭେରିଏବଲ୍, ନ୍ୟୁ ଅଣ୍ଡରସ୍କୋର୍ ଭେକ୍ଟର୍ ରେ ଷ୍ଟୋର୍ କରେ
03:31 ପ୍ରଦର୍ଶନ ଜାରି ରଖିବାକୁ, Enter ଦାବନ୍ତୁ
03:35 ଯଦି, ଆମେ ଉପରୋକ୍ତ କମାଣ୍ଡକୁ ପରିବର୍ତ୍ତନ କରିବା, ତେବେ ତାହା:
03:39 ନ୍ୟୁ ଅଣ୍ଡରସ୍କୋର୍ ଭେକ୍ଟର୍ ଇଜ୍ ଇକ୍ୱାଲ୍ ଟୁ ରିଡ୍ ବ୍ରାକେଟ୍ ମଧ୍ୟରେ କ୍ୱୋଟ୍ ମଧ୍ୟରେ ରାଣ୍ଡମ୍ ଡ୍ୟାସ ନମ୍ବର୍ସ ଡଟ୍ txt କମା 19 କମା 1
03:49 read କମାଣ୍ଡ୍, ଏହି ଆର୍ଗୁମେଣ୍ଟରେ ଉଲ୍ଲେଖ ଥିବା ଫାଇଲ୍ ରୁ, କେବଳ 19ଟି ଡେଟା ଭାଲ୍ୟୁକୁ ପଢିପାରିବ
03:56 ଏହି କ୍ଷେତ୍ରରେ, ରାଣ୍ଡମ୍ ଡ୍ୟାଶ୍ ନମ୍ବର୍ସ ଡଟ୍ txt
03:59 ଏବଂ ନ୍ୟୁ ଅଣ୍ଡରସ୍କୋର୍ ଭେକ୍ଟର୍ ନାମକ ଭେରିଏବଲରେ ଷ୍ଟୋର୍ କରେ
04:03 ଏହି କମାଣ୍ଡକୁ, Scilab କନସୋଲରେ ଇସ୍ୟୁ କରନ୍ତୁ ଏବଂ ଆଉଟପୁଟ୍ ଯାଞ୍ଚ କରନ୍ତୁ
04:08 ବର୍ତ୍ତମାନ, mopen() ଫଙ୍କଶନ୍ ବିଷୟରେ ଜାଣିବା
04:12 fd = mopen ବ୍ରାକେଟ୍ ମଧ୍ୟରେ ଫାଇଲ ନାମ କମା ମୋଡ୍
04:17 mopen କମାଣ୍ଡ୍, C fopen ପ୍ରକ୍ରିୟା ଅନୁରୂପ ମାର୍ଗରେ ଏକ ବିଦ୍ୟମାନ ଫାଇଲକୁ ଖୋଲିବା ପାଇଁ ବ୍ୟବହୃତ ହୋଇଥାଏ
04:25 mode ହେଉଛି ଏକ କ୍ୟାରେକ୍ଟର, ଯାହା ନିମ୍ନ ପାଇଁ ଫାଇଲ ଖୋଲା ଅଛିକି ନାହିଁ ତାହା ନିୟନ୍ତ୍ରଣ କରେ:
04:30 r=ଫାଇଲକୁ ପଢିବା ପାଇଁ ଖୋଲେ
04:34 rb=ଗୋଟିଏ ବାଇନେରୀ ଫାଇଲକୁ ପଢିବା ପାଇଁ ଖୋଲେ
04:39 rt= ଗୋଟିଏ ଟେକ୍ସଟ ଫାଇଲକୁ ପଢିବା ପାଇଁ ଖୋଲେ
04:43 w=ରାଇଟ୍ କରିବା ପାଇଁ ଏକ ନୂଆ ଫାଇଲ ତିଆରି କରେ କିମ୍ବା ଗୋଟିଏ ଫାଇଲକୁ ଯିରୋ ହେବା ପର୍ଯ୍ୟନ୍ତ ଟ୍ରଙ୍କେଟ୍ କରିଥାଏ ଓ ଖୋଲିଥାଏ
04:50 wb= ରାଇଟ୍ କରିବା ପାଇଁ ଏକ ନୂଆ ବାଇନେରୀ ଫାଇଲ ସୃଷ୍ଟି କରେ କିମ୍ବା ଗୋଟିଏ ଫାଇଲକୁ ଯିରୋ ହେବା ପର୍ଯ୍ୟନ୍ତ ଟ୍ରଙ୍କେଟ୍ କରିଥାଏ ଓ ଖୋଲିଥାଏ
04:58 wt= ରାଇଟ୍ କରିବା ପାଇଁ ଏକ ନୂଆ ଟେକ୍ସଟ ବାଇନେରୀ ଫାଇଲ ସୃଷ୍ଟି କରେ କିମ୍ବା ଗୋଟିଏ ଫାଇଲକୁ ଯିରୋ ହେବା ପର୍ଯ୍ୟନ୍ତ ଟ୍ରଙ୍କେଟ୍ କରିଥାଏ ଓ ଖୋଲିଥାଏ
05:06 a କିମ୍ବା ab=ଆପେଣ୍ଡ (ଫାଇଲର ଶେଷରେ, ଗୋଟିଏ ଫାଇଲକୁ ରାଇଟ୍ କରିବା ପାଇଁ ଖୋଲିଥାଏ କିମ୍ବା ରାଇଟ୍ କରିବା ପାଇଁ ଗୋଟିଏ ଫାଇଲ ସୃଷ୍ଟି କରେ)
05:14 r+ କିମ୍ବା r+b=ଅପଡେଟ୍ କରିବା ପାଇଁ ଗୋଟିଏ ଫାଇଲ ଖୋଲେ (ରିଡିଙ୍ଗ ଓ ରାଇଟିଙ୍ଗ).
05:20 ଉଦାହରଣସ୍ୱରୂପ, fd ଅଣ୍ଡରସ୍କୋର୍ r ଇଜ୍ ଇକ୍ୱାଲ୍ ଟୁ mopen(random-numbers, rt)
05:30 ଉପରୋକ୍ତ କମାଣ୍ଡ୍, random-numbersକୁ, ଟେକ୍ସଟ ଓ read only ମୋଡରେ ଖୋଲିଥାଏ
05:37 mclose ବ୍ରାକେଟ ମଧ୍ୟରେ fd:
05:40 ଖୋଲା ଥିବା ଫାଇଲକୁ, mopen ସାହାଯ୍ୟରେ ବନ୍ଦ କରିଥାଏ
05:43 ଯେଉଁଠାରେ, ଖୋଲା ହୋଇଥିବା ଫାଇଲ ପାଇଁ, fd ହେଉଛି ଫାଇଲ ଡେସ୍କ୍ରିପ୍ଟର୍
05:48 ଯଦି fdକୁ ବାହାର କରିଦିଆଯାଏ, ଶେଷରେ ଖୋଲାଯାଇଥିବା ଫାଇଲକୁ, mclose() ବନ୍ଦ କରିଦିଏ
05:53 ଏହି ଟ୍ୟୁଟୋରିଆଲରେ, ଏତିକି
05:55 ଆମେ ଶିଖିଲେ
05:56 ନିମ୍ନ ଲିଖିତ ଫଙ୍କଶନ୍ସ, ଯାହା ଫାଇଲ ହ୍ୟାଣ୍ଡଲିଙ୍ଗ୍ ପାଇଁ ଆବଶ୍ୟକ:
05:59 write() ଫଙ୍କଶନ୍
06:00 read() ଫଙ୍କଶନ୍
06:02 mopen()
06:03 mclose()
06:05 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
06:08 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
06:11 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
06:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
06:17 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:20 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
06:23 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
06:30 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:34 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
06:41 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
06:50 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
06:54 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep