Scilab/C2/Vector-Operations/Oriya

From Script | Spoken-Tutorial
Revision as of 12:56, 15 May 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Vector Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ:
00:11 * ଗୋଟିଏ ଭେକ୍ଟର୍ କୁ ପରିଭାଷିତ କରିବା
00:13 * ଗୋଟିଏ ଭେକ୍ଟର୍ ଦୈର୍ଘ୍ୟ ମାପ କରିବା
00:15 * ଭେକ୍ଟର୍ ଉପରେ ଗାଣିତିକ ଅପରେଶନ୍ସଗୁଡିକ, ଯେପରି ଯୋଗ, ବିଯୋଗ ଓ ଗୁଣନ କାର୍ଯ୍ୟ କରିବା
00:23 * ଗୋଟିଏ ମେଟ୍ରିକ୍ସକୁ ପରିଭାଷିତ କରିବା
00:25 * ଗୋଟିଏ ମେଟ୍ରିକ୍ସର ଆକାର ମାପ କରିବା
00:28 * ମେଟ୍ରିକ୍ସ ଉପରେ ଗାଣିତିକ ଅପରେଶନ୍ସଗୁଡିକ, ଯେପରି ଯୋଗ, ବିଯୋଗ ଓ ଗୁଣନ କାର୍ଯ୍ୟ କରିବା
00:36 ପ୍ରାକ-ଆବଶ୍ୟକତାଗୁଡ଼ିକ ହେଉଛି: Scilab ଅପଣଙ୍କ ସିଷ୍ଟମରେ ଇନଷ୍ଟଲ ହୋଇଥିବା ଆବଶ୍ୟକ
00:41 Getting started with Scilabର ସ୍ପୋକନ ଟ୍ୟୁଟୋରିଆଲ ଶୁଣିଥିବା ଦରକାର
00:46 ଆପଣଙ୍କର, ଭେକ୍ଟର୍ ଓ ମେଟ୍ରିକ୍ସ ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:50 ପ୍ରଦର୍ଶନ ପାଇଁ ମୁଁ, Windows 7 OS ଓ Scilab 5.2.2ର ବ୍ୟବହାର କରୁଛି
00:58 Scilab ଆରମ୍ଭ କରିବା ପାଇଁ, ଡେସ୍କଟପରେ ଥିବା Scilab ସର୍ଟକଟ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:03 ଏହା, Scilab କନସୋଲ ୱିଣ୍ଡୋ ଖୋଲିବ
01:06 ଦେଖନ୍ତୁ, କର୍ସର୍ ଟି, କମାଣ୍ଡ ପ୍ରମ୍ପ୍ଟ ଉପରେ ରହିଛି
01:10 ମୁଁ, ଆପଣଙ୍କୁ, ନିୟମିତ ସମୟ ବ୍ୟବଧାନରେ ଭିଡିଓକୁ ପଜ୍ କରି, Scilab ଉପରେ ଏହି ଟ୍ୟୁଟୋରିଆଲ ଅଭ୍ୟାସ କରିବା ପାଇଁ ପରାମର୍ଶ ଦେଉଛି
01:19 ଚାଲନ୍ତୁ, ଗୋଟିଏ ଭେକ୍ଟର୍ ପରିଭାଷିତ କରିବାରୁ ଆରମ୍ଭ କରିବା
01:22 ଏହାକୁ ଦୁଇଟି ମାର୍ଗରେ କରିହେବ:
01:24 ସ୍ପେସ୍ ବ୍ୟବହାର କରି, ଯେପରି: p is equal to ସ୍କୋୟାର ବ୍ରାକେଟ ଆରମ୍ଭ 1 ସ୍ପେସ୍ 2 ସ୍ପେସ୍ 3 ସ୍କୋୟାର ବ୍ରାକେଟ ଶେଷ ଏବଂ Enter ଦାବନ୍ତୁ
01:37 କିମ୍ବା କମା ବ୍ୟବହାର କରି, ଯେପରି: q is equal to ସ୍କୋୟାର ବ୍ରାକେଟ ଅରମ୍ଭ ଟୁ କମା ଥ୍ରୀ କମା ଫୋର୍ ସ୍କୋୟାର ବ୍ରାକେଟ ଶେଷ ଏବଂ Enter ଦାବନ୍ତୁ
01:53 Length of p କମାଣ୍ଡ ବ୍ୟବହାର କରି, ଅମେ ଭେକ୍ଟର୍ pର ଦୈର୍ଘ୍ୟ ପାଇପାରିବା. Enter ଦାବନ୍ତୁ
02:03 ଆମେ ଭେକ୍ଟର୍ ଉପରେ ବିଭିନ୍ନ ଗାଣିତିକ କାର୍ଯ୍ୟ କରିପାରିବା, ଯେପରି:
02:08 * ଦୁଇଟି ଭେକ୍ଟର୍ର ଯୋଗ
02:11 * ଦୁଇଟି ଭେକ୍ଟର୍ର ବିଯୋଗ ଓ ସେହିପରି
02:14 ଏକ ଭେକ୍ଟର୍ର ଟ୍ରାନ୍ସପୋଜକୁ, ଆପୋଷ୍ଟ୍ରୋଫ (ଯାହା ସିଙ୍ଗଲ କ୍ୱୋଟ ଅଟେ) ବ୍ୟବହାର କରି ଜାଣିହେବ
02:21 Pର ଟ୍ରାନ୍ସପୋଜ ପ୍ରଦର୍ଶିତ ହୋଇଛି
02:27 ଆମେ, p-transpose times q ଗଣନା କରିପାରିବା
02:34 କମାଣ୍ଡ p times q-transpose, ଏକ ସ୍କେଲର୍ ଦେଇଥାଏ
02:43 ବର୍ତ୍ତମାନ, ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଭିଡିଓରେ ଦିଆଯାଇଥିବା ପ୍ରଥମ ଅନୁଶୀଳନୀକୁ ଅଭ୍ୟାସ କରନ୍ତୁ
02:50 ଏବେ ଆମେ, ଏକ ମେଟ୍ରିକ୍ସକୁ ପରିଭାଷିତ କରିବା ବିଷୟରେ ଶିଖିବା
02:56 ଭେକ୍ଟର୍ ଭଳି, ଏକ ମେଟ୍ରିକ୍ସର ଗୋଟିଏ ଧାଡିରେ ଥିବା ଏଲିମେଣ୍ଟଗୁଡିକୁ ସ୍ପେସ୍ କିମ୍ବା କମା ବ୍ୟବହାର କରି ପରିଭାଷିତ କରିହେବ
03:04 ଉଦାହରଣସ୍ୱରୂପ, ଏକ 2 ବାଏ 3 ମେଟ୍ରିକ୍ସ p କୁ ପରିଭାଷିତ କରିବା ପାଇଁ ଟାଇପ୍ କରନ୍ତୁ, କ୍ୟାପିଟାଲ P is equal to ସ୍କୋୟାର୍ ବ୍ରାକେଟ ଆରମ୍ଭ 1 ସ୍ପେସ୍ 2 ସ୍ପେସ୍ 3 ସେମିକୋଲନ୍
03:20 4 ସ୍ପେସ୍ 5 ସ୍ପେସ୍ 6 ସ୍କୋୟାର୍ ବ୍ରାକେଟ ଶେଷ ଏବଂ Enter ଦାବନ୍ତୁ
03:27 ଧ୍ୟାନଦିଅନ୍ତୁ, ମେଟ୍ରିକ୍ସର ପରବର୍ତ୍ତୀ ଧାଡିକୁ ପରିଭାଷିତ କରିବା ପାଇଁ ସେମିକୋଲନ୍ ବ୍ୟବହୃତ ହୁଏ
03:32 ମନେରଖନ୍ତୁ, Scilab କେସ୍ ସେନସିଟିଭ ଅଟେ
03:34 ଏଠାରେ, ଭେରିଏବଲ p, ମେଟ୍ରିକ୍ସକୁ ଅପର୍ କେସରେ ପରିଭାଷିତ କରିବା ପାଇଁ ବ୍ୟବହୃତ ହୋଇଛି
03:40 ଯାହା, ଏକ ଭେକ୍ଟର୍, ଛୋଟ p ଠାରୁ ଭିନ୍ନ ଅଟେ,
03:44 ଏହି କ୍ଷେତ୍ରରେ, ଛୋଟ p କ’ଣ ଆପଣ ଜାଣିବାକୁ ଚହାଁନ୍ତି କି?
03:48 Size କମାଣ୍ଡ ବ୍ୟବହାର କରି, ଗୋଟିଏ ମେଟ୍ରିକ୍ସର ଆକାର କିପରି ପ୍ରାପ୍ତ କରିହେବ, ତାହା ଏବେ ଆମେ ଶିଖିବା
03:53 ଏଥିପାଇଁ ଟାଇପ କରନ୍ତୁ, ଖୋଲା ସ୍କୋୟାର ବ୍ରାକେଟ, ରୋ କମା କଲମ ସ୍କୋୟାର ବ୍ରାକେଟ ବନ୍ଦ ଇଜ୍ ଇକ୍ୱାଲ୍ ଟୁ ସାଇଜ ଅଫ କ୍ୟାପିଟାଲ P, ଯାହା ହେଉଛି ମେଟ୍ରିକ୍ସ, ଏବଂ Enter ଦାବନ୍ତୁ
04:10 ଆପଣ, ନିମ୍ନ ଆଉଟପୁଟ ପାଇବେ
04:17 ଧ୍ୟାନଦିଅନ୍ତୁ, length କମାଣ୍ଡ, ମେଟ୍ରିକ୍ସରେ ଥିବା ଏଲେମେଣ୍ଟଗୁଡ଼ିକର ସମୁଦାୟ ସଂଖ୍ୟା ଦେବ
04:27 ଏଠାରେ ଦେଖାଯାଇଥିବା ପରି, ମେଟ୍ରିକ୍ସ ପାଇଁ Transpose କମାଣ୍ଡ ମଧ୍ୟ କାମ କରିବ
04:34 p transpose, ମେଟ୍ରିକ୍ସ pର ଟ୍ରାନ୍ସପୋଜ ପ୍ରଦାନ କରିଥାଏ
04:41 ବର୍ତ୍ତମାନ, ଏକ 2 ବାଏ 3 ମେଟ୍ରିକ୍ସ Qକୁ ପରିଭାଷିତ କରନ୍ତୁ
04:45 କ୍ୟପିଟାଲ Q ଇଜ୍ ଇକ୍ୱାଲ ଟୁ ଖୋଲା ସ୍କୋୟାର ବ୍ରାକେଟ 1 ସ୍ପେସ୍ 5 ସ୍ପେସ୍ 3 ସେମିକୋଲନ୍, ପରବର୍ତ୍ତୀ ଧାଡିରେ ପ୍ରବେଶ କରିବା ପାଇଁ
04:56 2 ସ୍ପେସ୍ 4 ସ୍ପେସ୍ 8 ସ୍କୋୟାର ବ୍ରାକେଟ ବନ୍ଦ କରି Enter ଦାବନ୍ତୁ
05:03 Pକୁ ଆଉଥରେ ରିକଲ୍ କରିବା
05:08 ଆମେ ଗଣିତରେ କଲା ଭଳି, P ଓ Qକୁ ମିଶାଇ ଗଣନା କରିବା
05:14 ଉଦାହରଣସ୍ୱରୂପ, E ଇଜ୍ ଇକ୍ୱାଲ ଟୁ 2 ଟାଇମ୍ସ P ପ୍ଲସ୍ 3 ଟାଇମ୍ସ Q ଏବଂ Enter ଦାବନ୍ତୁ
05:29 ଗଣନାଗୁଡ଼ିକ ଠିକ ଅଛି କି ନାହିଁ, ଆପଣ ତାହା ଯାଞ୍ଚ କରିପାରିବେ
05:33 ଦୟାକରି ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ଏବଂ ଭିଡିଓରେ ଥିବା ଦ୍ୱିତୀୟ ଅନୁଶୀଳନୀକୁ ଅଭ୍ୟାସ କରନ୍ତୁ
05:44 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
05:47 * ସ୍ପେସ୍ ଓ କମା ଦ୍ୱାରା ଏକ ଭେକ୍ଟର୍କୁ ପରିଭାଷିତ କରିବା
05:50 * length() ଫଙ୍କଶନ୍ ବ୍ୟବହାର କରି ଭେକ୍ଟର୍ର ଦୈର୍ଘ୍ୟ ମାପ କରିବା
05:54 * Apostrophe ବ୍ୟବହାର କରି ଗୋଟିଏ ଭେକ୍ଟର୍ର କିମ୍ବା ଏକ ମେଟ୍ରିକ୍ସର ଟ୍ରାନ୍ସପୋଜ ପାଇବା
05:59 * ସ୍ପେସ୍ କିମ୍ବା କମା ବ୍ୟବହାର କରି କଲମକୁ ପୃଥକ୍ କରିବା ଏବଂ ଧାଡିକୁ ସେମିକୋଲନ ଦ୍ୱାରା ପୃଥକ୍ କରି, ଏକ ମେଟ୍ରିକ୍ସକୁ ପରିଭାଷିତ କରିବା
06:07 Size() ଫଙ୍କସନ୍ ବ୍ୟବହାର କରି, ଏକ ମେଟ୍ରିକ୍ସର ଆକାର ପାଇବା
06:11 ଏହି ସ୍ପୋକନ ଟ୍ୟୁଟୋରିଆଲ, ଫ୍ରୀ ଆଣ୍ଡ ଓପନ୍ ସୋର୍ସ ସଫ୍ଟୱେର୍ ଇନ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଙ୍ଗ୍ ଏଜୁକେଶନ୍ (FOSSEE) ଦ୍ୱାରା ପ୍ରସ୍ତୁତ କରାଯାଇଛି
06:18 FOSSEE ପ୍ରୋଜେକ୍ଟ ଉପରେ ଅଧିକ ସୂଚନା, fossee.in କିମ୍ବା scilab.in ୱେବସାଇଟରେ ଉପଲବ୍ଧ ଅଛି
06:28 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:33 ଅଧିକ ସୂଚନା ପାଇଁ, ଦୟାକରି ସ୍ପୋକନ ହାଇଫେନ ଟ୍ୟୁଟୋରିଆଲ ଡଟ୍ org ସ୍ଲାଶ୍ NMEICT ହାଇଫେନ୍ introକୁ ଯା’ନ୍ତୁ. (spoken-tutorial.org/NMEICT-Intro)
06:43 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି


06:46 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep