Ruby/C3/Object-Oriented-Concept-in-Ruby/Oriya

From Script | Spoken-Tutorial
Revision as of 12:57, 10 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Rubyରେ Object Oriented Concept ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:08 classesର ବ୍ୟବହାର, objectsର ସୃଷ୍ଟି
00:10 Rubyରେ methodsକୁ ପରିଭାଷିତ କରିବା ପାଇଁ ବିଭିନ୍ନ ଉପାୟ.
00:13 ଏଠାରେ, ଆମେ ବ୍ୟବହାର କରୁଛୁ: Ubuntu Linux ଭର୍ସନ୍ 12.04
00:16 Ruby 1.9.3
00:19 ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର ଲିନକ୍ସ କମାଣ୍ଡ୍, ଟର୍ମିନଲ୍ ଓ ଟେକ୍ସଟ ଏଡିଟର ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ
00:24 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:28 ଆରମ୍ଭ କରିବା ପୂର୍ବରୁ, ମନେ ପକାନ୍ତୁ, ଆଗରୁ ଆମେ ttt ଡାଇରେକ୍ଟୋରୀ ତିଆରି କରିସାରିଛେ
00:33 ଚାଲନ୍ତୁ ସେହି ଡାଇରେକ୍ଟୋରୀକୁ ଯିବା
00:35 Ruby ହାଇଫେନ୍ ଟ୍ୟୁଟୀରିଆଲ୍ ଓ classes ଡାଇରେକ୍ଟୋରୀ
00:41 Ruby ଗୋଟିଏ object oriented ଲାଙ୍ଗୁଏଜ୍
00:44 Rubyରେ ସବୁକିଛି ଗୋଟିଏ ଅବଜେକ୍ଟ ଅଟେ; ଗୋଟିଏ ଭାଲ୍ୟୁ ଠାରୁ ଆରମ୍ଭ କରି ଷ୍ଟ୍ରିଙ୍ଗ କିମ୍ବା ସଂଖ୍ୟା ପର୍ଯ୍ୟନ୍ତ
00:49 ଗୋଟିଏ class ହେଉଛି, ସମ୍ପର୍କିତ ଡେଟା ଓ ଫଙ୍କଶନର ସଂଗ୍ରହ
00:53 ଏହା ସୂଚନାକୁ ସୃଙ୍ଖଳିତ ଭାବେ ରଖିବା କାର୍ଯ୍ୟରେ ଲାଗିପାରେ
00:56 ଗୋଟିଏ classର, ଏକ ଅବଜେକ୍ଟ ହେଉଛି ଗୋଟିଏ instantiation
01:00 ଗୋଟିଏ କ୍ଲାସର ପରିଭାଷା, କୀ ୱର୍ଡ୍ classରୁ ଆରମ୍ଭ ହୁଏ
01:05 ଏହା ପଛରେ class ନାମକୁ ଘୋଷଣା କରାଯାଏ
01:08 ଏହାର ସୀମା ଗୋଟିଏ end ସହିତ ନିର୍ଦ୍ଧାରିତ ହୋଇଥାଏ
01:11 ଚାଲନ୍ତୁ, classର ଗୋଟିଏ ଉଦାହରଣ ଉପରେ ନଜର ପକାଇବା
01:14 class ପ୍ରଡକ୍ଟ
01:16 ରୁବୀ କୋଡ୍, end
01:20 classର ନାମ ଗୋଟିଏ କ୍ୟାପିଟାଲ୍ ଲେଟରରୁ ଆରମ୍ଭ ହେବା ବାଧ୍ୟତାମୂଳକ
01:24 ନାମଗୁଡିକ, ଯେଉଁଥିରେ ଏକରୁ ଅଧିକ ଶବ୍ଦ ଥାଏ ସେଗୁଡିକ camelcased ହେବା ଆବଶ୍ୟକ
01:28 ଉଦାହରଣସ୍ଵରୂପ,
01:30 UserInformation
01:32 ProductInformation
01:34 ପରବର୍ତ୍ତି ଫାଇଲ୍ ନାମଗୁଡିକରେ ଶବ୍ଦକୁ ଅଲଗା କରିବା ପାଇଁ ଅଣ୍ଡରସ୍କୋର୍ ଥାଏ:
01:37 ୟୁଜର୍ ଅଣ୍ଡରସ୍କୋର୍ ଇନଫରମେଶନ୍
01:40 ପ୍ରଡକ୍ଟ ଅଣ୍ଡରସ୍କୋର୍ ଇନଫରମେଶନ୍
01:45 ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ
01:48 ଏହାକୁ, class_definition.rb ଭାବେ ନାମ ଦିଅନ୍ତୁ
01:52 ମୋ ପାଖରେ classesର ପ୍ରୟୋଗ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
01:57 ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ
02:02 ଏହି ଉଦାହରଣରେ, Order ନାମକ ଗୋଟିଏ କ୍ଲାସକୁ ପରିଭାଷିତ କରାଯାଇଛି
02:05 ବର୍ତ୍ତମାନ, କିଛି ଭେରିଏବଲ୍ ଯୋଗକରି, କ୍ଲାସଟିକୁ ବ୍ୟବହାରଯୋଗ୍ୟ କରିବା
02:11 ତା’ପରେ, ଗୋଟିଏ ଇନଷ୍ଟାନ୍ସ ଭେରିଏବଲ୍ myinstanceକୁ ପରିଭାଷିତ କରନ୍ତୁ
02:15 ଏବଂ ଏହାକୁ ଗୋଟିଏ ଭାଲ୍ୟୁ ଆସାଇନ୍ କରନ୍ତୁ
02:18 ଗୋଟିଏ କ୍ଲାସ୍ ଭେରିଏବଲ୍, myclassvarକୁ ମଧ୍ୟ ପରିଭାଷିତ କରନ୍ତୁ
02:21 ଏବଂ ଏହାକୁ ଗୋଟିଏ ଭାଲ୍ୟୁ ଆସାଇନ୍ କରନ୍ତୁ
02:24 ବର୍ତ୍ତମାନ ଚାଲନ୍ତୁ କିଛି କୋଡ୍ ଲେଖିବା, ଯାହା ଏହି କ୍ଲାସକୁ ବ୍ୟବହାର କରିବ
02:30 ଟାଇପ୍ କରନ୍ତୁ: puts Order ଡଟ୍ ଇନଷ୍ଟାନ୍ସ ଅଣ୍ଡରସ୍କୋର୍ variables
02:36 ଏହି ଲାଇନ୍ ପୂର୍ବରୁ, ଗୋଟିଏ ନୂଆ ଲାଇନ୍ ପାଇଁ, puts ସହିତ କିଛି ଅକ୍ଷର, ଯେପରି ସ୍ଲାଶ୍ n କୁ ଯୋଗ କରନ୍ତୁ
02:43 ଚାଲନ୍ତୁ ସେଗୁଡିକୁ, copy ଓ paste କରିବା ଏବଂ ଆମେ ଯୋଗ କରିଥିବା ଲାଇନର ଠିକ୍ ତଳେ ଏହାକୁ ଯୋଗ କରନ୍ତୁ ଏବଂ ସେଭ୍ କରନ୍ତୁ
02:51 ବର୍ତ୍ତମାନ ଏହି କୋଡକୁ ନିଷ୍ପାଦନ କରିବା
02:53 ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ:
02:56 ruby ସ୍ପେସ୍ କ୍ଲାସ୍ ଅଣ୍ଡରସ୍କୋର୍ definition ଡଟ୍ rb
03:02 ଏବଂ ଆଉଟପୁଟ୍ ଦେଖନ୍ତୁ
03:05 ଆପଣ ପରିଭାଷିତ କରିଥିବା ଇନଷ୍ଟାନ୍ସ ଭେରିଏବଲକୁ ଦେଖିପାରିବେ
03:09 ବର୍ତ୍ତମାନ ଟାଇପ୍ କରନ୍ତୁ: puts Order ଡଟ୍ କ୍ଲାସ୍ ଅଣ୍ଡରସ୍କୋର୍ variables
03:15 ଚାଲନ୍ତୁ ଏହି ଡିମାର୍କେଶନକୁ, ଲାଇନର ଠିକ୍ ତଳେ copy ଓ paste କରନ୍ତୁ ଏବଂ ସେଭ୍ କରନ୍ତୁ
03:21 ବର୍ତ୍ତମାନ, ଟର୍ମିନଲକୁ ଫେରିଆସନ୍ତୁ ଏବଂ ପୂର୍ବଭଳି ଫାଇଲକୁ ନିଷ୍ପାଦନ କରନ୍ତୁ
03:26 ଆପଣ ଦେଖିପାରିବେ, ପରିଭାଷିତ ହୋଇଥିବା class variable ମଧ୍ୟ ଦେଖାଦେବ
03:32 ବର୍ତ୍ତମାନ, ଆପଣ ନିଜର କ୍ଲାସ୍ ଲେଖିବା ପାଇଁ ସମର୍ଥ ହେବେ
03:35 ଏହାପରେ, ଗୋଟିଏ object କ’ଣ, ଚାଲନ୍ତୁ ଦେଖିବା
03:40 ଗୋଟିଏ classର object ହେଉଛି ଏକ instance
03:43 ଏହାର ଅର୍ଥ, classରୁ ଗୋଟିଏ ଅବଜେକ୍ଟର ସୃଷ୍ଟି ହୁଏ
03:46 class ରେ ପରିଭାଷିତ ହୋଇଥିବା, ପ୍ରପର୍ଟୀ ଓ ମେଥଡଗୁଡିକୁ, ଅବଜେକ୍ଟ ଧାରଣ କରିଥାଏ
03:52 ଗୋଟିଏ objectକୁ କିପରି ଘୋଷଣା କରିବେ?
03:54 ଗୋଟିଏ କ୍ଲାସର ଏକ objectକୁ ଘୋଷଣା କରିବା ପାଇଁ, କୀ ୱର୍ଡ new ବ୍ୟବହୃତ ହୁଏ
03:58 ଏଠାରେ ଆମେ, Product classର ଗୋଟିଏ objectକୁ ଘୋଷଣା କରିବା
04:02 ଏଠାରେ, ଗୋଟିଏ object ସୃଷ୍ଟି ହେଲା
04:05 product = Product.new
04:09 ଏହି ପ୍ରଥାକୁ ଗୋଟିଏ ଅବଜେକ୍ଟର initialization ବୋଲି କୁହାଯାଏ
04:12 ଏହି ଅବଜେକ୍ଟଟି, Product ଶ୍ରେଣୀର ଅଟେ
04:16 ବର୍ତ୍ତମାନ ଚାଲନ୍ତୁ, ଗୋଟିଏ initialize ମେଥଡ୍ କ’ଣ ଦେଖିବା
04:20 ଅବଜେକ୍ଟର ସୃଷ୍ଟି ସମୟରେ, ଗୋଟିଏ initialize methodକୁ କଲ୍ କରାଯାଇଥାଏ
04:26 ଗୋଟିଏ ଅବଜେକ୍ଟ ଉପରେ new କଲ୍ କଲାବେଳେ, initialize method ସାହାଯ୍ୟକରେ
04:31 ଗୋଟିଏ initialize ମେଥଡ୍, ଏକ parametersର ତାଲିକା ନେଇପାରେ
04:37 Rubyର ଅନ୍ୟ ମେଥଡ୍ ଭଳି, ଏହାର ପୂର୍ବରୁ keyword def ଆସିଥାଏ
04:43 ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା
04:46 ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ
04:50 ଏବଂ ଏହାକୁ, ଅବଜେକ୍ଟ ଅଣ୍ଡରସ୍କୋର୍ initialize ଡଟ୍ rb, ନାମ ଦିଅନ୍ତୁ
04:55 ମୋ ପାଖରେ object initialization କୋଡର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
05:00 ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ
05:04 ଏଠାରେ, Order ନାମକ ଗୋଟିଏ କ୍ଲାସକୁ ପରିଭାଷିତ କରନ୍ତୁ
05:08 ତା’ପରେ, ବିନା ଆର୍ଗୁମେଣ୍ଟରେ initialize ମେଥଡକୁ ପରିଭାଷିତ କରନ୍ତୁ
05:13 ମୁଁ, ବାର୍ତ୍ତ ପ୍ରଦର୍ଶନ ପାଇଁ, ଗୋଟିଏ puts ମେଥଡକୁ ପରିଭାଷିତ କରିଛି: I have created an object
05:20 ଏହାପରେ, Order ଡଟ୍ newକୁ ପରିଭାଷିତ କରନ୍ତୁ
05:24 ଏହା initialize ମେଥଡକୁ ସାହାଯ୍ୟ କରିବ
05:27 ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ:
05:31 ruby ସ୍ପେସ୍ ଅବଜେକ୍ଟ ଅଣ୍ଡରସ୍କୋର୍ initialize ଡଟ୍ rb
05:36 ଏବଂ ଆଉଟପୁଟ୍ ଦେଖନ୍ତୁ
05:39 ଆପଣ ବାର୍ତ୍ତା ଦେଖିପାରିବେ: I have created an object
05:43 ବର୍ତ୍ତମାନ, geditକୁ ଫେରିଯିବା ଏବଂ ମେଥଡରେ ଗୋଟିଏ ଆର୍ଗୁମେଣ୍ଟ ଯୋଗ କରିବା
05:48 ଚାଲନ୍ତୁ, puts କୁ ପରିବର୍ତ୍ତନ କରିବା
05:51 ଏହା, ପାସ୍ ହୋଇଥିବା ଆର୍ଗୁମେଣ୍ଟକୁ ପ୍ରଦର୍ଶନ କରିବା ଆବଶ୍ୟକ
05:55 ତା’ପରେ, ଟାଇପ୍ କରନ୍ତୁ: Order ଡଟ୍ new(I have created an object)
06:04 ଏଠାରେ, new ମେଥଡକୁ ଗୋଟିଏ ଆର୍ଗୁମେଣ୍ଟ ପ୍ରଦାନ କରନ୍ତୁ
06:08 ଏହି ଆର୍ଗୁମେଣ୍ଟ initialize ମେଥଡକୁ ପାସ୍ ହୋଇଯିବ
06:13 ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ:
06:16 ruby ସ୍ପେସ୍ ଅବଜେକ୍ଟ initialize ଡଟ୍ rb
06:20 ଏବଂ ଆଉଟପୁଟ୍ ଦେଖନ୍ତୁ
06:22 ଆପଣ ବାର୍ତ୍ତା ଦେଖିପାରିବେ: I have created an object, ପ୍ରିଣ୍ଟ୍ ହେବ
06:29 ବର୍ତ୍ତମାନ, ଆପଣ object initializationର ଅର୍ଥ ବୁଝିପାରିଥିବେ
06:33 Rubyରେ ମନେପକାନ୍ତୁ, methods ହେଉଛନ୍ତି functions ଯାହା ଗୋଟିଏ class କାର୍ଯ୍ୟକରିଥାଏ
06:39 ଗୋଟିଏ କ୍ଲାସର ପ୍ରତ୍ୟେକ ମେଥଡ୍, def ଓ end ବ୍ଲକ୍ ମଧ୍ୟରେ ପରିଭାଷିତ ହୋଇଥାଏ
06:45 ଗୋଟିଏ ବହୁ ଶବ୍ଦ ବିଶିଷ୍ଟ ମେଥଡ୍ ନାମ ଏକ ଅଣ୍ଡରସ୍କୋର ସହିତ ଅଲଗା ହୋଇଥାଏ
06:48 କିଛି ଅକ୍ଷର ଯେଉଁଗୁଡିକ ମେଥଡ୍ ନାମ ସହିତ ଯୋଗ ହୋଇପାରିବେ, ସେମାନେ ହେଲେ:
06:54 ? (ପ୍ରଶ୍ନବାଚକ ଚିହ୍ନ)
06:56 = (ଇକ୍ଵାଲ୍ ଟୁ)
06:58 ପ୍ରତ୍ୟେକ ଅକ୍ଷର, ମେଥଡରେ କିଛି ନୂଆ ଅର୍ଥ ଯୋଗ କରିଥାଏ
07:02 ଚାଲନ୍ତୁ କିଛି ଉଦାହରଣ ଦେଖିବା
07:05 ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ
07:09 ଏବଂ ଏହାକୁ, କ୍ଲାସ୍ ଅଣ୍ଡରସ୍କୋର୍ methods ଡଟ୍ rb, ନାମ ଦିଅନ୍ତୁ
07:14 ମୋ ପାଖରେ class methods କୋଡର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
07:17 ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ
07:21 ଏଠାରେ, Animal ନାମକ ଗୋଟିଏ କ୍ଲାସ୍ ପରିଭାଷିତ କରନ୍ତୁ
07:23 ତା’ପରେ, ମୋ ପାଖରେ ଦୁଇଟି ମେଥଡ୍ ଅଛି- breathe ଓ walk
07:28 ସେମାନେ ଉଭୟ, କୀୱର୍ଡ def ଓ end ସହିତ ପରିଭାଷିତ ହୋଇଛନ୍ତି
07:32 ତା’ପରେ, ଅବଜେକ୍ଟ Animal କୁ ଇନିଶିଆଲାଇଜ୍ କରନ୍ତୁ
07:36 ଏହାକୁ, ଲୋୟରକଏସ୍ a ସହିତ ଗୋଟିଏ animal ନାମକ ଭେରିଏବଲ୍ ଆସାଇନ୍ କରନ୍ତୁ
07:40 ତା’ପରେ, କ୍ରମାନୁସାରେ breathe ଓ walk ମେଥଡର ସାହାଯ୍ୟ ନେଇପାରିବେ
07:48 ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
07:51 ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ:
07:53 ruby ସ୍ପେସ୍ କ୍ଲାସ୍ ଅଣ୍ଡରସ୍କୋର୍ methods ଡଟ୍ rb
07:58 ଏବଂ ଆଉଟପୁଟ୍ ଦେଖନ୍ତୁ
08:00 ଆପଣ ଲାଇନଗୁଡିକୁ ନଜର୍ କରନ୍ତୁ:
08:02 I breathe, I walk ପ୍ରିଣ୍ଟ୍ ହେବ
08:04 ଯେହେତୁ ଆପଣ breathe ଓ walk ମେଥଡଠାରୁ ସାହାଯ୍ୟ ନେଇଛନ୍ତି
08:10 ଏହି ମେଥଡଗୁଡିକ ମଧ୍ୟରେ ପରିଭାଷିତ, ଗୋଟିଏ puts ଷ୍ଟେଟମେଣ୍ଟ, ଦେଖିପାରୁଥିବା ଭଳି ପରିଣାମ ଦେଇଥାଏ
08:16 ତା’ପରେ, ଗୋଟିଏ ଟ୍ରେଲିଙ୍ଗ୍ ପ୍ରଶ୍ନବାଚକ ଚିହ୍ନ(?)ସହିତ, କିପରି ଗୋଟିଏ ମେଥଡ୍ ସୃଷ୍ଟି କରିହେବ ଦେଖିବା
08:21 ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ
08:25 ଏବଂ ଏହାକୁ, କ୍ଲାସ୍ ଅଣ୍ଡରସ୍କୋର୍ methods ଅଣ୍ଡରସ୍କୋର୍ with ଅଣ୍ଡରସ୍କୋର୍ trailing ଅଣ୍ଡରସ୍କୋର୍ characters ଡଟ୍ rb, ନାମ ଦିଅନ୍ତୁ
08:35 ମୋ ପାଖରେ class methods with question mark କୋଡର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
08:40 ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ
08:45 ଏଠାରେ, ପୂର୍ବଭଳି ସମାନ classକୁ ଉଦାହରଣ ଭାବେ ନିଅନ୍ତୁ
08:48 ଏଠାରେ, breathe ମେଥଡର ଗୋଟିଏ ଟ୍ରେଲିଙ୍ଗ୍ ପ୍ରଶ୍ନବାଚକ ଚିହ୍ନ(?) ଅଛି
08:52 ସାଧାରଣଭାବେ ଏହି ମେଥଡଗୁଡିକ Boolean values ରିଟର୍ଣ୍ଣ କରିବା ପାଇଁ ବ୍ୟବହୃତ ହୁଅନ୍ତି
08:55 ଏହା Rubyର ନାମକରଣ ପ୍ରଥାର ମେଥଡ୍ ଉପରେ ପର୍ଯ୍ୟବେସିତ ଅଟେ
09:00 animal ଡଟ୍ breathe ପ୍ରଶ୍ନବାଚକ ଚିହ୍ନ ଘୋଷିତ ହେବା ଦ୍ଵାରା, ମେଥଡ୍ କାର୍ଯ୍ୟକାରୀ ହୋଇଥାଏ
09:06 ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ:
09:09 ruby ସ୍ପେସ୍ class ଅଣ୍ଡରସ୍କୋର୍ methods ଅଣ୍ଡରସ୍କୋର୍ with ଅଣ୍ଡରସ୍କୋର୍ trailing ଅଣ୍ଡରସ୍କୋର୍ characters ଡଟ୍ rb ଏବଂ ଆଉଟପୁଟ୍ ଦେଖନ୍ତୁ
09:22 ଆପଣ ଦେଖିପାରୁଥିବା ଆଉଟପୁଟ୍: true ହେବ
09:26 ଏହାପରେ ଚାଲନ୍ତୁ, walk ନାମକ ଅନ୍ୟ ମେଥଡକୁ ପରିଭାଷିତ କରିବା
09:30 ଏହାର କଡରେ ଗୋଟିଏ ଇକ୍ଵାଲ୍ ଟୁ ଚିହ୍ନ=(value) ସ୍ଥାପନ କରିବା
09:36 animal ଡଟ୍ walk କୁ କଲ୍ କରିବା ପାଇଁ ଏହି ମେଥଡର ସାହାଯ୍ୟ ନେବା
09:41 ତା’ପରେ ଏହି ମେଥଡକୁ ନିଷ୍ପାଦନ କରନ୍ତୁ
09:44 ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ:
09:45 ruby କ୍ଲାସ୍ ଅଣ୍ଡରସ୍କୋର୍ methods ଅଣ୍ଡରସ୍କୋର୍ with ଅଣ୍ଡରସ୍କୋର୍ trailing ଅଣ୍ଡରସ୍କୋର୍ characters ଡଟ୍ rb
09:52 ଏବଂ ଆଉଟପୁଟ୍ ଦେଖନ୍ତୁ
09:56 ଏହା ଗୋଟିଏ ଅପରିଭାଷିତ ମେଥଡ୍, error ଦେବ
09:59 ଏହାର କାରଣ ହେଉଛି, ଇକ୍ଵାଲ୍ ଟୁ ଚିହ୍ନର (=)ଅନ୍ୟ ଅର୍ଥ ଅଛି
10:03 ଏହା, ଗୋଟିଏ ମେଥଡରେ ଏକ ଭାଲ୍ୟୁ ଆସାଇନ୍ କରିବା ପାଇଁ ବ୍ୟବହୃତ ହୁଏ
10:08 ତେଣୁ, ଏଥର ଟିକେ ଭିନ୍ନ ଶୈଳିରେ ମେଥଡର ସାହାଯ୍ୟ ନେବା
10:13 ଟାଇପ୍ କରନ୍ତୁ: puts animal ଡଟ୍ walk ଇକ୍ଵାଲ୍ ଟୁ hops
10:17 ବର୍ତ୍ତମାନ, ଏହାକୁ ଅନ୍ୟ ଭାବେ ଚେଷ୍ଟା କରିବା
10:20 ଟର୍ମିନଲକୁ ଫେରିଆସନ୍ତୁ ଏବଂ ପୂର୍ବଭଳି କମାଣ୍ଡକୁ ରନ୍ କରନ୍ତୁ ଏବଂ ଆଉଟପୁଟ୍ ଦେଖନ୍ତୁ
10:27 ଆପଣ ଦେଖିପାରିବେ ଯେ, ୱର୍ଡ hops ପ୍ରିଣ୍ଟ୍ ହେବ
10:30 ଏହା ଦର୍ଶାଉଛି ଯେ ଗୋଟିଏ ମେଥଡ ପରେ ଇକ୍ଵାଲ୍ ଟୁ ଚିହ୍ନ ଆସାଇନମେଣ୍ଟକୁ ବୁଝାଏ
10:36 ବର୍ତ୍ତମାନ, ଆପଣ ନିଜର methods ଲେଖିବା ପାଇଁ ସମର୍ଥ ହେବେ
10:42 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
10:44 classesକୁ କିପରି ଘୋଷଣା କରାଯାଏ
10:46 ଗୋଟିଏ classର ଅବଜେକ୍ଟଗୁଡିକ କିପରି ସୃଷ୍ଟି କରିବା
10:48 Rubyରେ methodsକୁ ପରିଭାଷିତ କରିବା ପାଇଁ ବିଭିନ୍ନ ଉପାୟ.
10:52 ଏକ ଆସାଇନମେଣ୍ଟ ଭାବେ,
10:54 ଗୋଟିଏ class Productକୁ ପରିଭାଷିତ କରନ୍ତୁ
10:56 ମେଥଡ୍ ପରିଭାଷିତ କରିବା ଯାହାକୁ ଆପଣ, myvarର ଭାଲ୍ୟୁ ପ୍ରାପ୍ତ କରିବା ପାଇଁ ବ୍ୟବହାର କରିପାରିବେ ଏବଂ myvar ପାଇଁ ଭାଲ୍ୟୁ ସେଟ୍ କରିବା
11:01 ଭାଲ୍ୟୁ ସେଟ୍ କରିବା, = ଚିହ୍ନ ବ୍ୟବହାର କରି ମେଥଡ୍ ପରିଭାଷିତ କରିବା
11:05 classର ଅବଜେକ୍ଟକୁ ଇନଷ୍ଟାନଶିଏଟ୍ କରିବା ଏବଂ ସେଟ୍ କରିବା ଏବଂ ଉପରୋକ୍ତ ଦୁଇଟି ମେଥଡ୍ ବ୍ୟବହାର କରି ଭାଲ୍ୟୁ ପ୍ରାପ୍ତ କରିବା
11:12 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
11:14 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:18 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:24 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
11:27 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:30 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:36 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
11:39 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
11:46 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
11:56 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep