Ruby/C2/Variables-in-Ruby/Oriya

From Script | Spoken-Tutorial
Revision as of 12:20, 10 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 ବନ୍ଧୁଗଣ, Variables in Ruby ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:09 ଭେରିଏବଲ୍ କ’ଣ? Rubyରେ ଡାଇନାମିକ୍ ଟାଇପିଙ୍ଗ୍
00:13 ଗୋଟିଏ ଭେରିଏବଲର ଘୋଷଣା
00:15 ଭେରିଏବଲର ପ୍ରକାରରେ ରୂପାନ୍ତର
00:18 ଭେରିଏବଲର ସ୍କୋପ୍ କ’ଣ?
00:20 ଭେରିଏବଲର ପ୍ରକାର
00:23 ଏଠାରେ ଆମେ ବ୍ୟବହାର କରୁଛୁ: Ubuntu Linux 12.04 OS, Ruby 1.9.3
00:32 ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର Linuxର ଟର୍ମିନଲ୍ ଉପରେ ଜ୍ଞାନ ଥିବା ଆବଶ୍ୟକ
00:38 ଆପଣ, irb ସହିତ ମଧ୍ୟ ସୁପରିଚିତ ଥିବା ଆବଶ୍ୟକ
00:41 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:47 ବର୍ତ୍ତମାନ, ଭେରିଏବଲ୍ ଗୋଟିଏ କ’ଣ, ମୁଁ ବର୍ଣ୍ଣନା କରିବି
00:50 ଗୋଟିଏ ଭାଲ୍ୟୁ କୁ ଷ୍ଟୋର୍ କରିବା ପାଇଁ ଭେରିଏବଲ୍ ବ୍ୟବହୃତ ହୁଏ
00:54 ଭେରିଏବଲ୍ ଗୋଟିଏ ରେଫରେନ୍ସ, ଯାହାକୁ ଆସାଇନ୍ କରାଯାଇପାରେ
00:58 ମନେରଖନ୍ତୁ, Ruby ଭେରିଏବଲଗୁଡିକ କେସ୍ ସେନସିଟିଭ୍ ଅଟନ୍ତି
01:04 ଭେରିଏବଲଗୁଡିକର ନାମ ଅର୍ଥପୂର୍ଣ୍ଣ ହେବା ଆବଶ୍ୟକ
01:07 ଭେରିଏବଲ୍ ନାମରେ କେବଳ ଲୋୱରକେସ୍ ଲେଟର୍, ସଂଖ୍ୟା, ଅଣ୍ଡରସ୍କୋରଗୁଡିକ ରହିପାରେ. ଯେପରି: first_name
01:20 ବର୍ତ୍ତମାନ ଡାଇନାମିକ୍ ଟାଇପିଙ୍ଗ୍ କ’ଣ, ଚାଲନ୍ତୁ ଦେଖିବା
01:23 Ruby ହେଉଛି ଏକ ଡାଇନାମିକ ଟାଇପ୍ ଲାଙ୍ଗୁଏଜ୍
01:27 ଏହାର ଅର୍ଥ, ଗୋଟିଏ ଭେରିଏବଲ ସୃଷ୍ଟି କଲା ସମୟରେ ଡାଟା ଟାଇପର ଘୋଷଣା ଆବଶ୍ୟକ ହୁଏ ନାହିଁ
01:34 ଆସାଇନମେଣ୍ଟ୍ ସମୟରେ, Ruby interpreter ଡାଟା ଟାଇପ ନିର୍ଦ୍ଧାରଣ କରିଥାଏ
01:39 ବର୍ତ୍ତମାନ, Ruby ରେ କିପରି ଭେରିଏବଲର ଘୋଷଣା କରାଯାଏ, ଦେଖିବା
01:45 Ctrl, Alt ଓ T କୀ କୁ ଏକସଙ୍ଗେ ଦାବି, ଟର୍ମିନଲ୍ ଖୋଲନ୍ତୁ
01:51 ସ୍କ୍ରୀନ୍ ଉପରେ ଗୋଟିଏ ଟର୍ମିନଲ୍ ୱିଣ୍ଡୋ ଦେଖା ଦେବ
01:55 ବର୍ତ୍ତମାନ, irb ଟାଇପ୍ କରନ୍ତୁ ଏବଂ
01:57 ଇଣ୍ଟରାକ୍ଟିଭ୍ Ruby କୁ ଲଞ୍ଚ୍ କରିବା ପାଇଁ, Enter ଦାବନ୍ତୁ
02:02 ବର୍ତ୍ତମାନ ଟାଇପ୍ କରନ୍ତୁ: var1 ଇକ୍ୱାଲ୍ ଟୁ 10 ଏବଂ Enter ଦାବନ୍ତୁ
02:09 ଏଠାରେ, var1ନାମକ ଗୋଟିଏ ଭେରିଏବଲ୍ ଘୋଷଣା ହୋଇଛି ଏବଂ ଏହାକୁ ଭାଲ୍ୟୁ 10 ଆସାଇନ୍ କରାଯାଇଛି
02:15 ଚାଲନ୍ତୁ, ଇଣ୍ଟରପ୍ରିଟର୍ ଦ୍ୱାରା ପ୍ରଦାନ ହୋଇଥିବା ଡାଟା ଟାଇପ୍, ଇଣ୍ଟିଜର୍ କି ନୁହେଁ ଯାଞ୍ଚ୍ କରିବା
02:21 ତେଣୁ ଟାଇପ୍ କରନ୍ତୁ, var1 ଡଟ୍ kind_(ଅଣ୍ଡରସ୍କୋର୍) of (?) ପ୍ରଶ୍ନବାଚକ ଚିହ୍ନ, ଇଣ୍ଟିଜର୍ ଏବଂ Enter ଦାବନ୍ତୁ
02:37 ଆମେ ଆଉଟପୁଟ୍ ଭାବେ true ପାଇବା
02:39 Rubyରେ ଆପଣ ଭେରିଏବଲର ପ୍ରକାରକୁ ଡାଇନାମିକାଲୀ ବଦଳାଇପାରିବେ
02:44 ଏଥିପାଇଁ, ତାହାକୁ କେବଳ ଗୋଟିଏ ନୂଆ ଭାଲ୍ୟୁ ଆସାଇନ୍ କରନ୍ତୁ
02:47 ଚାଲନ୍ତୁ ଏଥିପାଇଁ, ଭେରିଏବଲ୍ var1କୁ ଗୋଟିଏ string ଭାଲ୍ୟୁ ଆସାଇନ୍ କରିବା
02:53 ଟାଇପ୍ କରନ୍ତୁ: var1 ଇକ୍ୱାଲ୍ ଟୁ, ଡବଲ୍ କ୍ୱୋଟ୍ ମଧ୍ୟରେ hello ଏବଂ Enter ଦାବନ୍ତୁ
03:02 ଚାଲନ୍ତୁ, ଆସାଇନ ହୋଇଥିବା ଭେରିଏବଲର ପ୍ରକାରକୁ ଯାଞ୍ଚ କରିବା
03:06 ଟାଇପ୍ କରନ୍ତୁ: var1 ଡଟ୍ class
03:12 Class ମେଥଡ୍, ଭେରିଏବଲଟି କେଉଁ କ୍ଲାସର, ଆମକୁ ଜଣାଇଥାଏ. ବର୍ତ୍ତମାନ Enter ଦାବନ୍ତୁ
03:20 String ଭାବେ ଆମେ ଆଉଟପୁଟ୍ ପାଉ
03:23 Ruby, ଭେରିଏବଲ୍ ଟାଇପ୍ integer ରୁ stringକୁ ଅଟୋମାଟିକ୍ ବଦଳାଇଦେବ
03:29 ବର୍ତ୍ତମାନ ଆମେ, କିପରି ଗୋଟିଏ ଭେରିଏବଲର ଭାଲ୍ୟୁ ବିଭିନ୍ନ ପ୍ରକାରକୁ ରୂପାନ୍ତର ହୁଏ, ଦେଖିବା
03:35 slide କୁ ଫେରିଆସନ୍ତୁ
03:38 Ruby ଭେରିଏବଲ୍ କ୍ଲାସଗୁଡିକରେ, ସେମାନଙ୍କର ଭାଲ୍ୟୁକୁ ବିଭିନ୍ନ ପ୍ରକାରକୁ ରୁପାନ୍ତର କରିବା ପାଇଁ, ଅନେକ ମେଥଡ୍ ଅଛି
03:45 ମେଥଡ୍ to_i, ଭେରିଏବଲ୍ କୁ integerରେ ରୂପାନ୍ତର କରିବା ପାଇଁ ବ୍ୟବହୃତ ହୁଏ
03:51 ମେଥଡ୍ to_f, ଭେରିଏବଲ୍ କୁ floating point value ରେ ରୂପାନ୍ତର କରିବା ପାଇଁ ବ୍ୟବହୃତ ହୁଏ
03:57 ମେଥଡ୍ to_s, ଭେରିଏବଲ୍ କୁ string ରେ ରୂପାନ୍ତର କରିବା ପାଇଁ ବ୍ୟବହୃତ ହୁଏ
04:03 ମେଥଡ୍ to_s, number base କୁ ଗୋଟିଏ ଆର୍ଗୁମେଣ୍ଟ୍ ଭାବେ ଗ୍ରହଣ କରିଥାଏ
04:08 ରୂପାନ୍ତର, ଏହି ନମ୍ବର୍ ବେସ୍ ଉପରେ ନିର୍ଭର କରେ
04:12 ଚାଲନ୍ତୁ, ଏହି ମେଥଡଗୁଡିକୁ ପରୀକ୍ଷା କରିବା
04:15 ଟର୍ମିନଲକୁ ଯା’ନ୍ତୁ. ପ୍ରଥମେ ଟର୍ମିନଲକୁ କ୍ଲିୟର୍ କରନ୍ତୁ
04:21 irb କନସୋଲକୁ କ୍ଲିୟର୍ କରିବା ପାଇଁ, Ctrl, L ଦାବନ୍ତୁ
04:25 ବର୍ତ୍ତମାନ ଟାଇପ୍ କରନ୍ତୁ: y ଇକ୍ୱାଲ୍ ଟୁ 20 ଏବଂ Enter ଦାବନ୍ତୁ
04:32 ଏଠାରେ, y ନାମକ ଗୋଟିଏ ଭେରିଏବଲ୍ ଘୋଷଣା କରନ୍ତୁ ଏବଂ ଏହାକୁ ଗୋଟିଏ ଭାଲ୍ୟୁ 20 ଆସାଇନ୍ କରନ୍ତୁ
04:39 ବର୍ତ୍ତମାନ ଆମେ, to ଅଣ୍ଡରସ୍କୋର୍ f ମେଥଡ୍ ବ୍ୟବହାର କରି, yକୁ ଗୋଟିଏ floating point value ରେ ରୂପାନ୍ତର କରିବା
04:47 ଟାଇପ୍ କରନ୍ତୁ: y ଡଟ୍ ଟୁ ଅଣ୍ଡରସ୍କୋର୍ f ଏବଂ Enter ଦାବନ୍ତୁ
04:55 ଆମେ float ଭାବେ ଭାଲ୍ୟୁ ପାଇବା
04:57 ବର୍ତ୍ତମାନ ଟାଇପ୍ କରନ୍ତୁ: y ଡଟ୍ ଟୁ ଅଣ୍ଡରସ୍କୋର୍ s ଏବଂ Enter ଦାବନ୍ତୁ
05:06 ଆମେ ଆଉଟପୁଟ୍ ଭାବେ, ଡବଲ୍ କ୍ଵୋଟ୍ ମଧ୍ୟରେ 20 ପାଇବା
05:10 ଭେରିଏବଲ୍ y କୁ, ବାଇନାରୀରେ ରୂପାନ୍ତର କରିବା ପାଇଁ, to_s ମେଥଡରେ ନମ୍ବର୍ ବେସକୁ 2 ଭାବେ ଦିଅନ୍ତୁ
05:18 ପୂର୍ବ କମାଣ୍ଡ୍ ପାଇବା ପାଇଁ, ଅପ୍-ଆରୋ କୀ କୁ ଦାବନ୍ତୁ
05:22 ଟାଇପ୍ କରନ୍ତୁ: ବ୍ରାକେଟ୍ ଆରମ୍ଭ 2 ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ
05:29 ଆମେ ଆଉଟପୁଟ୍, ବାଇନାରୀ ଆକାରରେ ପାଇବା
05:33 ସେହିଭଳି, ସଂଖ୍ୟାର ଆଧାରକୁ 8 କିମ୍ବା 16ରେ ପରିବର୍ତ୍ତନ କରି ଆପଣ ଭେରିଏବଲ୍ y କୁ
05:39 octal କିମ୍ବା hexadecimal ରେ ରୂପାନ୍ତର କରିପାରିବେ
05:44 slide କୁ ଫେରିଆସନ୍ତୁ
05:47 ବର୍ତ୍ତମାନ ଆମେ, ଗୋଟିଏ ଭେରିଅବଲ୍ ସ୍କୋପ୍ କ’ଣ, ଶିଖିବା
05:51 ସ୍କୋପର ପରିଭାଷା ହେଉଛି, ଏକ ଭେରିଏବଲ୍ କୁ ଗୋଟିଏ ପ୍ରୋଗ୍ରାମ୍ ମଧ୍ୟରେ କେଉଁଠି ବି ଆକ୍ସେସ କରିହେବ
05:56 Rubyରେ ଭେରିଏବଲ୍ ସ୍କୋପ୍ ହେଉଛି ଚାରି ପ୍ରକାରର:
06:00 ଲୋକାଲ୍, ଗ୍ଲୋବାଲ୍
06:02 ଇନଷ୍ଟାନ୍ସ ଓ
06:04 କ୍ଲାସ୍
06:06 ପ୍ରତ୍ୟେକ ଭେରିଏବଲ୍ ଟାଇପ୍, ଭେରିଏବଲ୍ ନାମ ଆରମ୍ଭରେ, ଗୋଟିଏ ସ୍ଵତନ୍ତ୍ର କ୍ୟାରେକ୍ଟର୍ ବ୍ୟବହାର କରି ଘୋଷିତ ହୋଇଥାଏ
06:14 $, global ଭେରିଏବଲର ପ୍ରତୀରୂପ ଅଟେ
06:18 ଲୋୱର୍ କେସ୍ ଲେଟର୍ ଓ ଅଣ୍ଡରସ୍କୋର୍, ଗୋଟିଏ ଲୋକାଲ ଭେରିଏବଲର ପ୍ରତୀରୂପ ଅଟନ୍ତି
06:25 @, ଗୋଟିଏ instance ଭେରିଏବଲର ପ୍ରତୀରୂପ ଅଟେ
06:29 ଦୁଇଟି @@ ଚିହ୍ନ, ଗୋଟିଏ class ଭେରିଏବଲର ପ୍ରତୀରୂପ ଅଟେ
06:33 ଅପର୍ କେସ୍ ଲେଟରଗୁଡିକ, constant ର ପ୍ରତୀରୂପ ଅଟନ୍ତି
06:37 ଅନ୍ୟ ଏକ ଟ୍ୟୁଟୋରିଆଲରେ, ଏହା ବିଷୟରେ, ଆମେ ସବିଶେଷ ଶିଖିବା
06:42 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
06:48 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ
06:51 ଗୋଟିଏ ଭେରିଏବଲକୁ ଘୋଷଣା କରିବା, ଉଦାହରଣସ୍ୱରୂପ, var1=10
06:56 to_f ଓ to_s ମେଥଡ ବ୍ୟବହାର କରି, ଭେରିଏବଲର ପ୍ରକାରକୁ ବଦଳାଇବା
07:04 ବିଭିନ୍ନ ପ୍ରକାରର ଭେରିଏବଲ୍ ସ୍କୋପ୍
07:06 ଏକ ଆସାଇନମେଣ୍ଟ ଭାବେ
07:08 ଗୋଟିଏ ଭେରିଏବଲ୍ ଘୋଷଣା କରନ୍ତୁ ଏବଂ octal ଓ hexadecimal ଆକାରକୁ ରୂପାନ୍ତର କରନ୍ତୁ
07:14 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:17 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:20 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:27 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
07:30 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:34 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:41 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
07:45 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
07:51 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
07:57 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep