PERL/C3/Special-Variables-in-PERL/Oriya

From Script | Spoken-Tutorial
Revision as of 12:54, 20 December 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 Special variables in Perl ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ଏହି ଟ୍ୟୁଟୋରିଆଲରେ ଆମେ:

Global special variables Special command line variables ଓ Global special constants ବିଷୟରେ ଶିଖିବା

00:13 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍. ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ

00:27 ପ୍ରାକ୍ ଆବଶ୍ୟକତା ଭାବେ, ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ
00:32 ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ
00:38 special variableଗୁଡିକ କ’ଣ ଅଟନ୍ତି?
00:41 Special variableଗୁଡିକ ପୂର୍ବପରିଭାଷିତ ଭେରିଏବଲଗୁଡିକ ଅଟନ୍ତି ଯାହାର Perlରେ ଗୋଟିଏ ସ୍ଵତନ୍ତ୍ର ଅର୍ଥ ରହିଛି
00:46 ବ୍ୟବହାର ପୂର୍ବରୁ ସେଗୁଡିକୁ ଇନିଶିଆଲାଇଜ୍ କରିବାର ଆବଶ୍ୟକତା ନାହିଁ
00:50 debuggingର ନିୟନ୍ତ୍ରଣ ସକଷେ ସର୍ଚ, environment variables ଓ flagଗୁଡିକର ପରିଣାମକୁ ଧାରଣ କରିବା ପାଇଁ ଏଗୁଡିକ ବ୍ୟବହୃତ ହୋଇଥା’ନ୍ତି
00:58 ପ୍ରଥମେ ଆମେ Global special variableଗୁଡିକ ବିଷୟରେ ଶିଖିବା
01:02 $_: (Dollar Underscore). ଏହା ବହୁଳ ଭାବେ ବ୍ୟବହୃତ ହେଉଥିବା ଗୋଟିଏ special variable ଅଟେ
01:06 ଅନେକ function ଓ ପ୍ୟାଟର୍ନ-ସର୍ଚିଙ୍ଗ stringଗୁଡିକ ପାଇଁ $_ - Dollar Underscore, ଡିଫଲ୍ଟ ପାରାମିଟର୍ ଅଟେ
01:14 ଗୋଟିଏ ନମୂନା ପ୍ରୋଗ୍ରାମକୁ ବ୍ୟବହାର କରି ଚାଲନ୍ତୁ $_ (ଡଲାର୍ ଅଣ୍ଡରସ୍କୋର)ର ବ୍ୟବହାରକୁ ବୁଝିବା
01:20 ମୁଁ special dot pl fileକୁ ଖୋଲିବି ଯାହା ସୃଷ୍ଟି ହୋଇସାରିଛି
01:26 terminalକୁ ଯିବା ସହିତ gedit special dot pl ampersandକୁ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
01:32 special ଡଟ୍ pl ଫାଇଲ୍ ବର୍ତ୍ତମାନ geditରେ ଖୋଲିଯାଇଛି. ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ. ବର୍ତ୍ତମାନ ମୁଁ କୋଡକୁ ବର୍ଣ୍ଣନା କରିବି
01:42 ଏଠାରେ ଦୁଇଟି foreach ଲୂପ୍ ଅଛି. ଏହି ଉଭୟ foreach ଲୂପ୍ ସମାନ ପରିଣାମକୁ ନିଷ୍ପାଦନ କରିବେ
01:49 ଲୂପର ପ୍ରତ୍ୟେକ ଆଇଟରେଶନ୍ ପରେ, ସାମ୍ପ୍ରତିକ ଷ୍ଟ୍ରିଙ୍ଗ $_ରେ ସ୍ଥାପିତ ହେବ
01:54 ଏବଂ ଡିଫଲ୍ଟ ଭାବେ ଏହା ପ୍ରିଣ୍ଟ ଷ୍ଟେଟମେଣ୍ଟ ଦ୍ଵାରା ବ୍ୟବହୃତ ହେବ. $_ (ଡଲାର୍ ଅଣ୍ଡରସ୍କୋର୍) ଗୋଟିଏ ଅତିରିକ୍ତ ଭେରିଏବଲ୍ $colorର ବ୍ୟବହାରକୁ ସେଭ୍ କରିବ
02:03 ଫାଇଲକୁ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ
02:06 ତା’ପରେ ଟର୍ମିନଲକୁ ଫେରିଆସିବା ସହିତ perl special dot plକୁ ଟାଇପ୍ କରି Perl ସ୍କ୍ରିପ୍ଟକୁ ନିଷ୍ପାଦନ କରନ୍ତୁ ଏବଂ Enter ଦାବନ୍ତୁ
02:13 ଏଠାରେ ଉଭୟ foreach ଲୂପ୍ ସମାନ ଆଉଟପୁଟ୍ ପ୍ରଦାନ କରିବ
02:18 ବର୍ତ୍ତମାନ, $_ (ଡଲାର୍ ଅଣ୍ଡରସ୍କୋର୍) ଭେରିଏବଲ୍ ଇମ୍ପ୍ଲିସିଟ୍ ଅଟେ, ପ୍ରଦର୍ଶନ କରିବା ପାଇଁ ଚାଲନ୍ତୁ ଅନ୍ୟ ଏକ ଉଦାହରଣକୁ ଦେଖିବା. special ଡଟ୍ pl fileକୁ ଫେରିଆସନ୍ତୁ
02:27 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ
02:30 ଏହି ପ୍ରୋଗ୍ରାମ୍ ଗୋଟିଏ ଟେକ୍ସଟ ଫାଇଲ୍ first.txtକୁ ଧାଡିକୁ ଧାଡି ପଢିବ. ତା’ପରେ ସମସ୍ତ ଲାଇନ୍ ପଢାସରିବା ପର୍ଯ୍ୟନ୍ତ ଏହା DATA ଫାଇଲ୍ ମଧ୍ୟରେ ଲୂପ କରିବ
02:40 print $_ ଭେରିଏବଲ୍, first.txt ଫାଇଲରେ ଥିବା ପ୍ରଥମ ଲାଇନର କଣ୍ଟେଣ୍ଟକୁ ପ୍ରିଣ୍ଟ କରିବ. while ଲୂପରେ $_ର ବ୍ୟବହାର ଇମ୍ପ୍ଲିସିଟ୍ ଅଟେ
02:51 ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଆମେ ଏହା ବିଷୟରେ ଅଧିକ ଶିଖିବା
02:55 subroutine parametersକୁ ଷ୍ଟୋର୍ କରିବା ପାଇଁ At the rate underscoreକୁ special variable ଭାବେ ବ୍ୟବହାର କରାଯାଇଛି
03:01 ଗୋଟିଏ subroutine ପାଇଁ Argumentଗୁଡିକ ଏହି array ଭେରିଏବଲ୍ ମଧ୍ୟରେ ଷ୍ଟୋର୍ ହୋଇଛି
03:06 ସାଧାରଣ ଆରେଗୁଡିକରେ କରାଯିବା ଭଳି pop/shift ଭଳି Array operationଗୁଡିକ ଏହି ଭେରିଏବଲ୍ ଉପରେ କରାଯାଇପାରିବ
03:13 ଏଥିପାଇଁ ମୁଁ ଗୋଟିଏ ଉଦାହରଣ ପ୍ରଦର୍ଶନ କରିବି. ପୁନର୍ବାର special dot pl fileକୁ ଫେରିଆସନ୍ତୁ
03:19 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ
03:22 ଏହି ପ୍ରୋଗ୍ରାମ୍ ଦୁଇଟି ସଂଖ୍ୟା ମଧ୍ୟରେ ମାକ୍ସିମମ୍ ଭେଲ୍ୟୁ ରିଟର୍ନ କରିବ. @_ (At the rate underscore)ଗୋଟିଏ local ଆରେ ଅଟେ ଯାହା ଡଲାର୍ ‘a’ କମା ଡଲାର୍ ’b’ ନାମକ ଦୁଇଟି ଆର୍ଗୁମେଣ୍ଟକୁ ଷ୍ଟୋର୍ କରିବ
03:35 ଏଗୁଡିକ ଯାହା dollar underscore index of zero ଓ dollar underscore index of one ଅଧୀନରେ ଷ୍ଟୋର୍ ହୋଇଛନ୍ତି
03:43 print ଷ୍ଟେଟମେଣ୍ଟ, ପ୍ରଦତ୍ତ ଦୁଇଟି ସଂଖ୍ୟାର ମାକ୍ସିମମକୁ ପ୍ରିଣ୍ଟ କରିବ
03:47 ଫାଇଲକୁ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ
03:51 ଟର୍ମିନଲକୁ ଫେରିଆସିବା ସହିତ perl special dot plକୁ ଟାଇପ୍ କରି Perl ସ୍କ୍ରିପ୍ଟକୁ ନିଷ୍ପାଦନ କରନ୍ତୁ ଏବଂ Enter ଦାବନ୍ତୁ
03:58 ଆଉଟପୁଟ ଭାବେ ମାକ୍ସିମମ୍ ଭେଲ୍ୟୁ ପ୍ରଦର୍ଶିତ ହେବ
04:02 Environment variablesର ପଛକୁ କ୍ୟାପିଟାଲ୍ ENV, percentage (%) ଦ୍ଵାରା ଉପସ୍ଥାପିତ ହୋଇଛି
04:10 ନିମ୍ନ ଭାବେ, Environment variables ସାମ୍ପ୍ରତିକ environment variablesର ଗୋଟିଏ ନକଲକୁ ଧାରଣ କରିଥାଏ
04:17 ଗୋଟିଏ ନମୂନା ପ୍ରୋଗ୍ରାମକୁ ବ୍ୟବହାର କରି ଚାଲନ୍ତୁ %ENV ଭେରିଏବଲକୁ ବୁଝିବା
04:23 special dot pl fileକୁ ଫେରିଆସନ୍ତୁ
04:26 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ
04:30 Ctrl+S ଦାବି ଫାଇଲକୁ ସେଭ୍ କରନ୍ତୁ. ଟର୍ମିନଲକୁ ଫେରିଆସିବା ସହିତ Perl ସ୍କ୍ରିପ୍ଟକୁ ନିଷ୍ପାଦନ କରନ୍ତୁ
04:37 ଟାଇପ୍ କରନ୍ତୁ: perl special dot pl ଏବଂ Enter ଦାବନ୍ତୁ
04:42 ସାମ୍ପ୍ରତିକ ଏନଭିରନମେଣ୍ଟ ବିବରଣୀଗୁଡିକ ଯେପରି PWD (present working directory), username, language ପ୍ରଭୃତିକୁ ଆମେ ଦେଖିପାରିବା
04:51 ତା’ପରେ ଅନ୍ୟ ଏକ special variable, dollar zeroକୁ ଚାଲନ୍ତୁ ଦେଖିବା
04:55 special variable dollar zero ('$0'), ସାମ୍ପ୍ରତିକ Perl ପ୍ରୋଗ୍ରାମର ନାମକୁ ଧାରଣ କରିବ ଯାହା ନିଷ୍ପାଦିତ ହୋଇଛି
05:02 ଏହା ସାଧାରଣତଃ ଲଗିଙ୍ଗ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ
05:05 ଉଦାହରଣସ୍ଵରୂପ ମୋ’ ପାଖରେ First.pl ନାମକ ଗୋଟିଏ ଫାଇଲ୍ ଅଛି, ଏଠାରେ ପ୍ରଦର୍ଶିତ ହେବା ଭଳି ଏହା ମଧ୍ୟରେ ମୁଁ $0 ଭେରିଏବଲକୁ ବ୍ୟବହାର କରୁଛି
05:14 ନିଷ୍ପାଦନ କରିବା ଦ୍ଵାରା ଏହା ଫାଇଲ୍ ନେମ୍ First dot plକୁ ପ୍ରିଣ୍ଟ କରିବ
05:19 Perlରେ sort ନାମକ ଗୋଟିଏ built-in function ଅଛି ଯାହା ଗୋଟିଏ arrayକୁ ସର୍ଟ କରିଥାଏ
05:24 ଗୋଟିଏ comparison function ଏହାର ପାରାମିଟରଗୁଡିକୁ numerical comparison operatorକୁ ବ୍ୟବହାର କରି ତୂଳନା କରିବ
05:30 ଏଠାରେ ପ୍ରଦର୍ଶିତ ହେବା ଭଳି ଏହି ଅପରେଟର୍ lesser than equal to greater than ଚିହ୍ନ ଦ୍ଵାରା ଉପସ୍ଥାପିତ ହୋଇଥାଏ
05:38 ଚାଲନ୍ତୁ ଏଥି ପାଇଁ ଗୋଟିଏ ଉଦାହରଣକୁ ଦେଖିବା
05:40 ଟର୍ମିନଲକୁ ଖୋଲିବା ସହିତ gedit sort.pl ampersand ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
05:47 sort.pl ଫାଇଲ୍ ବର୍ତ୍ତମାନ gedit ଟେକ୍ସଟ ଏଡିଟରରେ ଖୋଲିବ. ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ
05:56 ମୁଁ କୋଡକୁ ବର୍ଣ୍ଣନା କରିବି. ପ୍ରଥମ ଲାଇନ ସଂଖ୍ୟାଗୁଡିକର ଗୋଟିଏ ଆରେକୁ ଘୋଷଣା କରିଥାଏ
06:02 numerical comparison operator ଦୁଇଟି ଭେଲ୍ୟୁକୁ ସଂଖ୍ୟା ଭାବେ ତୂଳନା କରିବ
06:08 Dollar a ଓ dollar b, special package, local variables ଅଟନ୍ତି ଯେଉଁଥିରେ ତୂଳନା ହେବାକୁ ଥିବା ଭେଲ୍ୟୁଗୁଡିକୁ ଲୋଡ୍ କରାଯାଇଥାଏ
06:16 ଏବଂ ଏହି sort ଫଙ୍କଶନ୍ ସଂଖ୍ୟାଗୁଡିକୁ ସାନରୁ ବଡ କ୍ରମରେ ସର୍ଟ କରିବ
06:21 ବର୍ତ୍ତମାନ ପ୍ରୋଗ୍ରାମକୁ save କରିବା ସହିତ execute କରନ୍ତୁ
06:25 ଟର୍ମିନଲକୁ ଫେରିଆସିବା ସହିତ perl sort.pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:31 ସଂଖ୍ୟାଗୁଡିକ ସାନରୁ ବଡ କ୍ରମରେ ସର୍ଟ ହୋଇଥିବା ଆପଣ ଦେଖିପାରିବେ
06:35 ଚାଲନ୍ତୁ ଅନ୍ୟ ଏକ ସ୍ଵତନ୍ତ୍ର ଭେରିଏବଲ୍ dollar exclamationକୁ ଦେଖିବା
06:39 ଯଦି dollar exclamationକୁ string କଣ୍ଟେକ୍ସଟରେ ବ୍ୟବହାର କରାଯାଏ ତେବେ system error string ରିଟର୍ନ ହେବ. ଏଠାରେ ଏହାର ବ୍ୟବହାର ଉପରେ ଗୋଟିଏ ଉଦାହରଣ ଅଛି
06:48 ଯଦି hello.txt ଫାଇଲ୍ ବିଦ୍ୟମାନ ନଥାଏ ତେବେ ଏହା, ଏରର୍ ବାର୍ତ୍ତା: Cannot open file for reading : No such file or directoryକୁ ପ୍ରିଣ୍ଟ କରିବ
06:59 ବର୍ତ୍ତମାନ dollar at the rate ନାମକ ଅନ୍ୟ ଏକ special variableକୁ ଚାଲନ୍ତୁ ଦେଖିବା
07:04 ବହୁଳ ଭାବେ ବ୍ୟବହୃତ ହେଉଥିବା ଏହା ଏନ୍ୟ ଏକ ଭେରିଏବଲ୍ ଅଟେ. Eval କିମ୍ବା require କମାଣ୍ଡରୁ ରିଟର୍ନ ହେଲା ପରେ ଏହା ଗୋଟିଏ ଏରର୍ ବାର୍ତ୍ତା ରିଟର୍ନ କରିବ
07:12 ଏହି ଉଦାହରଣ, could not divide Illegal division by zeroକୁ ପ୍ରିଣ୍ଟ କରିବ
07:17 dollar dollar ଆଉ ଏକ special variable ଅଟେ. ଏହି ସ୍କ୍ରିପ୍ଟକୁ ରନ୍ କରିବା ଦ୍ଵାରା ଏହା Perl interpreterର process IDକୁ ଧାରଣ କରିବ
07:26 command line ଉପରେ ନିର୍ଦ୍ଦିଷ୍ଟ ହୋଇଥିବା ଫାଇଲଗୁଡିକରୁ ପ୍ରତ୍ୟେକ ଲାଇନକୁ ପଢିବା ପାଇଁ diamond operator ବ୍ୟବହୃତ ହୋଇଥାଏ
07:32 ଏଥିପାଇଁ ଚାଲନ୍ତୁ ଗୋଟିଏ ଉଦାହରଣକୁ ଦେଖିବା
07:35 ଟର୍ମିନଲକୁ ଖୋଲିବା ସହିତ gedit commandline.pl ampersand ଟାଇପ୍ କରନ୍ତି ଏବଂ Enter ଦାବନ୍ତୁ
07:42 ବର୍ତ୍ତମାନ commandline.pl ଫାଇଲ୍ geditରେ ଖୋଲିଯିବ
07:46 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ
07:49 ଫାଇଲକୁ Save କରନ୍ତୁ
07:51 sample dot txt ନାମକ ଗୋଟିଏ ଫାଇଲରେ ଥିବା ଟେକ୍ସଟକୁ ମୁଁ ପ୍ରଦର୍ଶନ କରିବି
07:56 ବର୍ତ୍ତମାନ command lineରୁ ପ୍ରୋଗ୍ରାମକୁ run କରିବା ପାଇଁ ଟାଇପ୍ କରନ୍ତୁ: perl commandline dot pl space sample dot txt ଏବଂ Enter ଦାବନ୍ତୁ
08:07 sample dot txt ଫାଇଲରେ ଥିବା ଏହା ଟେକ୍ସଟ ଅଟେ
08:11 ଯଦି କୌଣସି ଫାଇଲ୍ ନିର୍ଦ୍ଦିଷ୍ଟ ହୋଇନାହିଁ ତେବେ ଏହା standard input, କୀବୋର୍ଡରୁ ରିଡ୍ କରିବ
08:17 ସ୍ଵତନ୍ତ୍ର ଭେରିଏବଲ୍ ଭାବେ at the rate capital A R G V ନାମକ Perlର ଗୋଟିଏ ଆରେ ଅଛି. ଏହା command lineରୁ ସମସ୍ତ ଭେଲ୍ୟୁଗୁଡିକୁ ଧାରଣ କରିବ
08:27 ଆରେ at the rate capital A R G Vକୁ ବ୍ୟବହାର କରିବା ସମୟରେ, ଭେରିଏବଲଗୁଡିକୁ ଘୋଷଣା କରିବାର ଆବଶ୍ୟକତା ନାହିଁ
08:33 ଅଟୋମାଟିକାଲୀ command lineରୁ ଭେଲ୍ୟୁଗୁଡିକ ଭେରିଏବଲରେ ସ୍ଥାପିତ ହୋଇଯିବ
08:37 ବର୍ତ୍ତମାନ ଚାଲନ୍ତୁ Global Special Constantsକୁ ଯିବା
08:41 underscore underscore E N D(ସମସ୍ତ କ୍ୟାପିଟାଲରେ). underscore underscore, ଲଜିକାଲୀ ପ୍ରୋଗ୍ରାମର ସମାପ୍ତିକୁ ସୂଚିତ କରୁଛି
08:50 ଏହି special variable ପଛକୁ କୌଣସି ଟେକ୍ସଟ ଥିବା ଏହି ଷ୍ଟେଟମେଣ୍ଟ ପରେ ସବୁକୁ ଅଗ୍ରାହ୍ୟ କରାଯିବ
08:55 underscore underscore FILE (କ୍ୟାପିଟାଲ୍ ଲେଟରରେ), underscore underscore ପ୍ରୋଗ୍ରାମର ଫାଇଲ୍ ନେମକୁ ଉପସ୍ଥାପିତ କରିବ ଯେଉଁଠାରୁ ଏହା ବ୍ୟବହୃତ ହୋଇଛି
09:06 underscore underscore LINE (କ୍ୟାପିଟାଲ୍ ଲେଟରରେ), underscore underscore ସାମ୍ପ୍ରତିକ ଲାଇନର ସଂଖ୍ୟାକୁ ଉପସ୍ଥାପିତ କରିବ
09:13 underscore underscore PACKAGE(କ୍ୟାପିଟାଲ୍ ଲେଟରରେ), underscore underscore କମ୍ପାଇଲ୍ ସମୟରେ ସାମ୍ପ୍ରତିକ ପ୍ୟାକେଜର ନାମକୁ ଉପସ୍ଥାପିତ କରିବ କିମ୍ବା ଅପରିଭାଷିତ ରହିବ ଯଦି କୌଣସି ସାମ୍ପ୍ରତିକ ପ୍ୟାକେଜ୍ ନଥାଏ
09:25 Global Special Constantsର ବ୍ୟବହାର ଉପରେ ଥିବା ଗୋଟିଏ ନମୂନା ପ୍ରୋଗ୍ରାମକୁ ଚାଲନ୍ତୁ ଦେଖିବା
09:30 ଟର୍ମିନଲକୁ ଖୋଲିବା ସହିତ gedit specialconstant ଡଟ୍ pl ampersand ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
09:39 ବର୍ତ୍ତମାନ specialconstant dot pl ଫାଇଲ୍ geditରେ ଖୋଲିଯିବ
09:44 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ. ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି
09:50 ସ୍ଵତନ୍ତ୍ର ବର୍ଣମାଳା ଯେପରି PACKAGE, FILE, LINE, ପ୍ରୋଗ୍ରାମର ସେହି ବିନ୍ଦୁରେ କ୍ରମାନୁସାରେ ପ୍ୟାକେଜ୍ ନେମ୍, ସାମ୍ପ୍ରତିକ ଫାଇଲ୍ ନେମ୍ ଓ ଲାଇନ୍ ସଂଖ୍ୟାକୁ ଉପସ୍ଥାପନ କରେ
10:00 ପ୍ରୋଗ୍ରାମକୁ execute କରନ୍ତୁ
10:02 ଟର୍ମିନଲକୁ ଫେରିଆସିବା ସହିତ perl specialconstant.pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ


10:09 ଆମେ ଆମ ପ୍ରୋଗ୍ରାମରେ ସାମ୍ପ୍ରତିକ ପ୍ୟାକେଜ୍ ନେମ୍, ଫାଇଲ୍ ନେମ୍ ତଥା ଲାଇନର ସଂଖ୍ୟାକୁ ଦେଖିପାରିବା
10:15 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
10:19 ଏହି ଟ୍ୟୁଟୋରିଆଲରେ Perlରେ ବହୁଳ ଭାବେ ବ୍ୟବହୃତ ହେଉଥିବା କିଛି special variableଗୁଡିକ ବିଷୟରେ ଆମେ ଶିଖିଲେ
10:25 ଗୋଟିଏ ଆସାଇନମେଣ୍ଟ ଭାବେ ନିମ୍ନଲିଖିତ କରନ୍ତୁ. ନିମ୍ନଲିଖିତ ସଂଖ୍ୟାଗୁଡିକର ଆରେକୁ ବଡରୁ ସାନ ଓ ସାନରୁ ବଡ କ୍ରମରେ ସର୍ଟ କରିବା ପାଇଁ Perlରେ ଗୋଟିଏ ସ୍କ୍ରିପ୍ଟ ଲେଖନ୍ତୁ
10:34 ଧ୍ୟାନଦିଅନ୍ତୁ: ବଡରୁ ସାନ କ୍ରମ ପାଇଁ, ତୂଳନା କରିବା ସକାଷେ ନିମ୍ନଲିଖିତ କୋଡକୁ ବ୍ୟବହାର କରନ୍ତୁ
10:39 while ଲୂପ୍ ଓ special variable $_ (Dollar Underscore)କୁ ବ୍ୟବହାର କରି ସର୍ଟ ହୋଇଥିବା ପରିଣାମକୁ ପ୍ରିଣ୍ଟ କରନ୍ତୁ
10:45 ପ୍ରୋଗ୍ରାମକୁ Save କରିବା ସହିତ execute କରନ୍ତୁ
10:47 ବର୍ତ୍ତମାନ ପରିଣାମକୁ ଯାଞ୍ଚ କରନ୍ତୁ
10:49 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:56 Spoken Tutorial ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:03 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
11:13 ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
11:17 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep