PERL/C3/Including-files-or-modules/Oriya

From Script | Spoken-Tutorial
Revision as of 13:10, 20 December 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ଗୋଟିଏ PERL ପ୍ରୋଗ୍ରାମରେ Including files or modules ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, PERL ପ୍ରୋଗ୍ରାମିଙ୍ଗରେ

do use ଓ require method ଗୁଡିକୁ ବ୍ୟବହାର କରି ଶିଖିବା

00:16 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍

00:28 ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ
00:32 ଏହି ଟ୍ୟୁଟୋରିଆଲ ଅନୁସରଣ କରିବା ପାଇଁ ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ
00:37 ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ
00:44 do() ମେଥଡ୍: ସାମ୍ପ୍ରତିକ ସ୍କ୍ରିପ୍ଟ ଫାଇଲରେ ଅନ୍ୟ ଫାଇଲଗୁଡିକରୁ ସୋର୍ସ କୋଡକୁ ସଂଯୁକ୍ତ କରିବା ପାଇଁ ଏଗୁଡିକ ସରଳ ମାର୍ଗ ଅଟନ୍ତି
00:53 do() methodକୁ କିପରି ବ୍ୟବହାର କରାଯାଏ ଚାଲନ୍ତୁ ବୁଝିବା
00:57 ଆପଣଙ୍କ ଟେକ୍ସଟ ଏଡିଟରରେ ଗୋଟିଏ ନୂତନ ଫାଇଲକୁ ଖୋଲିବା ସହିତ ଏହାକୁ datetime dot pl ଭାବେ ନାମିତ କରନ୍ତୁ
01:03 datetime dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ
01:09 ଏବେଠାରୁ ଆଗକୁ ଟର୍ମିନଲ୍ ଉପରେ ପ୍ରତ୍ୟେକ କମାଣ୍ଡ ପରେ Enter କୀକୁ ଦାବିବା ଭୁଲନ୍ତୁ ନାହିଁ
01:15 ବର୍ତ୍ତମାନ ଚାଲନ୍ତୁ କୋଡକୁ ବୁଝିବା
01:18 dollar datestring ନାମକ ଗୋଟିଏ ଭେରିଏବଲରେ ସାମ୍ପ୍ରତିକ ତାରିଖ ଓ ସମୟ ଷ୍ଟୋର୍ ହୋଇଛି
01:23 ଏଠାରେ msgThanks ନାମକ ଗୋଟିଏ ଫଙ୍କଶନ୍ ଅଛି ଯାହା ଗୋଟିଏ ବାର୍ତ୍ତା Thank you ରିଟର୍ନ କରିଥାଏ
01:31 ବର୍ତ୍ତମାନ Ctrl+Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ
01:35 ତା’ପରେ ଅନ୍ୟ ଏକ Perl ପ୍ରୋଗ୍ରାମକୁ ଦେଖିବା ଯାହା datetime dot pl ଫାଇଲକୁ ବ୍ୟବହାର କରିବ
01:43 ଆପଣଙ୍କ text editorରେ ଗୋଟିଏ ନୂତନ ଫାଇଲକୁ ଖୋଲିବା ସହିତ ଏହାକୁ main dot pl ଭାବେ ନାମିତ କରନ୍ତୁ
01:49 main dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ
01:55 ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି
01:58 ଏଠାରେ ପ୍ରଥମ ଲାଇନ୍ ସ୍ଵାଗତ ବାର୍ତ୍ତାକୁ ପ୍ରିଣ୍ଟ କରିବ
02:03 do() ମେଥଡ୍ ଫାଇଲ୍ ନେମ୍ ସହିତ କଲ୍ ହେବ ଯେଉଁଠାରୁ କୋଡକୁ ବ୍ୟବହାର କରାଯିବ
02:09 ସାମ୍ପ୍ରତିକ ତାରିଖ ଓ ସମୟ, datetime dot pl ଫାଇଲର $datestring ଭେରିଏବଲରେ ଷ୍ଟୋର୍ ହୋଇଛି
02:16 ଏବଂ ଶେଷରେ ସମାନ ଫାଇଲରୁ ଫଙ୍କଶନ୍ msgThanks()କୁ କଲ୍ କରନ୍ତୁ
02:21 ବର୍ତ୍ତମାନ ଫାଇଲକୁ save କରିବା ପାଇଁ Ctrl+Sକୁ ଦାବନ୍ତୁ
02:25 ପ୍ରୋଗ୍ରାମକୁ execute କରନ୍ତୁ
02:27 terminalକୁ ଫେରିଆସିବା ସହିତ perl main dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
02:34 ଟର୍ମିନଲ୍ ଉପରେ ଆଉଟପୁଟକୁ ଦେଖନ୍ତୁ
02:37 ତା’ପରେ ଗୋଟିଏ Perl ପ୍ରୋଗ୍ରାମରେ require() ଓ use() ମେଥଡ୍ କିପରି ବ୍ୟବହାର କରାଯାଏ ଶିଖିବା
02:44 ଯେତେବେଳେ ଆମ ପାଖରେ subroutinesର ସଂଗ୍ରହ ଥାଏ ଯାହାକୁ ଅନେକ Perl ପ୍ରୋଗ୍ରାମଗୁଡିକରେ ବ୍ୟବହାର କରାଯାଇପାରିବ ସେତେବେଳେ ଏହି methodଗୁଡିକ ବ୍ୟବହୃତ ହୋଇଥାଏ
02:52 use()ମେଥଡ୍ କେବଳ modules ପାଇଁ ବ୍ୟବହୃତ ହୋଇଥାଏ
02:56 compilation ହେବା ସମୟରେ ଏହା ଯାଞ୍ଚ ହୋଇଥାଏ
02:59 ଏଠାରେ ଫାଇଲ୍ extension ପ୍ରଦାନର ଆବଶ୍ୟକତା ନାହିଁ
03:03 require() ମେଥଡ୍, ଉଭୟ Perl ପ୍ରୋଗ୍ରାମ୍ ଓ moduleଗୁଡିକ ପାଇଁ ବ୍ୟବହୃତ ହୋଇଥାଏ
03:08 ଏହା run ଟାଇମରେ ଯାଞ୍ଚ ହୋଇଥାଏ
03:10 file extension ପ୍ରଦାନ କରିବା ଆବଶ୍ୟକ ଅଟେ
03:14 use ମେଥଡ୍ ପାଇଁ ସିଣ୍ଟାକ୍ସ ହେଉଛି, use module name semicolon
03:20 Perl modules ହେଉଛି ଫାଇଲଗୁଡିକ ଯାହା .pm ଏକ୍ସଟେନଶନ୍ ସହିତ ଶେଷ ହୋଇଥାଏ
03:25 modules ମାଧ୍ୟମରେ ପୁନଃବ୍ୟବହୃତ କୋଡ୍ ପ୍ରୟୋଗ ହୋଇଥାଏ
03:30 ଅନ୍ୟ (କମ୍ପ୍ୟୁଟର୍) ଲାଙ୍ଗୁୟେଜଗୁଡିକରେ ଥିବା libraries ଭଳି ଏଗୁଡିକ ସମାନ ଅଟନ୍ତି
03:35 ବର୍ତ୍ତମାନ Perl କୋଡରେ ଗୋଟିଏ ମୋଡ୍ୟୁଲକୁ ସଂଯୁକ୍ତ କରିବା ପାଇଁ ମୁଁ use method ସହିତ ଗୋଟିଏ ନମୂନା ପ୍ରୋଗ୍ରାମକୁ ପ୍ରଦର୍ଶନ କରିବି
03:43 ଆପଣଙ୍କ text editorରେ ଗୋଟିଏ ନୂତନ ଫାଇଲକୁ ଖୋଲିବା ସହିତ ଏହାକୁ sum dot pm ଭାବେ ନାମିତ କରନ୍ତୁ
03:49 sum dot pm ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
03:55 ଏଠାରେ ଗୋଟିଏ ସରଳ function ଅଛି ଯାହା ପ୍ରଦତ୍ତ ସଂଖ୍ୟା ସେଟର ଯୋଗଫଳକୁ ଗଣନା କରିବ
04:01 ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ
04:05 ଆମେ ଅନ୍ୟ ଏକ Perl scriptକୁ ଲେଖିବା ଯେଉଁଠି ଏହି sum dot pm ଫାଇଲକୁ ବ୍ୟବହାର କରାଯିବ
04:11 ନମୂନା ପ୍ରୋଗ୍ରାମ୍ app dot pl ଫାଇଲକୁ ଖୋଲନ୍ତୁ ଯାହାକୁ ମୁଁ ସେଭ୍ କରିସାରିଛି
04:17 app dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ
04:22 ବର୍ତ୍ତମାନ ମୁଁ କୋଦକୁ ବର୍ଣ୍ଣନା କରିବି
04:25 ପ୍ରଥମ ଲାଇନ୍ ମୋଡ୍ୟୁଲ୍ ନେମ୍ ସହିତ use ମେଥଡକୁ ପ୍ରଦର୍ଶନ କରିବ
04:29 ଆମ କ୍ଷେତ୍ରରେ ମୋଡ୍ୟୁଲ୍ ନେମ୍ sum ଅଟେ
04:33 sum dot pm ଫାଇଲସ୍ଥିତ ଫଙ୍କଶନ୍ total()ରେ input parameters ଭାବେ 1, 7, 5, 4, 9କୁ ପାସ୍ କରନ୍ତୁ
04:44 ପୁନର୍ବାର ପରବର୍ତ୍ତୀ ଲାଇନରେ ସମାନ ଫଙ୍କଶନରେ input parameters ଭାବେ 1 ଠାରୁ 10କୁ ପାସ୍ କରନ୍ତୁ
04:52 ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ
04:56 ପ୍ରୋଗ୍ରାମକୁ execute କରନ୍ତୁ
04:59 terminalକୁ ଫେରିଆସିବା ସହିତ perl app dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
05:06 ଟର୍ମିନଲରେ ପ୍ରଦର୍ଶିତ ହୋଇଥିବା ଆଉଟପୁଟକୁ ଦେଖନ୍ତୁ
05:10 ଚାଲନ୍ତୁ use methodରେ ଥିବା ଆଉ କିଛି ବିକଳ୍ପଗୁଡିକୁ ଦେଖିବା. text editorରେ sum dot pmକୁ ଫେରିଆସନ୍ତୁ
05:18 ସୋର୍ସ କୋଡର ଆରମ୍ଭରେ, use strict ସେମିକୋଲନ୍, use warnings ସେମିକୋଲନ୍ ଲାଇନଗୁଡିକୁ ସଂଯୁକ୍ତ କରନ୍ତୁ
05:27 use strict ଓ use warnings କମ୍ପାଇଲର୍ ଫ୍ଲାଗଗୁଡିକ ଅଟନ୍ତି ଯାହା Perlକୁ କଠୋର ଆଚରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥା’ନ୍ତି
05:35 ଏଗୁଡିକ ସାଧାରଣ ପ୍ରୋଗ୍ରାମିଙ୍ଗ ତୃଟିଗୁଡିକୁ ଅଗ୍ରାହ୍ୟ କରିବା ପାଇଁ ବ୍ୟବହୃତ ହୋଇଥାଏ
05:39 use strict, ପ୍ରୋଗ୍ରାମରେ ବ୍ୟବହୃତ ହୋଇଥିବା ସମସ୍ତ ଭେରିଏବଲଗୁଡିକୁ ଘୋଷଣା କରିବା ପାଇଁ ବାଧ୍ୟ କରିଥାଏ
05:45 ଯଦି କୌଣସି ତୃଟି ଥାଏ ତେବେ use strict ନିଷ୍ପାଦନକୁ ବନ୍ଦ କରିଦେଇଥାଏ
05:50 use warnings ସତର୍କ ବାର୍ତ୍ତାଗୁଡିକୁ ପ୍ରଦାନ ପୂର୍ବକ ନିଷ୍ପାଦନକୁ ଜାରି ରଖିଥାଏ
05:56 ଭାବିନିଅନ୍ତୁ ଯେ ଆମେ ଭେରିଏବଲ୍ $sumକୁ my ଭାବେ ଘୋଷଣା କରିବାକୁ ଭୁଲିଯାଇଛେ
06:02 ବର୍ତ୍ତମାନ ଚାଲନ୍ତୁ ସମାନ ପ୍ରୋଗ୍ରାମକୁ କିପରି ନିଷ୍ପାଦନ କରାଯିବ ଦେଖିବା
06:06 Ctrl+Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ
06:09 ଟର୍ମିନଲକୁ ଫେରିଆସିବା ସହିତ perl app dot pl ଟାଇପ୍ କରନ୍ତୁ
06:15 ଆମେ ଦେଖିପରିବା ଯେ ପରିଣାମକୁ ନିଷ୍ପାଦନ ନକରି ପ୍ରୋଗ୍ରାମ୍ ବନ୍ଦ ହୋଇଯାଇଛି
06:21 ଟର୍ମିନଲ୍ ଉପରେ ପ୍ରଦର୍ଶିତ ହୋଇଥିବା ଲାଇନର ପ୍ରଥମ ସେଟ୍ error messages ଅଟନ୍ତି ଯାହା use strict ଦ୍ଵାରା ସୃଷ୍ଟି ହୋଇଛି
06:29 ଶେଷ ଦୁଇଟି abort ବାର୍ତ୍ତା ଅଟନ୍ତି
06:32 ତେଣୁ ଏହିପରି use methodର ବିକଳ୍ପଗୁଡିକ କାର୍ଯ୍ୟ କରିଥା’ନ୍ତି
06:36 ତା’ପରେ ଚାଲନ୍ତୁ ଗୋଟିଏ Perl ପ୍ରୋଗ୍ରାମକୁ ଦେଖିବା ଯେଉଁଠି require ମେଥଡ୍ ବ୍ୟବହାର କରାଯାଇଛି
06:41 ନମୂନା ପ୍ରୋଗ୍ରାମ୍ commonfunctions dot plକୁ ଖୋଲନ୍ତୁ ଯାହା ମୁଁ ସେଭ୍ କରିସାରିଛି
06:48 commonfunctions dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ. ଚାଲନ୍ତୁ ବର୍ତ୍ତମାନ କୋଡକୁ ବୁଝିବା
06:57 ଏଠାରେ ସାଧାରଣ ଭାବେ ବ୍ୟବହୃତ ହେଉଥିବା ଫଙ୍କଶନଗୁଡିକର ଗୋଟିଏ ସଂଗ୍ରହକୁ ଆମେ ଦେଖିପାରିବା
07:01 ପ୍ରଥମ ଫଙ୍କଶନ୍ square(), ଗୋଟିଏ ସଂଖ୍ୟାର ବର୍ଗକୁ ରିଟର୍ନ କରିବ
07:06 ଦ୍ଵିତୀୟ ଫଙ୍କଶନ୍ square underscore root(), ଗୋଟିଏ ପ୍ରଦତ୍ତ ସଂଖ୍ୟାର ବର୍ଗମୂଳକୁ ରିଟର୍ନ କରିବ
07:12 ପରବର୍ତ୍ତୀ ଫଙ୍କଶନ୍ random underscore number(), ଗୋଟିଏ ରାଣ୍ଡମ୍ ସଂଖ୍ୟାକୁ ସୃଷ୍ଟି କରିବ
07:18 ଶେଷ ଫଙ୍କଶନ୍ random underscore range(), କ୍ଷୁଦ୍ରତମ ଓ ବୃହତ୍ତମ ସଂଖ୍ୟାଗୁଡିକ ମଧ୍ୟରେ ଗୋଟିଏ ରାଣ୍ଡମ୍ ସଂଖ୍ୟାକୁ ସୃଷ୍ଟି କରିବ
07:26 ଧ୍ୟାନଦିଅନ୍ତୁ ଯେ ଫାଇଲର ଶେଷରେ 1 semicolon(1;) ଆବଶ୍ୟକ ଅଟେ
07:31 ଏହାର କାରଣ ହେଉଛି ଗୋଟିଏ true ଭେଲ୍ୟୁ ରିଟର୍ନ କରିବା ପାଇଁ ଫାଇଲରେ Perl ଶେଷ ଏକ୍ସପ୍ରେସନ୍ ଆବଶ୍ୟକ କରିବ
07:37 ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ
07:41 ତା’ପରେ ଆମେ ଗୋଟିଏ Perl ପ୍ରୋଗ୍ରାମକୁ ଲେଖିବା ଯେଉଁଠି require ମେଥଡକୁ ବ୍ୟବହାର କରି ଆମେ subroutinesକୁ କଲ୍ କରିବା
07:48 ନମୂନା ପ୍ରୋଗ୍ରାମ୍ callprogram dot plକୁ ଖୋଲନ୍ତୁ ଯାହାକୁ ମୁଁ ସେଭ୍ କରିସାରିଛି
07:54 ଆପଣଙ୍କ ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ. ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି
08:02 Perl କୋଡ୍ ଧାରଣ କରିଥିବା commonfunctions dot pl ଫାଇଲକୁ require ରିଡ୍ କରିବ ଏବଂ ଏହାକୁ କମ୍ପାଇଲ୍ କରିବ
08:09 ଏହି ପ୍ରୋଗ୍ରାମ୍ ୟୁଜରକୁ ଚାରୋଟି ବିକଳ୍ପ ପ୍ରଦାନ କରିବ. ୟୁଜର୍ ଥରକୁ ଗୋଟିଏ ମାତ୍ର ବିକଳ୍ପକୁ ଚୟନ କରିପାରିବେ
08:17 1: (one) ଗୋଟିଏ ସଂଖ୍ୟାର ବର୍ଗ ପ୍ରାପ୍ତ କରିବା ପାଇଁ ଅଟେ
08:20 2: Two ଗୋଟିଏ ସଂଖ୍ୟାର ବର୍ଗମୂଳ ପ୍ରାପ୍ତ କରିବା ପାଇଁ ଅଟେ
08:23 3: Three ପ୍ରଦତ୍ତ ସିମାରେ ଗୋଟିଏ ରାଣ୍ଡମ୍ ସଂଖ୍ୟା ପାଇଁ ଅଟେ. 4: Four ପ୍ରୋଗ୍ରାମକୁ ବନ୍ଦ କରିବା ପାଇଁ ଅଟେ
08:29 ଯଦି option 1 (one)କୁ ଟାଇପ୍ କରାଯାଇଛି, ଏହା ୟୁଜରକୁ ଗୋଟିଏ ସଂଖ୍ୟା ପ୍ରବେଶ କରିବା ପାଇଁ କହିବ
08:34 $numberରେ ଭେଲ୍ୟୁ ଷ୍ଟୋର୍ ହୋଇଛି. commonfunctions dot pl ଫାଇଲରେ ଥିବା square() ଫଙ୍କଶନରେ ଭେଲ୍ୟୁ ପାସ୍ ହୋଇଛି
08:44 function ଗୋଟିଏ ସଂଖ୍ୟାର ଭେଲ୍ୟୁକୁ ରିଟର୍ନ କରିବ
08:47 print ଷ୍ଟେଟମେଣ୍ଟ ଆଉଟପୁଟ ଭାବେ ଗୋଟିଏ ସଂଖ୍ୟାର ବର୍ଗକୁ ପ୍ରିଣ୍ଟ କରିବ
08:52 ଯଦି option 2 (two) ଟାଇପ୍ ହୋଇଛି ତେବେ, ଆଉଟପୁଟ୍ ଭାବେ ଗୋଟିଏ ସଂଖ୍ୟାର ବର୍ଗମୂଳ ପ୍ରଦର୍ଶିତ ହେବ
08:58 ପୂର୍ବ ଫଙ୍କଶନ୍ square()ରେ ବର୍ଣ୍ଣନା କରାଯିବା ଭଳି ନିଷ୍ପାଦନର ଅନୁସରଣ କରାଯାଇଛି
09:03 ଯଦି option 3 (three) ଟାଇପ୍ ହୋଇଛି ତେବେ ଆଉଟପୁଟ୍ ଭାବେ ପ୍ରଦତ୍ତ ସିମାରେ ଗୋଟିଏ ରାଣ୍ଡମ୍ ସଂଖ୍ୟା ପ୍ରଦର୍ଶିତ ହେବ
09:09 କିମ୍ବା ଯଦି option 4 (four) ଅଟେ ତେବେ ପ୍ରୋଗ୍ରାମ୍ ବନ୍ଦ ହୋଇଯିବ. ଯଦି ପ୍ରଦତ୍ତ ବିକଳ୍ପଗୁଡିକ ବ୍ୟତିତ ଅନ୍ୟ କିଛି ଟାଇପ୍ କରାଯାଏ ତେବେ print ଷ୍ଟେଟମେଣ୍ଟ Incorrect option ବୋଲି କହିବ
09:20 ଧ୍ୟାନଦିଅନ୍ତୁ ଯେ ଏହି ପ୍ରୋଗ୍ରାମସ୍ଥିତ commonfunctions dot plରେ ଚାରୋଟି ଫଙ୍କଶନ୍ ମଧ୍ୟରୁ କେବଳ ତିନୋଟିକୁ କଲ୍ କରାଯାଇଛି
09:28 ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ
09:31 ପ୍ରୋଗ୍ରାମକୁ execute କରନ୍ତୁ
09:34 ଟର୍ମିନଲକୁ ଫେରିଆସିବା ସହିତ perl callprogram dot pl ଟାଇପ୍ କରନ୍ତୁ
09:41 ଆଉଟପୁଟକୁ ଲକ୍ଷ୍ୟ କରନ୍ତୁ
09:44 ଗୋଟିଏ ଭିନ୍ନ ବିକଳ୍ପ ସହିତ ପ୍ରୋଗ୍ରାମକୁ ପୁନର୍ବାର ନିଷ୍ପାଦନ କରନ୍ତୁ
09:49 perl callprogram dot pl ଟାଇପ୍ କରନ୍ତୁ
09:53 ବର୍ତ୍ତମାନ ବିକଳ୍ପକୁ 3 ଭାବେ ପ୍ରବେଶ କରନ୍ତୁ
09:56 50 ଭାବେ ଗୋଟିଏ ନ୍ୟୁନତମ ରେଞ୍ଜକୁ ପ୍ରବେଶ କରନ୍ତୁ
09:59 99 ଭାବେ ଗୋଟିଏ ବୃହତ୍ତମ ରେଞ୍ଜକୁ ପ୍ରବେଶ କରନ୍ତୁ
10:02 ପ୍ରଦତ୍ତ ସଂଖ୍ୟାର ରେଞ୍ଜରେ ଗୋଟିଏ ରାଣ୍ଡମ୍ ନମ୍ବର୍ ସୃଷ୍ଟି ହେବା ଆପଣ ଦେଖିପାରିବେ
10:08 ଅନ୍ୟ ବିକଳ୍ପଗୁଡିକୁ ନିଜେ ଚେଷ୍ଟା କରନ୍ତୁ
10:11 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
10:16 ଏହି ଟ୍ୟୁଟୋରିଆଲରେ ଆମେ, PERL ପ୍ରୋଗ୍ରାମିଙ୍ଗରେ

do use require methodsକୁ ବ୍ୟବହାର କରିବା ଶିଖିଲେ

10:24 ଧ୍ୟାନଦିଅନ୍ତୁ: require ମୋଡ୍ୟୁଲରେ use ମୋଡ୍ୟୁଲକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି କାରଣ ଏହା compile timeରେ ମୋଡ୍ୟୁଲର ଉପଲବ୍ଧତାକୁ ନିର୍ଦ୍ଧାରଣ କରିଥାଏ
10:33 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. ଗୋଟିଏ Perl ପ୍ରୋଗ୍ରାମ୍ reminder.pl ଲେଖନ୍ତୁ ଯେଉଁଠି ଆପଣ ଯୋଗଦାନକାରୀମାନଙ୍କୁ ଗୋଟିଏ ଲେଟର୍ ଲେଖିବେ
10:41 ୟୁଜରଙ୍କୁ To ଓ From ନେମକୁ ପ୍ରବେଶ କରିବା ପାଇଁ ପ୍ରମ୍ପ୍ଟ କରନ୍ତୁ
10:45 ମେଥଡ୍ useକୁ ବ୍ୟବହାର କରି Letter dot pmରୁ ସବରୁଟିନଗୁଡିକୁ Call କରନ୍ତୁ
10:50 ନିମ୍ନଲିଖିତ ଫଙ୍କଶନଗୁଡିକୁ Letter dot pm ଫାଇଲରେ ଲେଖନ୍ତୁ
10:54 ଫଙ୍କଶନ୍ LetterDate(), ସାମ୍ପ୍ରତିକ ତାରିଖ ଓ ସମୟକୁ ରିଟର୍ନ କରିବ
10:58 ଫଙ୍କଶନ୍ To(), ଯୋଗଦାନକାରୀମାନଙ୍କ ନାମଗୁଡିକୁ ରିଟର୍ନ କରିବ
11:02 ଫଙ୍କଶନ୍ From(), ପ୍ରେରକଙ୍କର ନାମକୁ ରେଟର୍ନ କରିବ
11:05 ଫଙ୍କଶନ୍ Lettermsg(), ଲେଟରର କଣ୍ଟେଣ୍ଟକୁ ରିଟର୍ନ କରିବ
11:09 ଫଙ୍କଶନ୍ Thanksmsg(), thanks ଓ regards ରିଟର୍ନ କରିବ
11:13 ଏଠାରେ ପ୍ରଦର୍ଶିତ ହେବା ଭଳି ଆଉଟପୁଟ୍ ପ୍ରଦର୍ଶିତ ହେବ
11:20 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:27 Spoken Tutorial ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:36 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ

ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ

11:51 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep