OpenModelica/C3/Icon-and-Diagram-Views/Oriya

From Script | Spoken-Tutorial
Revision as of 20:48, 7 December 2017 by Pradeep (Talk | contribs)

Jump to: navigation, search
Time Narration
00:01 ବନ୍ଧୁଗଣ, Icon and Diagram Views ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ classର icon and diagram viewଗୁଡିକୁ କିପରି ନିର୍ଦ୍ଦିଷ୍ଟ କରିବା
00:14 Icon/Diagram Viewରେ କିପରି polygon ଓ ellipseକୁ ଇନସର୍ଟ କରିବା ଶିଖିବା
00:20 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica 1.9.2 ବ୍ୟବହାର କରୁଛି
00:27 ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ, ଆପଣ ନିମ୍ନଲିଖିତ ଅପରେଟିଙ୍ଗ ସିଷ୍ଟମ୍, Linux, Windows, Mac OS X କିମ୍ବା FOSSEE OS on ARM ମଧ୍ୟରୁ ଯେକୌଣସିକୁ ବ୍ୟବହାର କରିପାରିବେ
00:39 ଏହି ଟ୍ୟୁଟୋରିଆଲକୁ ବୁଝିବା ଓ ଅଭ୍ୟାସ କରିବା ପାଇଁ ଆପଣଙ୍କର Modelicaରେ class definition ଉପରେ ଜ୍ଞାନ ଥିବା ଆବଶ୍ୟକ ଏବଂ ଆନୋଟେଶନଗୁଡିକୁ କିପରି ନିର୍ଦ୍ଦିଷ୍ଟ କରାଯାଏ ଜାଣିଥିବା ଆବଶ୍ୟକ
00:51 ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ
00:57 Icon and Diagram Viewଗୁଡିକ ଗୋଟିଏ ମୋଡେଲକୁ ଗ୍ରାଫିକାଲୀ ଦେଖିବା ପାଇଁ ସକ୍ଷମ କରନ୍ତି
01:03 Annotationଗୁଡିକୁ ଗୋଟିଏ ମୋଡେଲର Icon and Diagram Viewsକୁ ନିର୍ଦ୍ଦିଷ୍ଟ କରିବା ପାଇଁ ବ୍ୟବହାର କରାଯାଇପାରିବ
01:09 Icon Annotationକୁ ବ୍ୟବହାର କରି Icon Viewକୁ ନିର୍ଦ୍ଦିଷ୍ଟ କରାଯାଇଥାଏ ଯେତେବେଳେ କି Diagram Annotationକୁ ବ୍ୟବହାର କରି Diagram Viewକୁ ନିର୍ଦ୍ଦିଷ୍ଟ କରାଯାଇଥାଏ
01:19 ସେମାନେ component-oriented modeling ପାଇଁ ଡ୍ରାଗ୍ ଓ ଡ୍ରପ୍ ଫଙ୍କଶନାଲିଟୀକୁ ସକ୍ଷମ କରିଥା’ନ୍ତି
01:25 ଆସନ୍ତା ଟ୍ୟୁଟୋରିଆଲଗୁଡିକରେ ଆମେ ଏହି ଫିଚର୍ ବିଷୟରେ ଅଧିକ ଶିଖିବା
01:30 ବର୍ତ୍ତମାନ Icon and Diagram Annotationsର ସିଣ୍ଟାକ୍ସକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ
01:37 ପୂର୍ବ ଟ୍ୟୁଟୋରିଆଲଗୁଡିକ ଅନୁସାରେ annotationଗୁଡିକୁ records ଭାବେ ଭଲ ବୁଝିହେବ
01:44 ତେଣୁ, ଫିଲ୍ଡଗୁଡ଼ିକ ଭାବେ କୋର୍ଡିନେଟ୍ ସିଷ୍ଟମ୍ ଓ ଗ୍ରାଫିକ୍ସ ସହିତ ରେକର୍ଡଗୁଡ଼ିକୁ ଆଇକନ୍ ଆଣ୍ଡ ଡାୟଗ୍ରାମ୍ ଆନୋଟେଶନ୍ ଭାବେ ଅବଧାରଣା କରାଯାଇପାରିବ
01:55 ଆମେ ସେଗୁଡିକୁ ପ୍ରତ୍ୟେକଙ୍କୁ ଗୋଟି ଗୋଟିକରି ଦେଖିବା
01:58 coordinateSystemକୁ ନିମ୍ନଲିଖିତ ଫିଲ୍ଡଗୁଡିକ ସହିତ ଗୋଟିଏ record ଭାବେ ଅବଧାରଣା କରାଯାଇପାରିବ: extent,

initialScale, preserveAspectRatio ଓ grid

02:10 ଆମେ ସେଗୁଡିକୁ ଗୋଟିଏ ଉଦାହରଣ ସାହାଯ୍ୟରେ ବୁଝିବା
02:15 Icon/Diagram Annotationର ସିଣ୍ଟାକ୍ସକୁ ପ୍ରଦର୍ଶନ କରିବା ପାଇଁ ଏଠାରେ ଗୋଟିଏ ଉଦାହରଣ ଅଛି
02:22 ବର୍ତ୍ତମାନ OMEditକୁ ଫେରିଆସନ୍ତୁ
02:26 ଆମେ icon and diagram annotationsକୁ bouncingBallWithAnnotations ନାମକ ଗୋଟିଏ ଉଦାହରଣ ମାଧ୍ୟମରେ ବୁଝିବା
02:35 ଦୟାକରି ଏହି ଫାଇଲକୁ ଆମ ୱେବସାଇଟରୁ ଡାଉନଲୋଡ୍ କରନ୍ତୁ
02:39 ଏହି ମୋଡେଲକୁ ପୂର୍ବ ଟ୍ୟୁଟୋରିଆଲଗୁଡିକରେ ବ୍ୟବହାର କରାଯାଇଥିଲା
02:42 ଏହି ମୋଡେଲ୍ ଉପରେ ଅଧିକ ତଥ୍ୟ ପାଇଁ ଦୟାକରି ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ
02:48 ମୁଁ OMEditରେ bouncingBallWithAnnotationsକୁ ଖୋଲିସାରିଛି
02:54 Libraries Browserରେ ଥିବା ଏହାର ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
02:58 ବର୍ତ୍ତମାନ ମୋଡେଲ୍ Icon Viewରେ ଖୋଲିଯାଇଛି
03:02 Icon Viewକୁ ଫେରିଆସନ୍ତୁ ଯଦି Diagram କିମ୍ବା Text Viewରେ ଖୋଲିବ
03:08 ଭଲ ଦୃଶ୍ୟମାନତା ପାଇଁ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ
03:14 ଏହି ମୋଡେଲର Icon Viewରେ ଧଳା ବ୍ୟାକଗ୍ରାଉଣ୍ଡ ଥିବା ଗୋଟିଏ ବୃତ୍ତକୁ ଦେଖିପାରିବେ
03:21 Icon Viewରେ ଧଳା ସ୍ଥାନକୁ canvas ଭାବେ ରେଫର୍ କରନ୍ତୁ
03:27 canvasଟି ଗ୍ରିଡଗୁଡିକରେ ବିଭକ୍ତ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
03:32 ପ୍ରଥମେ ଆମେ canvasର ଗୁଣାବଳୀଗୁଡିକୁ କିପରି ମାନିପୁଲେଟ୍ କରାଯାଏ ଶିଖିବା
03:37 ତା’ପରେ ଆମେ ଗୋଟିଏ circle ଓ polygonକୁ କିପରି ଇନସର୍ଟ କରାଯାଏ ଶିଖିବା
03:43 circleର ପାର୍ଶ୍ଵରେ ଥିବା କାନଭାସ ଉପରେ ରାଇଟ୍ କ୍ଲିକ୍ କରନ୍ତୁ. Propertiesକୁ ଚୟନ କରନ୍ତୁ
03:51 ପ୍ରଦର୍ଶିତ ହେବା ଭଳି ଗୋଟିଏ ଡାଇଲଗ୍ ବକ୍ସ ପପ୍ ଅପ୍ କରିବ
03:55 ଧ୍ୟାନଦିଅନ୍ତୁ ଯେ ଏଠାରେ Extent, Grid ଓ Component ନାମକ ଶ୍ରେଣୀଗୁଡିକ ଅଛି
04:04 Extent, କାନଭାସର ପରିସରକୁ ସୂଚିତ କରିଥାଏ
04:07 Left ଓ Top ନାମକ ଫିଲ୍ଡଗୁଡିକ canvasର ଉପର ବାମପଟ କୋଣରେ ଥିବା କୋଅର୍ଡିନେଟଗୁଡିକର ଅନୁରୂପ ଅଟନ୍ତି
04:16 Left ହରିଯଣ୍ଟାଲ୍ ତଥା Top ଭର୍ଟିକଲ୍ କୋଅର୍ଡିନେଟର ଅନୁରୂପ ଅଟନ୍ତି
04:24 ସେହିପରି Bottom ଓ Right, canvasର ନିମ୍ନସ୍ଥ ଡାହାଣପଟ କୋଣର ଅନୁରୂପ ଅଟନ୍ତି
04:33 ବର୍ତ୍ତମାନ Left ଫିଲ୍ଡକୁ -200 ୟୁନିଟରେ ପରିବର୍ତ୍ତନ କରିବା ସହିତ Okରେ କ୍ଲିକ୍ କରନ୍ତୁ
04:41 କାନଭାସ୍ ବାମପଟକୁ 100 ୟୁନିଟ୍ ପ୍ରସାରିତ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
04:47 ପୁନର୍ବାର କାନଭାସ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Propertiesକୁ ଚୟନ କରନ୍ତୁ
04:53 Grid, ଗ୍ରିଡର ଆକାରକୁ ସୂଚିତ କରୁଛି
04:57 ଧ୍ୟାନଦିଅନ୍ତୁ ଯେ extent ଓ gridର ୟୁନିଟଗୁଡିକ Scale Factor ଦ୍ଵାରା ପୃଥକ ହୋଇଛନ୍ତି
05:04 ଗ୍ରିଡରେ ହରିଯଣ୍ଟାଲ୍ ଫିଲ୍ଡକୁ 4 ୟୁନିଟରେ ପରିବର୍ତ୍ତନ କରିବା ସହିତ OKରେ କ୍ଲିକ୍ କରନ୍ତୁ
05:11 canvasରେ ଗ୍ରିଡର ଆକାରରେ ବୃଦ୍ଧି ହେବା ଲକ୍ଷ୍ୟ କରନ୍ତୁ
05:16 Icon Viewର ଏହି ଗୁଣାବଳୀଗୁଡିକୁ Text Viewରେ Icon annotationକୁ ବ୍ୟବହାର କରି ମଧ୍ୟ ମାନିପୁଲେଟ୍ କରାଯାଇପାରିବ
05:24 ଧ୍ୟାନଦିଅନ୍ତୁ ଯେ Icon Viewରେ ହେଉଥିବା ଯେକୌଣସି ପରିବର୍ତ୍ତନ, Icon annotationରେ ଅନୁରୂପ ପ୍ରତିଫଳିତ ହେବ
05:32 ଏହାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ. Modeling କ୍ଷେତ୍ରର ଉପରକୁ ଯିବା ସହିତ Text Viewରେ କ୍ଲିକ୍ କରନ୍ତୁ. ତଳକୁ ସାମାନ୍ୟ ସ୍କ୍ରୋଲ୍ କରନ୍ତୁ
05:43 coordinateSystem ଯାହା ଆମେ ସ୍ଲାଇଡରେ ଦେଖିଛେ ତାହା Icon ଅନୋଟେଶନରେ ଗୋଟିଏ ଫିଲ୍ଡ ଅଟେ
05:50 coordinateSystemରେ extent ଗୋଟିଏ ଫିଲ୍ଡ ଅଟେ. ଏଥିରେ ସଂଖ୍ୟାର ଦୁଇଟି ଯୋଡି ଅଛି
05:57 Properties ଡାଇଲଗ୍ ବକ୍ସକୁ ବ୍ୟବହାର କରି extentକୁ କିପରି ମାନିପୁଲେଟ୍ କରାଯାଏ ତାହା ଆମେ ଦେଖିସାରିଛେ
06:04 ସଂଖ୍ୟାର ପ୍ରଥମ ଦୁଇଟି ଯୋଡି ହେଉଛି, {-200,-100}
06:09 ଏହି ଯୋଡିର ପ୍ରଥମ ସଂଖ୍ୟା ଯାହା -200 ଅଟେ, କାନଭାସର ଉପର ବାମପଟ କୋଣର ହରିଯଣ୍ଟାଲ୍ କୋଅର୍ଡିନେଟକୁ ଉପସ୍ଥାପିତ କରୁଛି
06:20 ସେହିପରି, -100 ସମାନ ବିନ୍ଦୁର ଭର୍ଟିକଲ୍ କୋଅର୍ଡିନେଟକୁ ଉପସ୍ଥାପିତ କରୁଛି
06:27 ଦ୍ଵିତୀୟ ଯୋଡି ଧଳା ସ୍ଥାନର ନିମ୍ନସ୍ଥ ଡାହାଣପଟ କୋଣର କୋଅର୍ଡିନେଟକୁ ଉପସ୍ଥାପିତ କରୁଛି
06:35 ଧ୍ୟାନଦିଅନ୍ତୁ ଯେ ଏହି ଚାରୋଟି ସଂଖ୍ୟା, top, bottom, left ଓ right ଫିଲ୍ଡଗୁଡିକୁ ଉପସ୍ଥାପିତ କରୁଛନ୍ତି ଯାହା ଆମେ Properties ଡାଇଲଗ୍ ବକ୍ସରେ ଦେଖିଛେ
06:45 ବର୍ତ୍ତମାନ Icon Viewର Properties ଡାଇଲଗ୍ ବକ୍ସକୁ ବ୍ୟବହାର କରି extentକୁ ପରିବର୍ତ୍ତନ କରନ୍ତୁ
06:52 ତା’ପରେ ଆମେ Text Viewର annotationରେ ଅନୁରୂପ ପରିବର୍ତ୍ତନ ହେଉଛି କି ନାହିଁ ଦେଖିବା
06:59 Icon Viewକୁ ଫେରିଆସନ୍ତୁ
07:02 କାନଭାସ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Propertiesକୁ ଚୟନ କରନ୍ତୁ
07:07 Left ଫିଲ୍ଡକୁ -150.00ରେ ପରିବର୍ତ୍ତନ କରିବା ସହିତ Ok ଉପରେ କ୍ଲିକ୍ କରନ୍ତୁ
07:14 Text Viewରେ କ୍ଲିକ୍ କରିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ
07:18 extentରେ ଥିବା କୋଅର୍ଡିନେଟଗୁଡିକର ପ୍ରଥମ ଯୋଡି {-200,-100}ରୁ {-150,-100}କୁ ପରିବର୍ତ୍ତନ ହୋଇଯିବା ଲକ୍ଷ୍ୟ କରନ୍ତୁ
07:30 Properties ଡାଇଲଗ୍ ବକ୍ସକୁ ବ୍ୟବହାର କରି Icon Viewରେ କରିଥିବା ପରିବର୍ତ୍ତନ ଯୋଗୁଁ ଏହା ସମ୍ଭବ ହୋଇଛି
07:37 ତେଣୁ Icon annotationରେ ହେଉଥିବା କୌଣସି ପରିବର୍ତ୍ତନ Icon Viewରେ ଅନୁରୂପ ପରିବର୍ତ୍ତନ ହୋଇଥାଏ ଏବଂ ବିପରୀତ ମଧ୍ୟ
07:46 coordinateSystemର ଅନ୍ୟ ଫିଲ୍ଡଗୁଡିକ ଯେପରି ScaleFactor ଉପରେ ଆଲୋଚନା କରିବା ଏହି ଟ୍ୟୁଟୋରିଆଲରେ ସମ୍ଭବ ନୁହେଁ
07:54 ସ୍ଲାଇଡକୁ ଫେରିଆସନ୍ତୁ
07:57 ଆମେ ପୂର୍ବରୁ ଆଲୋଚନା କରିସାରିଛେ ଯେ Icon ଆନୋଟେଶନର coordinateSystem ଓ graphics ଏହାର ଉପାଦାନ ଭାବେ ଅଛନ୍ତି
08:06 graphics recordରେ ନିମ୍ନଲିଖିତ ଆଇଟମଗୁଡିକ ରହିପାରେ ଯେପରି, Line, Rectangle, Ellipse, Polygon, Text ଓ Bitmap
08:17 ବର୍ତ୍ତମାନ Icon and Diagram viewsରେ ଏହି ଆଇଟମଗୁଡିକୁ କିପରି ଇନସର୍ଟ କରାଯାଏ ଆଲୋଚନା କରିବା
08:25 OMEditକୁ ଫେରିଆସନ୍ତୁ
08:29 ଆମେ ଏହି ଆନୋଟେଶନଗୁଡିକୁ ତିନୋଟି ସୋପାନରେ ବୁଝିବା. bouncingBallWithAnnotationsର Icon Viewରେ ଗୋଟିଏ circle ଇନସର୍ଟ ହୋଇସାରିଛି
08:40 Ellipse ଆନୋଟେଶନକୁ ବ୍ୟବହାର କରି circleକୁ ପ୍ରାପ୍ତ କରାଯାଇଛି. ପ୍ରଥମେ ଏହାର ଗୁଣାବଳୀଗୁଡିକୁ ରୂପାନ୍ତର କରିବା ପାଇଁ ଚେଷ୍ଟା କରନ୍ତୁ
08:49 ଧ୍ୟାନଦିଅନ୍ତୁ ଯେ ଗୋଟିଏ Ellipse ଇନସର୍ଟ ହୋଇଛି ତଥା ଏହାର ଗୁଣାବଳୀଗୁଡିକୁ ଆଇକନ୍ ଆନୋଟେଶନର ଗ୍ରାଫିକସ ଫିଲ୍ଡରେ ନିର୍ଦ୍ଦିଷ୍ଟ କରାଯାଇଛି
08:59 Icon Viewକୁ ଫେରିଆସନ୍ତୁ
09:02 circle ମଧ୍ୟରେ ଥିବା ବ୍ଲୁ ସ୍ଥାନ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Propertiesକୁ ଚୟନ କରନ୍ତୁ
09:09 OriginX, ellipseର କେନ୍ଦ୍ରର ହରିଯଣ୍ଟାଲ୍ କୋଅର୍ଡିନେଟ୍ ଅଟେ
09:15 ସେହିପରି OriginY, ellipseର କେନ୍ଦ୍ରର ଭର୍ଟିକଲ୍ କୋଅର୍ଡିନେଟ୍ ଅଟେ
09:22 Extent1X, ellipse ଉପରେ ଥିବା ବାମ ପାର୍ଶ୍ଵର ଦୂରତମ ବିନ୍ଦୁର ହରିଯଣ୍ଟାଲ୍ କୋଅର୍ଡିନେଟ୍ ଅଟେ
09:29 Extent1Y, ellipse ଉପରେ ଥିବା ଉପରିସ୍ଥ ଦୂରତମ ବିନ୍ଦୁର ଭର୍ଟିକଲ୍ କୋଅର୍ଡିନେଟ୍ ଅଟେ
09:36 ସେହିପରି Extent2X ଓ Extent2Y, ellipse ଉପରେ ଥିବା ଉପରିସ୍ଥ ଦୂରତମ ବିନ୍ଦୁର ଡାହାଣପଟ ଓ ନିମ୍ନସ୍ଥ ବିନ୍ଦୁଗୁଡିକ ଅଟନ୍ତି
09:48 Line Style, ବୋର୍ଡର୍ ଲାଇନର ଗୁଣାବଳୀଗୁଡିକୁ ପରିବର୍ତ୍ତନ କରିବାରେ ବ୍ୟବହୃତ ହୋଇଥାଏ
09:53 Line Style ଅଧୀନସ୍ଥ Color ଉପରେ କ୍ଲିକ୍ କରନ୍ତୁ
09:57 ଏହା ବୋର୍ଡରର କଲରକୁ ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଥାଏ
10:01 ରେଡକୁ ଚୟନ କରିବା ସହିତ OK ଉପରେ କ୍ଲିକ୍ କରନ୍ତୁ
10:05 Line Style ଅଧୀନରେ ଥିବା Pattern ଡ୍ରପ୍ ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ
10:10 ଏହା ବୋର୍ଡରର ପ୍ୟାଟର୍ନକୁ ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଥାଏ. ମୁଁ ଗୋଟିଏ ସଲିଡ୍ ଲାଇନକୁ ଚୟନ କରିଛି
10:17 Thickness ଫିଲ୍ଡ ବୋର୍ଡରର ମୋଟେଇକୁ ନିର୍ଦ୍ଦିଷ୍ଟ କରିଥାଏ
10:21 ଏହାକୁ 0.5 ୟୁନିଟରେ ପରିବର୍ତ୍ତନ କରନ୍ତୁ
10:25 Ok ଉପରେ କ୍ଲିକ୍ କରନ୍ତୁ
10:27 ବୋର୍ଡରର କଲର୍ ରେଡ କୁ ପରିବର୍ତ୍ତନ ହେବା ତଥା ମୋଟେଇରେ ହେଉଥିବା ବୃଦ୍ଧିକୁ ଲକ୍ଷ୍ୟ କରନ୍ତୁ
10:34 ବର୍ତ୍ତମାନ ପୁନର୍ବାର ସର୍କଲ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Propertiesକୁ ଚୟନ କରନ୍ତୁ
10:40 Fill Style ଅଧୀନରେ ଥିବା Color ଉପରେ କ୍ଲିକ୍ କରନ୍ତୁ
10:44 Color Paletteରେ Blackକୁ ଚୟନ କରିବା ସହିତ Ok ଉପରେ କ୍ଲିକ୍ କରନ୍ତୁ
10:49 ellipseର ଆଭ୍ୟନ୍ତରରେ ପୁରଣ ହେବାକୁ ଥିବା କଲରକୁ, ଏହି କଲର୍ ଉପସ୍ଥାପିତ କରିଥାଏ
10:56 ବର୍ତ୍ତମାନ ଡ୍ରପ୍ ଡାଉନ୍ ମେନୁ ଉପରେ ଥିବା Fill Pattern ଉପରେ କ୍ଲିକ୍ କରନ୍ତୁ
11:00 FillPattern.Horizontalକୁ ଚୟନ କରିବା ସହିତ Ok ଉପରେ କ୍ଲିକ୍ କରନ୍ତୁ
11:06 ଧ୍ୟାନଦିଅନ୍ତୁ ଯେ ଫିଲ୍ କଲର୍ ବ୍ଲାକକୁ ପରିବର୍ତ୍ତନ ହେବା ସହିତ ପ୍ୟାଟର୍ନ ସଲିଡରୁ ହରିଯଣ୍ଟାଲ ଲାଇନଗୁଡିକରେ ପରିବର୍ତ୍ତନ ହୋଇଯାଇଛି
11:15 ବର୍ତ୍ତମାନ Ellipse ଆନୋଟେଶନକୁ ବର୍ଣ୍ଣନା କରିବା ପାଇଁ Text Viewକୁ ଫେରିଆସନ୍ତୁ. Text Viewରେ କ୍ଲିକ୍ କରିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ
11:25 lineColor ତିନୋଟି କଲରକୁ ଗ୍ରହଣ କରିବ ଯାହା ବୋର୍ଡର୍ କଲରକୁ ପରିଭାଷିତ କରିଥାଏ
11:31 ଏହି ତିନୋଟି ସଂଖ୍ୟାରୁ, ପ୍ରତ୍ୟେକଟି 0 ଓ 255 ମଧ୍ୟରେ ଥିବା ଭେଲ୍ୟୁକୁ ଗ୍ରହଣ କରିବ
11:38 ସେଗୁଡିକ ବ୍ୟବହୃତ କଲରର RGB ତିବ୍ରତାର ଅନୁରୂପ ଅଟେ
11:44 fillPattern, ଆଭ୍ୟନ୍ତରରେ ପୁରଣ ହେବାକୁ ଥିବା ପ୍ୟାଟର୍ନକୁ ନିର୍ଦ୍ଦିଷ୍ଟ କରିଥାଏ
11:51 extent, coordinateSystemର extent ଫିଲ୍ଡ ପାଇଁ କନଟେକ୍ସଟ ସମାନ ଅଟେ
11:57 LineThickness, ବୋର୍ଡରର ମୋଟେଇକୁ ଉପସ୍ଥାପିତ କରେ
12:02 ଧ୍ୟାନଦିଅନ୍ତୁ ଯେ ଆମେ ଦେଖିସାରିଥିବା ଭଳି, Properties ଡାଇଲଗ୍ ବକ୍ସକୁ ବ୍ୟବହାର କରି ଏହି ସମସ୍ତ ଫିଲ୍ଡଗୁଡିକୁ ପରିବର୍ତ୍ତନ କରାଯାଇପାରିବ
12:10 ବର୍ତ୍ତମାନ ଟୂଲବାରକୁ ବ୍ୟବହାର କରି ଗୋଟିଏ ନୂତନ ellipse ନିର୍ମାଣ କରିବା ପାଇଁ Icon Viewକୁ ଫେରିଆସନ୍ତୁ. Icon View ଉପରେ କ୍ଲିକ୍ କରନ୍ତୁ
12:19 କିଛି ସ୍ଥାନକୁ ଖାଲି କରିବା ପାଇଁ ବିଦ୍ୟମାନ ଥିବା circleକୁ ରିଆରେଞ୍ଜ କରନ୍ତୁ
12:24 circle ଉପରେ ରାଇଟ୍ କ୍ଲିକ୍ କରିବା ସହିତ propertiesକୁ ଚୟନ କରନ୍ତୁ
12:29 Extent2Yକୁ 0ରେ ପରିବର୍ତ୍ତନ କରିବା ସହିତ Ok ଉପରେ କ୍ଲିକ୍ କରନ୍ତୁ
12:35 ବର୍ତ୍ତମାନ ଗୋଟିଏ ନୂତନ ellipseକୁ ଇନସର୍ଟ କରିବା ପାଇଁ ଟୂଲ୍ ବାର୍ ଉପରେ ଥିବା Ellipse ବଟନ୍ ଉପରେ କ୍ଲିକ୍ କରନ୍ତୁ
12:42 canvasରେ ଯେକୌଣସି ଠାରେ ଲେଫ୍ଟ କ୍ଲିକ୍ କରିବା ସହିତ ମାଉସକୁ ଦାବି ଧରି ଡ୍ରାଗ୍ କରନ୍ତୁ
12:50 ଗୋଟିଏ ellipse ସୃଷ୍ଟି ହୋଇସାରିଲା ପରେ ମାଉସକୁ ଛାଡିଦିଅନ୍ତୁ
12:55 ellipse ଉପରେ ରାଇଟ୍ କ୍ଲିକ୍ କରିବା ସହିତ ନିଜ ଇଚ୍ଛାନୁସାରେ ଏହାର ଗୁଣାବଳୀଗୁଡିକୁ ପରିବର୍ତ୍ତନ କରିବା ପାଇଁ Propertiesକୁ ଚୟନ କରନ୍ତୁ ଏବଂ Okରେ କ୍ଲିକ୍ କରନ୍ତୁ
13:05 ସେହିପରି Tool Bar କୁ ବ୍ୟବହାର କରି ଆପଣ ଗୋଟିଏ Line, Polygon, Rectangle ଓ Textକୁ ଇନସର୍ଟ କରିପାରିବେ
13:13 ବର୍ତ୍ତମାନ Diagram Viewକୁ ବର୍ଣନା କରନ୍ତୁ. Diagram View ଉପରେ କ୍ଲିକ୍ କରନ୍ତୁ
13:19 ଧ୍ୟାନଦିଅନ୍ତୁ ଯେ ଏଠାରେ ଗୋଟିଏ ଲାଇନ୍ ଇନସର୍ଟ ହୋଇଛି. Diagram ଆନୋଟେଶନରେ ଏହି ଲାଇନର ଗୁଣାବଳୀଗୁଡିକୁ ନିର୍ଦ୍ଦିଷ୍ଟ କରାଯାଇଛି
13:28 Diagram ଆନୋଟେଶନକୁ ବୁଝିବା ପାଇଁ Text Viewକୁ ଫେରିଆସିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ
13:35 Diagram ଆନୋଟେଶନ୍, ଏହାର Icon ଆନୋଟେଶନକୁ ଥିବା ସିଣ୍ଟାକ୍ସ ଭଳି ସମାନ ଅଟେ
13:41 ଏହାର କମ୍ପୋନେଣ୍ଟ ରେକର୍ଡ ଭଳି, coordinateSystem ଓ graphics ଅଛି
13:47 Diagram Viewରେ ଇନସର୍ଟ ହୋଇଥିବା Lineର ଗୁଣାବଳୀଗୁଡିକ ଏଠାରେ ନିର୍ଦ୍ଦିଷ୍ଟ ହୋଇଛି
13:53 Line ଆନୋଟେଶନର ଫିଲ୍ଡଗୁଡିକୁ ସହଜରେ ବୁଝିହେବ
13:58 ବର୍ତ୍ତମାନ ଚାଲନ୍ତୁ Icon ଓ Diagram Views ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବା
14:04 OMEdit ୱିଣ୍ଡୋକୁ ଡାହାଣପଟକୁ ସ୍ଥାନାନ୍ତର କରନ୍ତୁ
14:09 Ctrl + Sକୁ ଦାବିବା ସହିତ ମୋଡେଲକୁ ସେଭ୍ କରନ୍ତୁ
14:13 Icon Viewରେ ଦୃଶ୍ୟମାନ ହେଉଥିବା ଫିଗର୍, ଏଠାରେ ଦେଖାଯିବା ଭଳି Libraries Browserରେ ଗୋଟିଏ ଆଇକନ୍ ଭଳି ଦୃଶ୍ୟମାନ ହେବ
14:22 କିନ୍ତୁ ପ୍ରକୃତରେ component-oriented modelingରେ ବିଶେଷ ଭାବେ Diagram View ବ୍ୟବହୃତ ହୋଇଥାଏ
14:29 ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଆମେ component-oriented modeling ଉପରେ ଅଧିକ କିଛି ଶିଖିବା
14:35 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
14:39 ଆମେ ଆଲୋଚନା କରିବା ଭଳି, Ellipseରେ ନିମ୍ନଲିଖିତ ଫିଲ୍ଡଗୁଡିକ ଅଛି
14:44 ଗୋଟିଏ ଆସାଇଅନମେଣ୍ଟ ଭାବେ, ମୋଡେଲର Icon Viewରେ ଗୋଟିଏ line, polygon, rectangle ଓ textକୁ ଇନସର୍ଟ କରନ୍ତୁ
14:53 ସେମାନଙ୍କର ଗୁଣାବଳୀଗୁଡିକୁ ରୂପାନ୍ତରିତ କରିବା ସହିତ ସେମାନଙ୍କର ଆନୋଟେଶନଗୁଡିକୁ ବୁଝନ୍ତୁ
14:58 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
15:02 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
15:08 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
15:14 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
15:20 ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ. ପ୍ରଦର୍ଶିତ ୱେବସାଇଟକୁ ଯା’ନ୍ତୁ
15:28 ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥାଉ
15:33 ଲ୍ୟାବ୍ ସ୍ଥାନାନ୍ତର ପ୍ରୋଜେକ୍ଟ ଉପରେ ଅଧିକ ବିବରଣୀ ପାଇଁ ଦୟାକରି ୱେବସାଇଟକୁ ଯା’ନ୍ତୁ
15:39 Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
15:46 OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦqw

Contributors and Content Editors

Pradeep