Difference between revisions of "OpenModelica/C2/Arrays-in-Modelica/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 ||''' Time ''' ||'''Narration''' |- || 00:01 || ବନ୍ଧୁଗଣ, Arrays ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ...")
 
 
Line 99: Line 99:
 
|| ଧ୍ୟାନଦିଅନ୍ତୁ ଯେ ନିମ୍ନଲିଖିତ ଫଙ୍କଶନ୍ କିମ୍ବା କ୍ଲାସଗୁଡିକ ଯେପରି, functionTester,  
 
|| ଧ୍ୟାନଦିଅନ୍ତୁ ଯେ ନିମ୍ନଲିଖିତ ଫଙ୍କଶନ୍ କିମ୍ବା କ୍ଲାସଗୁଡିକ ଯେପରି, functionTester,  
 
matrixAdder, polynomialEvaluator ଓ polynomialEvaluatorUsingVectors ବର୍ତ୍ତମାନ OMEditରେ ଖୋଲିଛି  
 
matrixAdder, polynomialEvaluator ଓ polynomialEvaluatorUsingVectors ବର୍ତ୍ତମାନ OMEditରେ ଖୋଲିଛି  
 
  
 
|-
 
|-

Latest revision as of 12:58, 9 December 2017

Time Narration
00:01 ବନ୍ଧୁଗଣ, Arrays ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ, କିପରି array ଭେରିଏବଲଗୁଡିକୁ ବ୍ୟବହାର କରିବା, arrayଗୁଡିକୁ କିପରି ନିର୍ମାଣ କରିବା, for ଓ while ଲୂପଗୁଡିକୁ କିପରି ବ୍ୟବହାର କରିବା ଏବଂ OMShellକୁ କିପରି ବ୍ୟବହାର କରଯାଏ ଶିଖିବା
00:20 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica 1.9.2 ବ୍ୟବହାର କରୁଛି
00:26 ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଆପଣ ନିମ୍ନଲିଖିତ ଯେକୌଣସି ଅପରେଟିଙ୍ଗ ସିଷ୍ଟମକୁ ବ୍ୟବହାର କରିପାରିବେ
00:32 ଏହି ଟ୍ୟୁଟୋରିଆଲକୁ ବୁଝିବା ତଥା ଅଭ୍ୟାସ କରିବା ପାଇଁ ଆପଣଙ୍କର ଯେକୌଣସି ପ୍ରୋଗ୍ରାମିଙ୍ଗ ଲାଙ୍ଗୁୟେଜର arrays ଉପରେ ଜ୍ଞାନ ଥିବା ଆବଶ୍ୟକ
00:40 Modelicaରେ କିପରି ଗୋଟିଏ classକୁ ପରିଭାଷିତ କରାଯାଏ ଆପଣ ଜାଣିଥିବା ଆବଶ୍ୟକ. ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ
00:50 ଗୋଟିଏ Vector ଏକ ଡାଇମେନଶନାଲ୍ ବିଶିଷ୍ଟ ଅଟେ
00:53 ଏହାର ଗୋଟିଏ ଇଣ୍ଡେକ୍ସ ଅଛି
00:55 ଭେକ୍ଟର୍ ଘୋଷଣା ପାଇଁ Syntax, ପ୍ରଦର୍ଶିତ ହେବା ଭଳି ଅଟେ
00:59 ପ୍ରଦର୍ଶିତ ହୋଇଥିବା ଉଦାହରଣ ଗୋଟିଏ ଭେକ୍ଟର୍ ଭେରିଏବଲ a କୁ ଘୋଷଣା କରୁଛି ଯାହାର ଆକାର 2 ଅଟେ
01:05 କର୍ଲୀ ବ୍ରାକେଟ୍ ମଧ୍ୟରେ ଉପାଦାନଗୁଡିକୁ ସଂଯୁକ୍ତ କରିବା ସହିତ ଗୋଟିଏ vectorକୁ ନିର୍ମାଣ କରାଯାଇପାରିବ
01:11 ଏହି ଉଦାହରଣରେ ଗୋଟିଏ vector ପାରାମିଟର୍ a କୁ ଉପାଦାନ 2 ଓ 3 ସହିତ ଘୋଷଣା କରାଯାଇଛି
01:19 ଗୋଟିଏ vectorର ଉପାଦାନଗୁଡିକୁ ଆକ୍ସେ୍ସ୍ କରିବା ପାଇଁ, indexingକୁ ବୁଝିବା ଜରୁରୀ ଅଟେ
01:25 vector indexing ପାଇଁ Syntax ପ୍ରଦର୍ଶିତ ହୋଇଛି
01:29 Vector indexing, 1 ରୁ ଆରମ୍ଭ ହୋଇଥାଏ ଏବଂ Indices ନିଶ୍ଚିତରୂପେ integers ହେବେ
01:35 polynomialEvaluatorUsingVectors ନାମକ ଗୋଟିଏ function ବିକଶିତ କରନ୍ତୁ
01:41 ଏହି function, polynomialEvaluator ଫଙ୍କଶନର ଗୋଟିଏ ଏକ୍ସଟେନଶନ୍ ଅଟେ ଯାହା ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରାଯାଇଛି
01:49 polynomialEvaluatorର ପାରାମିଟରଗୁଡିକ a,b ଓ cକୁ ଗୋଟିଏ ଭେକ୍ଟର୍ a ସହିତ ପ୍ରତିସ୍ଥାପିତ କରନ୍ତୁ
01:58 ଦୟାକରି Code Files ଲିଙ୍କରେ ଉପଲବ୍ଧ ଥିବା ସମସ୍ତ ଫାଇଲଗୁଡିକୁ ଡାଉନଲୋଡ୍ କରିବା ସହିତ ସେଭ୍ କରନ୍ତୁ
02:05 ଆପଣଙ୍କ ସୁବିଧା ପାଇଁ polynomialEvaluator ଫଙ୍କଶନ ମଧ୍ୟ ଉପଲବ୍ଧ ଅଛି
02:12 ବର୍ତ୍ତମାନ ଏହି ଫଙ୍କଶନକୁ ପ୍ରଦର୍ଶନ କରିବା ପାଇଁ OMEditକୁ ଫେରିଆସନ୍ତୁ
02:17 ବର୍ତ୍ତମାନ OMEdit, Welcome ପର୍ସ୍ପେକ୍ଟିଭରେ ଖୋଲାଅଛି
02:21 ମୁଁ ସମସ୍ତ ଦରକାରୀ ଫାଇଲଗୁଡିକୁ ଖୋଲିସାରିଛି
02:25 ଧ୍ୟାନଦିଅନ୍ତୁ ଯେ ନିମ୍ନଲିଖିତ ଫଙ୍କଶନ୍ କିମ୍ବା କ୍ଲାସଗୁଡିକ ଯେପରି, functionTester,

matrixAdder, polynomialEvaluator ଓ polynomialEvaluatorUsingVectors ବର୍ତ୍ତମାନ OMEditରେ ଖୋଲିଛି

02:42 ବର୍ତ୍ତମାନ ସେଗୁଡିକୁ ଦେଖିବା ପାଇଁ ପ୍ରତ୍ୟେକ ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
02:49 ଭଲ ଦୃଶ୍ୟମାନତା ପାଇଁ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ
02:56 polynomialEvaluator ଟାବକୁ ଯା’ନ୍ତୁ
03:00 ଏହାକୁ Text Viewରେ ଖୋଲନ୍ତୁ
03:03 ଏହି function ଉପରେ ଅଧିକ ଜାଣିବା ପାଇଁ ପୂର୍ବ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ
03:09 polynomialEvaluatorUsingVectorsକୁ ଯା’ନ୍ତୁ. ଏହାକୁ Text Viewରେ ଖୋଲନ୍ତୁ
03:16 Input ଓ output ଭେରିଏବଲଗୁଡିକ, polynomialEvaluator ଫଙ୍କଶନରେ ଥିବା ଭଳି ସମାନ ଅଟେ
03:23 polynomialEvaluatorର a,b ଓ c ପାରାମିଟରଗୁଡିକ, ଗୋଟିଏ ଭେକ୍ଟର a ସହିତ ପ୍ରତିସ୍ଥାପିତ ହୋଇଛନ୍ତି
03:32 ଏହି ଭେକ୍ଟରର ଆକାର 3 ଅଟେ
03:36 ପ୍ରଦର୍ଶିତ ହେବା ଭଳି ଏହି ଭେକ୍ଟରର ଉପାଦାନଗୁଡିକ କର୍ଲୀ ବ୍ରାକେଟ୍ ମଧ୍ୟରେ ସଂଯୁକ୍ତ ହୋଇଛନ୍ତି
03:42 ଉପାଦାନଗୁଡିକ ପରସ୍ପର ଠାରୁ ଗୋଟିଏ comma ଦ୍ଵାରା ଅଲଗା ହୋଇଛନ୍ତି
03:46 assignment ଷ୍ଟେଟମେଣ୍ଟରେ ଭେକ୍ଟର୍ aର ଉପାଦାନଗୁଡିକୁ ସେମାନଙ୍କର indicesକୁ ବ୍ୟବହାର କରି ଆକ୍ସେସ୍ କରାଯାଇପାରିବ
03:54 ଭେକ୍ଟର୍ a ର ପ୍ରଥମ ଉପାଦାନ a[1] ଅଟେ
03:59 ସେହିପରି ଭେକ୍ଟର୍ a ର ଦ୍ଵିତୀୟ ଓ ତୃତୀୟ ଉପାଦାନକୁ ସମାନ ଭାବେ ଆକ୍ସେସ୍ କରାଯାଇପାରିବ
04:08 ବର୍ତ୍ତମାନ functionTester ଟାବକୁ ଫେରିଆସନ୍ତୁ
04:13 ଏହାକୁ Text Viewରେ ଖୋଲନ୍ତୁ
04:16 ଏହି କ୍ଲାସ୍ ପୂର୍ବ ଟ୍ୟୁଟୋରିଆଲରେ ଆଲୋଚିତ ହୋଇଥିବା functionTester କ୍ଲାସ୍ ଭଳି ସମାନ ଅଟେ
04:24 z ଗୋଟିଏ Real ଭେରିଏବଲ୍ ଅଟେ
04:27 10 ୟୁନିଟ ବିଶିଷ୍ଟ ଗୋଟିଏ input ଅର୍ଗୁମେଣ୍ଟ ସହିତ polynomialEvaluatorUsingVectors ଫଙ୍କଶନକୁ କଲ୍ କରାଯାଇଛି
04:35 ଏହି ଫଙ୍କଶନ୍ ଦ୍ଵାରା ଫେରସ୍ତ ହୋଇଥିବା ଭେଲ୍ୟୁକୁ z ସହିତ ସମାନ କରାଯାଇଛି
04:40 ବର୍ତ୍ତମାନ ଏହି କ୍ଲାସକୁ ସିମୁଲେଟ୍ କରନ୍ତୁ
04:43 Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ
04:46 ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
04:49 variables ବ୍ରାଉଜରରେ zକୁ ଚୟନ କରନ୍ତୁ
04:53 ଧ୍ୟାନଦିଅନ୍ତୁ ଯେ zର ଭେଲ୍ୟୁ f(x) ସହିତ ସମାନ ଅଟେ ଯେଉଁଠି x = 10 ଅଟେ
05:00 ଏହି ପ୍ଲଟ୍, polynomialEvaluator ଫଙ୍କଶନ୍ କ୍ଷେତ୍ରରେ ଦେଖାଯାଉଥିବା ଭଳି ସମାନ ଅଟେ
05:07 ବର୍ତ୍ତମାନ zକୁ ଡିସିଲେକ୍ଟ କରିବା ସହିତ ପରିଣାମକୁ ଡିଲିଟ୍ କରନ୍ତୁ
05:13 Modeling perspectiveକୁ ଫେରିଆସନ୍ତୁ
05:16 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
05:19 ପ୍ରଦତ୍ତ ସଂଖ୍ୟାନୁସାରେ ଷ୍ଟେଟମେଣ୍ଟଗୁଡିକୁ ଆଇଟରେଟ କରିବା ପାଇଁ for ଲୂପ୍ ବ୍ୟବହୃତ ହୋଇଥାଏ
05:24 ଏହାକୁ algorithm ଓ equationର ବିଭାଗଗୁଡିକରେ ବ୍ୟବହାର କରାଯାଇପାରିବ
05:29 for ଲୂପ୍ ପାଇଁ Syntax ଗୋଟିଏ ଉଦାହରଣ ସହିତ ପ୍ରଦର୍ଶିତ ହୋଇଛି
05:34 for ଲୂପକୁ କିପରି ବ୍ୟବହାର କରାଯାଏ ପ୍ରଦର୍ଶନ କରିବା ପାଇଁ OMEditକୁ ଫେରିଆସନ୍ତୁ
05:40 polynomialEvaluatorUsingVectors ଟାବ୍ ଉପରେ କ୍ଲିକ୍ କରନ୍ତୁ
05:45 fx ପାଇଁ assignment ଷ୍ଟେଟମେଣ୍ଟରେ ଭେକ୍ଟର୍ aର ଉପାଦାନଗୁଡିକୁ ଆକ୍ସେସ୍ କରନ୍ତୁ
05:52 ଏହାକୁ for ଲୂପ୍ ବ୍ୟବହାର କରି ମଧ୍ୟ କରାଯାଇପାରିବ
05:55 ବର୍ତ୍ତମାନ algorithm ବିଭାଗରେ କିପରି ଗୋଟିଏ for ଲୂପକୁ ସଂଯୁକ୍ତ କରାଯାଏ ଚାଲନ୍ତୁ ଦେଖିବା
06:01 ପ୍ରଥମେ, fx ପାଇଁ ଥିବା ଆସାଇନମେଣ୍ଟ ଷ୍ଟେଟମେଣ୍ଟକୁ Comment କରିବା ପାଇଁ ଏହାର ଆରମ୍ଭ ଓ ଶେଷରେ ଡବଲ୍ ସ୍ଲାଶକୁ ସଂଯୁକ୍ତ କରନ୍ତୁ
06:10 Ctrl+Sକୁ ଦାବିବା ସହିତ ଏହି ଫଙ୍କଶନକୁ ସେଭ୍ କରନ୍ତୁ
06:15 ଇନସର୍ଟ ହେବାକୁ ଥିବା for ଲୂପ୍, for-loop.txt ନାମକ ଗୋଟିଏ ଟେକ୍ସଟ ଫାଇଲରେ ଉପଲବ୍ଧ ଅଛି
06:23 ଏହା ଆମ ୱେବସାଇଟରେ ଉପଲବ୍ଧ ଅଛି. geditକୁ ବ୍ୟବହାର କରି ଏହି ଫାଇଲକୁ ଖୋଲନ୍ତୁ
06:29 Windowsର ବ୍ୟବହାରକର୍ତ୍ତାମାନେ ଏହାକୁ ଖୋଲିବା ପାଇଁ notepad କିମ୍ବା ଅନ୍ୟ ଟେକ୍ସଟ ଏଡିଟରକୁ ବ୍ୟବହାର କରିପାରିବେ
06:35 geditକୁ ଯା’ନ୍ତୁ
06:38 Ctrl+Cକୁ ଦାବିବା ସହିତ ସମସ୍ତ ଷ୍ଟେଟମେଣ୍ଟଗୁଡିକୁ କପୀ କରନ୍ତୁ
06:44 OMEditକୁ ଫେରିଆସନ୍ତୁ
06:46 Enterକୁ ଦାବିବା ସହିତ Ctrl + Vକୁ ଦାବି ସମସ୍ତ ଷ୍ଟେଟମେଣ୍ଟଗୁଡିକୁ ପେଷ୍ଟ କରନ୍ତୁ
06:53 ଏହି ଫଙ୍କଶନକୁ Ctrl + S ଦାବି ସେଭ୍ କରନ୍ତୁ
06:57 ବର୍ତ୍ତମାନ ଏହି ଲୂପ୍ ପାଇଁ ପ୍ରତ୍ୟେକ ଷ୍ଟେଟମେଣ୍ଟକୁ ବର୍ଣ୍ଣନା କରନ୍ତୁ
07:02 ଲୂପ୍ ଆରମ୍ଭ ହେବା ପୂର୍ବରୁ, ଏହି ଷ୍ଟେଟମେଣ୍ଟ fxକୁ ଗୋଟିଏ ପ୍ରାରମ୍ଭିକ ଭେଲ୍ୟୁ ଯିରୋ ଆସାଇନ୍ କରୁଛି
07:09 ଏଠାରେ i, ଲୂପର କାଉଣ୍ଟର୍ ଭାବେ କାର୍ଯ୍ୟ କରୁଛି
07:12 i ର ଭେଲ୍ୟୁ 3 ହେବା ପର୍ଯ୍ଯନ୍ତ ଲୂପ୍ ରନ୍ କରିବ
07:16 ଏହା ବ୍ୟବହାର ହେବା ପୂର୍ବରୁ i କୁ ଘୋଷିତ କରିବାର ଆବଶ୍ୟକତା ନାହିଁ
07:21 ସାମାନ୍ୟ ତଳକୁ ସ୍କ୍ରୋଲ୍ କରନ୍ତୁ
07:24 ଏହି ଷ୍ଟେଟମେଣ୍ଟ ଆଇଟରେଟ୍ ହେବା ସହିତ ପଲୀନୋମିଆଲ୍ f(x)ର ଟର୍ମଗୁଡିକୁ ସଂଯୁକ୍ତ କରିବ
07:30 polynomialEvaluator ଫଙ୍କଶନକୁ ଆଲୋଚନା କରିବା ସମୟରେ, ପଲୀନୋମିଆଲ୍ f(x) ମଧ୍ୟ ଆଲୋଚନା କରାଯାଇଛି
07:37 ଏହି ଷ୍ଟେଟମେଣ୍ଟ for ଲୂପର ସମାପ୍ତିକୁ ସୂଚିତ କରୁଛି
07:41 ବର୍ତ୍ତମାନ ଏହି ଫଙ୍କଶନ୍ ସମ୍ପୂର୍ଣ୍ଣ ହୋଇଛି
07:44 ଏହି ଫଙ୍କଶନକୁ ଟେଷ୍ଟ କରିବା ପାଇଁ functionTester କ୍ଲାସକୁ ବ୍ୟବହାର କରନ୍ତୁ
07:49 ଏହି ଫଙ୍କଶନର ଏହି କ୍ଲାସରେ ମୁଁ କୌଣସି ପରିବର୍ତ୍ତନ କରିନାହିଁ
07:54 ଟୂଲବାରରେ ଥିବା Simulate ବଟନକୁ ଦାବି ଏହି କ୍ଲାସକୁ ସିମୁଲେଟ୍ କରନ୍ତୁ
07:59 variables browserରେ zକୁ ଚୟନ କରନ୍ତୁ
08:03 ଧ୍ୟାନଦିଅନ୍ତୁ ଯେ, ଫଙ୍କଶନରେ ପରିବର୍ତ୍ତନଗୁଡିକ କରିସାରିଲା ପରେ ମଧ୍ୟ z ର ଭେଲ୍ୟୁ ସମାନ ରହିବ
08:10 zକୁ ଡିସିଲେକ୍ଟ କରିବା ସହିତ ପରିଣାମକୁ ଡିଲିଟ୍ କରନ୍ତୁ
08:14 Modeling perspectiveକୁ ଫେରିଆସନ୍ତୁ
08:17 ବର୍ତ୍ତମାନ ପୁନର୍ବାର ସ୍ଲାଇଡକୁ ଫେରିଆସନ୍ତୁ
08:21 ଗୋଟିଏ ପ୍ରଦତ୍ତ କଣ୍ଡିଶନ୍ ସନ୍ତୁଷ୍ଟ ନହେଲା ପର୍ଯ୍ୟନ୍ତ while ଲୁପ୍ ଷ୍ଟେଟମେଣ୍ଟଗୁଡିକୁ ଆଇଟରେଟ୍ କରିବା ପାଇଁ ବ୍ୟବହୃତ ହୋଇଥାଏ
08:27 while ଲୂପକୁ equation ବିଭାଗରେ ବ୍ୟବହାର କରଯାଇପାରିବ ନାହିଁ
08:31 Modelicaରେ while ଲୂପ୍ ବ୍ୟତିତ, for ଲୂପକୁ ଅଧିକାଂଶ ସମୟ ବ୍ୟବହାର କରାଯାଇଥାଏ
08:37 ବର୍ତ୍ତମାନ ଚାଲନ୍ତୁ Arraysକୁ ଆଲୋଚନା କରିବା
08:40 multi-dimensional ଡେଟାକୁ ଉପସ୍ଥାପିତ କରିବା ପାଇଁ Arraysକୁ ବ୍ୟବହାର କରାଯାଇଥାଏ
08:44 vector ନୋଟେଶନକୁ ବ୍ୟବହାର କରି ସେଗୁଡିକୁ ନିର୍ମାଣ କରାଯାଇପାରିବ
08:48 arrayର ଘୋଷଣା ଓ indexing ପାଇଁ ସିଣ୍ଟାକ୍ସ ପ୍ରଦର୍ଶିତ ହୋଇଛି
08:55 arrayର ନିର୍ମାଣ ଓ indexing ଉପରେ ଅଧିକ ବୁଝିବା
09:00 matrixAdder ନାମକ ଗୋଟିଏ କ୍ଲାସକୁ ଲେଖନ୍ତୁ ଯାହା mySum ପ୍ରଦାନ କରିବା ପାଇଁ myMatrix ଓ adder matricesକୁ ସଂଯୁକ୍ତ କରିବ. myMatrix ଓ adder matrices ଯାହା ପ୍ରଦର୍ଶିତ ହୋଇଛି
09:14 ବର୍ତ୍ତମାନ matrixAdder କ୍ଲାସକୁ ପ୍ରଦର୍ଶନ କରିବା ପାଇଁ OMEditକୁ ଫେରିଆସନ୍ତୁ
09:19 ଏହାକୁ OMEditରେ ଖୋଲାଯାଇଛି
09:23 matrixAdder ଟାବ୍ ଉପରେ କ୍ଲିକ୍ କରନ୍ତୁ
09:26 ଏହାକୁ Text viewରେ ଖୋଲନ୍ତୁ
09:29 myMatrix ଗୋଟିଏ Real ପାରାମିଟର୍ ଆରେ ଅଟେ
09:33 ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ ଥିବା ସଂଖ୍ୟାଗୁଡିକ ଏହି arrayର ଆକାରକୁ ଉପସ୍ଥାପିତ କରୁଛି
09:39 ପ୍ରଥମ ଡାଇମେନଶନର ଆକାର 3 ଅଟେ
09:42 ସେହିପରି ଦ୍ଵିତୀୟ ଡାଇମେନଶନର ଆକାର 2 ଅଟେ
09:46 myMatrix ଆରେକୁ ତିନୋଟି ଭେକ୍ଟର୍, ପ୍ରତ୍ୟେକର ଦୁଇଟି ଉପାଦାନ ସହିତ ନିର୍ମାଣ କରାଯାଇଛି
09:53 {1,2}, ପ୍ରଥମ ଭେକ୍ଟରକୁ ଉପସ୍ଥାପିତ କରୁଛି
09:57 {3,4}, ଦ୍ଵିତୀୟ ଏବଂ
10:00 {5,6}}, ତୃତୀୟ ଭେକ୍ଟରକୁ ଉପସ୍ଥାପନ କରୁଛି
10:04 ଏହି ଭେକ୍ଟରଗୁଡିକର ପ୍ରତ୍ୟେକଙ୍କର ଆକାର, ଏହି ଆରେର ଦ୍ଵିତୀୟ ଡାଇମେନଶନର ଆକାର ସହିତ ସମାନ ଅଟେ
10:11 ତେଣୁ myMatrixର ଦ୍ଵିତୀୟ ଡାଇମେନଶନର ଆକାର, 2 ଅଟେ
10:16 ଭେକ୍ଟରଗୁଡିକର ସଂଖ୍ୟା, ପ୍ରଥମ ଡାଇମେନଶନର ଆକାର ସହିତ ସମାନ ଅଟେ. ତେଣୁ ପ୍ରଥମ ଡାଇମେନଶନର ଆକାର 3 ସହିତ ସମାନ ଅଟେ
10:25 adder ମେଟ୍ରିକ୍ସ ସମାନ ଭାବେ ନିର୍ମାଣ କରାଯାଇଛି
10:29 ଏହି ଦୁଇଟି ଆରେ କିମ୍ବା ମେଟ୍ରିକ୍ସକୁ ସଂଯୁକ୍ତ କରିବା ପାଇଁ ଦୁଇଟି ଡାଇମେନଶନରୁ ଉପାଦାନଗୁଡିକୁ ଆକ୍ସେସ୍ କରିବା ଆବଶ୍ୟକ ଅଟେ
10:35 ତେଣୁ ଗୋଟିଏ nested for ଲୂପ୍ ଆବଶ୍ୟକ
10:40 ଏହି for ଲୂପ୍ ପ୍ରଥମ ଡାଇମେନଶନ୍ ମଧ୍ୟରେ ରନ୍ କରିବ
10:44 ସେହିପରି ଏହି for ଲୂପ୍ ଦ୍ଵିତୀୟ ଡାଇମେନଶନ୍ ମଧ୍ୟରେ ରନ୍ କରିବ
10:49 ସାମାନ୍ୟ ତଳକୁ ସ୍କ୍ରୋଲ୍ କରନ୍ତୁ
10:52 myMatrix ଓ adder matricesର ଅନୁରୂପ ଉପାଦାନଗୁଡିକ mySumକୁ ପ୍ରାପ୍ତ କରିବା ପାଇଁ ସଂଯୁକ୍ତ ହୋଇଛନ୍ତି
11:00 ଏହି ଷ୍ଟେଟମେଣ୍ଟଗୁଡିକ ପ୍ରତ୍ୟେକ for ଲୂପର ସମାପ୍ତିକୁ ଉପସ୍ଥାପିତ କରେ. ବର୍ତ୍ତମାନ କ୍ଲାସ୍ ସମ୍ପୂର୍ଣ୍ଣ ହୋଇଛି
11:07 Simulate ବଟନ୍ ଉପରେ କ୍ଲିକ୍ କରିବା ସହିତ ଏହାକୁ ସିମୁଲେଟ୍ କରନ୍ତୁ
11:11 ଯଦି ପପ୍ ଅପ୍ ୱିଣ୍ଡୋ ଦୃଶ୍ୟମାନ ହୁଏ ତେବେ ବନ୍ଦ କରନ୍ତୁ
11:15 variables କଲମକୁ ପ୍ରସାରିତ କରନ୍ତୁ
11:18 adder[1,1], myMatrix[1,1] ଓ mySum[1,1]କୁ ଚୟନ କରନ୍ତୁ
11:25 ଧ୍ୟାନଦିଅନ୍ତୁ ଯେ adder[1,1] ପ୍ଲସ୍ myMatrix[1,1], mySum[1,1] ପ୍ରଦାନ କରିବ ଯାହାର ଅର୍ଥ ପରିଣାମ ସଠିକ ଅଟେ
11:35 ସେଗୁଡିକୁ ଡିସିଲେକ୍ଟ କରିବା ସହିତ ପରିଣାମକୁ ଡିଲିଟ୍ କରନ୍ତୁ
11:40 ସ୍ଲାଇଡକୁ ଫେରିଆସନ୍ତୁ
11:43 ଗୋଟିଏ ଆସାଇଅନମେଣ୍ଟ ଭାବେ, ଏକ ଭେକ୍ଟରରେ ଥିବା ଉପାଦାନଗୁଡିକର କ୍ରମକୁ ବିପରୀତ କରିବା ପାଇଁ vectorReversal ନାମକ ଫଙ୍କଶନ୍ ଲେଖନ୍ତୁ
11:51 ସେହିପରି ଗୋଟିଏ ମେଟ୍ରିକ୍ସର ପ୍ରତ୍ୟେକ ରୋରେ ଥିବା ଉପାଦାନଗୁଡିକର କ୍ରମକୁ ବିପରୀତ କରିବା ପାଇଁ matrixReversal ନାମକ ଏକ ଫଙ୍କଶନକୁ ଲେଖନ୍ତୁ
12:00 ଏହି ଦୁଇଟି ଫଙ୍କଶନକୁ ଟେଷ୍ଟ କରିବା ସକାଷେ functionTester କ୍ଲାସ୍ ଲେଖନ୍ତୁ
12:05 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
12:09 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
12:15 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ. ପ୍ରମାଣପତ୍ର ପ୍ରଦାନ କରିଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
12:21 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
12:28 ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ
12:33 ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
12:39 ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହଯ୍ୟ କରିଥାଉ. ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
12:48 Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
12:55 OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ
13:00 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep