OpenModelica/C2/Array-Functions-and-Operations/Oriya

From Script | Spoken-Tutorial
Revision as of 13:16, 9 December 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Array Functions and Operations ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, OMShellକୁ କିପରି ବ୍ୟବହାର କରିବା, array construction functionଗୁଡିକୁ କିପରି ବ୍ୟବହାର କରିବା
00:17 vectors ଓ matrices ଉପରେ arithmetic operationଗୁଡିକୁ କିପରି ପ୍ରୟୋଗ କରିବା ତଥା
00:23 array conversion functionଗୁଡିକୁ କିପରି ବ୍ୟବହାର କରିବା ଶିଖିବା
00:27 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica 1.9.2, Ubuntu Operating System version 14.04 ଏବଂ geditକୁ ବ୍ୟବହାର କରୁଛି
00:40 Windowsର ବ୍ୟବହାରକର୍ତ୍ତାମାନେ gedit ବ୍ୟତିତ Notepad ଭଳି ଯେକୌଣସି ଟେକ୍ସଟ ଏଡିଟରକୁ ବ୍ୟବହାର କରିପାରିବେ
00:47 ଏହି ଟ୍ୟୁଟୋରିଆଲକୁ ବୁଝିବା ଓ ଅଭ୍ୟାସ କରିବା ପାଇଁ ଆପଣଙ୍କର Modelicaରେ function ଓ array declaration ଉପରେ ଜ୍ଞାନ ଥିବା ଆବଶ୍ୟକ
00:56 ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ
01:02 ବର୍ତ୍ତମାନ ଚାଲନ୍ତୁ OMShell ଉପରେ କିଛି ଅଧିକ ଶିଖିବା
01:06 OMShell ଗୋଟିଏ ଇଣ୍ଟରାକ୍ଟିଭ୍ କମାଣ୍ଡ ଲାଇନ୍ ଟୂଲ୍ ଅଟେ
01:10 ଏହା OpenModelicaର ଗୋଟିଏ ଅଂଶ ଅଟେ
01:13 OMShellରେ ଟାଇପ୍ ହୋଇଥିବା କମାଣ୍ଡଗୁଡିକୁ ବ୍ୟବହାରକରି OpenModelica compilerକୁ କାର୍ଯ୍ୟକାରୀ କରାଯାଇପାରିବ
01:20 classଗୁଡିକୁ ଲୋଡ୍ କରିବା ତଥା ସେଗୁଡିକୁ ସିମୁଲେଟ୍ କରିବା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ
01:25 OMShellରେ ମଧ୍ୟ Functionଗୁଡିକୁ କଲ୍ କରାଯାଇପାରିବ
01:29 ବର୍ତ୍ତମାନ OMShellକୁ ପ୍ରଦର୍ଶନ କରିବା ପାଇଁ polynomialEvaluatorUsingVectors ଓ functionTester ନାମକ classଗୁଡିକୁ ବ୍ୟବହାର କରନ୍ତୁ
01:38 ଏହି classଗୁଡିକ ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆଲୋଚିତ ହୋଇସାରିଛି
01:42 ଏହି classଗୁଡିକ ଉପରେ ଅଧିକ ତଥ୍ୟ ପାଇଁ, ଦୟାକରି ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ
01:48 ଏହି ଟ୍ୟୁଟୋରିଆଲରେ ବ୍ୟବହାର ହେବାକୁ ଥିବା ସମସ୍ତ commandଗୁଡିକ, OMShell-commands.txt ନାମକ ଏକ ଫାଇଲରେ ଉପଲବ୍ଧ ଅଛି
01:57 ଆମ ୱେବସାଇଟରେ ଉପଲବ୍ଧ ଥିବା ସମସ୍ତ code fileଗୁଡିକୁ ଚିହ୍ନଟ କରିବା ସହିତ ଡାଉନଲୋଡ୍ କରିପାରିବେ
02:03 ସହଜ ପ୍ରାପ୍ତି ସକାଷେ, ଦୟାକରି ସେହି ସମସ୍ତ କୋଡ ଫାଇଲଗୁଡିକୁ ଗୋଟିଏ ଡାଇରେକ୍ଟୋରୀରେ ସେଭ୍ କରନ୍ତୁ
02:09 ବର୍ତ୍ତମାନ OMShellକୁ ଲଞ୍ଚ କରନ୍ତୁ
02:12 Ubuntu ଅପରେଟିଙ୍ଗ ସିଷ୍ଟମରେ OMShellକୁ ଖୋଲିବା ପାଇଁ ଲଞ୍ଚରର ଉପରେ ବାମପଟେ ଥିବା Dash Home ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:21 ସର୍ଚ ବାରରେ OMShell ଟାଇପ୍ କରନ୍ତୁ
02:25 OMShell ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:28 Windowsରେ ଆପଣ Start ମେନୁରେ ଆଇକନକୁ ପ୍ରାପ୍ତ କରିପାରିବେ
02:33 ବର୍ତ୍ତମାନ ଚାଲନ୍ତୁ କିଛି ଦରକାରୀ କମାଣ୍ଡଗୁଡିକୁ ଶିଖିବା
02:37 ପ୍ରଥମେ OMShell-commands.txt ନାମକ ଟେକ୍ସଟ ଫାଇଲକୁ ସେଭ୍ କରିଥିବା ସ୍ଥାନକୁ ଯା’ନ୍ତୁ ଏବଂ ଏହାକୁ ଖୋଲନ୍ତୁ
02:47 ଧ୍ୟାନଦିଅନ୍ତୁ ଯେ ଏହି ଟ୍ୟୁଟୋରିଆଲରେ ବ୍ୟବହାର ହେବାକୁ ଥିବା ସମସ୍ତ କମାଣ୍ଡଗୁଡିକ ଏହି ଫାଇଲରେ ଉପଲବ୍ଧ ଅଛି
02:52 ତେଣୁ ଆଶଂକା ହେବା ସ୍ଥଳେ ଆପଣ ଏହି ଫାଇଲକୁ ରେଫର୍ କରିପାରିବେ
02:57 ବର୍ତ୍ତମାନ OMShellକୁ ଫେରିଆସନ୍ତୁ
03:00 cd open and close parentheses ଟାଇପ୍ କରନ୍ତୁ
03:05 commandର ନିଷ୍ପାଦନ ହେବା ଦ୍ଵାରା ସୃଷ୍ଟି ହୋଇଥିବା ପରିଣାମକୁ ପ୍ରଦର୍ଶନ କରିବା ପାଇଁ Enter ଦାବନ୍ତୁ
03:11 ଏହା ସାମ୍ପ୍ରତିକ ଡାଇରେକ୍ଟୋରୀକୁ ଥିବା ପାଥକୁ ପ୍ରିଣ୍ଟ କରିବ
03:15 ବର୍ତ୍ତମାନ ସାମ୍ପ୍ରତିକ ଡାଇରେକ୍ଟୋରୀର ସ୍ଥାନକୁ ପରିବର୍ତ୍ତନ କରନ୍ତୁ ଯେଉଁଠି କୋଡ୍ ଫାଇଲଗୁଡିକ ସେଭ୍ ହୋଇଛନ୍ତି
03:22 ସିଷ୍ଟମରେ ଡାଇରେକ୍ଟୋରୀକୁ ପରିବର୍ତ୍ତନ କରନ୍ତୁ
03:25 cd ଟାଇପ୍ କରିବା ସହିତ (ପାରେନଥେସିସ୍ ମଧ୍ୟରେ) (ଡବଲ୍ କ୍ଵୋଟ୍ ମଧ୍ୟରେ) ପାଥକୁ ନିର୍ଦ୍ଦିଷ୍ଟ କରନ୍ତୁ ଏବଂ Enter ଦାବନ୍ତୁ
03:38 ଧ୍ୟାନଦିଅନ୍ତୁ ଯେ ଗୋଟିଏ Windows ପାଥ୍ forward slashକୁ ବ୍ୟବହାର କରିବା ବେଳେ Ubuntuରେ backward slash ବ୍ୟବହୃତ ହୋଇଥାଏ
03:46 Windowsର ବ୍ୟବହାରକର୍ତ୍ତାମାନେ ଏହି ସତ୍ୟତା ପ୍ରତି ସତର୍କ ରହିବା ଆବଶ୍ୟକ
03:51 ବର୍ତ୍ତମାନ polynomialEvaluatorUsingVectors ଫଙ୍କଶନକୁ ଲୋଡ୍ କରନ୍ତୁ
03:57 ଟାଇପ୍ କରନ୍ତୁ, loadFile (ପାରେନଥେସିସ୍ ମଧ୍ୟରେ) (ଡବଲ୍ କ୍ଵୋଟ୍ ମଧ୍ୟରେ) polynomialEvaluatorUsingVectors.mo
04:11 ଧ୍ୟାନଦିଅନ୍ତୁ ଯେ loadFile() କମାଣ୍ଡରେ, F ଅପର୍ କେସରେ ରହିବ
04:16 ଗୋଟିଏ .mo ଫାଇଲ୍ ଏକ୍ସଟେନଶନ୍ ଥିବା class କିମ୍ବା model ଫାଇଲଗୁଡିକୁ ଲୋଡ୍ କରିବା ପାଇଁ ଏହି କମାଣ୍ଡକୁ ବ୍ୟବହାର କରାଯାଇପାରିବ
04:25 ବର୍ତ୍ତମାନ Enter ଦାବନ୍ତୁ
04:28 ଯଦି ଫାଇଲ୍ ପ୍ରାପ୍ତ ହେବ ତେବେ OMShell, true ରିଟର୍ଣ୍ଣ କରିବ
04:33 ବର୍ତ୍ତମାନ ଆଦାନପ୍ରଦାନ ପାଇଁ ଏହି ଫଙ୍କଶନକୁ କଲ୍ କରନ୍ତୁ
04:37 polynomialEvaluatorUsingVectors(ଗୋଟିଏ ଆର୍ଗୁମେଣ୍ଟ ସହିତ)10 ଟାଇପ୍ କରିବା ସହିତ Enter ଦାବନ୍ତୁ
04:47 ଏହି କମାଣ୍ଡ 10 ୟୁନିଟ୍ ବିଶିଷ୍ଟ ଗୋଟିଏ ଇନପୁଟ୍ ଆର୍ଗୁମେଣ୍ଟକୁ ଗ୍ରହଣ କରିବା ସହିତ ପରିଣାମକୁ ପ୍ରଦର୍ଶନ କରିବ
04:55 ବର୍ତ୍ତମାନ functionTester classକୁ ଲୋଡ୍ କରନ୍ତୁ
04:59 loadFile (ପାରେନଥେସିସ୍ ମଧ୍ୟରେ) (ଡବଲ୍ କ୍ଵୋଟ୍ ମଧ୍ୟରେ)functionTester.moକୁ ଟାଇପ୍ କରିବା ସହିତ Enter ଦାବନ୍ତୁ
05:12 ବର୍ତ୍ତମାନ functionTester classକୁ ସିମୁଲେଟ୍ କରନ୍ତୁ
05:16 simulate (ପାରେନଥେସିସ୍ ମଧ୍ୟରେ)functionTester (କମା) startTime (equals) 0 stopTime(equals) 1 ଟାଇପ୍ କରିବା ସହିତ Enter ଦାବନ୍ତୁ
05:32 ବର୍ତ୍ତମାନ ସିମୁଲେଶନ୍ ସମ୍ପୂର୍ଣ୍ଣ ହୋଇଛି
05:35 functionTester କ୍ଲାସରୁ ଭେରିଏବଲ୍ zକୁ ପ୍ଲଟ୍ କରନ୍ତୁ
05:40 plot (ପାରେନଥେସିସ୍ ମଧ୍ୟରେ) (କର୍ଲୀ ବ୍ରାକେଟ୍ ମଧ୍ୟରେ) zକୁ ଟାଇପ୍ କରିବା ସହିତ Enter ଦାବନ୍ତୁ
05:50 ଏହି କମାଣ୍ଡ, z vs timeର ଗୋଟିଏ ପ୍ଲଟ୍ ସୃଷ୍ଟି କରିବ
05:56 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
06:01 ପ୍ରଦତ୍ତ ଆକାରର ଆରେଗୁଡିକୁ ନିର୍ମାଣ କରିବା ପାଇଁ Array construction functionଗୁଡିକ ବ୍ୟବହୃତ ହୋଇଥାଏ
06:06 ବର୍ତ୍ତମାନ ଚାଲନ୍ତୁ କିଛି array construction functionଗୁଡିକୁ ଦେଖିବା
06:11 OMShellକୁ ବ୍ୟବହାର କରି ସେଗୁଡିକୁ ମଧ୍ୟ ଅଭ୍ୟାସ କରନ୍ତୁ
06:15 ସମସ୍ତ ଉପାଦାନ ସମାନ ଥିବା ଗୋଟିଏ array ସୃଷ୍ଟି କରିବା ପାଇଁ ଫଙ୍କଶନ୍ fill() ବ୍ୟବହୃତ ହୋଇଥାଏ. Fill ପାଇଁ ସିଣ୍ଟାକ୍ସ ପ୍ରଦର୍ଶିତ ହୋଇଛି
06:25 ପ୍ରଥମ argument ସଂଖ୍ୟାକୁ ଉପସ୍ଥାପିତ କରିଥାଏ ଯାହା arrayକୁ ପୂରଣ କରିଥାଏ
06:29 ବାକି ଥିବା argumentଗୁଡିକ ପ୍ରତ୍ୟେକ ଡାଇମେନଶନର ଆକାରକୁ ଉପସ୍ଥାପିତ କରିଥାଏ
06:34 ଯିରୋଗୁଡିକ ସହିତ ଗୋଟିଏ ଆରେ ସୃଷ୍ଟି କରିବା ପାଇଁ ଏକ ଫଙ୍କଶନ zeros() ବ୍ୟବହୃତ ହୋଇଥାଏ. ଫଙ୍କଶନ୍ zeros() ପାଇଁ ସିଣ୍ଟାକ୍ସ ପ୍ରଦର୍ଶିତ ହୋଇଛି
06:44 ଆରେର ପ୍ରତ୍ୟେକ ଡାଇମେନଶନର ଆକାରକୁ Arguments ଉପସ୍ଥାପିତ କରିଥାଏ
06:50 ଗୋଟିଏ ସମାନ ମେଟ୍ରିକ୍ସ ସୃଷ୍ଟି କରିବା ପାଇଁ identity() ଫଙ୍କଶନ୍ ବ୍ୟବହୃତ ହୋଇଥାଏ. ଏହା ଗୋଟିଏ argumentକୁ ଗ୍ରହଣ କରିଥାଏ ଯାହା ଉଭୟ ଡାଇମେନଶନର ଆକାରକୁ ଉପସ୍ଥାପିତ କରିଥାଏ
07:02 ବର୍ତ୍ତମାନ OMShellକୁ ବ୍ୟବହାର କରି ଏହି ଫଙ୍କଶନଗୁଡିକୁ ପ୍ରଦର୍ଶନ କରନ୍ତୁ
07:06 OMShellକୁ ଫେରିଆସନ୍ତୁ
07:09 fill (ପାରେନଥେସିସ୍ ମଧ୍ୟରେ) 5 (କମା) 2 (କମା) 2, ଟାଇପ୍ କରନ୍ତୁ
07:16 ଏହି କମାଣ୍ଡ ଗୋଟିଏ ଟୁ ବାଇ ଟୁ ମେଟ୍ରିକ୍ସ ସୃଷ୍ଟି କରିଥାଏ ଯାହାର ସମସ୍ତ ଉପାଦାନଗୁଡିକ 5 ହେବ
07:24 ପ୍ରଥମ arguments, array ମଧ୍ୟରେ ପୂରଣ ହେବାକୁ ଥିବା ଉପାଦାନକୁ ଉପସ୍ଥାପିତ କରିଥାଏ
07:30 2, ପ୍ରଥମ ଡାଇମେନଶନର ଆକାରକୁ ଉପସ୍ଥାପିତ କରିଥାଏ
07:34 ଏବଂ ତୃତୀୟ ଆର୍ଗୁମେଣ୍ଟ 2, ଦ୍ଵିତୀୟ ଡାଇମେନଶନର ଆକାରକୁ ଉପସ୍ଥାପିତ କରିଥାଏ
07:40 ବର୍ତ୍ତମାନ Enter ଦାବନ୍ତୁ
07:43 ଆଶାତିତ ପରିଣାମ ପ୍ରାପ୍ତ ହେବ
07:46 କର୍ଲୀ ବ୍ରାକେଟର ଗୋଟିଏ ସେଟ୍ ମଧ୍ୟରେ ଥିବା ଉପାଦାନଗୁଡିକ ଏକ ରୋ’କୁ ଉପସ୍ଥାପିତ କରେ
07:52 ତେଣୁ ଏହି ମେଟ୍ରିକ୍ସର ଦୁଇଟି ରୋ ଓ ଦୁଇଟି କଲମ୍ ଅଛି
07:57 ବର୍ତ୍ତମାନ ଗୋଟିଏ (ଟୁ by ଟୁ) ମେଟ୍ରିକ୍ସ ଯାହାର ସମସ୍ତ ଉପାଦାନ zero ହେବ, ସୃଷ୍ଟି କରିବା ପାଇଁ zeros() ଫଙ୍କଶନକୁ ବ୍ୟବହାର କରନ୍ତୁ
08:05 zeros (ପାରେନଥେସିସ୍ ମଧ୍ୟରେ) 2 (କମା) 2 ଟାଇପ୍ କରିବା ସହିତ Enter ଦାବନ୍ତୁ
08:13 ଆଶାତିତ ପରିଣାମ ପ୍ରାପ୍ତ ହେବ
08:16 ବର୍ତ୍ତମାନ identity functionକୁ ପ୍ରୟୋଗ କରନ୍ତୁ
08:19 identity(3) ଟାଇପ୍ କରନ୍ତୁ
08:23 ଏହା ଗୋଟିଏ identity ମେଟ୍ରିକ୍ସ ସୃଷ୍ଟି କରିବ ଯାହାର ଆକାର 3(by)3 ଅଟେ
08:29 ଆମେ OMShellରେ arithmetic operationଗୁଡିକୁ ମଧ୍ୟ ପ୍ରୟୋଗ କରିବା ସହିତ assignment statementଗୁଡିକୁ ବ୍ୟବହାର କରିପାରିବା
08:36 ଦୁଇଟି ମେଟ୍ରିକ୍ସ ସୃଷ୍ଟି କରିବା ସହିତ ସେମାନଙ୍କ ଉପରେ arithmetic operationଗୁଡିକୁ ପ୍ରୟୋଗ କରନ୍ତୁ
08:42 a(କୋଲୋନ୍) (equals) (ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ) 1 (କମା) 2 (ସେମିକୋଲୋନ୍) 3 (କମା) 4 ଟାଇପ୍ କରନ୍ତୁ
08:54 ଗୋଟିଏ ରୋ’ରେ ଉପାଦାନଗୁଡିକୁ ଅଲଗା କରିବା ପାଇଁ Comma ବ୍ୟବହୃତ ହୋଇଥାଏ
08:58 ଯେଉଁଠି ରୋ’ଗୁଡିକୁ ଅଲଗା କରିବା ପାଇଁ semi-colon ବ୍ୟବହୃତ ହୋଇଛି. ବର୍ତ୍ତମାନ Enter ଦାବନ୍ତୁ
09:07 b (କୋଲୋନ୍) (equals) identity (2) ଟାଇପ୍ କରନ୍ତୁ
09:15 ଏହା ଗୋଟିଏ 2 by 2 identity ମେଟ୍ରିକ୍ସ ସୃଷ୍ଟି କରିବ
09:19 ବର୍ତ୍ତମାନ a ଓ b ଉପରେ arithmetic operationଗୁଡିକୁ ପ୍ରୟୋଗ କରନ୍ତୁ
09:24 a (ପ୍ଲସ୍) b ଟାଇପ୍ କରିବା ସହିତ Enter ଦାବନ୍ତୁ
09:29 ଏହା ମେଟ୍ରିକ୍ସର ଯୁକ୍ତ କାର୍ଯ୍ୟ କରିବ
09:32 a (asterisk) b ଟାଇପ୍ କରନ୍ତୁ
09:36 ଏହା ମେଟ୍ରିକ୍ସର ଗୁଣନ କାର୍ଯ୍ୟ କରିବ. Enter ଦାବନ୍ତୁ
09:42 a (ଡଟ୍) (asterisk) b ଟାଇପ୍ ଅରିବା ସହିତ Enter ଦାବନ୍ତୁ
09:49 ଏହା ଦୁଇଟି ମେଟ୍ରିକ୍ସ ମଧ୍ୟରେ ଉପାଦାନ ଅନୁସାରେ ଗୁଣନ କାର୍ଯ୍ୟ କରିବ
09:55 ଧ୍ୟାନଦିଅନ୍ତୁ ଯେ OMShellରେ ବ୍ୟବହୃତ ହୋଇଥିବା ଭେରିଏବଲଗୁଡିକର ଡେଟା ଟାଇପକୁ ଘୋଷଣା କରିବା ଜରୁରୀ ନୁହେଁ
10:02 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
10:06 Reduction functionଗୁଡିକ arrayକୁ input ଭାବେ ଗ୍ରହଣ କରିଥାଏ ଏବଂ output ଭାବେ scalar ପ୍ରଦାନ କରେ
10:13 min() ଗୋଟିଏ ଫଙ୍କଶନ୍ ଅଟେ ଯାହା ଗୋଟି ଏ ଆରେରେ ଥିବ କ୍ଷୁଦ୍ରତମ ଭେଲ୍ୟୁକୁ ଫେରସ୍ତ କରିଥାଏ
10:19 ସେହିପରି max() ଫଙ୍କଶନ୍ ଗୋଟିଏ ଆରେ ମଧ୍ୟରେ ଥିବା ବୃହତ୍ତମ ଭେଲ୍ୟୁକୁ ଫେରସ୍ତ କରିଥାଏ. sum() ସମସ୍ତ ଉପାଦାନ ଗୁଡିକର ଯୋଗଫଳ ଏବଂ product() ଗୁଣଫଳ ପ୍ରଦାନ କରିଥାଏ
10:33 ଏହି ଫଙ୍କଶନଗୁଡିକୁ ପ୍ରଦର୍ଶନ କରିବା ପାଇଁ OMShellକୁ ଫେରିଆସନ୍ତୁ
10:38 ଗୋଟିଏ ନୂତନ ମେଟ୍ରିକ୍ସ ସୃଷ୍ଟି କରନ୍ତୁ
10:41 x (କୋଲୋନ୍)(equals) (ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ) 3 (କମା) 4 (ସେମିକୋଲୋନ୍) 5 (କମା) 6
10:52 xର ନ୍ୟୁନତମ ଭେଲ୍ୟୁ ପ୍ରାପ୍ତ କରିବା ପାଇଁ min (x) ଟାଇପ୍ କରନ୍ତୁ
11:00 ଆରେ xର ବୃହତ୍ତମ ଭେଲ୍ୟୁ ପ୍ରାପ୍ତ କରିବା ପାଇଁ max (x) ଟାଇପ୍ କରନ୍ତୁ
11:08 ସେହିପରି ସମସ୍ତ ଉପାଦାନଗୁଡିକର ଯୋଗଫଳ ପ୍ରାପ୍ତ କରିବା ପାଇଁ sum (x) ଟାଇପ୍ କରନ୍ତୁ
11:15 ଏବଂ min ଆରେ xର ପ୍ରତ୍ୟେକ ଉପାଦାନଗୁଡିକର ପ୍ରଡକ୍ଟ ପ୍ରାପ୍ତ କରିବା ପାଇଁ product (x) ଟାଇପ୍ କରନ୍ତୁ
11:23 ପୁନର୍ବାର ସ୍ଲାଇଡକୁ ଫେରିଆସନ୍ତୁ
11:27 ବର୍ତ୍ତମାନ ଅନ୍ୟ ବିଭିନ୍ନ functionଗୁଡିକୁ ଆଲୋଚନା କରିବା ଯାହା arrayକୁ input ଭାବେ ନେଇଥା’ନ୍ତି
11:33 abs() ଗୋଟିଏ function ଯାହା ଏହାର ସମସ୍ତ ଉପାଦାନଗୁଡିକର absolute valueଗୁଡିକ ସହିତ ଗୋଟିଏ array ଫେରସ୍ତ କରିଥାଏ
11:40 size(), ପ୍ରତ୍ୟେକ ଡାଇମେନଶନ୍ ଆକାରର ଗୋଟିଏ ଭେକ୍ଟରକୁ ଫେରସ୍ତ କରିଥାଏ
11:45 ndims(), ଗୋଟିଏ ଆରେରେ ଥିବା ଡାଇମେନଶନଗୁଡିକର ସଂଖ୍ୟାକୁ ଫେରସ୍ତ କରିଥାଏ
11:51 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:54 ଏହି ଟ୍ୟୁଟୋରିଆଲରେ ଆମେ array functionଗୁଡିକୁ ଇଣ୍ଟରାକ୍ଟିଭଲୀ ପ୍ରଦର୍ଶନ କରିବା ପାଇଁ OMShellକୁ ବ୍ୟବହାର କରିଛୁ
12:01 ଏହି functionଗୁଡିକ Modelica ଲାଙ୍ଗୁୟେଜ୍ ସ୍ପେସିଫିକେଶନର ଅଂଶ ଅଟେ
12:05 ତେଣୁ OMEditରେ classଗୁଡିକୁ ଲେଖିବା ସମୟରେ ମଧ୍ୟ ବ୍ୟବହାର କରାଯାଇପାରିବ
12:11 ଗୋଟିଏ ଆସାଇନମେଣ୍ଟ ଭାବେ ଗୋଟିଏ ଆରେରେ, abs(), ndims() ଓ size() ଫଙ୍କଶନଗୁଡିକୁ ବ୍ୟବହାର କରନ୍ତୁ
12:19 ଦ୍ଵିତୀୟରେ ଅନେକ ଫଙ୍କଶନଗୁଡିକ ପାଇଁ ଗୋଟିଏ two-dimensional array କିମ୍ବା ମେଟ୍ରିକ୍ସକୁ ଏକ argument ଭାବେ ବ୍ୟବହାର କରନ୍ତୁ
12:28 ଗୋଟିଏ ଆସାଇନମେଣ୍ଟ ଭାବେ three-dimensional arrayଗୁଡିକ ସହିତ ଏହି ସମସ୍ତ functionଗୁଡିକୁ ପ୍ରୟୋଗ କରନ୍ତୁ
12:35 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
12:39 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
12:42 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ. ପ୍ରମାଣପତ୍ର ପ୍ରଦାନ କରିଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
12:48 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
12:54 ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
13:00 ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥାଉ
13:06 Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
13:14 OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep