Linux/C2/Working-with-Regular-Files/Oriya

From Script | Spoken-Tutorial
Revision as of 12:20, 23 October 2013 by Devraj (Talk | contribs)

Jump to: navigation, search
Visual Cue Narration
0:00 ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
0:07 ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ଏକତ୍ର ହୋଇ ଲିନକ୍ସ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି .
0:13 ପୁର୍ବ ଟ୍ୟୁଟୋରିଆଲ ରେ ଆମେ ଦେଖିଛେ ଯେ ଡାଇରେକ୍ଟ୍ ଟୋରୀଜ (directories) ସହିତ କିପରି କାର୍ଯ କରିବାକୁ ହୁଏ . ଆପଣ ଏହି ୱେବ୍ସାଇଟ୍ରେ ଟ୍ୟୁଟୋରିଆଲ ପାଇ ପାରିବେ .
0:25 ଏହି ଟ୍ୟୁଟୋରିଆଲ ରେ ଦେଖିବା ଆମେ ଦେଖିବା କିପରି ରେଗୁଲାର୍ ଫାଇଲସ୍ (regular files) କୁ ପରିଚାଳନା କରାଯାଏ .
0:31 ଆମେ ପୁର୍ବ ରୁ ଅନ୍ୟ ଟ୍ୟୁଟୋରିଆଲ ରେ ଦେଖିସାରିଛୁ ଯେ କିପରି ଆମେ cat କମାଣ୍ଡ୍ ର ବ୍ୟବହାର କରି ଫାଇଲ୍ ତିଆରି କରି ପାରିବା . ସବିଶେଷ ତଥ୍ୟ ପାଇଁ ଦୟାକରି ଏହି ୱେବ୍ସାଇଟ୍‍ କୁ ଯାଅ.
0:46 ଚାଲ ଆମେ ଦେଖିବା ଫାଇଲ୍ କୁ କିପରି ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ କୋପି କରୁ . ଏହା ପାଇଁ ଆମ ପାଖରେ cp କମାଣ୍ଡ୍ ଅଛି.
0:55 ଚାଲ ଦେଖିବା କମାଣ୍ଡ୍ କିପରି ବ୍ୟବହାର ହୁଏ .
1:00 ସିଂଗଲ୍ ସାଇନ୍ କୁ କୋପି କରିବାକୁ ଆମେ cp space ଏକ କିମ୍ବା ଅଧିକ [OPTION]... space SOURCE ଫାଇଲ୍ ର ନାମ space destination ଫାଇଲ୍ ନାମ DEST .
1:15 ଏକ ସମୟରେ ବହୁତ (multiple) ଫାଇଲସ୍ କୁ କୋପି ପାଇଁ ଆମେ ଲେଖିବା cp space ଏକ କିମ୍ବା ଅଧିକ [OPTION]... SOURCE ଫାଇଲ୍ ଗୁଡ଼ିକର ନାମ ଯାହାକୁ ଆମେ କୋପି କରିବାକୁ ଚାହୁଁ ଏବଂ destination DIRECTORY ର ନାମ ଯେଉଁଠି ଏହି ଫାଇଲସ୍ କୋପି ହେବ .
1:34 ଚାଲ ଏକ ଉଦାହରଣ ଦେଖିବା , ପ୍ରଥମେ ଆମେ ଟର୍ମିନାଲ୍ ଖୋଲିବା.
1:42 ଆମ ପାଖରେ ପୁର୍ବ ରୁ /home/anirban/arc/ ରେ test1 ନାମକ ଏକ ଫାଇଲ୍ ଅଛି .
1:49 test1 ରେ କଣ ଅଛି ଦେଖିବା ପାଇଁ , $ cat test1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
2:00 test1 ରେ ଦେଖାଯାଉଥିବା କନ୍ଟେଟ (content) କୁ ଆମେ ଦେଖିପାରିବା, ଏବେ ଯଦି ଆମେ ଏହାକୁ test2 ନାମକ ଅନ୍ୟ ଏକ ଫାଇଲ୍ କୁ କୋପି କରିବାକୁ ଚାହିଁବା ତେବେ ଆମେ $ cp test1 test2 ଲେଖିବା ଏବଂ ଏନ୍ଟର୍ ଦବାଇବା.
2:22 ବର୍ତମାନ ଫାଇଲ୍ କୋପି ହୋଇଯାଇଛି.
2:25 ଯଦି test2 ବିଦ୍ୟମାନ ନ ଥାଏ ଏହାକୁ ପ୍ରଥମେ ତିଆରି କରିବାକୁ ହେବ ଏବଂ ପରେ test1 ର କନ୍ଟେଟ (content) ଏଥିରେ କୋପି କରିବାକୁ ହେବ.
2:35 ଯଦି ଏହା ପୁର୍ବରୁ ବିଦ୍ୟମାନ ଥାଏ ତେବେ ଏହା ନିରବରେ overwritten ହେବ . କୋପି କରାଯାଇଥିବା ଫାଇଲ୍ କୁ ଦେଖିବା ପାଇଁ $ cat test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
2:52 ଆପଣ ଫାଇଲ୍ ଗୁଡିକୁ ବିଭିନ୍ନ ଡାଇରେକ୍ଟ୍ ଟୋରୀଜ (directories)କୁ ଏବଂ ଡାଇରେକ୍ଟ୍ ଟୋରୀଜ ରୁ କୋପି କରିପାରିବେ . ଉଦାହରଣ ସ୍ବରୁପ, $ cp /home/anirban/arc/demo1 /home/anirban/demo2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
3:31 ଫଳ ଏହା ହେବ ଯେ, ଏହା ଫାଇଲ୍ demo1 କୁ source ଡାଇରେକ୍ଟ୍ ଟୋରୀ (directory) /home/anirban/arc/ ରୁ destination directory /home/anirban କୁ କୋପି କରିବ, ଏହା demo2 ନାମକ ଏକ ଫାଇଲ୍ କୁ କୋପି କରିବ .
3:51 ସେଠାରେ demo2 କୁ ଦେଖିବା ପାଇଁ , ls space /home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ
4:13 ଆମେ ଉପରକୁ scroll କରୁଁ , ଯେପରି ଆପଣ ଦେଖିପାରିବେ demo2 ଏଠାରେ ଅଛି.
4:19 ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା .
4:25 ଯଦି ତୁମେ destination directory ରେ ଫାଇଲ୍ ର ସେହି ଏକା ନାମ ରଖିବା ପାଇଁ ଚାହଁ, ତୁମେ ଫାଇଲ୍ ର ନାମ ମଧ୍ୟ ଉଲ୍ଲେଖ କରି ନ ପାର .
4:35 $ cp /home/anirban/arc/demo1 /home/anirban/ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
5:03 ଏହା ପୁଣି ଥରେ demo1 ଫାଇଲ୍ କୁ /home/anirban/arc/ directory ଠାରୁ /home/anirban directory କୁ demo1 ନାମକ ଫାଇଲ୍ କୋପି କରିବ.
5:20 ପୁର୍ବ ଭଳି demo1 କୁ ଦେଖିବା ପାଇଁ ls/home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
5:33 ଏଠାରେ ଆଉଥରେ ଆମେ ଉପରକୁ scroll କରିବା ଏବଂ ଯେପରି ଆପଣ ଦେଖିପାରିବେ demo1 ଫାଇଲ୍ ଏଠାରେ ଅଛି.
5:40 ଆଉଥରେ ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା .
5:48 ଅନ୍ୟ ଏକ ଉଦାହରଣ, ତେବେ ଆମେ destination file ର ନାମ ଦେବା ପାଇଁ ଆବଶ୍ୟକ କରୁନାହୁଁ, ହେଉଛି ଯେତେବେଳେ ଆମେ multiple ଫାଇଲ୍ କୋପି କରିବାକୁ ଚାହୁଁ.
5:56 ଆମେ ମାନୁ ଯେ ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ test1 test2 test3 ନାମକ ତିନୋଟି ଫାଇଲସ୍ ଅଛି .
6:04 ବର୍ତମାନ $ cp test1 test2 test3 /home/anirban/testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
6:27 ଏହା ସେମାନକଂର ନାମ ପରିବର୍ତନ ବିନା ତିନୋଟି ଯାକ ଫାଇଲସ୍ test1, test2 and test3 କୁ /home/anirban/testdirଡାଇରେକ୍ଟ୍ ଟୋରୀ (directory) ରେ କୋପି କରିବ .
6:41 ଆପଣ ଦେଖିବେ ଯେ ଏହି ଫାଇଲ୍ ଗୁଡିକ ବାସ୍ତବରେ କୋପି ହୋଇଯାଇଛି . ଆମେ /home/anirban/testdir ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
7:03 ଯେପରି ଆପଣ ଦେଖି ପାରିବେ test1,test2 ଏବଂ test3 ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଛି.
7:10 cp ସହିତ ବହୁତ ଅପସନ୍ସ (options) ଅଛି . ସେଗୁଡ଼ିକ ମଧ୍ୟରୁ ଏଠାରେ ଆମେ କେବଳ ଅତି ଗୁରୁତ୍ତପୁର୍ଣ ଗୁଡ଼ିକୁ ଦେଖିବା.
7:18 ଚାଲ ଆମେ ପ୍ରଥମେ ସ୍ଲାଇଡସ୍ କୁ ଆଉଥରେ ଯିବା.
7:23 ଅପସନ୍ସ (options) ମଧ୍ୟରୁ -R (capital R) ବହୁତ ଗୁରୁତ୍ତପୁର୍ଣ . ଏହା ଏକ ପୁର୍ଣ ଡାଇରେକ୍ଟ୍ ଟୋରୀ (directory) structure ର recursive copy କରିଥାଏ .
7:33 ଚାଲ ଏବେ ଆମେ ଏକ ଉଦାହରଣ ଦେଖିବା .
7:38 ଚାଲ ଏବେ, testdir directory ର ସବୁ କନ୍ଟେଟସ୍ (contents) କୁ test ନାମକ ଡାଇରେକ୍ଟ୍ ଟୋରୀ (directory) କୁ କୋପି କରିବା ପାଇଁ ଚେଷ୍ଟା କରିବା .
7:48 ଏଥିପାଇଁ ଆମେ cptestdir/ test ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
8:02 ଯେପରି ଆପଣ output ମେସେଜ୍ (message) ରୁ ଦେଖିପାରିବେ.
8:06 ସାଧାରଣତଃ cp କମାଣ୍ଡ୍ ଦ୍ୱାରା ସିଧାସଳଖ ଆମେ କିଛି କନ୍ଟେଟସ୍ (contents) ଥିବା ଏକ ଡାଇରେକ୍ଟ୍ ଟୋରୀ (directory)କୁ କପି କରିପାରିବା ନାହିଁ
8:14 କିନ୍ତୁ -R ଅପସନ୍ ବ୍ୟବହାର କରି, ଆମେ ଏହା କରିପାରିବା .
8:19 ବର୍ତମାନ cp -R testdir/ test ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
8:36 ଫାଇଲ୍ ଗୁଡିକ ଏବେ କୋପି ହୋଇଯାଇଛି, ଏହା ଦେଖିବା ପାଇଁ ଯେ ଟେକ୍ସଟ୍ ଡାଇରେକ୍ଟ୍ ଟୋରୀ (text directory) ବାସ୍ତବରେ ବିଦ୍ୟମାନ,
ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ. 
8:47 ଯେପରି ଆପଣ ଦେଖିପାରିବେ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ବିଦ୍ୟମାନ . ଚାଲ ଏବେ ସ୍କ୍ରିନ୍ ସଫା କର .
8:57 test ଭିତରେ କନ୍ଟେଟସ୍ (contents) ଦେଖିବା ପାଇଁ ls test ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:08 ଆପଣ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ର କନ୍ଟେଟସ୍ (contents) ଦେଖିପାରିବେ.
9:13 ବର୍ତମାନ ଆମେ ସ୍ଲାଇଡସ୍ କୁ ଫେରିଯିବା .
9:16 ଆମେ ଦେଖିଛେ ଯେ, ଯଦି ଏକ ଫାଇଲ୍ କୁ ଅନ୍ୟ ଏକ existing (ପୁର୍ବରୁ ବିଦ୍ୟମାନ) ଫାଇଲ୍ କୁ କୋପି କରାଯାଏ, ତେବେ existing file ଟି overwritten ହୋ‌ଇଯିବ
9:25 ଏବେ କଣ ହେବ, ଯଦି ଆମେ ଏକ ଗୁରୁତ୍ବପୁର୍ଣଫାଇଲ୍ କୁ ଅଜାଣତରେ overwrite କରିଦେଲୁଁ .
9:30 ଏଭଳି କିଛି ହେବାକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ -b ଅପସନ୍ ଅଛି .
9:36 ଏହା ପ୍ରତେକ exiting destination ଫାଇଲ୍ ର ବେକ୍ ଅପ୍ (back-up) ତିଆରି କରେ.
9:41 ଆମେ -i(interactive) ଅପସନ୍ ର ବ୍ୟବହାର କରିପାରିବା . ଏହା ସବୁବେଳେ ଆମକୁ କୌଣସି destination ଫାଇଲ୍ କୁ overwrite କରିବା ପୁର୍ବରୁ ଚେତାବନୀ ଦିଏ .
9:54 ବର୍ତମାନ ଆସ ଦେଖ mv କମାଣ୍ଡ୍ କିପରି କାର୍ଯ୍ୟ କରେ .
9:59 ଏହା files କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବହାର ହୁଏ . ତାହା କିପରି ଉପଯୋଗୀ ହୋ‌ଇଥାଏ ? .
10:04 ଏହାର ଦୁଇଟି ମୁଖ୍ୟ ଉପଯୋଗ ଅଛି .
10:07 ଏହା ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (a file or directory) ର rename (ପୁର୍ନବାର ନାମ ଦେବା) ପାଇଁ ବ୍ୟବହାର କରାଯାଇ ଥାଏ.
10:11 ଏହା ଫାଇଲସ୍ ର ଏକ ସମୁହ କୁ ଏକ ଭିନ୍ନ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରେ .
10:17 mv ,cp ସହିତ ପ୍ରାୟ ସମାନ, ଯାହା ଆମେ ଆଗରୁ ଦେଖି ସାରିଛୁ . ତେଣୁ ଦେଖିବା mv କିପରି ବ୍ୟବହାର କରିପାରିବା.
10:29 ଟର୍ମିନାଲ୍ ଖୋଲ ଏବଂ $ mv test1 test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
10:43 ଏହା home directory ରେ ପୁର୍ବରୁ ଉପସ୍ଥିତ ଥିବା test1 ନାମକ ଏକ ଫାଇଲ୍ କୁ test2 ନାମକ ଏକ ଫାଇଲ୍ ରେ rename କରିବ
10:52 ଯଦି test2 ପୁର୍ବରୁ ଉପସ୍ଥିତ ଅଛି ତେବେ ଏହା ଆପେ ଆପେ overwritten ହୋଇଯିବ.
11:00 ଯଦି ଆମେ ଫାଇଲ୍ କୁ overwritten ହେବା ପୁର୍ବରୁ ଚେତାବନି ଚାହୁଁ .
11:05 ଆମେ mv କମାଣ୍ଡ୍ ସହିତ -i ଅପସନ୍ ବ୍ୟବହାର କରିପାରିବା.
11:10 ଧର, ଆମ ପାଖରେ anirban ନାମକ ଅନ୍ୟ ଏକ ଫାଇଲ୍ ଅଛି. ଏହି ଫାଇଲ୍ କୁ ମଧ୍ୟ ଆମେ test2 ରୁପରେ ନବୀକରଣ ଚାହୁଁ.
11:20 ଆମେ mv -i anirban test2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
11:32 ଯେପରି ଆପଣ ଦେଖିପାରିବେ ଚେତାବନୀ ଉପଲବ୍ଧି ଅଛି , ଯାହା ପଚାରେ କଣ test2 ଅଧିକ overwritten ହେବା ଉଚିତ କିମ୍ବା ନୁହେଁ.
11:41 ଯଦି ଆମେ y ଦବାଉଁ ଏବଂ ପରେ ଏନ୍ଟର୍ ଦବାଉଁ , ତେବେ ଫାଇଲ୍ ଟି ପ୍ରକୃତରେ overwritten ହୋଇଯିବ.
11:49 cp ପରି ଆମେ ବହୁବିଧ ଫାଇଲସ୍ ସହିତ mv ର ବ୍ୟବହାର କରିପାରିବା କିନ୍ତୁ ଏହି କ୍ଷେତ୍ରରେ ଗନ୍ତବ୍ୟ ଏକ ଡାଇରେକ୍ଟ୍ ଟୋରୀ (directory) ହେବ ଉଚିତ.
11:58 ଆଗକୁ ଯିବା ପୁର୍ବରୁ ଚାଲ ସ୍କ୍ରିନ୍ ସଫା କରିବା .
12:03 ମନେକର, ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ abc.txt, pop.txt ଏବଂ push.tx ନାମକ ତିନୋଟି ଫାଇଲସ୍ ଅଛି.
12:14 ସେମାନକଂର ଉପସ୍ଥିତ ଦେଖିବା ପାଇଁ ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
12:21 ଫାଇଲସ୍ pop.txt,push.txt ଏବଂ abc.txt ଏଠାରେ ଅଛି. ଏବେ ଚାଲ ସ୍କ୍ରିନ୍ ସଫା କର.
12:36 ଏବେ ଆମେ ଏହି ତିନୋଟି ଫାଇଲସ୍ କୁ testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରିବାକୁ ଚାହୁଁ.
12:46 ଆମେ ଏହା କରିବା ଦରକାର ଯେ , mv abc.txt pop.txt push.txt ଏବଂ ପରେ ଗନ୍ତବ୍ୟ ଫୋଲଡର୍ ର ନାମ ଟାଇପ୍ କର, ଯାହାକି testdir ଅଟେ ଏବଂ ଏନ୍ଟର୍ ଦବାଅ.
13:14 ସେମାନଂକୁ ଦେଖିବା ପାଇଁ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:20 ଆପଣ abc, pop ଏବଂ push.txt ଫାଇଲ୍ ଗୁଡିକୁ ଦେଖିପାରିବେ.
13:27 ବର୍ତମାନ କିଛି ଅପସନ୍ ଗୁଡିକୁ ଦେଖିବା ଯାହା mv ସହିତ ଯାଏ . ଚାଲ ଏବେ ସ୍ଲାଇଡ୍ ଗୁଡିକୁ ଫେରିବା .
13:37 mv କମାଣ୍ଡ ସହିତ -b କିମ୍ବା –backup ଅପସନ୍ ଉପସ୍ତିତ ଅଛି . ଏହା ପ୍ରତେକ ଫାଇଲ୍ କୁ overwritten ହେବା ପୁର୍ବରୁ ସେମାନଂକୁ ଗନ୍ତବ୍ୟ ରେ ବେକେ ଅପ୍ (backup) କରିବା.
13:48 -i ଅପସନ୍ ଯାହା ଆମେ ଆଗରୁ ଦେଖିଛେ, କୌଣସି ଗନ୍ତବ୍ୟ ଫାଇଲ୍ overwritten ହେବା ପୁର୍ବରୁ ଆମକୁ ଚେତାବନି ଦିଏ.
13:58 ପରବର୍ତୀ କମାଣ୍ଡ ହେଉଛି rm କମାଣ୍ଡ୍ . ଏହି କମାଣ୍ଡ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ ଉପଯୋଗୀ .
14:06 ଟର୍ମିନାଲ୍ କୁ ଫେରିଯାଅ ଏବଂ lstestdir ଟାଇପ୍ କର.
14:15 ଆମେ faq.txt ନାମକ ବିଦ୍ୟମାନ ଫାଇଲ୍ କୁ ଦେଖିପାରିବା . ଧର ଆମେ ଏହାକୁ ଡିଲିଟ୍ କରିବାକୁ ଚାହୁଁ.
14:23 ଏଥିପାଇଁ $ rmtestdir/faq.txt ଟାଇପ୍‌ କର ଏବଂ ଏନ୍ଟର୍ ଦବାଅ .
14:37 ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir directory ରୁ ମିଟାଇ ଦେବ .
14:46 ଫାଇଲ୍ ଗୁଡିକ ବାସ୍ତବରେ ମିଟାଇ ହୋଇଯାଇଛି କି ନାହିଁ ଏହା ଦେଖିବାକୁ ଚାଲ ଆଉଥରେ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
15:00 ଆମେ ଏବେ ଫାଇଲ୍ faq.txt ଦେଖି ପାରିବା ନାହିଁ .
15:05 ଆମେ multiple ଫାଇଲ୍ ଗୁଡିକ ସହିତ rm କମାଣ୍ଡ୍ କୁ ମଧ୍ୟ ବ୍ୟବହାର କରି ପାରିବା .
15:10 testdir ଡାଇରେକ୍ଟ୍ ଟୋରୀ (directory) ରେ ଦୁଇଟି ଫାଇଲସ୍ abc2 ଏବଂ abc1 ଅନ୍ତର୍ଭୁକ୍ତ .
15:17 ମନେକର ଯେ ଆମେ abc1 and abc2 ଫାଇଲ୍ ଗୁଡିକୁ ହଟାଇବା ପାଇଁ ଚାହୁଁ .
15:23 ଏଥି ପାଇଁ ଆମେ rmtestdir/abc1 testdir/abc2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା .
15:45 ଏହା abc1 ଏବଂ abc2 ଫାଇଲ୍ ଗୁଡିକୁ testdir directory ରୁ ହଟାଇଦେବ .
15:53 ଏହି ଫାଇଲ୍ ଗୁଡିକ ହଟି ଯାଇଛି କି ନାହିଁ ଦେଖିବା ପାଇଁ ଆଉଥରେ lstestdir ଟାଇପ୍ କର . ଆପଣ abc1 ଏବଂ abc2 ଫାଇଲ୍ ଗୁଡିକୁ ଆଉ ଦେଖିପାରିବେ ନାହିଁ.
16:07 ଆଗକୁ ଯିବା ପୁର୍ବରୁ ଚାଲ ଏବେ ସ୍କ୍ରିନ୍ ସଫା କର.
16:14 ବର୍ତମାନ ସ୍ଲାଇଡ୍ ଗୁଡିକୁ ଫେରିବା.
16:18 ଚାଲ ସଂଖିପ୍ତ ବିବରଣୀ କରିବା ଯାହା ଆମେ ଏବେ କହିଛୁ .
16:20 ଆମେ ଏକ single ଫାଇଲ୍ କୁ ଡିଲିଟ୍ କରିବା ପାଇଁ rm ଏବଂ ଫାଇଲ୍ ର ନାମ ଲେଖିବା .
16:27 multiple ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ rm ଏବଂ ସେହି multiple ଫାଇଲ୍ ଗୁଡିକର ନାମ ଲେଖ ଯାହା ଆମେ ଡିଲିଟ୍ କରିବାକୁ ଚାହୁଁ.
16:34 ବର୍ତମାନ rm କମାଣ୍ଡ୍ ର କିଛି ଅପସନ୍ ଗୁଡିକୁ ଚାଲ ଦେଖିବା .
16:40 ବେଳେ ବେଳେ ଫାଇଲ୍ write protected ଥାଏ, ଯାହା rm ର ବ୍ୟବହାର ଦ୍ୱାରା ଡିଲିଟ୍ ହେବ ନାହିଁ . ଏହି କ୍ଷେତ୍ରରେ ଆମ ପାଖରେ -f option ଅଛି, ଯାହା ଏକ ଫାଇଲ୍ କୁ force delete କରିବା ପାଇଁ ବ୍ୟବହାର ହୋଇପାରିବ.
16:57 ଅନ୍ୟ ସାମାନ୍ୟ ଅପସନ୍ ହେଉଛି -r option . ଚାଲ ଦେଖିବା କେଉଁଠାରେ ଏହି ଅପସନ୍ ଉପଯୋଗୀ .
17:07 ଚାଲ ଟର୍ମିନାଲ୍ କୁ ଫେରିବା .
17:12 ଡାଇରେକ୍ଟ୍ ଟୋରୀଜ (directories) ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହାର ହୁଏ ନାହିଁ, ତାହା ପାଇଁ ଆମ ପାଖରେ rmdir କମାଣ୍ଡ ଅଛି .
17:21 କିନ୍ତୁ rmdir କମାଣ୍ଡ ସାଧାରଣତଃ କେବଳ ଖାଲି ଥିବା ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରେ .
17:27 ଯଦି ଆମେ ଏକ ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରିବାକୁ ଚାହୁଁ ଯାହା ଭିତରେ କେତେକ ଫାଇଲସ୍ ଏବଂ subdirectories ଅଛି, ତେବେ ଆମେ କଣ କରିବା .
17:35 ଚାଲ ଏହା କରିବା ପାଇଁ rm କମାଣ୍ଡ୍ ବ୍ୟବହାର କରିବା .
17:38 ଚାଲ ଆମେ ଟାଇପ୍ କରିବା rm ଏବଂ ଆମେ ଡିଲିଟ୍ କରିବା ପାଇଁ ଚାହୁଁଥିବା directory ଯାହା testdir , ଏବଂ ଏନ୍ଟର୍ ଦବାଇବା .
17:47 ଆଉଟ୍ ପୁଟ୍ ମେସେଜ୍(output message)ରୁ ଆମେ ଦେଖିପାରିବା ଯେ testdir କୁ ଡିଲିଟ୍ କରିବା ପାଇଁ ଆମେ rm directory ର ବ୍ୟବହାର କରି ପାରିବା ନାହିଁ.
17:55 କିନ୍ତୁ ଯଦି ଆମେ -r ଏବଂ -f option ଯୋଡିବା ତେବେ ଆମେ ଏହା କରିପାରିବା .
18:03 rm -rftestdir ଟାଇପ୍ କର ଏବଂ ପରେ ଏନ୍ଟର୍ ଦବାଅ.
18:16 ବର୍ତମାନ testdir directory ସଫଳ ପୁର୍ବକ ଡିଲିଟ୍ ହୋଇଯାଇଛି .
18:22 ବର୍ତମାନ ପରବର୍ତୀ କମାଣ୍ଡ କୁ ଅଧ୍ୟୟନ କରିବା ପାଇଁ ସ୍ଲାଇଡ୍ କୁ ଫେରିବା .
18:27 cmp କମାଣ୍ଡ.
18:29 ବେଳେ ବେଳେ ଆମେ ଯାଂଚ ର ଆବଶ୍ୟକତା କରୁ ଯେ କଣ ଦୁଇଟି ଫାଇଲ୍ ସମାନ କି ନାଁ . ଯଦି ସେମାନେ ସମାନ ତେବେ ସେମାନକଂ ମଧ୍ୟରୁ ଗୋଟିଏ ଡିଲିଟ୍ କରି ପାରିବା .
18:37 ଆହୁରି ମଧ୍ୟ ଦେଖିବାକୁ ଚାହିଁ ପାରୁଁ କି କଣ ପୁର୍ବ version ଠାରୁ ଫାଇଲ୍ ବଦଳି ଯାଇଛି .
18:44

ଏଗୁଡିକ ଏବଂ ଅନ୍ୟ ଅନେକ ଉଦ୍ଦେଶ୍ୟ ପାଇଁ ଆମେ cam କମାଣ୍ଡ୍ ର ବ୍ୟବହାର କରିପାରିବା .

18:49 ଏହା ଦୁଇଟି ଫାଇଲ୍ କୁ byte by byte ତୁଳନା କରେ .
18:54 file1 ଏବଂ file2 କୁ ତୁଳନା କରିବା ପାଇଁ ଆମେ cmp file1 file2 ଲେଖିବା .
19:03 ଯଦି ଦୁଇଟି ଫାଇଲ୍ ରେ ପୁର୍ଣ ରୁପରେ ସମାନ ବିଷୟ ବସ୍ତୁ ଥାଏ ତେବେ କୌଣସି ମେସେଜ୍ ଦେଖାଇବ ନାହିଁ .
19:11 କେବଳ ପ୍ରମପ୍ଟ୍ ମୁଦ୍ରିତ ହେବ .
19:14 ଯଦି ସେମାନକଂର ବିଷୟ ବସ୍ତୁ ଅଲଗା , ତେବେ ଟର୍ମିନାଲ୍ ଉପରେ ପ୍ରଥମ ଅମେଳ (mismatch) ର ସ୍ଥାନ ମୁଦ୍ରିତ ହେବ .
19:25 ଚାଲ ଦେଖିବା, cmp କେମିତି କାର୍ଯ୍ୟ କରେ . ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ sample1 ଏବଂ sample2 ନାମକ ଦୁଇଟି ଫାଇଲ୍ ଅଛି .
19:35 ଚାଲ ଦେଖିବା , ସେମାନେ କଣ ଧାରଣ କରନ୍ତି .
19:38 cat sampe1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଏଥିରେ “This is a Linux file to test the cmp command” ଟେକଷ୍ଟ (text) ଅନ୍ତରଭୁକ୍ତ .
19:50 ଅନ୍ୟ ଫାଇଲ୍ sample2 ରେ ଟେକଷ୍ଟ (text) ଅନ୍ତରଭୁକ୍ତ ଏବଂ ଏହାକୁ ଦେଖିବା ପାଇଁ cat sample2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
20:00 ଏଥିରେ “This is a Unix file to test the cmp command" ଟେକଷ୍ଟ (text) ଅନ୍ତରଭୁକ୍ତ.
20:06 ବର୍ତମାନ ଆମେ cmp କମାଣ୍ଡ୍ କୁ ଏହି ଦୁଇଟି ଫାଇଲ୍ ଉପରେ ଲାଗୁ କରିବା .
20:11 ଆମେ cmp sample1 sample2 ଲେଖିବା ଓ ଏନ୍ଟର୍ ଦବାଇବା .
20:23 ଯେଭଳି ଆମେ ଦେଖିପାରିବା ଦୁଇଟି ଫାଇଲ୍ sample1 ଏବଂ sample2 ମଧ୍ୟରେ ପ୍ରଥମ ପ୍ରଭେଦ ଚିହ୍ନିତ ହୋଇଛି .
20:32 ଚାଲ ପରବର୍ତୀ କମାଣ୍ଡ୍ କୁ ଯିବା ପୁର୍ବରୁ ସ୍କ୍ରିନ୍ କୁ ସଫା କରିବା .
20:38 ପରବର୍ତୀ କମାଣ୍ଡ୍ ଯାହା ଆମେ ଦେଖିବା ତାହା wc କମାଣ୍ଡ୍ ଅଟେ .
20:43 ଏହି କମାଣ୍ଡ୍ ଏକ ଫାଇଲ୍ ରେ characters, words ଏବଂ lines ର ସଂଖ୍ୟା ଗଣନା ପାଇଁ ବ୍ୟବହାର କରଯାଇଥାଏ.
20:50 ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ sample3 ନାମକ ଏକ ଫାଇଲ୍ ଅଛି .
20:56 ଚାଲ ଏହାର ବିଷୟ ବସ୍ତୁ ଦେଖିବା ପାଇଁ ଆମେ cat sample3 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା .
21:05 ଏହା sample3 ର ବିଷୟ ବସ୍ତୁ ଅଟେ .
21:10 ବର୍ତମାନ ଏହି ଫାଇଲ୍ ଉପରେ wc command ର ବ୍ୟବହାର କରିବା .
21:14 ଏଥିପାଇଁ ଆମେ wc sample3 ଲେଖିବା ଏବଂ ଏନ୍ଟର୍ ଦବାଇବା .
21:25 କମାଣ୍ଡ୍ ଦର୍ଶାଏ ଯେ ଫାଇଲ୍ ରେ 6 lines, 67 words ଏବଂ 385 characters ଅଛି .
21:38 ଏଗୁଡିକ କିଛି କମାଣ୍ଡ୍ ଥିଲା ଯେଉଁ ଗୁଡିକ ଆମକୁ ଫାଇଲ୍ ଗୁଡିକ ସହିତ କାମ କରିବା ପାଇଁ ସାହାଯ୍ୟ କରେ .
21:43 ସେମିତି ବହୁତ ସାରା କମାଣ୍ଡ୍ ଅଛି . ଏହାଛଡା ପ୍ରତେକ କମାଣ୍ଡ୍ ର ଯାହା ଆମେ ଦେଖିଛେ , ବହୁତ ଅନ୍ୟ ଅପସନସ୍ ଅଛି .
21:51 ମୁଁ ଆପନଂକୁ man command ବ୍ୟବହାର କରି ସେଗୁଡ଼ିକ ସମ୍ଵନ୍ଧରେ ଅଧିକ ଜାଣିବା ପାଇଁ ପ୍ରୋତ୍ସାହିତ (encourage) କରୁଛି .
22:00 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .
22:04 ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
22:17 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
22:34 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ଥିତି ପାଇଁ ଧନ୍ୟବାଦ.

Contributors and Content Editors

Devraj, Manoranjan, PoojaMoolya, Pradeep