LibreOffice Suite Writer/C4/Headers-Footers-and-notes/Oriya

From Script | Spoken-Tutorial
Revision as of 15:28, 10 April 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ଲିବର-ଅଫିସ୍ ରାଇଟର୍ ର ହେଡର୍ସ, ଫୁଟର୍ସ ଓ ଏଣ୍ଡ୍ ନୋଟ୍ସ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:09 ଡକ୍ୟୁମେଣ୍ଟ୍ସରେ ହେଡର୍ସ କିପରି ଇନ୍ସର୍ଟ କରାଯାଏ |
00:12 ଡକ୍ୟୁମେଣ୍ଟ୍ସରେ ଫୁଟର୍ସ କିପରି ଇନ୍ସର୍ଟ କରାଯାଏ |
00:15 ପ୍ରଥମ ପେଜ୍ ରୁ ହେଡର୍ସ କିପରି ରିମୁଭ୍ କରାଯାଏ |
00:19 ଡକ୍ୟୁମେଣ୍ଟ୍ସରେ ଫୁଟ୍ ନୋଟ୍ ଓ ଏଣ୍ଡ୍ ନୋଟ୍ କିପରି ଇନ୍ସର୍ଟ କରାଯାଏ |
00:24 ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଏଠାରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ବ୍ୟବହାର କରୁଛୁ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪
00:33 ଲିବର୍ ଅଫିସ୍ ରାଇଟର୍ ର ଏକ ଡକ୍ୟୁମେଣ୍ଟ୍ ରେ ଆପଣ ପେଜ୍ ନମ୍ବର୍ ଆଡ୍ କରିପାରିବେ |
00:38 ଆମେ resume.odt ଫାଇଲ୍ ଖୋଲିବା |
00:42 ଫୁଟର୍ ରେ ପେଜ୍ ନମ୍ବର୍ ଇନ୍ସର୍ଟ କରିବାକୁ ହେଲେ ଯେଉଁଠାରେ ଫୁଟର୍ ଇନ୍ସର୍ଟ କରିବାକୁ ଚାହୁଁଛନ୍ତି ସେହି ପେଜ୍ ରେ କ୍ଲିକ୍ କରନ୍ତୁ |
00:49 ଡକ୍ୟୁମେଣ୍ଟ୍ ପେଜ୍ ରେ କ୍ଲିକ୍ କରନ୍ତୁ |
00:51 ମେନୁ ବାର୍ ରେ ଥିବା “Insert” ଅପ୍ସନ୍ ରେ କ୍ଲିକ୍ କରି “Footer” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
00:58 ତା’ପରେ “Default” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
01:01 ପେଜ୍ ର ନିମ୍ନ ଭାଗରେ ଏକ ଫୁଟର୍ ଆଡ୍ ହୋଇଯିବାର ଆମେ ଦେଖିବା |
01:06 ଫୁଟର୍ ରେ ପେଜ୍ ନମ୍ୱର୍ ଡିସପ୍ଲେ କରିବାକୁ ପ୍ରଥମେ “Insert” ଅପ୍ସନ୍ ରେ କ୍ଲିକ୍ କରି |
01:12 ତା’ପରେ “Fields” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
01:15 ଏଠାରେ ଅନେକ ଫୁଟର୍ ଅପ୍ସନ୍ସ ଡିସପ୍ଲେ ହେବ|
01:19 ଡକ୍ୟୁମେଣ୍ଟ୍ ରେ ପେଜ୍ ନମ୍ୱର୍ ଇନ୍ସର୍ଟ କରିବାକୁ “Page Number”ରେ କ୍ଲିକ୍ କରନ୍ତୁ |
01:24 ତତକ୍ଷଣାତ୍, ଫୁଟର୍ ରେ “1” ଡିସପ୍ଲେ ହେବାର ଆମେ ଦେଖିବା |
01:29 ପେଜ୍ ନମ୍ୱର୍ କୁ ଭିନ୍ନ ଷ୍ଟାଇଲ୍ ଦେବାକୁ ପେଜ୍ ନମ୍ୱର୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
01:35 ସ୍କ୍ରିନ୍ ରେ “Edit Fields: Document” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
01:41 “Format” ଅପ୍ସନ୍ ରେ “A B C in uppercase”, “a b c in lowercase”,”Arabic 1 2 3” ପରି ଅନେକ ଫର୍ମାଟ୍ ଆପଣ ଦେଖିବେ |
01:53 ନିଜ ପସନ୍ଦର ପେଜ୍ ନମ୍ୱରିଙ୍ଗ୍ ଶୈଳୀକୁ ଆପଣ ବାଛି ପାରିବେ |
01:58 ଆମେ “Roman i,ii,iii “ ଅପ୍ସନ୍ ବାଛି “OK” ବଟନ୍ ରେ କ୍ଲିକ୍ କରିବା |
02:05 ପେଜ୍ ପାଇଁ ନମ୍ୱରିଙ୍ଗ୍ ଫର୍ମାଟ୍ ବଦଳିଯିବାର ଆପଣ ଦେଖିବେ |
02:09 ସେହିଭଳି, ଡକ୍ୟୁମେଣ୍ଟ୍ ରେ ହେଡର୍ ମଧ୍ୟ ଇନ୍ସର୍ଟ କରିହେବ |
02:13 ହେଡର୍ ଇନ୍ସର୍ଟ ହେବା ପେଜ୍ ରେ ପ୍ରଥମେ କ୍ଲିକ୍ କରନ୍ତୁ |
02:17 ମେନୁରେ ଥିବା “Insert” ଅପ୍ସନ୍ ରେ କ୍ଲିକ୍ କରି “Header” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
02:23 “Default” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
02:26 ପେଜ୍ ର ଶୀର୍ଷ ଭାଗରେ ଏକ ହେଡର୍ ଇନ୍ସର୍ଟ୍ ହେବାର ଆପଣ ଦେଖିବେ |
02:30 ହେଡର୍ ରେ ତାରିଖ ଏଣ୍ଟର୍ କରିବାକୁ ପ୍ରଥମେ “Insert” ଅପ୍ସନ୍ ରେ କ୍ଲିକ୍ କରି “Fields” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
02:37 ପ୍ରଦର୍ଶିତ ସାଇଡ୍ ମେନୁର “Date” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
02:42 ହେଡର୍ ରେ ଡେଟ୍ ଡିସପ୍ଲେ ହୋଇଛି |
02:45 ଡେଟ୍ ଉପରେ ଡବଲ୍-କ୍ଲିକ୍ କଲେ ସେହି ସମସ୍ତ ସମ୍ଭାବ୍ୟ ଫର୍ମାଟ୍ ଗୁଡିକ ଦେଖାଦେବ ଯେଉଁଥିରେ ତାରିଖ ଦୃଶ୍ୟ ହୋଇପାରିବ |
02:51 ଏଠାରେ ଆମେ 31 Dec, 1999 ବାଛି OK ରେ କ୍ଲିକ୍ କରିବା |
02:58 ମେନୁ ବାର୍ ରେ ଥିବା “File” ମେନୁରେ କ୍ଲିକ୍ କରି “Page preview” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
03:05 ଡକ୍ୟୁମେଣ୍ଟ୍ ଟିକୁ “50%” ପର୍ଯ୍ୟନ୍ତ ଜୁମ୍ କରନ୍ତୁ |
03:09 “Date”କୁ ଆମେ ପେଜ ର ଶୀର୍ଷରେ ଓ ପେଜ୍ ନମ୍ୱର୍ କୁ ନିମ୍ନରେ ଦେଖିପାରିବା |
03:15 ଡକ୍ୟୁମେଣ୍ଟ୍ ର ସମସ୍ତ ପେଜ୍ ରେ ଏହା ରେପ୍ଲିକେଟ୍(ନକଲ) ହୋଇଯିବ |
03:19 ମୂଳ ଡକ୍ୟୁମେଣ୍ଟ୍ କୁ ଫେରିବା ପାଇଁ “Close Preview” ବଟନ୍ ରେ କ୍ଲିକ୍ କରନ୍ତୁ |
03:25 ହେଡର୍ ବା ଫୁଟର୍ ଫ୍ରେମ୍ ସହିତ ସମ୍ପୃକ୍ତ ଟେକ୍ସଟ୍ ମଧ୍ୟରେ ସ୍ପେସିଙ୍ଗ୍ କୁ ମଧ୍ୟ ଆପଣ ସଜାଇ ପାରିବେ |
03:30 ହେଡର୍ କିମ୍ୱା ଫୁଟର୍ ରେ ବର୍ଡର୍ ମଧ୍ୟ ପ୍ରୟୋଗ କରିପାରିବେ |
03:34 ମେନୁ ବାର୍ ରେ ଥିବା “Format” ଅପ୍ସନ୍ ରେ କ୍ଲିକ୍ କରି “Page” ଉପରେ କ୍ଲିକ୍ କରନ୍ତୁ |
03:40 ଡାୟଲଗ୍ ବକ୍ସ୍ ରେ ଥିବା “Footer” ଟ୍ୟାବ୍ ସିଲେକ୍ଟ କରନ୍ତୁ |
03:43 “Left margin” ର ମୂଲ୍ୟ “1.00cm” ରେ ସେଟ୍ କରି ସ୍ପେସିଙ୍ଗ୍ ଅପ୍ସନ୍ ସେଟ୍ କରନ୍ତୁ |
03:52 ଫୁଟର୍ ରେ ଏକ ବର୍ଡର୍ ବା ସ୍ୟାଡୋ ଆଡ୍ କରିବା ପାଇଁ “More” ଅପ୍ସନ୍ ରେ କ୍ଲିକ୍ କରି ଫୁଟର୍ ରେ ରଖିବାକୁ ଚାହୁଁଥିବା ଅପ୍ସନ୍ ଗୁଡିକର ମୂଲ୍ୟ ସେଟ୍ କରନ୍ତୁ |
04:03 ଉଦାହରଣ ସ୍ୱରୂପ, ଫୁଟର୍ ରେ ଏକ ସ୍ୟାଡୋ ଷ୍ଟାଇଲ୍ ଦେବାକୁ “Cast Shadow to Top Right” ଆଇକନ୍ ରେ କ୍ଲିକ୍ କରନ୍ତୁ |
04:10 “Shadow style” ଅପ୍ସନ୍ ର “Position” ଟ୍ୟାବ୍ ରେ ଉପଲବ୍ଧ ଥିବା ବିଭିନ୍ନ ଆଇକନ୍ ଗୁଡିକ ମଧ୍ୟରେ ଏହା ଦେଖାଯାଇଥାଏ |
04:18 ବର୍ଡର୍ ଓ ସ୍ୟାଡୋର ରଙ୍ଗ ମଧ୍ୟ ଆପଣ ଚୟନ କରିପାରିବେ |
04:23 ଉପଲବ୍ଧ ପ୍ରତ୍ୟେକ ଅପ୍ସନ୍ ବିଷୟରେ ଅଧିକ ଜାଣିବାକୁ ଏହି ଡାୟଲଗ୍ ବକ୍ସ୍ କୁ ଏକ୍ସପ୍ଲୋର୍ କରନ୍ତୁ |
04:28 “OK”ରେ କ୍ଲିକ୍ କରନ୍ତୁ |
04:30 ପୂନର୍ବାର OK ରେ କ୍ଲିକ୍ କରନ୍ତୁ ଓ ଇଫେକ୍ଟ୍ ଟି ଫୁଟର୍ ରେ ଆଡ୍ ହୋଇଥିବାର ଦେଖିବେ |
04:36 ଆଗକୁ ବଢିବା ପୂର୍ବରୁ ଚାଲନ୍ତୁ ଡକ୍ୟୁମେଣ୍ଟ୍ ରେ ଆଉ ଏକ ପେଜ୍ ଆଡ୍ କରିବା |
04:41 Insert >> Manual Breakରେ କ୍ଲିକ୍ କରି ପେଜ୍ ବ୍ରେକ୍ ଅପ୍ସନ୍ ବାଛି ଏହା କରାଯାଏ |
04:47 “OK”ରେ କ୍ଲିକ୍ କରନ୍ତୁ |
04:50 ପେଜ୍ ନମ୍ବର୍ “2” ଭାବରେ ଡିସପ୍ଲେ ହେବାର ଲକ୍ଷ୍ୟ କରନ୍ତୁ |
04:54 ଡକ୍ୟୁମେଣ୍ଟ୍ ର ପ୍ରଥମ ପେଜ୍ ରେ ଫୁଟର୍ ରଖିବାକୁ ଆପଣ ଚାହୁଁନଥିଲେ କର୍ସର୍ ଟିକୁ ପ୍ରଥମେ ପ୍ରଥମ ପେଜ୍ ରେ ରଖନ୍ତୁ |
05:01 ତା’ପରେ ମେନୁ ବାର୍ ରେ ଥିବା “Format”ରେ କ୍ଲିକ୍ କରି “Styles and Formatting” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
05:08 ପ୍ରଦର୍ଶିତ ଡାୟଲଗ୍ ବକ୍ସର ଶୀର୍ଷରେ ଥିବା ୪ର୍ଥ ଆଇକନ୍ “Page Styles” ରେ କ୍ଲିକ୍ କରନ୍ତୁ |
05:16 ତା’ପରେ “First Page” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
05:20 “New” ଅପ୍ସନ୍ ରେ କ୍ଲିକ୍ କରି “Organiser” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
05:25 “Name” ଫିଲ୍ଡ୍ ରେ ଇନ୍ସର୍ଟ୍ କରିବାକୁ ଚାହୁଁଥିବା ନୂଆ ଷ୍ଟାଇଲ୍ ର ନାମକୁ ଟାଇପ୍ କରନ୍ତୁ |
05:30 ଆମେ ଏଠାରେ “new first page” ଭାବରେ ନାମ ଟାଇପ୍ କରିବା |
05:35 “Next Style”କୁ “Default” ଭାବରେ ସେଟ୍ କରନ୍ତୁ |
05:38 ଡାୟଲଗ୍ ବକ୍ସରେ ଥିବା “Footer” ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
05:42 “Footer on” ଚେକ୍ ବକ୍ସଟି ଡିଫଲ୍ଟ ଭାବରେ ଅନ୍ ଚେକ୍ ହୋଇନଥିଲେ ଏହାକୁ ଅନ୍ ଚେକ୍ କରନ୍ତୁ |
05:48 “OK” ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:51 ଆମେ ଷ୍ଟାଇଲ୍ସ ଓ ଫର୍ମାଟିଙ୍ଗ୍ ଡାୟଲଗ୍ ବକ୍ସ୍ କୁ ଫେରିଆସିଛେ |
05:55 ଦେଖନ୍ତୁ, “new first page” ଷ୍ଟାଇଲ୍ ଟି “Page Styles” ଅପ୍ସନ୍ ରେ ଦେଖାଯାଉଛି |
06:01 ବର୍ତ୍ତମାନ “new first page”ରେ ଡବଲ୍ କ୍ଲିକ୍ କରନ୍ତୁ |
06:04 ଡକ୍ୟୁମେଣ୍ଟ୍ ର ପ୍ରଥମ ପେଜ୍ ବ୍ୟତୀତ ସମସ୍ତ ପେଜ୍ ରେ ଫୁଟର୍ ଥିବାର ଆପଣ ଦେଖିବେ |
06:11 ସେହିଭଳି, ଉପଲବ୍ଧ ସମସ୍ତ ଡିଫଲ୍ଟ ଷ୍ଟାଇଲ୍ ରେ ଆପଣ ମୋଡିଫିକେସନ୍ ଓ ସେଗୁଡିକୁ ଡକ୍ୟୁମେଣ୍ଟ୍ ର ପ୍ରତ୍ୟେକ ପେଜ୍ ରେ ଲାଗୁ କରିପାରିବେ |
06:19 ଏହି ଡାୟଲଗ୍ ବକ୍ସକୁ ବନ୍ଦ କରନ୍ତୁ |
06:22 ବର୍ତ୍ତମାନ, ଲିବର୍ ଅଫିସ୍ ରାଇଟର୍ ର ଫୁଟ୍ ନୋଟ୍ସ ଓ ଏଣ୍ଡ୍ ନୋଟ୍ସ ବିଷୟରେ ଶିଖିବା |
06:27 ଫୁଟ୍ ନୋଟ୍ ଗୁଡିକ ପେଜ୍ ର ନିମ୍ନ ଭାଗରେ ରହିଥାଏ ଯାହା ଉପରେ ସେଗୁଡ଼ିକ ରେଫରେନ୍ସ କରାଯାଇଥାଏ
06:31 କିନ୍ତୁ ଏଣ୍ଡ୍ ନୋଟ୍ ଗୁଡିକ ଡକ୍ୟୁମେଣ୍ଟ୍ ଶେଷରେ ସଂଗୃହିତ ହୋଇଥାଏ |
06:35 ନୋଟ୍ ପାଇଁ ଆଙ୍କର୍ ସାମ୍ପ୍ରତିକ କର୍ସର୍ ସ୍ଥିତିରେ ଇନ୍ସର୍ଟ୍ ହୋଇଥାଏ |
06:40 ଅଟୋମେଟିକ୍ ନମ୍ବରିଙ୍ଗ୍ (ସ୍ୱତଃ କ୍ରମାଙ୍କନ) ବା ଏକ କଷ୍ଟମ୍ ସିମ୍ୱଲ୍ ମଧ୍ୟରୁ ଆପଣ ଚୟନ କରିପାରିବେ |
06:45 ଏହି ଅପ୍ସନ୍ କୁ ଆକ୍ସେସ୍ କରିବା ପାଇଁ ମେନୁବାର୍ ରେ ଥିବା “Insert” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
06:51 ତା’ପରେ “Footnote/Endnote” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:55 “Numbering” ଓ “Type” ଶୀର୍ଷକ ସହିତ ଏକ ଡାୟଲଗ୍ ବକ୍ସ ଦୃଶ୍ୟ ହେବାର ଆପଣ ଦେଖିବେ |
07:02 ”Automatic”, “Character”, “Footnote” ଓ “Endnote” ନାମରେ ଚେକ୍ ବକ୍ସ୍ ଗୁଡିକ ଏଥିରେ ଥାଏ |
07:08 ଫୁଟ୍ ନୋଟ୍ସ ଓ ଏଣ୍ଡ୍ ନୋଟ୍ସ ପାଇଁ ବ୍ୟବହାର କରିବାକୁ ଚାହୁଁଥିବା ନମ୍ବରିଙ୍ଗ୍ ର ପ୍ରକାର ବାଛିବାକୁ “Numbering” ଆପଣଙ୍କୁ ସୁବିଧା ଦିଏ |
07:15 “Automatic” ଅପ୍ସନ୍ ଟି ଇନ୍ସର୍ଟ ହୋଇଥିବା ଫୁଟ୍ ନୋଟ୍ସ ଓ ଏଣ୍ଡ୍ ନୋଟ୍ସ ରେ କ୍ରମାଗତ ସଂଖ୍ୟାଗୁଡିକୁ ଆପେ ଆପେ ଖଞ୍ଜିଥାଏ |
07:24 ଏହି ଡାୟଲଗ୍ ବକ୍ସ୍ କୁ ବନ୍ଦ କରନ୍ତୁ |
07:26 ଅଟୋମେଟିକ୍ ନମୱରିଙ୍ଗ୍ ପାଇଁ ସେଟିଙ୍ଗ୍ ବଦଳାଇବକୁ ମେନୁ ବାର୍ ରେ ଥିବା “Tools” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
07:33 ତା’ପରେ “Footnotes/Endnotes” ଉପରେ କ୍ଲିକ୍ କରନ୍ତୁ |
07:37 ଅଟୋନମ୍ୱରିଙ୍ଗ୍ ଓ ଷ୍ଟାଇଲ୍ସ ପାଇଁ ଅଟୋମେଟିକ୍ ସେଟିଙ୍ଗ୍ସର ଏକ ପସନ୍ଦ ରହିଛି |
07:42 ନିଜର ଆବଶ୍ୟକତା ଅନୁସାରେ ଏହି ଅପ୍ସନ୍ ଗୁଡିକରୁ ବାଛି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
07:49 ଇନ୍ସର୍ଟ ଓ ଫୁଟ୍ ନୋଟ୍/ଏଣ୍ଡ୍ ନୋଟ୍ ଅପ୍ସନ୍ କୁ ଚାଲନ୍ତୁ ଫେରିବା |
07:54 “Character” ଅପ୍ସନ୍ ଟି ସାମ୍ପ୍ରତିକ ଫୁଟ୍ ନୋଟ୍ ପାଇଁ ଏକ କ୍ୟାରେକ୍ଟର୍ ବା ସିମ୍ୱଲ୍(ସଙ୍କେତ)କୁ ବୁଝାଇବା ନିମନ୍ତେ ବ୍ୟବହୃତ ହୋଇଥାଏ |
08:00 ଏହା ଅକ୍ଷର କିମ୍ୱା ସଂଖ୍ୟା ହୋଇପାରେ |
08:03 ଏକ ସ୍ୱତନ୍ତ୍ର କ୍ୟାରେକ୍ଟର୍ ଖଞ୍ଜିବା ପାଇଁ କ୍ୟାରେକ୍ଟର୍ ଫିଲ୍ଡ୍ ତଳେ ଥିବା ବଟନ୍ ରେ କ୍ଲିକ୍ କରନ୍ତୁ |
08:09 ବର୍ତ୍ତମାନ ଇନ୍ସର୍ଟ କରିବାକୁ ଚାହୁଁଥିବା ଯେକୌଣସି ଏକ ସ୍ୱତନ୍ତ୍ର କ୍ୟାରେକ୍ଟର୍ ଉପରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
08:17 ପସନ୍ଦ ନିର୍ଦ୍ଦିଷ୍ଟ କରିବାକୁ “Type” ଶୀର୍ଷକରେ ଥିବା “Footnote” କିମ୍ୱା “Endnote” ବଟନ୍ ରେ କ୍ଲିକ୍ କରନ୍ତୁ |
08:24 “Numbering” ଅଧିନରେ ଥିବା “Automatic” ଏବଂ “Type” ଅନ୍ତର୍ଗତ “Footnote”କୁ ବାଛନ୍ତୁ |
08:29 “OK” ବଟନ୍ ରେ କ୍ଲିକ୍ କରନ୍ତୁ |
08:32 ପେଜ୍ ର ନିମ୍ନ ଭାଗରେ ଡିଫଲ୍ଟ ସଂଖ୍ୟା ମୂଲ୍ୟ ସହିତ ଏକ ଫୁଟ୍ ନୋଟ୍ ପିଲ୍ଡ୍ ଦୃଶ୍ୟ ହେବାର ଆପଣ ଦେଖିବେ |
08:39 ଫୁଟ୍ ନୋଟ୍ ଫିଲ୍ଡ୍ ରେ “This is the end of first page” ଟେକ୍ସଟ୍ ମଧ୍ୟ ଲେଖିପାରିବେ |
08:45 କୀ’ ବୋର୍ଡରେ ଥିବା “Enter” ବଟନ୍ ଦାବନ୍ତୁ |
08:48 ପେଜ୍ ର ନିମ୍ନ ଭାଗରେ ଟେକ୍ସଟ୍ ସହିତ ଥିବା ଆବଶ୍ୟକୀୟ ଫୁଟ୍ ନୋଟ୍ କୁ ଆପଣ ଦେଖିପାରିବେ |
08:55 ସେହିଭଳି, ଡକ୍ୟୁମେଣ୍ଟ୍ ର ଶେଷରେ ଏଣ୍ଡ୍ ନୋଟ୍ ମଧ୍ୟ ଇନ୍ସର୍ଟ୍ କରିହେବ |
09:00 ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଶେଷକୁ ଆସିଛେ |
09:04 ସଂକ୍ଷେପରେ ଆମେ ଯାହା ଶିଖିଲେ |
09:06 ଡକ୍ୟୁମେଣ୍ଟ୍ ରେ ହେଡର୍ସ କିଭଳି ଇନ୍ସର୍ଟ କରିବେ |
09:09 ଡକ୍ୟୁମେଣ୍ଟ୍ ରେ ଫୁଟର୍ସ କିଭଳି ଇନ୍ସର୍ଟ କରିବେ |
09:12 ପ୍ରଥମ ପେଜ୍ ରୁ ହେଡର୍ସ କିଭଳି କାଢ଼ିବେ |
09:15 ଡକ୍ୟୁମେଣ୍ଟ୍ ରେ ଫୁଟ୍ ନୋଟ୍ ଓ ଏଣ୍ଡ୍ ନୋଟ୍ କିଭଳି ଇନ୍ସର୍ଟ କରିବେ |
09:19 କମ୍ପ୍ରେହେନସିଭ୍ ଆସାଇନମେଣ୍ଟ୍ |
09:22 “practice.odt” ଫାଇଲ୍ ଖୋଲନ୍ତୁ |
09:25 ଡକ୍ୟୁମେଣ୍ଟ୍ ରେ ହେଡର୍ ଓ ଫୁଟର୍ ଆଡ୍ କରନ୍ତୁ |
09:28 ହେଡର୍ ରେ ଲେଖକଙ୍କ ନାମ ଇନ୍ସର୍ଟ୍ କରନ୍ତୁ |
09:31 ଫୁଟର୍ ରେ “Page Count” ଇନ୍ସର୍ଟ୍ କରନ୍ତୁ |
09:35 ପେଜ୍ ସରିବା ଲେଖି ଏକ ଏଣ୍ଡ୍ ନୋଟ୍ ଆଡ୍ କରନ୍ତୁ |
09:39 ଡକ୍ୟୁମେଣ୍ଟ୍ ର ପ୍ରଥମ ପେଜ୍ ରୁ ହେଡର୍ କାଢ଼ନ୍ତୁ |
09:43 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ |
09:46 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟିର ସାରାଂଶ ଦିଏ |
09:49 ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ |
09:54 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
09:56 ସ୍ପୋକେନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଏ
10:00 ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ |
10:04 ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ @ ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ (contact [at] spoken hyphen tutorial dot org)କୁ ଲେଖନ୍ତୁ |
10:10 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ
10:15 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:22 More information on this Mission is available at ଏହି ବିଷୟରେ ଅଧିକ ସୂଚନା ନିମ୍ନ ଠିକଣାରେ ଉପଲବ୍ଧ
10:25 ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken hyphen tutorial dot org slash NMEICT hyphen Intro)
10:33 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଧନ୍ୟବାଦ

Contributors and Content Editors

PoojaMoolya, Pradeep