Difference between revisions of "LibreOffice-Suite-Writer/C2/Typing-text-and-basic-formatting/Oriya"

From Script | Spoken-Tutorial
Jump to: navigation, search
(Created page with '__TOC__ '''Resources for recording''' Typing text and Basic Formatting {| border=1 || '''Time''' || '''Narration''' |- ||00:01…')
 
Line 207: Line 207:
 
|-
 
|-
 
||05:29
 
||05:29
|| ଆସନ୍ତୁ ପ୍ରଥମେ “Mother’sa” ଶବ୍ଦ ଆଗରୁ “Name” ଶବ୍ଦ ଡିଲିଟ୍ କରିବା |
+
|| ଆସନ୍ତୁ ପ୍ରଥମେ “Mother’s” ଶବ୍ଦ ଆଗରୁ “Name” ଶବ୍ଦ ଡିଲିଟ୍ କରିବା |
  
 
|-
 
|-
Line 263: Line 263:
 
|-
 
|-
 
||07:04
 
||07:04
|| ଉଦାହରଣସ୍ୱରୂପ, ଆସନ୍ତୁ, ଭିନ୍ନ ଫଣ୍ଟ୍ ଷ୍ଟାଇଲ୍ ଓ ଫଣ୍ଟ୍ ସାଇଜ୍ ରେ “?Education Details” ହେଡିଙ୍ଗ୍ ଦେବା |
+
|| ଉଦାହରଣସ୍ୱରୂପ, ଆସନ୍ତୁ, ଭିନ୍ନ ଫଣ୍ଟ୍ ଷ୍ଟାଇଲ୍ ଓ ଫଣ୍ଟ୍ ସାଇଜ୍ ରେ “Education Details” ହେଡିଙ୍ଗ୍ ଦେବା |
 
   
 
   
 
|-
 
|-
Line 279: Line 279:
 
|-
 
|-
 
||07:29
 
||07:29
||“Liberation Sans” ଖୋଜନ୍ତୁ ଓ ତାହା ଉପରେ କ୍ଲିକ୍ କରନ୍ତୁ |
+
||ଆପଣ ଦେଖିବେ ଯେ, ସିଲେକ୍ଟ କରାଯାଇଥିବା ଟେକ୍ସଟ୍ ର ଫଣ୍ଟ୍ ବଦଳିଯାଇଛି  |
  
 
|-
 
|-

Revision as of 12:43, 17 July 2014

Resources for recording Typing text and Basic Formatting


Time Narration
00:01 ଲିବର୍ ଅଫିସ୍ ରାଇଟର୍ ର ଟେକ୍ସଟ୍ ଟାଇପିଙ୍ଗ୍ ଓ ବେସିକ୍ ଫର୍ମାଟିଙ୍ଗ୍ ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିକ୍ଷା କରିବା |
00:10 ରାଇଟର୍ ରେ ଟେକ୍ସଟ୍ ଆଲାଇନ୍ କରିବା
00:12 ବୁଲେଟ୍ସ ଓ ନମ୍ୱରିଙ୍ଗ୍ ଅପ୍ସନ୍
00:14 ରାଇଟର୍ ରେ କଟ୍, କପୀ, ପେଷ୍ଟ୍ ଅପ୍ସନ୍
00:18 ବୋଲ୍ଡ, ଅଣ୍ଡରଲାଇନ୍ ଓ ଆଇଟାଲିକ୍ ଅପ୍ସନ୍
00:21 ରାଇଟର୍ ରେ ଫଣ୍ଟ ନେମ୍, ଫଣ୍ଟ୍ ସାଇଜ୍, ଫଣ୍ଟ୍ କଲର୍ ଅପ୍ସନ୍
00:26 ଡକ୍ୟୁମେଣ୍ଟସ୍ ରେ ଏହି ବିଶେଷତାଗୁଡ଼ିକର ଉପଯୋଗ କରି ପ୍ଲେନ୍ ଟେକ୍ସଟ୍ ଡକ୍ୟୁମେଣ୍ଟସ୍ ର ତୁଳନାରେ ପଢ଼ିବା ପାଇଁ ଅଧିକ ଆକର୍ଷଣୀୟ ଓ ଅଧିକ ସରଳ କରନ୍ତୁ |
00:36 ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ର ଉପଯୋଗ କରୁଛୁ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ |
00:47 ଆମେ ପ୍ରଥମେ ରାଇଟର୍ ରେ ଆଲାଇନିଙ୍ଗ୍ ଟେକ୍ସଟ୍ ବିଷୟରେ ଶିଖିବା |
00:50 ଆପଣ ରାଇଟର୍ ରେ ନିଜ ପସନ୍ଦର ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିପାରିବେ ଓ ଏହି ବିଶେଷତାଗୁଡ଼ିକୁ କାର୍ଯ୍ୟାନ୍ୱିତ କରିପାରିବେ |
00:57 ଯେହେତୁ ଆମେ ପୂର୍ବ ଟ୍ୟୁଟୋରିଆଲ୍ ରେ “resume.odt” ନାମକ ଫାଇଲ୍ କ୍ରିଏଟ୍ କରିସାରିଛେ, ତେଣୁ ଆମେ ସେହି ଫାଇଲ୍ କୁ ଖୋଲିବା |
01:08 ଆମେ ପୂର୍ବରୁ “RESUME” ଶବ୍ଦ ଟାଇପ୍ କରିଛେ ଏବଂ ଏହାକୁ ପେଜ୍ ର ମଧ୍ୟ ଭାଗରେ ଆଲାଇନ୍ କରିଛେ |
01:14 ତେଣୁ ଶବ୍ଦ ବା ୱର୍ଡ ସିଲେକ୍ଟ କରନ୍ତୁ ଓ “ଆଲାଇନ୍ ଲେଫ୍ଟ” ଉପରେ କ୍ଲିକ୍ କରନ୍ତୁ | ଆପଣ ଦେଖିବାକୁ ପାଇବେ ଯେ, “RESUME” ଶବ୍ଦ ଲେଫ୍ଟ-ଆଲାଇଣ୍ଡ୍ ହୋଇଯାଇଛି, ଚୟନିତ ଶବ୍ଦ ପେଜ୍ ର ବାମ ପଟକୁ ଚାଲିଯାଇଛି |
01:25 ଯଦି ଆମେ “ଆଲାଇନ୍ ରାଇଟ୍” ଉପରେ କ୍ଲିକ୍ କରୁଛେ, ଆପଣ ଦେଖିବେ ଯେ, “RESUME” ଶବ୍ଦ ଏବେ ପେଜ୍ ର ଡାହାଣ ପଟକୁ ଆଲାଇନ୍ ହୋଇଯାଇଛି |
01:32 ଯଦି ଆମେ “ଜଷ୍ଟିଫାଏ” ଉପରେ କ୍ଲିକ୍ କରୁଛେ, ତେବେ ଆପଣ ଦେଖିବାକୁ ପାଇବେ ଯେ, “RESUME” ଶବ୍ଦ ଏବେ ଏହିପ୍ରକାରେ ଆଲାଇଣ୍ଡ୍ ହୋଇଯାଇଛି ଯେ, ଟେକ୍ସଟ୍ ପେଜ୍ ର ଡାହାଣ ଓ ବାମ ମଧ୍ୟରେ ସମାନ ହୋଇରହିଛି |
01:44 ଏହି ବିଶିଷ୍ଟତା ଅଧିକ ସ୍ପଷ୍ଟ ଭାବରେ ସେତେବେଳେ ଜଣାପଡ଼ିବ, ଯେତେବେଳେ ଆପଣଙ୍କ ପାଖରେ ଟେକ୍ସଟ୍ ର ଲାଇନ୍ କିମ୍ୱା ପାରାଗ୍ରାଫ୍ ଥିବ |
01:51 ଆସନ୍ତୁ ଏହାକୁ ଏବେ UNDO କରିବା |
01:54 ଯେତେବେଳେ ସ୍ୱତନ୍ତ୍ର ପଏଣ୍ଟ୍ ଲେଖାଯାଏ, ସେତେବେଳେ ବୁଲେଟ୍ସ ଓ ନମ୍ୱରିଙ୍ଗ୍ ଉପଯୋଗରେ ଲାଗିଥାଏ |
01:58 ପ୍ରତ୍ୟେକ ପଏଣ୍ଟ୍ ବୁଲେଟ୍ ଓ ନମ୍ୱର୍ ରୁ ଆରମ୍ଭ କରନ୍ତୁ |
02:02 ଏହିପ୍ରକାରେ ଡକ୍ୟୁମେଣ୍ଟ୍ ରେ ଲେଖାଯାଇଥିବା ବିଭିନ୍ନ ପଏଣ୍ଟସ୍ ମଧ୍ୟରେ ପ୍ରଭେଦ କରିପାରିବେ |
02:07 ଏହାକୁ, ମେନୁ ବାର୍ ରେ ପ୍ରଥମେ “ଫର୍ମାଟ୍” ଅପ୍ସନ୍ ଉପରେ କ୍ଲିକ୍ କରି ଓ ତାହାପରେ “ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍” ଉପରେ କ୍ଲିକ୍ କରି କରାଯାଇଥାଏ |
02:15 ଡାୟଲଗ୍ ବକ୍ସ, ଯାହାକୁ ଆପଣ “ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍” ଅପ୍ସନ୍ ଉପରେ କ୍ଲିକ୍ କରିବା ପରେ ଦେଖନ୍ତି, ତାହା ଆପଣଙ୍କୁ ବିଭିନ୍ନ ଟ୍ୟାବ୍ସରେ ବିବିଧ ଷ୍ଟାଇଲ୍ ପ୍ରଦାନ କରିଥାଏ, ଯାହାକୁ ଆପଣ ନିଜ ଡକ୍ୟୁମେଣ୍ଟ୍ ରେ ଲାଗୁ କରିପାରିବେ |
02:26 ନମ୍ୱରିଙ୍ଗ୍ ଅପ୍ସନ୍ କୁ ଚୟନ କରି ସେହି ପ୍ରକାରେ ହୋଇଥାଏ ଏବଂ ପ୍ରତ୍ୟେକ ଲାଇନ୍ ନୂଆ କ୍ରମାଙ୍କରୁ ଆରମ୍ଭ ହୋଇଥାଏ |
02:34 ତେଣୁ ଆସନ୍ତୁ “ନମ୍ୱରିଙ୍ଗ୍ ଟାଇପ୍” ଷ୍ଟାଇଲ୍ ଆନ୍ତର୍ଗତ ଦ୍ୱିତୀୟ ଷ୍ଟାଇଲ୍ ଉପରେ କ୍ଲିକ୍ କରିବା |
02:40 ଏବେ “OK” ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:42 ଏବେ ଆପଣ ନିଜର ପ୍ରଥମ ଷ୍ଟେଟମେଣ୍ଟ୍ କୁ ଟାଇପ୍ କରିବା ପାଇଁ ପ୍ରସ୍ତୁତ |
02:46 ଆସନ୍ତୁ ଟାଇପ୍ କରିବା – “NAME: RAMESH”
02:50 ଏବେ ଷ୍ଟେଟମେଣ୍ଟ୍ ଟାଇପ୍ କରିବା ପରେ “ଏଣ୍ଟର୍” ପ୍ରେସ୍ କରନ୍ତୁ | ଆପଣ ଦେଖିବେ ଯେ, ନୂଆ ବୁଲେଟ୍ ପଏଣ୍ଟ୍ ବା ନୂଆ ଅଗ୍ରଗାମୀ ନମ୍ୱର ହୋଇଯାଇଛି |
03:05 ଏଠାରେ ଆପଣଙ୍କ ଦ୍ୱାରା ଚୟନ କରାଯାଇଥିବା ପ୍ରାରୂପ ପ୍ରକାର ଆଧାରରେ ବୁଲେଟ୍ସ ମଧ୍ୟରେ ବୁଲେଟ୍ସ ଓ ତତସହିତ ନମ୍ୱର୍ସ ମଧ୍ୟରେ ନମ୍ୱର୍ସ ହୋଇପାରିବ |
03:13 ତେଣୁ ଆମେ, “Father’s Name କଲନ୍ Mahesh” ଭାବରେ “Resume”ରେ ଦ୍ୱିତୀୟ ଷ୍ଟେଟମେଣ୍ଟ୍ ଟାଇପ୍ କରିବା |
03:20 ପୁଣିଥରେ “ଏଣ୍ଟର୍” ପ୍ରେସ୍ କରନ୍ତୁ ଏବଂ “Mother’s Name କଲନ୍ Sweta” ଟାଇପ୍ କରନ୍ତୁ |
03:27 ସେହିପ୍ରକାରେ ଆମେ ଭିନ୍ନ ପଏଣ୍ଟସ୍ ଭାବରେ “Father’s Occupation କଲନ୍ Government Servant” ଏବଂ “Mother’s Occupation କଲନ୍ Housewife” ଟାଇପ୍ କରିବା |
03:39 ଆପଣ ବୁଲେଟ୍ସ ପାଇଁ କ୍ରମାନୁସାରେ ଇଣ୍ଟେଣ୍ଡ୍ ବଢ଼ାଇବା ଓ କମାଇବା ନିମନ୍ତେ ଟ୍ୟାବ୍ ଓ ଶିଫ୍ଟ ଟ୍ୟାବ୍ କୀର ବ୍ୟବହାର କରିପାରିବେ |
03:47 “ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍” ଅପ୍ସନ୍ ବନ୍ଦ କରିବା ପାଇଁ ପ୍ରଥମେ କର୍ସର୍ Housewife ଶବ୍ଦ ଆଗରେ ରଖନ୍ତୁ ଏବଂ ପ୍ରଥମେ ଏଣ୍ଟର୍ କୀ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ “ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍” ଡାୟଲଗ୍ ବକ୍ସରେ “ନମ୍ୱରିଙ୍ଗ ଅଫ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ|
04:03 ଆପଣ ଦେଖିବେ ଯେ, ବୁଲେଟ୍ ଷ୍ଟାଇଲ୍ ଦ୍ୱିତୀୟ ଟେକ୍ସଟ୍ ପାଇଁ ଏବେ ଉପଲବ୍ଧ ରହିବନାହିଁ, ଯାହାକୁ ଆପଣ ଟାଇପ୍ କରିବେ |
04:10 ଧ୍ୟାନଦିଅନ୍ତୁ ଯେ, ଆମେ ନିଜ ଡକ୍ୟୁମେଣ୍ଟ୍ ରେ “Name” ଶବ୍ଦ ଦୁଇଥର ଟାଇପ୍ କରିଛେ |
04:14 ପୁଣିଥରେ ସେହି ଟେକ୍ସଟ୍ ଟାଇପ୍ କରିବା ବଦଳରେ ଆମେ ରାଇଟର୍ ରେ “Copy” ଓ “Paste” ଅପ୍ସନ୍ ର ବ୍ୟବହାର କରିପାରିବା |
04:21 ତେବେ ଆସନ୍ତୁ ଏହା କିପରି କରାଯାଏ, ତାହା ଶିଖିବା |
04:24 ଏବେ ଆମେ “Mother’s Name” ଟେକ୍ସଟ୍ ରୁ “Name” ଶବ୍ଦ ଡିଲିଟ୍ କରିଦେଇ “Copy” ଓ “Paste” ଅପ୍ସନ୍ ର ଉପଯୋଗକ ରି “Name” ଶବ୍ଦ ପୂଣିଥରେ ଲେଖିବା |
04:33 “Name” ଶବ୍ଦ ସହିତ କର୍ସର୍ ଡ୍ରାଗ୍ କରି “Father’s name” ଟେକ୍ସଟ୍ ରେ ପ୍ରଥମେ “Name” ଶବ୍ଦକୁ ସିଲେକ୍ଟ କରନ୍ତୁ |
04:40 ଏବେ ମାଉସ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ “Copy” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
04:45 “Mother’s” ଶବ୍ଦ ଆଗରେ କର୍ସର୍ ରଖନ୍ତୁ |
04:48 ତାହାପରେ ମାଉସ୍ ଉପରେ ରାଇଟ୍ କ୍ଲିକ୍ କରି “Paste” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
04:54 ଆମେ ଦେଖିବାକୁ ପାଇବା ଯେ, “Name” ଶବ୍ଦ ନିଜକୁ ନିଜେ Paste” ହୋଇଯାଇଛି |
04:57 ଏଠାରେ ଏହି ଅପ୍ସନ୍ ଗୁଡ଼ିକ ପାଇଁ ଶର୍ଟକର୍ଟ କୀ ମଧ୍ୟ ରହିଛି, ଯାହା ହେଉଛି Copy କରିବା ପାଇଁ CTRL+C ଏବଂ Paste କରିବା ପାଇଁ CTRL+V |
05:08 ଡକ୍ୟୁମେଣ୍ଟସ୍ ରେ ଅଧିକ ମାତ୍ରାରେ ସମାନ ଟେକ୍ସଟ୍ ଲେଖିବା ସମୟରେ, ଯେଉଁଠାରେ ଆପଣଙ୍କୁ ପୂରା ଟେକ୍ସଟ୍ ପୁଣିଥରେ ଲେଖିବା ବଦଳରେ ଏହି ବିଶେଷତା ବହୁତ ଉପଯୋଗୀ ହୋଇଥାଏ |
05:19 ଆପଣ, ଡକ୍ୟୁମେଣ୍ଟରେ ଟେକ୍ସଟ୍ କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ରଖିବା ପାଇଁ Cut ଓ Paste ଅପ୍ସନ୍ ର ବ୍ୟବହାର ମଧ୍ୟ କରିପାରିବେ |
05:26 ଏବେ ଦେଖିବା, ଏହାକୁ କିପରି କରାଯାଏ |
05:29 ଆସନ୍ତୁ ପ୍ରଥମେ “Mother’s” ଶବ୍ଦ ଆଗରୁ “Name” ଶବ୍ଦ ଡିଲିଟ୍ କରିବା |
05:34 ଏହି ଶବ୍ଦକୁ Cut ଓ Paste କରିବା ପାଇଁ ପ୍ରଥମେ “Father’s Name” ଷ୍ଟେଟମେଣ୍ଟ୍ ରୁ “Name” ଶବ୍ଦକୁ ସିଲେକ୍ଟ କରନ୍ତୁ |
05:40 ମାଉସ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତାହାପରେ “Cut” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଧ୍ୟାନଦିଅନ୍ତୁ ଯେ, “Father’s” ଶବ୍ଦ ଆଗରେ ଏବେ ଏଠାରେ “Name” ଶବ୍ଦ ନାହିଁ, ଯାହାର ଅର୍ଥ ହେଉଛି, ଏହା Cut କିମ୍ୱା Delete ହୋଇଯାଇଛି |
05:54 ଏବେ “Mother’s” ଶବ୍ଦ ଆଗରେ କର୍ସର୍ ରଖନ୍ତୁ ଏବଂ ମାଉସ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
05:59 “Paste” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:02 ଆପଣ ଦେଖିବେ ଯେ, ଏବେ ଏଠାରେ “Mother’s” ଶବ୍ଦ ଆଗରେ ତାହା Paste ହୋଇଯାଇଛି |
06:07 Cut ପାଇଁ ଶର୍ଟକଟ୍ କୀ ହେଉଛି – CTRL+X
06:11 ଟେକ୍ସଟ୍ କୁ Copy କରିବା ଓ Cut କରିବା ମଧ୍ୟରେ କେବେଳ ଏତିକି ଅନ୍ତର ଅଛି ଯେ, Copy ଅପ୍ସନ୍ ଏହାର ସ୍ଥାନରେ ମୂଳ ଶବ୍ଦ ରଖିଥାଏ, ଯେଉଁଠାରୁ ଏହାକୁ Copy କରାଯାଇଥାଏ, ଯେତେବେଳେକି Cut ଅପ୍ସନ୍ ଏହାକୁ ତାହାର ମୂଳ ସ୍ଥାନରୁ ସପୂର୍ଣ୍ଣ ରୂପେ ହଟାଇ ଦେଇଥାଏ |
06:27 ଆସନ୍ତୁ “Name” ଶବ୍ଦକୁ Father’s ଆଗରେ Paste କରିବା ଓ ଜାରି ରଖିବା |
06:31 ଆସନ୍ତୁ, ଗୋଟିଏ ନୂଆ ହେଡିଙ୍ଗ୍ ଟାଇପ୍ କରିବା, ଯେପରି – “Education Details”
06:35 ରାଇଟର୍ ରେ “Bullets & Numbering” ବିଷୟରେ ଶିଖିବା ପରେ, କୌଣସି ଟେକ୍ସଟ୍ ର “Font Name” ଏବଂ “Font Size” କିପରି ବଦଳାଇବା କିମ୍ୱା ଲାଗୁ କରିବା, ତାହା ଆମେ ଶିଖିବା |
06:45 ଏବେ ଉପର ଫର୍ମାଟ୍ ଟୁଲ୍ ବାର୍ ରେ ଆମ ପାଖରେ “Font Name” ନାମକ ସ୍ଥାନ ଅଛି |
06:52 Font Name ସାଧାରଣତଃ ଡିଫଲ୍ଟ ଭାବରେ “Liberation Serif” ସେଟ୍ କରାଯାଇଥାଏ |
06:57 ଆପଣଙ୍କ ଇଚ୍ଛାନୁସାରେ ଟେକ୍ସଟ୍ ରେ ଫଣ୍ଟ୍ ର ପ୍ରକାର ବଦଳାଇବା ଓ ଚୟନ କରିବା ପାଇଁ ଫଣ୍ଟ୍ ନେମ୍ ର ବ୍ୟବହାର କରାଯାଇଥାଏ |
07:04 ଉଦାହରଣସ୍ୱରୂପ, ଆସନ୍ତୁ, ଭିନ୍ନ ଫଣ୍ଟ୍ ଷ୍ଟାଇଲ୍ ଓ ଫଣ୍ଟ୍ ସାଇଜ୍ ରେ “Education Details” ହେଡିଙ୍ଗ୍ ଦେବା |
07:11 ତେବେ ପ୍ରଥମେ ଟେକ୍ସଟ୍ “Education Details”କୁ ସିଲେକ୍ଟ କରନ୍ତୁ, ତାହାପରେ “Font Name” ସ୍ଥାନରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
07:19 ଡ୍ରପ୍ ଡାଉନ୍ ମେନୁରେ ଫଣ୍ଟ୍ ନେମ୍ ଅପ୍ସନ୍ ର ଅନେକ ପ୍ରକାର ଆପଣ ଦେଖିବାକୁ ପାଇବେ |
07:25 “Liberation Sans” ଖୋଜନ୍ତୁ ଓ ତାହା ଉପରେ କ୍ଲିକ୍ କରନ୍ତୁ |
07:29 ଆପଣ ଦେଖିବେ ଯେ, ସିଲେକ୍ଟ କରାଯାଇଥିବା ଟେକ୍ସଟ୍ ର ଫଣ୍ଟ୍ ବଦଳିଯାଇଛି |
07:34 “Font Name” ପାଖରେ “Font Size” ଅଛି |
07:38 ଯେପରି ନାମରୁ ହିଁ ଜଣାପଡୁଛି ଯେ, “Font Size” ର ବ୍ୟବହାର, ସିଲେକ୍ଟ କରାଯାଇଥିବା ଟେକ୍ସଟ୍ କିମ୍ୱା ନୂଆ ଟେକ୍ସଟ୍ ସାଇଜ୍ କୁ କମାଇବା କିମ୍ୱା ବଢ଼ାଇବା ପାଇଁ କରାଯାଇଥାଏ, ଯାହାବି ଆପଣ ଟାଇପ୍ କରିବାକୁ ଚାହାଁନ୍ତି |
07:52 ତେଣୁ, ଆମେ ପ୍ରଥମେ ଟେକ୍ସଟ୍ “Education Details”କୁ ସିଲେକ୍ଟ କରିବା |
07:55 ଫଣ୍ଟ୍ ସାଇଜ୍ ମଧ୍ୟ 12 ଦେଖାଯାଉଛି |
07:58 ଏବେ “Font Size” ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ 11 ଉପରେ କ୍ଲିକ୍ କରନ୍ତୁ |
08:05 ଆପଣ ଦେଖିବାକୁ ପାଇବେ ଯେ, ଫଣ୍ଟ୍ ସାଇଜ୍ କମ୍ ହୋଇଛି |
08:09 ସେହି ପ୍ରକାରେ ଫଣ୍ଟ୍ ସାଇଜ୍ କୁ ବୃଦ୍ଧି ମଧ୍ୟ କରାଯାଇପାରିବ |
08:13 ଫଣ୍ଟ୍ ସାଇଜ୍ ବିଷୟରେ ଶିଖିବା ପରେ ଆମେ ଦେଖିବା ଯେ, ରାଇଟର୍ ରେ ଫଣ୍ଟ୍ ର ରଙ୍ଗ କିପରି ବଦଳାଯାଏ |
08:21 “Font Color” ବ୍ୟବହାର କରି ଆପଣଙ୍କ ଡକ୍ୟୁମେଣ୍ଟ୍ ର ଟେକ୍ସଟ୍ କିମ୍ୱା କିଛି ଟାଇପ୍ କରାଯାଇଥିବା ଲାଇନ୍ ର ରଙ୍ଗ ଚୟନ କରିବା ପାଇଁ କରାଯାଇଥାଏ |
08:27 ଉଦାହରଣସ୍ୱରୂପ, ଆସନ୍ତୁ, ହେଡିଙ୍ଗ୍ “Education Details”କୁ କଲର୍ କରିବା |
08:32 ତେବେ, ପୁଣିଥରେ “Education Details”କୁ ସିଲେକ୍ଟ କରନ୍ତୁ |
08:36 ଏବେ ଟୁଲ୍ ବାର୍ ରେ “Font Color” ଅପ୍ସନ୍ ରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଟେକ୍ସଟ୍ ରେ “Light Green” କଲର୍ ଲାଗୁ କରିବା ପାଇଁ “Light Green” ବକ୍ସ ଉପରେ କ୍ଲିକ୍ କରନ୍ତୁ |
08:48 ଆପଣ ଦେଖିବାକୁ ପାଇବେ ଯେ, ହେଡିଙ୍ଗ୍ ଏବେ ଗ୍ରୀନ୍ କଲର୍ ହୋଇଯାଇଛି |
08:52 ଫଣ୍ଟ୍ ସାଇଜ୍ ଅପ୍ସନ୍ ଆଗରେ ହିଁ ଆପଣ “Bold”, “Italic” ଓ “Underline” ନାମକ ତିନୋଟି ଅପ୍ସନ୍ ଦେଖିବେ |
09:00 ଯେପରି ନାମରୁ ହିଁ ଜଣାପଡୁଛି ଯେ, ଏହା ଆପଣଙ୍କ ଟେକ୍ସଟ୍ କୁ Bold, Italic କିମ୍ୱା Underline କରିବେ |
09:07 ତେବେ ପ୍ରଥମେ ହେଡିଙ୍ଗ୍ “Education Details”କୁ ସିଲେକ୍ଟ କରନ୍ତୁ |
09:11 ଏବେ ଟେକ୍ସଟ୍ କୁ ବୋଲ୍ଡ କରିବା ପାଇଁ Bold ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
09:15 ଆପଣ ଦେଖିବେ ଯେ, ସିଲେକ୍ଟ କରାଯାଇଥିବା ଟେକ୍ସଟ୍ ବୋଲ୍ଡ ହୋଇଯାଇଛି |
09:19 ଠିକ୍ ସେହିପ୍ରକାରେ ଯଦି ଆପଣ “Italic” ଆଇକନ୍ ଉପରେ କ୍ଲିକ୍ କରନ୍ତି, ତେବେ ଏହା ଟେକ୍ସଟ୍ କୁ Italicରେ ବଦଳାଇ ଦେବ |
09:25 “Underline” ଉପରେ କ୍ଲିକ୍ କରନ୍ତୁ |
09:26 “Underline” ଆଇକନ୍ ଉପରେ କ୍ଲିକ୍ କଲେ, ଆପଣଙ୍କ ଟେକ୍ସଟ୍ Underline ହୋଇଯିବ |
09:31 ଆପଣ ଦେଖିବେ ଯେ, ସିଲେକ୍ଟ କରାଯାଇଥିବା ଟେକ୍ସଟ୍ ଏବେ Underline ହୋଇଯାଇଛି |
09:35 ହେଡିଙ୍ଗ୍ କୁ Bold ଓ Underline ରଖିବା ପାଇଁ, ଏହା ଉପରେ ପୁଣିଥରେ କ୍ଲିକ୍ କରି Italic ଅପ୍ସନ୍ କୁ Deselect କରନ୍ତୁ ଏବଂ ଅନ୍ୟ ଦୁଇଟି ଅପ୍ସନ୍ କୁ select ହୋଇ ରହିବାକୁ ଦିଅନ୍ତୁ |
09:45 ହେଡିଙ୍ଗ୍ ଏବେ Bold ସହିତ Underline ମଧ୍ୟ ହୋଇ ରହିଛି |
09:50 ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ଟ୍ୟୁଟୋରିଆଲ୍ ର ସମାପନ ଆଡ଼କୁ ଯାଉଛେ |
09:55 ସଂକ୍ଷିପ୍ତରେ ଆମେ ନିମ୍ନ ବିଷୟ ଶିକ୍ଷାଲାଭ କଲେ:
09:57 ରାଇଟର୍ ରେ ଟେକ୍ସଟ୍ ଆଲାଇନ୍ କରିବା |
10:00 ବୁଲେଟ୍ସ ଓ ନମ୍ୱରିଙ୍ଗ୍
10:02 ରାଇଟର୍ ରେ Cut, Copy ଓ Paste ଅପ୍ସନ୍ |
10:05 Bold, Underline ଓ Italic ଅପ୍ସନ୍
10:09 ରାଇଟର୍ ରେ Font Name, Font Size, Font Color
10:13 କମ୍ପ୍ରେହେନ୍ସିଭ୍ ଆସାଇନ୍ ମେଣ୍ଟ୍
10:16 Bullets ଓ Numberingକୁ ସକ୍ରିୟ କରନ୍ତୁ |
10:18 ଷ୍ଟାଇଲ୍ ର ଚୟନ କରନ୍ତୁ ଏବଂ କିଛି ପଏଣ୍ଟ୍ ଲେଖନ୍ତୁ |
10:22 କିଛି ଟେକ୍ସଟ୍ ସିଲେକ୍ଟ କରନ୍ତୁ ଓ ତାହାର ଫଣ୍ଟ୍ ନେମ୍ “Free Sans” ରଖନ୍ତୁ ଫଣ୍ଟ ସାଇଜ୍ କୁ “16”ରେ ପରିବର୍ତ୍ତନ କରନ୍ତୁ |
10:29 ଟେକ୍ସଟ୍ କୁ Italic କରନ୍ତୁ |
10:32 ଫଣ୍ଟ୍ କଲର୍ କୁ ଲାଲ୍ ରଙ୍ଗରେ ପରିବର୍ତ୍ତନ କରନ୍ତୁ |
10:35 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
10:38 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ |
10:41 ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ମଧ୍ୟ ଦେଖିପାରିବେ |
10:46 ସ୍ପୋକନ୍ ଟ୍ୟୁଟୋରିଆଲ୍ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ଉପଯୋଗ କରି କର୍ମଶାଳା ମଧ୍ୟ ଚଲାନ୍ତି |
10:52 ଯେଉଁମାନେ ଅନଲାଇନ୍ ଟେଷ୍ଟ୍ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
10:55 ଅଧିକ ସୂଚନା ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ “ଟକ୍-ଟୁ-ଏ-ଟିଚର୍” ପ୍ରୋଜେକ୍ଟର ଏକ ଅଂଶ ଅଟେ |
11:06 ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ ଅଟେ |
11:14 ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି :
11:18 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ
11:25 IIT ବମ୍ୱେ ପକ୍ଷରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep