LibreOffice-Suite-Writer/C2/Introduction-to-LibreOffice-Writer/Oriya

From Script | Spoken-Tutorial
Revision as of 11:26, 14 July 2014 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ – ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:

ରାଇଟର୍ ର ପରିଚୟ

00:10 ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ
00:13 ଏକ ନୂଆ ଡକ୍ୟୁମେଣ୍ଟ୍ ଓ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ
00:17 ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ ଓ
00:20 ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ବନ୍ଦ କରିବେ |
00:22 ଲିବର୍ ଅଫିସ୍ ରାଇଟର୍ ହେଉଛି ଲିବର୍ ଅଫିସ୍ ସୁଟ୍ ର ୱର୍ଡ ପ୍ରୋସେସର୍ କମ୍ପୋନେଣ୍ଟ୍ |
00:27 ଏହା, ମାଇକ୍ରୋସଫ୍ଟ ଅଫିସ୍ ସୁଟ୍ ରେ ଥିବା ମାଇକ୍ରୋସଫ୍ଟ ୱର୍ଡ ସମକକ୍ଷ ଅଟେ |
0:33 ଏହା ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ଆଦାନ-ପ୍ରଦାନ, ସଂଶୋଧନ ଓ ବିତରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ |
00:41 ଯେହେତୁ ଏହାର ଆଦାନ-ପ୍ରଦାନ କରିବା ମାଗଣା ଅଟେ, ତେଣୁ ଏହା ବାଣ୍ଟିବା ପାଇଁ କୌଣସି ପ୍ରକାରର ଲାଇସେନ୍ସ ଫୀ ର ଆବଶ୍ୟକତା ନାହିଁ |
00:47 ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ, ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ମାଇକ୍ରୋସଫ୍ଟ ୱିଣ୍ଡୋସ୍ ୨୦୦୦ ଓ ଏହାର ଉଚ୍ଚତର ଭର୍ସନ୍, ଯେପରି MS ୱିଣ୍ଡୋସ୍ XP କିମ୍ୱା MS ୱିଣ୍ଡୋସ୍ ୭ ବ୍ୟବହାର କରିପାରିବେ କିମ୍ୱା ଆପଣ GNU/ଲିନକ୍ସ ବ୍ୟବହାର କରିପାରିବେ |
01:04 ଏଠାରେ ଆମେ ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
01:16 ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ, ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ରାଇଟର୍ ଇନଷ୍ଟଲ୍ କରିହେବ |
01:24 ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ, ଦୟାକରି ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ଏହି ୱେବସାଇଟ୍ ରେ ଥିବା ନିର୍ଦ୍ଦେଶ ପାଳନ ଦ୍ୱାରା ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ |
01:37 ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି |
01:43 ମନେରଖନ୍ତୁ, ଇନଷ୍ଟଲ୍ କରିବା ସମୟରେ ’ରାଇଟର୍’ ଇନଷ୍ଟଲ୍ କରିବା ପାଇଁ ’କମ୍ପ୍ଲିଟ୍’ ଅପ୍ସନ୍ ବ୍ୟବହାର କରନ୍ତୁ |
01:50 ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥା’ନ୍ତି, ତେବେ
01:54 ଆପଣଙ୍କ ସ୍କ୍ରୀନ୍ ର ଉପର ବାମପଟ କୋଣରେ ’ଆପ୍ଲିକେଶନ୍’ ଅପ୍ସନ୍ ଉପରେ କ୍ଲିକ୍ କରି
02:02 ଏବଂ ତାହାପରେ “ଅଫିସ୍” ଓ ତାହାପରେ “ଲିବର୍ ଅଫିସ୍” ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ ରାଇଟର୍ ପାଇପାରିବେ |
02:08 ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ |
02:13 ଲିବର୍ ଅଫିସ୍ ରାଇଟର୍ ଆକ୍ସେସ୍ କରିବା ପାଇଁ, “ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହା ହେଉଛି ସୁଟ୍ ର ୱର୍ଡ ପ୍ରୋସେସର୍ କମ୍ପୋନେଣ୍ଟ୍ |
02:23 ଏହା, ମୁଖ୍ୟ ରାଇଟର୍ ୱିଣ୍ଡୋରେ ଏକ ଖାଲି ଡକ୍ୟୁମେଣ୍ଟ୍ ଖୋଲିବ |
02:28 ରାଇଟର୍ ୱିଣ୍ଡୋରେ ବିଭିନ୍ନ ଟୁଲ୍ ବାର୍ସ ରହିଥାଏ, ଯେପରି ଟାଇଟଲ୍ ବାର୍,
02:33 ମେନୁ ବାର୍, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍,
02:36 ଫର୍ମାଟିଙ୍ଗ୍ ବାର୍ ଓ ଷ୍ଟାଟସ୍ ବାର୍, ଯାହା ହେଉଛି ସାଧାରଣ ଭାବେ ବ୍ୟବହୃତ ଅପ୍ସନ୍, ଯେଉଁ ବିଷୟରେ ଆମେ ଟ୍ୟୁଟୋରିଆଲ୍ ଆଗକୁ ବଢ଼ିବା ସହିତ ଜାଣିବାକୁ ପାଇବା |
02:47 ବର୍ତ୍ତମାନ ଆସନ୍ତୁ, ରାଇଟର୍ ରେ ଏକ ନୂଆ ଡକ୍ୟୁମେଣ୍ଟ୍ କିପରି ଖୋଲିବାକୁ ହୁଏ, ତାହା ଶିଖି ଆମେ ଟ୍ୟୁଟୋରିଆଲ୍ ଆରମ୍ଭ କରିବା |
02:53 ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରି
03:00 କିମ୍ୱା ମେନୁ ବାର୍ ରେ ଥିବା “File” ଅପ୍ସନ୍ ଉପରେ କ୍ଲିକ୍ କରି
03:05 ଓ ତାହାପରେ “New” ଅପ୍ସନ୍ ଉପରେ କ୍ଲିକ୍ କରି ଏବଂ ଶେଷରେ “ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ଉପରେ କ୍ଲିକ୍ କରି ଆପଣ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିପାରିବେ |
03:12 ଉଭୟ ମାମଲାରେ ଏକ ନୂଆ ରାଇଟର୍ ୱିଣ୍ଡୋ ଖୋଲୁଥିବାର ଆପଣ ଦେଖିବାକୁ ପାଇବେ |
03:17 ବର୍ତ୍ତମାନ, ଏଡିଟର୍ ଏରିଆରେ କିଛି ଟାଇପ୍ କରନ୍ତୁ |
03:21 ତେବେ ଆମେ ଲେଖିବା, “RESUME” |
03:24 ଥରେ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଲେଖିସାରିବା ପରେ, ଭବିଷ୍ୟତରେ ବ୍ୟବହାର ପାଇଁ ଆପଣ ତାହାକୁ ସେଭ୍ କରିବା ଉଚିତ୍ |
03:29 ଏହି ଫାଇଲ୍ କୁ ସେଭ୍ କରିବା ପାଇଁ, ମେନୁ ବାର୍ ରେ ଥିବା “File” ଉପରେ କ୍ଲିକ୍ କରନ୍ତୁ
03:33 ଓ ତାହାପରେ “Save As” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
3:36 ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଠାରେ ଆପଣଙ୍କୁ “Name” ଫିଲ୍ଡରେ ଆପଣଙ୍କ ଫାଇଲ୍ ର ନାଁ ଦେବାକୁ ପଡ଼ିବ |
03:44 ତେଣୁ ଫାଇଲ୍ ର ନାଁ ଭାବରେ “resume” ଏଣ୍ଟର୍ କରନ୍ତୁ |
03:48 “Name” ଫିଲ୍ଡ ତଳେ “Save in folder” ଫିଲ୍ଡ ଅଛି
03:53 ଯେଉଁଠାରେ ଆପଣ ଫୋଲ୍ଡର୍ ନାଁ ଦେବେ, ଯେଉଁଥିରେ ଆପଣଙ୍କର ଫାଇଲ୍ ସେଭ୍ ହେବ |
03:58 ତେଣୁ, “Save in folder” ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “Desktop” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
04:02 ମେନୁରେ ଫୋଲ୍ଡର୍ ର ଏକ ତାଲିକା ଆପଣ ଦେଖିବାକୁ ପାଇବେ, ଯେଉଁଠାରେ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ |
04:08 ବର୍ତ୍ତମାନ ଆସନ୍ତୁ, ଆମେ “Desktop” ଅପ୍ସନ୍ ଉପରେ କ୍ଲିକ୍ କରିବା | ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଯିବ |
04:14 ଆପଣ, “Browse for other folders” ଉପରେ ମଧ୍ୟ କ୍ଲିକ୍ କରିପାରିବେ
04:18 ଏବଂ ଆପଣ ନିଜ ଡକ୍ୟୁମେଣ୍ଟ୍ କେଉଁ ଫୋଲ୍ଡର୍ ରେ ସେଭ୍ କରିବାକୁ ଚାହୁଁଛନ୍ତି ଚାହାର ଚୟନ କରିପାରିବେ |
04:23 ବର୍ତ୍ତମାନ, ଡାୟଲଗ୍ ବକ୍ସରେ ଥିବା “File Type” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
04:27 ଏହା ଆପଣଙ୍କୁ ଫାଇଲ୍ ଟାଇପ୍ ଅପ୍ସନ୍ କିମ୍ୱା ଫାଇଲ୍ ଏକ୍ସଟେନ୍ସନ୍ ର ଏକ ତାଲିକା ଦେଖାଇବ, ଯାହା ଅନ୍ତର୍ଗତ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ |
4:34 ଲିବର୍ ଅଫିସ୍ ରାଇଟର୍ ରେ ଡିଫଲ୍ଟ ଫାଇଲ୍ ଟାଇପ୍ ହେଉଛି “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍”, ଯାହା “ଡଟ୍ odt” ଏକ୍ସଟେନ୍ସନ୍ ପ୍ରଦାନ କରିଥାଏ |
04:45 ODT, ଓପନ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ ବା ODF ଅନ୍ତର୍ଗତ ଆସିଥାଏ, ଯାହା ବୈଶ୍ୱିକ ଭାବେ ୱର୍ଡ ଡକ୍ୟୁମେଣ୍ଟ୍ ପାଇଁ ଗ୍ରହଣୀୟ ଓପନ୍ ଷ୍ଟାଣ୍ଡାର୍ଡ ଅଟେ |
04:56 ଏହା, ’ଇ-ଗଭର୍ନେନ୍ସରେ ଓପନ୍ ଷ୍ଟାଣ୍ଡାର୍ଡ’ରେ ଭାରତ ସରକାରଙ୍କ ନୀତି ଦ୍ୱାରା ମଧ୍ୟ ଗ୍ରହଣୀୟ ଅଟେ |
05:04 ଡଟ୍ odt ଡକ୍ୟୁମେଣ୍ଟ୍ ଭାବରେ ସେଭ୍ କରିବା ବ୍ୟତୀତ, ଯାହା ଲିବର୍ ଅଫିସ୍ ରାଇଟର୍ ରେ ଖୋଲିବ,
05:11 ଆପଣ ନିଜ ଫାଇଲ୍ କୁ ଡଟ୍ ଡକ୍ ଓ ଡଟ୍ ଡକ୍ ଏକ୍ସ ଫର୍ମାଟ୍ ରେ ମଧ୍ୟ ସେଭ୍ କରିପାରିବେ, ଯାହାକୁ MS ଅଫିସ୍ ୱର୍ଡ ପ୍ରୋଗ୍ରାମ୍ ରେ ଖୋଲିହେବ |
05:23 ଆଉ ଏକ ଲୋକପ୍ରିୟ ଫାଇଲ୍ ଏକ୍ସଟେନ୍ସନ୍, ଯାହା ଅଧିକାଂଶ ପ୍ରୋଗ୍ରାମ୍ ରେ ଖୋଲେ, ହେଉଛି ଡଟ୍ rtf, ଯାହା ହେଉଛି “ରିଚ୍ ଟେକ୍ସଟ୍ ଫର୍ମାଟ୍” |
05:33 ବର୍ତ୍ତମାନ “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
05:37 ଆପଣ ଦେଖିବେ ଯେ, ଫାଇଲ୍ ଟାଇପ୍ “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଓ ବ୍ରାକେଟ୍ ମଧ୍ୟରେ ଡଟ୍ “odt”, “ଫାଇଲ୍ ଟାଇପ୍” ଅପ୍ସନ୍ ପାଖରେ ପ୍ରଦର୍ଶିତ ହେବ |
05:48 ବର୍ତ୍ତମାନ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ |
05:50 ଏହା ଆପଣଙ୍କୁ ପୁଣିଥରେ, ଟାଇଟଲ୍ ବାର୍ ରେ ନିଜ ପସନ୍ଦ ମୁତାବକ ଏକ୍ସଟେନ୍ସନ୍ ଓ ଫାଇଲ୍ ନାମ ସହିତ ରାଇଟର୍ ୱିଣ୍ଡୋକୁ ନେଇଯିବ |
05:58 ଆପଣ ବର୍ତ୍ତମାନ, ରାଇଟର୍ ୱିଣ୍ଡୋରେ ଏକ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଲେଖିବାକୁ ପ୍ରସ୍ତୁତ |
06:03 ଉପରେ ଆଲୋଚନା କରାଯାଇଥିବା ଫର୍ମାଟ୍ ଗୁଡ଼ିକ ବ୍ୟତୀତ, ରାଇଟର୍ ଡକ୍ୟୁମେଣ୍ଟ୍ କୁ ଏକ ୱେବ୍ ପେଜ୍ ଫର୍ମାଟ୍ “ଡଟ୍ html”ରେ ମଧ୍ୟ ସେଭ୍ କରିହେବ |
06:13 ଏହାକୁ ପୂର୍ବ ବର୍ଣ୍ଣିତ ପରି ମାର୍ଗରେ କରିହେବ |
06:17 ତେଣୁ, ମେନୁ ବାର୍ ରେ ଥିବା “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍ ଆଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:24 ବର୍ତ୍ତମାନ “ଫାଇଲ୍ ଟାଇପ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “HTML ଡକ୍ୟୁମେଣ୍ଟ୍ ଓ ବ୍ରାକେଟ୍ ମଧ୍ୟରେ ଓପନ୍ ଅଫିସ୍ ଡଟ୍ ଅର୍ଗ (org) ରାଇଟର୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:35 ଏହି ଅପ୍ସନ୍ ଡକ୍ୟୁମେଣ୍ଟ୍ କୁ “ଡଟ୍ html” ଏକ୍ସଟେନ୍ସନ୍ ଦେବ |
06:40 “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:42 ବର୍ତ୍ତମାନ, ଡାୟଲଗ୍ ବକ୍ସରେ ଥିବା “ଆସ୍କ ହ୍ୱେନ୍ ନଟ୍ ସେଭିଙ୍ଗ୍ ଇନ୍ ODF ଫର୍ମାଟ୍” ଅପ୍ସନ୍ ଉପରେ ଏକ ଛକ ଦିଅନ୍ତୁ |
06:50 ଶେଷରେ, “କୀପ୍ କରେଣ୍ଟ୍ ଫର୍ମାଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:55 ଡଟ୍ html ଏକ୍ସଟେନ୍ସନ୍ ସହିତ ଡକ୍ୟୁମେଣ୍ଟ୍ ଟି ସେଭ୍ ହେଲା ବୋଲି ଆପଣ ଦେଖିବାକୁ ପାଇବେ |
07:00 କେବଳମାତ୍ର ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ଏକ୍ସପୋର୍ଟ ଡାଇରେକ୍ଟଲୀ ଆଜ୍ PDF” ଅପ୍ସନ୍ ଉପରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ PDF ଫର୍ମାଟ୍ କୁ ଏକ୍ସପୋର୍ଟ କରିହେବ |
07:10 ପୂର୍ବପରି, ଯେଉଁଠାରେ ଆପଣ ସେଭ୍ କରିବାକୁ ଚାହାଁନ୍ତି, ସେହି ସ୍ଥାନ ବାଛନ୍ତୁ |
07:15 ବୈକଳ୍ପିକ ଭାବରେ, ମେନୁ ବାର୍ ରେ ଥିବା “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରି “ଏକ୍ସପୋର୍ଟ ଆଜ୍ pdf” ଅପ୍ସନ୍ ଉପରେ କ୍ଲିକ୍ କରି ଏହିପରି କରିପାରିବେ |
07:24 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ, “ଏକ୍ସପୋର୍ଟ” ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:32 ଏକ PDF ଫାଇଲ୍ କ୍ରିଏଟ୍ ହୋଇଯିବ |
07:35 ଆସନ୍ତୁ ଏବେ, “ଫାଇଲ୍” ଓ ତାହାପରେ “କ୍ଲୋଜ୍” ଉପରେ କ୍ଲିକ୍ କରି ଏହି ଡକ୍ୟୁମେଣ୍ଟ୍ କୁ ବନ୍ଦ କରିବା |
07:40 ଏହାପରେ ଆମେ, ଲିବର୍ ଅଫିସ୍ ରାଇଟର୍ ରେ ପୂର୍ବରୁ ଥିବା ଏକ ଡକ୍ୟୁମେଣ୍ଟ୍ କୁ କିପରି ଖୋଲାଯାଏ, ତାହା ଶିଖିବା |
07:47 ଆସନ୍ତୁ ଆମେ, “Resume.odt” ଡକ୍ୟୁମେଣ୍ଟ୍ କୁ ଖୋଲିବା |
07:51 ପୂର୍ବରୁ ରହିଥିବା ଏକ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ, ଉପରେ ଥିବା ମେନୁ ବାର୍ ରେ “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ଓପନ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
08:00 ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବାର ଆପଣ ଦେଖିବାକୁ ପାଇବେ |
08:04 ଏଠାରେ, ସେହି ଫୋଲ୍ଡର୍ କୁ ଖୋଜନ୍ତୁ, ଯେଉଁଠାରେ ଆପଣ ନିଜ ଡକ୍ୟୁମେଣ୍ଟ୍ ସେଭ୍ କରିଛନ୍ତି |
08:08 ଏଥିପାଇଁ, ଡାୟଲଗ୍ ବକ୍ସର ଉପର ବାମ କୋଣରେ ଥିବା ଛୋଟ ପେନସିଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:14 ଏହାର ନାମ ହେଉଛି “ଟାଇପ୍ ଏ ଫାଇଲ୍ ନେମ୍” |
08:16 ଏହା ଏକ “ଲୋକେଶନ୍ ବାର୍” ଫିଲ୍ଡ ଖୋଲିବ |
08:19 ଏଠାରେ, ଆପଣ ଯେଉଁ ଫାଇଲ୍ ଖୋଜୁଛନ୍ତି, ତାହାର ନାମ ଟାଇପ୍ କରନ୍ତୁ |
08:24 ଏଥିପାଇଁ ଆମେ ଫାଇଲ୍ ର ନାମ ଭାବରେ “resume” ଲେଖିବା |
08:27 ବର୍ତ୍ତମାନ, resume ଫାଇଲ୍ ନାମ ଭାବରେ ଯେଉଁ ତାଲିକା ପ୍ରଦର୍ଶିତ ହେବ, ସେଥିରୁ “resume dot odt” ବାଛନ୍ତୁ
08:34 ଏବେ “ଓପନ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:37 Resume.odt ଫାଇଲ୍ ଖୋଲିବାର ଆପଣ ଦେଖିବେ |
08:41 ବୈକଳ୍ପିକ ଭାବରେ, ଉପରେ ଥିବା ଟୁଲ୍ ବାର୍ ରେ ଥିବା “ଓପନ୍” ଆଇକନ୍ ଉପରେ କ୍ଲିକ୍ କରି ଓ ସମାନ ଭାବରେ ଆଗାମୀ ପ୍ରକ୍ରିୟା କରି ପୂର୍ବରୁ ରହିଥିବା ଏକ ଫାଇଲ୍ କୁ ଆପଣ ଖୋଲିପାରିବେ |
08:52 ମାଇକ୍ରୋସଫ୍ଟ ୱର୍ଡ ଦ୍ୱାରା ବ୍ୟବହୃତ “ଡଟ୍ ଡକ୍” ଓ “ଡଟ୍ ଡକ୍ ଏକ୍ସ” ଏକ୍ସଟେନ୍ସନ୍ ଫାଇଲ୍ ମଧ୍ୟ ଆପଣ ରାଇଟର୍ ରେ ଖୋଲିପାରିବେ |
09:03 ଏହାପରେ ଆପଣ, ଏକ ଫାଇଲ୍ କୁ କିପରି ମୋଡିଫାଏ କରିହୁଏ ଓ ତାହାକୁ କିପରି ସମାନ ଫାଇଲ୍ ନାମରେ ସେଭ୍ କରିବାକୁ ହୁଏ, ତାହା ଦେଖିବେ |
09:10 ତେଣୁ ପ୍ରଥମେ “RESUME” ଟେକ୍ସଟ୍ ଉପରେ ବାମ ମାଉସ୍ ବଟନ୍ କ୍ଲିକ୍ କରି ପୂରା ଟେକ୍ସଟ୍ ଉପରେ ଟାଣନ୍ତୁ |
09:17 ଏହା ଟେକ୍ସଟ୍ କୁ ସିଲେକ୍ଟ କରି ହାଇଲାଇଟ୍ କରିଦେବ | ବର୍ତ୍ତମାନ ବାମ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
09:24 ଟେକ୍ସଟ୍ ତଥାପି ହାଇଲାଇଟ୍ ହୋଇ ରହିବ |
09:26 ବର୍ତ୍ତମାନ, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ବୋଲ୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ଏହିପରି ଭାବରେ ଟେକ୍ସଟ୍ ବୋଲ୍ଡ ହୋଇଯିବ |
09:33 ଏହି ଟେକ୍ସଟ୍ କୁ ପେଜ୍ ର ମଧ୍ୟ ଭାଗକୁ ଆଣିବା ପାଇଁ, ଟୁଲ୍ ବାର୍ ଥିବା “ସେଣ୍ଟର୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
09:41 ପେଜ୍ ରେ ଟେକ୍ସଟ୍ ମଧ୍ୟ ଭାଗକୁ ଆସିଯିବାର ଆପଣ ଦେଖିବାକୁ ପାଇବେ |
09:45 ବର୍ତ୍ତମାନ ଆସନ୍ତୁ, ଆମେ ଟେକ୍ସଟ୍ ର ଫଣ୍ଟ୍ ସାଇଜ୍ ବଢ଼ାଇବା |
09:48 ଏଥିପାଇଁ, ଟୁଲ୍ ବାର୍ ରେ ଥିବା “ଫଣ୍ଟ୍ ସାଇଜ୍” ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
09:53 ଡ୍ରପ୍ ଡାଉନ୍ ମେନୁରେ, ଚାଲନ୍ତୁ “୧୪” ଉପରେ କ୍ଲିକ୍ କରିବା |
09:57 ଏହିପରି ଭାବେ ଫଣ୍ଟ୍ ସାଇଜ୍ “୧୪”କୁ ବୃଦ୍ଧି ହୋଇଯିବ |
10:01 ବର୍ତ୍ତମାନ, “ଫଣ୍ଟ୍ ନେମ୍” ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଫଣ୍ଟ ନାମ ଭାବରେ “UnDotum”କୁ ସିଲେକ୍ଟ କରନ୍ତୁ |
10:09 ଟୁଲ୍ ବାର୍ ରେ ଥିବା “ସେଭ୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
10:13 ତେବେ, ସଂଶୋଧନ କରାଯିବା ପରେ ମଧ୍ୟ ସେହି ସମାନ ଫାଇଲ୍ ନାମରେ ଫାଇଲ୍ ଟି ସେଭ୍ ହେବାର ଆପଣ ଦେଖିବାକୁ ପାଇବେ |
10:21 ଥରେ ଆପଣ ନିଜ ଡକ୍ୟୁମେଣ୍ଟ୍ କୁ ସେଭ୍ କରିସାରିବା ପରେ ଯଦି ଆପଣ ଏହାକୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ
10:25 ମେନୁ ବାର୍ ରେ ଥିବା “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ “କ୍ଲୋଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏହା ଆପଣଙ୍କ ଫାଇଲ୍ କୁ ବନ୍ଦ କରିଦେବ |
10:33 ଏହା ଆମକୁ, ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଶେଷକୁ ଆଣେ | ଆମେ ଯାହା ଶିଖିଲେ, ତାହା ମନେପକାଇବା ପାଇଁ:
10:43 ରାଇଟର୍ ର ପରିଚୟ | ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ |
10:45 ରାଇଟର୍ ରେ କିପରି ଏକ ନୂଆ ଓ ପୂର୍ବରୁ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ ଖୋଲିବେ | ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ |
10:52 ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ବନ୍ଦ କରିବେ |
10:55 ରାଇଟର୍ ରେ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
11:01 “practice.odt” ନାମରେ ଏହାକୁ ସେଭ୍ କରନ୍ତୁ
11:05 “ଦିସ୍ ଇଜ୍ ମାଇ ଫର୍ଷ୍ଟ ଆସାଇନମେଣ୍ଟ୍” ଟେକ୍ସଟ୍ ଲେଖନ୍ତୁ
11:08 ଫାଇଲ୍ କୁ ସେଭ୍ କରନ୍ତୁ |

ଟେକ୍ସଟ୍ କୁ ଅଣ୍ଡରଲାଇନ୍ କରନ୍ତୁ | ଫଣ୍ଟ୍ ସାଇଜ୍ ୧୬କୁ ବୃଦ୍ଧି କରନ୍ତୁ | ଫାଇଲ୍ କୁ ବନ୍ଦ କରନ୍ତୁ |

11:18 ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ କୁ ବ୍ୟାଖ୍ୟା କରେ |
11:24 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
11:29 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି | ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି |
11:38 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11:45 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ହେଉଛି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:48 ଏହା ICT, MHRD, ଭାରତ ସରକାରଙ୍କ ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସହାୟତାପ୍ରାପ୍ତ |
11:56 ଏହି ମିଶନ୍ ବିଷୟରେ “ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି |
12:07 ଏହି ଟ୍ୟୁଟୋରିଆଲ୍ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଅନୁବାଦିତ ହୋଇଛି |

ମୁଁ, ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ଓ ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର, ଆପଣମାନଙ୍କଠାରୁ ବିଦାୟ ନେଉଛି |

]

Contributors and Content Editors

PoojaMoolya, Pradeep