LibreOffice-Suite-Base/C2/Create-queries-using-Query-Wizard/Oriya

From Script | Spoken-Tutorial
Revision as of 14:18, 25 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ, Query wizard ବ୍ୟବହାର କରି କିପରି ସରଳ କ୍ଵେରୀଗୁଡିକ ସୃଷ୍ଟି କରାଯାଏ, ଫିଲ୍ଡଗୁଡିକୁ ଚୟନ କରିବା. Set ଫିଲ୍ଡଗୁଡିକର ସର୍ଟିଙ୍ଗର କ୍ରମକୁ ସେଟ୍ କରିବା ଏବଂ ଗୋଟିଏ କ୍ଵେରୀ ପାଇଁ ସର୍ଚ କ୍ରାଇଟେରିଆ କିମ୍ବା କଣ୍ଡିଶନଗୁଡିକୁ ଉପଲବ୍ଧ କରାଇବା ବିଷୟରେ ଆମେ ଶିଖିବା
00:24 ପ୍ରଥମେ ଚାଲନ୍ତୁ query ଗୋଟିଏ କ’ଣ ଜାଣିବା
00:29 ଗୋଟିଏ ଡେଟାବେସରୁ ନିର୍ଦ୍ଦିଷ୍ଟ ସୁଚନାକୁ ପ୍ରାପ୍ତ କରିବା ପାଇଁ କ୍ଵେରୀକୁ ବ୍ୟବହାର କରାଯାଇପାରେ
00:36 ଅନ୍ୟ ଅର୍ଥରେ, କିଛି ଡେଟା ପାଇଁ ଡେଟାବେସକୁ query କରିପାରିବା ଯାହା ଗୋଟିଏ ପ୍ରଦତ୍ତ କ୍ରାଇଟେରିଆ ସହ ମେଳ ହେଉଥିବ
00:48 ଉଦାହରଣସ୍ଵରୁପ, ଆମ ପରିଚିତ Library ଡେଟାବେସ୍ ଉଦାହରଣକୁ ଦେଖିବା
00:56 ଲାଇବ୍ରେରୀ ଡେଟାବେସରେ ବହି ଓ ମେମ୍ବରମାନଙ୍କ ବିଷୟରେ ସୁଚନା ସବୁକୁ ଷ୍ଟୋର୍ କରାଯାଇଛି
01:04 ଲାଇବ୍ରେରୀର ସମଗ୍ର ମେମ୍ବରମାନଙ୍କ ପାଇଁ ଲାଇବ୍ରେରୀ ଡେଟାବେସକୁ କ୍ଵେରୀ କରିପାରିବା
01:12 କିମ୍ବା ଲାଇବ୍ରେରୀରେ ନ’ଥିବା ସମସ୍ତ ବହିଗୁଡିକ ପାଇଁ ଡେଟାବେସରେ କ୍ଵେରୀ କରିପାରିବା
01:21 Base ବ୍ୟବହାର କରି କିପରି ଗୋଟିଏ ସରଳ କ୍ଵେରୀ ସୃଷ୍ଟି କରାଯାଇପାରିବ, ଚାଲନ୍ତୁ ଦେଖିବା
01:30 ଉଦାହରଣ ପାଇଁ ଫୋନ୍ ନମ୍ବର୍ ସହିତ ଲାଇବ୍ରେରୀର ସମସ୍ତ ମେମ୍ବରମାନଙ୍କର ଗୋଟିଏ ତାଲିକା ପ୍ରସ୍ତୁତ କରନ୍ତୁ
01:44 ଆମେ Library ଡେଟାବେସ୍ ମଧ୍ୟରେ ଅଛେ. ଏହାକୁ କିପରି ଖୋଲାଯାଏ ବର୍ତ୍ତମାନ ଆପଣ ଜାଣିସାରିଥିବେ
01:51 ବାମ ପଟ ପ୍ୟାନେଲରେ ଥିବା Queries ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:57 ଡାହାଣ ପଟ ପ୍ୟାନେଲରେ ଥିବା ତିନୋଟି ଅପଶନକୁ ଦେଖନ୍ତୁ
02:03 ଯେହେତୁ ପ୍ରଥମକରି ଗୋଟିଏ ସରଳ କ୍ଵେରୀର ସୃଷ୍ଟି କରୁଛନ୍ତି, ଗୋଟିଏ ସହଜ ଓ ଦୃତ ମେଥଡକୁ ଚୟନ କରନ୍ତୁ
02:11 ଏବଂ ତାହାକୁ ଗୋଟିଏ Query Wizard ବ୍ୟବହାର କରି କରନ୍ତୁ
02:17 ଜଟିଳ କ୍ଵେରୀଗୁଡିକର ସୃଷ୍ଟି ପାଇଁ, Base, Create Query in Design View ଭଳି ଅତି ସରଳ ଅପଶନଗୁଡିକୁ ଉପଲବ୍ଧ କରାଇଥାଏ
02:28 ଏବଂ Create Query in SQL view ଯାହା ବିଷୟରେ ଆମେ ପରେ ଶିଖିବା
02:36 ବର୍ତ୍ତମାନ ପାଇଁ, Use Wizard to Create Query ଉପରେ କ୍ଲିକ୍ କରନ୍ତୁ
02:43 ବର୍ତ୍ତମାନ, ଉପରେ Query Wizard ବୋଲାଉଥିବା ଏହି ପପ୍ ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ
02:50 ବାମ ପଟେ, ଅନୁସରଣ କରିବାକୁ ଥିବା 8 stepsକୁ ଦେଖନ୍ତୁ
02:57 Step 1 - Field Selectionରେ ଅଛନ୍ତି
03:03 ଡାହାଣ ପଟେ, Tables ଲେବୁଲରେ ନିମ୍ନରେ ଥିବା ଗୋଟିଏ ଡ୍ରପ୍ ଡାଉନ୍ ବକ୍ସକୁ ଦେଖନ୍ତୁ
03:11 ଏହି ସ୍ଥାନରେ ଡେଟାର ସୋର୍ସକୁ ଚୟନ କରନ୍ତୁ ଯାହାକୁ ଏହି କ୍ଵେରୀରୁ ଆବଶ୍ୟକ କରାଯାଏ
03:21 ଯେହେତୁ ଉଦାହରଣ କ୍ଵେରୀ ସାହାଯ୍ୟରେ ଲାଇବ୍ରେରୀର ସମସ୍ତ ମେମ୍ବରମାନଙ୍କର ଏକ ତାଲିକା ପ୍ରାପ୍ତ ହେବା ଆବଶ୍ୟକ, ଡ୍ରପ୍ ଡାଉନ୍ ବକ୍ସ ମଧ୍ୟରେ Tables: Members ଉପରେ କ୍ଲିକ୍ କରନ୍ତୁ
03:35 ବର୍ତ୍ତମାନ, ବାମ ପଟେ ଥିବା Available fields ତାଲିକାରୁ Name ଫିଲ୍ଡ ଉପରେ ଡବଲ୍ କ୍ଲିକ୍ କରନ୍ତୁ ଏବଂ ଏହାକୁ ଡାହାଣ ପଟେ ଥିବା ଲିଷ୍ଟ ବକ୍ସ ଆଡକୁ ଚାଳନା କରନ୍ତୁ
03:50 ତା’ପରେ, ବାମ ପଟେ ଥିବା Phone ଫିଲ୍ଡ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଡାହାଣ ପଟକୁ ଚାଳନା କରନ୍ତୁ
04:00 ଧ୍ୟାନଦିଅନ୍ତୁ ଯେ ସମସ୍ତ ଫିଲ୍ଡକୁ ଡାହାଣ ପଟକୁ ଚାଳନା କରିବା ପାଇଁ, ଡାହାଣ ପଟକୁ ନିର୍ଦ୍ଦେଶ କରୁଥିବା ଡବଲ୍ ଆରୋ ବଟନକୁ ବ୍ୟବହାର କରନ୍ତୁ
04:09 ବର୍ତ୍ତମାନ, ନିମ୍ନରେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:15 ବର୍ତ୍ତମାନ Step 2 - Sorting Orderରେ ଅଛନ୍ତି
04:20 ଯେହେତୁ କ୍ଵେରୀର ପରିଣାମ ମେମ୍ବରମାନଙ୍କର ଓ ସେମାନଙ୍କ ଫୋନ୍ ନମ୍ବରର ତାଲିକା ପ୍ରାପ୍ତ କରିବା, ତେଣୁ ଏହାକୁ ଏହି ଭଳି ଛାଡି ଦିଅନ୍ତୁ
04:30 କିମ୍ବା ମେମ୍ବରମାନଙ୍କ ନାମର କ୍ରମ ଅନୁସାରେ ତାଲିକା କରନ୍ତୁ
04:36 ପରିଣାମ ତାଲିକାରେ ଏକ ସଙ୍ଗେ ଚାରୋଟି fieldsକୁ ସର୍ଟ କରିବା ପାଇଁ Base Wizard ଅନୁମତି ଦେଇଥାଏ
04:45 ବର୍ତ୍ତମାନ ପାଇଁ, ସର୍ବ ଉପରିସ୍ଥ ଡ୍ରପ୍ ଡାଉନ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ,
04:51 ଏବଂ Members.Name ଉପରେ କ୍ଲିକ୍ କରନ୍ତୁ
04:55 ଯଦି ନାମଗୁଡିକୁ ଆସେଣ୍ଡିଙ୍ଗ କିମ୍ବା ଡିସେଣ୍ଡିଙ୍ଗ କ୍ରମରେ ଆବଶ୍ୟକ କରନ୍ତି, ତାହା ମଧ୍ୟ ଚୟନ କରିପାରିବେ
05:03 Ascending ଅପଶନ୍ ଉପରେ କ୍ଲିକ୍ କରନ୍ତୁ
05:07 ଏବଂ ପରବର୍ତ୍ତୀ ସୋପାନକୁ ଯା’ନ୍ତୁ
05:11 Step 3 - Search Conditions
05:16 ଯଦି ପରିଣାମକୁ କିଛି କଣ୍ଡିଶନଗୁଡିକ ମଧ୍ୟରେ ସୀମିତ କରି ରଖିବାକୁ ଚାହାଁନ୍ତି, ତେବେ ଏହି ସୋପାନ ସାହାଯ୍ୟକାରୀ ହେବ
05:22 ଉଦାହରଣସ୍ଵରୂପ, ପରିଣାମକୁ କେବଳ ସେହି ମେମ୍ବରମାନଙ୍କ ମଧ୍ୟରେ ସୀମିତ ହେବ ଯେଉଁମାନଙ୍କର ନାମ ଅକ୍ଷର R ସହିତ ଆରମ୍ଭ ହୋଇଥିବ
05:34 ଏଥିପାଇଁ, ଡ୍ରପ୍ ଡାଉନ୍ ବକ୍ସର Fields ଉପରେ କ୍ଲିକ୍ କରବା ସହିତ Members.Name ଉପରେ କ୍ଲିକ୍ କରନ୍ତୁ
05:45 ବର୍ତ୍ତମାନ, ଡ୍ରପ୍ ଡାଉନ୍ ବକ୍ସରେ Condition ଉପରେ କ୍ଲିକ୍ କରନ୍ତୁ
05:51 ଏଠାରେ ଥିବା ବିଭିନ୍ନ କଣ୍ଡିଶନଗୁଡିକୁ ଲକ୍ଷ୍ୟ କରନ୍ତୁ
05:58 like ଉପରେ କ୍ଲିକ୍ କରନ୍ତୁ
06:02 Value ଟେକ୍ସଟ ବକ୍ସ ମଧ୍ୟରେ, capital R ଓ ଗୋଟିଏ percentage ଚିହ୍ନକୁ ଟାଇପ୍ କରନ୍ତୁ
06:13 ଏହିପରି ଭାବେ କ୍ଵେରୀ ମଧ୍ୟରେ ସରଳ ଓ ଜଟିଳ କଣ୍ଡିଶନଗୁଡିକୁ ଘୋଷଣା କରିପାରିବେ
06:22 ବର୍ତ୍ତମାନ ସମଗ୍ର ମେମ୍ବରମାନଙ୍କର ତାଲିକା ପ୍ରାପ୍ତ କରିବା ପାଇଁ Value ଟେକ୍ସଟ ବକ୍ସ ମଧ୍ୟରୁ R%କୁ ଡିଲିଟ୍ କରନ୍ତୁ ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:37 ଦୟାକରି ଧ୍ୟାନ ଦିଅନ୍ତୁ ଯେ Step 7କୁ ଚାଲିଆସିଲେ
06:43 ଏହାର କାରଣ ଗୋଟିଏ ସିଙ୍ଗଲ୍ ଟେବୁଲରୁ ଏକ ସରଳ କ୍ଵେରୀକୁ ସୃଷ୍ଟି କରାଯାଉଛି
06:51 ଏବଂ କ୍ଵେରୀ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବ, ସାରାଂଶ ନୁହେଁ
06:57 Summary କ୍ଵେରୀଗୁଡିକ ଫଙ୍କଶନଗୁଡିକର ସମଷ୍ଟି ଓ ଗ୍ରୁପିଙ୍ଗ ସାହାଯ୍ୟରେ ଡେଟା ପ୍ରଦର୍ଶନ କରିବ
07:05 କିଛି ଉଦାହରଣ ହେଉଛି, ସମଗ୍ର ମେମ୍ବରମାନଙ୍କର ସଂଖ୍ୟା କିମ୍ବା ସମସ୍ତ ବହିଗୁଡିକର ମୂଲ୍ୟର ସମଷ୍ଟି
07:13 ଏଗୁଡିକ ବିଷୟରେ ପରେ ଶିଖିବା
07:17 ଠିକ୍ ଅଛି, ବର୍ତ୍ତମାନ ଆଲିଆସଗୁଡିକୁ ସେଟ୍ କରିବା,
07:23 ଏହାର ଅର୍ଥ- ପରିଣାମ ତାଲିକାରେ ସହଜ ଓ ବର୍ଣ୍ଣନାତ୍ମକ ଲେବୁଲ କିମ୍ବା ହେଡରଗୁଡିକୁ ପ୍ରଦାନ କରିବା
07:32 ତେଣୁ Name ଫିଲ୍ଡର Member Name ଭାବେ ଏବଂ Phone ଫିଲ୍ଡର Phone Number ଭାବେ ଗୋଟିଏ ଆଲିଆସ୍ ରହିପାରେ
07:46 ତେଣୁ, ଦୁଇଟି ଟେକ୍ସଟ ବକ୍ସରେ ଏହି ନୁତନ ଆଲିଆସଗୁଡିକୁ ଟାଇପ୍ କରନ୍ତୁ ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
07:57 ବର୍ତ୍ତମାନ, ଅନ୍ତିମ ସୋପାନ Step 8 - the final step
08:03 ଏଠାରେ ଏହି ସହଜ କ୍ଵେରୀକୁ ଗୋଟିଏ ସୁନ୍ଦର ବର୍ଣ୍ଣନାତ୍ମକ ନାମ ଦିଅନ୍ତୁ
08:09 Name of the Query ବିପକ୍ଷରେ List of all members and their phone numbersକୁ ଟାଇପ୍ କରନ୍ତୁ
08:20 ବର୍ତ୍ତମାନ ୱିଜାର୍ଡରେ ଚୟନଗୁଡିକର ଗୋଟିଏ ସଂକ୍ଷିପ୍ତ ବିବରଣୀ ଉପରେ ଧ୍ୟାନ ଦିଅନ୍ତୁ
08:27 ଏବଂ ଏହିଠାରୁ କିପରି ଆଗକୁ ବଢିବା ପାଇଁ ଚାହାଁନ୍ତି?
08:31 ଡାହାଣ ପଟେ ଥିବା Display Query ଅପଶନ୍ ଉପରେ କ୍ଲିକ୍ କରନ୍ତୁ ଏବଂ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
08:41 wizard window ବନ୍ଦ ହୋଇଛି ଏବଂ ସେଠାରେ List of all members and their phone numbers ନାମକ ଟାଇଟଲ୍ ଥିବା ଗୋଟିଏ ନୁତନ ୱିଣ୍ଡୋ ଅଛି
08:52 ଧ୍ୟାନଦିଅନ୍ତୁ ଯେ ଫୋନ୍ ନମ୍ବର୍ ସହିତ Members ଟେବୁଲରେ ପ୍ରବେଶ କରାଯାଇଥିବା ପ୍ରକୃତ ଚାରି ଜଣ ମେମ୍ବରମାନଙ୍କୁ ଦେଖିବାକୁ ପାଇବେ
09:04 ଏହି ତାଲିକା ଅକ୍ଷର ଅନୁସାରେ ଆସେଣ୍ଡିଙ୍ଗ କ୍ରମରେ ଥିବାର ମଧ୍ୟ ଦେଖିବାକୁ ପାଇବେ
09:13 ତେଣୁ, ଏହା ହେଉଛି ପ୍ରଥମ ସରଳ କ୍ଵେରୀ
09:18 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି
09:21 ଆସେଣ୍ଡିଙ୍ଗ କ୍ରମରେ ସମଗ୍ର ବହିଗୁଡିକର ତାଲିକା କରିବା ପାଇଁ ଗୋଟିଏ କ୍ଵେରୀ ସୃଷ୍ଟି କରନ୍ତୁ
09:28 ସମସ୍ତ ଫିଲ୍ଡଗୁଡିକୁ ଯୋଗ କରନ୍ତୁ
09:31 ଏହାକୁ List of all books in the Library ଭାବେ ନାମିତ କରନ୍ତୁ
09:38 ଏହା ଆମକୁ Creating Queries using Wizard in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
09:45 ସଂକ୍ଷିପ୍ତରେ ଆମେ ଶିଖିଲେ: Query wizard ବ୍ୟବହାର କରି କିପରି ସରଳ କ୍ଵେରୀଗୁଡିକୁ ସୃଷ୍ଟି କରିବା, ଫିଲ୍ଡଗୁଡିକର ସର୍ଟିଙ୍ଗ କ୍ରମକୁ ସେଟ୍ କରିବା ପାଇଁ ଫିଲ୍ଡଗୁଡିକର ଚୟନ ଏବଂ ଗୋଟିଏ କ୍ଵେରୀ ପାଇଁ ସର୍ଚ କ୍ରାଇଟେରିଆ ଓ କଣ୍ଡିଶନଗୁଡିକୁ ଉପଲବ୍ଧ କରାଇବା
10:00 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:12 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
10:17 ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:22 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep