LaTeX/C2/What-is-Compiling/Oriya

From Script | Spoken-Tutorial
Revision as of 15:44, 18 August 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, how to create a simple document using LaTeX ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ମୁଁ ଏହି ପ୍ରକ୍ରିୟାକୁ ଗୋଟିଏ MacOSX ଅପରେଟିଙ୍ଗ ସିଷ୍ଟମ୍ ଉପରେ ବର୍ଣ୍ଣନା କରିବି
00:13 Linux ଓ Windows ଭଳି ଅନ୍ୟ ଅପରେଟିଙ୍ଗ ସିଷ୍ଟମ୍ ପାଇଁ ମଧ୍ୟ ସମାନ ମେଥଡଗୁଡିକ ଉପଲବ୍ଧ ଅଛି
00:19 ପ୍ରଥମ କାମ ହେଉଛି ଆପଣଙ୍କୁ ଆପଣଙ୍କ ଏଡିଟର୍ ବ୍ୟବହାର କରି ଗୋଟିଏ ସୋର୍ସ ଫାଇଲ୍ ସୃଷ୍ଟି କରିବାକୁ ହେବ
00:24 Emacs ହେଉଛି ମୋ ପସନ୍ଦର ଏଡିଟର୍. ଫାଇଲକୁ hello.tex ଭାବେ ନାମିତ କରନ୍ତୁ. ଫାଇଲର ଏକ୍ସଟେନସନ୍ ନାମ tex ଅଟେ. ଯଦିଓ ଏହାର ବନାନ୍ t-e-x ଅଟେ, କିନ୍ତୁ ଏହା tec ଉଚ୍ଚାରିତ ହୁଏ. ଏହା LaTeX ପାଇଁ ଡିଫଲ୍ଟ ଅଟେ
00:40 ପ୍ରଥମ କାମ ହେଉଛି, ଆମେ ଇଚ୍ଛୁକ ଥିବା ଡକୁମେଣ୍ଟର class ବିଷୟରେ Latexକୁ ଜଣାଇବାକୁ ହେବ
00:46 ନିମ୍ନଲିଖିତ article classକୁ ବ୍ୟବହାର କରନ୍ତୁ
01:01 ଏହାକୁ Save କରନ୍ତୁ
01:03 ଏଠାରେ ଅନ୍ୟାନ୍ୟ ଅନେକ କ୍ଲାସଗୁଡିକ ମଧ୍ୟ ଅଛନ୍ତି
01:06 ଅନ୍ୟ ଟ୍ୟୁଟୋରିଆଲଗୁଡିକରେ ସେମାନଙ୍କ ସହ ଆମର ସାକ୍ଷ୍ୟାତ ହେବ
01:10 font ସାଇଜକୁ 12 point ଭାବେ ବ୍ୟବହାର କରନ୍ତୁ
01:14 11pt. ଓ 10pt. ନାମକ ଦୁଇଟି କ୍ଷୁଦ୍ର ଆକାର ମଧ୍ୟ Latexରେ ଲୋକପ୍ରୀୟ ଅଟନ୍ତି.
01:23 ଡକୁମେଣ୍ଟକୁ ଆରମ୍ଭ କରନ୍ତୁ
01:29 Hello world! ଟେକ୍ସଟକୁ ଟାଇପ୍ କରନ୍ତୁ
01:34 ଡକୁମେଣ୍ଟକୁ ଶେଷ କରନ୍ତୁ
01:36 ଏହାକୁ Save କରନ୍ତୁ
01:39 begin ଡକୁମେଣ୍ଟ ଓ end ଡକୁମେଣ୍ଟ ମଧ୍ୟରେ ଯାହା ଆସୁନା କାହିଁକି, ଅନ୍ତିମ ଆଉଟପୁଟରେ କେବଳ commands ରହିବ
01:47 ଏହାକୁ source file କୁହାଯାଏ. ଏହାକୁ hello.tex ଭାବେ ନାମିତ କରନ୍ତୁ
01:51 କମାଣ୍ଡ pdflatexକୁ ବ୍ୟବହାର କରି ଏହାକୁ କମ୍ପାଇଲ୍ କରନ୍ତୁ
01:55 ଏଠାକୁ ଆସିବା ସହ କମାଣ୍ଡ pdf latex hello. Texକୁ ପ୍ରଦର୍ଶନ କରନ୍ତୁ
02:08 ଏହାକୁ କମ୍ପାଇଲ୍ କରିବା ପାଇଁ ଏକ୍ସଟେନସନ୍ tex ବିନା, କମାଣ୍ଡ pdf latex helloକୁ ମଧ୍ୟ ବ୍ୟବହାର କରିପାରିବେ
02:23 ଏହି କ୍ଷେତ୍ରରେ texର ଡିଫଲ୍ଟ ଏକ୍ସଟେନସନକୁ ବ୍ୟବହାର କରନ୍ତୁ
02:28 latex source file ମଧ୍ୟରୁ ଗୋଟିଏ pdf ଫାଇଲକୁ ସୃଷ୍ଟି କରିବା ପାଇଁ, କମାଣ୍ଡ pdf latexକୁ ବ୍ୟବହାର କରନ୍ତୁ
02:35 ଏହି କମାଣ୍ଡର ନିଷ୍ପାଦନ ହେବା ସମୟରେ, latex କିଛି ସୁଚନାତ୍ମକ ଆଉଟପୁଟ୍ ମଧ୍ୟ ପ୍ରଦାନ କରିଥାଏ. ଏହି ସମ୍ବାଦଗୁଡିକ hello.log ନାମକ ଗୋଟିଏ ଫାଇଲ୍ ମଧ୍ୟରେ ଷ୍ଟୋର୍ ହେଉଥିବାର ଆପଣ ଏଠାରେ ଦେଖିପାରୁଥିବେ
02:48 ଏବେ ପର୍ଯ୍ୟନ୍ତ ସୃଷ୍ଟି କରାଯାଇଥିବା ଫାଇଲଗୁଡିକ ମଧ୍ୟରେ helloର ଆବିର୍ଭାବକୁ ଲକ୍ଷ୍ୟ କରନ୍ତୁ
02:53 ବର୍ତ୍ତମାନ hello.pdf ଫାଇଲକୁ ଖୋଲନ୍ତୁ
02:57 Mac ସିଷ୍ଟମରେ, ଏହାକୁ କମାଣ୍ଡ skim hello.pdfକୁ ଇସ୍ୟୁ କରି କରନ୍ତୁ
03:12 Mac OSX ପାଇଁ ଉପଲବ୍ଧ ଥିବା skim ଗୋଟିଏ ଫ୍ରୀ pdf reader ଅଟେ
03:18 ଏହି କମାଣ୍ଡକୁ ଇସ୍ୟୁ କରି, skim, hello.pdf ଫାଇଲକୁ ଖୋଲିବ
03:22 ଆଶାନୁରୂପ ଭାବେ ଏହାର କେବଳ ଗୋଟିଏ ମାତ୍ର ଲାଇନ୍ ଅଛି. ଏହି ଫାଇଲକୁ ଯୁମ୍ କରନ୍ତୁ
03:33 ଖୋଲାଯାଇଥିବା pdf ଫାଇଲର, Skim ଅଦ୍ୟତମ ଭର୍ସନକୁ ପ୍ରଦର୍ଶନ କରିବ
03:37 ଉଦାହରଣସ୍ଵରୂପ, ଯଦି ଏହାକୁ ରୁପାନ୍ତର କରିବେ ତେବେ ଏଠାରେ ଅନ୍ୟ ଏକ hello worldକୁ ସଂଯୋଗ କରନ୍ତୁ
03:48 ପ୍ରଥମେ ଏହାକୁ save କରନ୍ତୁ ଏବଂ ତା’ପରେ compile କରନ୍ତୁ
03:56 ମୁଁ ଏହାକୁ ଅନୁମତି ଦେଲି. ଏହା ଅପଡେଟ୍ ହୋଇଅଛି
04:01 ଏହାକୁ ଡିଲିଟ୍, ସେଭ୍, କମ୍ପାଇଲ୍ କରନ୍ତୁ, ବର୍ତ୍ତମାନ ଏହା ଅସଲ ଫାଇଲକୁ ଫେରିଯାଇଛି
04:14 ଧ୍ୟାନଦିଅନ୍ତୁ ଯେ ଫାଇଲକୁ ସେଭ୍ କଲାପରେ ସର୍ବଦା କମ୍ପାଇଲ୍ କରନ୍ତୁ
04:21 ପ୍ରଥମେ save କରନ୍ତୁ ଏବଂ ପରେ ଏହାକୁ କମ୍ପାଇଲ୍ କରନ୍ତୁ. ଯଦି ଏହାକୁ ସେଭ୍ କରିବେ ନାହିଁ ତେବେ ଶେଷ ସେଭ୍ ପର୍ଯ୍ୟନ୍ତ କରିଯାଇଥିବା ପରିବର୍ତ୍ତନଗୁଡିକ କମ୍ପାଇଲଡ ଫର୍ମରେ ସମ୍ପୃକ୍ତ ହେବେ ନାହିଁ
04:30 ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସୃଷ୍ଟି କରିବା ଉଦ୍ଦେଷ୍ୟରେ, ମୁଁ ଏହି ତିନୋଟି ୱିଣ୍ଡୋକୁ ପ୍ରଣାଳୀବଦ୍ଧ ଭାବେ ରଖିଛି
04:36 ଡକୁମେଣ୍ଟଗୁଡିକୁ ସୃଷ୍ଟି କରିବା ପାଇଁ ସେମାନଙ୍କୁ ଏହି କ୍ରମରେ ସଜାଇବାର ଆବଶ୍ୟକତା ନାହିଁ. ଯାହାହେଉ, ଦୟାକରି ଧ୍ୟାନଦିଅନ୍ତୁ ଯେ ଆପଣ ନିଜ ପସନ୍ଦର ଅନ୍ୟ କୌଣସି editor ଓ pdf readerକୁ ବ୍ୟବହାର କରିପାରିବେ
04:45 latexକୁ ବ୍ୟବହାର କରିବା ପାଇଁ ଜଣେ ଏହି ଅବସ୍ଥା ମଧ୍ୟ ଦେଇ ଗତି କରିବ: creation of source, compilation ଓ viewing the pdf file
05:08 ସୋର୍ସ ଫାଇଲକୁ ରୂପାନ୍ତର କରିବା ସହିତ ଏହି ଅବସ୍ଥାଗୁଡିକ ମଧ୍ୟ ଦେଇ ଯିବା ପାଇଁ, ମୁଁ ଆପଣଙ୍କୁ ଉତ୍ସାହିତ କରୁଛି
05:12 Begin ଓ end document କମାଣ୍ଡ ମଧ୍ୟରେ କିଛି ଅଧିକ ଟେକ୍ସଟ ଲାଇନଗୁଡିକୁ ଯୋଗ କରିବା ପାଇଁ ଚାହିଁପାରନ୍ତି
05:20 hello.log ଫାଇଲ୍ ମଧ୍ୟରେ ବ୍ରାଉଜ୍ କରିବା ପାଇଁ ମଧ୍ୟ ଚାହିଁପାରନ୍ତି
05:24 ବର୍ତ୍ତମାନ ଗୋଟିଏ ଉପସ୍ଥାପନ ସହ ଟ୍ୟୁଟୋରିଆଲକୁ ଜାରି ରଖନ୍ତୁ
05:28 ପ୍ରଥମେ ଏହାକୁ ଡିଲିଟ୍ କରନ୍ତୁ
05:38 Latexର ଉପକାରିତାରୁ ଆରମ୍ଭ କରନ୍ତୁ
05:42 Latex ଗୋଟିଏ ଚମତ୍କାର typesetting ସଫ୍ଟୱେର୍ ଅଟେ
05:47 latex ଦ୍ଵାରା ଉତ୍ପନ୍ନ ହେଉଥିବା ଡକୁମେନ୍ଟଗୁଡିକର ମାନ ଅତୁଳନୀୟ ଅଟେ
05:51 Latex ଫ୍ରୀ ଓ ଓପନ୍ ସୋର୍ସ ଅଟେ
05:53 windows ଏବଂ ସମଗ୍ର unix systems, Mac ଓ linux ପାଇଁ, ଏହା ଉପଲବ୍ଧ ଅଟେ
06:00 Latexରେ ଅସାଧାରଣ ଫିଚରଗୁଡିକ ଅଛି, ଯେପରି: automatic numbering of equations, chapters ଓ sections, figures ଓ tables
06:08 ଅନେକ ଗାଣିତିକ ସମୀକରଣ ଥିବା ଡକୁମେଣ୍ଟଗୁଡିକୁ Latexରେ ସହଜ ଭାବେ ସୃଷ୍ଟି କରାଯାଇପାରିବ
06:13 fly ଉପରେ ପରିବର୍ତ୍ତିତ ଫର୍ମାଟ୍ ସହ bibliographic entriesକୁ ସହଜରେ ସୃଷ୍ଟି କରାଯାଇପାରିବ
06:19 latex ସାହାଯ୍ୟରେ ଫର୍ମାଟିଙ୍ଗର ଯତ୍ନ ନେବା ସହ ରାଇଟର୍ ଅନେକ ଜରୁରୀ କାର୍ଯ୍ୟକ୍ରମ ଉପରେ ମନୋନିବେଶ କରିପାରିବେ ଯେପରି, କଣ୍ଟେଣ୍ଟ ସୃଷ୍ଟି କରିବା ଓ ଉପାୟଗୁଡିକୁ ଲଜିକ୍ ଅନୁସାରେ କ୍ରମରେ ରଖିବା
06:31 Latex ଉପରେ ଅନେକ ସ୍ପୋକନ୍ ଟ୍ୟୁଟୋରିଆଲ୍ ଅଛି. latex ଉପରେ ଥିବା ନିମ୍ନଲିଖିତ ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ moudgalya.orgକୁ ଯା’ନ୍ତୁ: What is compilation, letter writing, report writing, mathematical typesetting, equations, tables and figures, how to create a bibliography, and Inside story of bibliography.
06:53 ଉତ୍ତମ ପରିଣାମ ପାଇଁ ଟ୍ୟୁଟୋରିଆଲର ଏହି କ୍ରମକୁ ସୁପାରିଶ୍ କରାଯାଇଛି
06:57 ଏହି ଟ୍ୟୁଟୋରିଆଲଗୁଡିକର ସୃଷ୍ଟି କରିବା ପାଇଁ ବ୍ୟବହୃତ ହୋଇଥିବା Source ଫାଇଲଗୁଡିକ ମଧ୍ୟ ଏହି ୱେବସାଇଟରେ ଉପଲବ୍ଧ ଅଛି
07:03 Installation of Latex in Windows OS ଉପରେ ଗୋଟିଏ ଟ୍ୟୁଟୋରିଆଲକୁ ଯୋଗ କରିବା ପାଇଁ ମନସ୍ଥ କରିଛୁ
07:09 ନିକଟ ଭବିଷ୍ୟତରେ ଅନ୍ୟ ଟ୍ୟୁଟୋରିଆଲ୍ ମଧ୍ୟ ଉପଲବ୍ଧ ହେବ ଉଦାହରଣସ୍ଵରୂପ, beamer for slide presentation
07:15 ଏହି ପ୍ରେଜେଣ୍ଟେଶନ୍, Latexକୁ ବ୍ୟବହାର କରି beamerରେ ପ୍ରସ୍ତୁତ କରାଯାଇଛି
07:21 କିଛି ଟିପ୍ସ: ଯେତେ ପାରୁଛନ୍ତି ସେତେ ସ୍ପୋକନ୍ ଟ୍ୟୁଟୋରିଆଲକୁ ଅଧ୍ୟୟନ କରନ୍ତୁ
07:26 ତାହା ସହିତ ଅଭ୍ୟାସ ମଧ୍ୟ କରନ୍ତୁ
07:28 ଗୋଟିଏ କାର୍ଯ୍ୟକାରୀ latex ଫାଇଲରୁ ଆରମ୍ଭ କରନ୍ତୁ
07:31 ଏକ ସମୟରେ ଗୋଟିଏ ପରିବର୍ତ୍ତନ କରନ୍ତୁ, ସେଭ୍, କମ୍ପାଇଲ୍ କରନ୍ତୁ ଏବଂ ଅନ୍ୟ କିଛି ପରିବର୍ତ୍ତନ କରିବା ପୂର୍ବରୁ ସୁନିଶ୍ଚିତ କରନ୍ତୁ ଯେ ଆପଣ କରିଥିବା ପରିବର୍ତ୍ତନ କାର୍ଯ୍ୟକାରୀ ହେଉଛି
07:40 କମ୍ପାଇଲିଙ୍ଗ କରିବା ପୂର୍ବରୁ ସୋର୍ସ ଫାଇଲକୁ save କରିବା ଉପରେ ଧ୍ୟାନଦିଅନ୍ତୁ
07:45 Latex ଉପରେ ଅନେକ ବହି ଅଛି, ଆମେ ଦୁଇଟି ପାଇଁ ସୁପାରିଶ୍ କରୁଛୁ
07:48 ପ୍ରଥମଟି ହେଉଛି Leslie Lamportଙ୍କ ଦ୍ଵାରା ଯିଏ Latexର ପ୍ରକୃତ ସ୍ରଷ୍ଟା ଅଟନ୍ତି
07:53 ଏହା ବହି Indian edition ଦ୍ଵାରା କମ୍ ମୁଲ୍ୟରେ ମଧ୍ୟ ଉପଲବ୍ଧ
07:57 ଆଧୁନିକ ୟୁଜରମାନେ ନିମ୍ନଲିଖିତ ବହି, Latex companionକୁ କନସଲ୍ଟ କରିପାରନ୍ତି
08:03 ପ୍ରଥମ ବହି ଓ ୱେବରେ ସର୍ଚ କରିବା ଦ୍ଵାରା ଅଧିକାଂଶ ଉଦ୍ଦେଶ୍ୟ ପୂରଣ ପାଇଁ ଯଥେଷ୍ଟ ଅଟେ. ଯାହାହେଉ, latex ସମ୍ବନ୍ଧିତ ସମସ୍ତ ମ୍ୟାଟେରିଆଲ୍ ପାଇଁ ctan.org ହେଉଛି ମୁଖ୍ୟ ସାଇଟ୍
08:15 ଏହି କାର୍ଯ୍ୟ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ଵାରା ଅନୁଦାନ ପ୍ରାପ୍ତ ଅଟେ. ଭାରତ ସରକାରଙ୍କ MHRD ଦ୍ଵାରା ଲଞ୍ଚ କରାଯାଇଅଛି
08:24 ଏହି ମିସନ୍ ପାଇଁ URL ହେଉଛି sakshat.ac.in. ସ୍ପୋକନ୍ ଟ୍ୟୁଟୋରିଆଲ୍ କାର୍ଯ୍ୟକ୍ରମ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଇନିଶିଏଟିଭ୍ ଅଟେ, ଆଇଆଇଟି ବମ୍ବେ, CDEEP ଦ୍ଵାରା ସମର୍ଥିତ: cdeep.iitb.ac.in.
08:39 ସ୍ପୋକନ୍ ଟ୍ୟୁଟୋରିଆଲର ବ୍ୟବହାର ଦ୍ଵାରା ସଫ୍ଟୱେର ଡେଭେଲପମେଣ୍ଟକୁ ଲୋକପ୍ରିୟ କରାଇବା ଏବଂ ଏହା fosse.in ଦ୍ଵାରା ସମର୍ଥିତ
08:47 Fosseeର ଅର୍ଥ, ଫ୍ରୀ ଆଣ୍ଡ ଓପନ୍ ସୋର୍ସ ସଫ୍ଟୱେର୍ ଇନ୍ ସାଇନସ ଆଣ୍ଡ ଇଞ୍ଜିନିୟରିଙ୍ଗ ଏଜୁକେଶନ୍, ଅଟେ
08:52 ଏହି ପ୍ରୋଜେକ୍ଟ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ମଧ୍ୟ ସମର୍ଥିତ
08:57 ଅଧିକ ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଏହି ଲିଙ୍କଗୁଡିକୁ ଏବଂ ଅନ୍ୟ ଭାଷାଗୁଡିକରେ ଥିବା ଅନୁବାଦକୁ ଦେଖୁଥା’ନ୍ତୁ
09:05 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. CDEEP, ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep