Koha-Library-Management-System/C2/Create-a-SuperLibrarian/Oriya

From Script | Spoken-Tutorial
Revision as of 01:24, 13 April 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, ଗୋଟିଏ Superlibrarian ତିଆରି ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା- ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ିବା,
00:11 ଗୋଟିଏ ପାଟ୍ରନ୍ ତିଆରି କରିବା,
00:14 Superlibrarian ତିଆରି କରିବା ଏବଂ
00:17 ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍‌ଙ୍କୁ ଆକ୍ସେସ୍ ପ୍ରଦାନ କରିବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବୁଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି
00:35 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:42 ଏହି ଟ୍ୟୁଟୋରିଆଲ୍‌କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
00:48 ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ
00:53 ଅଧିକ ବିବରଣୀ ପାଇଁ ଏହି ୱେବସାଇଟରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ
01:00 ଚାଲନ୍ତୁ କିପରି ଗୋଟିଏ ପାଟ୍ରନ୍ ଶ୍ରେଣୀକୁ ଯୋଡ଼ାଯାଏ, ତାହା ଶିଖିବାରୁ ଆରମ୍ଭ କରିବା
01:05 ନିଜର ଡାଟାବେସ୍ ଆଡ୍‌ମିନିଷ୍ଟ୍ରେଟର୍ ୟୁଜରନେମ୍ ଓ ପାସୱର୍ଡ ବ୍ୟବହାର କରି Kohaରେ ଲଗ୍-ଇନ୍ କରନ୍ତୁ
01:13 Koha Administrationରେ କ୍ଲିକ୍ କରନ୍ତୁ
01:18 ପାଟ୍ରନ୍ ଓ ସର୍କୁଲେଶନ୍ ଅଧିନରେ ଥିବା Patron categoriesରେ କ୍ଲିକ୍ କରନ୍ତୁ
01:24 ପାଟ୍ରନ୍ କ୍ୟାଟେଗୋରୀ ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
01:28 New Categoryରେ କ୍ଲିକ୍ କରନ୍ତୁ
01:31 New category ନାମକ ଗୋଟିଏ ନୂଆ ପେଜ୍ ଖୋଲିବ, ଯେଉଁଥିରେ କିଛି ବିବରଣୀ ପୂରଣ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି
01:38 ପୂର୍ବେ କୁହାଯାଇଥିବା ଭଳି, ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ
01:45 ମୁଁ ଏଠାରେ କିଛି ବିବରଣୀ ପୂରଣ କରିଛି. ଦୟାକରି ସେହିପରି କରନ୍ତୁ
01:51 କ୍ୟାଟେଗୋରୀ ପ୍ରକାର ପାଇଁ ଡ୍ରପ୍-ଡାଉନ୍ ତାଲିକାରୁ Staff ଚୟନ କରନ୍ତୁ
01:57 ଶାଖାଗୁଡ଼ିକର ସଂଖ୍ୟାକୁ ସୀମିତ କରିବା ପାଇଁ All Branches ଚୟନ କରନ୍ତୁ
02:02 ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
02:07 ଲେଖାଯାଇଥିବା କ୍ୟାଟେଗୋରୀ ନାମ, ପାଟ୍ରନ୍ କ୍ୟାଟେଗୋରୀ ପେଜ୍‌ରେ ଦୃଶ୍ୟମାନ ହେବ
02:14 ମୋ କ୍ଷେତ୍ରରେ, ଏହା Library Staff ପ୍ରଦର୍ଶନ କରିବ
02:19 ଏହା ସହିତ ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀ ତିଆରି ହୋଇଯାଇଛି
02:23 ତା’ପରେ ଆମେ, ଗୋଟିଏ ପାଟ୍ରନ୍ କିପରି ତିଆରି କରାଯାଏ ଶିଖିବା
02:28 ଉପର ବାମପଟ କୋଣରେ ଥିବା Home ଉପରେ କ୍ଲିକ୍ କରନ୍ତୁ
02:32 Create a Patron ବୋଲି ପ୍ରମ୍ପ୍ଟ କରୁଥିବା ଗୋଟିଏ ଡାୟଲଗ୍ ବକ୍ସ ସହିତ Koha ହୋମ୍-ପେଜ୍ ଖୋଲିଯିବ
02:39 ଗୋଟିଏ ପାଟ୍ରନ୍ ତିଆରି କରିବା ବାଧ୍ୟତାମୂଳକ ଅଟେ. ଅନ୍ୟଥା, ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ରୋଲ୍ରେ Kohaର କିଛି ଅଂଶ କାର୍ଯ୍ୟ କରିବ ନାହିଁ
02:50 ଡାଏଲଗ୍-ବକ୍ସରେ ପ୍ରମ୍ପ୍ଟ କରାଯାଇଥିବା Create Patronରେ କ୍ଲିକ୍ କରନ୍ତୁ
02:56 ଅନ୍ୟ ଭାବେ, ଆପଣ Koha ହୋମ୍ ପେଜ୍ ଉପରେ ଥିବା ପ୍ୟାଟ୍ରନ୍‌ରେ କ୍ଲିକ୍ କରିପାରିବେ
03:02 ମୁଁ Create Patronରେ କ୍ଲିକ୍ କରିବି
03:06 ଗୋଟିଏ ନୂଆ ପେଜ୍ ଖୋଲିଯିବ. ଟାବ୍ New Patron ଉପରେ କ୍ଲିକ୍ କରନ୍ତୁ
03:12 ଡ୍ରପ୍-ଡାଉନ୍‌ରୁ Library Staffକୁ ଚୟନ କରନ୍ତୁ
03:17 ଗୋଟିଏ ନୂଆ ପେଜ୍, ପାଟ୍ରନ୍ ଯୋଡ଼ନ୍ତୁ (ଲାଇବ୍ରେରୀ ଷ୍ଟାଫ୍) ଖୋଲିଯିବ
03:22 ବର୍ତ୍ତମାନ, ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ, ଯେପରି:

ପାଟ୍ରନ୍ ପରିଚୟ, ମୁଖ୍ୟ ଠିକଣା, ଯୋଗାଯୋଗ, ଆଦି

03:34 ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ କିଛି ବିବରଣୀ ପୂରଣ କରିଛି
03:39 ଏଠାରେ ତାଲିକାଭୁକ୍ତ ଥିବା କୌଣସି ଫିଲ୍ଡ ପାଇଁ ଯଦି ଆପଣଙ୍କ ପାଖରେ ସୂଚନା ନଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ
03:47 ଭିଡିଓକୁ ପଜ୍ କରନ୍ତୁ ଏବଂ ସମସ୍ତ ବିବରଣୀ ପୂରଣ କରିବା ପରେ ଭିଡିଓକୁ ପୁନଃ ଚାଲୁ କରନ୍ତୁ
03:53 ଲାଇବ୍ରେରୀ ମ୍ୟାନେଜ୍‌ମେଣ୍ଟ ଅଧୀନରେ Card Number ଫିଲ୍ଡକୁ ଚିହ୍ନଟ କରନ୍ତୁ
04:01 ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 1, Koha ଦ୍ଵାରା ସ୍ଵଚାଳିତ ଭାବେ ତିଆରି ହୋଇଛି
04:07 ଅତଏବ, ଆପଣ ନିଜର Koha ଇଣ୍ଟରଫେସ୍ ରେ ଗୋଟିଏ ଭିନ୍ନ ସଂଖ୍ୟାକୁ ଦେଖିବେ
04:13 ତା’ପରେ ହେଉଛି, ଲାଇବ୍ରେରୀ
04:16 ଡ୍ରପ୍-ଡାଉନ୍‌ରୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ
04:21 ଏହି ଅଧ୍ୟାୟରେ ପୂର୍ବେ ତିଆରି କରାଯାଇଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ମନେପକାନ୍ତୁ
04:28 ଯଦି ଆପଣ ଗୋଟିଏ ଭିନ୍ନ ନାମ ଦେଇଥିଲେ, ତେବେ ଏଠାରେ ସେହି ନାମକୁ ଚୟନ କରନ୍ତୁ
04:34 କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍‌ରୁ Library Staffକୁ ଚୟନ କରନ୍ତୁ
04:40 OPAC/ଷ୍ଟାଫ୍ ଲଗ୍-ଇନ୍ ବିଭାଗ ଅଧୀନରେ ୟୁଜର୍‌ମ୍ ଓ ପାସ୍ୱର୍ଡ ଲେଖନ୍ତୁ
04:47 ପ୍ରତ୍ୟେକ ନୂଆ ୟୁଜର୍, ଗୋଟିଏ ନୂଆ ୟୁଜର୍ ନେମ୍ ଓ ପାସୱର୍ଡ ତିଆରି କରିବା ଉଚିତ୍
04:53 ମୁଁ ୟୁଜର୍ ନେମ୍‌କୁ Bella ଓ
04:57 ପାସୱର୍ଡକୁ library ଭାବେ ଲେଖିବି
05:00 ପୁନର୍ବାର, Confirm password: ଫିଲ୍ଡରେ ସମାନ ପାସୱର୍ଡକୁ ଲେଖନ୍ତୁ
05:06 ଏହି ୟୁଜର୍ ନେମ୍ ଓ ପାସୱର୍ଡକୁ ମନେରଖନ୍ତୁ
05:10 ଜଣେ ଷ୍ଟାଫ୍‌ଙ୍କୁ ଅଧିକାର/ଅନୁମତି ଦେବା ପାଇଁ ଏହା କିଛି ସମୟ ପରେ ବ୍ୟବହାର କରାଯିବ
05:17 ସମସ୍ତ ବିବରଣୀ ପୂରଣ କରାଯିବା ପରେ, ପେଜ୍‌ର ଉପରକୁ ଯାଇ Saveରେ କ୍ଲିକ୍ କରନ୍ତୁ
05:25 ପ୍ୟାଟ୍ରନ୍ ର ନାମ ଓ କାର୍ଡ ନମ୍ବର୍ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
05:31 ଏହି କ୍ଷେତ୍ରରେ, ପୂର୍ବେ ଲେଖାଯାଇଥିବା ଅନୁସାରେ କାର୍ଡ ନମ୍ବର୍ 1 ସହିତ Ms Bella Tony ଭାବେ ପେଜ୍‌ର ପାଟ୍ରନ୍ ଅଛି
05:41 ବିଭାଗକୁ ଏଡିଟ୍ କରିବା ପାଇଁ Edit ଟାବ୍‌ରେ କ୍ଲିକ୍ କରନ୍ତୁ, ଯାହା ସମ୍ୱନ୍ଧିତ ବିଭାଗର ତଳେ ସ୍ଥାପିତ କରାଯାଇଛି
05:49 ବର୍ତ୍ତମାନ, ପ୍ୟାଟ୍ରନ୍‌ଗୁଡ଼ିକୁ କିପରି ଅନୁମତି ଦିଆଯାଏ, ଚାଲନ୍ତୁ ଶିଖିବା
05:55 ସମାନ ପେଜ୍‌ରେ, ଟାବ୍ Moreକୁ ଚିହ୍ନଟ କରନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ
06:03 Set permissions for Bella Tony ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
06:09 (superlibrarian) ସମସ୍ତ ଲାଇବ୍ରେରିଆନ୍ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
06:16 ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
06:21 ବର୍ତ୍ତମାନ, ସମସ୍ତ ଲାଇବ୍ରେରୀ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ରହିଥିବା, Superlibrarian Ms Bella Tony ତିଆରି କରାଗଲା
06:30 ଏହି superlibrarian ଆକାଉଣ୍ଟ ସହିତ ଜଣେ ଷ୍ଟାଫ୍‌ଙ୍କୁ ଅଧିକାର/ଅନୁମତି ପ୍ରଦାନ କରିହେବ
06:37 ତେଣୁ, Koha ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍‌ରେ ଏହାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି
06:43 ବର୍ତ୍ତମାନ ଚାଲନ୍ତୁ, ଜଣେ ଷ୍ଟାଫ୍‌ଙ୍କୁ କିପରି ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଆକ୍ସେସ୍ ପ୍ରଦାନ କରାଯାଏ, ଶିଖିବା
06:50 ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍‌ରୁ ଲଗ୍-ଆଉଟ୍ କରନ୍ତୁ
06:56 ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Setରେ କ୍ଲିକ୍ କରନ୍ତୁ
07:03 ଡ୍ରପ୍-ଡାଉନ୍‌ରେ ଥିବା Log outରେ କ୍ଲିକ୍ କରନ୍ତୁ
07:08 ବର୍ତ୍ତମାନ Superlibrarian ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ
07:13 ଜଣେ Superlibrarian, ଅନ୍ୟ ଜଣେ ଷ୍ଟାଫ୍‌ଙ୍କୁ ଅନ୍ୟ କୌଣସି ମଡ୍ୟୁଲ୍‌କୁ ଆକ୍ସେସ୍ କରିବା ପାଇଁ ଅଧିକାର କିମ୍ବା ଅନୁମତି ପ୍ରଦାନ କରିପାରିବେ
07:22 ଉଦାହରଣସ୍ଵରୂପ- Cataloging ମଡ୍ୟୁଲ୍, Circulation ମଡ୍ୟୁଲ୍,
07:27 Serial Control, Acquisition, ଆଦି
07:32 ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଗୋଟିଏ ପାଟ୍ରନ୍ ତିଆରି କରନ୍ତୁ
07:36 New Patron ଟାବ୍ ଉପରେ କ୍ଲିକ୍ କରନ୍ତୁ. ଡ୍ରପ୍-ଡାଉନ୍‌ରୁ Library Staff ଚୟନ କରନ୍ତୁ
07:43 ସାଲୁଟେଶନ୍‌କୁ Ms. ଭାବେ ଚୟନ କରନ୍ତୁ. ସରନେମ୍‌କୁ Samruddhi ଭାବେ ଲେଖନ୍ତୁ
07:51 କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍‌ରୁ Library Staff ଚୟନ କରନ୍ତୁ
07:57 ଅନ୍ୟ କୌଣସି ବିକଳ୍ପ ଚୟନ କରନ୍ତୁ ନାହିଁ
08:01 ବିଭାଗ OPAC/Staff login ଅଧୀନରେ,

ୟୁଜରନେମ୍ ଭାବେ Samruddhi ଏବଂ ପାସୱର୍ଡ ଭାବେ patron ଲେଖନ୍ତୁ

08:13 ପୁନର୍ବାର, Confirm ପାସୱର୍ଡ ଫିଲ୍ଡରେ ସମାନ ପାସୱର୍ଡ ଲେଖନ୍ତୁ
08:19 ଜଣେ ଷ୍ଟାଫ୍ ଭାବେ ଆଗକୁ ଲଗ୍-ଇନ୍ ପାଇଁ ବ୍ୟବହାର କରିବା ସକାଶେ ଏହି ୟୁଜରନେମ୍ ଓ ପାସୱର୍ଡକୁ ମନେରଖନ୍ତୁ
08:27 ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍‌ର ଉପରିଭାଗରେ ଥିବା Saveରେ କ୍ଲିକ୍ କରନ୍ତୁ
08:34 ବର୍ତ୍ତମାନ, ଏହି ନିର୍ଦ୍ଦିଷ୍ଟ ପାଟ୍ରନ୍ ପାଇଁ ଅନୁମତି ପ୍ରଦାନ କରନ୍ତୁ
08:39 More ଟାବ୍ କୁ ଯାଆନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ
08:45 ଶୀର୍ଷକ Set permissions for Samruddhi ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
08:52 ଏହା, ଆମେ ତିଆରି କରିଥିବା ପାଟ୍ରନ୍‌ର ନାମ ଅଟେ
08:57 (circulate) ଚେକ୍ ଆଉଟ୍ ଓ ଚେକ୍ ଇନ୍ ଆଇଟମଗୁଡ଼ିକ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
09:04 ତା’ପରେ, ଷ୍ଟାଫ୍ ଲଗ୍-ଇନ୍ ପାଇଁ ଆବଶ୍ୟକ (catalogue) ନିମନ୍ତେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
09:12 (borrowers) Add, modify and view patron information ଉପରେ କ୍ଲିକ୍ କରନ୍ତୁ
09:19 ତା’ପରେ, ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
09:24 reserve for others Place and modify holds for patronsରେ କ୍ଲିକ୍ କରନ୍ତୁ
09:31 ତା’ପରେ Edit catalog ଟାବ୍‌କୁ ଆସନ୍ତୁ
09:35 ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ (Modify bibliographic/holdings data) ପାଇଁ ଏଡିଟ୍ କ୍ୟାଟାଲଗ୍ (editcatalogue)ରେ କ୍ଲିକ୍ କରନ୍ତୁ
09:46 ତା’ପରେ, Acquisition ଟାବ୍‌କୁ ଆସନ୍ତୁ. ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Acquisition ଏବଂ/କିମ୍ବା ପରାମର୍ଶ ପରିଚାଳନା ସକାଶେ (acquisition)ରେ କ୍ଲିକ୍ କରନ୍ତୁ
09:59 ତା’ପରେ, tool ଟାବ୍ ପାଇଁ ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
10:05 ଏବଂ ପାଟ୍ରନ୍ ଇମେଜ୍‌କୁ ବ୍ୟାଚ୍‌ରେ କିମ୍ବା ଏକ ସମୟରେ ଗୋଟିଏ ଅପଲୋଡ୍ କରିବା ପାଇଁ (batch_upload_patron_images)ରେ କ୍ଲିକ୍ କରନ୍ତୁ
10:16 (edit_patrons) Perform batch modification of patrons ରେ କ୍ଲିକ୍ କରନ୍ତୁ
10:24 ପାଟ୍ରନ୍ ଡାଟା ଇମ୍ପୋର୍ଟ କରିବା ପାଇଁ (import_patrons)କୁ ମଧ୍ୟ ଚୟନ କରନ୍ତୁ
10:30 Edit authorities ଉପରେ ମଧ୍ୟ କ୍ଲିକ୍ କରନ୍ତୁ
10:36 ଏବେ, ରିପୋର୍ଟ ମଡ୍ୟୁଲ୍ ଆକ୍ସେସ୍‌ର ଅନୁମତି ପାଇଁ (reports) ଟାବ୍କୁ ଯାଆନ୍ତୁ
10:43 ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Execute SQL reports ପାଇଁ (execute _reports)କୁ ଚୟନ କରନ୍ତୁ
10:52 ତା’ପରେ ପେଜ୍‌ର ନିମ୍ନଭାଗରେ ଥିବା Save ଉପରେ କ୍ଲିକ୍ କରନ୍ତୁ
10:57 ଏହା ସହିତ, Ms. Samruddhi ନାମକ ଜଣେ ଲାଇବ୍ରେରୀ ଷ୍ଟାଫ୍‌ଙ୍କୁ ସମସ୍ତ ଆବଶ୍ୟକ ଅଧିକାର ପ୍ରଦାନ କରାଗଲା
11:06 ବର୍ତ୍ତମାନ, superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ
11:11 ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଉପରେ କ୍ଲିକ୍ କରି ଡ୍ରପ୍-ଡାଉନ୍‌ରେ ଥିବା Log outରେ କ୍ଲିକ୍ କରନ୍ତୁ
11:23 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
11:27 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ,
11:33 ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀ ଯୋଡ଼ିବା, ଗୋଟିଏ ପାଟ୍ରନ୍ ତିଆରି କରିବା,
11:39 ଗୋଟିଏ Superlibrarian ତିଆରି କରିବା, ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍‌ଙ୍କୁ ଆକ୍ସେସ୍ ପ୍ରଦାନ କରିବା
11:47 ଆସାଇନମେଣ୍ଟ ଭାବେ, Research Scholar ନାମକ ଗୋଟିଏ ନୂଆ ପାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ନ୍ତୁ
11:54 Superlibrarian ପାଇଁ ଆସାଇନମେଣ୍ଟ: ନିମ୍ନଲିଖିତ କାର୍ଯ୍ୟ ପାଇଁ ଜଣେ ନୂଆ ଷ୍ଟାଫ୍‌ଙ୍କୁ ଯୋଡ଼ନ୍ତୁ
12:01 ସମସ୍ତ Cataloging ଅଧିକାରଗୁଡ଼ିକୁ ଆସାଇନ୍ କରନ୍ତୁ ଏବଂ ସମସ୍ତ Acquisition ଅଧିକାରଗୁଡ଼ିକୁ ଯୋଡ଼ନ୍ତୁ
12:09 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:28 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
12:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:45 ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep