Koha-Library-Management-System/C2/Catalog-Serials/Oriya

From Script | Spoken-Tutorial
Revision as of 03:52, 14 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, How to catalog Serial subscriptions ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲ୍‌ରେ ଆମେ catalog Serial subscriptions କିପରି କରାଯାଏ, ତାହା ଶିଖିବା
00:14 ଏହି ଟ୍ୟୁଟୋରିଆଲ୍‌କୁ ରେକର୍ଡ କରିବା ପାଇଁ ମୁଁ

Ubuntu Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି

00:27 ଏହି ଟ୍ୟୁଟୋରିଆଲ୍‌କୁ ଅନୁସରଣ କରିବା ପାଇଁ ଆପଣଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:33 ଏହି ଟ୍ୟୁଟୋରିଆଲ୍‌କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଦରକାର

ଏବଂ Kohaରେ ଆପଣଙ୍କର Admin ଆକ୍ସେସ୍ ମଧ୍ୟ ଥିବା ଆବଶ୍ୟକ

00:44 ଯଦି ନ ଥାଏ, ତେବେ ଦୟାକରି ଏହି ୱେବସାଇଟ୍ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍‌ର ଅଧ୍ୟାୟଗୁଡ଼ିକୁ ଦେଖନ୍ତୁ
00:50 ଆରମ୍ଭ କରିବା ପୂର୍ବରୁ, ଚାଲନ୍ତୁ ପ୍ରଥମେ Serials module ବିଷୟରେ ବୁଝିବା
00:56 ପାକ୍ଷିକ ପ୍ରକାଶିତ Journals, Magazines ଓ Periodicalsର ସବସ୍କ୍ରିପ୍ସନ୍
01:03 ପରିଚାଳନା କରିବା ପାଇଁ Serials moduleର ବ୍ୟବହାର କରାଯାଇଥାଏ
01:10 ଏହି ଡେମୋରେ, ଶୀର୍ଷକ Indian Journal of Microbiology, ଭାଗ-57, ସଂଖ୍ୟା-1, ଜାନୁୟାରୀ ରୁ ମାର୍ଚ୍ଚ 2017 ପର୍ଯ୍ୟନ୍ତ ତ୍ରୈମାସିକ ଭାବେ ପ୍ରକାଶିତ,
01:19 ଏକ serial publicationକୁ ମୁଁ କ୍ୟାଟାଲଗ୍ କରିବାକୁ ଯାଉଛି
01:30 ଏହା କରିବା ପାଇଁ Superlibrarian ୟୁଜରନେମ୍ ଓ ପାସ୍‌ୱର୍ଡ ସହିତ ଲଗ୍-ଇନ୍ କରନ୍ତୁ
01:36 ହୋମ୍-ପେଜ୍‌ରେ ଥିବା Cataloging ଉପରେ କ୍ଲିକ୍ କରନ୍ତୁ
01:41 ତା’ପରେ +New recordରେ କ୍ଲିକ୍ କରନ୍ତୁ.

ଡ୍ରପ୍-ଡାଉନ୍‌ରୁ Serials ଚୟନ କରନ୍ତୁ

01:49 Add MARC record ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
01:54 ତଳେ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ
01:58 ଧ୍ୟାନଦିଅନ୍ତୁ, ଏହି ପେଜ୍‌ରେ ଅଳ୍ପ କେତେକ ବାଧ୍ୟତାମୂଳକ ଫିଲ୍ଡ ଅଛି
02:03 ମଜା କଥା ହେଉଛି, Koha ଅଳ୍ପ କିଛି ବାଧ୍ୟତାମୂଳକ ଫିଲ୍ଡ ପାଇଁ ସ୍ଵଚାଳିତ ଭାବେ ଭାଲ୍ୟୁ ଜେନେରେଟ୍ କରିଥାଏ
02:09 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍‌ଗୁଡ଼ିକ ମଧ୍ୟରୁ ଆମେ ଟାବ୍ zeroରୁ ଆରମ୍ଭ କରିବା
02:16 000, LEADER ପାଇଁ ଥିବା ଫିଲ୍ଡ ମଧ୍ୟରେ କ୍ଲିକ୍ କରନ୍ତୁ. ଡିଫଲ୍ଟ ଭାବେ Koha ଏହି ଭାଲ୍ୟୁକୁ ଦେଖାଇବ
02:26 ତା’ପରେ, 005 DATE AND TIME OF LATEST TRANSACTION ପାଇଁ ଥିବା ଫିଲ୍ଡ ମଧ୍ୟରେ କ୍ଲିକ୍ କରନ୍ତୁ
02:35 ମୋ ମେଶିନ୍ ପାଇଁ Koha ସ୍ଵଚାଳିତ ଭାବେ ଏହି ଭାଲ୍ୟୁକୁ ଜେନେରେଟ୍ କରିବ
02:40 ଆପଣ ନିଜ ଇଣ୍ଟରଫେସ୍‌ରେ ଭିନ୍ନ ଭାଲ୍ୟୁ ଦେଖିବାକୁ ପାଇବେ
02:44 006 ଓ 007 ପାଇଁ ଥିବା ଫିଲ୍ଦଗୁଡ଼ିକୁ ଖାଲି ଛାଡ଼ିଦିଅନ୍ତୁ
02:50 ଯେତେବେଳେ ଆପଣ 008 FIXED-LENGTH DATA ELEMENTS--GENERAL INFORMATION ଉପରେ କ୍ଲିକ୍ କରିବେ,

Koha ଏହି ଭାଲ୍ୟୁକୁ ସ୍ଵଚାଳିତ ଭାବେ ଜେନେରେଟ୍ କରିବ

03:01 ତା’ପରେ 022 ISSN ଟାବ୍କୁ ଯାଆନ୍ତୁ
03:06 022 question mark ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ
03:12 ଧ୍ୟାନ ଦିଅନ୍ତୁ ଯେ, ଯେତେବେଳେ ଆପଣ ? (ପ୍ରଶ୍ନବାଚକ ଚିହ୍ନ) ଉପରେ କ୍ଲିକ୍ କରିବେ, ସେତେବେଳେ ଅନୁରୂପ tag 022 ପାଇଁ ଥିବା ସମସ୍ତ MARC 21 Bibliographic format ଖୋଲିଯିବ
03:24 ଏଠାରେ ଉଭୟ ଇଣ୍ଡିକେଟର୍ ଅପରିଭାଷିତ ଅଛି
03:28 ବର୍ତ୍ତମାନ, Koha ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
03:32 ଦୁଇଟି ଖାଲି ଥିବା ବକ୍ସକୁ ସେହିପରି ଛାଡ଼ିଦିଅନ୍ତୁ
03:36 ତା’ପରେ, International Standard Serial Number ପାଇଁ ଥିବା ସବ୍-ଫିଲ୍ଡକୁ aକୁ ଚିହ୍ନଟ କରନ୍ତୁ
03:43 8 ଅଙ୍କ ବିଶିଷ୍ଟ Journal ISSN ଲେଖନ୍ତୁ
03:49 ହେଲେ, ଆପଣଙ୍କୁ କ୍ୟାଟାଲଗ୍ ପାଇଁ ଚୟନ କରିଥିବା Journalର ISSNକୁ ଯୋଡ଼ିବାକୁ ହେବ
03:55 ବଳକା ଥିବା ଫିଲ୍ଡଗୁଡ଼ିକୁ ଖାଲି ଛାଡ଼ିଦିଅନ୍ତୁ
03:57 ଆପଣଙ୍କ ଲାଇବ୍ରେରୀର ଆବଶ୍ୟକତା ଅନୁସାରେ, ଏହି ଫିଲ୍ଡଗୁଡ଼ିକୁ ପୂରଣ କରିବା ଉପରେ ବିଚାର କରିପାରନ୍ତି
04:04 ତା’ପରେ, 040 CATALOGING SOURCE ଟାବ୍‌କୁ ଯାଆନ୍ତୁ.

040 ? ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ

04:14 ଏଠାରେ ଉଭୟ ଇଣ୍ଡିକେଟର୍ ଅପରିଭାଷିତ ଅଛି
04:18 ତେଣୁ, ଦୁଇଟି ଖାଲି ଥିବା ବକ୍ସକୁ ସେହିପରି ଛାଡ଼ିଦିଅନ୍ତୁ
04:23 Transcribing agency ପାଇଁ ଥିବା ସବ୍-ଫିଲ୍ଡ cକୁ ଯାଆନ୍ତୁ
04:28 ଏଠାରେ ସଂସ୍ଥା/ବିଶ୍ଵବିଦ୍ୟାଳୟ କିମ୍ବା ବିଭାଗର ନାମ ଲେଖନ୍ତୁ
04:34 ମୁଁ IIT Bombay ଲେଖିବି
04:37 ଏବେ, 082 DEWEY DECIMAL CLASSIFICATION NUMBER ଟାବ୍‌କୁ ଯାଆନ୍ତୁ
04:44 Classification ସଂଖ୍ୟା ପାଇଁ ଥିବା ସବ୍-ଫିଲ୍ଡ aରେ 660.62 ଲେଖନ୍ତୁ
04:52 ତା’ପରେ, ପୁଣିଥରେ ଉପରକୁ ଯାଆନ୍ତୁ ଏବଂ 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍ ମଧ୍ୟରୁ ଟାବ୍ 2ରେ କ୍ଲିକ୍ କରନ୍ତୁ
05:01 ତା’ପରେ, 245 TITLE STATEMENT: ଟାବ୍‌କୁ ଯାଆନ୍ତୁ
05:07 245 ? ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ.

ପୂର୍ବରୁ କୁହାଯାଇଥିବା ଭଳି, ଆପଣ ଯେତେବେଳେ ? (ପ୍ରଶ୍ନବାଚକ ଚିହ୍ନ)ରେ କ୍ଲିକ୍ କରିବେ, ସେତେବେଳେ

05:17 ଅନୁରୂପ ଟାଗ୍ ପାଇଁ ଥିବା ସମଗ୍ର MARC 21 Bibliographic format ଖୋଲିଯିବ
05:24 ପୁଣିଥରେ Koha ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
05:28 ବର୍ତ୍ତମାନ, ପ୍ରଥମ ଖାଲି ବକ୍ସରେ 0 ଲେଖନ୍ତୁ. ଧ୍ୟାନ ଦିଅନ୍ତୁ ଯେ, No added Entry ପାଇଁ 0 ଇଣ୍ଡିକେଟର୍ ଅଟେ
05:37 ଦ୍ଵିତୀୟ ବକ୍ସରେ ମଧ୍ୟ 0 ଲେଖନ୍ତୁ
05:41 ଦ୍ଵିତୀୟ ଇଣ୍ଡିକେଟର୍, ଗୋଟିଏ ଲେଖିବା ପାଇଁ ସକ୍ଷମ ନ ଥିବା ଅକ୍ଷରକୁ ପ୍ରତିନିଧିତ୍ୱ କରିଥାଏ
05:46 ମୁଁ 0 ଲେଖିଛି, କାରଣ ଏହି TITLE:ରେ କୌଣସି ଲେଖିବା ପାଇଁ ସକ୍ଷମ ନ ଥିବା ଅକ୍ଷର ନାହିଁ
05:54 ଶୀର୍ଷକ ପାଇଁ ଥିବା ସବ୍-ଫିଲ୍ଡ aରେ Indian Journal of Microbiology ଲେଖନ୍ତୁ
06:01 ଆପଣ ଏଠାରେ ନିଜର ଜର୍ନଲ୍ ନାମ ଲେଖିପାରିବେ
06:05 ବର୍ତ୍ତମାନ, 260 PUBLICATION, DISTRIBUTION, ETCକୁ ଯାଆନ୍ତୁ
06:11 260? ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ
06:17 ଏହା ପାଇଁ ଥିବା ଉଭୟ ଇଣ୍ଡିକେଟର୍ ଅପରିଭାଷିତ ଅଛି. ତେଣୁ, ଖାଲି ଥିବା ଦୁଇଟି ବକ୍ସକୁ ଅପରିବର୍ତ୍ତିତ ରଖନ୍ତୁ
06:26 ଏବେ, ମୁଁ ମୋ ବହିର ବିବରଣୀଗୁଡ଼ିକୁ ପୂରଣ କରିବି. ଆପଣ ନିଜ ବହି ସମ୍ବନ୍ଧିତ ବିବରଣୀଗୁଡ଼ିକୁ ଲେଖିପାରିବେ
06:34 Place of publication, distribution, etc. ପାଇଁ ଥିବା ସବ୍-ଫିଲ୍ଡ aରେ New Delhi ଲେଖନ୍ତୁ
06:42 Name of publisher, distributor, etc. ପାଇଁ ଥିବା ସବ୍-ଫିଲ୍ଡ bରେ Springer ଲେଖନ୍ତୁ
06:50 Date of publication, distribution, etc. ପାଇଁ ଥିବା ସବ୍-ଫିଲ୍ଡ cରେ 2017 ଲେଖନ୍ତୁ
07:00 ପୁଣିଥରେ ଉପରକୁ ଫେରିଆସନ୍ତୁ ଏବଂ 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍ ମଧ୍ୟରୁ ଟାବ୍ 3ରେ କ୍ଲିକ୍ କରନ୍ତୁ
07:07 ବର୍ତ୍ତମାନ, 300 PHYSICAL DESCRIPTIONକୁ ଯାଆନ୍ତୁ
07:12 300 ? ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ
07:19 ଏହା ପାଇଁ ଥିବା ଉଭୟ ଇଣ୍ଡିକେଟର୍ ଅପରିଭାଷିତ ଅଛି. ତେଣୁ, ଖାଲି ଥିବା ଦୁଇଟି ବକ୍ସକୁ ସେହିପରି ଛାଡ଼ିଦିଅନ୍ତୁ
07:27 Extent ପାଇଁ ଥିବା ସବ୍-ଫିଲ୍ଡ aରେ 11 v ଲେଖନ୍ତୁ
07:33 ଧ୍ୟାନ ଦିଅନ୍ତୁ ଯେ, ମୁଁ ଏହି ଜର୍ନଲ୍‌କୁ 11 v ପରଠାରୁ ସବସ୍କ୍ରାଇବ୍ କରୁଛି
07:39 ତେଣୁ, ଆପଣଙ୍କୁ ନିଜ ଜର୍ନଲ୍ ଅନୁସାରେ ଲେଖିବାକୁ ହେବ
07:43 ଏବେ, 310 CURRENT PUBLICATION FREQUENCYକୁ ଯାଆନ୍ତୁ
07:49 310? ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ
07:55 ଏହା ପାଇଁ ଥିବା ଉଭୟ ଇଣ୍ଡିକେଟର୍ ଅପରିଭାଷିତ ଅଛି. ତେଣୁ, ଖାଲି ଥିବା ଦୁଇଟି ବକ୍ସକୁ ଅପରିବର୍ତ୍ତିତ ରଖନ୍ତୁ
08:03 tagକୁ ପ୍ରସାରିତ କରିବା ପାଇଁ CURRENT PUBLICATION FREQUENCYରେ କ୍ଲିକ୍ କରନ୍ତୁ, ଯାହା ଦ୍ଵାରା ସବ୍-ଫିଲ୍ଡଗୁଡ଼ିକୁ ପୂରଣ କରାଯାଇପାରିବ
08:12 Current publication frequency ପାଇଁ ଥିବା ସବ୍-ଫିଲ୍ଡ aରେ Quarterly ଲେଖନ୍ତୁ
08:22 ଏହାର କାରଣ ହେଉଛି ଯେ, ମୋର ଜର୍ନଲ୍ ତ୍ରୈମାସିକ Serial ଅଟେ
08:27 ଯଦି ଆପଣଙ୍କର ଜର୍ନଲ୍ ଭିନ୍ନ ଥାଏ, ଯେପରି: ମାସିକ, ଦ୍ଵିମାସିକ ଆଦି, ତେବେ ସେହି ଅନୁସାରେ ପୂରଣ କରନ୍ତୁ
08:34 ତା’ପରେ, ପୁଣିଥରେ ଉପରକୁ ଫେରି ଯାଆନ୍ତୁ ଏବଂ 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍ଗୁଡ଼ିକ ମଧ୍ୟରୁ ଟାବ୍ 6ରେ କ୍ଲିକ୍ କରନ୍ତୁ
08:41 650 SUBJECT ADDED ENTRY--TOPICAL TERM ଫିଲ୍ଡକୁ ଚିହ୍ନଟ କରନ୍ତୁ
08:47 650 ? ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ.

ଖାଲି ଥିବା ପ୍ରଥମ ବକ୍ସରେ 1 ଲେଖନ୍ତୁ

08:55 ଧ୍ୟାନ ଦିଅନ୍ତୁ ଯେ, 1 ହେଉଛି ପ୍ରାଥମିକ (ବିଷୟର ସ୍ତର) ପାଇଁ ଇଣ୍ଡିକେଟର୍
09:00 ଦ୍ଵିତୀୟ ଖାଲି ବକ୍ସରେ 0 ଲେଖନ୍ତୁ
09:04 ଧ୍ୟାନ ଦିଅନ୍ତୁ ଯେ, Library of Congress Subject Headings (Thesaurus) ପାଇଁ 0 ଇଣ୍ଡିକେଟର୍ ଅଟେ
09:11 ତା’ପରେ, Topical term or geographic name as entry element ପାଇଁ ସବ୍-ଫିଲ୍ଡ a ଅଛି
09:19 ଏଠାରେ, ବିଷୟର ଶୀର୍ଷକ ଭାବେ Microbiology ଲେଖନ୍ତୁ
09:24 ନିଜର Book କିମ୍ବା Serial ପାଇଁ ଆପଣଙ୍କୁ ଏକ ପ୍ରାସଙ୍ଗିକ ବିଷୟର ଶୀର୍ଷକ ଲେଖିବାକୁ ହେବ
09:31 ପୂର୍ବ ଟ୍ୟୁଟୋରିଆଲ୍‌ରେ ବର୍ଣ୍ଣନା କରାଯାଇଥିବା ଭଳି ଏକରୁ ଅଧିକ କୀ-ୱର୍ଡ ଯୋଡ଼ା ହେବାକୁ ଥିବା କ୍ଷେତ୍ରରେ, ଛୋଟ ବଟନ୍ Repeat this Tag ଉପରେ କ୍ଲିକ୍ କରନ୍ତୁ
09:42 650 ଟାବ୍‌ର ଗୋଟିଏ ଡୁପ୍ଲିକେଟ୍ ଦେଖାଦେବ
09:47 ପୁଣିଥରେ ଉପରକୁ ଫେରି ଯାଇ 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍ଗୁଡ଼ିକ ମଧ୍ୟରୁ ଟାବ୍ 7ରେ କ୍ଲିକ୍ କରନ୍ତୁ
09:54 ଖୋଲିଥିବା ନୂଆ ପେଜ୍‌ରେ 700 ADDED ENTRY--PERSONAL NAME ଟାବ୍‌କୁ ଯାଆନ୍ତୁ
10:03 700 ? ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ.

ଖାଲି ଥିବା ପ୍ରଥମ ବକ୍ସରେ 1 ଲେଖନ୍ତୁ

10:13 ଧ୍ୟାନ ଦିଅନ୍ତୁ ଯେ, ଉପନାମ ପାଇଁ 1 ଇଣ୍ଡିକେଟର୍ ଅଟେ
10:18 ଦ୍ଵିତୀୟ ଇଣ୍ଡିକେଟର୍ MARC 21 ଦ୍ଵାରା ଅପରିଭାଷିତ ହୋଇଛି. ତେଣୁ ଏହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ
10:26 tagକୁ ସଂପ୍ରସାରିତ କରିବା ପାଇଁ ADDED ENTRY--PERSONAL NAME ରେ କ୍ଲିକ୍ କରନ୍ତୁ, ଯାହା ଦ୍ଵାରା ସବ୍-ଫିଲ୍ଡଗୁଡ଼ିକୁ ପୂରଣ କରାଯାଇପାରିବ
10:35 Personal name ପାଇଁ ଥିବା ସବ୍-ଫିଲ୍ଡ aରେ ଏଡିଟର୍ଙ୍କ ନାମକୁ ଲେଖନ୍ତୁ
10:41 ଆପଣଙ୍କୁ ନିଜର Book କିମ୍ବା Serial ଏଡିଟର୍ଙ୍କ ନାମ ଲେଖିବାକୁ ହେବ
10:47 ପ୍ରଥମେ ଉପନାମ, ପରେ କମା ଏବଂ ତା’ପରେ ପ୍ରଥମ ନାମ ଲେଖିବାକୁ ଭୁଲନ୍ତୁ ନାହିଁ
10:54 ଶେଷରେ 0 ରୁ 9 ପର୍ଯ୍ୟନ୍ତ ଥିବା ଟାବ୍‌ଗୁଡ଼ିକ ମଧ୍ୟରୁ ଟାବ୍ 9ରେ କ୍ଲିକ୍ କରନ୍ତୁ
11:00 942 ADDED ENTRY ELEMENTS (KOHA)କୁ ଯାଆନ୍ତୁ
11:06 Koha item type ପାଇଁ ଥିବା ସବ୍-ଫିଲ୍ଡ cକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Serial ଚୟନ କରନ୍ତୁ
11:15 ସମସ୍ତ ବିବରଣୀ ପୂରଣ କରିସାରିବା ପରେ, ପେଜ୍‌ର ବାମପଟ କୋଣରେ ଥିବା Save ଉପରେ କ୍ଲିକ୍ କରନ୍ତୁ
11:22 ମୁଁ ଦେଇଥିବା ଶୀର୍ଷକ ସହିତ ଗୋଟିଏ ନୂଆ ପେଜ୍ ଖୋଲିବ
11:26 ମୋ ଇଣ୍ଟରଫେସ୍‌ରେ Items for Indian Journal of Microbiology ବୋଲି ଲେଖାଥିବ
11:33 ତା’ପରେ Add item ପାଇଁ, Date acquired, Source of acquisition, Cost, normal purchase price,
11:45 Barcode, Cost, replacement price ଆଦି ବିବରଣୀକୁ ପୂରଣ କରିବା ପାଇଁ ଆପଣଙ୍କୁ କୁହାଯିବ
11:54 ମୋର ଲାଇବ୍ରେରୀ ଅନୁସାରେ ମୁଁ ଅଳ୍ପ କିଛି ବିବରଣୀ ପୂରଣ କରିଛି
11:58 ଆପଣ ଭିଡିଓକୁ ପଜ୍ କରି ନିଜ ଲାଇବ୍ରେରୀ ଅନୁସାରେ ବିବରଣୀଗୁଡ଼ିକୁ ପୂରଣ କରିପାରନ୍ତି
12:04 ତାରିଖକୁ ସ୍ଵଚାଳିତ ଭାବେ ଚୟନ କରିବାକୁ Date acquired ପାଇଁ ଥିବା ଫିଲ୍ଡରେ କ୍ଲିକ୍ କରନ୍ତୁ. ହେଲେ, ଧ୍ୟାନ ଦିଅନ୍ତୁ ଯେ, ତାରିଖକୁ ଏଡିଟ୍ କରାଯାଇପାରିବ
12:15 ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଫିଲ୍ଡ ପାଇଁ ଆପଣଙ୍କ ପାଖରେ କିଛି ସୂଚନା ନ ଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ
12:21 ମନେରଖନ୍ତୁ ଯେ, Permanent location, Current location,
12:29 Full call number ଓ Koha item type ପାଇଁ ବିବରଣୀକୁ Koha ଡିଫଲ୍ଟ ଭାବେ ପୂରଣ କରିଦେବ
12:37 ଏହା ଅତିରିକ୍ତେ ଆପଣ ପେଜ୍ ତଳେ ଥିବା Add & Duplicate,
12:43 Add multiple copies of this item ବଟନ୍ ଉପରେ କ୍ଲିକ୍ କରିପାରନ୍ତି
12:49 ସମସ୍ତ ବିବରଣୀ ପୂରଣ କରିସାରିବା ପରେ, ପେଜ୍ ତଳେ ଥିବା Add item ଟାବ୍‌ରେ କ୍ଲିକ୍ କରନ୍ତୁ
12:56 Items for Indian Journal of Microbiology ଜର୍ନଲ୍ ପାଇଁ ଲେଖାଥିବା ବିବରଣୀ ସହିତ ଅନ୍ୟ ଗୋଟିଏ ପେଜ୍ ଖୋଲିବ
13:05 ଏହିପରି ଆମେ, ଉପଯୁକ୍ତ ବିବରଣୀ ସହିତ ଲାଇବ୍ରେରୀର Biology section ପାଇଁ,
13:15 Indian Journal of Microbiology by Kalia, V.C ଶୀର୍ଷକ ଥିବା ଜର୍ନଲ୍ ରେକର୍ଡକୁ କ୍ୟାଟାଲଗ୍ କରିଛେ
13:20 ବର୍ତ୍ତମାନ ଆପଣ Kohaରୁ ଲଗ୍-ଆଉଟ୍ କରିପାରନ୍ତି
13:23 Koha ଇଣ୍ଟରଫେସ୍‌ର ଉପର ଡାହାଣପଟ କୋଣକୁ ଯାଆନ୍ତୁ
13:28 Spoken Tutorial Libraryରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ logout ଚୟନ କରନ୍ତୁ
13:35 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆସିଯାଇଛେ
13:38 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍‌ରେ ଆମେ Serial ସବସ୍କ୍ରିପ୍ସନ୍‌କୁ କ୍ୟାଟାଲଗ୍ କରିବା ଶିଖିଲେ
13:48 ଆସାଇନ୍ମେଣ୍ଟ ଭାବେ Journal of Molecular Biologyକୁ କ୍ୟାଟାଲଗ୍ କରନ୍ତୁ
13:54 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
14:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି
14:07 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
14:11 ଦୟାକରି ଏହି ଫୋରମ୍‌ରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
14:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
14:22 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
14:27 ଆଇଆଇଟି ବମ୍ବେ ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

\

Contributors and Content Editors

Pradeep