Java/C3/Using-final-keyword/Oriya

From Script | Spoken-Tutorial
Revision as of 13:43, 19 December 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Using final keyword ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ final କୀୱର୍ଡ ବିଷୟରେ ଏବଂ କେତେବେଳେ ଏହାକୁ ପ୍ରୟୋଗ କରାଯାଏ ଶିଖିବା
00:11 ଆମେ -
  • final variables
  • final methods
  • final classଗୁଡିକ ବିଷୟରେ ମଧ୍ୟ ଶିଖିବା
00:18 ଏଠାରେ ଆମେ ବ୍ୟବହାର କରୁଛୁ:
  • ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
  • JDK 1.7
  • Eclipse 4.3.1
00:30 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର
00:36 ଆପଣଙ୍କର ନିଶ୍ଚିତରୂପେ Subclassing ଓ Method overriding ଉପରେ ଜ୍ଞାନ ଥିବା ଆବଶ୍ୟକ
00:41 ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:46 ସର୍ବପ୍ରଥମେ ଆମେ, final କୀୱର୍ଡ କ’ଣ, ତାହା ଶିଖିବା
00:50 Javaରେ final ଗୋଟିଏ keyword କିମ୍ବା ସଂରକ୍ଷିତ ଶବ୍ଦ ଅଟେ
00:55 ଏହାକୁ variables, methods କିମ୍ବା classଗୁଡିକରେ ପ୍ରୟୋଗ କରଯାଇପାରିବ
01:01 ବର୍ତ୍ତମାନ ଚାଲନ୍ତୁ final ଭେରିଏବଲ୍ କ’ଣ ଶିଖିବା
01:05 final variable ଗୋଟିଏ ଭେରିଅବଲ୍ ଅଟେ ଯାହାର ଭେଲ୍ୟୁକୁ ପରିବର୍ତ୍ତନ କରାଯାଇପାରିବ ନାହିଁ. ତାହା ଗୋଟିଏ constant ହେବ
01:13 ବର୍ତ୍ତମାନ Eclipse IDEକୁ ଫେରିଆସନ୍ତୁ. ମୁଁ ପୂର୍ବ ଟ୍ୟୁଟୋରିଆଲରେ MyProject ନାମକ ଗୋଟିଏ ପ୍ରୋଜେକ୍ଟକୁ ସୃଷ୍ଟି କରିସାରିଛି
01:22 ତେଣୁ ସିଧାସଳଖ ଆମେ ପ୍ରୋଜେକ୍ଟର Employee classକୁ ଯିବା
01:26 ଭେରିଏବଲ୍ nameକୁ ଆସନ୍ତୁ
01:30 ଭେରିଏବଲ୍ name ପୂର୍ବରୁ final keywordକୁ ସଂଯୁକ୍ତ କରନ୍ତୁ. ଭେରିଏବଲ୍ nameକୁ final ଭାବେ ଘୋଷଣା କରନ୍ତୁ
01:40 ଭେଲ୍ୟୁ sneha ସହିତ ଭେରିଏବଲ୍ nameକୁ ଇନିଶିଆଲାଇଜ୍ କରନ୍ତୁ
01:45 ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ
01:48 କମ୍ପାଇଲେଶନ୍ ଏରର୍ ପ୍ରାପ୍ତ ହେବ: The final field Employee.name cannot be assigned
01:55 ଏହାର କାରଣ ଏଠାରେ final variable ନାମକୁ ଘୋଷଣା କରିବା ସହିତ ଇନିଶିଆଲାଇଜ୍ କରାଯାଇଛି
02:05 ଗୋଟିଏ final ଭେରିଏବଲକୁ କେବଳମାତ୍ର ଥରେ ଇନିଶିଆଲାଇଜ୍ କରାଯାଇପାରିବ
02:08 ତେଣୁ ମେଥଡ୍ setNameକୁ କମେଣ୍ଟ କରନ୍ତୁ ଯାହା ଭେରିଏବଲ୍ nameକୁ ରୂପାନ୍ତର କରିଥାଏ
02:14 classକୁ ସେଭ୍ କରନ୍ତୁ
02:16 ବର୍ତ୍ତମାନ TestEmployee classକୁ ଆଲୋଚନା କରନ୍ତୁ
02:19 main ମେଥଡକୁ ଆସିବା ସହିତ ଲାଇନ୍ manager.setName("Nikkita Dinesh");କୁ କମେଣ୍ଟ କରନ୍ତୁ
02:26 ଏହି ଲାଇନକୁ କମେଣ୍ଟ କରାଗଲା ଯେହେତୁ ଏହା ମେଥଡ୍ setNameର ଇନଷ୍ଟାନ୍ସ ଅଟେ
02:31 ଆମେ Employee କ୍ଲାସରେ setName ମେଥଡକୁ କମେଣ୍ଟ କରିସାରିଛେ
02:35 ବର୍ତ୍ତମାନ କ୍ଲାସକୁ Save କରିବା ସହିତ ପ୍ରୋଗ୍ରାମକୁ Run କରନ୍ତୁ
02:38 ଠିକ୍ ଅଛି ଆଉଟପୁଟ୍,

Name: Sneha Email: abc@gmail.com Manager of: Accounts, ପ୍ରାପ୍ତ ହେଲା

02:47 ଏହି ଆଉଟପୁଟ୍ ପ୍ରାପ୍ତ କଲେ ଯେହେତୁ ଆମେ ଏହି ଭେଲ୍ୟୁଗୁଡିକ ସହିତ ଭେରିଏବଲଗୁଡିକୁ TestEmployee class ଓ Employee classରେ ଇନିଶିଆଲାଇଜ୍ କରିସାରିଛେ
02:58 ବର୍ତ୍ତମାନ Employee କ୍ଲାସରେ ଥିବା final ଭେରିଏବଲ୍ nameକୁ ଆସନ୍ତୁ
03:02 final variable nameର ଇନିଶିଆଲାଇଜେଶନକୁ କାଢିଦିଅନ୍ତୁ. ତାହା snehaକୁ କାଢିଦେବ
03:08 ମେଥଡ୍ setNameରେ ଥିବା କମେଣ୍ଟକୁ କାଢିଦିଅନ୍ତୁ
03:12 ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ
03:14 ଏରର୍ ପ୍ରାପ୍ତ ହେଲା: The final field Employee.name cannot be assigned
03:20 ଏହାର କାରଣ ଯଦି final ଭେରିଏବଲ୍ ଇନିଶିଆଲାଇଜ୍ ହୋଇନାହିଁ ତେବେ କେବଳ constructorକୁ ଇନିଶିଆଲାଇଜ୍ କରାଯାଇପାରିବ
03:28 ଏହାର ଅର୍ଥ ଏହାକୁ ପ୍ରୋଗ୍ରାମର କୌଣସି ସ୍ଥାନରେ ରୂପାନ୍ତର କରାଯାଇପାରିବ ନାହିଁ
03:33 ଏଥି ପାଇଁ Employee classରେ ଗୋଟିଏ constructorକୁ ସୃଷ୍ଟି କରନ୍ତୁ. ପୂର୍ବେ ଆମେ constructor ଗୋଟିଏ କ’ଣ ଶିଖିଛେ
03:43 ଆମେ ଜାଣିଛେ ଯେ class ନେମ୍ ଭଳି constructorର ସମାନ ନେମ୍ ଥାଏ
03:47 ତେଣୁ ଟାଇପ୍ କରନ୍ତୁ: Employee, parentheses, open and close curly brackets ଏବଂ କର୍ଲୀ ବ୍ରାକେଟ୍ ମଧ୍ୟରେ, ଭେଲ୍ୟୁ sneha ସେମିକଲନ୍ ସହିତ ଭେରିଏବଲ୍ nameକୁ ଇନିଶିଆଲାଇଜ୍ କରନ୍ତୁ
04:08 ମେଥଡ୍ setNameକୁ କମେଣ୍ଟ କରନ୍ତୁ
04:12 ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ
04:15 ଆମେ ଆଶା କରିଥିବା ଆଉଟପୁଟ୍ ପ୍ରାପ୍ତ କଲେ
04:17 final ଭେରିଏବଲ୍ ସଫଳତାର ସହ ଗୋଟିଏ constructorରେ ଇନିଶିଆଲାଇଜ୍ ହୋଇଛି
04:22 ବର୍ତ୍ତମାନ ଆମେ final static variables ବିଷୟରେ ଶିଖିବା
04:26 Employee classରେ ଥିବା ଫାଇନାଲ୍ ଭେରିଏବଲକୁ ଆସନ୍ତୁ
04:30 final keyword ପୂର୍ବରୁ କୀୱର୍ଡ staticକୁ ସଂଯୁକ୍ତ କରନ୍ତୁ. ଆମେ final variableକୁ static କରିସାରିଛେ
04:38 ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ
04:40 ଏରର୍ ପ୍ରାପ୍ତ ହେଲା: The final field Employee.name cannot be assigned
04:46 ଏହାର କାରଣ ହେଉଛି static final variablesକୁ constructorରେ ଇନିଶିଆଲାଇଜ୍ କରାଯାଇପାରିବ ନାହିଁ
04:53 ସେମାନଙ୍କର ଘୋଷଣା ସହିତ ନିଶ୍ଚିତରୂପେ ଗୋଟିଏ ଭେଲ୍ୟୁକୁ ଆସାଇନ୍ କରାଯିବା ଆବଶ୍ୟକ. କିମ୍ବା ସେମାନଙ୍କୁ ନିଶ୍ଚିତରୂପେ ଗୋଟିଏ static blockରେ ଘୋଷଣା କରାଯିବା ଆବଶ୍ୟକ
05:01 ଗୋଟିଏ classର ସମସ୍ତ ଅବଜେକ୍ଟଗୁଡିକ ମଧ୍ୟରେ static ଭେରିଏବଲଗୁଡିକ ମଧ୍ୟରେ ବଣ୍ଟନ କରାଯାଇଥାଏ
05:06 ଗୋଟିଏ ନୂତନ objectର ସୃଷ୍ଟି ଦ୍ଵାରା static variableକୁ ପରିବର୍ତ୍ତନ କରିପାରେ. ଏହା ଗ୍ରହଣୀୟ ନୁହେଁ ଯଦି static variable, final ହୁଏ
05:14 Eclipse IDEକୁ ଫେରିଆସନ୍ତୁ
05:17 ତେଣୁ ବର୍ତ୍ତମାନ ଗୋଟିଏ static block ସୃଷ୍ଟି କରନ୍ତୁ
05:20 ଏଥି ପାଇଁ Employee କ୍ଲାସରେ ଆମେ ସୃଷ୍ଟି କରିଥିବା constructorକୁ ଆସନ୍ତୁ
05:26 ଏଠାରେ Employee ପାରେନ୍ଥେସିସ୍ ବ୍ୟତିତ static ଟାଇପ୍ କରନ୍ତୁ. ଆମେ ଗୋଟିଏ static block ସୃଷ୍ଟି କରିଛେ
05:35 ବର୍ତ୍ତମାନ ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ
05:38 ଆମେ ଆଶାକରିଥିବା ଆଉଟପୁଟ୍ ପ୍ରାପ୍ତ କଲେ. ସଫଳତାର ସହ ଆମେ static final ଭେରିଏବଲକୁ ଇନିଶିଆଲାଇଜ୍ କରିଛନ୍ତି
05:46 ବର୍ତ୍ତମାନ method ପ୍ରତି final ଭେରିଏବଲକୁ ଗୋଟିଏ ପାରାମିଟର୍ ଭାବେ ବ୍ୟବହାର କରନ୍ତୁ
05:52 Employee କ୍ଲାସରେ ଥିବା ମେଥଡ୍ setEmailକୁ ଆସନ୍ତୁ
05:55 String newEmail ପୂର୍ବରୁ final କୀୱର୍ଡକୁ ସଂଯୁକ୍ତ କରନ୍ତୁ. ଆମେ ପାରାମିଟରକୁ final ଭାବେ କରିସାରିଛେ
06:03 ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ
06:06 ଆମେ ଆଶା କରିଥିବା ଆଉଟପୁଟ୍ ପ୍ରାପ୍ତ କଲେ
06:09 ବର୍ତ୍ତମାନ ମେଥଡ୍ setEmailକୁ ଆସନ୍ତୁ. ମେଥଡ୍ ମଧ୍ୟରେ ଟାଇପ୍ କରନ୍ତୁ: newEmail is equal to abc@gmail.com ସେମିକୋଲନ୍
06:28 final ଭେରିଏବଲ୍ newEmailକୁ ଆମେ ରୂପାନ୍ତର କରିସାରିଛେ
06:32 ପୁନର୍ବାର ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ
06:35 ଏରର୍ ପ୍ରାପ୍ତ ହେଲା: The final local variable newEmail cannot be assigned
06:42 ଏହାର କାରଣ ଗୋଟିଏ ମେଥଡ୍ ପ୍ରତି ପାରାମିଟର୍ ଭାବେ final ଭେରିଏବଲକୁ ସେହି ମେଥଡ୍ ଦ୍ଵାରା ରୂପାନ୍ତର କରାଯାଇପାରିବ ନାହିଁ
06:50 ତେଣୁ ଭେରିଏବଲରେ ହୋଇଥିବା ରୂପାନ୍ତରକୁ କାଢିଦିଅନ୍ତୁ
06:54 ବର୍ତ୍ତମାନ ଚାଲନ୍ତୁ final method ବିଷୟରେ ଶିଖିବା. employee classରେ ଥିବା ମେଥଡ୍ getDetailsକୁ ଆସନ୍ତୁ
07:01 ମେଥଡ୍ getDetails ପୂର୍ବରୁ କୀୱର୍ଡ finalକୁ ସଂଯୁକ୍ତ କରନ୍ତୁ. ଆମେ ମେଥଡକୁ final ଭାବେ କରିସାରିଛେ
07:08 ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ
07:10 ଏରର୍ ପ୍ରାପ୍ତ ହେଲା: class Manager overrides final method getDetails()
07:16 Manager କ୍ଲାସରେ ଥିବା method getDetails()କୁ ଆସନ୍ତୁ
07:21 ଏହାର କାରଣ ହେଉଛି ଯଦି ଆପଣ କୌଣସି methodକୁ final କରିସାରିଛନ୍ତି ତେବେ ଏହାକୁ override କରିପାରିବେ ନାହିଁ
07:29 Employee classରେ Manager class method getDetails, getDetails methodକୁ ଓଭରରାଇଡ୍ କରୁଛି
07:36 ଯଦି final method, private ହୁଏ କ’ଣ ହେବ?
07:39 private ମେଥଡଗୁଡିକ child class ଦ୍ଵାରା ଇନହେରିଟ୍ ହୁଅନ୍ତି ନାହିଁ
07:43 ତେଣୁ child classରେ ଗୋଟିଏ ମେଥଡ୍ getDetails()କୁ ସଂଯୁକ୍ତ କରିପାରିବେ. ଆପଣ ଏହାକୁ ଗୋଟିଏ ଆସାଇନମେଣ୍ଟ ଭାବେ ଚେଷ୍ଟା କରିପାରିବେ
07:51 Eclipse IDEକୁ ଫେରିଆସନ୍ତୁ
07:54 Employee କ୍ଲାସରେ getDetails ମେଥଡ୍ ପୂର୍ବରୁ କୀୱର୍ଡ finalକୁ କାଢିଦିଅନ୍ତୁ
08:03 ଭେରିଏବଲ୍ ନେମ୍ final ପୂର୍ବରୁ କୀୱର୍ଡ staticକୁ କାଢିଦିଅନ୍ତୁ
08:10 ବର୍ତ୍ତମାନ constructorକୁ final ଭାବେ ଘୋଷଣା କରାଯାଇପାରିବ କି ନାହିଁ ଚାଲନ୍ତୁ ଶିଖିବା
08:15 ଏଥି ପାଇଁ ପୁନର୍ବାର ଗୋଟିଏ constructor ସୃଷ୍ଟି କରନ୍ତୁ. ତେଣୁ static ବ୍ୟତିତ ଟାଇପ୍ କରନ୍ତୁ: Employee ପାରେନ୍ଥେସିସ୍
08:26 constructor ପୂର୍ବରୁ କୀୱର୍ଡ finalକୁ ସଂଯୁକ୍ତ କରନ୍ତୁ
08:31 ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ
08:36 ଏରର୍ ପ୍ରାପ୍ତ ହେଲା: Illegal modifier for the constructor in type Employee
08:42 ଏହାର କାରଣ constructor, final ହୋଇପାରିବେ ନାହିଁ ଯେହେତୁ constructorଗୁଡିକ ଇନହେରିଟ୍ ହୋଇପାରିବେ ନାହିଁ
08:50 constructor ପୂର୍ବରୁ କିୱର୍ଡ finalକୁ କାଢିଦିଅନ୍ତୁ
08:54 ବର୍ତ୍ତମାନ ଆମେ final class ବିଷୟରେ ଶିଖିବା
08:57 class Employeeକୁ final କରିବା ପାଇଁ ଏହା ପୂର୍ବରୁ କୀୱର୍ଡ finalକୁ ସଂଯୁକ୍ତ କରନ୍ତୁ
09:03 ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ
09:06 ଏରର୍ ପ୍ରାପ୍ତ ହେଲା: The method setEmail is undefined for the type Manager
09:12 ପ୍ରକୃତ ଏରରକୁ ଜାଣିବା ପାଇଁ TestEmployee କ୍ଲାସକୁ ଆସିବା ସହିତ ଲାଇନଗୁଡିକୁ କମେଣ୍ଟ କରନ୍ତୁ
09:21 manager.setEmail("abc@gmail.com"); manager.setDepartment("Accounts");
09:28 କ୍ଲାସକୁ Save କରିବା ସହିତ ପ୍ରୋଗ୍ରାମକୁ run କରନ୍ତୁ
09:31 ପ୍ରକୃତ ଏରର୍ The type manager cannot subclass the final class Employee ଅଟେ
09:40 ଏଠାରେ Manager class, Employee classକୁ ବିସ୍ତାର କରିବ
09:45 ତେଣୁ Employee କ୍ଲାସକୁ ଫେରିଆସିବା ସହିତ କୀୱର୍ଡ finalକୁ କାଢିଦିଅନ୍ତୁ ଏବଂ କ୍ଲାସକୁ ସେଭ୍ କରନ୍ତୁ
09:54 TestEmployee କ୍ଲାସକୁ ଆସନ୍ତୁ. ଲାଇନଗୁଡିକୁ manager.setEmail("abc@gmail.com"); manager.setDepartment("Accounts");କୁ ଅନକମେଣ୍ଟ କରନ୍ତୁ
10:06 କ୍ଲାସକୁ Save କରିବା ସହିତ ପ୍ରୋଗ୍ରାମକୁ run କରନ୍ତୁ
10:09 ଆମେ ଆଶା କରିଥିବା ଆଉଟପୁଟ୍ ପ୍ରାପ୍ତ କଲେ
10:12 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ:
  • କେତେବେଳେ final କୀୱର୍ଡକୁ ପ୍ରୟୋଗ କରିବା
  • final variables, final methods ଓ final classଗୁଡିକ କ’ଣ ଅଟନ୍ତି
10:27 ଗୋଟିଏ ଆସାଇନମେଣ୍ଟ ଭାବେ, Bike ଓ Vehicle କ୍ଲାସ୍ ପାଇଁ Using final keyword ଟ୍ୟୁଟୋରିଅଲରେ ଥିବା ସୋପାନଗୁଡିକୁ ପୁନଃବ୍ୟବହାର କରନ୍ତୁ ଯାହାକୁ ପୂର୍ବ ଟ୍ୟୁଟୋରିଆଲରେ ବ୍ୟବହାର କରାଯାଇଛି
10:37 Javaରେ କ୍ଲାସଗୁଡିକୁ ଲେଖନ୍ତୁ ଯେଉଁଗୁଡିକ final ଅଟନ୍ତି
10:41 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
10:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
  • ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
  • ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

10:56 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. 

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep