Java/C3/Abstract-Classes/Oriya

From Script | Spoken-Tutorial
Revision as of 14:05, 19 December 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 Abstract Classes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ, Abstract Methods ଓ Concrete Methodଗୁଡିକ ବିଷୟରେ
00:12 * Abstract Classes ଓ Concrete Classes ଏବଂ
00:16 * Abstract Classଗୁଡିକୁ କିପରି ବ୍ୟବହାର କରାଯାଏ ଶିଖିବା
00:18 ଏଠାରେ ଆମେ ବ୍ୟବହାର କରୁଛୁ:
  • ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
  • JDK 1.7
  • Eclipse 4.3.1
00:28 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର
00:36 ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା Subclassing ଉପରେ ଜ୍ଞାନ ଥିବା ଆବଶ୍ୟକ
00:40 ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:46 ପ୍ରଥମେ ଆମେ Abstract Method ବିଷୟରେ ଆଲୋଚନା କରିବା
00:50 Abstract method ହେଉଛି ଗୋଟିଏ method ଯାହା implementation ବିନା ଘୋଷଣା ହୋଇଥାଏ
00:55 କୀୱର୍ଡ abstract ବ୍ୟବହାର କରି ଏହାକୁ ଘୋଷଣା କରାଯାଇଥାଏ
00:59 ଏହି method ପାଇଁ ଆରମ୍ଭ ଓ ଶେଷ ପାରେନ୍ଥେସିସର ଆବଶ୍ୟକତା ନାହିଁ
01:04 ଗୋଟିଏ ପ୍ରୋଗ୍ରାମର ନମୂନା ସହିତ ଚାଲନ୍ତୁ Abstract classର ବ୍ୟବହାରକୁ ବୁଝିବା
01:09 ବର୍ତ୍ତମାନ Eclipseକୁ ଫେରିଆସିବା ସହିତ AbstractDemo ନାମକ ଗୋଟିଏ ନୂତନ project ସୃଷ୍ଟି କରନ୍ତୁ
01:16 Abstract classର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଏହି project ମଧ୍ୟରେ ଦରକାରୀ classଗୁଡିକୁ ସୃଷ୍ଟି କରନ୍ତୁ
01:24 ବର୍ତ୍ତମାନ src ଫୋଲ୍ଡର୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ New > Class ଉପରେ କ୍ଲିକ୍ କରନ୍ତୁ
01:30 classର ନାମକୁ Person ଭାବେ ଟାଇପ୍ କରିବା ସହିତ Enter ଦାବନ୍ତୁ
01:35 ବର୍ତ୍ତମାନ Personର ନାମ ଓ ବୟସକୁ ପ୍ରଦର୍ଶନ କରିବା ପାଇଁ fieldଗୁଡିକୁ ସଂଯୁକ୍ତ କରନ୍ତୁ. ଟାଇପ୍ କରନ୍ତୁ: String name ସେମିକୋଲନ୍
01:44 int age ସେମିକୋଲନ୍, ମଧ୍ୟ ଟାଇପ୍ କରନ୍ତୁ
01:48 ବର୍ତ୍ତମାନ Source ଉପରେ କ୍ଲିକ୍ କରିବା ସହିତ Generate constructor using fieldsକୁ ଚୟନ କରନ୍ତୁ
01:55 ସୃଷ୍ଟି ହୋଇଥିବା କୋଡରୁ କୀୱର୍ଡ superକୁ ଡିଲିଟ୍ କରନ୍ତୁ
01:59 constructor, name ଓ age ଫିଲ୍ଡଗୁଡିକର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିପାରିବ
02:05 ତା’ପରେ concrete method ବିଷୟରେ ଆଲୋଚନା କରିବା
02:08 ଗୋଟିଏ Concrete method ସମ୍ପୂର୍ଣ୍ଣ ଭାବେ କର୍ଲୀ ବ୍ରାକେଟ୍ ମଧ୍ୟରେ ପ୍ରୟୋଗ କରାଯାଇଥାଏ
02:14 ନାମ ଓ ବୟସକୁ ପ୍ରିଣ୍ଟ କରିବା ପାଇଁ ଏହି classରେ ଗୋଟିଏ concrete methodକୁ ସଂଯୁକ୍ତ କରନ୍ତୁ
02:21 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ
02:25 ଏଠାରେ ପ୍ରଦର୍ଶିତ ହୋଇଥିବା ଏହି showBasicDetails() ମେଥଡ୍, concrete methodର ଗୋଟିଏ ଉଦାହରଣ ଅଟେ
02:32 ଏହି method ସମ୍ପୂର୍ଣ୍ଣ ଭାବେ ପ୍ରୟୋଗ ହୋଇଥିବା ଲକ୍ଷ୍ୟ କରନ୍ତୁ
02:36 ବର୍ତ୍ତମାନ ଏହି classରେ ଗୋଟିଏ abstract methodକୁ ସଂଯୁକ୍ତ କରନ୍ତୁ
02:41 ତେଣୁ ଟାଇପ୍ କରନ୍ତୁ: public void showDetails( ) ସେମିକୋଲନ୍
02:46 ଗୋଟିଏ ଏରର୍ ପ୍ରଦର୍ଶିତ ହେବ ଯେହେତୁ ଆମେ abstract keywordକୁ ସଂଯୁକ୍ତ କରିନାହାଁନ୍ତି
02:51 ତେଣୁ ବର୍ତ୍ତମାନ କୀୱର୍ଡ abstractକୁ ସଂଯୁକ୍ତ କରନ୍ତୁ
02:55 ବର୍ତ୍ତମାନ ଅନ୍ୟ ଏକ ଏରର୍ ଆସିଥିବା ଆପଣ ଦେଖିପାରିବେ
02:58 ଏହାର କାରଣ ହେଉଛି abstract methodଗୁଡିକ କେବଳ abstract classଗୁଡିକରେ ପ୍ରୟୋଗ କରାଯାଇପାରିବ
03:03 ତେଣୁ ବର୍ତ୍ତମାନ ଗୋଟିଏ abstract classରେ ପରିଣତ କରିବା ପାଇଁ Person classରେ କୀୱର୍ଡ abstractକୁ ସଂଯୁକ୍ତ କରନ୍ତୁ
03:10 ଏଠାରେ ପ୍ରଦର୍ଶିତ ହୋଇଥିବା class Person ଗୋଟିଏ abstract class ଅଟେ
03:15 ଏହା showDetails() ନାମକ ଗୋଟିଏ abstract methodକୁ ଧାରଣ କରିଛି
03:20 ଏଠାରେ ଥିବା ଫିଗର୍ ଗୋଟିଏ inheritance relationକୁ ଉପସ୍ଥାପନ କରୁଛି
03:24 ଏଠାରେ Person class ଗୋଟିଏ abstract class ଅଟେ
03:29 Employee class ଓ Student class, Person classର subclassଗୁଡିକ ଅଟନ୍ତି
03:35 ଏହି subclassଗୁଡିକ ନିଜର ବିଭିନ୍ନ ପ୍ରୟୋଗଗୁଡିକୁ ପ୍ରଦର୍ଶିତ କରନ୍ତି
03:40 ଏଗୁଡିକ Person classରେ ଉପସ୍ଥିତ ଥିବା showDetails( ) ମେଥଡ୍ ଦ୍ଵାରା ସମ୍ପନ୍ନ ହୋଇଥାଏ
03:45 ଉଦାହରଣସ୍ଵରୂପ, Employee classରେ ଥିବା ShowDetails() ମେଥଡ୍ Employee ID ଓ Salaryକୁ ପ୍ରିଣ୍ଟ କରିଥାଏ ଯେତେବେଳେ କି Student classରେ ଥିବା ShowDetails() ମେଥଡ୍ Student Register Number ଓ Gradeକୁ ପ୍ରିଣ୍ଟ କରିଥାଏ
04:01 ତା’ପରେ default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ Employee ନାମକ ଅନ୍ୟ ଏକ class ସୃଷ୍ଟି କରନ୍ତୁ
04:07 ବର୍ତ୍ତମାନ ଏହାକୁ Person classର ଗୋଟିଏ subclass କରିବା ପାଇଁ ଟାଇପ୍ କରନ୍ତୁ: extends Person
04:14 ବର୍ତ୍ତମାନ Eclipse IDEରେ ଗୋଟିଏ ଏରର୍ ଆସିଯାଇଥିବା ଆପଣ ଦେଖିପାରିବେ
04:19 ଏହା ସୁଚିତ କରୁଛି ଯେ abstract method showDetails( ) ପାଇଁ ଗୋଟିଏ implementation ଉପଲବ୍ଧ କରାଇବା ଆବଶ୍ୟକ
04:26 ଏହାକୁ ଆମେ ଟିକେ ପରେ କରିବା
04:28 ବର୍ତ୍ତମାନ employee id ଓ employee salaryକୁ ଉପସ୍ଥାପିତ କରିବା ପାଇଁ ଦୁଇଟି field ସୃଷ୍ଟି କରନ୍ତୁ
04:34 ତେଣୁ ଟାଇପ୍ କରନ୍ତୁ: String empid ସେମିକୋଲନ୍ ଓ int salary ସେମିକୋଲନ୍
04:42 ବର୍ତ୍ତମାନ Source ଉପରେ କ୍ଲିକ୍ କରିବା ସହିତ Generate constructor using fieldsକୁ ଚୟନ କରନ୍ତୁ
04:49 ଏହି constructor, name, age, empid ଓ salaryର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିପାରିବ
04:56 ବର୍ତ୍ତମାନ showDetails methodକୁ ପରିଭାଷିତ କରନ୍ତୁ. ତେଣୁ ଟାଇପ୍ କରନ୍ତୁ: public void showDetails( )
05:04 ଏହି method ମଧ୍ୟରେ, ଏମ୍ପ୍ଲୋୟୀର ସମ୍ପୂର୍ଣ୍ଣ ବିବରଣୀକୁ ପ୍ରିଣ୍ଟ କରିବା ଆବଶ୍ୟକ
05:09 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ
05:13 ଧ୍ୟାନଦିଅନ୍ତୁ ଯେ showDetails() method ଥରେ ପ୍ରୟୋଗ ହେବା ମାତ୍ରକେ, ଏରରଟି ଅଦୃଶ୍ୟ ହୋଇଯିବ
05:19 ତା’ପରେ ଅମେ projectର ଗୋଟିଏ Student classକୁ ଦେଖିବା
05:23 ମୁଁ Student ନାମକ ଗୋଟିଏ subclass ସୃଷ୍ଟି କରିସାରିଛି
05:28 Student classରେ, register number ଓ grade ନାମକ ଦୁଇଟି ଫିଲ୍ଡ ଅଛି ଯାହା ଷ୍ଟୁଡେଣ୍ଟର ରେଜିଷ୍ଟର୍ ସଂଖ୍ୟା ତଥା ଗ୍ରେଡକୁ ଉପସ୍ଥାପିତ କରିଥାଏ
05:37 ଏହି class ମଧ୍ୟରେ ଗୋଟିଏ constructor ମଧ୍ୟ ସୃଷ୍ଟି ହୋଇଛି
05:42 ଏହି constructor, name, age, register number ଓ gradeକୁ ଇନିଶିଆଲାଇଜ୍ କରିପାରିବ
05:50 ଏହି classରେ showDetails method ମଧ୍ୟ ପ୍ରୟୋଗ ହୋଇଛି
05:56 ଏହା Student Register Number ଓ gradeର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିଥାଏ
06:00 ବର୍ତ୍ତମାନ ଧ୍ୟାନଦିଅନ୍ତୁ ଯେ Employee class, showDetails()କୁ ପ୍ରୟୋଗ କରିବା ନିଜସ୍ଵ ଅଟେ
06:08 ଏବଂ Student class, showDetails()କୁ ପ୍ରୟୋଗ କରିବା ନିଜସ୍ଵ ଅଟେ
06:14 ବର୍ତ୍ତମାନ default package ଉପରେ ରାଇଟ୍ କ୍ଲିକ୍ କରନ୍ତୁ
06:17 New > Class ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନେମକୁ Demo ଭାବେ ଟାଇପ୍ କରନ୍ତୁ
06:23 ଏହି class ମଧ୍ୟରେ ଆମର main ମେଥଡ୍ ଅଛି
06:27 ତେଣୁ main ଟାଇପ୍ କରନ୍ତୁ ଏବଂ ତା’ପରେ main ମେଥଡ୍ ସୃଷ୍ଟି କରିବା ପାଇଁ ctrl+spaceକୁ ଦାବନ୍ତୁ
06:33 ବର୍ତ୍ତମାନ Person p equals new Personକୁ ଟାଇପ୍ କରିବା ସହିତ Person classକୁ ଇନଷ୍ଟାନଶିଏଟ୍ କରିବା ପାଇଁ ଚେଷ୍ଟା କରନ୍ତୁ
06:42 ବ୍ରାକେଟ୍ ଓ ଡବଲ୍ କ୍ଵୋଟ୍ ମଧ୍ୟରେ ଟାଇପ୍ କରନ୍ତୁ, John ଓ ଗୋଟିଏ ସେମିକୋଲନ୍ ଦିଅନ୍ତୁ
06:48 ବର୍ତ୍ତମାନ ଗୋଟିଏ ଏରର୍ ଦେଖାଦେବ. ଏହାର କାରଣ ହେଉଛି Person class, abstract ଅଟେ ଏବଂ ଏହାକୁ ଇନଷ୍ଟାନଶିଏଟ୍ କରାଯାଇପାରିବ ନାହିଁ
06:58 ଏହି ଲାଇନକୁ କାଢିଦିଅନ୍ତୁ
07:00 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ
07:04 ବର୍ତ୍ତମାନ Employee classକୁ Person p1 equals new Employee ଭାବେ ବ୍ୟବହାର କରି Person classକୁ ଇନଷ୍ଟାନଶିଏଟ୍ କରନ୍ତୁ
07:14 ପ୍ରଥମ ଲାଇନରେ ବିଭିନ୍ନ ଆର୍ଗୁମେଣ୍ଟଗୁଡିକର ଭେଲ୍ୟୁଗୁଡିକୁ ପାସ୍ କରଯାଇଥାଏ
07:19 John, Employee name ଭାବେ
07:22 40, ageର ଭେଲ୍ୟୁ ଭାବେ
07:25 E267, Employee IDର ଭେଲ୍ୟୁ ଭାବେ ଏବଂ 10000, Employee salaryର ଭେଲ୍ୟୁ ଭାବେ ପାସ୍ ହୋଇଥାଏ
07:33 ବର୍ତ୍ତମାନ Person classରେ concrete methodକୁ p1.showBasicDetails() ଭାବେ ପ୍ରୟୋଗ କରନ୍ତୁ
07:41 object p1କୁ p1.showDetails() ଭାବେ ବ୍ୟବହାର କରି ଆମେ showDetails() methodକୁ ମଧ୍ୟ କଲ୍ କରିପାରିବା
07:50 ସେହିପରି Student classକୁ ବ୍ୟବହାର କରି Person classକୁ ଇନଷ୍ଟାନଶିଏଟ୍ କରନ୍ତୁ
07:55 ଏହା Person p2 equals new Student ଭାବେ ଉପସ୍ଥାପିତ ହୋଇଛି
08:01 ବର୍ତ୍ତମାନ ବିଭିନ୍ନ argumentଗୁଡିକର ଭେଲ୍ୟୁଗୁଡିକୁ ପାସ୍ କରନ୍ତୁ
08:06 ପ୍ରଦର୍ଶିତ ହେବା ଭଳି objectକୁ ବ୍ୟବହାର କରି ଆମେ showBasicDetails() method ଓ showDetails() ମେଥଡକୁ ପ୍ରୟୋଗ କରିପାରିବା
08:15 ବର୍ତ୍ତମାନ ଏହି Demo ପ୍ରୋଗ୍ରାମକୁ run କରନ୍ତୁ
08:18 ତେଣୁ class Demo ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ Run as > Java Applicationକୁ ଚୟନ କରନ୍ତୁ
08:25 ଏମ୍ପ୍ଲୋୟୀଙ୍କର ମୌଳିକ ବିବରଣୀଗୁଡିକ ଯେପରି name ଓ age ସହିତ ଆମେ ଆଉଟପୁଟକୁ ଦେଖିପାରିବା
08:31 showBasicDetails() ମେଥଡ୍ ଦ୍ଵାରା ଏଗୁଡିକ ପ୍ରିଣ୍ଟ ହୋଇଛି
08:35 ଏମ୍ପ୍ଲୋୟୀଙ୍କର ଅନ୍ୟ ବିବରଣୀଗୁଡିକ ଯେପରି employee ID ଓ salary, showDetails() ମେଥଡ୍ ଦ୍ଵାରା ପ୍ରିଣ୍ଟ ହୋଇଛି
08:43 ସେହିପରି ଷ୍ଟୁଡେଣ୍ଟଙ୍କର ମୌଳିକ ବିବରଣୀଗୁଡିକ ଯେପରି name ଓ age, showBasicDetails() ମେଥଡ୍ ଦ୍ଵାରା ପ୍ରିଣ୍ଟ ହୋଇଛି
08:52 ଷ୍ଟୁଡେଣ୍ଟଙ୍କର ଅନ୍ୟ ବିବରଣୀଗୁଡିକ ଯେପରି, Student register number ଓ grade, showDetails() ମେଥଡ୍ ଦ୍ଵାରା ପ୍ରିଣ୍ଟ ହୋଇଛି
09:01 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
09:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
  • Abstract Methods ଓ Concrete Methods
09:14
  • Abstract Classes ଓ Concrete Classes ଏବଂ
  • Abstract Classଗୁଡିକୁ କିପରି ସୃଷ୍ଟି ଓ ବ୍ୟବହାର କରିବା
09:21 ଗୋଟିଏ ଆସାଇନମେଣ୍ଟ ଭାବେ, ଗୋଟିଏ abstract class Vehicle ସୃଷ୍ଟି କରନ୍ତୁ ଯାହା run() ନାମକ ଏକ abstract methodକୁ ଧାରଣ କରିବ
09:29 ଗୋଟିଏ subclass Car ସୃଷ୍ଟି କରନ୍ତୁ ଯାହା Vehicle classକୁ ବିସ୍ତାର କରିଥାଏ ଏବଂ run methodକୁ ପ୍ରୟୋଗ କରିଥାଏ ଯାହା Car is running on 4 wheelsକୁ ପ୍ରିଣ୍ଟ କରିବ
09:39 ଗୋଟିଏ subclass Bike ମଧ୍ୟ ସୃଷ୍ଟି କରନ୍ତୁ ଯାହା ପୁନର୍ବାର Vehicle classକୁ ବିସ୍ତାର କରିବ ତଥା run ମେଥଡକୁ ପ୍ରୟୋଗ କରିବ ଯାହା Bike is running on 2 wheelsକୁ ପ୍ରିଣ୍ଟ କରିବ
09:50 ପରିଣାମଗୁଡିକୁ ଯାଞ୍ଚ କରିବା ପାଇଁ main ମେଥଡକୁ ଧାରଣ କରିଥିବା ଗୋଟିଏ Demo class ମଧ୍ୟ ସୃଷ୍ଟି କରନ୍ତୁ
09:56 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ
10:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
  • ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ
10:09 * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:13 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:16 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ
10:23 ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
10:28 ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି
10:35 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep