Java/C2/User-Input/Oriya

From Script | Spoken-Tutorial
Revision as of 19:46, 17 October 2016 by Pradeep (Talk | contribs)

Jump to: navigation, search
Time Narration
00:02 BufferedReader ବ୍ୟବହାର କରି Javaରେ User Input ଗ୍ରହଣ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:11 * Javaରେ ୟୁଜର୍ ଇନପୁଟ୍ ନେବା
00:13 * InputStreamReader ଓ BufferedReader ବିଷୟରେ
00:17 ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର
00:19 Eclipseରେ ଏକ ସରଳ Java ପ୍ରୋଗ୍ରାମ୍ କିପରି ଲେଖା, କମ୍ପାଇଲ୍ ଓ ରନ୍ କରାଯାଏ
00:24 Javaରେ Data Types ବିଷୟରେ ମଧ୍ୟ ଆପଣ ଜାଣିଥିବା ଦରକାର
00:27 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ

http://www.spoken-tutorial.org

00:35 ଏଠାରେ ମୁଁ ବ୍ୟବହାର କରୁଛି:
  • Ubuntu 11.10
  • JDK 1.6 ଓ
  • Eclipse 3.7.0
00:44 BufferedReader କ’ଣ ଏବେ ଆମେ ଶିଖିବା
00:48 Javaରେ ଏହା ହେଉଛି ଗୋଟିଏ କ୍ଲାସ୍, ଯାହାକୁ ଏକ Input Streamରୁ ଟେକ୍ସଟ୍ ପଡ଼ିବା ପାଇଁ ବ୍ୟବହାର କରାଯାଏ
00:53 ଏହା, Characters ଓ Linesର Array ପଢ଼ିବାକୁ ସୁଦକ୍ଷ ମାର୍ଗ ପ୍ରଦାନ କରେ
00:59 BufferedReaderର ବ୍ୟବହାର କରିବା ପାଇଁ ଆମକୁ, Java dot io Packageରୁ ତିନୋଟି କ୍ଲାସ୍ ଇମ୍ପୋର୍ଟ କରିବାକୁ ହେବ
01:05 ସେହି ତିନୋଟି Classes ହେଉଛି
  • IOException
  • InputStreamReader ଓ
  • BufferedReader
01:12 ଆଗାମୀ ଟ୍ୟୁଟୋରିଆଲ୍ସରେ ଆମେ Packages ବିଷୟରେ ଓ Classes କିପରି ଇମ୍ପୋର୍ଟ କରାଯାଏ, ଜାଣିବା
01:18 ଏବେ, Input କିପରି ନିଆଯାଏ?
01:21 ଆମେ, ୟୁଜରଠାରୁ ନେଉଥିବା ସମସ୍ତ ଇନପୁଟ୍ String ରୂପରେ ଥାଏ
01:26 ତା’ପରେ ତାହାକୁ ନିର୍ଦ୍ଦିଷ୍ଟ ଡେଟା ଟାଇପ୍ ରେ ଟାଇପ୍ କାଷ୍ଟ କିମ୍ୱା କନଭର୍ଟ କରାଯାଏ
01:31 ୟୁଜର୍ ଇନପୁଟ୍ ନେବାପାଇଁ ଆମ ପ୍ରୋଗ୍ରାମ୍ ଲେଖିବାବେଳେ ଆମେ ତାହାକୁ ଦେଖିବା
01:35 ଏବେ, BufferedReader ଲାଗୁ କରିବା ପାଇଁ ସିଣ୍ଟାକ୍ସ ଦେଖିବା
01:39 ଥରେ ଆପଣ ତିନୋଟିଯାକ Classes ଇମ୍ପୋର୍ଟ କରିବା ପରେ, ଆପଣଙ୍କୁ InputStreamReaderର ଏକ ଅବଜେକ୍ଟ କ୍ରିଏଟ୍ କରିବାକୁ ପଡ଼ିବ
01:45 ଆପଣଙ୍କୁ BufferedReaderର ଏକ ଅବଜେକ୍ଟ ମଧ୍ୟ କ୍ରିଏଟ୍ କରିବାକୁ ହେବ
01:49 ଆମ ପ୍ରୋଗ୍ରାମ୍ ଲେଖିବା ସମୟରେ ଏହି ବିଷୟରେ ସବିଶେଷ ଜାଣିବା
01:54 ତେବେ, Eclipseକୁ ଯାଆନ୍ତୁ
01:56 ମୁଁ, BufferedReader ନାମରେ ଗୋଟିଏ Class ଖୋଲିସାରିଛି
02:00 java.io package ଇମ୍ପୋର୍ଟ କରି ଆମେ ଆରମ୍ଭ କରିବା
02:04 ଟାଇପ୍ କରନ୍ତୁ: class ପୂର୍ବରୁ, import ସ୍ପେସ୍ java ଡଟ୍ io ଡଟ୍ star ସେମିକୋଲନ୍
02:13 ଏହା, InputStreamReader, BufferedReader ଓ IOException କ୍ଲାସେସ୍ ଇମ୍ପୋର୍ଟ କରିବ
02:20 ଏବେ ଆମେ, Main Method ଭିତରେ BufferedReaderର ବ୍ୟବହାର କରାଇବା
02:25 BufferedReaderରେ ଆମେ ଯାହାବି Method ବ୍ୟବହାର କରିବା, ତାହା ଭିତରେ ଆମକୁ ଏକ IOException Throw କରିବାକୁ ହେବ
02:31 ତେଣୁ, Main Method ଠିକ୍ ପରେ ଟାଇପ୍ କରନ୍ତୁ: throws space IOException
02:42 ଏବେ, ଏହାର ଅର୍ଥ କ’ଣ?
02:45 Exceptions ହେଉଛି ଏରର୍ସ, ଯାହା Javaରେ ଅପ୍ରତ୍ୟାଶିତ ଘଟଣା ଘଟିଲେ ହୋଇଥାଏ
02:52 Exception Errors ରୋକିବା ପାଇଁ ଆମେ, Throws କୀୱର୍ଡ୍ ବ୍ୟବହାର କରୁ
02:57 Exception Handling ସମୟରେ Throws କୀୱର୍ଡ୍ ବ୍ୟବହୃତ ହୋଇଥାଏ
03:00 ଏହା ସେତେବେଳେ ବ୍ୟବହୃତ ହୁଏ, ଯେତେବେଳେ ଆମେ ଜାଣିଥିବା ଯେ, Exception Error ନିଶ୍ଚିତ ଭାବେ ଘଟିବ
03:05 ଆମେ ଯେତେବେଳେ BufferedReader ବ୍ୟବହାର କରୁ, Exception Error ସର୍ବଦା ଘଟିଥାଏ
03:10 Exception Errors ରୋକିବା ପାଇଁ ଆମେ, Throws IOException ବ୍ୟବହାର କରିବା
03:16 ଆମେ Exception Handling ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଜାଣିବା
03:20 ଏବେ ଆମେ, InputStreamReaderର ଏକ ଅବଜେକ୍ଟ କ୍ରିଏଟ୍ କରିବା
03:24 ସେଥିପାଇଁ, Main Method ଭିତରେ ଟାଇପ୍ କରନ୍ତୁ: InputStreamReader ସ୍ପେସ୍ isr ଇକ୍ୱାଲ୍ ଟୁ new ସ୍ପେସ୍ InputStreamReader ପାରେନ୍ଥେସେସ୍
03:44 ପାରେନ୍ଥେସେସ୍ ଭିତରେ ଟାଇପ୍ କରନ୍ତୁ: System ଡଟ୍ in ଓ ତା’ପରେ ସେମିକୋଲନ୍
03:52 InputStreamReader ହେଉଛି Javaରେ ଗୋଟିଏ କ୍ଲାସ୍, ଯାହା ଆମକୁ User Input ନେବାକୁ ଅନୁମତି ଦେଇଥାଏ
04:01 System dot in, କୀବୋର୍ଡ ବ୍ୟବହାର କରି ଯୁଜର୍ ଙ୍କଠାରୁ Input ନେବାକୁ Java Compilerକୁ କହିଥାଏ
04:10 System dot in ନେଇଥିବା ଇନପୁଟ୍, କିଛି ସମୟ ପାଇଁ InputStreamReaderର ଅବଜେକ୍ଟରେ ଷ୍ଟୋର୍ ହୋଇଥାଏ
04:17 ଏହାପରେ ଆମେ BufferedReaderର ଏକ ଅବଜେକ୍ଟ କ୍ରିଏଟ୍ କରିବା
04:22 ଟାଇପ୍ କରନ୍ତୁ: BufferedReader ସ୍ପେସ୍ br ଇକ୍ୱାଲ୍ ଟୁ new ସ୍ପେସ୍ BufferedReader ଓ ତା’ପରେ ପାରେନ୍ଥେସେସ୍
04:36 ପାରେନ୍ଥେସେସ୍ ଭିତରେ InputStreamReaderର ଅବଜେକ୍ଟ ଟାଇପ୍ କରନ୍ତୁ, ଯାହା ହେଉଛି isr
04:43 ଏବେ, କେବଳ isr, ୟୁଜର୍ ଠାରୁ ଇନପୁଟ୍ ନେବାରେ ସାହାଯ୍ୟ କରିବ
04:48 BufferedReader, BufferedReader Objectରେ ଭାଲ୍ୟୁ ଷ୍ଟୋର୍ କରିବାରେ ସାହାଯ୍ୟ କରିଥାଏ
04:54 ଏହି ଭାଲ୍ୟୁକୁ isr, BufferedReader Objectକୁ ତାହା ଷ୍ଟୋର୍ କରିବା ପାଇଁ ପାସ୍ କରିଥାଏ
05:01 ଚାଲନ୍ତୁ ଏବେ, ୟୁଜର୍ ଠାରୁ ଇନପୁଟ୍ ନେବା ଆରମ୍ଭ କରିବା
05:06 ଆମେ ପ୍ରଥମେ ୟୁଜର୍ କୁ ଏକ String ଏଣ୍ଟର୍ କରିବାକୁ କହିବା. ତେଣୁ, String ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରନ୍ତୁ
05:14 ଟାଇପ୍ କରନ୍ତୁ: String ସ୍ପେସ୍ str ସେମିକୋଲନ୍
05:19 ଏବେ, ୟୁଜର୍ କୁ ନିଜ ନାମ ଏଣ୍ଟର୍ କରିବାକୁ କହିବା
05:23 ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ ନିଜ ନାମ ଏଣ୍ଟର୍ କରନ୍ତୁ ଓ ତା’ପରେ ସେମିକଲନ୍
05:33 String ଭାବରେ ଇନପୁଟ୍ ନେବା ପାଇଁ ଆମେ ଟାଇପ୍ କରିବା:
05:37 str ଇକ୍ୱାଲ୍ ଟୁ br ଡଟ୍ readLine ପାରେନ୍ଥେସେସ୍ ଓ ତା’ପରେ ସେମିକୋଲନ୍
05:45 ୟୁଜର୍ ଠାରୁ ଇନପୁଟ୍ କୁ readLine Method ପଢ଼ିବ
05:51 ଏବେ ଚାଲନ୍ତୁ, ଏକ Integer ଭାବେ ଇନପୁଟ୍ ନେବା. int ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରନ୍ତୁ
06:01 ଟାଇପ୍ କରନ୍ତୁ: int n ସେମିକଲନ୍
06:05 ଏବେ, ୟୁଜର୍ କୁ ନିଜ ବୟସ ଏଣ୍ଟର୍ କରିବାକୁ କହିବା
06:08 ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ ନିଜ ବୟସ ଏଣ୍ଟର୍ କରନ୍ତୁ ଓ ତା’ପରେ ସେମିକଲନ୍
06:21 ଇନପୁଟ୍ ନେବାପାଇଁ String ଟାଇପ୍ ର str1 ନାମକ ଆଉଏକ ଭେରିଏବଲ୍ ମଧ୍ୟ କ୍ରିଏଟ୍ କରନ୍ତୁ
06:31 String ଭାବରେ ଇନପୁଟ୍ ନେବା ପାଇଁ ଟାଇପ୍ କରନ୍ତୁ: str1 ଇକ୍ୱାଲ୍ ଟୁ br ଡଟ୍ readLine ପାରେନ୍ଥେସେସ୍ ଓ ତା’ପରେ ସେମିକୋଲନ୍
06:45 ଏହାକୁ ଇଣ୍ଟିଜର୍ ଡେଟାଟାଇପ୍ କୁ ବଦଳାଇବାକୁ, ଟାଇପ୍ କରନ୍ତୁ: n ଇକ୍ୱାଲ୍ ଟୁ କ୍ୟାପିଟାଲ୍ I ସହିତ Integer ଡଟ୍ parseInt, କ୍ୟାପିଟାଲ୍ I ବ୍ରାକେଟ୍ସ ମଧ୍ୟରେ str1 ସେମିକୋଲନ୍
07:05 Integer ହେଉଛି ଏକ କ୍ଲାସ୍ ଓ parseInt ହେଉଛି ତାହାର ମେଥଡ୍
07:11 ବ୍ରାକେଟ୍ ମଧ୍ୟରେ ପାସ୍ ହୋଇଥିବା ଆର୍ଗୁମେଣ୍ଟକୁ ଏହି ମେଥଡ୍, ଇଣ୍ଟିଜର୍ ରେ ବଦଳାଇଥାଏ
07:18 ବର୍ତ୍ତମାନ, Name ଓ Age ପାଇଁ ଆଉଟପୁଟ୍ କୁ ଚାଲନ୍ତୁ ପ୍ରଦର୍ଶିତ କରିବା
07:22 ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The name is plus str ଓ ସେମିକୋଲନ୍
07:38 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println The age is ପ୍ଲସ୍ n ଓ ତା’ପରେ ସେମିକୋଲନ୍
07:50 ଫାଇଲ୍ ସେଭ୍ କରିବା ପାଇଁ Ctrl+S ଦାବନ୍ତୁ. ଏବେ ପ୍ରୋଗ୍ରାମ୍ ରନ୍ କରନ୍ତୁ
07:55 Ctrl S ଓ Ctrl F11 ଦାବନ୍ତୁ
08:00 ଆଉଟପୁଟ୍ ରେ ଆପଣଙ୍କୁ ନିଜ ନାମ ଏଣ୍ଟର୍ କରିବାକୁ କୁହାଯିବ
08:03 ତେଣୁ, ନିଜ ନାମ ଟାଇପ୍ କରନ୍ତୁ. ମୁଁ ଏଠାରେ Ramu ଟାଇପ୍ କରି Enter ଦାବିବି
08:08 ଆପଣଙ୍କୁ ନିଜ ବୟସ୍ ଏଣ୍ଟର୍ କରିବାକୁ କୁହାଯିବ.
08:11 ମୁଁ ଏଠାରେ 20 ଟାଇପ୍ କରି Enter ଦାବିବି
08:13 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
08:15 The name is Ramu
08:16 ଓ The age is 20
08:18 ଏହିପରି ଭାବେ ଆମେ ଜାଣିଲେ, ୟୁଜର୍ ଠାରୁ ଇନପୁଟ୍ କିପରି ନିଆଯାଏ
08:24 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
08:26 * InputStreamReader ବିଷୟରେ
08:28 * BufferedReader ବିଷୟରେ
08:29 ଏବଂ Stringରୁ ଇପ୍ସିତ ଡେଟା ଟାଇପ୍ କୁ ବଦଳାଇବା ବିଷୟରେ
08:33 ସ୍ୱ-ମୂଲ୍ୟାଙ୍କନ ପାଇଁ, ୟୁଜର୍ ଠାରୁ ଏକ Flaot, Byte ଓ Character ନିଅନ୍ତୁ ଓ ତା’ପରେ ଆଉଟପୁଟ୍ ପ୍ରଦର୍ଶିତ କରନ୍ତୁ
08:42 ଇନପୁଟ୍ ଭାବେ ଏକ ନମ୍ୱର୍ ମଧ୍ୟ ନିଅନ୍ତୁ ଓ ତାକୁ 3 ଦ୍ୱାରା ବିଭାଜିତ କରନ୍ତୁ. ତା’ପରେ କନସୋଲ୍ ଉପରେ ଆଉଟପୁଟ୍ ପ୍ରଦର୍ଶିତ କରନ୍ତୁ
08:49 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
08:54 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:57 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:04 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:07 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:11 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:18 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:21 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:27 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

http://spoken-tutorial.org\NMEICT-Intro.

09:36 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep