Java/C2/For-Loop/Oriya

From Script | Spoken-Tutorial
Revision as of 02:18, 4 October 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 Javaରେ For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିବା
00:12 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
  • Ubuntu 11.10
  • JDK 1.6 ଓ
  • Eclipse 3.7
00:24 ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Relational Operators ଓ If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ
00:32 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ [1]
00:40 ଏହା ହେଉଛି For Loopର ସିଣ୍ଟାକ୍ସ
00:44 ଏଥିରେ ରହିଛି Initialization, Loop Condition ଓ Increment
00:51 ତା’ପରେ ଏଥିରେ ରହିଛି For Block, ଯାହା Loop Condition, True ହେବା ପର୍ଯ୍ୟନ୍ତ ନିଷ୍ପାଦନ କରୁଥାଏ
01:00 ଏବେ, Eclipseରେ ଗୋଟିଏ ଉଦାହରଣ ଦେଖିବା
01:04 Eclipseକୁ ଯାଆନ୍ତୁ
01:07 ଆମ ପାଖରେ ପୂର୍ବରୁ, ForLoopDemo ନାମକ ଗୋଟିଏ Class ଅଛି
01:12 ଏବେ ଚାଲନ୍ତୁ, Main Method ଭିତରେ For Loop ଯୋଡ଼ିବା
01:17 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int i ସେମିକଲନ୍
01:24 ତା’ପରେ, for ପାରେନ୍ଥେସେସ୍ ମଧ୍ୟରେ i ଇକ୍ୱାଲ୍ ଟୁ 0 ସେମିକଲନ୍ i ଲେସ୍ ଦ୍ୟାନ୍ 10 ସେମିକଲନ୍ i ଇକ୍ୱାଲ୍ ଟୁ i ପ୍ଲସ୍ 1
01:45 ଏହି ଷ୍ଟେଟମେଣ୍ଟ, Loop କିପରି ଆଗକୁ ବଢ଼ିବ, ତାହା ନିର୍ଦ୍ଧାରିତ କରିଥାଏ
01:53 Loop ପାଇଁ ଆରମ୍ଭ କଣ୍ଡିଶନ୍ ହେଉଛି i = 0
01:58 ଭେରିଏବଲ୍ ଆରମ୍ଭ ହେବାକୁ ଏହି କଣ୍ଡିଶନ୍ ଅନୁମତି ଦେଇଥାଏ
02:05 i<10 ହେଉଛି Loop Running Condition
02:09 ଯଦି କଣ୍ଡିଶନ୍ True ହୋଇଥାଏ, ତେବେ For Block ନିଷ୍ପାଦିତ ହେବ
02:14 ଅନ୍ୟଥା, ତାହା ଅଣଦେଖା ହୋଇଯିବ
02:17 ତାହାର ଅର୍ଥ, ଯେତେବେଳେ i, 10ଠାରୁ ଅଧିକ କିମ୍ୱା ସମାନ ହୋଇଯିବ, Blockଟି ନିଷ୍ପାଦିତ ହେବନାହିଁ
02:25 ତା’ପରେ, i = i+1 କୁହେ ଯେ, କିପରି Loop Variable ବଦଳିବାକୁ ଯାଉଛି
02:32 ଏଠାରେ, iର ଭାଲ୍ୟୁ 0 ସହିତ ଆରମ୍ଭ ହୁଏ
02:35 ଏହା Loopର ପ୍ରତ୍ୟେକ ଚକ୍ର ପାଇଁ 1 ବଢ଼ାଇଥାଏ, ଯେପର୍ଯ୍ୟନ୍ତ ତାହା 10 ହୋଇନାହିଁ
02:42 ଏବେ, i ସହିତ କିଛି କରିବା
02:46 ତେଣୁ, କର୍ଲୀ ବ୍ରାକେଟ୍ ଖୋଲନ୍ତୁ ଓ ବନ୍ଦ କରନ୍ତୁ
02:49 କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ଓ ପ୍ରିଣ୍ଟ କରନ୍ତୁ i into i
03:06 ଏହା, 0 ରୁ 9 ପର୍ଯ୍ୟନ୍ତ ପ୍ରତ୍ୟେକ ସଂଖ୍ୟାର ବର୍ଗ ପ୍ରିଣ୍ଟ କରିବ
03:11 ଆଉଟପୁଟ୍ ଦେଖିବା
03:13 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
03:17 ଆମେ ଦେଖିପାରୁଛେ ଯେ, Loop, 0 ରୁ 9 ପର୍ଯ୍ୟନ୍ତ ସଂଖ୍ୟାରେ ସଂଚାଳିତ ହୋଇଥାଏ
03:23 ପ୍ରତ୍ୟେକ ଚକ୍ରରେ ସଂଖ୍ୟାର ବର୍ଗ ପ୍ରିଣ୍ଟ ହୋଇଯାଇଛି
03:28 ଏବେ, ସମସ୍ତ 2 ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକୁ ପ୍ରିଣ୍ଟ କରିବା, ଯାହା 3 କିମ୍ୱା 5ର ଗୁଣକ ଅଟନ୍ତି
03:37 ତେଣୁ, iର 10 ରୁ 99 ପର୍ଯ୍ୟନ୍ତ ଭାଲ୍ୟୁ ରହିବା ଦରକାର
03:42 i ଇକ୍ୱାଲ୍ ଟୁ 0 କୁ ବଦଳାଇ i ଇକ୍ୱାଲ୍ ଟୁ 10 କରନ୍ତୁ
03:48 ଏବଂ i ଲେସ୍ ଦ୍ୟାନ୍ 10 କୁ ବଦଳାଇ i ଲେସ୍ ଦ୍ୟାନ୍ 100 କରନ୍ତୁ
03:54 ତା’ପରେ କର୍ଲୀ ବ୍ରାକେଟ୍ ମଧ୍ୟରେ ଆମେ, ସଂଖ୍ୟା ପ୍ରିଣ୍ଟ କରିବା, ଯଦି ତାହା କେବଳ 3 କିମ୍ୱା 5ର ଗୁଣକ ହୋଇଥିବ
04:03 ଟାଇପ୍ କରନ୍ତୁ:
04:04 if ବ୍ରାକେଟ୍ସ ମଧ୍ୟରେ i mod 3 ଇକ୍ୱାଲ୍ ଇକ୍ୱାଲ୍ ଟୁ 0 କିମ୍ୱା ବ୍ରାକେଟ୍ ମଧ୍ୟରେ i mod 5 ଇକ୍ୱାଲ୍ ଇକ୍ୱାଲ୍ ଟୁ 0
04:32 ଏହି ଷ୍ଟେଟମେଣ୍ଟ ଯାଞ୍ଚ କରେ ଯେ i, 3 କିମ୍ୱା 5 ଦ୍ୱାରା ବିଭାଜ୍ୟ କି ନୁହେଁ
04:38 ତା’ପରେ, କର୍ଲୀ ବ୍ରାକେଟ୍ ଭିତରେ ଆମେ, i ର ଭାଲ୍ୟୁ ପ୍ରିଣ୍ଟ କରିବା
04:50 ଏବେ ଆଉଟପୁଟ୍ ଦେଖିବା
04:52 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
04:56 ଆମେ ଦେଖିପାରୁଛେ ଯେ, ସଂଖ୍ୟାଗୁଡ଼ିକ 3 କିମ୍ୱା 5ର ଗୁଣକ ଅଟନ୍ତି. ଏହିପରି ଭାବେ ଆମେ Javaରେ For Loop ବ୍ୟବହାର କରେ
05:11 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
05:14 ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିଲେ
05:20 ଏକ ଆସାଇନମେଣ୍ଟ ଭାବେ, ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ Armstrong Number କୁହାଯାଏ, ଯଦି ଏହା, ନିଜ ଅଙ୍କଗୁଡ଼ିକର ଘନର ଯୋଗ ସହିତ ସମାନ ହୋଇଥିବ
05:29 ଉଦାହରଣସ୍ୱରୂପ, 153 ଇଜ୍ ଇକ୍ୱାଲ୍ ଟୁ 1ର ଘନ ଯୁକ୍ତ 5ର ଘନ ଯୁକ୍ତ 3ର ଘନ
05:36 ଏହିପରି ସମସ୍ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ବାହାର କରନ୍ତୁ
05:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
05:42 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. spoken-tuitorial.org/What_is_a_Spoken-Tuitorial?
05:49 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
06:01 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
06:04 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
06:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:20 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
06:28 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep