Java/C2/Default-constructor/Oriya

From Script | Spoken-Tutorial
Revision as of 18:31, 6 October 2016 by Pradeep (Talk | contribs)

Jump to: navigation, search
Time Narration
00:02 Javaରେ Default Constructor ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:10 * Default Constructor ବିଷୟରେ
00:12 * ଓ ଏକ Constructor କ୍ରିଏଟ୍ କରିବା
00:15 ଏଠାରେ ଆମେ ବ୍ୟବହାର କରୁଛୁ:
  • Ubuntu 11.10
  • Java Development Environment JDK 1.6 ଓ
  • Eclipse 3.7.0
00:26 ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର
00:29 Eclipse ବ୍ୟବହାର କରି Javaରେ ଗୋଟିଏ Class ଓ କ୍ଲାସ୍ ର Object କିପରି କ୍ରିଏଟ୍ କରାଯାଏ
00:34 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ

http://www.spoken-tutorial.org

00:42 Instance ଭେରିଏବଲ୍ସ ଇନିଶିଆଲାଇଜ୍ କରିବା ପାଇଁ Constructor ବ୍ୟବହୃତ ହୋଇଥାଏ
00:46 ନୂଆ ଅବଜେକ୍ଟ କ୍ରିଏଶନ୍ ସମୟରେ ଏହାକୁ କଲ୍ କରାଯାଏ
00:50 Javaରେ ଗୋଟିଏ Constructorକୁ କିପରି ପରିଭାଷିତ କରାଯାଏ, ଏବେ ଚାଲନ୍ତୁ ଦେଖିବା
00:55 Eclipseରେ ମୁଁ, Student.java ନାମରେ ଏକ Java ଫାଇଲ୍ କ୍ରିଏଟ୍ କରିସାରିଛି
01:02 Student Classରେ ଆମେ ଦୁଇଟି ଭେରିଏବଲ୍ସ ଘୋଷଣା କରିବା
01:07 ତେଣୁ, ଟାଇପ୍ କରନ୍ତୁ int roll_number ସେମିକୋଲନ୍ ଓ String name ସେମିକୋଲନ୍
01:20 ଏବେ, ଏକ Method କ୍ରିଏଟ୍ କରିବା
01:22 ଟାଇପ୍ କରନ୍ତୁ: void studentDetail()
01:33 କର୍ଲୀ ବ୍ରାକେଟ୍ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ Out ଡଟ୍ Println roll_number;
01:50 ତା’ପରେ System ଡଟ୍ Out ଡଟ୍ Println name;
02:03 ଏବେ, Main Methodରେ ଆମେ ଏହି ମେଥଡ୍ କୁ କଲ୍ କରିବା
02:08 ତେଣୁ, ଏକ ଅବଜେକ୍ଟ କ୍ରିଏଟ୍ କରି Methodକୁ କଲ୍ କରିବା
02:14 ଟାଇପ୍ କରନ୍ତୁ: Student ଅବଜେକ୍ଟ ନାମ stu ଇକ୍ୱାଲ୍ ଟୁ new Student()
02:28 ତା’ପରେ stu ଡଟ୍ ମେଥଡ୍ ନାମ, ଯାହା ହେଉଛି studentDetail
02:41 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.
02:46 ଆମେ ଆଉଟପୁଟ୍ ଭାବେ Zero ଓ Nullକୁ ଦେଖିପାରୁଛେ.
02:49 int ଭେରିବଲ୍ roll_number, ତାହାର ଡିଫଲ୍ଟ ଭାଲ୍ୟୁ Zeroକୁ ଇନିଶିଆଲାଇଜ୍ ହୋଇଗଲା
02:56 ଓ String name, ତାହାର ଡିଫଲ୍ଟ ଭାଲ୍ୟୁ Nullକୁ ଇନିଶିଆଲାଇଜ୍ ହୋଇଗଲା
03:02 ଯଦି ଆମେ ଏକ Constructor ପରିଭାଷିତ କରିବା ନାହିଁ, ତେବେ ଏକ ଡିଫଲ୍ଟ Constructor କ୍ରିଏଟ୍ ହେବ
03:08 ଡିଫଲ୍ଟ Constructorର କୌଣସି ପାରାମିଟର୍ ନାହିଁ
03:11 ତାହା, ସେଗୁଡ଼ିକର ଡିଫଲ୍ଟ ଭାଲ୍ୟୁକୁ Instance ଭେରିଏବଲ୍ସ ଇନିଶିଆଲାଇଜ୍ କରେ
03:16 ଏବେ, ଏକ Constructor ପରିଭାଷିତ କରିବା
03:18 ଟାଇପ୍ କରନ୍ତୁ: କ୍ୟାପିଟାଲ୍ S ସହିତ Student ପାରେନ୍ଥେସେସ୍ ଓ କର୍ଲୀ ବ୍ରାକେଟ୍ସ
03:30 ମନେରଖନ୍ତୁ, Class Name ପରି Constructorର ମଧ୍ୟ ସମାନ ନାମ ଥାଏ, ଯାହା ସହିତ ସେ ସମ୍ୱନ୍ଧିତ ଅଟେ
03:38 Constructors, ମେଥଡ୍ସ ସହିତ ମଧ୍ୟ ସମାନ, କିନ୍ତୁ ସେଥିରେ କିଛି ମହତ୍ୱପୂର୍ଣ୍ଣ ଭିନ୍ନତା ଥାଏ
03:44 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.
03:48 ଆମେ, ସେହି ସମାନ ଆଉଟପୁଟ୍ ଦେଖୁ
03:51 ଏହାର କାରଣ ହେଉଛି, ଆମେ ପରିଭାଷିତ କରିଥିବା Constructor, କୌଣସି Constructor ନଥିବା ଭଳି ସମାନ
03:58 କିନ୍ତୁ ଏଠାରେ, କୌଣସି ଡିଫଲ୍ଟ Constructor କ୍ରିଏଟ୍ ହୋଇନାହିଁ, କାରଣ ଆମେ Constructor ପରିଭାଷିତ କରିଛେ
04:06 ଏବେ, ଆମ ଭେରିଏବଲ୍ସକୁ ଭାଲ୍ୟୁଜ୍ ଦେବା
04:11 ତେଣୁ, Constructor ଭିତରେ ଟାଇପ୍ କରନ୍ତୁ: roll_number ଇକ୍ୱାଲ୍ ଟୁ ten ସେମିକୋଲନ୍
04:25 ଏବଂ name ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Raman
04:35 ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
04:43 ଆମେ ଆଉଟପୁଟ୍ ରେ ଦେଖିପାରୁଛେ ଯେ, roll_number ହେଉଛି ten ଓ name ହେଉଛି Raman
04:50 ତେଣୁ, Constructor, Instance Fieldକୁ ଇନିଶିଆଲାଇଜ୍ କରେ
04:55 ଏବେ, Method ଓ ଗୋଟିଏ Constructor ମଧ୍ୟରେ କିଛି ପାର୍ଥକ୍ୟ ଦେଖିବା
05:01 Constructorରେ ରିଟର୍ନ ଟାଇପ୍ ନଥାଏ
05:05 ଯେଉଁଠାରେକି Methodରେ ରିଟର୍ନ ଟାଇପ୍ ଥାଏ
05:10 New ଅପରେଟର୍ ବ୍ୟବହାର କରି Constructorକୁ କଲ୍ କରାଯାଏ
05:16 ଯେତେବେଳେକି Methodକୁ Dot ଅପରେଟର୍ ବ୍ୟବହାର କରି କଲ୍ କରାଯାଏ
05:21 ତେଣୁ, Constructor ଓ Method ମଧ୍ୟରେ କିଛି ଭିନ୍ନତା ରହିଛି
05:29 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
05:32 * Default Constructor ବିଷୟରେ
05:34 * ଏକ Constructorକୁ ପରିଭାଷିତ କରିବା
05:36 ଆଉ Method ଓ Constructor ମଧ୍ୟରେ ଭିନ୍ନତା
05:41 ସ୍ୱ-ମୂଲ୍ୟାଙ୍କନ ପାଇଁ
05:42 ଭେରିଏବଲ୍ସ ପ୍ରଦର୍ଶିତ କରିବା ପାଇଁ Variables ଓ ଏକ Method ସହିତ ଗୋଟିଏ କ୍ଲାସ୍ Employee କ୍ରିଏଟ୍ କରନ୍ତୁ
05:47 ଓ କ୍ଲାସ୍ Employee ପାଇଁ ଏକ Constructor କ୍ରିଏଟ୍ କରନ୍ତୁ
05:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
05:54 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ

http://spoken-tutorial.org/What_is_a_Spoken_Tutorial

06:00 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:03 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
06:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
06:08 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:11 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
06:14 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
06:20 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:24 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:29 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

http://spoken-tutorial.org/NMEICT-Intro

06:38 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:40 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
06:42 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

ଜୟ ହିନ୍ଦ

Contributors and Content Editors

PoojaMoolya, Pradeep