Introduction-to-Computers/C2/Compose-Options-for-Email/Oriya

From Script | Spoken-Tutorial
Revision as of 18:58, 28 December 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 Compose Options for Emails ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆପଣ ନିମ୍ନଲିଖିତ ଶିଖିବେ,
00:10 * ଇମେଲ୍ ପ୍ରାପ୍ତକର୍ତ୍ତା ବିଷୟରେ, ଯେପରି To, CC, BCC
00:16 * ଇମେଲ୍ ଟେକ୍ସଟ୍ ଫର୍ମାଟ୍ କରିବା
00:19 * ଇମେଲ୍ସ ସହିତ ଫାଇଲ୍ସ ଆଟାଚ୍ କରିବା
00:22 * ଗୁଗଲ୍ ଡ୍ରାଇଭ୍ ମାଧ୍ୟମରେ ଫାଇଲ୍ସ ଶେୟାର୍ କରିବା
00:25 * ଇମେଲ୍ ଭିତରେ ଏକ ଫୋଟୋ କିମ୍ୱା ଲିଙ୍କ ଇନ୍ସର୍ଟ କରିବା
00:29 ଏବଂ କମ୍ପୋଜ୍ ୱିଣ୍ଡୋ ଅପ୍ସନ୍ସ ବିଷୟରେ*
00:33 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍
00:38 ଓ ଏକ ୱେବ୍ ବ୍ରାଉଜର୍ ଦରକାର
00:40 ଏହି ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି
00:45 ଚାଲନ୍ତୁ ଆରମ୍ଭ କରିବା
00:46 ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି ଟାଇପ୍ କରନ୍ତୁ http://gmail.com
00:55 Login ପେଜ୍ ଖୋଲିଲା
00:58 Username ଓ Password ଏଣ୍ଟର୍ କରନ୍ତୁ
01:04 ଯଦି Login ପେଜ୍ Username ସହିତ ଖୋଲେ, ତେବେ ତାହାର ଅର୍ଥ ହେଉଛି, ଆପଣ ନିଜ ମେଶିନ୍ ରୁ ଏହି ଆକାଉଣ୍ଟକୁ ଆକ୍ସେସ୍ କରିସାରିଛନ୍ତି
01:12 Password ଏଣ୍ଟର୍ କରନ୍ତୁ
01:15 ଓ Sign In ବଟନ୍ ରେ କ୍ଲିକ୍ କରନ୍ତୁ
01:18 ଆମେ ଆମର Gmail ପେଜ୍ କୁ ଆସିଲେ
01:21 ଏବେ ଚାଲନ୍ତୁ, ଏକ ଇମେଲ୍ ଲେଖିବା ପାଇଁ ଉପଲବ୍ଧ ଅପ୍ସନ୍ସ ଦେଖିବା
01:26 ପ୍ରଥମେ Compose ବଟନ୍ ରେ କ୍ଲିକ୍ କରନ୍ତୁ
01:31 Compose Window ଖୋଲିବ
01:34 To ସେଗମେଣ୍ଟରେ ଆମେ ପ୍ରାପ୍ତକର୍ତ୍ତାଙ୍କ ନାଁ ଲେଖିବା
01:38 ଏଥିରେ 3ଟି ଅପ୍ସନ୍ସ ଅଛି To, Cc ଓ Bcc
01:44 Ccର ଅର୍ଥ ହେଉଛି Carbon Copy, ଆଉ Bccର ଅର୍ଥ ହେଉଛି Blind Carbon Copy
01:51 To ଫିଲ୍ଡରେ ଆମକୁ, ଯେଉଁ ବ୍ୟକ୍ତିଙ୍କ ପାଖକୁ ଇମେଲ୍ ପଠାଇବାକୁ ଚାହୁଁଛେ, ତାଙ୍କର ଇମେଲ୍ ଆଡ୍ରେସ୍ ଆଡ୍ କରିବାକୁ ହେବ
01:58 Screen Shot ଦେଖନ୍ତୁ
02:01 ଯଦି ଆମେ ଏକାଧିକ ଇମେଲ୍ ପଠାଇବାକୁ ଚାହିଁବା, ତେବେ To ଫିଲ୍ଡରେ Email IDଗୁଡ଼ିକ ଆଡ୍ କରିବା
02:09 Screen Shot ଦେଖନ୍ତୁ
02:12 ଅନ୍ୟମାନଙ୍କୁ ପଠାଇବା ପାଇଁ Cc ଅପ୍ସନ୍ ବ୍ୟବହାର କରନ୍ତୁ
02:18 To ଓ Scରେ ଥିବା ସମସ୍ତ ପ୍ରାପ୍ତକର୍ତ୍ତା ଅନ୍ୟ ସମସ୍ତ ପ୍ରାପ୍ତକର୍ତ୍ତାଙ୍କୁ ଦେଖିପାରିବେ
02:25 Screen Shot ଦେଖନ୍ତୁ
02:28 ଅନ୍ୟମାନଙ୍କୁ ପଠାଇବା ପାଇଁ ଆପଣ BCc ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବେ
02:34 ଏହି ଅପ୍ସନ୍ ରେ, To ଓ Ccରେ ଥିବା ପ୍ରାପ୍ତକର୍ତ୍ତା Bccରେ ଥିବା ପ୍ରାପ୍ତ କର୍ତ୍ତାଙ୍କୁ ଦେଖିପାରିବେ ନାହିଁ
02:42 Bccରେ ଥିବା ପ୍ରାପ୍ତକର୍ତ୍ତା To ଓ Ccରେ ଥିବା ପ୍ରାପ୍ତକର୍ତ୍ତାମାନଙ୍କୁ ଦେଖିପାରିବେ
02:47 କିନ୍ତୁ ଅନ୍ୟ Bcc ପ୍ରାପ୍ତକର୍ତ୍ତା ନୁହେଁ
02:51 ମେଲ୍ ପ୍ରେରକ ସମ୍ପୂର୍ଣ୍ଣ ପ୍ରାପ୍ତକର୍ତ୍ତା ତାଲିକା ଦେଖିପାରିବେ
02:55 Screen Shot ଦେଖନ୍ତୁ
02:58 ଜରୁରୀ ସୂଚନା
03:00 ପ୍ରାପ୍ତକର୍ତ୍ତା ଫିଲ୍ଡ To, Cc ଓ Bccରେ ଆମେ ଯେକୌଣସି ସଂଖ୍ୟକ Email ID ଆଡ୍ କରିପାରିବା
03:08 ହେଲେ ଦିନକୁ ସର୍ବାଧିକ ସୀମା ହେଉଛି 500 ପ୍ରାପ୍ତକର୍ତ୍ତା
03:13 ପ୍ରତ୍ୟେକ Email IDକୁ ସ୍ପେସ୍ କିମ୍ୱା କମା କିମ୍ୱା କଲନ୍ ଦ୍ୱାରା ପୃଥକ୍ କରିବାକୁ ପଡ଼ିବ
03:20 ଏବେ ଚାଲନ୍ତୁ ଆମର Gmail Compose Windowକୁ ଫେରିଯିବା
03:25 ଡିଫଲ୍ଟ ଭାବରେ, କର୍ସର୍ To ଫିଲ୍ଡରେ ଥାଏ
03:29 ନିମ୍ନ ପ୍ରାପ୍ତକର୍ତ୍ତା ଠିକଣା ଏଣ୍ଟର୍ କରନ୍ତୁ
03:33 To ଫିଲ୍ଡରେ ray.becky.0808@gmail.com
03:46 Cc ଫିଲ୍ଡରେ 0808iambecky@gmail.com
03:55 Bcc ଫିଲ୍ଡରେ stlibreoffice@gmail.com ଓ info@spoken-tutorial.org ଭାବରେ Email ID ଦିଅନ୍ତୁ
04:10 Subject Lineରେ କ୍ଲିକ୍ କରି ନିଜ ଇମେଲ୍ ପାଇଁ ସଂକ୍ଷିପ୍ତ ବିବରଣୀ ଏଣ୍ଟର୍ କରନ୍ତୁ
04:15 ମୁଁ ଟାଇପ୍ କରିବି Partner with us
04:19 କଣ୍ଟେଣ୍ଟ ଏରିଆରେ ନିମ୍ନ ମେସେଜ୍ ଟାଇପ୍ କରନ୍ତୁ
04:24 Spoken Tutorial Project is helping to bridge the digital divide
04:29 ଆମ ଇମେଲ୍ ର ବଡୀରେ ବେସିକ୍ ଟେକ୍ସଟ୍ ଫର୍ମାଟିଙ୍ଗ ପାଇଁ Gmail ଆମକୁ ଅନୁମତି ଦେଇଥାଏ
04:35 Compose Windowର ତଳେ ଡିଫଲ୍ଟ ଭାବରେ ଏହା ପ୍ରଦର୍ଶିତ ହୋଇଥାଏ
04:41 ଯଦି ନୁହେଁ, ତେବେ ଫର୍ମାଟିଙ୍ଗ ଟୁଲ୍ ବାର୍ ଆକ୍ସେସ୍ କରିବାକୁ Formatting Options ବଟନ୍ କ୍ଲିକ୍ କରନ୍ତୁ
04:47 ଏଥିରେ, Fonts, Sizes, Bold, Italic, Underline, Text Color, Align, Numbered ଏବଂ Bulleted Lists ଓ Indention ପରି ବିଭିନ୍ନ ଅପ୍ସନ୍ସ ଅଛି
05:03 ଏହିସବୁ ଅପ୍ସନ୍ସ, ଯେକୌଣସି Word Processor Application ସହ ସମାନ
05:08 ଆପଣ ନିଜେ ଏହିସବୁ ଅପ୍ସନ୍ସକୁ ଏକ୍ସପ୍ଲୋର୍ କରିପାରିବେ
05:12 ଏହିପରି ମୁଁ ମୋ ଟେକ୍ସଟ୍ କୁ ଫର୍ମାଟ୍ କରିଛି
05:16 ଫର୍ମାଟିଙ୍ଗ ଟୁଲ୍ ବାର୍ ଲୁଚାଇବାକୁ Formatting Options ବଟନ୍ କ୍ଲିକ୍ କରନ୍ତୁ
05:22 Compose Windowରେ, Files, Photos, Links ଓ Emoticons ଆଟାଚ୍ କରିବା ପାଇଁ ଅପ୍ସନ୍ସ ଅଛି
05:32 ଅନ୍ୟମାନଙ୍କ ସହିତ Files କିମ୍ୱା Documents ଶେୟାର୍ କରିବାକୁ,
05:35 ଆମେ Attach Files କିମ୍ୱା Insert Files Using Drive ଅପ୍ସନ୍ ବ୍ୟବହାର କରିପାରିବା
05:41 ସମସ୍ତ ମେଲ୍ ପ୍ରୋଭାଇଡର୍ସ, Attachment ଭାବେ ଫାଇଲ୍ସ ପଠାଇବାକୁ ଅନୁମତି ଦେଇଥା’ନ୍ତି
05:46 ଆପଣ 25 ମେଗାବାଇଟ୍ସ (MB) ପର୍ଯ୍ୟନ୍ତ ଆଟାଚ୍ କରିପାରିବେ
05:51 ଏହାଠାରୁ ଅଧିକ ଫାଇଲ୍ସ ପଠାଇବା ପାଇଁ ଆପଣ, Insert Files Using Drive ଅପ୍ସନ୍ ବ୍ୟବହାର କରିପାରିବେ
05:59 ଚାଲନ୍ତୁ, 1MBରୁ କମ୍ ଆକାରର ଏକ PDF ଫାଇଲ୍ କୁ ପ୍ରଥମେ ଆଟାଚ୍ କରିବା
06:04 ଏକ ପେପର୍ କ୍ଲିପ୍ ପରି ଦେଖାଯାଉଥିବା Attach File Icon ଉପରେ କ୍ଲିକ୍ କରନ୍ତୁ
06:09 ଏହା File Browser ଖୋଲିବ
06:12 ଆପଣ ପଠାଇବାକୁ ଚାହୁଥିବା ଫାଇଲ୍ କୁ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ
06:16 ଡେସ୍କଟପ୍ ରୁ ମୁଁ myscript.pdf ସିଲେକ୍ଟ କରି Openରେ କ୍ଲିକ୍ କରିବି
06:23 ଆମ ମେଲ୍ ସହିତ ଫାଇଲଟି ଆଟାଚ୍ ହେଉଥିବାର ଆମେ ଦେଖିପାରିବା
06:27 Attach Files ଅପ୍ସନ୍ ବ୍ୟବହାର କରି ଏକାଧିକ ଫାଇଲ୍ ମଧ୍ୟ ମେଲ୍ ରେ ଆଟାଚ୍ କରିହେବ
06:34 ମେସେଜ୍ ସହିତ ଆଟାଚ୍ ହୋଇଥିବା ଗୋଟିଏ ଫାଇଲକୁ କାଢ଼ିବା ପାଇଁ, ଫାଇଲ୍ ନାମର ଡାହାଣପଟେ ଥିବା X ଚିହ୍ନ ଉପରେ କ୍ଲିକ୍ କରନ୍ତୁ
06:41 ଏବେ, ପ୍ରାୟ 30MBର ଗୋଟିଏ ଫାଇଲକୁ ଚାଲନ୍ତୁ ଆଟାଚ୍ କରିବା
06:46 ମୋ ଡେସ୍କଟପ୍ ଉପରେ ପ୍ରାୟ 30MB ଆକାରର ଏକ zip ଫାଇଲ୍ ଅଛି
06:52 ପୁଣିଥରେ Attach Files ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:56 ବ୍ରାଉଜ୍ କରି 30MB zip file ସିଲେକ୍ଟ କରନ୍ତୁ ଓ Open କ୍ଲିକ୍ କରନ୍ତୁ
07:02 ଆମେ ଏକ ପପ୍ ଅପ୍ ମେସେଜ୍ ପାଇବା:
07:04 The file you are trying to send exceeds the 25mb attachment limit
07:09 ଓ ଏହା ଆମକୁ Send Using Google Drive ପାଇଁ ଅପ୍ସନ୍ ଦିଏ
07:14 Send Using Google Drive ବଟନ୍ ଉପରେ କ୍ଲିକ୍ କରନ୍ତୁ
07:18 ମୁଁ ଏହାକୁ କିଛି ସମୟ ପାଇଁ ବନ୍ଦ କରୁଛି
07:21 Insert Files Using Drive ଅପ୍ସନ୍ ଉପରେ କ୍ଲିକ୍ କଲେ ମଧ୍ୟ ଆମକୁ ପୂର୍ବପରି ୱିଣ୍ଡୋ ମିଳିବ
07:28 ଏଠାରେ ଆମେ 3ଟି ଟାବ୍ସ ଦେଖିପାରୁଛେ:
07:31 My Dive, Shared With Me ଓ Upload
07:36 ଡିଫଲ୍ଟ ଭାବରେ, ପୂର୍ବରୁ ଅପଲୋଡ୍ ହୋଇସାରିଥିବା ଫାଇଲଗୁଡ଼ିକ My Drive ଟାବ୍ ରେ ଉପଲବ୍ଧ ହେବ
07:43 ଏଠାରେ ଆପଣ ଗୋଟିଏ ଫାଇଲ୍ ଦେଖିପାରୁଛନ୍ତି
07:46 ଆକାଉଣ୍ଟ କ୍ରିଏଶନ୍ ସମୟରେ ଏହା ଗୁଗଲ୍ ଟିମ୍ ଦ୍ୱାରା ଶେୟାର୍ କରାଯାଇଥିଲା
07:51 Shared With Me ଟାବ୍ କ୍ଲିକ୍ କରନ୍ତୁ
07:55 ଏଠାରେ ଆମେ No One's Shared Any Files With You Yet! ମେସେଜ୍ ଦେଖୁଛେ
08:00 ଯଦି କେହି ଆପଣଙ୍କ ସହିତ ଫାଇଲ୍ ଶେୟାର୍ କରେ, ତେବେ ତାହା Shared With Me ଟାବ୍ ରେ ଉପଲବ୍ଧ ହେବ
08:06 ଏବେ, ଗୋଟିଏ ନୂଆ ଫାଇଲ୍ ଅପଲୋଡ୍ କରିବା ପାଇଁ Upload ଟାବ୍ ରେ କ୍ଲିକ୍ କରନ୍ତୁ
08:12 Select Files From Your Computer ବଟନ୍ ଉପରେ କ୍ଲିକ୍ କରନ୍ତୁ
08:16 ଅପଲୋଡ୍ ହେବାକୁଥିବା ଫାଇଲ୍ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ ଓ Open ଉପରେ କ୍ଲିକ୍ କରନ୍ତୁ
08:23 ଯଦି ଅଧିକ ଫାଇଲ୍ ଆଡ୍ କରିବାକୁ ଚାହାନ୍ତି, ତେବେ Add More Files ଉପରେ କ୍ଲିକ୍ କରନ୍ତୁ
08:27 ମୁଁ ଏବେପାଇଁ ଏହାକୁ ଛାଡ଼ିଦେଇ କେବଳ ଗୋଟିଏ ଫାଇଲ୍ ଅପଲୋଡ୍ ସହିତ ଆଗକୁ ବଢ଼ିବି
08:33 ଫାଇଲ ଆଡ୍ ହେବା ପରେ, ଏହା କିପରି ଭାବେ ଆମ ମେଲ୍ ରେ ଇନ୍ସର୍ଟ ହେବ, ଆମକୁ ତାହା ଉଲ୍ଲେଖ କରିବାକୁ ହେବ
08:40 ଦେଖନ୍ତୁ, ଡାହାଣପଟ ତଳେ 2ଟି ବଟନ୍ସ ଅଛି, ଯାହା କୁହେ -
08:44 Insert as Drive link ଓ
08:46 Attachment
08:48 ଡିଫଲ୍ଟ ଭାବେ, Insert Drive Link ସିଲେକ୍ଟ ହୋଇଥାଏ
08:52 ଯଦି ଆମେ Attachment ସିଲେକ୍ଟ କରୁଛେ, ତେବେ ଫାଇଲଟି ଏକ Attachment ଭାବେ ଇନ୍ସର୍ଟ ହେବ
08:57 ଆମେ ତାହାକୁ ସେହିପରି ଛାଡ଼ିଦେବା
09:00 ସ୍କ୍ରୀନ୍ ର ବାମପଟ ତଳ କୋଣରେ ଥିବା Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
09:05 ଏହା ଅପଲୋଡିଙ୍ଗ ଆରମ୍ଭ କରିବ, ମାତ୍ର ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ କୁ ଆଧାର କରି ଏହା କିଛି ସମୟ ନେଇପାରେ
09:11 ଥରେ ସମ୍ପୂର୍ଣ୍ଣ ହୋଇଗଲା ପରେ, କଣ୍ଟେଣ୍ଟ ଏରିଆରେ, ଫାଇଲ ଅପଲୋଡ୍ କରିବା ପାଇଁ ଆମେ ଏକ Link ଦେଖିପାରିବା
09:17 ଏବେ ଚାଲନ୍ତୁ, ଇମେଲ୍ ରେ Images ଇନ୍ସର୍ଟ କରିବା ପାଇଁ Insert Photo ଅପ୍ସନ୍ ଉପରେ କ୍ଲିକ୍ କରିବା
09:24 Upload Photos ୱିଣ୍ଡୋ ଖୋଲିଲା
09:27 ଆମେ, ଆମ କମ୍ପ୍ୟୁଟରରୁ କିମ୍ୱା Imageର Website Address ଦେଇ ଫୋଟୋ Upload କରିପାରିବା
09:34 ଏବେ ପାଇଁ, ମୁଁ କୌଣସି ଇମେଜ୍ Upload କରିବାକୁ ଚାହୁନାହିଁ
09:38 ତେଣୁ, ମୁଁ Cancel ଉପରେ କ୍ଲିକ୍ କରିବି
09:41 ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି
09:44 ପରବର୍ତ୍ତୀ ଅପ୍ସନ୍ ହେଉଛି Insert Link ତାହା ଉପରେ କ୍ଲିକ୍ କରନ୍ତୁ
09:49 Edit Link ଡାୟଲଗ୍ ବକ୍ସ ଖୋଲିଲା
09:53 Text To Display ଫିଲ୍ଡରେ, ଲିଙ୍କ ଭାବରେ ଆପଣ ଚାହୁଥିବା ଟେକ୍ସଟ୍ ଟାଇପ୍ କରନ୍ତୁ
09:58 ମୁଁ Spoken Tutorial ଟାଇପ୍ କରିବି
10:02 Link To ସେକ୍ସନ୍ ରେ, ଡିଫଲ୍ଟ ଭାବରେ, Web Address ଅପ୍ସନ୍ ସିଲେକ୍ଟ ଥାଏ
10:08 ଟେକ୍ସଟ୍ ଫିଲ୍ଡରେ http://spoken-tutorial.org ଭାବରେ URL ଟାଇପ୍ କରନ୍ତୁ
10:20 ଓ OK ବଟନ୍ ରେ କ୍ଲିକ୍ କରନ୍ତୁ
10:23 ଏବେ, କଣ୍ଟେଣ୍ଟ ଏରିଆରେ ଆପଣ, ହାଇପରଲିଙ୍କ ହୋଇଥିବା Spoken Tutorial ଟେକ୍ସ ଦେଖିପାରୁଛନ୍ତି
10:29 ମୁଁ ଏବେ ହାଇପରଲିଙ୍କ ହୋଇଥିବା ଟେକ୍ସଟ୍ ଉପରେ କ୍ଲିକ୍ କରୁଛି
10:32 ଟେକ୍ସଟ୍ ତଳକୁ ଏକ ଛୋଟ Pop Window ଖୋଲିଲା
10:35 ଏହା କୁହେ - Go To Link:
10:38 ପ୍ରଦର୍ଶିତ URLରେ କ୍ଲିକ୍ କଲେ, ଆପଣଙ୍କୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ର Home Pageକୁ ନେଇଯିବ
10:45 URL ବଦଳାଇବାକୁ କିମ୍ୱା Link କାଢ଼ିବାକୁ, ଆମେ କ୍ରମଶଃ Change କିମ୍ୱା Remove ଅପ୍ସନ୍ସ ଉପରେ କ୍ଲିକ୍ କରିପାରିବା
10:53 ଆମେ, ଏହି Emoticon ଆଇକନ୍ ସାହାଯ୍ୟରେ ବିଭିନ୍ନ ପିକ୍ଟୋରିଆଲ୍ ରିପ୍ରେଜେଣ୍ଟେଶନ୍ ମଧ୍ୟ ଇନ୍ସର୍ଟ କରିପାରିବା
10:59 ଆପଣଙ୍କ ଇମେଲ୍ ରେ ଯେଉଁଠାରେ ଆବଶ୍ୟକ ଏହି ଫିଚର୍ ବ୍ୟବହାର କରନ୍ତୁ
11:04 ଦେଖନ୍ତୁ, Trash ଆଇକନ୍ ଟିକିଏ ପୂର୍ବରୁ ଟେକ୍ସଟ୍ Save ହୋଇଛି
11:08 ଯେତେବେଳେବି ଆମେ କଣ୍ଟେଣ୍ଟ ମିଶାଉ କିମ୍ୱା କାଢୁ, ଡିଫଲ୍ଟ ଭାବରେ ଆମ ଇମେଲ୍, Draft Folderରେ Auto-Saved ହୋଇଯିବ
11:16 ବିଜୁଳି କାଟ୍ କିମ୍ୱା ଇଣ୍ଟରନେଟ୍ ଡିସ୍କନେକ୍ସନ୍ କ୍ଷେତ୍ରରେ ଟାଇପ୍ ହୋଇଥିବା ବାର୍ତ୍ତାର ପୁନରୁଦ୍ଧାର ପାଇଁ ଏହା ବହୁତ ସାହାଯ୍ୟକାରୀ ଅଟେ
11:24 Trash ଆଇକନ୍ ଉପରେ କ୍ଲିକ୍ କଲେ ଏହି ମେସେଜ୍ ଡିସ୍କାର୍ଡ ହୋଇଯିବ
11:28 ଏହି ଆକ୍ସନ୍ Draft Folderରୁ ମଧ୍ୟ ଇମେଲ୍ କୁ ଡିଲିଟ୍ କରିଦେବ
11:34 Trash ଆଇକନ୍ ପାଖରେ ଥିବା More Options ଉପରେ କ୍ଲିକ୍ କରନ୍ତୁ
11:39 Default To Full-Screen ଅପ୍ସନ୍ Compose Window କୁ ବଡ଼ କରିଦେବ
11:44 Lable - ଆଗାମୀ ଟ୍ୟୁଟୋରିଆଲ୍ସରେ ଏହି ଫିଚର୍ ବିଷୟରେ ଶିଖିବା
11:49 Plane Text Mode ଅପ୍ସନ୍, ଆମେ ପୂର୍ବରୁ କରିଥିବା ସମସ୍ତ ଫର୍ମାଟିଙ୍ଗ କ୍ଲିଅର୍ କରିଦେବ ଏବଂ ମେଲ୍ କୁ ପ୍ଲେନ୍ ଟେକ୍ସଟ୍ ରେ ବଦଳାଇଦେବ
11:57 Print ଅପ୍ସନ୍, କମ୍ପୋଜ୍ ହୋଇଥିବା ମେଲ୍ କୁ କନଫିଗର୍ ହୋଇଥିବା ଡିଫଲ୍ଟ ପ୍ରିଣ୍ଟର୍ କୁ ପଠାଇଦେବ
12:03 Check Spelling, ଟାଇପ୍ ହୋଇଥିବା କଣ୍ଟେଣ୍ଟର ବନାନ ଯାଞ୍ଚ କରିବ
12:07 ଆମେ ଏବେ ଆମର ମେଲ୍ ପଠାଇବାକୁ ପ୍ରସ୍ତୁତ
12:09 Send ବଟନ୍ ଉପରେ କ୍ଲିକ୍ କରନ୍ତୁ
12:12 ଆମେ ନିମ୍ନ ବାର୍ତ୍ତା ସ୍କ୍ରୀନ୍ ଉପରେ ପାଇବା -
12:15 This Drive file isn't shared with all recipients
12:19 ଏହାର କାରଣ ହେଉଛି, ଏହି ମେଲ୍ ରେ ଚିହ୍ନିତ ହୋଇଥିବା ଲୋକମାନଙ୍କ ସହିତ ଆମେ ଫାଇଲ୍ ଶେୟାର୍ କରିନାହେଁ
12:25 Share & Send ବଟନ୍ ଉପରେ କ୍ଲିକ୍ କରନ୍ତୁ
12:29 ସ୍କ୍ରୀନ୍ ଉପରେ ଆମେ ନିମ୍ନ ଦୁଇଟି ମେସେଜ୍ ମଧ୍ୟରୁ ଗୋଟିଏ ଦେଖିବା:
12:32 Your message is sending
12:34 କିମ୍ୱା Your message has been sent
12:38 ପଠାଯାଇଥିବା ମେଲ୍ ଦେଖିବା ପାଇଁ View Message ଲିଙ୍କ ଉପରେ କ୍ଲିକ୍ କରନ୍ତୁ
12:43 ପଠାଯାଇଥିବା ମେଲ୍ ର କଣ୍ଟେଣ୍ଟ ଆମେ ଏଠାରେ ଦେଖିପାରିବା
12:47 ଚାଲନ୍ତୁ ଗୋଟିଏ ଗୋଟିଏ କରି Cross Check କରିବା
12:50 ଏଠାରେ Attachments ଅଛି
12:52 ଓ ଏଠାରେ URL Link
12:55 ଇମେଲ୍ ଆଡ୍ରେସ୍ ତଳକୁ ଥିବା ଏକ ଓଲଟା ତ୍ରିଭୁଜ ହେଡର୍ ବିବରଣୀ ଦେଖାଏ
13:00 ତାହା ଉପରେ କ୍ଲିକ୍ କରନ୍ତୁ
13:03 ଆମେ, To, Cc ଓ Bcc ଫିଲ୍ଡରେ ସମସ୍ତ ପ୍ରାପ୍ତକର୍ତ୍ତାଙ୍କର Email IDs ଦେଖିପାରୁଛେ
13:11 ପ୍ରାପ୍ତକର୍ତ୍ତାଙ୍କ ପାଖରେ ଇମେଲ୍ କିପରି ଦେଖାଯିବ, ଆସନ୍ତୁ ଦେଖିବା
13:16 ଏହା ହେଉଛି Ccରେ ମାର୍କ ହୋଇଥିବା ପ୍ରାପ୍ତକର୍ତ୍ତାଙ୍କର Mail ID
13:21 ଏବେ ପଠାଯାଇଥିବା ମେସେଜ୍ ଆପଣ ଦେଖିପାରିବେ ପଢିବା ପାଇଁ ମୁଁ ଏହାକୁ ଖୋଲୁଛି
13:27 Show Details ଉପରେ କ୍ଲିକ୍ କରନ୍ତୁ
13:29 ଏହା, To ଓ Cc ପ୍ରଦର୍ଶନ କରିବ, Bcc ପ୍ରାପ୍ତକର୍ତ୍ତା ନୁହେଁ
13:35 ଏହା ହେଉଛି Bccରେ ମାର୍କ ହୋଇଥିବା ଜଣେ ପ୍ରାପ୍ତକର୍ତ୍ତାଙ୍କର Mail ID
13:41 ଏବେ ପଠାଯାଇଥିବା ମେସେଜ୍ ଆପଣ ଦେଖିପାରିବେ
13:43 ପଢିବା ପାଇଁ ମୁଁ ଏହାକୁ ଖୋଲୁଛି
13:46 Show Details ଉପରେ କ୍ଲିକ୍ କରନ୍ତୁ
13:49 ଆପଣ To, Cc ଓ Bcc ପ୍ରାପ୍ତକର୍ତ୍ତାଙ୍କ ବିବରଣୀ ଦେଖିପାରିବେ
13:55 ମୁଁ ପ୍ରେରକଙ୍କ ଜିମେଲ୍ ଆକାଉଣ୍ଟକୁ ଫେରିଯାଉଛି
13:59 ଏଠାରେ ଦେଖନ୍ତୁ, ଆମେ Bccରେ 2 ଜଣ ପ୍ରାପ୍ତକର୍ତ୍ତାଙ୍କୁ ଉଲ୍ଲେଖ କରିଛେ
14:04 ମାତ୍ର ଆମେ ଏଠାରେ କେବଳ ଗୋଟିଏ Email ID ଦେଖିପାରୁଛେ ଅନ୍ୟଟି ଅଦୃଶ୍ୟ ଅଛି
14:10 ଏହିପରି Bcc ଫିଚର୍ କାମ କରେ
14:13 ମୁଁ ଆଶା କରୁଛି ଆପଣ ଭିନ୍ନତାକୁ ସ୍ପଷ୍ଟ ଭାବେ ବୁଝିପାରିଛନ୍ତି
14:17 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
14:20 ସଂକ୍ଷିପ୍ତରେ
14:22 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
14:25 * ଇମେଲ୍ ପ୍ରାପ୍ତକର୍ତ୍ତା, ଯେପରି To, CC, BCC
14:30 * ଇମେଲ୍ ର ଟେକ୍ସଟ୍ ଫର୍ମାଟ୍ କରିବା
14:33 * ଇମେଲ୍ସ ସହିତ ଫାଇଲ୍ସ ଆଟାଚ୍ କରିବା
14:36 * ଗୁଗଲ୍ ଡ୍ରାଇଭ୍ ମାଧ୍ୟମରେ ଫାଇଲ୍ସ ଶେୟାର୍ କରିବା
14:39 * ଏକ ଇମେଲ୍ ଭିତରେ ଫୋଟୋ କିମ୍ୱା ଲିଙ୍କ ଇନ୍ସର୍ଟ କରିବା
14:43 * ଏବଂ କମ୍ପୋଜ୍ ୱିଣ୍ଡୋ ଅପ୍ସନ୍ସ ବିଷୟରେ
14:47 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
14:52 ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
14:55 ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ
15:01 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
15:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
15:11 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
15:16 ଆଇଆଇଟି ବମ୍ୱେ ତରଫରୁ
15:21 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep