Inkscape/C3/Create-patterns-in-Inkscape/Oriya

From Script | Spoken-Tutorial
Revision as of 12:33, 7 June 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Inkscape ବ୍ୟବହାର କରି Creat Patterns In Inkscape ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ବ୍ୟବହାର କରି ପାଟର୍ନ୍ସ ତିଆରି ବିଷୟରେ ଶିଖିବା,
  • Cloniong
  • Pattern Along Path
  • Spray Tool
  • ଓ Path Effect Editor
00:17 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
  • ଉବୁଣ୍ଟୁ ଲିନକ୍ସ 12.04 OS
  • Inkscape ଭର୍ସନ୍ 0.48.4
00:27 Inkscape ଖୋଲନ୍ତୁ
00:29 Star Toolରେ କ୍ଲିକ୍ କରି କାନଭାସ୍ ଉପରେ ଗୋଟିଏ ତାରା ଆଙ୍କନ୍ତୁ
00:33 ଏବେ, Selector Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ
00:36 Tool Controls Barରେ Width ଓ Hight ପାରାମିଟର୍ କୁ 40ରେ ବଦଳାନ୍ତୁ
00:42 ଯୂମ୍ କରି ତାରା ଉପରେ ଥରେ କ୍ଲିକ୍ କରନ୍ତୁ
00:46 ଦେଖନ୍ତୁ, ଏବେ Pivot Point ଦେଖାଦେଲା. ଏହା ହେଉଛି ଷ୍ଟାର୍ ଅବଜେକ୍ଟର କେନ୍ଦ୍ରରେ ଏକ Plus ଆକୃତି
00:53 Pivot Point ଉପରେ କ୍ଲିକ୍ କରି ତାକୁ ତାରାଠାରୁ ବହୁତ ଦୂରକୁ ଘୁଞ୍ଚାଇଦିଅନ୍ତୁ
00:59 ଏବେ, Edit ମେନୁକୁ ଯାଇ ପ୍ରଥମେ Clone ଓ ତା’ପରେ Create Tiled Clones ଉପରେ କ୍ଲିକ୍ କରନ୍ତୁ
01:06 ଏକ ନୂଆ ଡାୟଲଗ୍‍ ବକ୍ସ ଖୋଲିଥାଏ. ପ୍ରତ୍ୟେକ ଟାବ୍ ରେ ଆପଣ ଅନେକ ଟାବ୍ସ ଓ ଅପ୍ସନ୍ସ ପାଇବେ
01:15 Symmetry ଟାବ୍ ରେ, ବିଭିନ୍ନ ପଦ୍ଧତି ଥାଇ ଏକ ଡ୍ରପ୍-ଡାଉନ୍ ମେନୁ ଅଛି. ଏହି ଡେମୋ ପାଇଁ ଆମେ, Simple Translation ଅପ୍ସନ୍ କୁ ରଖିବା
01:25 ରୋଜ୍ ଓ କଲମ୍ସ ପାରାମିଟର୍ କୁ କ୍ରମଶଃ 1 ଓ 40ରେ ବଦଳାନ୍ତୁ
01:32 ଏହାପରେ Shift ଟାବ୍ କୁ ଯାଆନ୍ତୁ. Per Columnରେ ଥିବା Shift X ପାରାମିଟର୍ ର ଶତକଡ଼ାକୁ -100ରେ ବଦଳାନ୍ତୁ
01:41 ଏବେ, Rotation ଟାବ୍ କୁ ଯାଆନ୍ତୁ. Per Columnରେ ଥିବା Angleକୁ 10 କରନ୍ତୁ
01:48 ଏବେ Create ବଟନ୍ କ୍ଲିକ୍ କରି ତାରା ସହିତ ଏକ ବୃତ୍ତ ପାଟର୍ନ ଗଠିତ ହେବାର ଦେଖନ୍ତୁ
01:55 ସେହିପରି, Create Tiled Clonesରେ ଥିବା ଅନ୍ୟ ଅପ୍ସନ୍ସ ବ୍ୟବହାର କରି ଆପଣ ଅନେକ ସୁନ୍ଦର ପାଟର୍ନ୍ସ ତିଆରି କରିପାରିବେ
02:01 ଏହି ତାରାକୁ କଡ଼କୁ ଘୁଞ୍ଚାଇଦିଅନ୍ତୁ
02:04 ଏବେ ଆମେ, ଏକ Path ସହିତ ପାଟର୍ନ ତିଆରି କରିବା ବିଷୟରେ ଶିଖିବା
02:09 Rectangle Tool ସିଲେକ୍ଟ କରି ଏକ ଗୋଲିଆ ଆୟତ ‍କ୍ଷେତ୍ର ଆଙ୍କନ୍ତୁ. ତାକୁ ସବୁଜ ରଙ୍ଗ ଦିଅନ୍ତୁ ତା’ପରେ, Selector Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ
02:20 Tool Controls Barରେ Widthକୁ 540ରେ ଓ Hightକୁ 250ରେ ବଦଳାନ୍ତୁ
02:28 ଏହାପରେ Star Tool ବ୍ୟବହାର କରି ଏକ ତାରା ପାଟର୍ନ ବନାନ୍ତୁ
02:32 Selector Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ. Tool Controls Barରେ Width ଓ Hight ପାରାମିଟର୍ କୁ 50ରେ ବଦଳାନ୍ତୁ
02:40 ଏହାକୁ ଆୟତ ‍କ୍ଷେତ୍ରର ଉପର ବାମପଟ କୋଣରେ ରଖନ୍ତୁ
02:45 ଉଭୟ ଆକୃତିକୁ ସିଲେକ୍ଟ କରନ୍ତୁ. Extensions ମେନୁକୁ ଯାଆନ୍ତୁ.
02:48 Generate From Path ଉପରେ କ୍ଲିକ୍ କରି Pattern Along Pathରେ କ୍ଲିକ୍ କରନ୍ତୁ
02:55 Copies of the Patterns ଅପ୍ସନ୍ କୁ Repearted ଏବଂ Deformation Type ଅପ୍ସନ୍ କୁ Ribbonରେ ବଦଳାନ୍ତୁ
03:03 Apply ଉପରେ କ୍ଲିକ୍ କରିବା ପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଆୟତ ‍କ୍ଷେତ୍ରର ବର୍ଡର୍ ଚାରିପଟେ ଏକ ସୁନ୍ଦର ପାଟର୍ନ ଗଠିତ ହୋଇଗଲା
03:11 ଏବେ ଆମେ, Path Effects ବ୍ୟବହାର କରି ଆଉ ଗୋଟିଏ ପାଟର୍ନ ତିଆରି କରିବା
03:16 Bezier Tool ଚୟନ କରି ଗୋଟିଏ ଢେଉ ପରି ପାଥ୍ ଆଙ୍କନ୍ତୁ
03:20 Path ମେନୁକୁ ଯାଆନ୍ତୁ. Path Effects Editor ଉପରେ କ୍ଲିକ୍ କରନ୍ତୁ. ଏକ ଡାୟଲଗ୍‍ ବକ୍ସ ଖୋଲିଲା
03:27 Apply New Effect ଡ୍ରପ୍-ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ ବିଭିନ୍ନ ଇଫେକ୍ଟସ୍ ରହିଛି
03:33 ମୁଁ Gear ଉପରେ କ୍ଲିକ୍ କରି Add ଉପରେ କ୍ଲିକ୍ କରିବି. ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
03:41 ଏବେ, Sketch ଉପରେ କ୍ଲିକ୍ କରି Add ଉପରେ କ୍ଲିକ୍ କrantu. ଇଫେକ୍ଟକୁ ଦେଖନ୍ତୁ
03:48 Path Effect Editorରେ, ସାମ୍ପ୍ରତିକ ଇଫେକ୍ଟ ସହ ସମ୍ପର୍କିତ ଅନେକ ପାରାମିଟର ଆପଣ ଦେଖିବାକୁ ପାଇବେ
03:54 ଚାଲନ୍ତୁ ସେଥିରୁ ଗୋଟିଏକୁ Strokesରେ ବଦଳାଇବା. ତାକୁ 10କୁ ବଦଳାଇ Enter ଦାବନ୍ତୁ. ଅବଜେକ୍ଟରେ ପରିବର୍ତ୍ତନକୁ ଦେଖନ୍ତୁ
04:03 ଏବେ, Path Effect Editor ଡାୟଲଗ୍ ବକ୍ସକୁ ବନ୍ଦ କରିଦିଅନ୍ତୁ
04:08 ସମସ୍ତ ଆକୃତିକୁ ସିଲେକ୍ଟ କରି ଗୋଟିଏ କଡ଼କୁ ଘୁଞ୍ଚାଇଦିଅନ୍ତୁ
04:12 ଆମେ ଏବେ, Spray Tool ବ୍ୟବହାର କରି ଗଛ ପାଟର୍ନ ତିଆରି କରିବା ବିଷୟରେ ଶିଖିବା
04:18 Bezier tool ସିଲେକ୍ଟ କରନ୍ତୁ. ପ୍ରଦର୍ଶିତାନୁସାରେ ଏକ ଗଛ ଗଣ୍ଡି ଆଙ୍କି ତାକୁ ମାଟିଆ ରଙ୍ଗ ଦିଅନ୍ତୁ. ବର୍ତ୍ତମାନ, ପତ୍ର ଆଙ୍କନ୍ତୁ ଓ ତାକୁ ସବୁଜ ରଙ୍ଗ ଦିଅନ୍ତୁ
04:38 Spray Tool ଉପରେ କ୍ଲିକ୍ କରି ପତ୍ର ଆକୃତି ଉପରେ କ୍ଲିକ୍ କରନ୍ତୁ
04:43 ମାଉସ୍ ବଟନ୍ ନଛାଡ଼ି, ଗୋଟିଏ ଗଛ ତିଆରି କରିବା ପାଇଁ ଗଣ୍ଡି ଚାରିପଟେ ଡ୍ରାଗ୍ କରନ୍ତୁ
04:51 ଦେଖନ୍ତୁ, ଗୋଟିଏ ଗଛ ଆକୃତି ଗଠିତ ହୋଇଗଲା
04:55 ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି. ସଂ‍କ୍ଷିପ୍ତରେ
04:58 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ବ୍ୟବହାର କରି ପାଟର୍ନ୍ସ ତିଆରି ବିଷୟରେ ଶିଖିବା,
  • Cloniong
  • Pattern Along Path
  • Spray Tool
  • ଓ Path Effect Editor
05:08 ଏକ ଆସାଇନମେଣ୍ଟ ଭାବେ, ଏକ ଗୋଲିଆ ଓ ସୁନ୍ଦର ପାଟର୍ନ ତିଆରି କରନ୍ତୁ
05:12 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
05:16 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ
05:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
05:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
05:41 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep