Inkscape/C3/Create-an-A4-Poster/Oriya

From Script | Spoken-Tutorial
Revision as of 12:14, 7 June 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00.01 Inkscape ବ୍ୟବହାର କରି Creat an A4 Poster ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00.07 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
00.10 * Document Properties ବଦଳାଇବା
00.12 * ଏକ A4 Poster ଡିଜାଇନ୍ କରିବା
00.14 * ଓ ପୋଷ୍ଟର୍ କୁ PDFରେ ସେଭ କରିବା
00.17 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00.19 * ଉବୁଣ୍ଟୁ ଲିନକ୍ସ 12.04 OS
00.22 * Inkscape ଭର୍ସନ୍ 0.48.4
00.26 Inkscape ଖୋଲନ୍ତୁ
00.28 Fileକୁ ଯାଆନ୍ତୁ New କ୍ଲିକ୍‍ କରନ୍ତୁ
00.32 ଏହିଗୁଡ଼ିକ ହେଉଛି ଇପଲବ୍ଧ ଥିବା ଡିଫଲ୍ଟ କାନଭାସ୍ ସାଇଜ୍
00.37 ମୋର କାନଭାସ୍ ସାଇଜ୍ ହେଉଛି ଡିଫଲ୍ଟ ଭାବରେ A4
00.41 ମୁଁ ତାକୁ ସେହିପରି ଛାଡ଼ିଦେବି
00.44 ଯଦି ଆପଣଙ୍କ ମେସିନ୍ ରେ ସେପରି ନଥିବ, ତେବେ A4 ସାଇଜ୍ ଚୟନ କରନ୍ତୁ
00.49 ଏବେ କିଛି ସେଟିଙ୍ଗ୍ସ ବଦଳାଇବା
00.51 Fileକୁ ଯାଆନ୍ତୁ Document Properties ଉପରେ କ୍ଲିକ୍ କରନ୍ତୁ
00.54 ବିଭିନ୍ନ ଟାବ୍ସ ଓ ଅପ୍ସନ୍ସ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିଲା
00.59 ଚାଲନ୍ତୁ, ସେଗୁଡ଼ିକ ବିଷୟରେ ଶିଖିବା
1.03 ପ୍ରଥମ Page ଟାବ୍ ରେ, Default Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ
1.08 ଦେଖନ୍ତୁ, ମୁଁ ଗୋଟିଏ ଗୋଟିଏ କରି କ୍ଲିକ୍ କରିବାବେଳେ କିପରି Ruler ବଦଳୁଛି
1.13 ମୁଁ ୟୁନିଟ୍ କୁ Pixels ଭାବରେ ରଖିବି
1.16 ପାରଦର୍ଶିତା ଓ ବ୍ୟାକଗ୍ରାଉଣ୍ଡ ରଙ୍ଗ ପରିବର୍ତ୍ତନ କରିବାରେ Bckground ଅପ୍ସନ୍ ସାହାଯ୍ୟ କରିଥାଏ
1.21 ତା’ଉପରେ କ୍ଲିକ୍ କଲେ, ଗୋଟିଏ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ
1.24 RGB ସ୍ଲାଇଡର୍ସକୁ ବାମ ଓ ଡାହାଣକୁ ଘୁଞ୍ଚାନ୍ତୁ
1.29 କାନଭାସ୍ ରେ Background Color ଦୃଶ୍ୟମାନ କରିବା ପାଇଁ, Alpha Sliderକୁ ଡାହାଣକୁ ଘୁଞ୍ଚାନ୍ତୁ
1.35 ଚୟନିତ RGB ଭାଲ୍ୟୁ ଅନୁସାରେ ଏବେ ପାରଦର୍ଶିତା ବଦଳିଲା
1.40 ଦେଖନ୍ତୁ, Document Properties ୱିଣ୍ଡୋରେ, ମୁଁ ଘୁଞ୍ଚାଇଲେ Background Optionରେ ଥିବା ରଙ୍ଗ ବଦଳୁଛି
1.47 Alpha ସ୍ଲାଇଡର୍ କୁ ପୂରା ବାମକୁ ଫେରାଇଆଣି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
1.52 Page Sizeରେ ଅନେକ ଅପ୍ସନ୍ ଅଛି
1.55 ଏହି ଅପ୍ସନ୍ ଗୁଡ଼ିକୁ ବ୍ୟବହାର କରି ଆମେ କାନଭାସ୍ ର ସାଇଜ୍ ମଧ୍ୟ ବଦଳାଇପାରିବା
2.00 ମୁଁ କ୍ଲିକ୍ କରିବା ‍କ୍ଷଣି କାନଭାସ୍ ସାଇଜ୍ ରେ ପରିବର୍ତ୍ତନକୁ ଦେଖନ୍ତୁ
2.04 ପେଜ୍ ସାଇଜ୍ କୁ A4 ରଖନ୍ତୁ
2.08 Orientationକୁ, Portrait କିମ୍ୱା Landscapeରେ ବଦଳାଯାଇପାରିବ
2.12 ଉଭୟ ଅପ୍ସନ୍ ରେ କ୍ଲିକ୍ କରି କାନଭାସ୍ ରେ ପରିବର୍ତ୍ତନକୁ ଦେଖନ୍ତୁ
2.17 ଆମେ, Width ଓ Height ପାରାମିଟର୍ସ ବ୍ୟବହାର କରି କାନଭାସ୍ ର ଉଚ୍ଚତା ଓ ପ୍ରସ୍ତତାକୁ ବଦଳାଇପାରିବା
2.23 Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ ଏଠାରେ ଆମେ, ଆମ ଆବଶ୍ୟକତା ଅନୁସାରେ ୟୁନିଟ୍ସ ବଦଳାଇପାରିବା
2.31 ଏବେ ଚାଲନ୍ତୁ Unitsକୁ Pixelsରେ ବଦଳାଇଦେବା
2.34 Resize Page to Content ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
2.37 ଉପଲବ୍ଧ ବିଭିନ୍ନ ଅପ୍ସନ୍ସ ଖୋଲିବ
2.41 ସମସ୍ତ ସାଇଡ୍ ପାଇଁ ଆମେ ଏଠାରେ ମାର୍ଜିନ୍ ସେଟ୍ କରିପାରିବା
2.45 ମାର୍ଜିନ୍ ସେଟ୍ କରିସାରିବା ପରେ Resize Page to Drawing or Selection ବଟନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ
2.51 ଏହାପରେ ହେଉଛି Border ଅପ୍ସନ୍. ଏଠାରେ 3ଟି ଚେକ୍-ବକ୍ସ ଅପ୍ସନ୍ସ ଅଛି
2.57 ଏହି ଅପ୍ସନ୍ ଗୁଡ଼ିକୁ ଦେଖାଇବା ପାଇଁ, ମୂଁ ଏହି ଶୈଳୀରେ ପ୍ରଥମେ ଗୋଟିଏ Ellipse ଆଙ୍କୁଛି
3.03 ପ୍ରଥମ ଅପ୍ସନ୍ ପେଜ୍ ବର୍ଡର୍ ତିଆରି କରିବ, ଅର୍ଥାତ୍ କାନଭାସ୍ ବର୍ଡର୍ କୁ ଦୃଶ୍ୟମାନ କରିବ
3.08 ଏହି ଅପ୍ସନ୍ କୁ ଅନ୍-ଚେକ୍ କଲେ ବର୍ଡର୍ ଉଭେଇଯିବ
3.13 ତା’ପରେ ପୁଣିଥରେ ଅପ୍ସନ୍ କୁ ଚେକ୍ କରନ୍ତୁ ଓ ବର୍ଡର୍ ପୁଣି ଦେଖାଦେବାର ଦେଖନ୍ତୁ
3.18 ଦ୍ୱିତୀୟ ଅପ୍ସନ୍ ଟି ବର୍ଡର୍ କୁ ଡ୍ରଇଙ୍ଗ୍ ଉପରେ ରଖିବ, ଯେଉଁଥିରୁ ଏହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ
3.25 ପୁଣିଥରେ ଏହି ଅପ୍ସନ୍ କୁ ଚେକ୍ ଓ ଅନ୍-ଚେକ୍ କରି, କାନଭାସ୍ ରେ କ’ଣ ଘଟୁଛି ଦେଖନ୍ତୁ
3.31 ତୃତୀୟ ଅପ୍ସନ୍ ଟି, ଡାହାଣ ଓ ତଳେ କାନଭାସ୍ ର ଛାଇ ଦେଖାଏ
3.36 ଏଠାରେ ଦେଖନ୍ତୁ, ଡାହାଣ ଓ ତଳ ବର୍ଡର୍ ଅନ୍ୟ ଦୁଇ ପାର୍ଶ୍ୱ ତୁଳନାରେ ମୋଟା ଅଟେ
3.42 ତୃତୀୟ ଅପ୍ସନ୍ କୁ ଅନ୍-ଚେକ୍ କରି ଦେଖନ୍ତୁ, ଏହି ଛାଇ ଅଦୃଶ୍ୟ ହୋଇଗଲା
3.47 ଆମର ଆବଶ୍ୟକତା ଓ ପସନ୍ଦ ଅନୁସାରେ ଆମେ ଏହିସବୁ ଅପ୍ସନ୍ସ ବ୍ୟବହାର କରିପାରିବା
3.52 Border Color ଅପ୍ସନ୍ ଦ୍ୱାରା ଆମେ ବର୍ଡର୍ ରଙ୍ଗ ଚୟନ କରିଥାଉ
3.57 ଡିଫଲ୍ଟ ବର୍ଡର୍ କଲର୍ କୁ ଅପରିବର୍ତ୍ତିତ ରଖନ୍ତୁ
4.01 ଏହାପରେ Guides ଟାବ୍ ଉପରେ କ୍ଲିକ୍ କରନ୍ତୁ
4.03 କାନଭାସ୍ ଉପରେ ଟେକ୍ସଟ୍ ଓ ଗ୍ରାଫିକ୍ ଆଲାଇନ୍ କରିବାକୁ Guides ସାହାଯ୍ୟ କରିଥାଏ
4.08 ଆପଣ ଏଠାରେ Ruler Guides ତିଆରି କରିପାରିବେ
4.12 Vertical Ruler ଉପରେ କ୍ଲିକ୍ କରି ଏକ Guideline ଡ୍ରାଗ୍ କରନ୍ତୁ
4.15 ଏବେ, ପ୍ରଥମ ଅପ୍ସନ୍ Show Guidesକୁ ଚେକ୍ ଓ ଅନ୍-ଚେକ୍ କରନ୍ତୁ
4.19 ଏବଂ କାନଭାସ୍ ଉପରେ Guidelineର ଦୃଶ୍ୟ ଓ ଅଦୃଶ୍ୟ ହେବା ଦେଖନ୍ତୁ
4.25 Guidelineର ରଙ୍ଗ ହେଉଛି Guide Color
4.28 ଏକ ନିର୍ଦ୍ଦିଷ୍ଟ ‍ସ୍ଥାନକୁ Guidelineକୁ ଡ୍ରାଗ୍ କରିବାବେଳେ Guidelineର ରଙ୍ଗ ହେଉଛି Highlight Color
4.33 ଏଠାରେ Guide ଓ Highlightର ଡିଫଲ୍ଟ ରଙ୍ଗଗୁଡ଼ିକ ପ୍ରଦର୍ଶିତ ହୋଇଛି
4.37 ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ
4.41 ମୁଁ ଡିଫଲ୍ଟ କଲର୍ କୁ ଅପରିବର୍ତ୍ତିତ ରଖିବି
4.44 Snap Guides While Dragging ଅପ୍ସନ୍, ଡ୍ରାଗିଙ୍ଗ୍ କରିବା ସମୟରେ ନିକଟ ଗାଇଡ୍ ଲାଇନ୍ କୁ ଅବଜେକ୍ଟ କିମ୍ୱା ବାଉଣ୍ଡିଙ୍ଗ୍ ବକ୍ସକୁ Snap କରିବାରେ ସାହାଯ୍ୟ କରେ
4.52 ଏହାପରେ Grids ଟାବ୍ ଉପରେ କ୍ଲିକ୍ କରନ୍ତୁ
4.54 ଏହି ଅପ୍ସନ୍ କୁ ବ୍ୟବହାର କରି ଆମେ, କାନଭାସ୍ ଉପରେ ଆର୍ଟୱର୍କ ପଛରେ ଦୃଶ୍ୟମାନ Gridକୁ ସେଟ୍ କରିପାରିବା
5.00 କାନଭାସ୍ ଉପରେ ଅବଜେକ୍ଟକୁ ଠିକ୍ ଭାବରେ ରଖିବାକୁ Grids ସାହାଯ୍ୟକାରୀ ହୋଇଥାଏ, କିନ୍ତୁ ସେଗୁଡ଼ିକ ପ୍ରିଣ୍ଟ ହୋଇନଥାଏ
5.07 ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ
5.09 ଉପଲବ୍ଧ ଥିବା ଦୁଇ ପ୍ରକାରର Grids ହେଉଛି Rectangular Grid ଓ Axonometric Grid
5.16 Rectagular Grid ଉପରେ କ୍ଲିକ୍ କରି New ବଟନ୍ ଉପରେ କ୍ଲିକ୍ କରନ୍ତୁ
5.20 କାନଭାସ୍ ବ୍ୟାକଗ୍ରାଉଣ୍ଡରେ ତୁରନ୍ତ ଏକ Grid ଗଠିତ ହୋଇଯିବ
5.25 ଉପଲବ୍ଧ ଅପ୍ସନ୍ସ ବ୍ୟବହାର କରି ଆମେ, ଆମର ଆବଶ୍ୟକତା ଅନୁସାରେ Grid Properties ସେଟ୍ କରିପାରିବା
5.31 ତଳେ ଥିବା Remove ବଟନ୍ ଉପରେ କ୍ଲିକ୍ କରି ଆମେ Gridକୁ କାଢ଼ିପାରିବା
5.36 ସମାନ ମାର୍ଗରେ ଆପଣ Axonometric Grid ପାଇଁ ମଧ୍ୟ ଅପ୍ସନ୍ସ ଚେଷ୍ଟା କରିପାରିବେ
5.41 ଏହି ଶୃଙ୍ଖଳାର ଆଗାମୀ ସ୍ତରର ଟ୍ୟୁଟୋରିଆଲ୍ସରେ ପରବର୍ତ୍ତୀ 3ଟି ଟାବ୍ସରେ ଥିବା ଅପ୍ସନ୍ସ ବିଷୟରେ ବୁଝାଯିବ
5.47 ଏବେ ଚାଲନ୍ତୁ ଗୋଟିଏ ପୋଷ୍ଟର୍ ତିଆରି କରିବା
5.50 ପ୍ରଥମେ Ellipse ଓ Guidelineକୁ ଡିଲିଟ୍ କରିଦିଅନ୍ତୁ
5.53 ପୋଷ୍ଟର୍ ପାଇଁ ଆମକୁ ପ୍ରଥମେ ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରିବାକୁ ହେବ
5.58 Rectangle Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ
6.00 ସମ୍ପୂର୍ଣ୍ଣ କାନଭାସ କଭର୍ କରୁଥିବା ଭଳି ଏକ ବଡ଼ ଆୟତକ୍ଷେତ୍ର ଆଙ୍କନ୍ତୁ
6.06 ତାହାକୁ ଫିକା ନୀଳ ଗ୍ରେଡିଏଣ୍ଟ ରଙ୍ଗ ଦିଅନ୍ତୁ
6.08 ଏବେ, Bezier Tool ବ୍ୟବହାର କରି କାନଭାସ
6.16 ଉପରେ ଏକ Header Area ଓ ତଳେ ଏକ Footer Area ଆଙ୍କନ୍ତୁ
6.23 ଏହାକୁ ନୀଳ ରଙ୍ଗ ଦେବା
6.25 ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ
6.28 ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯିବ
6.32 ତେଣୁ, ସର୍ବପ୍ରଥମେ ତ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ତା’ପରେ Code Filesରେ କ୍ଲିକ୍ କରି Zip File ଡାଉନଲୋଡ୍ କରନ୍ତୁ
6.39 ଏବେ, ଫୋଲ୍ଡର୍ କୁ Unzip କରି ନିଜ ମେସିନ୍ ରେ, ନିଜ ପସନ୍ଦର ‍ସ୍ଥାନରେ ତାହାକୁ ସେଭ୍ କରନ୍ତୁ
6.45 ଏବେ, Inkscapeକୁ ଫେରିଆସନ୍ତୁ
6.47 File ମେନୁକୁ ଯାଆନ୍ତୁ Import ଉପରେ କ୍ଲିକ୍‍ କରନ୍ତୁ
6.51 Logo ସେଭ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ
6.54 Spoken Tutorial Logo ସିଲେକ୍ଟ କରି Open ଉପରେ କ୍ଲିକ୍ କରନ୍ତୁ
6.59 ଏକ ନୂଆ ଡାୟଲଗ୍‍ ବକ୍ସ ଖୋଲିଥାଏ OK ଉପରେ କ୍ଲିକ୍‍ କରନ୍ତୁ
7.03 ଏବେ ଆମ କାନଭାସ୍ କୁ ଲୋଗୋଟି ଇମ୍ପୋର୍ଟ ହୋଇଗଲା
7.06 ତାହାକୁ 100 x 100 ପିକ୍ସେଲ୍ କୁ ରିସାଇଜ୍ କରି
7.09 Header Areaର ଉପର ବାମପଟ କୋଣରେ ରଖନ୍ତୁ
7.14 ଏବେ, Spoken Tutorial ଟେକ୍ସଟ୍ ଟାଇପ୍ କରନ୍ତୁ
7.18 ଏହାକୁ Bold କରନ୍ତୁ
7.20 ଫଣ୍ଟ ସାଇଜ୍ କୁ 48 କରନ୍ତୁ
7.24 ତାହାକୁ ଲୋଗୋର ଡାହାଣପଟେ ରଖନ୍ତୁ
7.27 ଏହାପରେ ଟାଇପ୍ କରନ୍ତୁ partner with us...help bridge the digital divide
7.35 ଫଣ୍ଟ ସାଇଜ୍ କୁ 20 କରନ୍ତୁ
7.39 ଏବେ ଆଉ କିଛି ଟେକ୍ସଟ୍ ଆଡ୍ କରନ୍ତୁ
7.42 ମୁଁ, LibreOffice Writer ଡକୁମେଣ୍ଟରେ ଏକ ସାମ୍ପଲ୍ ଟେକ୍ସଟ୍ ପୂର୍ବରୁ ରଖିସାରିଛି
7.47 ଏହି ସାମ୍ପଲ୍ ଟେକ୍ସଟ୍, Code Files ଆପଣଙ୍କୁ ପ୍ରଦାନ କରାଯିବ
7.51 ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ
7.54 ଏବେ ମୁଁ, ଏହି ଟେକ୍ସଟ୍ କୁ ମୋ ପୋଷ୍ଟର୍ ର ଖାଲି ‍ସ୍ଥାନରେ Copy ଓ Paste କରିବି
8.00 ଫଣ୍ଟ ସାଇଜ୍ କୁ 28 କରନ୍ତୁ
8.04 ଲାଇନ୍ ସ୍ପେସିଙ୍ଗ୍ ସେଟ୍ କରନ୍ତୁ
8.06 Bullet କ୍ରିଏଟ୍ କରି ପ୍ରତ୍ୟେକ ବାକ୍ୟ ପୂର୍ବରୁ ରଖନ୍ତୁ
8.10 ଆମେ ତାହା ତଳେ 2ଟି ଇମେଜ୍ ଆଡ୍ କରିବା
8.13 ପୂର୍ବପରି, ସେଗୁଡ଼ିକୁ Import କରନ୍ତୁ
8.17 ମୁଁ ସେଗୁଡ଼ିକୁ Images ଫୋଲ୍ଡର୍ ରେ ସେଭ୍ କରିଛି
8.20 ଏହି ଇମେଜ୍ ଗୁଡ଼ିକ, Code Files ଆପଣଙ୍କୁ ପ୍ରଦାନ କରାଯିବ
8.24 ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ
8.27 ଇମେଜ୍ ଗୁଡ଼ିକୁ ସିଲେକ୍ଟ କରି ରିସାଇଜ୍ କରନ୍ତୁ
8.30 ସେଗୁଡ଼ିକୁ ପୋଷ୍ଟର୍ ର ତଳ ‍ସ୍ଥାନକୁ ନେଇଯାଆନ୍ତୁ
8.33 ଚାଲନ୍ତୁ ଏବେ, Footer Areaରେ ଯୋଗାଯୋଗ ବିବରଣୀ ଲେଖିବା
8.37 ପୁଣିଥରେ, LibreOffice Writer ଡକୁମେଣ୍ଟରୁ ଟେକ୍ସଟ୍ Copy ଓ Paste କରନ୍ତୁ
8.42 ଫଣ୍ଟ ସାଇଜ୍ କୁ 18 କରନ୍ତୁ
8.45 ଏବେ ଆମ ପୋଷ୍ଟର୍ ପ୍ରସ୍ତୁତ
8.47 ଏହାପରେ ଆମେ, PDF ଫର୍ମାଟ୍ ରେ ସେଭ୍ କରିବା ବିଷୟରେ ଶିଖିବା
8.51 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
8.55 ଏକ ଡାୟଲଗ୍‍ ବକ୍ସ ଦେଖାଦେଲା
8.58 ଆପଣ ସେଭ୍ କରିବାକୁ ଚାହୁଁଥିବା ଫୋଲ୍ଡର୍ ଚୟନ କରନ୍ତୁ
9.00 ମୁଁ Desktop ଚୟନ କରିବି
9.02 ଡାୟଲଗ୍ ବକ୍ସର ତଳ ଡାହାଣ ପଟେ ଥିବା ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରି ଫର୍ମାଟ୍ PDFକୁ ବଦଳାନ୍ତୁ
9.09 ଏଠାରେ Name ଫିଲ୍ଡରେ ଟାଇପ୍ କରନ୍ତୁ: Spoken-Tutorial-Poster
9.16 ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ
9.18 ଆମ ପୋଷ୍ଟର୍ Desktopରେ ସେଭ୍ ହୋଇଛି
9.21 ଚାଲନ୍ତୁ, Desktopକୁ ଯାଇ ଆମ ପୋଷ୍ଟର୍ ଦେଖିବା
9.25 ଆମ ପୋଷ୍ଟର୍ PDF ଫର୍ମାଟ୍ ରେ ଅଛି
9.28 ସଂ‍କ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
9.32 * Document Properties ବଦଳାଇବା
9.34 * ଏକ A4 Poster ଡିଜାଇନ୍ କରିବା
9.36 * ପୋଷ୍ଟର୍ କୁ PDFରେ ସେଭ କରିବା
9.38 ଏକ ଆସାଇନମେଣ୍ଟ ଭାବେ
9.40 Spoken Tutorial Project ପାଇଁ ଏକ A4 ପୋଷ୍ଟର୍ ତିଆରି କରନ୍ତୁ
9.44 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
9.48 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
9.54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
10.01 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10.04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10.10 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
10.14 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
10.16 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep