Inkscape/C2/Fill-color-and-stroke/Oriya

From Script | Spoken-Tutorial
Revision as of 14:12, 12 May 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 Inkscape ବ୍ୟବହାର କରି Fill Color and Stroke ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
  • ଅବଜେକ୍ଟସ୍ ରେ କଲର୍ ଫିଲ୍ କରିବା
  • ଅବଜେକ୍ଟସ୍ କୁ ଏକ ଆଉଟ୍ ଲାଇନ୍ ଦେବା
  • ଗ୍ରେଡିଏଣ୍ଟସ୍ ର ବିଭିନ୍ନ ପ୍ରକାର
  • ଷ୍ଟ୍ରୋକ୍ ପେଣ୍ଟ ଓ ଷ୍ଟାଇଲ୍
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
  • ଉବୁଣ୍ଟୁ ଲିନକ୍ସ 12.04 OS
  • Inkscape ଭର୍ସନ୍ 0.48.4
00:29 Inkscape ଖୋଲନ୍ତୁ ଏଥିପାଇଁ Dash Home ଯାଇ ଟାଇପ୍ କରନ୍ତୁ Inkscape
00:35 ଆପଣ ଲୋଗୋ ଉପରେ କ୍ଲିକ୍ କରି Inkscape ଖୋଲିପାରିବେ
00:40 ଆମେ ପୂର୍ବରୁ ତିଆରି କରିଥିବା Assignment.svg ଫାଇଲ୍ ଖୋଲିବା ତାହାକୁ ମୁଁ ମୋର Document ଫୋଲ୍ଡର୍ ରେ ସେଭ୍ କରିଛି
00:50 ଏହି 3ଟି ଶେପ୍ସକୁ ଆମେ ପୂର୍ବ ଆସାଇନମେଣ୍ଟରେ ତିଆରି କରିଥିଲେ
00:54
01:01 ଏବେ ଆମେ, Fill and Stroke ବ୍ୟବହାର କରି ବିଭିନ୍ନ ପ୍ରକାରର କଲର୍ ଫିଲ୍ ବିଷୟରେ ଶିଖିବା
01:08 Object ମେନୁକୁ ଯାଇ ଡ୍ରପ୍-ଡାଉନ୍ ତାଲିକାରୁ Fill and Stroke ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
01:13 ଦେଖନ୍ତୁ, ଇଣ୍ଟରଫେସ୍ ର ଡାହାଣପଟେ Fill and Stroke ଡାୟଲଗ୍ ବକ୍ସ ଖୋଲିଲା
01:20 ଏହି ଡାୟଲଗ୍ ବକ୍ସରେ 3ଟି ଟ୍ୟାବ୍ସ ଅଛି Fill, Stroke paint ଓ Stroke style
01:27 ଏବେ ଆମେ, Canvas ଏରିଆରେ ଥିବା ଆୟତକ୍ଷେତ୍ର ଉପରେ କ୍ଲିକ୍ କରିବା Fill and Stroke ଡାୟଲଗ୍ ବକ୍ସରେ ଥିବା ଅପ୍ସନ୍ସ ଓ ଆଇକନ୍ସ ସକ୍ରିୟ ହୋଇଗଲେ
01:38 ପ୍ରଥମେ ଆମେ, Fill ଟ୍ୟାବ୍ ବିଷୟରେ ଶିଖିବା
01:41 Fill ଟ୍ୟାବ୍ ଅନ୍ତର୍ଗତ 6ଟି ଆଇକନ୍ସ ଅଛି ଚାଲନ୍ତୁ ଏହିସବୁ ଆଇକନ୍ସ କ’ଣ କରନ୍ତି, ଜାଣିବା
01:48 ପ୍ରଥମ ଆଇକନ୍ କୁ No Paint କୁହାଯାଏ ବସ୍ତୁକୁ କୌଣସି ରଙ୍ଗ ଦିଆଯିବ ନାହିଁ ବୋଲି ଏହା ସୂଚିତ କରେ
01:56 ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆୟତକ୍ଷେତ୍ରରେ ପରିବର୍ତ୍ତନକୁ ଦେଖନ୍ତୁ ଆୟତକ୍ଷେତ୍ରରେ ଥିବା ରଙ୍ଗ କାଢ଼ିହୋଇଗଲା
02:03 ପରବର୍ତ୍ତୀ ଆଇକନ୍ ହେଉଛି Flat Color ଗୋଟିଏ ବସ୍ତୁରେ ସଲିଡ୍ କଲର୍ ଭର୍ତ୍ତି କରିବାରେ ଏହା ସାହାଯ୍ୟ କରେ
02:11 Flat Color ଆଇକନ୍ ରେ କ୍ଲିକ୍ କରି ଆୟତକ୍ଷେତ୍ରରେ ରଙ୍ଗ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
02:17 Flat Color ତଳେ 5ଟି ସବ୍ ଟାବ୍ସ ଅଛି
02:21 ଡିଫଲ୍ଟ ଭାବରେ RGB ଟାବ୍ ସିଲେକ୍ଟ ହୋଇଛି
02:25 RGB ଟାବ୍ ତଳେ 4ଟି ସ୍ଲାଇଡର୍ସ ଅଛି
02:29 ପ୍ରଥମ 3ଟି ସ୍ଲାଇଡର୍ସ Red, Green ଓ Blue ରଙ୍ଗର ଘନତ୍ୱକୁ ସୂଚିତ କରନ୍ତି
02:36 ଆମେ ସ୍ଲାଇଡର୍ ଗୁଡ଼ିକୁ ବାମ କିମ୍ୱା ଡାହାଣ ଦିଗକୁ ଘୁଞ୍ଚାଇ ରଙ୍ଗ ପରିବର୍ତ୍ତନ କରିପାରିବା ଆୟତକ୍ଷେତ୍ରରେ ରଙ୍ଗ ପରିବର୍ତ୍ତନକୁ ଦେଖନ୍ତୁ, ଯେପରି ମୁଁ କରିଛି
02:46 ଚତୁର୍ଥ ସ୍ଲାଇଡର୍ ହେଉଛି Alpha ଏହା ଦ୍ୱାରା ଆମେ, କଲର୍ ର Opacity ସ୍ତରକୁ, ଆପାରଦର୍ଶିରୁ ପାରଦର୍ଶି ପର୍ଯ୍ୟନ୍ତ ବଢ଼ାଇ କିମ୍ୱା କମାଇ ପାରିବା
02:57 ଏହି 4ଟି ସ୍ଲାଇଡର୍ସକୁ ମୁଁ ମୂଭ୍ କରିବା କ୍ଷଣି, ଏହି ବକ୍ସଗୁଡ଼ିକରେ ଥିବା ରଙ୍ଗର RGBA ଭାଲ୍ୟୁ ନିଜକୁ ନିଜ ପରିବର୍ତ୍ତିତ ହେଉଥିବାର ଲକ୍ଷ୍ୟ କରନ୍ତୁ
03:06 ମୁଁ ଏହି ସ୍ଲାଇଡରଗୁଡ଼ିକୁ ଆଉଥରେ ମୂଭ୍ କରୁଛି, ଯେଉଁଥିରୁ ଏହି ପରିବର୍ତ୍ତନକୁ ଆପଣ ଦେଖିପାରିବେ
03:12 ଆମେ ସ୍ଲାଇଡର୍ସର ଡାହାଣପଟେ ଥିବା ବକ୍ସରେ ପ୍ରତ୍ୟେକ ରଙ୍ଗର ଭାଲ୍ୟୁକୁ ବଦଳାଇ ରଙ୍ଗକୁ ନିଜେ ବଦଳାଇ ପାରିବା
03:20

ମୁଁ Redର ଭାଲ୍ୟୁକୁ 100, Greenର ଭାଲ୍ୟୁକୁ 50 ଓ Blueର ଭାଲ୍ୟୁକୁ 150କୁ ବଦଳାଉଛି, ଦେଖନ୍ତୁ, ଆୟତକ୍ଷେତ୍ରର ରଙ୍ଗ ବାଇଗଣୀରେ ବଦଳିଗଲା

03:32 ମୁଁ Alpha ସ୍ତରକୁ 255 ରଖିବି, ଯେହେତୁ ମୁଁ ଏହାର ପାରଦର୍ଶିତା ସ୍ତରକୁ ହ୍ରାସ କରିବାକୁ ଚାହୁଁନାହିଁ
03:40 ପରବର୍ତ୍ତୀ ଟାବ୍ ହେଉଛି HSL ଓ ଏହାର ଅର୍ଥ କ୍ରମଶଃ Hue, Saturation ଓ Lightness ଅଟେ
03:49 ବେସ୍ କଲର୍ ପାଇଁ ଆମେ Hue ବ୍ୟବହାର କରିପାରିବା . ସବୁଜ ରଙ୍ଗର ବେସ୍ ପାଇବା ପାଇଁ ମୁଁ ସ୍ଲାଇଡର୍ କୁ ବାମପଟକୁ ଘୁଞ୍ଚାଇବି
03:59 ଆମେ, Saturation ସ୍ଲାଇଡର୍ ବ୍ୟବହାର କରି ବେସ୍ କଲର୍ ର Saturation ଆଡଜଷ୍ଟ କରିପାରିବା
04:04 ସ୍ଲାଇଡର୍ କୁ ବାମ କିମ୍ୱା ଡାହାଣ ପଟକୁ ଘୁଞ୍ଚାଇଲେ Saturation ସ୍ତରରେ ପରିବର୍ତ୍ତନକୁ ଦେଖନ୍ତୁ
04:12 Lightness ସ୍ଲାଇଡର୍, ବେସ୍ କଲର୍ ର ଚମକକୁ ଆଡଜଷ୍ଟ କରିଥାଏ
04:16 ଏହି ବିକଳ୍ପ ସହିତ ଜଣେ, ମୌଳିକ ରଙ୍ଗର ଶେଡ୍ସକୁ ପୂର୍ଣ୍ଣ ଧଳାରୁ ପୂର୍ଣ୍ଣ କଳା କିମ୍ୱା ମଝିରେ ଯେକୌଣସି ଶେଡ୍ସରେ ବଦଳାଇପାରିବା
04:26 ପୂର୍ବ ପରି, ଅପାରଦର୍ଶୀରୁ ପାରଦର୍ଶୀ କରିବାକୁ Opacityର ସ୍ତରକୁ ବଢ଼ାଇବା କିମ୍ୱା କମାଇବା ପାଇଁ Alpha ସ୍ଲାଇଡର ବ୍ୟବହାର କରାଯାଏ
04:35 ପରବର୍ତ୍ତୀ ଟ୍ୟାବ୍ ହେଉଛି CMYK, ଯାହା କ୍ରମଶଃ Cyan, Magenta, Yellow ଓ Blackକୁ ଦର୍ଶାଇଥାଏ
04:44 ଏହି ସ୍ଲାଇଡରଗୁଡ଼ିକ ଘୁଞ୍ଚାଇବା ଦ୍ୱାରା ଆମେ ବେସ୍ କଲରର ତୀବ୍ରତା ଓ ଗଭୀରତାକୁ ବଢ଼ାଇ କିମ୍ୱା କମାଇ ପାରିବା
04:52 କମର୍ଶିଆଲ୍ ପ୍ରେସ୍ ଗୁଡ଼ିକରେ ପ୍ରିଣ୍ଟ ହେବାକୁ ଥିବା ଡିଜାଇନ୍ ପ୍ରୋଜେକ୍ଟସ୍ ମାମଲାରେ ଏହି କଲର୍ ମିକ୍ସିଙ୍ଗ୍ ଅପ୍ସନ୍ ବହୁତ ଉପଯୋଗୀ ଅଟେ
05:00 ଏହାପରେ ହେଉଛି Wheel ଟ୍ୟାବ୍. ଏହା HSL କଲର୍ ମିକ୍ସର୍ ର ଏକ ବୈକଳ୍ପିକ ରିପ୍ରେଜେଣ୍ଟେସନ୍ ଅଟେ
05:07 ଆମେ କଲର୍ ରିଙ୍ଗ୍ ଉପରେ କ୍ଲିକ୍ କରି ବେସ୍ Hue ଚୟନ କରିପାରିବା, ଯାହା ଷ୍ଟାଣ୍ଡାର୍ଡ କଲର୍ ହ୍ୱୀଲ୍ ଉପରେ ପର୍ଯ୍ୟବେସିତ
05:14 ତେଣୁ ମୁଁ, ହଳଦିଆ ରଙ୍ଗର ଏକ ବେସ୍ ଚୟନ କରିବା ପାଇଁ ୟେଲ୍ଲୋ ଶେଡ୍ସସ ଉପରେ କ୍ଲିକ୍ କରିବି
05:19 କଲର୍ ସର୍କଲ୍ ମଧ୍ୟରେ, ଗୋଟିଏ ତ୍ରିଭୁଜ ଅଛି, ଯାହା ଭିତରେ ଏକ ଛୋଟ ବୃତ୍ତ ଅଛି. ତାହା ଉପରେ କ୍ଲିକ୍ କରି ତାହାକୁ ତ୍ରିଭୁଜ ଭିତରକୁ ଟାଣି ଆଣନ୍ତୁ ଏବଂ ଆୟତକ୍ଷେତ୍ରରେ ରଙ୍ଗ ପରିବର୍ତ୍ତନକୁ ଦେଖନ୍ତୁ
05:31 କେବଳ ରଙ୍ଗ ପରିଚାଳିତ ପରିବେଶରେ କାମ କରୁଥିବା ଲୋକମାନଙ୍କର CMS ଟ୍ୟାବ୍ ଉପରେ ପ୍ରକୃତ ଆଗ୍ରହ ରହିବ
05:38 ଏବେପାଇଁ ଆମେ ଏହି ଟ୍ୟାବ୍ ଛାଡ଼ିଦେବା
05:43 ଏବେ ଚାଲନ୍ତୁ, Linear Gradient କ୍ରିଏଟ୍ କରିବା ବିଷୟରେ ଶିଖିବା
05:47 Canvasକୁ ଯାଇ ସର୍କଲ୍ ଉପରେ କ୍ଲିକ୍ କରନ୍ତୁ
05:50 ଏବେ, Fill & Stroke ଡାୟଲଗ୍ ବକ୍ସକୁ ଫେରିଆସି Linear Gradient ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:57 ବୃତ୍ତରେ Gradient Fillକୁ ଦେଖନ୍ତୁ
06:00 Gradienକୁ ଯାଦୃଚ୍ଛିକ ସଂଖ୍ୟାଗୁଡ଼ିକର ଏକ ଶୃଙ୍ଖଳା ସହିତ ସମାପ୍ତ ହେଉଥିବା ଗୋଟିଏ ନାମ ଦିଆଯିବ
06:05 ମୋ ଇଣ୍ଟରଫେସ୍ ରେ ସଂଖ୍ୟାଟି ହେଉଛି "LinearGradient3794" ଆପଣଙ୍କ କ୍ଷେତ୍ରରେ ଏହା ଭିନ୍ନ ହୋଇପାରେ
06:14 ଆମେ Edit ବଟନ୍ କ୍ଲିକ୍ କରି Gradient ବଦଳାଇପାରିବା, ଯାହା Linear Gadient ନମ୍ୱର୍ ବଟନ୍ ର ଠିକ୍ ତଳେ ଅଛି
06:21 ଏହା, Gadient Editor ଡାୟଲଗ୍ ବକ୍ସ ଖୋଲିବ
06:26 ଏହି ବକ୍ସରେ ଥିବା ଉପର ବଟନ୍ ର ନାମ ହେଉଛି Stop ଓ ତାହାପରେ କିଛି ରାଣ୍ଡମ୍ ନମ୍ୱର୍ସ ଅଛି ଓ ଏଥିରେ ଏକ ଡ୍ରପ୍ ଡାଉନ୍ ମେନୁ ଅଛି
06:34 ଏହି ଡ୍ରପ୍ ଡାଉନ୍ ରେ ଥିବା ଆରୋଗୁଡ଼ିକ ଉପରେ ଯଦି ଆପଣ କ୍ଲିକ୍ କରନ୍ତି, ତେବେ ଦୁଇଟି Stop ଅପ୍ସନ୍ସ ଦେଖିବେ
06:39 ପ୍ରଥମଟି, ଶୁଦ୍ଧ ବେସ୍ କଲର୍ କୁ ଦର୍ଶାଏ. ଅନ୍ୟଟି ହେଉଛି Half Check Board, ଯାହା ଏହା ପାରଦର୍ଶୀ ବୋଲି ସୂଚାଏ
06:48 ଦ୍ୱିତୀୟ ଅପ୍ସନ୍ କୁ ସିଲେକ୍ଟ କରନ୍ତୁ, ଯାହା ହେଉଛି ପାରଦର୍ଶୀ Stop ଅପ୍ସନ୍
06:53 ତଳେ ଥିବା Stop Colorକୁ ଯାଆନ୍ତୁ. ଯେଉଁ ରଙ୍ଗକୁ ଆପଣ ଚାହାଁନ୍ତି, Slidersକୁ ଘୁଞ୍ଚାଇ RGB ଭାଲ୍ୟୁକୁ ବଦଳାନ୍ତୁ
07:00 Gradientକୁ ପୂର୍ଣ୍ଣ ଭାବେ ଦୃଶ୍ୟମାନ ରଖିବା ପାଇଁ Alpha ଭାଲ୍ୟୁକୁ 255ରେ ରଖନ୍ତୁ. Gadient Editor ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
07:09 ଏବେ ଆମେ Gradient Angle ବଦଳାଇପାରିବା. ଏହା କରିବା ପାଇଁ, ଇଣ୍ଟରଫେସ୍ ର ବାମପଟେ ଥିବା ଟୁଲ୍ ବକ୍ସରୁ Node ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏହା Selector Toolର ଠିକ୍ ତଳେ ଅଛି
07:21 ଏହା, ବୃତ୍ତ ଉପରେ ଏକ ରେଖା ପ୍ରଦର୍ଶିତ କରିବ. ଏହି ରେଖା Gradientକୁ ପ୍ରତିନିଧିତ୍ୱ କରେ
07:29 ଏହିସବୁ ସାମ୍ପ୍ରତିକ ଭାବେ, ବୃତ୍ତର Square Handle ଓ Arc Handles ସହିତ ଓଭରଲ୍ୟାପ୍ କରିଛି
07:33 Handleଗୁଡ଼ିକୁ ଭଲ ଭାବରେ ଦେଖିବା ପାଇଁ ଆମକୁ Gradient Line Handlesକୁ ଅଳ୍ପ ଘୁଞ୍ଚାଇବାକୁ ହେବ
07:40 ସ୍ଥାନ ବଦଳାଇବା ପାଇଁ Circular Handle ବା Square Handle ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ, ଯେଉଁଠାରେ Gradient ଆରମ୍ଭ ଓ ଶେଷ ହୋଇଛି
07:50 ପ୍ରଦର୍ଶିତ ଅନୁସାରେ, Circular Handleକୁ ଘୁଞ୍ଚାଇ ଆମେ Gradientର ଦିଗକୁ ମଧ୍ୟ ରୋଟେଟ୍ କରିପାରିବା
07:58 ଏବେ, Radial Gradient ବ୍ୟବହାର ବିଷୟରେ ଶିଖିବା. ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ Gradientକୁ ବୃତ୍ତରେ ପରିବର୍ତ୍ତନକୁ ଦେଖନ୍ତୁ
08:06 Radial Gradient ଏକ ବୃତ୍ତ ଆକାରରେ ଗଠିତ ହେଲା
08:10 1 Square Handle ଓ 2 Circular Handles ଉପରେ ଧ୍ୟାନ ଦିଅନ୍ତୁ
08:15 Gradientsର ଆରମ୍ଭ ବିନ୍ଦୁକୁ ଘୁଞ୍ଚାଇବା ପାଇଁ ମଝି Square Handle ଉପରେ କ୍ଲିକ୍ କରନ୍ତୁ. ମୁଁ ଏହାକୁ ତଳ ବାମପଟକୁ ଘୁଞ୍ଚାଇବି
08:22 Gradientରେ ପରିବର୍ତ୍ତନ କରିବା ପାଇଁ ଯେକୌଣସି Circular Handle ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
08:28 Gradient ଶେପ୍ ର ହାଇଟ୍ ଓ ୱିଡଥ୍ ରେ ପରିବର୍ତ୍ତନକୁ ଦେଖନ୍ତୁ
08:37 Tool Boxରେ ମଧ୍ୟ ଆମେ Gradient Tool ପାଇବା
08:42 ତାହା ଉପରେ କ୍ଲିକ୍ କରନ୍ତୁ ଓ ଆମ ବୃତ୍ତକୁ ଫେରିଆସନ୍ତୁ
08:45 ଦେଖନ୍ତୁ, କର୍ସର୍ ଏବେ, କ୍ୟାପିଟାଲ୍ I ସହିତ ଏକ Plus ଚିହ୍ନରେ ବଦଳିଯାଇଛି
08:51 ଏବେ, ବୃତ୍ତ ଭିତରେ ଯେକୌଣସି ସ୍ଥାନରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ. Gradientରେ ପରିବର୍ତ୍ତନକୁ ଦେଖନ୍ତୁ
09:00 ଏବେ, ବୃତ୍ତ ବାହାରେ ଯେକୌଣସି ସ୍ଥାନରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ.
09:04 Gradientରେ ପରିବର୍ତ୍ତନକୁ ଦେଖନ୍ତୁ
09:06 ଏହାପରେ ଆମେ, ଶେପ୍ସ ଉପରେ ବିଭିନ୍ନ ପାଟର୍ନ୍ସ ଓଭରଲେ କରିବା ବିଷୟରେ ଶିଖିବା
09:11 Tool Boxକୁ ଯାଆନ୍ତୁ, Selector Tool ଉପରେ କ୍ଲିକ୍ କରି ତାରା ଆକୃତି ଉପରେ କ୍ଲିକ୍ କରନ୍ତୁ
09:17 Fill & Stroke ଡାୟଲଗ୍ ବକ୍ସରେ Pattern ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ତାରାଟିର ରଙ୍ଗ ଷ୍ଟ୍ରାଇପ୍ ପାଟର୍ନରେ ବଦଳିଗଲା.
09:26 Pattern Fillରେ ଏକ ଡ୍ରପ୍ ଡାଉନ୍ ମେନୁ ଅଛି. ଉପଲବ୍ଧ ପାଟର୍ନ୍ସ ଦେଖିବା ପାଇଁ ଏରୋ ଉପରେ କ୍ଲିକ୍ କରନ୍ତୁ
09:32 Checkerboard ଉପରେ କ୍ଲିକ୍ କରି ତାରା ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ ଉପଲବ୍ଧ ପାଟର୍ନଗୁଡ଼ିକ ମଧ୍ୟରୁ ଆପଣ ଯେକୌଣସିଟିକୁ ବ୍ୟବହାର କରିପାରିବେ
09:44 ଆମେ, ଅନ୍ୟ ଟ୍ୟୁଟୋରିଆଲ୍ ରେ Swatch ବିଷୟରେ ଶିଖିବା
09:48 ଶେଷ ଆଇକନ୍ Unset Paint, ଚୟନିତ ଅବଜେକ୍ଟର ରଙ୍ଗକୁ ବ୍ଲାକ୍ ରେ Unset କରିବା ପାଇଁ ବ୍ୟବହୃତ ହୋଇଥାଏ
09.54 ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତାରାରେ ରଙ୍ଗ ପରିବର୍ତ୍ତନକୁ ଦେଖନ୍ତୁ ଏହା କଳାରେ ପରିବର୍ତ୍ତିତ ହୋଇଗଲା
10:01 ଏବେ ଚାଲନ୍ତୁ, ଗୋଟିଏ ଅବଜେକ୍ଟରେ Stroke ବା ଆଉଟଲାଇନ୍ ଦେବା ବିଷୟରେ ଶିଖିବା. ଏହା କରିବା ପାଇଁ ଆମକୁ Stroke Paint ଟ୍ୟାବ୍ ବ୍ୟବହାର କରିବାକୁ ହେବ
10:09 Stroke Paint ଟ୍ୟାବ୍ ଉପରେ କ୍ଲିକ୍ କରି ରେକ୍ଟାଙ୍ଗଲ୍ ଉପରେ କ୍ଲିକ୍ କରନ୍ତୁ
10:14 Stroke Paint ଟ୍ୟାବ୍ ରେ ଥିବା ଆଇକନ୍ ଗୁଡ଼ିକ Fill ଟ୍ୟାବ୍ ରେ ଥିବା ସହ ସମାନ
10:19 ସେଗୁଡ଼ିକ ସମାନ ଭାବରେ କାର୍ଯ୍ୟ ମଧ୍ୟ କରନ୍ତି
10:22 ପ୍ରଥମ ଆଇକନ୍, No Paint ସହିତ , ଆମେ ଶେପ୍ ର ଆଉଟ୍ ଲାଇନ୍ କାଢ଼ିବା
10:26 ତାହାପରେ Flat Color ଆଇକନ୍ ଉପରେ କ୍ଲିକ୍ କରିବା. ଆମେ, ରେକ୍ଟାଙ୍ଗଲ୍ ଆକୃତି ଚାରିପଟେ ଏକ କଳା ରଙ୍ଗର ଆଉଟ୍ ଲାଇନ୍ ଦେଖୁଛେ
10:33 Stroke Style ଟ୍ୟାବ୍ ବ୍ୟବହାର କରି ଆମେ ଆଉଟ୍ ଲାଇନ୍ ର ମୋଟେଇକୁ ବଢ଼ାଇ କିମ୍ୱା କମାଇ ପାରିବା
10:44 ୱିଡଥ୍ ପାରାମିଟର୍ କୁ 10 ରଖନ୍ତୁ. ଆମର ଆବଶ୍ୟକତା ଅନୁସାରେ ଆମେ ଯୁନିଟ୍ ଗୁଡ଼ିକୁ Percentage, Point ଆଦିରେ ମଧ୍ୟ ବଦଳାଇପାରିବା
10:54 ମୁଁ ୟୁନିଟ୍ କୁ Pixels ଭାବରେ ରଖିବି
10:56 ପୁଣି ଥରେ Stroke Paint ଟ୍ୟାବ୍ କୁ ଫେରିଚାଲନ୍ତୁ. RGB ଟ୍ୟାବ୍ ରେ ଥିବା Slidersକୁ ଘୁଞ୍ଚାଇ ଆମେ Strokeର ରଙ୍ଗ ବଦଳାଇପାରିବା
11:04 ଆଉଟ୍ ଲାଇନ୍ ରେ ରଙ୍ଗ ପରିବର୍ତ୍ତନକୁ ଦେଖନ୍ତୁ, ଯେପରି ମୁଁ କରିଛି
11:09 ଅନ୍ୟ Flat Color ଅପ୍ସନ୍ସ, ଯେପରି HSL, CMYK, Wheel ଓ CMS ନିଜକୁ ନିଜେ ଏକ୍ସପ୍ଲୋର୍ କରନ୍ତୁ
11:17 ମୁଁ ଏବେ Linear Gradient ଉପରେ କ୍ଲିକ୍ କରୁଛି. ଏହା, ରେକ୍ଟାଙ୍ଗଲ୍ ଆକୃତିକୁ ଏକ Gradient ଆଉଟ୍ ଲାଇନ୍ ଦେବ
11:24 ଆମେ ପୂର୍ବରୁ ବ୍ୟବହାର କରିଥିବା Gradientଗୁଡ଼ିକ ଏଠାରେ ଡ୍ରପ୍ ଡାଉନ୍ ତାଲିକାରେ ଦେଖାଦେବ ଆମେ, ସେଗୁଡ଼ିକରୁ ଗୋଟିଏକୁ ମଧ୍ୟ ବ୍ୟବହାର କରିପାରିବା
11:32 ମୁଁ ମୋ ରେକ୍ଟାଙ୍ଗଲ୍ କୁ ନାଲି ଓ ନୀଳ Gradient ଆଉଟ୍ ଲାଇନ୍ ଦେବି
11:38 ସମାନ ମାର୍ଗରେ ଆମେ ବଳକା ଷ୍ଟ୍ରୋକ୍ ଆଇକନଗୁଡ଼ିକୁ ବ୍ୟବହାର କରି ଆମ ଅବଜେକ୍ଟଗୁଡ଼ିକରେ କିଛି ଆକର୍ଷକ ପ୍ୟାଟର୍ନ୍ସ ଓ ଗ୍ରେଡିଏଣ୍ଟ ଆଉଟ୍ ଲାଇନ୍ ଦେବା
11:46 ଏହାପରେ ଆମେ Stroke Style ବିଷୟରେ ଶିଖିବା ଏହା ଉପରେ କ୍ଲିକ୍ କରନ୍ତୁ
11:50 Strokeର ୱିଡଥ୍ କୁ ସଂଶୋଧିତ କରିବା ବିଷୟରେ ଆମେ ଶିଖିସାରିଛେ
11:54 ଏବେ Miter Join, Round Join ଓ Bevel Join ନାମକ 3ଟି Join ଆଇକନ୍ସକୁ ଦେଖନ୍ତୁ ଡିଫଲ୍ଟ ଭାବରେ ଷ୍ଟ୍ରୋକ୍, Miter Joinରେ ଅଛି
12:08 ଭଲ ଭାବରେ ଦେଖିବା ପାଇଁ ରେକ୍ଟାଙ୍ଗଲ୍ ର ଗୋଟିଏ କୋଣ ଉପରେ ମୁଁ ଯୂମ୍ କରୁଛି
12:12 ଏବେ, Strokeରେ ଗୋଲିଆ କୋଣ ଦେବାପାଇଁ Round Join ଉପରେ କ୍ଲିକ୍ କରିବା Strokeର ଧାରଗୁଡ଼ିକରେ ପରିବର୍ତ୍ତନକୁ ଦେଖନ୍ତୁ
12:21 ଏହାପରେ ଆମେ, Bevel କୋଣ ତିଆରି କରିବା ପାଈଁ Bevel Join ଉପରେ କ୍ଲିକ୍ କରିବା
12:26 Dashes ଡ୍ରପ୍ ଡାଉନ୍ ମେନୁରେ ବିଭିନ୍ନ ଡାଶ୍ ଫାଟର୍ନ୍ସ ଉପଲବ୍ଧ ଅଛି. ଏହିଗୁଡ଼ିକୁ ବ୍ୟବହାର କରି ଆମେ, Strokeରେ ବିଭିନ୍ନ ଡାଶ୍ ପାଟର୍ନ୍ସ ଦେଇପାରିବା ଏବଂ ୱିଡଥ୍ ମଧ୍ୟ ବଦଳାଇପାରିବା
12:38 ଏହାପରେ ହେଉଛି Cap ଅପ୍ସନ୍. ଏହା ସାଧାରଣତଃ ଲାଇନ୍ Strokeରେ କାମ କରେ
12:44 Tool Boxକୁ ଯାଆନ୍ତୁ. Freehand Tool ଉପରେ କ୍ଲିକ୍ କରନ୍ତୁ. Freehand Tool ସାହାଯ୍ୟରେ ଆମେ ଏକ ରେଖା ଆଙ୍କିବା
12:50 ରେଖାର ଶେଷରେ ଯୂମ୍ କରନ୍ତୁ
12:54 ଡିଫଲ୍ଟ ଭାବରେ, ସିଲେକ୍ଟ ହୋଇଥିବା Butt Cap ଶେଷରେ ଏକ ଫ୍ଲାଟ୍ ଏଜ୍ ଦିଏ
12:59 ଗୋଲିଆ ଧାର ଦେବାପାଇଁ ମୁଁ ଏବେ Round Cap ଉପରେ କ୍ଲିକ୍ କରିବି
13:04 ଏହାପରେ ହେଉଛି Square Cap, ଯାହା ରେଖାର ଶେଷରେ ଫ୍ଲାଟ୍ ଓ ପରିବର୍ଦ୍ଧିତ ଧାର ଦିଏ
13:13 Dashes Tab ଠିକ୍ ତଳକୁ 3ଟି Markers ଅଛି, ଯାହା Pathର ମଝିରେ Marker ସ୍ଥାପିତ କରେ
13:20 ଉପଲବ୍ଧ ତାଲିକା ଦେଖିବା ପାଇଁ ପ୍ରତ୍ୟେକ Markerର ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରନ୍ତୁ
13:25 Start Markersରେ ମୁଁ Torso ସିଲେକ୍ଟ କରିବି
13:29 Mid Markers ଭାବେ ଆମେ Curvein ସିଲେକ୍ଟ କରିବା
13:33 End Markers ପାଇଁ Legs ସିଲେକ୍ଟ କରନ୍ତୁ
13:39 ଦେଖନ୍ତୁ, Canvas ଉପରେ ଏକ କାର୍ଟୂନ୍ ଆକୃତି ଗଠିତ ହେଲା
13:44 ଶେଷରେ, Fill And Stroke ଡାୟଲଗ୍ ବକ୍ସ ତଳେ ଥିବା Blur ଓ Opacity ନାମକ 2ଟି ସ୍ଲାଇଡର୍ସକୁ ଦେଖନ୍ତୁ
13:53 ପ୍ରଥମେ ରେକ୍ଟାଙ୍ଗଲ୍ କୁ ପୁଣିଥରେ ସିଲେକ୍ଟ କରନ୍ତୁ
13:56 ଗୋଟିଏ ଅବଜେକ୍ଟରେ Blur Effect ଦେବାପାଇଁ Blur ସ୍ଲାଇଡର୍ ବ୍ୟବହାର କରାଯାଏ. ମୁଁ ସ୍ଲାଇଡର୍ ଉପରେ କ୍ଲିକ୍ କରି ଡାହାଣ ପଟକୁ ଘୁଞ୍ଚାଇବି
14:04 ଦେଖନ୍ତୁ, ମୁଁ ସ୍ଲାଇଡର୍ କୁ ଯେତିକି ଡାହାଣ ପଟକୁ ନେଉଛି ରେକ୍ଟାଙ୍ଗଲ୍ ସେତିକି ବ୍ଲର୍ ହୋଇଯାଉଛି
14:15 ଗୋଟିଏ ଆକୃତିକୁ ପାରଦର୍ଶିତା ଦେବାପାଇଁ Opacity ସ୍ଲାଇଡର୍ ବ୍ୟବହାର କରାଯାଏ. ସ୍ଲାଇଡର୍ କୁ ଡାହାଣ ପଟକୁ ଘୁଞ୍ଚାନ୍ତୁ ଓ ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
14:27 ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
14:31 * Fill and Stroke ଅପ୍ସନ୍ ବ୍ୟବହାର କରି ଅବଜେକ୍ଟସ୍ ରଙ୍ଗ ଭରିବା
  • ଆକୃତିକୁ ଷ୍ଟ୍ରୋକ୍ସ ବା ଆଉଟ୍ ଲାଇନ୍ ଦେବା
  • ଗ୍ରେଡିଏଣ୍ଟସ୍ ର ବିଭିନ୍ନ ପ୍ରକାର ଏବଂ
  • Stroke paint ଓ Stroke style
14:44 ଏକ ଆସାଇନମେଣ୍ଟ ଭାବେ
14:47 1. 5 ପିକ୍ସେଲ୍ ୱିଡଥ୍ ର ଏକ ନୀଳ ଷ୍ଟ୍ରୋକ୍ ସହିତ ନାଲି ଓ ହଳଦିଆ ରଙ୍ଗର Linear Gradient ଭରିଥିବା ଏକ ପଞ୍ଚଭୁଜ ତିଆରି କରନ୍ତୁ
14:57 2. Wavy ପାଟର୍ନ ସହିତ ଏକ ଦୀର୍ଘବୃତ୍ତ ବନାନ୍ତୁ ଓ Opacityକୁ 70% କରନ୍ତୁ
15:04 3. Arrow1LStart ଭାବେ Start Markers ଓ Tail ଭାବେ End Markers ସହିତ 10 ୱିଡଥ୍ ବିଶିଷ୍ଟ ଏକ ରେଖା
15:15 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
15:18 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ 15:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ * ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
15:37 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
15:55 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

spoken-tutorial.org/NMEICT-Intro

16:05 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଆଇଆଇଟୀ ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep