Health-and-Nutrition/C2/Vegetarian-recipes-for-lactating-mothers/Oriya

From Script | Spoken-Tutorial
Revision as of 17:26, 4 November 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 "ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ନିରାମିଷ ଖାଦ୍ୟ" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ.
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ସ୍ତନ୍ୟପାନ ସମୟରେ ପୋଷଣର ମହତ୍ତ୍ୱ,
00:12 ନିରାମିଷ ଖାଦ୍ୟର ପ୍ରସ୍ତୁତି, ଯେପରି – ଅଙ୍କୁରିତ ମିଶ୍ରିତ ଚୀଲା
00:18 ରସୁଣ, ଫ୍ଲାକ୍ସ ସୀଡ୍ସ ଓ ରାଶି ଚଟଣୀ, ଚିନାବାଦାମ, ପାଳଙ୍ଗ ଓ ମେଥି କଟଲେଟ୍, ବାଜରା ଓ କୋଶଳା ଶାଗ ମୁଥିଆ ଏବଂ ଗଜା ମେଥି ତରକାରୀ.
00:30 ସ୍ତନ୍ୟପାନ ସମୟରେ, ଜଣେ ମା’ ଅତିରିକ୍ତ ପୋଷଣ ଆବଶ୍ୟକ କରିଥା’ନ୍ତି - ଦୁଗ୍ଧ ଉତ୍ପାଦନ ପାଇଁ
00:38 ବଢ଼ୁଥିବା ଶିଶୁ ପାଇଁ ଓ ନିଜସ୍ୱ ସ୍ୱାସ୍ଥ୍ୟ ରକ୍ଷା ପାଇଁ
00:44 ସ୍ତନ୍ୟପାନ ସମୟରେ ଦରକାର ହେଉଥିବା ଅତ୍ୟାବଶ୍ୟକ ପୋଷଣଗୁଡ଼ିକ ହେଉଛି -

ପ୍ରୋଟିନ୍, ଭିଟାମିନ୍, ମିନେରଲ୍, ଓମେଗା 3 ଫ୍ୟାଟୀ ଆସିଡ୍ସ ଓ କୋଲିନ୍

00:57 ଏହା ଛଡ଼ା, ପର୍ଯ୍ୟାପ୍ତ ଆୟୋଡିନ୍ ଓ ଭିଟାମିନ୍ ଡି ମଧ୍ୟ ଦରକାର ହୋଇଥାଏ
01:03 ଶିଶୁର ଥାଇରଏଡ୍ ହରମୋନ୍ସ ତିଆରି, ବୃଦ୍ଧି ଓ ସ୍ନାୟୁଗତ ବିକାଶରେ ଆୟୋଡିନ୍ ସାହାଯ୍ୟ କରିଥାଏ
01:13 ତେଣୁ, ଆୟୋଡିନ୍ ଅଭାବକୁ ରୋକିବା ପାଇଁ ଦୈନିକ ଆୟୋଡାଇଜଡ୍ ଲୁଣ ବ୍ୟବହାର କରନ୍ତୁ
01:20 ସେହିଭଳି, ସୁସ୍ଥ ହାଡ଼ ଓ "କାଲସିୟମ୍” ଅବଶୋଷଣ ପାଇଁ “ଭିଟାମିନ୍ ଡି” ଆବଶ୍ୟକ
01:28 “ଭିଟାମିନ୍ ଡି” ପାଇବା ପାଇଁ, ସକାଳ 11ଟାରୁ ଦିନ 3ଟା ମଧ୍ୟରେ 15-20 ମିନିଟ୍ ପାଇଁ ସୂର୍ଯ୍ୟାଲୋକ ଗ୍ରହଣ କରନ୍ତୁ.
01:40 ଅତ୍ୟାବଶ୍ୟକ ପୋଷଣ ପରେ, ଏବେ ଆମେ ମା’ଙ୍କର ଆହାର ବିଷୟରେ ଆଲୋଚନା କରିବା
01:44 ଦୈନିକ ବିଭିନ୍ନ ପ୍ରକାରର ପନି-ପରିବା ଖାଆନ୍ତୁ
01:49 ପରିବାରେ ଥିବା ପୋଷକ ତତ୍ତ୍ୱ, ପ୍ରତିରକ୍ଷା ପ୍ରଣାଳୀ ଗଠନ କରିଥାଏ
01:55 ସେଥିରେ ଥିବା "ଆଣ୍ଟିଅକ୍ସିଡେଣ୍ଟସ୍” ରୋଗର ବିପଦକୁ ମଧ୍ୟ ହ୍ରାସ କରିଥାଏ
02:02 ଯଦିଓ ସବୁ ପ୍ରକାରର ପରିବା ଖାଇବା ଜରୁରୀ, କିନ୍ତୁ ଏଠାରେ ଆମେ କେବଳ କିଛି ବିଷୟରେ ଆଲୋଚନା କରିବା, ଯେପରି -
02:10 କ୍ୟାପ୍ସିକମ୍, ପାଳଙ୍ଗ, ବନ୍ଧା କୋବି, ଫୁଲ କୋବି, କୋଶଳା, କଖାରୁ, ଗାଜର, ମେଥି ଶାଗ ଓ ବାଇଗଣ
02:22 ପରିବା ବ୍ୟତୀତ ଆମେ, “ଗାଲାକ୍ଟୋଗଗ୍ସ” ବିଷୟରେ ଜାଣିବା
02:27 “ଗାଲାକ୍ଟୋଗଗ୍ସ” ଦୁଗ୍ଧ ଉତ୍ପାଦନରେ ସାହାଯ୍ୟ କରିଥାଏ
02:32 ଆହାରରେ ନିମ୍ନଲିଖିତଗୁଡ଼ିକୁ ଅନ୍ତର୍ଭୁକ୍ତ କରି ତାହାକୁ ପ୍ରାପ୍ତ କରିହେବ -

ରସୁଣ, ମେଥି ମଞ୍ଜି ଓ ଶାଗ,

02:37 ପାନ ମଧୁରି, ଗାର୍ଡେନ୍ କ୍ରେସ୍ ସୀଡ୍ସ,
02:40 ସଜନା ପତ୍ର, ସୋୟା ପତ୍ର ଓ ଜୁଆଣୀ
02:45 ପରିବା ଓ "ଗାଲାକ୍ଟୋଗଗ୍ସ" ଛଡ଼ା, ମା’ଙ୍କୁ ଦୈନିକ 2-3 ଲିଟର୍ ପାଣି ପିଇବା ଉଚିତ
02:52 ପ୍ରତ୍ୟେକ ଥର ଖୁଆଇବା ପୂର୍ବରୁ ତାଙ୍କୁ, ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ପିଇବା ଦରକାର
02:58 ସ୍ତନ୍ୟପାନ କରାଉଥିବା ମା’ଙ୍କ ପାଇଁ ଯାହା ସବୁ ମହତ୍ତ୍ୱପୂର୍ଣ୍ଣ ଜାଣିବା ପରେ, ଆମେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ କରିବା.

ପ୍ରଥମ ରେସିପି ହେଉଛି – ଅଙ୍କୁରିତ ମିଶ୍ରିତ ଚୀଲା

03:10 ଏହି ଚୀଲା ତିଆରି କରିବା ପାଇଁ ଆମକୁ ଦରକାର -

1 କପ୍ ଗଜା କରାଯାଇଥିବା ସୋଲା, ମୁଗ ଓ ମୋଥ୍ ବିନ୍ସ

03:18 3ଟି କଞ୍ଚା ଲଙ୍କା, 3ଟି ରସୁଣ କୋଲା,
03:22 ଫାଳେ ପିଆଜ, ଅଧ କପ୍ ବେସନ
03:26 1 ଟେବଲ୍ ଚାମଚ ଦହି, ସ୍ୱାଦ ଅନୁସାରେ ଲୁଣ,
03:29 ଅଧ ଚାହା ଚାମଚ ଭୃଶୁଙ୍ଗା ପତ୍ର ଗୁଣ୍ଡ,
03:32 1 ଚାହା ଚାମଚ ଗାର୍ଡେନ୍ କ୍ରେସ୍ ସୀଡ୍ ଗୁଣ୍ଡ, 2 ଚାହା ଚାମଚ ଘିଅ.
03:37 ଗାର୍ଡେନ୍ କ୍ରେସ୍ ସୀଡ୍ ଗୁଣ୍ଡ ତିଆରି କରିବା ପାଇଁ: ନିମ୍ନରୁ ମଧ୍ୟମ ଆଞ୍ଚରେ 1 ଟେବଲ୍ ଚାମଚ ସୀଡ୍ସକୁ ରଙ୍ଗ ବଦଳାଇବା ପର୍ଯ୍ୟନ୍ତ ଭାଜନ୍ତୁ
03:46 ତାହାକୁ ଥଣ୍ଡା କରିଦେଇ ଗୋଟିଏ ଶିଳ କିମ୍ୱା ଗ୍ରାଇଣ୍ଡର୍‌ରେ ତାହାକୁ ଗୁଣ୍ଡ କରିଦିଅନ୍ତୁ
03:53 ଗଜା କରିବା ପାଇଁ - ମୁଗ, ସୋଲା ଓ ମୋଥ୍ ବିନ୍ସକୁ ଅଲଗା ଅଲଗା କରି ସାରା ରାତି ବତୁରାଇଦିଅନ୍ତୁ
04:00 ସକାଳେ ସେଗୁଡ଼ିକୁ ଛାଣି ଦେଇ ଗୋଟିଏ ସଫା କପଡ଼ାରେ ବାନ୍ଧି ଦିଅନ୍ତୁ
04:05 ସେଗୁଡ଼ିକୁ ଗୋଟିଏ ଗରମ ସ୍ଥାନରେ 2 ଦିନ ପର୍ଯ୍ୟନ୍ତ ରଖିଦିଅନ୍ତୁ
04:09 ଦୟାକରି ଧ୍ୟାନ ଦିଅନ୍ତୁ: ମୁଗ, ସୋଲା ତୁଳନାରେ ମୋଥ୍ ବିନ୍ସ ଗଜା ହେବା ପାଇଁ ଅଧିକ ସମୟ ନେଇପାରେ
04:17 ତେଣୁ, ତଦନୁସାରେ ନିଜ ରେସିପି ଯୋଜନା କରନ୍ତୁ
04:20 ଗଜା ହୋଇସାରିବା ପରେ - ଶିଳ କିମ୍ୱା ମିକ୍ସର୍‌ରେ ରସୁଣ, ଲଙ୍କା, ଦହି ସହ ସେଗୁଡ଼ିକୁ ମିଶାଇ ବାଟିଦିଅନ୍ତୁ
04:30 ଏବେ, ସେଥିରେ ବେସନ ଓ ପାଣି ପକାଇ ଭଲ ଭାବରେ ମିଶାଇଦିଅନ୍ତୁ
04:34 ଏହି ମିଶ୍ରଣରେ, କଟା ପିଆଜ, ଲୁଣ, ଭୃଶୁଙ୍ଗା ପତ୍ର ଗୁଣ୍ଡ ଓ ଗାର୍ଡେନ୍ କ୍ରେସ୍ ସୀଡ୍ସ ଗୁଣ୍ଡ ପକାନ୍ତୁ
04:42 ଏହି ସମସ୍ତ ପ୍ରସ୍ତୁତି ସରିଯିବା ପରେ -

ପ୍ୟାନ୍‌ରେ 1 ଚାହା ଚାମଚ ଘିଅ ଗରମ କରନ୍ତୁ

04:48 ମିଶ୍ରଣକୁ ସେଥିରେ ପକାଇ ଖେଳାଇଦିଅନ୍ତୁ
04:50 ମଧ୍ୟମ ଆଞ୍ଚରେ ଚୀଲାକୁ ଉଭୟପଟୁ ସେକନ୍ତୁ, ଯେପର୍ଯ୍ୟନ୍ତ ଉଭୟପଟ ସିଝି ନଯାଇଛି
04:54 ମିଶ୍ରିତ ଅଙ୍କୁରିତ ଚୀଲା ପ୍ରସ୍ତୁତ
04:57 ଏହି ରେସିପିରେ ଉଲ୍ଲିଖିତ ଜିନିଷ ନ ମିଳିବା କ୍ଷେତ୍ରରେ ଆପଣ ବ୍ୟବହାର କରିପାରିବେ -
05:04 କଳା ଆଖିଆ ବିନ୍ସ, ସୋଲା,
05:07 କୋଳଥ, ସୋୟା ଡାଲି,
05:10 ଗୋଟା ନାଲି ମସୁର, ରାଜମା
05:13 ଦୟାକରି ଧ୍ୟାନ ଦିଅନ୍ତୁ: ଡାଲିର ପ୍ରକାର ଓ ପାଣିପାଗ ଅବସ୍ଥା ଉପରେ ଗଜା ହେବାର ସମୟ ନିର୍ଭର କରିଥାଏ
05:20 ଏହି ଖାଦ୍ୟରେ ଭରପୂର ରହିଛି-

ପ୍ରୋଟିନ୍, ଫାଇବର୍, ଓମେଗା 3 ଫ୍ୟାଟୀ ଆସିଡ୍ସ, ଫୋଲେଟ୍

05:28 ମେଗ୍ନେସିୟମ୍, ଜିଙ୍କ୍
05:31 ଦ୍ୱିତୀୟ ରେସିପି ହେଉଛି ରସୁଣ, ଫ୍ଲାକ୍ସ ସୀଡ୍ସ ଓ ରାଶି ଚଟଣୀ
05:36 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର -

3 ଟେବଲ୍ ଚାମଚ ଲେଖାଏଁ ଫ୍ଲାକ୍ସ ସୀଡ୍ସ ଓ ରାଶି

05:43 5ଟି ରସୁଣ କୋଲା, 4ଟି ଶୁଖିଲା ଲଙ୍କା,
05:46 5-6 ଖଣ୍ଡ ବତୁରାଯାଇଥିବା ତେନ୍ତୁଳି,

ସ୍ୱାଦ ଅନୁସାରେ ଲୁଣ,

05:51 ଅଧ ଚାହା ଚାମଚ ଘିଅ/ତେଲ
05:54 ପ୍ରଥମେ, ରାଶି ଓ ଫ୍ଲାକ୍ସ ସୀଡ୍ସକୁ ଅଲଗା ଅଲଗା ଭାଜି ଥଣ୍ଡା କରିଦିଅନ୍ତୁ
06:00 ତା’ପରେ, କଡ଼େଇରେ ଅଧ ଚାହା ଚାମଚ ତେଲ ଗରମ କରନ୍ତୁ ଏବଂ ରସୁଣ ଓ ଶୁଖିଲା ଲଙ୍କାକୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ
06:07 ଥଣ୍ଡା ହେବା ପରେ, ତାହାକୁ ମଞ୍ଜିଗୁଡ଼ିକ ସହିତ ମିଶାଇଦିଅନ୍ତୁ.

ସେଥିରେ ତେନ୍ତୁଳି ଓ ଲୁଣ ପକାନ୍ତୁ

06:13 ଶିଳ କିମ୍ୱା ମିକ୍ସର୍‌ରେ ପାଣି ପକାଇ ତାହାକୁ ବାଟି ଦିଅନ୍ତୁ.

ଚଟଣୀ ଏବେ ପ୍ରସ୍ତୁତ

06:20 ଯଦି ରାଶି ନ ମିଳେ, ତେବେ ଆପଣ ନିମ୍ନ ମଧ୍ୟରୁ ଗୋଟିଏ କିମ୍ୱା ମିଶ୍ରଣକୁ ବ୍ୟବହାର କରିପାରିବେ:
06:28 କୋରା ନଡ଼ିଆ, ଚିନାବାଦାମ, କଳା ରାଶି, କଖାରୁ ମଞ୍ଜି, ସୂର୍ଯ୍ୟମୁଖୀ ମଞ୍ଜି
06:36 ଏହି ରେସିପିରେ ରହିଛି - ଓମେଗା 3 ଫ୍ୟାଟୀ ଆସିଡ୍ସ, କାଲସିୟମ୍, ଫୋଲେଟ୍, ପ୍ରୋଟିନ୍, ଫାଇବର୍, ଜିଙ୍କ୍
06:46 ଆମେ ଶିଖିବାକୁ ଯାଉଥିବା ତୃତୀୟ ରେସିପିଟି ହେଉଛି -

ଚିନାବାଦାମ, ପାଳଙ୍ଗ ଓ ମେଥି କଟଲେଟ୍.

06:53 ଏହି କଟଲେଟ୍ ପ୍ରସ୍ତୁତ କରିବାକୁ ଆମକୁ ଦରକାର -

ଅଧ କପ୍ ଚିନାବାଦାମ ଗୁଣ୍ଡ, 2 ଟେବଲ୍ ଚାମଚ ଲେଖାଏଁ ବେସନ ଓ ଅଟା

07:02 ଅଧ କପ୍ କଟା ପାଳଙ୍ଗ, ଅଳ୍ପ କଟା ମେଥି ଶାଗ,
07:07 1 ଟେବଲ୍ ଚାମଚ ଧନିଆ ପତ୍ର, 1 ଚାହା ଚାମଚ ଶୁଖିଲା ଲଙ୍କା ଗୁଣ୍ଡ,
07:13 1 ଚାହା ଚାମଚ ମଞ୍ଜି ଗୁଣ୍ଡ, ଆପଣ ରାଶି କିମ୍ୱା ଫ୍ଲାକ୍ସ ସୀଡ୍‌ର ମିଶ୍ରଣ ନେଇପାରିବେ
07:19 1 ଟେବଲ୍ ଚାମଚ ଲେମ୍ୱୁ ରସ,
07:21 1 ଟେବଲ୍ ଚାମଚ ରସୁଣ ପେଷ୍ଟ, 4 ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ
07:26 ଚିନାବାଦାମ ଗୁଣ୍ଡ ତିଆରି କରିବାକୁ -

ଅଧ କପ୍ ଚିନାବାଦାମକୁ ରଙ୍ଗ ବଦଳି ବାସ୍ନା ବାହାରିବା ପର୍ଯ୍ୟନ୍ତ ଭାଜନ୍ତୁ

07:33 ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ.

ଚୋପା ଛଡ଼ାଇବା ପାଇଁ ନିଜ ପାପୁଲିରେ ସେଗୁଡ଼ିକୁ ରଗଡ଼ିଦିଅନ୍ତୁ

07:40 ଶିଳ କିମ୍ୱା ମିକ୍ସର୍ ବ୍ୟବହାର କରି ଗୁଣ୍ଡ କରିଦିଅନ୍ତୁ
07:44 ଏବେ, ଚିନାବାଦାମ ଗୁଣ୍ଡ ଓ ଅନ୍ୟାନ୍ୟ ସାମଗ୍ରୀକୁ ଗୋଟିଏ ପାତ୍ରରେ ନିଅନ୍ତୁ.

ଅଳ୍ପ ପାଣି ଦେଇ ତାହାକୁ ଚକଟିଦିଅନ୍ତୁ

07:53 ଚକଟାକୁ ଚାରୋଟି ଭାଗରେ ବିଭକ୍ତ କରି କଟଲେଟ୍‌ର ଆକାର ଦିଅନ୍ତୁ.

ତାୱା ଗରମ କରି ସେଥିରେ କିଛି ତେଲ ପକାନ୍ତୁ

08:00 କଟଲେଟ୍ କୁ ସେଥିରେ ପକାନ୍ତୁ ଏବଂ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଉଭୟପଟୁ ସେକନ୍ତୁ.

ଚିନାବାଦାମ କଟଲେଟ୍ ଏବେ ପ୍ରସ୍ତୁତ

08:07 ଲେମ୍ୱୁ ଆଚାର କିମ୍ୱା ଅଁଳା ଚଟଣୀ ସହ ଆପଣ ତାହା ଖାଇପାରିବେ
08:12 ଲେମ୍ୱୁରେ ଥିବା "ଭିଟାମିନ୍ ସି", କଟଲେଟ୍‌ରେ ଥିବା ଆଇରନ୍‌କୁ ଅବଶୋଷଣ କରିବାରେ ସାହାଯ୍ୟ କରିବ
08:19 ଏହି ଖାଦ୍ୟରେ ଭରପୂର ରହିଛି -

ପ୍ରୋଟିନ୍, ଆଇରନ୍, ଫୋଲେଟ୍, ଭଲ ଫ୍ୟାଟ୍ ଓ ପୋଟାସିୟମ୍

08:28 4ର୍ଥ ରେସିପି ହେଉଛି ବାଜରା ଓ କୋଶଳା ମୁଥିଆ
08:33 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର -

ଅଧ କପ୍ ବାଜରା ଅଟା, ଗୋଟିଏ ଛୋଟ ପିଆଜ,

08:39 ଅଧ କପ୍ କୋଶଳା ଶାଗ, ଅଧ ଚାହା ଚାମଚ ହଳଦୀ ଗୁଣ୍ଡ,
08:44 ଅଳ୍ପ ସଜନା ପତ୍ର ଗୁଣ୍ଡ, 1 ଚାହା ଚାମଚ ଶୁଖିଲା ଲଙ୍କା ଗୁଣ୍ଡ,
08:49 ଅଧ ଚାମଚ ଲେଖାଏଁ ଶୋରିଷ ଓ ଜୀରା,
08:52 2 ଚାହା ଚାମଚ ରାଶି, 1 ଚାହା ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ


09:01 ଅଟା, ପିଆଜ ଓ କୋଶଳା ଶାଗକୁ ଗୋଟିଏ ପାତ୍ରରେ ନିଅନ୍ତୁ
09:06 ଏବେ ସେଥିରେ, ହଳଦୀ ଗୁଣ୍ଡ, ଲେମ୍ୱୁ ରସ ଓ ସଜନା ପତ୍ର ଗୁଣ୍ଡ ପକାନ୍ତୁ.

ସେଗୁଡ଼ିକୁ ଭଲ ଭାବରେ ମିଶାନ୍ତୁ

09:12 ଅଳ୍ପ ଅଳ୍ପ ପାଣି ଦେଇ ତାହାକୁ ଚକଟିଦିଅନ୍ତୁ
09:17 ନିଜ ହାତରେ କିଛି ତେଲ ଲଗାଇ, ସେହି ଚକଟାକୁ ଛୋଟ ଛୋଟ ଗୁଳା କରିଦିଅନ୍ତୁ
09:23 ଗୁଳାଗୁଡ଼ିକୁ ଅଣ୍ଡାକୃତି ଦିଅନ୍ତୁ
09:27 ନିମ୍ନରୁ ମଧ୍ୟମ ଆଞ୍ଚରେ ସେଗୁଡ଼ିକୁ 10-15 ମିନିଟ୍ ପର୍ଯ୍ୟନ୍ତ ଗୋଟିଏ ଷ୍ଟିମର୍‌ରେ ଷ୍ଟିମ୍ କରନ୍ତୁ
09:33 ସେଗୁଡ଼ିକୁ ଥଣ୍ଡା କରିଦେଇ ଗୋଲ ଗୋଲ ଖଣ୍ଡରେ କାଟିଦିଅନ୍ତୁ
09:38 ଏବେ, ପ୍ୟାନ୍‌ରେ 1 ଚାହା ଚାମଚ ତେଲ ଗରମ କରନ୍ତୁ
09:41 ଶୋରିଷ, ରାଶି ଓ ଜୀରା ପକାନ୍ତୁ.

ସେଗୁଡ଼ିକ ଫୁଟିଗଲେ, ସେଥିରେ ମୁଥିଆ ଖଣ୍ଡ ପକାନ୍ତୁ

09:49 ମୁସୁମୁସିଆ ହେବା ପର୍ଯ୍ୟନ୍ତ ଭାଜନ୍ତୁ
09:52 ବାଜରା ଓ କୋଶଳା ଶାଗ ମୁଥିଆ ଏବେ ପ୍ରସ୍ତୁତ
09:55 ଯଦି ବାଜରା ଉପଲବ୍ଧ ନଥିବ, ତେବେ ଆପଣ ସୋରଗମ୍ ଅଟା କିମ୍ୱା ମାଣ୍ଡିଆ ଚୁନା ବ୍ୟବହାର କରିପାରିବେ
10:03 ଏହି ଖାଦ୍ୟରେ ଭରପୂର ରହିଛି -

ପ୍ରୋଟିନ୍, ଫସଫରସ୍, ଫୋଲେଟ୍, ଆଇରନ୍, ଫାଇବର୍, ବିଟା କେରୋଟିନ୍ ଓ ପୋଟାସିୟମ୍

10:15 ଆମର ଶେଷ ରେସିପି ହେଉଛି ଅଙ୍କୁରିତ ମେଥି ତରକାରୀ
10:20 ଏହାପାଇଁ ଆମକୁ ଦରକାର –

1 କପ୍ ଅଙ୍କୁରିତ ମେଥି, ଗୋଟିଏ ମଧ୍ୟମ ଆକାରର ପିଆଜ,

10:27 ଗୋଟିଏ ଟମାଟୋ, ଅଧ ଚାହା ଚାମଚ ହଳଦୀ ଗୁଣ୍ଡ,
10:29 1 ଚାହା ଚାମଚ ଲେଖାଏଁ ଲଙ୍କା ଗୁଣ୍ଡ, ଲେମ୍ୱୁ ରସ, ଶୋରିଷ, ଜୀରା ଓ ତେଲ ଏବଂ ସ୍ୱାଦ ଅନୁସାରେ ଲୁଣ
10:41 ମେଥିକୁ ଗଜା କରିବା ପାଇଁ: ରାତି ତମାମ୍ ମେଥିକୁ ବତୁରାଇଦିଅନ୍ତୁ.
10:46 ସେଗୁଡ଼ିକୁ ଛାଣି ଗୋଟିଏ ସଫା କପଡ଼ାରେ ବାନ୍ଧିଦିଅନ୍ତୁ

ଗଜା ହେବା ପର୍ଯ୍ୟନ୍ତ 2-3 ଦିନ ପାଇଁ ଅଲଗା ରଖିଦିଅନ୍ତୁ

10:53 ରେସିପି ତିଆରି କରିବା ପାଇଁ: କଡ଼େଇରେ କିଛି ତେଲ ଗରମ କରନ୍ତୁ
10:57 ଶୋରିଷ ଓ ଜୀରା ପକାଇ ଫୁଟିବାକୁ ଦିଅନ୍ତୁ
11:01 ପିଆଜ ପକାଇ ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ
11:05 ଏବେ, ଟମାଟୋ ପକାଇ ନରମ ହେବା ପର୍ଯ୍ୟନ୍ତ କଷନ୍ତୁ
11:09 ଏହାପରେ, ମସଲା ପକାଇ 2 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ
11:12 ଏଥିରେ, ଗଜା ମେଥି ପକାଇ ଅଳ୍ପ ପାଣି ଦିଅନ୍ତୁ
11:17 ଭଲ ଭାବେ ମିଶାନ୍ତୁ ଏବଂ ବନ୍ଦ କରି 6-8 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ
11:21 ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ଲେମ୍ୱୁ ରସ ପକାନ୍ତୁ
11:24 ଅଙ୍କୁରିତ ମେଥି ତରକାରୀ ଏବେ ପ୍ରସ୍ତୁତ
11:28 ଏହି ଖାଦ୍ୟରେ ଭରପୂର ରହିଛି -

ପ୍ରୋଟିନ୍, ଫାଇବର୍, ଫସଫରସ୍, କାଲସିୟମ୍, ଆଇରନ୍ ଓ ଓମେଗା 3 ଫ୍ୟାଟୀ ଆସିଡ୍

11:38 ଗଜା ମେଥି ଅତ୍ୟୁତ୍ତମ “ଗେଲାକ୍ଟୋଗଗ୍ସ" ଅଟେ
11:42 ଏହି ଟ୍ୟୁଟୋରିଆଲରେ ବର୍ଣ୍ଣିତ ସମସ୍ତ ରେସିପିରେ ପୋଷକ ତତ୍ତ୍ୱ ଭରପୂର ରହିଛି, ଯାହା ଆବଶ୍ୟକ ହୋଇଥାଏ -

ଦୁଗ୍ଧ ଉତ୍ପାଦନ, ଶିଶୁର ବୃଦ୍ଧି ଓ ବିକାଶ ତଥା ମା’ଙ୍କୁ ସୁସ୍ଥ ରଖିବା ପାଇଁ

11:54 ଏଥିସହିତ ଆମେ “ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ନିରାମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.

IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହିତ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep