Health-and-Nutrition/C2/Vegetarian-recipes-for-adolescents/Oriya

From Script | Spoken-Tutorial
Revision as of 13:00, 3 November 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 "କିଶୋରମାନଙ୍କ ପାଇଁ ନିରାମିଷ ରେସିପି" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: କିଶୋରାବସ୍ଥା କ’ଣ?
00:09 କିଶୋରାବସ୍ଥା ସମୟରେ ପୋଷଣର ମହତ୍ତ୍ୱ
00:12 ଏବଂ କିଶୋରମାନଙ୍କ ପାଇଁ ନିରାମିଷ ଖାଦ୍ୟ କିପରି ପ୍ରସ୍ତୁତ କରିବେ, ଯେପରି”

ସୋୟା ଡାଲି କଟଲେଟ୍

00:18 ସୋରଗମ (ଯଅ ବା ଯବ) ଓ ଟମାଟୋ ଚୀଲା
00:20 ଚିନାବାଦାମ ତରକାରୀ,

ବାଜରା ଓ ଯଅ ପନି-ପରିବା ଖେଚେଡ଼ି

00:24 ରାଶି ଚଟଣୀ ସହ ପୁରଦିଆ ପରଟା
00:28 ପ୍ରଥମେ, ଆସନ୍ତୁ ବୁଝିବା କିଶୋରାବସ୍ଥା ଅବଧି କ’ଣ?
00:32 ଶୈଶବାବସ୍ଥାରୁ ଯୌବନାବସ୍ଥାର ପରିବର୍ତ୍ତନ ଅବଧିକୁ କିଶୋରାବସ୍ଥା କୁହାଯାଏ
00:37 10 ରୁ 19 ବର୍ଷୀୟ ବ୍ୟକ୍ତିବିଶେଷକୁ କିଶୋର କୁହାଯାଏ
00:42 ଏହି ଅବଧିରେ ସେମାନଙ୍କର ଶାରୀରିକ, ଯୌନଗତ, ମାନସିକ ଓ ସାମାଜିକ ବିକାଶ ହୋଇଥାଏ
00:49 ଏବେ, କିଶୋରାବସ୍ଥା ସମୟରେ ପୋଷଣର ବର୍ଦ୍ଧିତ ଆବଶ୍ୟକତାର କାରଣ ବିଷୟରେ ଆସନ୍ତୁ ଜାଣିବା
00:55 ପ୍ରଥମେ, ଦ୍ରୁତ ଗତିରେ ଶାରୀରିକ ବୃଦ୍ଧି ହେବ, ଯେପରି

ଉଚ୍ଚତା ଓ ଓଜନ

00:59 ଦ୍ୱିତୀୟରେ, ଅସୁସ୍ଥତା ଓ ଗର୍ଭାବସ୍ଥା ସମୟରେ ଶରୀରକୁ ପୋଷଣ ସହାୟତା ପ୍ରଦାନ କରିବା ପାଇଁ
01:06 ଏହି ଅବଧିରେ କିଶୋରମାନଙ୍କର ଭାବନାତ୍ମକ ପରିବର୍ତ୍ତନ ମଧ୍ୟ ହୋଇପାରେ, ଯେପରି -

ଚାପ, ଉତ୍କଣ୍ଠା ଓ ମନ ପରିବର୍ତ୍ତନ

01:15 କିଶୋରାବସ୍ଥାରେ ସାମାଜିକ ବିକାଶାତ୍ମକ ପରିବର୍ତ୍ତନ ମଧ୍ୟ ହୋଇଥାଏ
01:20 ଉଦାହରଣସ୍ୱରୂପ, ସେମାନଙ୍କର ଜୀବନଶୈଳୀ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ
01:25 ସାଙ୍ଗମାନଙ୍କର ପସନ୍ଦ କିମ୍ୱା ନାପସନ୍ଦ ଅନୁସାରେ ସେମାନଙ୍କର ଖାଦ୍ୟର ପସନ୍ଦ ପ୍ରଭାବିତ ହୋଇପାରେ
01:29 ସେଥିପାଇଁ, ଏହି ବିକାଶାତ୍ମକ ପରିବର୍ତ୍ତନଗୁଡ଼ିକର ସହାୟତା ପାଇଁ ଉତ୍ତମ ପୋଷଣ ଜରୁରୀ ଅଟେ
01:35 ଜଣେ କିଶୋରୀକୁ ପ୍ରତିଦିନ 2000-4000 କ୍ୟାଲୋରୀ ଓ 40-50 ଗ୍ରାମ୍ ପ୍ରୋଟିନ୍‌ର ଆବଶ୍ୟକ ହୋଇଥାଏ
01:43 କିଶୋରମାନଙ୍କ ପାଇଁ କେତେକ ସୁସ୍ଥକର ନିରାମିଷ ବ୍ୟଞ୍ଜନ ଉପରେ ଆସନ୍ତୁ ନଜର ପକାଇବା
01:47 ଆମେ ଆରମ୍ଭ କରିବା ପୂର୍ବରୁ, ଏହା ଧ୍ୟାନ ରଖନ୍ତୁ ଯେ, ଏହି ଟ୍ୟୁଟୋରିଆଲରେ ବର୍ଣ୍ଣିତ ସମସ୍ତ ରେସିପିରେ

1 କପ୍ ହେଉଛି 250 ମି.ଲି. ସହ ସମାନ

01:55 ଆମର ପ୍ରଥମ ରେସିପି ହେଉଛି ସୋୟା ଡାଲି କଟଲେଟ୍:
01:58 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:

ଅଳ୍ପ କପ୍ ସୋୟା ଡାଲି ଅଳ୍ପ କପ୍ ଚଣା ଡାଲି

02:04 ଅଧା ବିଟ୍

ଅଳ୍ପ କପ୍ ସିଝା ମଟର

02:07 2 ଟେବଲ୍ ଚାମଚ ଚିନାବାଦାମ ଗୁଣ୍ଡ

1 ଚାହା ଚାମଚ ବେସନ

02:11 1 ଚାହା ଚାମଚ ଧନିଆ ଗୁଣ୍ଡ,

1/2 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ

02:16 1/2 ଚାହା ଚାମଚ ଆମଚୁର୍ ଗୁଣ୍ଡ,

ସ୍ୱାଦ ଅନୁସାରେ ଲୁଣ

02:20 1 ଚାହା ଚାମଚ ସଜନା ପତ୍ର ଗୁଣ୍ଡ,

2 ଚାହା ଚାମଚ ରାଶି, 1 ଚାହା ଚାମଚ ତେଲ

02:26 ଆମେ ପ୍ରଥମେ ସୋୟା ଡାଲିକୁ ଗଜା କରିବା.

ରାତି ତମାମ୍ ସୋୟା ଡାଲିକୁ ବତୁରାଇଦିଅନ୍ତୁ

02:32 ପାଣି ନିଗାଡ଼ିଦିଅନ୍ତୁ ଏବଂ ଅତ୍ୟଧିକ ପାଣି କାଢ଼ିବା ପାଇଁ ସେଗୁଡ଼ିକୁ ଗୋଟିଏ ଛଣାରେ ପକାଇଦିଅନ୍ତୁ
02:35 ତାତିଠାରୁ ଦୂରରେ ସୋୟା ଡାଲିକୁ ଏକ ଥଣ୍ଡା ଓ ଶୁଖିଲା ସ୍ଥାନରେ ରଖନ୍ତୁ
02:40 ପ୍ରତ୍ୟେକ ଦିନ ସୋୟା ଡାଲିକୁ 2-3 ଥର ଧୋଇ ଛାଣିଦିଅନ୍ତୁ, ଯେପର୍ଯ୍ୟନ୍ତ ଗଜା ବାହାରିନାହିଁ.

ଏହା ସୋୟା ଡାଲିକୁ ନଷ୍ଟ ହେବାରୁ ରକ୍ଷା କରିବ

02:49 ସୋୟା ଡାଲି ଗଜା ହେବା ପାଇଁ ପ୍ରାୟ 3-4 ଦିନ ଲାଗିବ
02:53 ଏବେ, ଚଣା ଡାଲିକୁ ସାରା ରାତି ବତୁରାଇଦିଅନ୍ତୁ
02:56 ପର ଦିନ ଗୋଟିଏ ଛଣାରେ ତାହାକୁ ଛାଣି ଦିଅନ୍ତୁ
02:58 ପ୍ରେସର୍ କୂକର୍‌ରେ, ଚଣା ଡାଲି ଓ ଗଜା ହୋଇଥିବା ସୋୟା ଡାଲିକୁ ଏକାଠି ରାନ୍ଧନ୍ତୁ
03:03 ସେଥିରେ ଗୋଟିଏ କପ୍ ପାଣି ଦେଇ ସିଟି ଦେବା ପର୍ଯ୍ୟନ୍ତ ରାନ୍ଧନ୍ତୁ.

ଥଣ୍ଡା ହେବା ପରେ, ସୋୟା ଡାଲି ଓ ଚଣା ଡାଲିକୁ ଚକଟି ବହଳା କରିଦିଅନ୍ତୁ

03:12 ସଜନା ପତ୍ର ଗୁଣ୍ଡ କରିବା ପାଇଁ:

ମଧ୍ୟମ ଆଞ୍ଚରେ ସଜନା ପତ୍ରକୁ ଭାଜନ୍ତୁ

03:17 ତାହାକୁ ଥଣ୍ଡା କରି ମିକ୍ସର୍ କିମ୍ୱା ଗ୍ରାଇଣ୍ଡର୍ ସାହାଯ୍ୟରେ ଗୁଣ୍ଡ କରିଦିଅନ୍ତୁ
03:22 କଟଲେଟ୍ ମିକ୍ସଚର୍ ତିଆରି କରିବା ପାଇଁ - ଗୋଟିଏ ଗିନାରେ ବଟାଯାଇଥିବା ସୋୟା ଡାଲି ଓ ଚଣା ଡାଲି ନିଅନ୍ତୁ
03:28 ସେଥିରେ କୋରାଯାଇଥିବା ବିଟ୍ ଓ ସିଝା ମଟର ପକାନ୍ତୁ.

ଏବେ, ଚିନାବାଦାମ ଗୁଣ୍ଡ, ବେସନ ଓ ସଜନା ପତ୍ର ଗୁଣ୍ଡ ମିଶାନ୍ତୁ

03:35 ଅନ୍ୟାନ୍ୟ ମସଲା ପକାଇ ଭଲ ଭାବରେ ମିଶାଇଦିଅନ୍ତୁ
03:38 ତା’ପରେ, ସେଥିରୁ ଛୋଟ ଗୋଲ କଟଲେଟ୍ ତିଆରି କରନ୍ତୁ.

ତାହାର ଚାରିପଟେ ରାଶିର ପରସ୍ତ ଦିଅନ୍ତୁ

03:45 କଡ଼େଇରେ ତେଲ ଗରମ କରନ୍ତୁ ଏବଂ କଟଲେଟ୍‌କୁ ଛାଣିଦିଅନ୍ତୁ.

ସୋୟା ଡାଲି କଟଲେଟ୍ ପ୍ରସ୍ତୁତ ହୋଇଗଲା

03:51 ଏହି ଖାଦ୍ୟରେ ରହିଛି:

ପ୍ରୋଟିନ୍, କାଲସିୟମ୍, ଆଇରନ୍, ମେଗ୍ନେସିୟମ୍, ଓମେଗା 3 ଫ୍ୟାଟୀ ଆସିଡ୍

03:57 ଆମର ପରବର୍ତ୍ତୀ ଖାଦ୍ୟ ହେଉଛି ସୋରଗମ୍ (ଯଅ ବା ଯବ) ଓ ଟମାଟୋ ଚୀଲା
04:01 ଏହାପାଇଁ ଆମକୁ ଦରକାର: 1/2 କପ୍ ଗଜା କରାଯାଇଥିବା ସୋରଗମ୍

2 ଟେବଲ୍ ଚାମଚ ବେସନ 1 ଚାହା ଚାମଚ ସଜନା ପତ୍ର ଗୁଣ୍ଡ

04:09 ଗୋଟିଏ ଟମାଟୋ ଓ ଫାଳେ ପିଆଜ

1 ଟେବଲ୍ ଚାମଚ ଦହି

04:12 1/2 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ

1/2 ଚାହା ଚାମଚ ଧନିଆ ଗୁଣ୍ଡ,

04:16 1/2 ଚାହା ଚାମଚ ହଳଦୀ ଗୁଣ୍ଡ,

ସ୍ୱାଦ ଅନୁସାରେ ଲୁଣ

04:19 1 ଚାହା ଚାମଚ ତେଲ
04:21 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ପତ୍ର ଗୁଣ୍ଡ କରିବାର ପ୍ରକ୍ରିୟା ବିଷୟରେ ଏହି ଟ୍ୟୁଟୋରିଆଲରେ ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି
04:27 ପ୍ରଥମେ ଆମେ, ଗଜା ସୋରଗମ୍‌କୁ ନେଇ ସୋରଗମ୍ ଗୁଣ୍ଡ ପ୍ରସ୍ତୁତ କରିବା
04:31 ଗଜା ହୋଇଥିବା ସୋରଗମ୍‌କୁ ଖରାରେ 1-2 ଦିନ ପାଇଁ ଶୁଖାଇଦିଅନ୍ତୁ
04:34 ନିମ୍ନ ଆଞ୍ଚରେ ସେଗୁଡ଼ିକୁ ଭାଜିଦିଅନ୍ତୁ, ଯେପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ଭାବେ ଶୁଖିନଯାଇଛି
04:38 ତା’ପରେ, ମିକ୍ସର୍ କିମ୍ୱା ଶିଳ ବ୍ୟବହାର କରି ତାହାକୁ ବାଟି ଦିଅନ୍ତୁ
04:42 ଏବେ ଆମେ ପ୍ରସ୍ତୁତି ଆରମ୍ଭ କରିବା:

ସୋରଗମ୍ ଗୁଣ୍ଡ ଓ ବେସନକୁ ଗୋଟିଏ ଗିନାରେ ନିଅନ୍ତୁ

04:48 ଅନ୍ୟାନ୍ୟ ସାମଗ୍ରୀ ଓ ମସଲା ପକାନ୍ତୁ

ଭଲ ଭାବରେ ମିଶାନ୍ତୁ ଏବଂ ଧୀରେଧୀରେ ପାଣି ଦିଅନ୍ତୁ

04:53 ଆଣଟି ଗାଢ଼ା ଘୋଳ ହେବା ଉଚିତ
04:56 ତାୱା ଗରମ କରି ସେଥିରେ ତେଲ ଲଗାନ୍ତୁ
04:58 ସେଥିରେ ଗୋଟିଏ ଡଙ୍କି ଆଣ ପକାଇ ତାକୁ ଗୋଲ କରି ଖେଳାଇଦିଅନ୍ତୁ
05:03 ମଧ୍ୟମ ଆଞ୍ଚରେ ଚୀଲାକୁ ଉଭୟପଟୁ ସେକନ୍ତୁ
05:07 ସୋରଗମ୍ ଚୀଲା ପ୍ରସ୍ତୁତ ହୋଇଗଲା
05:09 ସୋରଗମ୍‌ରେ ରହିଛି:-

ପ୍ରୋଟିନ୍, ମେଗ୍ନେସିୟମ୍, ଜିଙ୍କ୍ ଓ ଫାଇବର୍

05:14 ଯଦି ସୋରଗମ୍ ଗୁଣ୍ଡ ନ ମିଳେ, ତେବେ ଆପଣ -

ମାଣ୍ଡିଆ ଗୁଣ୍ଡ କିମ୍ୱା ବାଜରା ଗୁଣ୍ଡ କିମ୍ୱା କୋଶଳା ଗୁଣ୍ଡ ବ୍ୟବହାର କରିପାରିବେ

05:22 ଚୀଲାକୁ ନିମ୍ନଲିଖିତ ସହିତ ଖାଇହେବ -

ଅଁଳା ଚଟଣୀ, ନଡ଼ିଆ ଚଟଣୀ, ଲେମ୍ୱୁ ଆଚାର, ଟମାଟୋ ଚଟଣୀ କିମ୍ୱା ଦହି

05:30 ଅଁଳା, ଲେମ୍ୱୁ, ଟମାଟୋ, ପିଜୁଳି, କମଳାରେ ଯଥେଷ୍ଟ ପରିମାଣରେମ "ଭିଟାମିନ୍-ସି” ରହିଛି
05:37 ଆପଣଙ୍କ ଆହାରରେ "ଭିଟାମିନ୍-ସି” ସମୃଦ୍ଧ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ.

ଏହା, ଶରୀରରେ "ଆଇରନ୍” ଅବଶୋଷଣକୁ ବୃଦ୍ଧି କରିବ

05:43 କିଶୋରମାନଙ୍କ ତୁଳନାରେ କିଶୋରୀମାନଙ୍କଠାରେ, ମାସିକଧର୍ମର ରକ୍ତ ହାନି କାରଣରୁ
"ଆଇରନ୍"ର ଆବଶ୍ୟକତା ଅଧିକ ଥାଏ
05:50 ଏହାପରେ ଆମେ ରାନ୍ଧିବା - ଚିନାବାଦାମ ତରକାରୀ
05:53 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:

1/2 କପ୍ ଚିନାବାଦାମ 1/2 କପ୍ ଜହ୍ନୀ

05:58 ଗୋଟିଏ ମଧ୍ୟମ ଆକାରର ପିଆଜ

ଗୋଟିଏ ଛୋଟ ଟମାଟୋ 4-5 ଖଣ୍ଡ ନଡ଼ିଆ

06:04 1/2 ଚାହା ଚାମଚ ଅଦା ରସୁଣ ପେଷ୍ଟ

ଅଳ୍ପ ନାଲି ଲଙ୍କା ଗୁଣ୍ଡ

06:08 ଅଳ୍ପ ଧନିଆ ଗୁଣ୍ଡ,

ଅଳ୍ପ ହଳଦୀ ଗୁଣ୍ଡ,

06:12 1/2 ଚାହା ଚାମଚ ଜୀରା

ସ୍ୱାଦ ଅନୁସାରେ ଲୁଣ 1 ଚାହା ଚାମଚ ତେଲ

06:18 ପଦ୍ଧତି: ପ୍ରଥମେ, ସାରା ରାତି ଚିନାବାଦାମକୁ ବତୁରାଇଦିଅନ୍ତୁ
06:21 ସେଥିରେ ଗୋଟିଏ କପ୍ ପାଣି ଦେଇ 2ଟି ସିଟି ଦେବା ପର୍ଯ୍ୟନ୍ତ ପ୍ରେସର୍ କୂକର୍‌ରେ ରାନ୍ଧନ୍ତୁ
06:25 ପିଆଜ, ଟମାଟୋ ଓ ନଡ଼ିଆକୁ ବାଟି ଏକ ପେଷ୍ଟ ତିଆରି କରନ୍ତୁ
06:30 କଡ଼େଇରେ ତେଲ ଗରମ କରନ୍ତୁ, ସେଥିରେ କିଛି ଜୀରା ପକାଇ ଅଦା-ରସୁଣ ପେଷ୍ଟ ପକାନ୍ତୁ

ଏବେ, ସେଥିରେ ସେହି ବଟାକୁ ପକାନ୍ତୁ

06:37 କଟାଯାଇଥିବା ଜହ୍ନୀ ଓ ଅବଶିଷ୍ଟ ମସଲା ପକାଇ 2 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ
06:42 ଏବେ, କଡ଼େଇରେ ସିଝାଯାଇଥିବା ଚିନାବାଦାମ ପକାନ୍ତୁ
06:45 ଗ୍ରେଭୀ କରିବା ପାଇଁ ସେଥିରେ ଅଧ କପ୍ ପାଣି ଦିଅନ୍ତୁ ଏବଂ 5 ମିନିଟ୍ ପର୍ଯ୍ୟନ୍ତ ନିମ୍ନ ଆଞ୍ଚରେ ରାନ୍ଧନ୍ତୁ

ଚିନାବାଦାମ ତରକାରୀ ପ୍ରସ୍ତୁତ ହୋଇଗଲା

06:53 ଯଦି ଚିନାବାଦାମ ଉପଲବ୍ଧ ନଥିବ, ତେବେ ଆପଣ -

ଛୋଲେ, ଗୋଟା ଚଣା, ରାଜମା, କାଜୁ ବ୍ୟବହାର କରିପାରିବେ

07:02 ଯଦି ଜହ୍ନୀ ଉପଲବ୍ଧ ନଥିବ, ତେବେ ଆପଣ -

କଖାରୁ, ଛଚିନ୍ଦ୍ରା, ବାଇଗଣ କିମ୍ୱା କ୍ୟାପ୍ସିକମ୍ ବ୍ୟବହାର କରିପାରିବେ

07:09 ଚିନାବାଦାମରେ ଭଲ ଗୁଣବତ୍ତାର "ଚର୍ବି” ରହିଥାଏ
07:12 ସେଥିରେ ପ୍ରୋଟିନ୍, ମେଗ୍ନେସିୟମ୍, ଜିଙ୍କ୍ ଓ ଆଣ୍ଟିଅକ୍ସିଡେଣ୍ଟର ଅତ୍ୟୁତ୍ତମ ଉତ୍ସ ମଧ୍ୟ ରହିଥାଏ
07:19 ବାଦାମ ଓ ଛୁଇଁଗୁଡ଼ିକରେ "ଫୋଲେଟ୍” ମଧ୍ୟ ରହିଥାଏ
07:22 ଗର୍ଭଧାରଣ ସମୟରେ ଜନ୍ମ ତ୍ରୁଟିକୁ ପ୍ରତିରୋଧ କରିବା ପାଇଁ କିଶୋରାବସ୍ଥାରେ ପର୍ଯ୍ୟାପ୍ତ ମାତ୍ରାର "ଫୋଲେଟ୍” ସାହାଯ୍ୟ କରିଥାଏ
07:28 ଏହାପରେ ଆମେ, ବାଜରା ଓ ସୋରଗମ୍ ଭେଜିଟେବଲ୍ ଖେଚେଡ଼ି ବିଷୟରେ ଜାଣିବା
07:33 ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ନିମ୍ନଲିଖିତ ବ୍ୟବହାର କରିପାରିବେ -

ବାଜରା କିମ୍ୱା ମାଣ୍ଡିଆ କିମ୍ୱା ଚିନି ବାଜରା

07:41 ଏହାପାଇଁ ଆବଶ୍ୟକ ସାମଗ୍ରୀ:-

ଅଳ୍ପ ବାଜରା ଅଳ୍ପ ସୋରଗମ୍

07:46

ଅଳ୍ପ ମୁଗ 1 ଟେବଲ୍ ଚାମଚ ଚିନାବାଦାମ

07:49 1/2 କପ୍ ମିଶାମିଶି ପରିବା, ଯେପରି ଗାଜର, ବିନ୍ସ, ଗ୍ରୀନ୍ ମଟର୍

ଅଧେ ମଧ୍ୟମ ଆକାରର ପିଆଜ

07:56 1/2 ଚାହା ଚାମଚ ଜୀରା

1 ଚାହା ଚାମଚ ଭୃଶୁଙ୍ଗା ପତ୍ର ଗୁଣ୍ଡ

07:59 ଅଳ୍ପ ନାଲି ଲଙ୍କା ଗୁଣ୍ଡ

ଅଳ୍ପ ହଳଦୀ ଗୁଣ୍ଡ

08:04 ସ୍ୱାଦ ଅନୁସାରେ ଲୁଣ

1 ଚାହା ଚାମଚ ଘିଅ କିମ୍ୱା ତେଲ

08:07 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ପତ୍ର ଗୁଣ୍ଡ କରିବାର ପ୍ରକ୍ରିୟା ବିଷୟରେ ଏହି ଟ୍ୟୁଟୋରିଆଲରେ ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି
08:12 ପଦ୍ଧତି: ପ୍ରଥମେ, ବାଜରା ଓ ସୋରଗମ୍‌କୁ ସାରା ରାତି ପାଣିରେ ବତୁରାଇଦିଅନ୍ତୁ
08:17 ପର ଦିନ ସକାଳେ ତାହାକୁ ଛାଣି ଅଲଗା ରଖିଦିଅନ୍ତୁ
08:20 ଗୋଟିଏ ପ୍ରେସର୍ କୂକର୍‌ରେ ତେଲ କିମ୍ୱା ଘିଅକୁ ଗରମ କରନ୍ତୁ

ସେଥିରେ କଟା ପିଆଜ ଓ ଜୀରା ପକାନ୍ତୁ

08:25 ପରିବା, ମସଲା, ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ
08:29 2 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ

କୂକର୍ ରେ ବାଜରା, ସୋରଗମ୍ ଓ ଗ୍ରୀନ୍ ମଟର୍ ପକାନ୍ତୁ

08:35 ଏବେ, ସେଥିରେ 2 କପ୍ ପାଣି ଦେଇ ପ୍ରେସର୍ କୂକର୍‌କୁ ବନ୍ଦ କରିଦିଅନ୍ତୁ
08:38 3ଟି ସିଟି ଦେବା ପର୍ଯ୍ୟନ୍ତ ଉଚ୍ଚ ଆଞ୍ଚରେ ରଖନ୍ତୁ
08:41 ତା’ପରେ, ନିମ୍ନ ଆଞ୍ଚରେ 15 ମିନିଟ୍ ରଖନ୍ତୁ
08:44 ବାଜରା ଓ ସୋରଗମ୍ ଭେଜିଟେବଲ୍ ଖେଚେଡ଼ି ପ୍ରସ୍ତୁତ ହୋଇଗଲା
08:47 ଏହି ଖାଦ୍ୟରେ ଭରପୂର ରହିଛି: ପ୍ରୋଟିନ୍, ଆଇରନ୍, କାଲସିୟମ୍, ମାଗ୍ନେସିୟମ୍ ଓ ଜିଙ୍କ୍
08:53 ଏବେ, ଆମର ଶେଷ ରେସିପି ହେଉଛି - ରାଶି ଚଟଣୀ ସହ ପୁରଦିଆ ପରଟା
08:59 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:

ଗୋଟିଏ କପ୍ ଅଟା 1/2 କପ୍ ଚଣା ଡାଲି

09:05 ଅଧେ ମଧ୍ୟମ ଆକାରର ପିଆଜ

1/2 ଚାହା ଚାମଚ ଜୁଆଣି

09:08 1 ଚାହା ଚାମଚ ଫ୍ଲାକ୍ସ ସୀଡ୍ ଗୁଣ୍ଡ,

1/2 ଚାହା ଚାମଚ ଆମଚୁର୍ ଗୁଣ୍ଡ

09:13 1/2 ଚାହା ଚାମଚ ଧନିଆ ଗୁଣ୍ଡ,

ଅଳ୍ପ ନାଲି ଲଙ୍କା ଗୁଣ୍ଡ

09:17 ଗୋଟିଏ ଲେମ୍ୱୁ

ସ୍ୱାଦ ଅନୁସାରେ ଲୁଣ, 2 ଚାହା ଚାମଚ ଘିଅ କିମ୍ୱା ତେଲ

09:23 ପ୍ରଥମେ ଆମେ, ଭଜା ଚଣା ଡାଲି ଗୁଣ୍ଡ କିପରି କରାଯାଏ, ତାହା ଦେଖିବା:

କଡ଼େଇ ଗରମ କରି 2-3 ମିନିଟ୍ ପର୍ଯ୍ୟନ୍ତ ଚଣା ଡାଲିକୁ ଭାଜନ୍ତୁ

09:30 ଧ୍ୟାନ ରଖିଥା’ନ୍ତୁ, ଯେପରି ଏହା ପୋଡ଼ିନଯାଏ

ଭାଜି ହୋଇଯିବା ପରେ, ତାହାକ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ

09:36 ଭଜା ଚଣା ଡାଲିକୁ ଗ୍ରାଇଣ୍ଡର୍‌ରେ ଗୁଣ୍ଡ କରିଦିଅନ୍ତୁ
09:40 ଏବେ, ପୁର ପ୍ରସ୍ତୁତ କରିବା

ପ୍ରଥମେ ଭଜା ଚଣା ଡାଲି ଗୁଣ୍ଡ ଓ କଟା ପିଆଜକୁ ମିଶାଇଦିଅନ୍ତୁ

09:46 ସେଥିରେ ନାଲି ଲଙ୍କା ଗୁଣ୍ଡ, ଆମଚୁର୍, ଧନିଆ ପାଉଡର୍, ଲୁଣ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ
09:52 ପୁରକୁ ବାନ୍ଧି ରଖିବା ପାଇଁ କିଛି ଲେମ୍ୱୁ ରସ ଓ ପାଣି ମିଶାନ୍ତୁ
09:55 ଏବେ ଆସନ୍ତୁ, ପରଟା ତିଆରି କରିବା
09:58 ଅନ୍ୟ ଏକ ପାତ୍ରରେ ଅଟା ନିଅନ୍ତୁ ଏବଂ ସେଥିରେ ଫ୍ଲାକ୍ସ ସୀଡ୍, ଜୁଆଣି ଓ ଲୁଣ ପକାନ୍ତୁ
10:03 ଆବଶ୍ୟକ ଅନୁସାରେ ପାଣି ଦେଇ ନରମ କରି ଚକଟିଦିଅନ୍ତୁ
10:07 ଏବେ, ତାହାକୁ ଗୁଳା କରିଦିଅନ୍ତୁ
10:09 ପରଟା ବେଲନ୍ତୁ ଏବଂ ତାହାର ମଝିରେ ପୁର ଦିଅନ୍ତୁ
10:13 ପୁରକୁ ଭଲ ଭାବରେ ବନ୍ଦ କରନ୍ତୁ
10:17 ଏବେ ପରଟାକୁ ପୁଣିଥରେ ବେଲିଦିଅନ୍ତୁ
10:20 ତାୱା ଗରମ କରନ୍ତୁ ଏବଂ ପରଟାକୁ ଉଭୟ ପଟୁ ସେକିଦିଅନ୍ତୁ

ପୁରଦିଆ ପରଟା ଏବେ ପ୍ରସ୍ତୁତ

10:25 ଯଦି ପୁର ପାଇଁ ଭଜା ଚଣା ଡାଲି ଉପଲବ୍ଧ ନଥିବ, ତେବେ ଆପଣ ବ୍ୟବହାର କରିପାରିବେ:
10:29 ସିଝା ଚଣା ଡାଲି କିମ୍ୱା ଗଜା କରାଯାଇ ସିଝାଯାଇଥିବା ମୁଗ
10:34 ପରଟାକୁ ରାଶି ଚଟଣୀ ସହ ଖାଇପାରିବେ
10:38 ରାଶି ଚଟଣୀ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:

ଅଳ୍ପ ରାଶି

10:42 1 ଟେବଲ୍ ଚାମଚ ଚଣା ଡାଲି

4-5 ଖଣ୍ଡ ନଡ଼ିଆ, 3-5 ଖଣ୍ଡ ତେନ୍ତୁଳି

10:49 ଗୋଟିଏ ଶୁଖିଲା ଲଙ୍କା

2-3ଟି ରସୁଣ କୋଲା

10:52 1 ଚାହା ଚାମଚ ଜୀରା

ସ୍ୱାଦ ଅନୁସାରେ ଲୁଣ, 1 ଚାହା ଚାମଚ ତେଲ

10:57 ପଦ୍ଧତି: କଡ଼େଇରେ ତେଲ ଗରମ କରନ୍ତୁ
11:00 ରାଶି, ଚଣା ଡାଲି, ରସୁଣ, ନଡ଼ିଆ, ଶୁଖିଲା ଲଙ୍କା ଓ ଜୀରାକୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ
11:07 ଆଞ୍ଚରୁ କାଢ଼ିବା ପରେ, ସେଥିରେ ଲୁଣ ଓ ତେନ୍ତୁଳି ମିଶାନ୍ତୁ

ସମସ୍ତ ସାମଗ୍ରୀକୁ ବାଟିଦିଅନ୍ତୁ

11:14 ବହଳିଆ କରିବା ପାଇଁ ଅଧ କପ୍ ପାଣି ମିଶାନ୍ତୁ

ରାଶି ଚଟଣୀ ପ୍ରସ୍ତୁତ ହୋଇଗଲା

11:19 ଏହି ଖାଦ୍ୟରେ ରହିଛି:

ପ୍ରୋଟିନ୍, କାଲସିୟମ୍, ମାଗ୍ନେସିୟମ୍, ଜିଙ୍କ୍ ଓ ଫୋଲେଟ୍

11:25 ଏହିସବୁ ପୋଷକ ତତ୍ତ୍ୱ, ମାଂସପେଶୀ ଓ ହାଡ଼ର ବିକାଶରେ ସାହାଯ୍ୟ କରିଥାଏ
11:29 କମ ବୟସରୁ ହିଁ ଆହାର ମାଧ୍ୟମରୁ ପର୍ଯ୍ୟାପ୍ତ ମାତ୍ରାରେ "କାଲସିୟମ୍" ପ୍ରାପ୍ତ କରିବା ଜରୁରୀ ଅଟେ
11:34 "କାଲସିୟମ୍” ଅଭାବରେ, ପରବର୍ତ୍ତୀ ସମୟରେ ମହିଳାମାନଙ୍କଠାରେ ଓଷ୍ଟେଓପୋରୋସିସ୍ ହୋଇପାରେ
11:40 ଏହି ଟ୍ୟୁଟୋରିଆଲରେ ବର୍ଣ୍ଣିତ ସମସ୍ତ ରେସିପିରେ ପୋଷକ ତତ୍ତ୍ୱ ଭରପୂର ରହିଛି, ଯାହା କିଶୋରାବସ୍ଥାରେ ପର୍ଯ୍ୟାପ୍ତ ବୃଦ୍ଧି ପାଇଁ ଆବଶ୍ୟକ ହୋଇଥାଏ
11:47 ଏଥିସହିତ ଆମେ “କିଶୋରମାନଙ୍କ ପାଇଁ ନିରାମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.

IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Pradeep