Health-and-Nutrition/C2/Side-lying-hold-for-breastfeeding/Oriya

From Script | Spoken-Tutorial
Revision as of 23:46, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, କଡ଼ କରି ଶୋ‍ଇ ସ୍ତନ୍ୟପାନ କରାଇବା ପାଇଁ ଧରିବା ସକାଶେ ଥିବା କୌଶଳର ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍‍ରେ, ସ୍ତନ୍ୟପାନ କରିବା ପାଇଁ ଜଣେ ମା’ ଓ ତାଙ୍କର ଶିଶୁ ସକାଶେ ସଠିକ୍ ଧରିବା କୌଶଳ ଚୟନ କରିବା ବିଷୟରେ ଆମେ ଶିଖିବା
00:13 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ କଡ଼ କରି ଶୋ‍ଇବା ପଦ୍ଧତିରେ କିପରି ଧରିବେ
00:20 ଚାଲନ୍ତୁ ଆରମ୍ଭ କରିବା. ସାରା ପୃଥିବୀରେ ମା’ମାନେ ନିଜର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରର ଧରିବା ଉପାୟ ଅବଲମ୍ବନ କରନ୍ତି
00:27 ଏହା ପୂର୍ବରୁ ଗୋଟିଏ ଟ୍ୟୁଟୋରିଆଲ୍‌ରେ ଆଲୋଚନା କରାଯାଇଥିବା ଭଳି,

ମା’ ଓ ତାଙ୍କର ଶିଶୁ ପାଇଁ ସ୍ତନ୍ୟପାନ କରାଇବା ସକାଶେ ସେଇଟି ହେଉଛି ସବୁଠାରୁ ଭଲ ଧରିବାର କୌଶଳ, ଯେଉଁଥିରେ ଉଭୟ ମା’ ଓ ଶିଶୁ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ ଆରାମ ଅନୁଭବ କରନ୍ତି

00:40 ଶିଶୁ ମା’ଙ୍କର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋ‍ଇପାରେ
00:45 ଏବଂ ଯଥେଷ୍ଟ କ୍ଷୀର ପାନ କରିଥାଏ
00:49 ଧରିବା ପାଇଁ କଡ଼ କରି ଶୋ‍ଇବା ଭଳି ଗୋଟିଏ ନୂଆ ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା
00:54 ମା’ ରାତିରେ ସ୍ତନ୍ୟପାନ କରିବା ସମୟରେ ଏହି ପଦ୍ଧତିକୁ ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଏ
00:59 କିମ୍ବା ମା’ଙ୍କର ଅସ୍ତ୍ରୋପଚାର ଦ୍ଵାରା ଯଦି ପ୍ରସବ କରାଯାଇଥାଏ
01:03 କିମ୍ବା ଯେତେବେଳେ ମା’ ଥକି ଯାଇଥାନ୍ତି
01:06 ନିଜର ଶିଶୁକୁ ଖୁଆଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜ ହାତକୁ ସାବୁନ୍ ଓ ପାଣିରେ ସଫା କରିବା ସହିତ ଭଲ ଭାବେ ଶୁଖାଇବା ଆବଶ୍ୟକ
01:14 ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇ ଥଣ୍ଡା କରାଯାଇଥିବା ପାଣି ପିଇବା ଆବଶ୍ୟକ
01:18 ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନକୁ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋ‍ଇଥାଏ.

ତେଣୁ ସେମାନେ ପ୍ରତିଦିନ ପିଉଥିବା ପାଣିର ପରିମାଣକୁ ବୃଦ୍ଧି କରିବା ଆବଶ୍ୟକ

01:30 ତା’ପରେ, ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି ସେଇଟିକୁ ଅନାବୃତ କରିବା ଆବଶ୍ୟକ
01:35 ସେ, ସ୍ତନ ଉପରେ ବ୍ରା କିମ୍ବା ବ୍ଲାଉଜ୍‍ର ଚାପ ପଡ଼ୁ ନାହିଁ ବୋଲି ସୁନିଶ୍ଚିତ କରିବା ଆବଶ୍ୟକ
01:41 ତା’ପରେ, ସେ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ସେହି କଡ଼କରି ଆରାମରେ ଶୋ‍ଇ ପଡ଼ିବା ଆବଶ୍ୟକ
01:48 ସେ ନିଜର ମୁଣ୍ଡ ତଳେ ଗୋଟିଏ ତକିଆ ରଖିବା ଆବଶ୍ୟକ ଏବଂ ଶୋ‍ଇବା ସମୟରେ ଗଡ଼ି ନଯିବା ପାଇଁ ନିଜର ଗୋଡ଼ ମଝିରେ ଗୋଟିଏ ତକିଆ ରଖିବା ଆବଶ୍ୟକ
01:57 ଏହି ଛବିରେ ଥିବା ମା’ ନିଜର ଛୁଆକୁ ନିଜର ଡାହାଣ ସ୍ତନରୁ କ୍ଷୀର ଖୁଆଉଛନ୍ତି. ତେଣୁ ସେ ଡାହାଣ ପଟକୁ ମୁହଁ କରି ଶୋ‍ଇଛନ୍ତି
02:06 ତା’ପରେ, ଶିଶୁର ଶରୀରକୁ ସଠିକ୍ ସ୍ଥାନରେ ରଖିବା ବିଷୟରେ ଶିଖିବା
02:12 ଶିଶୁକୁ ମା’ଙ୍କ କଡ଼ରେ ଏପରି ରଖନ୍ତୁ, ଯେପରି ତା’ର ପେଟ ମା’ଙ୍କ ଶରୀର ଦ୍ଵାରା ସାମାନ୍ୟ ଚାପି ହୋ‍ଇ ରହିବ
02:21 ମା’ ଶିଶୁର ପିଠିକୁ ନିଜେ ଶୋ‍ଇଥିବା ପାର୍ଶ୍ଵର ହାତ ସାହଯ୍ୟରେ ସପୋର୍ଟ ଦେବା ଆବଶ୍ୟକ
02:29 ଏହି ଛବିରେ ଥିବା ମା’ ନିଜର ଶିଶୁକୁ ଡାହାଣ ହାତ ସାହାଯ୍ୟରେ ତା’ର ପିଠିକୁ ସପୋର୍ଟ ଦେଇଛନ୍ତି
02:36 ଶିଶୁକୁ ନିଜ ଶରୀର ସହିତ ଲାଗି କରି ରଖିବା ପାଇଁ, ମା’ ତା’ର ପଛ ପଟେ ଗୋଟିଏ ତକିଆ ରଖିପାରିବେ
02:42 ସେମାନଙ୍କ ମଧ୍ୟରେ ବ୍ୟବଧାନ ଯେତେ କମ୍ ହେବ, ଶିଶୁକୁ ସ୍ତନ ନିକଟରେ ପହଞ୍ଚିବା ସେତେ ସହଜ ହେବ
02:49 ଏବଂ ଶିଶୁକୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସହଜ ହେବ
02:55 ମନେରଖନ୍ତୁ- ମା’ କଦାପି ନିଜ ପିଠିକୁ ବଙ୍କା କରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ, ଏହା ଦ୍ଵାରା ଶିଶୁର ପେଟ ଏବଂ ମା’ଙ୍କ ଶରୀର ମଧ୍ୟରେ ବ୍ୟବଧାନ ବଢ଼ିଯିବ
03:06 ସେ ସର୍ବଦା ନିଜର ପିଠିକୁ ସିଧା ରଖିବା ଆବଶ୍ୟକ ଏବଂ ଶିଶୁକୁ ସ୍ତନ ନିକଟକୁ ଆଣିବା ଆବଶ୍ୟକ
03:12 ଦ୍ଵିତୀୟ ଜରୁରୀ କଥା ହେଉଛି ଶିଶୁର ସମ୍ପୂର୍ଣ୍ଣ ଶରୀରକୁ କେଉଁ ଭଳି ଧରିବେ
03:21 ଆପଣ ଲକ୍ଷ୍ୟ କରିଥିବେ ଯେ, ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ସେତେବେଳେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ଦିଗରେ ରହିଥାନ୍ତି
03:31 ସେହିପରି ସ୍ତନ୍ୟପାନ ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଆବଶ୍ୟକ
03:39 ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହୋ‍ଇଥାଏ
03:44 ବର୍ତ୍ତମାନ ଆମେ ଶିଶୁର ଶରୀରକୁ ଧରି ରଖିବାର ତୃତୀୟ ସୋପାନ ବିଷୟରେ ଜାଣିବା
03:50 ମା’ ଶିଶୁର ପିଠିକୁ ନିଜ ହାତ ଦ୍ଵାରା ସପୋର୍ଟ ଦେବା ଆବଶ୍ୟକ
03:54 ଅନ୍ୟଥା, ଶିଶୁକୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ
04:01 ତା’ପରେ ଶିଶୁର ନାକ ଓ ଥୋଡ଼ିର ଅବସ୍ଥିତି ବିଷୟରେ ଜାଣିବା
04:07 ଶିଶୁର ନାକ ନିପଲ୍ ସହିତ ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
04:13 ଏବଂ ତା’ର ଥୋଡ଼ି ଅଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବା ଆବଶ୍ୟକ
04:17 ଏହା ଦ୍ଵାରା ଲାଚିଂ ସମୟରେ ଆରିଓଲାର ନିମ୍ନ ଅଂଶର ବହୁତ ଭାଗ ଶିଶୁ ପାଟିରେ ରହିଥିବା ସୁନିଶ୍ଚିତ ହୋ‍ଇଥାଏ
04:25 ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ନିମ୍ନ ମାଢ଼ିକୁ ବ୍ୟବହାର କରିବ
04:32 ଦୟାକରି ଧ୍ୟାନ ଦିଅନ୍ତୁ- ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ଅଂଶ ଆରିଓଲା ଅଟେ
04:39 ବର୍ତ୍ତମାନ ଶିଶୁକୁ ଭଲ ଭାବରେ ଧରାଯାଇଛି, ସ୍ତନକୁ ଧରିରଖିବା ବିଷୟରେ ଚାଲନ୍ତୁ ଜାଣିବା
04:46 ଖାଲିଥିବା ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ C ଆକାରର କପ୍ ଭଳି ଧରି ରଖିବା ଆବଶ୍ୟକ
04:55 ଏହି ଛବିରେ ଥିବା ମା’ ନିଜର ଡାହାଣ ସ୍ତନକୁ ଧରିବା ପାଇଁ ବାମ ହାତକୁ ବ୍ୟବହାର କରିବେ
05:05 ସ୍ତନକୁ ଧରିଥିବା ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସିଧାରେ ରହିବା ଆବଶ୍ୟକ
05:13 କାହିଁକି? ଗୋଟିଏ ସରଳ ଉଦାହରଣ ବ୍ୟବହାର କରି ଚାଲନ୍ତୁ ଏହାକୁ ବୁଝିବା
05:18 ଆମେ ଯେତେବେଳେ ବଡ଼ା ପାଓ କିମ୍ବା ବର୍ଗର୍ ଖାଉ, ସେତେବେଳେ ଆମର ଓଠଗୁଡ଼ିକ ହରିଜଣ୍ଟାଲି ଖୋଲିଥାଏ
05:25 ବଡ଼ା ପାଓ କିମ୍ବା ବର୍ଗର୍‍ର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ତାକୁ ହରିଜଣ୍ଟାଲି ଧରିଥାଉ
05:31 ଏଠାରେ, ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ଓଠର ସିଧାରେ ଅଛନ୍ତି
05:37 ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‍କୁ ଭର୍ଟିକାଲି ଧରିବା ତେବେ, ବଡ଼ ଖଣ୍ଡ ଖାଇପାରିବା ନାହିଁ
05:44 ସେହିପରି, ଶିଶୁର ଓଠର ଅବସ୍ଥିତିକୁ ଦେଖନ୍ତୁ.

ଏଠାରେ ଓଠଗୁଡ଼ିକ ହରିଜଣ୍ଟାଲ୍ ଅବସ୍ଥାରେ ଅଛନ୍ତି

05:51 ତେଣୁ ମା’ଙ୍କର ଆଙ୍ଗୁଠିଗୁଡ଼ିକ ଓ ବୁଢ଼ା ଆଙ୍ଗୁଠି ମଧ୍ୟ ସ୍ତନ ଉପରେ ହରିଜଣ୍ଟାଲି ରହିବା ଆବଶ୍ୟକ
05:59 ଏହା ଦ୍ଵାରା ଆରିଓଲାର ନିମ୍ନ ଅଂଶର ଗୋଟିଏ ବଡ଼ ଭାଗ ପାଟିରେ ନେବା ପାଇଁ ଶିଶୁକୁ ସହଜ ହେବ
06:05 ଏହା ସହିତ ଶିଶୁର ଓଠଠାରୁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ, ନିପଲ୍‍ଠାରୁ ତିନି ଆଙ୍ଗୁଳି ଦୂରରେ ରହିବା ଆବଶ୍ୟକ
06:18 ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ, ଯଦି ଆମେ ଏହାକୁ ଅତି ନିକଟରେ ଧରି ରଖିବା ତେବେ, ଆଙ୍ଗୁଠିଗୁଡ଼ିକ ବଡ଼ ଖଣ୍ଡ ନେବା ସମୟରେ ପାଟିକୁ ବାଧା ଦେବେ
06:28 ଯଦି ଆମେ ବହୁତ ଦୂରରେ ଧରି ରଖିବା ତେବେ, ଆମ ପାଟିରେ ଧରି ରହିବା ଭଳି ଏହା ସଠିକ ଆକାରରେ ରହିବ ନାହିଁ
06:34 ତେଣୁ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିଥାଉ
06:40 ସେହିପରି ଶିଶୁ ପାଇଁ, ଛବିରେ ଦେଖାଯାଇଥିବା ଭଳି ନିପଲ୍‍ଠାରୁ ତିନି ଆଙ୍ଗୁଳି ଦୂରତା ହେଉଛି ସଠିକ୍ ଦୂରତା
06:49 ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ନିମ୍ନ ଅଂଶକୁ ଶିଶୁ ପାଟିରେ ନେବା ସମୟରେ ମା’ଙ୍କର ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ
06:58 ମା’ କେବଳ ନିପଲ୍‍କୁ ଚାପିବେ ନାହିଁ, ଯାହା ଦ୍ଵାରା ବହୁତ କମ୍ କ୍ଷୀର ବାହାରି ଥାଏ
07:05 ଅଧିକ କ୍ଷୀର ପାଇଁ ମା’ ଆରିଓଲାର ନିମ୍ନରେ ଥିବା ବଡ଼ କ୍ଷୀରର ଧାରଗୁଡ଼ିକୁ ଚାପନ୍ତୁ
07:12 ଏବଂ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସ୍ତନ ସଠିକ୍ ଆକାରରେ ରହିଛି
07:19 ବଡ଼ା ପାଓ କିମ୍ବା ବର୍ଗର୍‍ର ଉଦାହରଣକୁ ଫେରିଆସନ୍ତୁ
07:24 ବଡ଼ା ପାଓ କିମ୍ବା ବର୍ଗର୍‍କୁ ସଠିକ ଭାବେ ଧରିବା ପରେ, ବଡ଼ ଖଣ୍ଡ ନେବା ପାଇଁ ଆମେ ସର୍ବଦା ଏହାକୁ ଚାପି ଧରିଥାଉ
07:32 ସେହିପରି, ମା’ କଡ଼ରୁ ସ୍ତନକୁ C ଆକାରରେ ଧରି ସାମାନ୍ୟ ଚାପ ଦେବା ଆବଶ୍ୟକ.

ସ୍ତନର ଗୋଟିଏ ବଡ଼ ଅଂଶ ପାଟିରେ ନେବାରେ ଏହା ସାହାଯ୍ୟ କରିବ

07:46 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ କ‍ଇଁଚି ଆକାରରେ ଧରି ଚାପିବେ ନାହିଁ
07:53 କ‍ଇଁଚି ଆକାରରେ ଚାପିବା ଦ୍ଵାରା ସ୍ତନ ଚିମୁଟି ହେବ ଏବଂ ନିପଲ୍ ଫିଡିଂର କାରଣ ହେବ
08:00 ବୁଢ଼ା ଆଙ୍ଗୁଠି ଓ ଅଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଭାବେ ଚାପ ପଡ଼ୁଥିବା ମଧ୍ୟ ସୁନିଶ୍ଚିତ କରନ୍ତୁ
08:07 ଅନ୍ୟଥା, ନିପଲ୍ ଉପର କିମ୍ବା ତଳ ଆଡ଼କୁ ସ୍ଥାନାନ୍ତର ହୋ‍ଇଯିବ
08:14 ଏବଂ ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋ‍ଇପାରିବ ନାହିଁ
08:19 ବର୍ତ୍ତମାନ ଶିଶୁକୁ କଡ଼ କରି ଶୋ‍ଇ ଧରିବା ପଦ୍ଧତିରେ ଧରାଯାଇଛି ଏବଂ ସ୍ତନ୍ୟପାନ ପାଇଁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ପ୍ରସ୍ତୁତ
08:27 ସମାନ ସିରିଜ୍‍ର ଅନ୍ୟ ଭିଡିଓରେ ଶିଶୁର ସ୍ତନ ସହିତ ସଠିକ୍ ସଂଯୋଗ ହେବା ବିଷୟରେ ବର୍ଣ୍ଣନା କରାଯାଇଛି
08:34 ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା କ୍ଷଣି, ମା’ ନିଜ ସ୍ତନରୁ ହାତ କାଢ଼ିଦେବା ଆବଶ୍ୟକ
08:41 ସେ ଶିଶୁର ପିଠିକୁ ଧରିବା ଏବଂ ତାକୁ ନିଜର ନିକଟକୁ ଆଣିବା ପାଇଁ ଏହି ହାତକୁ ବ୍ୟବହାର କରିବା ଉଚିତ୍
08:49 ମା’ ନିଜର ଅନ୍ୟ ହାତଟିକୁ ଶିଶୁର ପିଠିରୁ କାଢ଼ିଆଣି, ଏହା ଉପରେ 90 ଡିଗ୍ରୀରେ ଭରା ଦେଇ ଶୋ‍ଇବେ
08:58 ସେ ସେହି ବାହୁର କହୁଣୀକୁ ବଙ୍କା କରିବା ଆବଶ୍ୟକ. ତା’ପରେ ସେ ସେହି ହାତକୁ ତକିଆ ତଳେ ରଖିବା ଆବଶ୍ୟକ
09:04 ଏହି ଛବିରେ ମା’ ତାଙ୍କର ଡାହାଣ ସ୍ତନକୁ ବାମ ହାତ ସାହାଯ୍ୟରେ କାଢ଼ିଛନ୍ତି
09:11 ଶିଶୁର ପିଠିକୁ ଧରିବା ଏବଂ ତା’କୁ ନିଜ ଶରୀର ସହିତ ଲାଗି କରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରୁଛନ୍ତି
09:19 ଶିଶୁର ପିଠିରୁ ସେ ନିଜର ଡାହାଣ ହାତକୁ କାଢ଼ିଦେଇଛନ୍ତି
09:22 ସେ ଏହାକୁ ନିଜ ଶରୀର ସହିତ 90 ଡିଗ୍ରୀ କୋଣ କରି ରଖିଛନ୍ତି
09:26 ତାଙ୍କର ଡାହାଣ କହୁଣୀ ବଙ୍କା ହୋ‍ଇଛି
09:29 ତାଙ୍କର ଡାହାଣ ହାତ ତକିଆ ତଳେ
09:33 ପ୍ରଥମ ସ୍ତନରୁ ଖୁଆଇସାରିବା ପରେ, ଯଦି ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବାକୁ ଚାହନ୍ତି ତେବେ, ତାଙ୍କୁ କଡ଼ ବଦଳାଇ ଶୋ‍ଇବାକୁ ପଡ଼ିବ
09:43 ଏହି ଛବିରେ ଥିବା ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବା ପାଇଁ ବାମ କଡ଼କୁ ବୁଲି ଯାଇଛନ୍ତି
09:50 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep