Health-and-Nutrition/C2/Importance-of-breastfeeding/Oriya

From Script | Spoken-Tutorial
Revision as of 21:24, 17 May 2021 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 ସ୍ତନ୍ୟପାନର ମହତ୍ତ୍ୱ ଉପରେ ଥିବା 'ସ୍ପୋକନ୍ ଟ୍ୟୁଟୋରିଅଲ୍' କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:09 ସ୍ତନ୍ୟପାନର ମହତ୍ତ୍ୱ
00:12 ଶିଶୁ ଓ ମା’ମାନଙ୍କ ପାଇଁ ସ୍ତନ୍ୟପାନର ଉପକାରିତା
00:17 ସ୍ତନ୍ୟପାନ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରକ୍ରିୟା
00:19 ଏହା ଏକ ଶିଶୁର ଜନ୍ମଠାରୁ ଆରମ୍ଭ ହୋଇ ତା’ର ଦ୍ୱିତୀୟ ଜନ୍ମଦିନ କିମ୍ବା ଅଧିକ ପର୍ଯ୍ୟନ୍ତ ଚାଲିଥାଏ
00:26 ସ୍ତନ୍ୟପାନ, ଶିଶୁକୁ ଜୀବନର ଏକ ସୁସ୍ଥ ଆରମ୍ଭ ଦେଇଥାଏ
00:31 ଏହା, ଶିଶୁ ଓ ମା’ର ତୁରନ୍ତ ଏବଂ ଭବିଷ୍ୟତର ସ୍ୱାସ୍ଥ୍ୟ ସ୍ଥିର କରିଥାଏ
00:38 ଏହାର ଲାଭ ଉଭୟଙ୍କ ପାଇଁ ସାରା ଜୀବନ ରହିଥାଏ
00:43 ଏପରିକି କୁପୋଷିତ ମାଆମାନେ ମଧ୍ୟ ନିଜ ଶିଶୁକୁ ସ୍ତନ୍ୟପାନ କରାଇପାରିବେ
00:49 ଗର୍ଭାବସ୍ଥାରେ ସ୍ତନ ଆକାର ବଢ଼ି ଯାଇଥାଏ
00:53 ଦୁଗ୍ଧ ଉତ୍ପାଦକ ଟିସୁ ସଂଖ୍ୟା ବୃଦ୍ଧି କାରଣରୁ ଏପରି ହୋଇଥାଏ
00:59 ହେଲେ, ସ୍ତନର ଅନ୍ତିମ ଆକାର ଦୁଗ୍ଧ ଉତ୍ପାଦନ ମାତ୍ରାକୁ ପ୍ରଭାବିତ କରେ ନାହିଁ
01:07 ଜନ୍ମର 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରାଯିବା ଉଚିତ
01:13 ଏଥିରୁ ସ୍ତନ୍ୟପାନର ଯୋଗାଣ ବଢ଼ିଥାଏ
01:17 ତେଣୁ, ପ୍ରଥମ 6 ମାସରେ ବିଶେଷ ସ୍ତନ୍ୟପାନ ମଧ୍ୟ ବୃଦ୍ଧି ପାଇଥାଏ
01:24 ଏହା, ସ୍ତନ୍ୟପାନକୁ 2 ବର୍ଷରୁ ଅଧିକ ପର୍ଯ୍ୟନ୍ତ ବଢ଼ାଇବାରେ ସାହାଯ୍ୟ କରେ
01:31 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଯାଉଥିବା ଶିଶୁମାନଙ୍କଠାରେ ନବଜାତ ମୃତ୍ୟୁର ଆଶଙ୍କା କମ ରହିଥାଏ
01:39 ସ୍ତନ୍ୟପାନ ବିଳମ୍ବ ହେଲେ ନବଜାତ ଶିଶୁମାନଙ୍କଠାରେ ରୋଗର ଆଶଙ୍କା ବଢ଼ିପାରେ
01:47 ଉଦାହରଣସ୍ୱରୂପ ମଧୁମେହ, ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପ
01:53 ସ୍ତନ୍ୟପାନର ପ୍ରାରମ୍ଭିକ ପର୍ଯ୍ୟାୟ ଏହା ମଧ୍ୟ ସୁନିଶ୍ଚିତ କରେ ଯେ, ଶିଶୁଟିକୁ "କୋଲଷ୍ଟ୍ର୍ରମ୍" ମିଳୁ
02:00 "କୋଲୋଷ୍ଟ୍ର୍ରମ୍" ହେଉଛି ପ୍ରସବ ପରେ ମା’ ଦ୍ୱାରା ସ୍ରାବିତ ପ୍ରଥମ କ୍ଷୀର
02:07 ଶିଶୁମାନଙ୍କ ପାଇଁ ଏହା ଶକ୍ତି ଓ ପୋଷକ ତତ୍ତ୍ୱ ଏକ ପ୍ରାରମ୍ଭିକ ଉତ୍ସ ଅଟେ
02:13 ଏହା ବିଶେଷକରି ସେମାନଙ୍କ ଜୀବନର ପ୍ରାରମ୍ଭିକ ଦିନଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ
02:20 ଏଥିରେ ସଂକ୍ରମଣ ସହିତ ଲଢ଼ିବା ପାଇଁ ବହୁ ସଂଖ୍ୟକ ଉପାଦାନ,
02:24 "ଭିଟାମିନ୍ ଏ" ଏବଂ
02:26 ଭଲ ଫ୍ୟାଟ୍ ରହିଛି
02:28 "କୋଲୋଷ୍ଟ୍ର୍ରମ୍" ରେ ଅନେକ ବିକାଶ ଏବଂ ସୁରକ୍ଷାତ୍ମକ କାରକ ମଧ୍ୟ ଅଛି
02:35 "କୋଲୋଷ୍ଟ୍ରମ୍"ର ଏପରି ଗୁଣ ଅଛି, ଯାହା ପୁରୁଣା ମଳଗୁଡ଼ିକୁ ଶୀଘ୍ର କାଢ଼ିବାରେ ସାହାଯ୍ୟ କରେ
02:42 "କୋଲୋଷ୍ଟମ୍"ର ବିସ୍ତୃତ ଲାଭ ବିଷୟରେ ଅନ୍ୟ ଏକ ଟ୍ୟୁଟୋରିଅଲ୍‌ରେ ଆଲୋଚନା କରାଯାଇଛି
02:48 ଅଧିକ ବିବରଣୀ ପାଇଁ ଦୟାକରି ୱେବସାଇଟ୍ ଦେଖନ୍ତୁ
02:52 ମନେରଖନ୍ତୁ ଯେ, ପ୍ରଥମ 6 ମାସ ପାଇଁ ବିଶେଷ ସ୍ତନ୍ୟପାନ କରାଇବା ଉଚିତ
02:59 ସ୍ତନ୍ୟପାନ ହେଉଛି ଏପରି ଏକ ଅନନ୍ୟ ପ୍ରାକୃତିକ ଖାଦ୍ୟ, ଯାହାକୁ ନକଲି କରିହେବ ନାହିଁ
03:05 ଶିଶୁର 6 ମାସ ପୂରା ହେଲେ, ପୂରକ ଖାଦ୍ୟ ଆରମ୍ଭ କରାଯିବା ଦରକାର
03:12 ସ୍ତନ୍ୟପାନ ସହିତ ଏହା ଦିଆଯିବା ଉଚିତ
03:16 ସ୍ତନ୍ୟପାନକୁ 2 ବର୍ଷ କିମ୍ବା ତା’ଠାରୁ ଅଧିକ ପର୍ଯ୍ୟନ୍ତ ଜାରି ରଖିବା ଆବଶ୍ୟକ
03:22 ଶିଶୁମାନଙ୍କ ପାଇଁ ସ୍ତନ୍ୟପାନର ଅନେକ ଉପକାର ରହିଛି
03:27 ସ୍ତନ୍ୟପାନର ପୋଷକ ତତ୍ତ୍ୱ ଓ ଉପାଦାନ ଶିଶୁମାନଙ୍କ ଦ୍ୱାରା ହଜମ ପାଇଁ ଉପଯୁକ୍ତ ଅଟେ
03:34 ସ୍ତନ୍ୟପାନ ମାଧ୍ୟମରେ ଶିଶୁମାନେ "ଆଣ୍ଟିବଡୀ" ପାଆନ୍ତି
03:38 "ଆଣ୍ଟିବଡୀ" ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ସଂକ୍ରମଣର ଆଶଙ୍କା ହ୍ରାସ କରିଥାଏ
03:46 ଏହା ସହିତ, ଏହା ଶିଶୁମାନଙ୍କଠାରେ ଆଲର୍ଜୀ ପ୍ରତିକ୍ରିୟାକୁ ରୋକିଥାଏ
03:52 ସ୍ତନ୍ୟପାନରେ ବୃଦ୍ଧି କାରକ ମଧ୍ୟ ଥାଏ
03:56 ସେଗୁଡ଼ିକ ଶିଶୁର ଅନ୍ତନଳୀରେ ଆବରଣର ବିକାଶରେ ସାହାଯ୍ୟ କରନ୍ତି
04:02 ଏହା ଶିଶୁର ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆର ବୃଦ୍ଧିକୁ ପ୍ରୋତ୍ସାହିତ କରେ
04:08 ଏହିପରି ଭାବେ, ଏହା ଶିଶୁମାନଙ୍କୁ ଅନ୍ତନଳୀ ପ୍ରଦାହ ଓ ସଂକ୍ରମଣରୁ ରକ୍ଷା କରିଥାଏ
04:16 ସେହିଭଳି, ଏହା ଶରୀରର ଅନ୍ୟ ସମସ୍ତ ଅଙ୍ଗର ବିକାଶରେ ସାହାଯ୍ୟ କରେ
04:22 ସ୍ତନ୍ୟପାନ ଦ୍ୱାରା ଡାୟରିଆ ହେବାର ଆଶଙ୍କା କମିଯାଏ
04:27 ଅନ୍ୟାନ୍ୟ ଲାଭ ହେଉଛି କାନ ସଂକ୍ରମଣର ପ୍ରତିରୋଧ
04:31 ଏବଂ ଦାନ୍ତ କ୍ଷୟ
04:33 ମାଢ଼ିର ବିକାଶ ଏବଂ ଦାନ୍ତର ସଠିକ୍ ଆଲାଇନ୍‌ମେଣ୍ଟ ହେଉଛି ଅନ୍ୟ କିଛି ଉଦାହରଣ
04:41 ଜୀବନର ପରବର୍ତ୍ତୀ ସମୟରେ କିଛି ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ
04:48 ଉଦାହରଣସ୍ୱରୂପ ମଧୁମେହ, ମୋଟାପଣ, ଉଚ୍ଚ ରକ୍ତଚାପ ଏବଂ ରକ୍ତ କର୍କଟ
04:56 ଆଜ୍‌ମା ଓ ନିମୋନିଆ ଭଳି ଶ୍ୱାସ ରୋଗର ଆଶଙ୍କା ମଧ୍ୟ କମିଯାଏ
05:04 ସ୍ତନ୍ୟପାନ ଦ୍ୱାରା 1 ବର୍ଷରୁ କମ୍ ଶିଶୁମାନଙ୍କ ଆକସ୍ମିକ ମୃତ୍ୟୁ ହେବାର ସମ୍ଭାବନା କମିଯାଏ
05:14 ସ୍ତନ୍ୟପାନ କରାଉଥିବା ଶିଶୁମାନଙ୍କଠାରେ "ଅଟୋପିକ୍ ଏକ୍‌ଜିମା ହେବାର ଆଶଙ୍କା ମଧ୍ୟ କମ୍ ଅଟେ
05:22 "ଏକ୍‌ଜିମା" ହେଉଛି ଏପରି ଏକ ଅବସ୍ଥା ଯେଉଁଥିରେ ଚର୍ମ ଲାଲ, କୁଣ୍ଡିଆ ଏବଂ ଖଦରା ହୋଇଯାଇଥାଏ
05:30 ସ୍ତନ୍ୟପାନ କରାଉଥିବା ଶିଶୁମାନେ ମଧ୍ୟ ରୋଗ ଏବଂ ସଂକ୍ରମଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା କମ୍ ଥାଏ
05:39 ସ୍ତନ୍ୟପାନ କରାଉଥିବା ଶିଶୁମାନଙ୍କର ଭୋକ ଉପରେ ଭଲ ନିୟନ୍ତ୍ରଣ ଥାଏ
05:44 ସ୍ତନ କ୍ଷୀରରେ ଭୋକ ନିୟନ୍ତ୍ରଣ କରୁଥିବା ହରମୋନ୍ ଥାଏ
05:48 ଏହିପରି ହରମୋନ୍ ଶିଶୁମାନଙ୍କୁ ସେମାନଙ୍କର ଭୋକ ଓ ତୃପ୍ତି ସଙ୍କେତ ଶୁଣିବାରେ ସାହାଯ୍ୟ କରେ
05:57 ସ୍ତନ୍ୟପାନ କରୁନଥିବା ଶିଶୁମାନଙ୍କଠାରେ ଏହି ସ୍ୱୟଂ ନିୟନ୍ତ୍ରଣ ରହିନଥାଏ
06:03 ପରିଶେଷରେ ଏହା ଅତ୍ୟଧିକ ଖାଦ୍ୟ ଖାଇବାର,
06:07 ମୋଟାପଣ ଏବଂ ପରେ ମଧୁମେହର କାରଣ ହୋଇପାରେ
06:11 ସ୍ତନ୍ୟପାନ କରାଇବା ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ
06:15 ସ୍ତନ୍ୟପାନରେ ଏପରି ଉପାଦାନ ଅଛି, ଯାହା ମସ୍ତିଷ୍କର ବିକାଶ ଓ ପରିପକ୍ୱତାରେ ସାହାଯ୍ୟ କରିଥାଏ
06:23 ସ୍ତନ୍ୟପାନ କରୁଥିବା ପିଲାମାନଙ୍କଠାରେ ଉଚ୍ଚ ବୁଦ୍ଧି ଏବଂ ଅନ୍ୟାନ୍ୟ ସାମର୍ଥ୍ୟ ରହିଥାଏ
06:28 ମା’ କ୍ଷୀର ଅପରିପକ୍ୱ ଶିଶୁମାନଙ୍କୁ ବହୁତ ଲାଭ ଦିଏ
06:34 ସ୍ତନ ଉପରେ ଶୋଷିଲେ ଏହିପରି ଶିଶୁମାନଙ୍କର ଶ୍ୱାସକ୍ରିୟା ଭଲ ହୁଏ
06:40 ଏହିଭଳି ଶିଶୁମାନଙ୍କର ଅନ୍ତନଳୀ ସଂକ୍ରମଣ ହେବାର ଆଶଙ୍କା ଥାଏ
06:47 ଉଦାହରଣସ୍ଵରୁପ: ଡାୟରିଆ ଓ "ନେକ୍ରୋଟାଇଜିଂ ଏଣ୍ଟ୍ରୋକୋଲିଟିସ୍", ଯାହା NEC ଭାବରେ ଜଣାଶୁଣା
06:56 NEC ହେଉଛି ସଂକ୍ରମଣ ଓ ଅନ୍ତନଳୀରେ କ୍ଷତି କାରଣରୁ ଏକ ଗୁରୁତର ଅବସ୍ଥା
07:05 ସ୍ତନ କ୍ଷୀର ଅପରିପକ୍ୱ ଶିଶୁମାନଙ୍କୁ ଏହି ସଂକ୍ରମଣରୁ ରକ୍ଷା କରିଥାଏ
07:11 ମା’ କ୍ଷୀର ଅପରିପକ୍ୱ ଶିଶୁମାନଙ୍କର ସଂକ୍ରମଣ ଲଢ଼େଇ "ପ୍ରୋଟିନ୍"ରେ ଭରପୂର ଅଟେ
07:19 ଏଥିରେ ଅନ୍ତନଳୀ ସୁରକ୍ଷାତ୍ମକ ବୃଦ୍ଧିକୁ ପ୍ରୋତ୍ସାହନ ଦେଉଥିବା କାରକ ମଧ୍ୟ ଥାଏ
07:25 ନିର୍ଦ୍ଦିଷ୍ଟ "ଅମିନୋ ଆସିଡ୍" ଏବଂ ଭଲ ବ୍ୟାକ୍ଟେରିଆର ଉଚ୍ଚ ସାନ୍ଦ୍ରତା ମଧ୍ୟ ରହିଛି
07:33 ଅପରିପକ୍ୱ ଶିଶୁମାନଙ୍କର ବୃଦ୍ଧି ପାଇଁ ଏହି ଅମିନୋ ଆସିଡ୍ ଜରୁରୀ ଅଟେ
07:40 ଏହିପରି ଭାବେ ସ୍ତନ୍ୟପାନ ସଂକ୍ରମଣକୁ ରୋକିବାରେ
07:43 ଏବଂ ଓଜନ ବଢ଼ାଇବାରେ ସାହାଯ୍ୟ କରେ
07:46 ଅପରିପକ୍ୱ ଜନ୍ମ କାରଣରୁ ହେଉଥିବା ଦୀର୍ଘକାଳୀନ ସମସ୍ୟା ସ୍ତନ୍ୟପାନ ଦ୍ୱାରା କମିଯାଏ
07:52 ଉଦାହରଣସ୍ୱରୂପ, ଫୁସଫୁସ୍ ଏବଂ ଆଖିର ସମସ୍ୟା
07:57 ତେଣୁ, ଅପରିପକ୍ୱ ଶିଶୁମାନେ ସର୍ବାଧିକ ପରିମାଣର ମା’ କ୍ଷୀର ପାଇବା ଉଚିତ
08:04 ଏପରିକି KMC ଭାବରେ ଜଣାଶୁଣା "କଙ୍ଗାରୁ ମାତା ଯତ୍ନ", ଅପରିପକ୍ୱ ଶିଶୁମାନଙ୍କ ପାଇଁ ଉପଯୋଗୀ ଅଟେ
08:12 ଏହା ସେମାନଙ୍କ ମଧ୍ୟରେ ସ୍ତନ୍ୟପାନର ଆବୃତ୍ତି ଏବଂ ଅବଧିରେ ଉନ୍ନତି କରେ
08:18 KMC ସମୟରେ ଚର୍ମ ସମ୍ପର୍କ ଶିଶୁର ଶରୀର ତାପମାତ୍ରାକୁ ବଜାୟ ରଖିବାରେ ସାହାଯ୍ୟ କରେ
08:27 ଏହା ଶିଶୁର ହୃଦ୍-ସ୍ପନ୍ଦନ ଏବଂ ରକ୍ତରେ ଅମ୍ଳଜାନ ସ୍ତରକୁ ସ୍ଥିର କରିବାରେ ମଧ୍ୟ ସାହାଯ୍ୟ କରିଥାଏ
08:35 ଅନ୍ୟ ଏକ ଟ୍ୟୁଟୋରିଅଲ୍‌ରେ "କଙ୍ଗାରୁ ମାତା ଯତ୍ନ" ପାଇଁ ପଦ୍ଧତି ବର୍ଣ୍ଣନା କରାଯାଇଛି
08:42 ଶିଶୁମାନଙ୍କ ବ୍ୟତୀତ ସ୍ତନ୍ୟପାନ ମା'ମାନଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ
08:48 ଏହାର ଲାଭ ତୁରନ୍ତ ଏବଂ ଦୀର୍ଘକାଳୀନ ଅଟେ
08:53 ପ୍ରସବ ପରେ ତୁରନ୍ତ ସ୍ତନ୍ୟପାନ କରାଇବା ଦ୍ୱାରା ଯୋନୀ ରକ୍ତସ୍ରାବ କମିଯାଏ
08:59 ଏହା ଶରୀରରେ "ଅକ୍ସିଟୋସିନ୍" ହରମୋନ୍ ସ୍ତରକୁ ବଢ଼ାଇଥାଏ
09:05 ଏହା ଶରୀରରୁ ପ୍ଲେସେଣ୍ଟା ବାହାର କରିବାରେ ସାହାଯ୍ୟ କରିଥାଏ
09:09 ଫଳସ୍ୱରୂପ, ଗର୍ଭାଶୟ ସଂକୋଚନରେ ଉନ୍ନତି ହୁଏ ଏବଂ ଯୋନୀ ରକ୍ତସ୍ରାବ କମିଯାଏ
09:17 ଏହିଭଳି ଭାବେ ମା’ମାନଙ୍କଠାରେ ରକ୍ତହୀନତାକୁ ରୋକାଯାଇପାରିବ
09:21 ମା’ମାନଙ୍କ ପାଇଁ ସ୍ତନ୍ୟପାନର ମନୋବୈଜ୍ଞାନିକ ଲାଭ ରହିଛି
09:27 ବାରମ୍ବାର ଚର୍ମ ସଂସ୍ପର୍ଶରେ ଆସିଲେ ମା’ ଓ ତାଙ୍କ ଶିଶୁ ମଧ୍ୟରେ ସମ୍ୱନ୍ଧ ବିକଶିତ ହୋଇଥାଏ
09:35 ଏହି ସମ୍ୱନ୍ଧ ମାତାଙ୍କୁ ସ୍ତନ୍ୟପାନ କରାଇବାକୁ ପ୍ରସ୍ତୁତ କରେ
09:39 ପରିଶେଷରେ, ଏହା ମା’ମାନଙ୍କଠାରେ ପ୍ରସବୋତ୍ତର ଚାପ ଓ ଅବସାଦକୁ ହ୍ରାସ କରିଥାଏ
09:46 ସ୍ତନ୍ୟପାନ ଦ୍ୱାରା ମା’ମାନଙ୍କ ପାଇଁ ଦୀର୍ଘକାଳୀନ ଲାଭ ମଧ୍ୟ ହୋଇଥାଏ
09:51 ଏହା ପରବର୍ତ୍ତୀ ବୟସରେ ହାଡ଼ର ଦୁର୍ବଳତାକୁ ରୋକିଥାଏ
09:56 ସ୍ତନ କର୍କଟ ଏବଂ ଡିମ୍ୱଗ୍ରନ୍ଥି କର୍କଟର ଆଶଙ୍କା ମଧ୍ୟ କମିଯାଏ
10:02 ଗର୍ଭାବସ୍ଥାରେ, ମହିଳାମାନଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକରେ ଚର୍ବି ବଢ଼ିଯାଇଥାଏ
10:08 ଯେପରିକି ପେଟ, ଅନ୍ତନଳୀ ଓ ଯକୃତ
10:12 ଏହି ଚର୍ବି ପେଟ ବା ଉଦର ସ୍ଥାନରେ ଲୁଚି ରହିଥାଏ
10:18 ଏହି ଚର୍ବି ଅଧିକ ହେଲେ "ଇନସୁଲିନ୍ ପ୍ରତିରୋଧ",
10:23 ମଧୁମେହ ଓ ମେଦବହୁଳତା ହୋଇପାରେ
10:26 ମହିଳାମାନଙ୍କଠାରେ ଏହି ଚର୍ବି ହ୍ରାସ କରିବାରେ ସ୍ତନ୍ୟପାନ ସାହାଯ୍ୟ କରେ
10:31 ଏହା ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ରୋଗର ଆଶଙ୍କା କମ କରିଥାଏ
10:37 ବିଶେଷ ସ୍ତନ୍ୟପାନ ପ୍ରାକୃତିକ ଜନ୍ମ ନିୟନ୍ତ୍ରଣ ଭାବରେ କାର୍ଯ୍ୟ କରିପାରେ
10:44 ହେଲେ, ଦମ୍ପତିମାନଙ୍କୁ ପ୍ରସବର 6 ସପ୍ତାହ ପରେ ଗର୍ଭନିରୋଧକ ବ୍ୟବହାର କରିବା ଉଚିତ
10:50 ଏହା, ଦୁଇଟି ଗର୍ଭଧାରଣ ମଧ୍ୟରେ ବ୍ୟବଧାନ ରଖିବାରେ ସାହାଯ୍ୟ କରେ
10:56 ସ୍ତନ୍ୟପାନର କିଛି ଆର୍ଥିକ ଲାଭ ରହିଛି
11:00 ସ୍ତନ୍ୟପାନ ବିନା ମୂଲ୍ୟରେ ଉପଲବ୍ଧ ଏବଂ ଶିଶୁ ପାଇଁ ସର୍ବୋତ୍ତମ
11:07 ଏଥିରେ ଫର୍ମୁଲା କ୍ଷୀର, ବୋତଲ ଏବଂ ପ୍ଲାଷ୍ଟିକ୍ ନିପ୍ପଲ୍ ପାଇଁ ଖର୍ଚ୍ଚ ଅନ୍ତର୍ଭୁକ୍ତ ନାହିଁ
11:14 ମା’ କ୍ଷୀର ପ୍ରସ୍ତୁତ କରିବାରେ ଅତିରିକ୍ତ ସମୟ ମଧ୍ୟ ଖର୍ଚ୍ଚ ହୁଏ ନାହିଁ
11:20 ମା’ କ୍ଷୀର ପ୍ରସ୍ତୁତ କରିବା ପାଇଁ ଗରମ ପାଣି, ବାସନ ଏବଂ ଗରମ ଇନ୍ଧନ ଆବଶ୍ୟକତା ନାହିଁ
11:28 ମଇଳା ପାଣି କିମ୍ବା ମଇଳା ଫୀଡିଙ୍ଗ୍ ବୋତଲ ଶିଶୁକୁ ଅସୁସ୍ଥ କରିଦେଇପାରେ
11:35 ତେଣୁ, ଭବିଷ୍ୟତରେ ମା’ ଓ ଶିଶୁ ପାଇଁ ସ୍ୱାସ୍ଥ୍ୟସେବା ଖର୍ଚ୍ଚ କମ୍ ହୁଏ
11:42 ସ୍ତନ୍ୟପାନର ଅନେକ ପରିବେଶୀୟ ଉପକାର ମଧ୍ୟ ରହିଛି
11:47 ପ୍ରଥମତଃ, ସ୍ତନ୍ୟପାନରେ କୌଣସି ପ୍ୟାକେଜିଂ କିମ୍ବା ପରିବହନ ଜଡ଼ିତ ନାହିଁ
11:54 ଏହା କୌଣସି ଆବର୍ଜନା,
11:57 ଧୂଆଁ କିମ୍ୱା କୋଳାହଳ ଉତ୍ପାଦନ କରେ ନାହିଁ
12:00 ଏହା ବୈଶ୍ୱିକ ସମ୍ୱଳ ଓ ଶକ୍ତି ସଞ୍ଚୟ କରି ପ୍ରଦୂଷଣ ହ୍ରାସ କରିଥାଏ
12:06 ତେଣୁ, ସ୍ତନ୍ୟପାନ କରାଇବା ହେଉଛି ସର୍ବୋତ୍ତମ ବିକଳ୍ପ
12:10 ମାତାମାନେ ଶିଶୁକୁ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ସ୍ତନ୍ୟପାନ କରାଇବା ଉଚିତ
12:18 ଏହା ଶିଶୁ ଓ ମା'ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ
12:24 ସ୍ତନ୍ୟପାନ କରାଇବା ପାଇଁ ସଠିକ୍ ସ୍ତନ୍ୟପାନ କୌଶଳ ଜାଣିବା ଆବଶ୍ୟକ ହୋଇଥାଏ
12:30 ତାହା ସହିତ ପରିବାରର ପର୍ଯ୍ୟାପ୍ତ ସମର୍ଥନ ଏବଂ ମାର୍ଗଦର୍ଶନ ମଧ୍ୟ ଆବଶ୍ୟକ
12:38 ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଅଲ୍‌ରେ ଏହାକୁ ବର୍ଣ୍ଣନା କରାଯାଇଛି
12:44 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ

IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep