Health-and-Nutrition/C2/Importance-of-Folate/Oriya

From Script | Spoken-Tutorial
Revision as of 21:45, 17 May 2021 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 “ଫୋଲେଟ” ର ମହତ୍ତ୍ୱ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା:
00:09 ଶରୀରରେ “ଫୋଲେଟ” ର ଭୂମିକା
00:12 ଫୋଲେଟର ଅଭାବଜନିତ ପ୍ରଭାବ
00:15 ବିଭିନ୍ନ ବୟସ ବର୍ଗଙ୍କ ପାଇଁ ଫୋଲେଟ ର ଆବଶ୍ୟକତା
00:20 ଭିଟାମିନ B9 ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଦ୍ରବଣୀୟ B ଭିଟାମିନ
00:25 ଏହାର ଦୁଇଟି ରୂପ ଅଛି: ଫୋଲେଟ ଏବଂ ଫୋଲିକ୍ ଆସିଡ
00:30 ଫୋଲେଟ ହେଉଛି ପ୍ରାକୃତିକ ରୂପ ଏବଂ ଏହା ଖାଦ୍ୟରେ ପ୍ରାକୃତିକ ଭାବରେ ମିଳିଥାଏ
00:35 ଫୋଲେଟ ଆମ ଅନ୍ତନଳୀରେ ଜୀବାଣୁ ଦ୍ୱାରା ମଧ୍ୟ ଉତ୍ପନ୍ନ ହୁଏ
00:41 ଯେହେତୁ, ଫୋଲିକ ଆସିଡ ହେଉଛି ସିନ୍ଥେଟିକ ରୂପ
00:45 ଏହା ରାସାୟନିକ ସମୃଦ୍ଧ ଖାଦ୍ୟ କିମ୍ବା ସପ୍ଲିମେଣ୍ଟରେ ମିଳିଥାଏ
00:51 ଫୋଲିକ ଆସିଡ ତୁଳନାରେ ଆମ ଶରୀରରେ ଫୋଲେଟ ସହଜରେ ଅବସୋସିତ ହୁଏ
00:58 ଆମେ ବର୍ତ୍ତମାନ ଆମ ଶରୀରରେ ଫୋଲେଟ ର ଭୂମିକା ଏବଂ
01:02 ଏହାର ଅଭାବଜନିତ ପ୍ରଭାବ ଦେଖିବା
01:05 ଆମ ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ଫୋଲେଟ ଜରୁରୀ
01:09 ଆମ ଶରୀରର ବୃଦ୍ଧି, ମରାମତି, ବିଭାଜନ ଏବଂ ନୂତନ କୋଷିକାଗୁଡ଼ିକର ଉତ୍ପାଦନ ପାଇଁ ଏହା ଆବଶ୍ୟକ
01:18 ହୋମୋସିଷ୍ଟିନ୍ ସ୍ତରକୁ ହ୍ରାସ କରିବାରେ ଫୋଲେଟ ସାହାଯ୍ୟ କରେ
01:23 ପ୍ରୋଟିନ ତିଆରିରେ ବ୍ୟବହୃତ ହୋମୋସିଷ୍ଟିନ୍ ହେଉଛି ଏକ ପ୍ରକାର ଅମିନୋ ଆସିଡ
01:29 ଉଚ୍ଚ ହୋମୋସିଷ୍ଟିନ୍ ସ୍ତର ଜ୍ଞାନଗତ କାର୍ଯ୍ୟକୁ ବାଧା ଦେଇଥାଏ
01:34 ଏହା ହୃଦୟର ରକ୍ତବାହୀକୁ ମଧ୍ୟ କ୍ଷତି ପହଞ୍ଚାଏ
01:39 ଏହା ହୃଦଘାତର ଆଶଙ୍କା ବଢ଼ାଇଥାଏ
01:43 ଏହିପରି, ଫୋଲେଟ ହୃଦୟ ଏବଂ ଜ୍ଞାନଗତ କାର୍ଯ୍ୟ ବଜାୟ ରଖିବାରେ ସାହାଯ୍ୟ କରେ
01:48 ଏକ ସୁସ୍ଥ ଗର୍ଭଧାରଣ ପାଇଁ
01:51 ଏବଂ ସ୍ନାୟୁ ନଳୀ ବନ୍ଦ କରିବା ପାଇଁ ମଧ୍ୟ ଏହା ଆବଶ୍ୟକ
01:55 ନ୍ୟୁରଲ୍ ଟ୍ୟୁବ ଶିଶୁର ମସ୍ତିଷ୍କ ଓ ମେରୁଦଣ୍ଡରେ ବିକଶିତ ହୁଏ
02:01 ନ୍ୟୁରଲ୍ ଟ୍ୟୁବ ବନ୍ଦ କରିବାରେ ବିଫଳତା ନ୍ୟୁରଲ୍ ଟ୍ୟୁବ ତ୍ରୁଟି ହୋଇପାରେ
02:07 ନ୍ୟୁରଲ୍ ଟ୍ୟୁବ ଦୋଷ ହେଉଛି ମସ୍ତିଷ୍କ ଓ ମେରୁଦଣ୍ଡର ଜନ୍ମ ଦୋଷ
02:13 ଦୁଇଟି ସାଧାରଣ ନ୍ୟୁରଲ୍ ଟ୍ୟୁବ ତ୍ରୁଟି ହେଉଛି ଅନେନସଫଲୀସ୍ପିନା ବିଫିଡା
02:20 ଅନେନସଫଲୀ ରେ, ଶିଶୁର ମସ୍ତିଷ୍କ ଓ ଖପୁରୀର କିଛି ଅଂଶ ଠିକ୍ ଭାବରେ ଗଠିତ ହୁଏ ନାହିଁ
02:27 ସ୍ପିନା ବିଫିଡା ରେ ଶିଶୁର ମେରୁଦଣ୍ଡ ସଠିକ୍ ଭାବରେ ବିକଶିତ ହୁଏ ନାହିଁ
02:33 ଏହିପରି, ଶିଶୁର ଶାରୀରିକ ଅକ୍ଷମତା ରହିପାରେ
02:38 ସେମାନଙ୍କଠାରେ ଗୋଡ଼ର ମାଂସପେଶୀ ଦୁର୍ବଳତା ଏବଂ ପକ୍ଷାଘାତ ଦେଖାଯାଇପାରେ
02:43 ବକ୍ର ମେରୁଦଣ୍ଡ ଏବଂ ମୂତ୍ରାଶୟ ନିୟନ୍ତ୍ରଣ ହରାଇବା ଅନ୍ୟାନ୍ୟ ଲକ୍ଷଣ
02:49 ଖାଇବା ଏବଂ ଗିଳିବାରେ ଅସୁବିଧା ମଧ୍ୟ ସାଧାରଣ ଅଟେ
02:55 ଶିଖିବା ଓ ଧ୍ୟାନ ଦେବାରେ ମଧ୍ୟ ସେମାନଙ୍କର ଅସୁବିଧା ହୋଇପାରେ
03:00 ଗର୍ଭଧାରଣର 28 ଦିନ ମଧ୍ୟରେ ନ୍ୟୁରଲ୍ ଟ୍ୟୁବ ବନ୍ଦ ହୁଏ
03:06 ଏହି ସମୟ ପର୍ଯ୍ୟନ୍ତ, ମହିଳା ହୁଏତ ଜାଣି ନଥିବେ ଯେ, ସେ ଗର୍ଭବତୀ ଅଛନ୍ତି
03:12 ସେ ଜାଣିବାବେଳକୁ, ଏହି ତ୍ରୁଟିଗୁଡ଼ିକୁ ରୋକିବା ପାଇଁ ବିଳମ୍ବ ହୋଇପାରେ
03:18 ସମସ୍ତ ମହିଳା, ବିଶେଷକରି ପ୍ରଜନନ ବୟସରେ ଯଥେଷ୍ଟ ଫୋଲେଟ ସମୃଦ୍ଧ ଖାଦ୍ୟ ଗ୍ରହଣ କରିବା ଉଚିତ
03:25 ଫୋଲେଟ ସହିତ, ଅନ୍ୟାନ୍ୟ ପୋଷକ ତତ୍ତ୍ୱ ନ୍ୟୁରଲ୍ ଟ୍ୟୁବ ତ୍ରୁଟିକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ
03:32 ଉଦାହରଣସ୍ୱରୂପ: ଭିଟାମିନ B12କୋଲିନ୍
03:39 ଗର୍ଭାବସ୍ଥାରେ, ଫୋଲେଟ ର ଆବଶ୍ୟକତା ବଢ଼ିଥାଏ
03:45 ଏହି ସମୟରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଗ୍ରହଣ ନକଲେ ଫୋଲେଟ ଅଭାବ ହୋଇପାରେ
03:51 ଶରୀର ଦ୍ୱାରା ଫୋଲେଟ ର ଖରାପ ଅବସୋସଣ ପରିଣାମୀ ଅଭାବ ହୋଇପାରେ
03:58 ଅତ୍ୟଧିକ ମଦ୍ୟପାନରେ ମଧ୍ୟ ସମାନ ଅସୁବିଧା ହୋଇଥାଏ
04:03 ଭିଟାମିନ B12 ର ଅଭାବ ପରୋକ୍ଷରେ ଫୋଲେଟ ଅଭାବକୁ ନେଇପାରେ
04:09 ଏପରିକି ଆମ ଶରୀରରେ ଫୋଲେଟ ଥିଲେ ମଧ୍ୟ ଏହା ନିଜର କାର୍ଯ୍ୟ କରିପାରିବ ନାହିଁ
04:16 ଏହାର କାରଣ ହେଉଛି, ଫୋଲେଟ କୁ ସକ୍ରିୟ ରୂପରେ ପରିଣତ କରିବା ପାଇଁ ଭିଟାମିନ B12 ଆବଶ୍ୟକ
04:24 ତେଣୁ, ଫୋଲେଟ ସହିତ ଭିଟାମିନ B12 ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ
04:31 ଅଣ୍ଡା, ଚିକେନ୍, ମାଂସ ଏବଂ ଦୁଗ୍ଧଜାତ ପଦାର୍ଥ ଭିଟାମିନ B12 ର ଉତ୍ତମ ଉତ୍ସ
04:39 ଶେଲଫିସ୍, ଯକୃତ, ହୃଦୟ, କିଡନୀ, ମସ୍ତିଷ୍କ ହେଉଛି ଅନ୍ୟାନ୍ୟ ଉଦାହରଣ
04:47 ଜେନେଟିକ୍ ରକ୍ତହୀନତା ଥିବା ବ୍ୟକ୍ତିମାନଙ୍କଠାରେ ଫୋଲେଟ ଅଭାବର ବିପଦ ରହିପାରେ
04:54 ଜେନେଟିକ୍ ରକ୍ତହୀନତାର ଉଦାହରଣ ହେଉଛି ସିକଲ୍ ସେଲ ରକ୍ତହୀନତା
04:58 ଏବଂ ଥାଲସିମିଆ
05:01 ଏହି ପରିସ୍ଥିତିରେ, ଲାଲ ରକ୍ତ କଣିକା ସୃଷ୍ଟି ହେବା ଅପେକ୍ଷା ଶୀଘ୍ର ନଷ୍ଟ ହୋଇଯାଏ
05:08 ଏଥିପାଇଁ, ଏହି ଅବସ୍ଥାରେ ଫୋଲେଟ ର ପର୍ଯ୍ୟାପ୍ତ ପରିମାଣ ଗ୍ରହଣ କରିବା ଆବଶ୍ୟକ
05:14 କୌଣସି ସପ୍ଲିମେଣ୍ଟ ନେବା ପୂର୍ବରୁ ଦୟାକରି ନିଜ ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ
05:19 ଏହାପରେ, ଆସନ୍ତୁ ଦେଖିବା ଫୋଲେଟ ଅଭାବର ଲକ୍ଷଣ
05:24 ଏହି ଲକ୍ଷଣଗୁଡ଼ିକ ଉଭୟ ପୁରୁଷ ଓ ମହିଳାମାନଙ୍କଠାରେ ଦେଖାଯାଇଥାଏ
05:29 କେତେକ ପ୍ରାରମ୍ଭିକ ଲକ୍ଷଣ ହେଉଛି ଜିଭ ଓ ଓଠର ଯନ୍ତ୍ରଣା ଏବଂ ଲାଲ ପଡ଼ିଯିବା
05:35 ଅନ୍ୟ ଲକ୍ଷଣଗୁଡ଼ିକ ହେଉଛି ଥକ୍କା,
05:38 ଚିଡ଼ଚିଡ଼ାପଣ, ଶୋଇବା ବ୍ୟାଘାତ
05:41 ଏବଂ ଉଦାସୀନତା
05:43 ପାଟିରେ କିମ୍ବା ପେଟରେ ଅଲସର୍ ମଧ୍ୟ ହୋଇପାରେ
05:47 ଦୀର୍ଘକାଳୀନ ସ୍ମୃତିଶକ୍ତି ଅଭାବ ଏବଂ ଧ୍ୟାନର ବ୍ୟବଧାନକୁ ହ୍ରାସ କରିପାରେ
05:53 ଗର୍ଭବତୀ ମହିଳାମାନଙ୍କର ଫୋଲେଟ ଅଭାବ ଶିଶୁମାନଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ
05:59 ଉଦାହରଣସ୍ୱରୂପ: ନ୍ୟୁରଲ୍ ଟ୍ୟୁବ ତ୍ରୁଟି ଏବଂ
06:03 ଶିଶୁମାନଙ୍କଠାରେ କ୍ଲେଫ୍ଟ ଲିପ୍ ଏବଂ ପାଲଟ୍
06:07 କ୍ଲେଫ୍ଟ ହେଉଛି ଏକ ଫାଙ୍କ ବା ପାଟିର ଉପର ଓଠରେ କିମ୍ବା ତାଳୁରେ ବିଭାଜନ
06:13 ଗର୍ଭରେ ବୃଦ୍ଧି ସମୟରେ ଟିସୁ ଏକତ୍ର ଫ୍ୟୁଜ ନହେବାବେଳେ ଏହା ହୁଏ
06:20 ଫୋଲେଟ କିମ୍ବା ଭିଟାମିନ B12 ଅଭାବରୁ ମାକ୍ରୋସିଟିକ୍ ଅନିମିଆ ହୋଇଥାଏ
06:27 ଏହା କିପରି ଘଟେ ମୁଁ ଆପଣଙ୍କୁ ବୁଝାଉଛି
06:30 ସାଧାରଣ କୋଷ ବୃଦ୍ଧି ଏବଂ ବିଭାଜନ ପାଇଁ ଏହି ଉଭୟ ପୋଷଣର ଆବଶ୍ୟକତା ରହିଛି
06:36 ସେଗୁଡ଼ିକର ଅଭାବ ହେଲେ, ଲାଲ ରକ୍ତ କଣିକା ପରିପକ୍ୱ ହୁଏ ନାହିଁ କିମ୍ବା ସଠିକ୍ ଭାବରେ ବିଭାଜନ ହୁଏ ନାହିଁ
06:43 ଫଳସ୍ୱରୂପ, ବୃହତ ଅପରିପକ୍ୱ ଲାଲ ରକ୍ତ କଣିକା ଗଠନ ହୁଏ, ଯାହାକି ଅଳ୍ପ ସଂଖ୍ୟକ ଅଟେ
06:51 ଏଗୁଡ଼ିକରେ ବହୁତ କମ ହେମୋଗ୍ଲୋବିନ୍ ଥାଏ ଏବଂ ସଠିକ କାର୍ଯ୍ୟ କରିବାରେ ଅସମର୍ଥ
06:59 ହେମୋଗ୍ଲୋବିନ୍ ଅନ୍ୟ ଟିସୁ ଏବଂ କୋଷକୁ ଅମ୍ଳଜାନ ପରିବହନ କରିବାରେ ସାହାଯ୍ୟ କରେ
07:06 ଏଥିପାଇଁ, ନିମ୍ନ ହେମୋଗ୍ଲୋବିନ୍ ସ୍ତର ରକ୍ତହୀନତା ସୃଷ୍ଟି କରିପାରେ
07:11 ବିଭିନ୍ନ ବୟସ ବର୍ଗଙ୍କ ପାଇଁ ଫୋଲେଟ ଗ୍ରହଣର ପ୍ରତିଦିନ ସୁପାରିସକୁ ଦେଖିବା
07:18 1 ରୁ 3 ବର୍ଷର ପିଲାମାନଙ୍କ ପାଇଁ 90 ମାଇକ୍ରୋଗ୍ରାମ ଆବଶ୍ୟକ
07:24 4 ରୁ 9 ବର୍ଷର ପିଲାଙ୍କ ପାଇଁ ଏହା 110 ରୁ 142 ମାଇକ୍ରୋଗ୍ରାମ ଅଟେ
07:32 10 ରୁ 15 ବର୍ଷ ବୟସ୍କ କିଶୋରମାନଙ୍କ ପାଇଁ ଏହା 180 ରୁ 204 ମାଇକ୍ରୋଗ୍ରାମ ଅଟେ
07:42 16 ବର୍ଷରୁ ଅଧିକ କିଶୋରମାନଙ୍କ ପାଇଁ ପ୍ରତିଦିନ 200 ରୁ ଅଧିକ ମାଇକ୍ରୋଗ୍ରାମ ସୁପାରିସ କରାଯାଏ
07:50 ବୟସ୍କ ମହିଳା ଏବଂ ପୁରୁଷଙ୍କ ପାଇଁ ଏହା 200 ରୁ 250 ମାଇକ୍ରୋଗ୍ରାମ ଅଟେ
07:58 ଗର୍ଭବତୀ ମହିଳାମାନଙ୍କର ପ୍ରାୟ 500 ମାଇକ୍ରୋଗ୍ରାମ ରହିବା ଉଚିତ
08:02 ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ଏହା ହେଉଛି 300 ମାଇକ୍ରୋଗ୍ରାମ
08:07 ଜନ୍ମ ଦୋଷର ଇତିହାସ ଥିବା ମହିଳାମାନଙ୍କ ପାଇଁ ଫୋଲେଟ ର ଆବଶ୍ୟକତା ଅଧିକ
08:15 ଗର୍ଭଧାରଣ ପୂର୍ବରୁ ଏବଂ ଗର୍ଭାବସ୍ଥାରେ ସେମାନେ 500 ମାଇକ୍ରୋଗ୍ରାମ ନେବା ଉଚିତ
08:22 ଗର୍ଭଧାରଣ ଯୋଜନା କରୁଥିବା ମହିଳାମାନଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଫୋଲେଟ ଗ୍ରହଣ ସୁପାରିସ କରାଯାଏ
08:29 ଆହାର ମାଧ୍ୟମରେ ଫୋଲେଟ ର ଆବଶ୍ୟକତା ପୂରଣ ହୋଇପାରିବ
08:33 ବିନ୍ସ ଫୋଲେଟ ର ଉତ୍କୃଷ୍ଟ ଉତ୍ସ
08:36 30 ଗ୍ରାମ କିମ୍ବା ½ କପ ରନ୍ଧା ହୋଇନଥିବା ବିନ୍ସରେ ପ୍ରାୟ 80 ରୁ 120 ମାଇକ୍ରୋଗ୍ରାମ ଫୋଲେଟ ଥାଏ
08:46 ଝୁଡ଼ଙ୍ଗ ଛୁଇଁ, ରାଜମା, ମୋଥ ବିନ୍ସ, ସୋୟାବିନ ଏହାର କିଛି ଉଦାହରଣ
08:53 ଏପରିକି କାବୁଲି ବୁଟ, ସୋଲା ବୁଟ, କୋଳଥ, ଶୁଖିଲା ମଟର ଭଲ ଉତ୍ସ
09:00 ଶାଗରେ ମଧ୍ୟ ଫୋଲେଟ ଭରପୂର ଅଛି
09:04 ଉଦାହରଣସ୍ୱରୂପ: ପାଳଙ୍ଗ, କୋଶଳା ଶାଗ, ସାରୁ ପତ୍ର, ଅଗସ୍ତୀ ଶାଗ
09:11 50 ଗ୍ରାମ କିମ୍ବା 1 କପ ରନ୍ଧା ହୋଇନଥିବା ପାଳଙ୍ଗରେ ପ୍ରାୟ 70 ମାଇକ୍ରୋଗ୍ରାମ ଫୋଲେଟ ଥାଏ
09:19 1 ଚାମଚ ଶଜନା ପତ୍ର ଗୁଣ୍ଡରେ ପ୍ରାୟ 10 ମାଇକ୍ରୋଗ୍ରାମ ଫୋଲେଟ ମିଳିଥାଏ
09:27 ଫୋଲେଟ ରେ ଭରପୂର ଅନ୍ୟ ପନିପରିବାଗୁଡ଼ିକ ହେଉଛି କଞ୍ଚା ଫିଲ୍ଡ ବିନ୍ସ, ଫ୍ରେଞ୍ଚ ବିନ୍ସ ଓ ବିଟ୍
09:35 ଏପରିକି ଫୁଲକୋବି, ଭେଣ୍ଡି ଓ ଶଜନା ଛୁଇଁରେ ମଧ୍ୟମ ପରିମାଣର ଫୋଲେଟ ଥାଏ
09:43 ସୂର୍ଯ୍ୟମୁଖୀ ମଞ୍ଜି, ସୋରିଷ ମଞ୍ଜି ତଥା ନାଇଜର ମଞ୍ଜିରେ ଅଳ୍ପ ପରିମାଣର ଫୋଲେଟ ଥାଏ
09:50 ଏହି ମଞ୍ଜିଗୁଡ଼ିକର 1 ଚାମଚ ଗୁଣ୍ଡରେ ପ୍ରାୟ 15 ରୁ 20 ମାଇକ୍ରୋଗ୍ରାମ ଫୋଲେଟ ରହିଥାଏ
09:59 ମାଂସାହାରୀ ଖାଦ୍ୟ ମଧ୍ୟରେ ଚିକେନ୍ କଲିଜା ଏବଂ ସମସ୍ତ ସମୁଦ୍ର ମାଛ ଉତ୍କୃଷ୍ଟ ଉତ୍ସ
10:06 60 ଗ୍ରାମର 1 ଚିକେନ୍ ଲିଭର୍‌ରେ ପ୍ରାୟ 600 ମାଇକ୍ରୋଗ୍ରାମ ଫୋଲେଟ ଥାଏ
10:13 ଯେକୌଣସି ସାମୁଦ୍ରିକ ଖାଦ୍ୟର 100 ଗ୍ରାମ 700 ରୁ ଅଧିକ ମାଇକ୍ରୋଗ୍ରାମ ଦେଇଥାଏ
10:20 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଅତ୍ୟଧିକ ଉତ୍ତାପ ଏବଂ ଜଳ ଫୋଲେଟ ପରିମାଣକୁ ହ୍ରାସ କରେ
10:26 ତେଣୁ, ଖାଦ୍ୟକୁ ଅତ୍ୟଧିକ ରାନ୍ଧିବା ଏବଂ ପୁନର୍ବାର ଗରମ କରିବାରୁ ଦୂରେଇ ରୁହନ୍ତୁ
10:33 ପନିପରିବା ଫୁଟାଇବା ପରିବର୍ତ୍ତେ ଅଳ୍ପ ତେଲରେ ଭଜା କିମ୍ବା ଷ୍ଟିମ୍ କରାଯାଇପାରେ
10:38 ଡାଲି ରାନ୍ଧିବା ପୂର୍ବରୁ ସବୁବେଳେ ରାତିସାରା ଭିଜାଇ ରଖିବା ଉଚିତ
10:43 ସମସ୍ତ ବିନ୍ସ ଗଜା ହେବା ଏବଂ ରାନ୍ଧିବା ଏହାର ପୌଷ୍ଟିକ ପଦାର୍ଥକୁ ବଢ଼ାଇଥାଏ
10:49 ପଚାଇବା ଓ ଭଜା ମଧ୍ୟ ଫୋଲେଟ ର ଅବସୋସଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ
10:56 ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଫୋଲେଟ ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
11:01 ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ

IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

Pradeep